• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

‘ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ’କୁ ନେଇ ଦୁଇ ଦଇତାପତିଙ୍କ ନିଲମ୍ବନ

June 25, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୫ ଜୁନ (ଓଡିଶା ଡଟ୍ କମ୍): ବ୍ରହ୍ମ ପରିବର୍ତ୍ତନ ବେଳେ ସୃଷ୍ଟି ହୋଇଥିବା ବିଭ୍ରାଟର ତଦନ୍ତ କରି ଶ୍ରୀ ମନ୍ଦିର ପ୍ରଶାସନ ଦୁଇଜଣ ଦଇତାପତିଙ୍କୁ ଜଗନ୍ନାଥଙ୍କ ସେବା କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ନିଲମ୍ବିତ ହୋଇଥିବା ଏହି ଦୁଇ ଦଇତାପତି ଜୟକୃଷ୍ଣ ଦାସ ମହାପାତ୍ର ଓ କାଶୀନାଥ ଦାସ ମହାପାତ୍ର ପିତା-ପୁତ୍ର ଅଟନ୍ତି । କାଶୀନାଥ ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ରଙ୍କ ବଡ଼ ଭାଇ ହୋଇଥବାବେଳେ ପୁଅ ଜୟକୃଷ୍ଣ ବିଜେଡ଼ିର ଟାଉନ ସଭାପତି ଅଛନ୍ତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି, ବ୍ରହ୍ମ ପରିବର୍ତ୍ତନରେ ବିଳମ୍ବ ପାଇଁ ହୋଇଥିବା ଘଟଣାର ତଦନ୍ତରେ ମୋଟ ନଅ ଜଣଙ୍କୁ ପଚରାଉଚରା କରାଯାଇ ସେମାନଙ୍କ ବୟାନ ରେକର୍ଡ କରାଯାଇଛି,ସେମାନେ ହେଲେ ଚାରି ବାଡଗ୍ରାହୀ, ବିଶ୍ଵାବସୁ, ବିଦ୍ୟାପତି, ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକ ।

ସୁରେଶ ମହାପାତ୍ରଙ୍କ କହିବାନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁସାରେ ବ୍ରହ୍ମ ପରିବର୍ତ୍ତନ କରିବା ପାଇଁ ଚାରି ବାଡ଼ଗ୍ରାହୀ ଯେତେବେଳେ ଅଣସରଘରକୁ ଯାଉଥିଲେ ସେତେବେଳେ ଜୟକୃଷ୍ଣ ଓ କାଶୀନାଥ ଦାସମହାପାତ୍ର ସେମାନଙ୍କୁ ବାଧା ଦେଇ ଭିତରକୁ ଯିବା ପାଇଁ ଜିଦ ଧରିବାରୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଫଳରେ ଘଟ ପରିବର୍ତ୍ତନରେ ବିଳମ୍ବ ଘଟିଥିଲା ।

ଏହି କାରଣକୁ ଦୃଷ୍ଟିରେ ରଖି ପ୍ରାଥମିକ ସ୍ତରରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ ଧାରା ୨୧-୧ ଅନୁଯାୟୀ ଜୟକୃଷ୍ଣ ଓ ତାଙ୍କ ବାପା କାଶୀନାଥ ଦାସମହାପାତ୍ରଙ୍କୁ ଦଇତାପତି ସେବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରିଛନ୍ତି। ତେବେ ଏବେବି ତଦନ୍ତ ଚାଲିଛି ଆଗକୁ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ନିଲମ୍ବିତ ହେବ ପରେ ଜୟକୃଷ୍ଣ ଦାସମହାପାତ୍ର କହିଛନ୍ତି ଯେ ମନ୍ଦିର ପ୍ରଶାସନ ତାଙ୍କ ନିଲମ୍ବନ ଖବର ସେ ଗଣମାଧ୍ୟମରୁ ଜାଣିବାକୁ ପାଇଲେ । ତେବେ ସେ ଏପରି କୌଣସି କାର୍ଯ୍ୟ କରି ନାହାନ୍ତି ଯେଉଁଥିପାଇଁ ତାଙ୍କୁ ନିଲମ୍ବିତ କରାଯିବ । ସେ ଜଗନ୍ନାଥଙ୍କର ଜଣେ ଶୃଙ୍ଖଳିତ ସେବକ ।

ସେହିପରି କାଶୀନାଥ ଦାସମହାପାତ୍ର କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରଶାସକଙ୍କ ପାଖରୁ ସେମାନଙ୍କୁ କୌଣସି କାରଣ ଦର୍ଶାଅ ନୋଟିସ୍ ଦିଆନଯାଇ ସେମାନଙ୍କ ପକ୍ଷ ନଜାଣି ଏଭଳି ନିଲମ୍ବିନ କରିବା ନିୟମ ବିରୁଦ୍ଧ ଅଟେ । ତେବେ ସେ ଏକା ନୁହନ୍ତି ଆଉ ଚାରିଜଣ ବରିଷ୍ଠ ଦଇତାପତି ମଧ୍ୟ ତାଙ୍କ ସହ ଭିତରକୁ ଯାଇଛନ୍ତି ତେବେ କେଉଁ ପରିସ୍ଥିତିରେ କେବଳ ତାଙ୍କୁ ଓ ତାଙ୍କ ପୁଅକୁ ନିଲମ୍ବନ କରାଯାଇଛି ସେ ପ୍ରଶ୍ନ କରିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଧର୍ମ, ରାଜନୀତି Tagged With: ନବ କଳେବର, ବ୍ରହ୍ମ ପରିବର୍ତ୍ତନ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version