• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବନ୍ଦ ବେଳେ ଭଙ୍ଗାରୁଜା, ୯୫୦ କଂଗ୍ରେସ କର୍ମୀ, ନେତା ଗିରଫ

June 26, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୬ ଜୁନ (ଓଡିଶା ଡଟ୍ କମ୍): ଶ୍ରୀଜିଉଙ୍କ ବ୍ରହ୍ମ ପରିବର୍ତ୍ତନ ରେ ହୋଇଥିବା ବିଭ୍ରାଟର ବିରୋଧ ଓ ଏହାର ବିଚାର ବିଭାଗୀୟ ତଦନ୍ତ ଦାବିରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରାରେ ଭୁବନେଶ୍ଵର ସମେତ କେତେକ ସ୍ଥାନରେ ଭଙ୍ଗାରୁଜା ଓ ଜଳାପୋଡା ହୋଇଥିବା ବେଳେ, ୯୫୦ ଜଣ କଂଗ୍ରେସ କର୍ମୀ ଓ ନେତା ଗିରଫ ହୋଇଥିବା ପୁଲିସ କହିଛି ।

ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ବନ୍ଦ ମୁଖ୍ୟତଃ ଶାନ୍ତିପୂର୍ଣ ଥିବା ବେଳେ, ଢେଙ୍କାନାଳରେ ବିଦ୍ୟୁତ ବିଭାଗର ଏକ ଅଫିସରେ ଭଙ୍ଗାରୁଜା, ନୟାଗଡ ଜିଲ୍ଲାରେ ଏକ ଆମ୍ବୁଲାନସରେ ରେ ଭଙ୍ଗାରୁଜା ଓ ଭୁବନେଶ୍ଵରର ରେ ଦୁଇଟି ମୋଟରସାଇକେଲ ରେ ନିଆଁ ଲଗାଇଦେବା ଆଦି କଁ। ଭଁ। କିଛି ଘଟଣା ବ୍ୟତୀତ ରାଜ୍ୟରେ ବନ୍ଦ ଶାନ୍ତିପୂର୍ଣ ରହିଥିବା ରାଜ୍ୟ ପୁଲିସ ମୁଖ୍ୟ ସଂଜୀବ ମାରିକ ଓଡିଶା ଡଟ କମକୁ କହିଛନ୍ତି।

ରାଜଧାନୀର ମାଷ୍ଟର କ୍ୟାଣ୍ଟିନ୍, ଜୟଦେବ ବିହାର, ବାଣୀ ବିହାର ଓ ଚନ୍ଦ୍ରଶେଖରପୁର ଆଦି ସ୍ଥାନରେ କଂଗ୍ରେସ କର୍ମୀ ଓ ନେତାମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପ୍ରଦର୍ଶନ ସମୟରେ ପୁଲିସ ଗିରଫ କରିଥିବା ପ୍ରମୁଖ ନେତା ମାନେ ହେଲେ ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ଚିରଞ୍ଜିବୀ ବିଶ୍ଵାଳ, ରଞ୍ଜିବ ବିଶ୍ୱାଳ, ଭକ୍ତ ଦାସ, ପୁର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ସୁର ରାଉତରାୟ ।

ସେମାନଙ୍କ ବ୍ୟତୀତ ଯୁବ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ ସଭାପତି ମଧ୍ୟ ଗିରଫ ହୋଇଥିବା ପୁଲିସ କହିଛି । ସଚିବାଳୟରେ କିଛି କଂଗ୍ରେସ କର୍ମୀ ଜବରଦସ୍ତ ପଶିବାକୁ ଚେଷ୍ଟା କରିବାବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ପ୍ରଚେଷ୍ଟା କରିବାରୁ ପୋଲିସ ଓ କଂଗ୍ରେସ ନେତାଙ୍କ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ହୋଇ ଥିଲା ।

ବିଭିନ୍ନ ଟିଭି ଚ୍ୟାନେଲରେ ପ୍ରସାରିତ ତଥ୍ୟ ଅନୁସାରେ ନୟାଗଡରେ କଂଗ୍ରେସ କର୍ମୀମାନେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଓ ଜଗତସିଂହପୁରର ବିରିଡି ବ୍ଲକରେ ବିଡିଓ ରବୀନ୍ଦ୍ର ସାବତ ଓ କ୍ଲର୍କ ଆର୍ତ୍ତବନ୍ଧୁ ସ୍ୱାଇଁ ଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିବା ବେଳେ ଢେଙ୍କାନାଳ ପୌର ପରିଷଦ ଓ ଡିଇଓ ଅଫିସ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସେହିପରି ଉମରକୋଟ-ଭୁବନେଶ୍ୱର ସରକାରୀ ବସକୁ ଭାଙ୍ଗି ଦିଆଯାଇଥିବା କୁହାଯାଇଛି ।

ଦେବଗଡ ଓ ସମ୍ବଲପୁର ସହରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଦେବଗଡ ସହର ଦେଇ ଯାଇଥିବା ୪୯ ଓ ୨୧୫ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ସଂପୂର୍ଣ୍ଣ ଠପ ହୋଇଥିବା ବେଳେ ଉଭୟ ଦେବଗଡ ଓ ସମ୍ବଲପୁରର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ଓ ବସ ଚଳାଚଳ ବନ୍ଦ ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଶୁକ୍ରବାର ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ଯାଏ ପାଳନ କରାଯାଉଥିବା ଏହି ବନ୍ଦ ଯୋଗୁଁ ବିଭିନ୍ନ ସହରରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ, ଗାଡି ମଟର ଚଳାଚଳ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି ।

ସକାଳୁ କଂଗ୍ରେସ କର୍ମୀମାନେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନରେ ବିକ୍ଷୋଭ ଆରମ୍ଭ କରି ରେଳରୋକ କରିଛନ୍ତି, ଯାହାଫଳରେ ବହୁ ଟ୍ରେନ୍ ଷ୍ଟେସନ ମାନଙ୍କରେ ହିଁ ଅଟକି ରହିଛି ଓ ଷ୍ଟେସନକୁ ଆସିଥିବା ଲୋକେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ନ ପାରି ହଇରାଣ ହୋଇଛନ୍ତି ।

ବନ୍ଦ ଯୋଗୁଁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ଚାରୋଟି ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି। ସେଗୁଡିକ ହେଲା ପାରାଦ୍ୱୀପ-କଟକ ପାସେଞ୍ଜର, ଅନୁଗୋଳ-ପୁରୀ ପାସେଞ୍ଜର, କଟକ-ଭଦ୍ରକ-କଟକ, କଟକ-ପାରାଦ୍ୱୀପ-କଟକ ପାସେଞ୍ଜର ଟ୍ରେନ୍ ।

ସେହିପରି ତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍ ଖୋର୍ଦ୍ଧାରୁ, ଭୁବନେଶ୍ୱର-ଛତ୍ରପୁର ପାସେଞ୍ଜର ବାଲୁଗାଁରୁ, ସମ୍ୱଲପୁରୀ-ପୁରୀ ଇଣ୍ଟରସିଟି ପୁରୀ ନ ଯାଇ ଖୋର୍ଦ୍ଧାରୁ ଫେରିବ ବୋଲି ପୂର୍ବତଟ ରେଳ ବିଭାଗ ସୂଚନା ଦେଇଛନ୍ତି।

ତେବେ ଆମ୍ବୁଲାନ୍ସ, ଡାକ୍ତରଖାନା, ପୁରୀର ରଥକାର୍ଯ୍ୟ ଓ ମହାପ୍ରଭୁଙ୍କ ନବକଳେବର ପ୍ରସ୍ତୁତି ଆଦି ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଥିବାରୁ ଅତ୍ୟାବଶ୍ୟକ ସେବା ପ୍ରଭାବିତ ହୋଇନାହିଁ ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ରାଜନୀତି Tagged With: ନବ କଳେବର

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version