• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

‘ରଙ୍ଗବତୀ ରିଟର୍ନସ’କୁ ନେଇ ବିବାଦ

July 5, 2015 by News Bureau Leave a Comment

ଓଡିଶା ଡଟ କମ: ଶାନ୍ତନୁ ବିଶ୍ଵାଳ

ସମ୍ବଲପୁର, ୫ ଜୁଲାଇ (ଓଡିଶା ଡଟ କମ) ଲୋକପ୍ରିୟ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ନୂଆ ରିମେକ ‘ରଙ୍ଗବତୀ ରିଟର୍ନସ’ରେ ମୂଳ ସଙ୍ଗୀତକୁ ବିକୃତ କରାଯାଇଥିବା ଅଭିଯୋଗ କରି ଗୀତର ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ ରିମେକ ତିଆରି କରିଥିବା କମ୍ପାନୀ ବିରୁଦ୍ଧରେ ଏକ କୋଟି ଟଙ୍କାର କ୍ଷତିପୂରଣ ମାମଲା ଦାୟର କରିବେ ବୋଲି ଧମକ ଦେଇଛନ୍ତି ।

ସତୁରି ଦଶକରେ ଓଡିଆ ଯୁବପିଢୀକୁ ମତୁଆଲା କରିଥିବା ଲୋକପ୍ରିୟ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ନୂଆ ରିମେକ ‘ରଙ୍ଗବତୀ ରିଟର୍ନସ’ ରେ କଣ୍ଠଦାନ କରିଛନ୍ତି ଗାୟିକା ସୋନା ମହାପାତ୍ର, ଓ ଋତୁରାଜ ମହାନ୍ତି ଓ ଗାୟକ ରାମ ସମ୍ପଦ ।  ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି  ରାମ ସମ୍ପଦ ।

ମୂଳ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ ଓ ସଂଗୀତ ନିର୍ଦେଶକ ବିଭୁଦତ ପ୍ରଧାନ ଅଭିଯୋଗ କରିଛନ୍ତି ଯେ କପି ରାଇଟ୍ସକୁ ଉଲଂଘନ କରି ବିନା ଅନୁମତିରେ ରଙ୍ଗବତୀ ଗୀତକୁ ବିକୃତ କରି ରିମେକ କରାଯାଇଛି। ସେମାନେ ରିମେକ ତିଆରି କରିଥିବା କମ୍ପାନୀ ବିରୁଦ୍ଧରେ ୧ କୋଟି ଟଙ୍କାର ମାନହାନି ମାମଲା ଦାୟର କରିବେ ବୋଲି କହିଛନ୍ତି।

ମାମଲାରେ ହିନ୍ଦୁସ୍ଥାନ ବ୍ରେଭରେଜ ପ୍ରାଇଭେଟ ଲିମିଟେଡ, ହିନ୍ଦୁସ୍ଥାନ କୋକୋକୋଲା ହୋଲଡିଂସ ପ୍ରାଇଭେଟ ଲିମିଟେଡ , ଭାଇକମ-୧୮ ମିଡିଆ ପ୍ରାଇଭେଟ ଲିମିଟେଡ , ଗାୟିକା ସୋନା ମହାପାତ୍ର, ଗାୟକ ରାମ ସମ୍ପଦ ଓ ଋତୁରାଜ ମହାନ୍ତିଙ୍କୁ ପକ୍ଷଭୁତ କରି ସେମାନଙ୍କୁ ନୋଟିସ ପଠା ଯାଇଥିବା ସେମାନେ କହିଛନ୍ତି ।

ରିମେକ ରଙ୍ଗବତୀର ପ୍ରସାରଣ ତୁରନ୍ତ ବନ୍ଦ ବନ୍ଦ କରିବାସହ ୧୫ ଦିନ ମଧ୍ୟରେ କୋଟିଏ ଟଙ୍କା ମାନହାନି ପଇଠ କରିବାକୁ ରିମେକ କମ୍ପାନିକୁ ଆଡଭୋକେଟ ନୋଟିସ ପଠାଯାଇଛି। ନୋଟିସର ଅଣଦେଖା କରାଗଲେ ସମସ୍ତ ପ୍ରତିପକ୍ଷଙ୍କ ବିରୋଧରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନଙ୍କ  ପକ୍ଷରୁ ବରିଷ୍ଠ ଆଇନଜୀବୀ ସାଗରକୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଏହାସହ ଉତ୍ତରାଞ୍ଚଳ ରାଜସ୍ୱ କମିଶନଙ୍କୁ ସମ୍ବଲପୁରର ବିଭିନ୍ନ ସଂସ୍ଥା ପକ୍ଷରୁ ସ୍ମାରକ ପତ୍ର ଦିଆଯାଇଛି। ରାଜ୍ୟରେ ବିଶେଷ କରି ପଶ୍ଚିମ ଓଡିଶାରେ ରଙ୍ଗବତୀ ରିଟର୍ନସକୁ ନେଇ ଏବେ ପ୍ରତିବାଦ ତୀବ୍ର ହୋଇଛି ।

୧୯୭୫ ମସିହାରେ ରଙ୍ଗବତୀ ଗୀତ ଅଲ ଇଣ୍ଡିଆ ରେଡିଓରେ ପ୍ରଥମେ ପ୍ରସାରିତ ହୋଇଥିଲା। ଗୀତଟି ଗାଇଥିଲେ ସମ୍ବଲପୁରୀ ଗାୟକ ଜିତେନ୍ଦ୍ରିୟ ହରିପାଳ। ଦୀର୍ଘ ୪୦ ବର୍ଷ ଧରି ରଙ୍ଗବତୀର ତାଳରେ ଖାଲି ସମ୍ବଲପୁର ବା ପଶ୍ଚିମ ଓଡିଶା ନୁହଁ ସାରା ଓଡିଶା ନାଚିଛି।

https://youtu.be/62drmcfgXD0?t=27

ନୂଆ କିର୍ତିମାନ ସ୍ଥାପନ କରି ଲୋକପ୍ରିୟତାର ଚରମ ଶୀର୍ଷରେ ପହଞ୍ଚିଥିବା ଏହି ଲୋକଗୀତ ଦେଶ ବିଦେଶରେ ସଂଗୀତ ପ୍ରେମୀଙ୍କୁ ଆକର୍ଷିତ କରିବା ସହ ବିବିସି, ଭଏସ ଅଫ ଆମେରିକା ରେଡିଓରେ ମଧ୍ୟ ପ୍ରସାରିତ ହୋଇଛି ।

https://youtu.be/1D-Vz01KQHc

୧୯୭୬ ମସିହାରେ କୋଲକାତାର ଇନଡ୍ରେକୋ ନାମକ ମ୍ୟୁଜିକ କମ୍ପାନୀ ରଙ୍ଗବତୀ ଗୀତକୁ ରେକର୍ଡ କରିଥିଲା । କିନ୍ତୁ ବିଭିନ୍ନ ବ୍ୟକ୍ତି ଏହି ଗୀତକୁ ନିଜ ଗୀତ କହିବ ପରେ ଗୀତର କପି ରାଇଟ୍ସ ନେଇ ବିବାଦ ସୃଷ୍ଟିହେଲା ଓ ଗୀତଟି ରିଲିଜ ହୋଇ ପାରିନଥିଲା।

୧୯୭୮ରେ ଜିତେନ୍ଦ୍ରିୟ ଏହା ତାଙ୍କ ନିଜ ଗୀତବୋଲି ପ୍ରମାଣ ଦେବାପରେ ରଙ୍ଗବତୀ ରିଲିଜ କଲା ଇନଡ୍ରେକୋ ମ୍ୟୁଜିକ କମ୍ପାନୀ। ଏହା ପରେ ରଙ୍ଗବତୀ ଯେଉଁ ଲୋକପ୍ରିୟତା ହାସଲ କଲା ତାହା ଏକ ଇତିହାସ କହିଲେ ଅତ୍ୟୁକ୍ତି ହେବନାହିଁ ।

ଓଡିଶା ଡଟ କମ

News Bureau
News Bureau

Filed Under: ମନୋରଞ୍ଜନ Tagged With: ଜିତେନ୍ଦ୍ରିୟ ହରିପାଲ, ରଙ୍ଗବତୀ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version