ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ସେପ୍ଟେମ୍ବର ୩ (ଓଡିଶା ଡଟ କମ) ଓଡିଶା ଲାଇଭ ଷ୍ଟକ ରିସୋର୍ସେସ ଡେଭଲପପେଣ୍ଟ ସୋସାଇଟି (ଓଏଲଆରଡିସି)ର ସ୍ଵତନ୍ତ୍ର ଫେସବୁକ ପେଜ ବା ପୃଷ୍ଠାକୁ କୃଷି, ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ଆନୁଷ୍ଠାନିକ ଭାବେ ବୁଧବାର ଲୋକାର୍ପିତ କରିଛନ୍ତି ।
ସହିଦ ନଗରରେ ଓମଫେଡ ଦ୍ଵାରା ପ୍ରତିଷ୍ଠା କରାଯାଇଥିବା ଆଇସ କ୍ରିମ ପାର୍ଲରକୁ ଉଦଘାଟନ କରିବା ଅବସରରେ ସେ ଏହି ପୃଷ୍ଠାକୁ ( www.facebook.com/olrds) ବିଭାଗୀୟ ଅଧିକାରୀମାନଙ୍କ ଗହଣରେ ଲୋକାର୍ପିତ କରିଥିଲେ ।
ରାଜ୍ୟରେ ପଶୁ ସଂପଦର ବିକାଶ ଓ ସେ ସମ୍ପର୍କରେ ସଚେତନତା ସୃଷ୍ଟି ଦିଗରେ ଏହି ପୃଷ୍ଠା ସହାୟକ ହେବ ବୋଲି ସେ ଏହି ଅବସରରେ କହିଥିଲେ ।
ଫେସବୁକ ପୃଷ୍ଠା ମାଧ୍ୟମରେ ସୋସାଇଟି ପାରାଭେଟ, ଭେଟିନେରୀ ବିଶେଷଜ୍ଞ, ଏବଂ ପଶୁ ସମ୍ପଦ ବିକାଶ କ୍ଷେତ୍ରରେ କାମ କରୁଥିବା ପ୍ରତିଭାଙ୍କ ସହ ସମ୍ପର୍କ ସ୍ଥାପନ କରିବା ସହ ଏହି କ୍ଷେତ୍ରରେ ଅଧିକ ସଚେତନତା ସୃଷ୍ଟି କରିପାରିବ ବୋଲି ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ।
ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ତାର ସଫଳତାକୁ ପ୍ରଚାର ପ୍ରସାର କରିବାରେ ଏହି ପୃଷ୍ଠା ସହାୟକ ହେବ ବୋଲି ବିଭାଗର ନିର୍ଦ୍ଦେଶକ ଦେବୀ ପ୍ରସାଦ ପଣ୍ଡା କହିଥିଲେ ।
ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ସୋସାଇଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡାକ୍ତର କେ ଭି କେ ପଟନାୟକ, ଯୁଗ୍ମ ସଚିବ ଉମାଶଙ୍କର ପାତ୍ରଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
ଓଡିଶା ଡଟ କମ
Hrushikesh says
Good