• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମାନବାଧିକାର କର୍ମୀଙ୍କ ସମ୍ପର୍କରେ ଭୁଲ ଧାରଣା କାହିଁକି ?

December 11, 2015 by ନିଉଜ ଡେସ୍କ Leave a Comment

ଅଖଣ୍ଡ

ମାନବାଧିକାର କର୍ମୀ କହିଲେ ବିଭିନ୍ନ ଉପାୟରେ ମାନବ ଅଧିକାରଗୁଡିକୁ ସୁରକ୍ଷା, ପ୍ରୋତ୍ସାହନ ଓ ପ୍ରଚାର କରୁଥିବା ବ୍ୟକ୍ତିବିଶେଷକୁ ବୁଝାଏ । ଯେମିତିକି ଜଣେ ଶିଶୁମାନଙ୍କ ପାଇଁ କାମ କରୁଥିବା ବ୍ୟକ୍ତି, ମହିଳାଙ୍କ ଅଧିକାର ଉପରେ ଲଢୁଥିବା କର୍ମୀ, ଭିନ୍ନକ୍ଷମମାନଙ୍କ ବିକାଶ ପାଇଁ କାମ କରୁଥିବା ସାମାଜିକ କର୍ମୀ, ପୁଲିସ୍ ଅତ୍ୟାଚାର ବିରୋଧରେ ସ୍ୱର ଉଠାଉଥିବା ବ୍ୟକ୍ତି ଆଦି ଅନେକ ଏହି ଶ୍ରେଣୀଭୁକ୍ତ ।

akhandକେବଳ ଏତିକି ନୁହେଁ, ମାନବାଧିକାରକୁ ବିଭିନ୍ନ ଉପାୟରେ ପ୍ରଚାର ଓ ପ୍ରୋତ୍ସାହନ କରୁଥିବା ବ୍ୟକ୍ତିମାନେ ମଧ୍ୟ ଜଣେ ଜଣେ ମାନବାଧିକାର କର୍ମୀ । ଯେମିତିକି – ସାମ୍ବାଦିକ, କାର୍ଟୁନିଷ୍ଟ, ବ୍ଲଗର କିମ୍ବା ସେସିଆଲ୍ ମେଡିଆରେ ଏହି ପ୍ରସଙ୍ଗଗୁଡିକୁ ଉଠାଉଥିବା ବ୍ୟକ୍ତି ।

ତେଣୁ ଏହି ମାନବାଧିକାର ସଂଜ୍ଞା ମଧ୍ୟରେ ଅନେକ କର୍ମୀ ଆସନ୍ତି । କିନ୍ତୁ ଆମ ଆଖି ଆଢୁଆଳରେ ସେମାନେ ପରିଚୟ ଦିଅନ୍ତି ନାହିଁ । କାରଣ ମାନବାଧିକାର କର୍ମୀ କହିଲା ମାତ୍ରେ ସମସ୍ତେ ବୁଝନ୍ତି ପୁଲିସ୍ ଓ ପ୍ରଶାସନ ବିରୋଧରେ ଲଢୁଥିବା କର୍ମୀ ।

କିନ୍ତୁ ମାନବାଧିକାରର ପରିଭାଷା ଯେ ଏହାଠାରୁ ଢେର୍ ଉଚ୍ଚରେ ତାହା ଜାଣିବା ପାଇଁ କମ୍ ଲୋକଙ୍କର ଆଗ୍ରହ ରହିଛି । ଆଉ ମାନବାଧିକାର କର୍ମୀମାନଙ୍କ ଉପରେ ପୁଲିସ୍ ଓ ପ୍ରଶାସନର ତୀକ୍ଷ୍ଣ ନଜର ମଧ୍ୟ ରହିଛି ।

ଏମାନଙ୍କୁ ନେଇ ସରକାରଙ୍କ ବିଚାର ସେତେଟା ଭଲ ନୁହେଁ । ଗୁଇନ୍ଦାବାଲା ଦେଶରେ ଅରାଜକତା ବଢାଉଥିବା ତତ୍ୱମାନଙ୍କ ବିଷୟରେ ସିନା ଖବର ରଖିପାରନ୍ତି ନାହିଁ, କିନ୍ତୁ ସେମାନେ ସହଜରେ ଉପଲବ୍ଧ ହେଉଥିବା ମାନବାଧିକାର କର୍ମୀମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାରେ ବ୍ୟସ୍ତ ଥାନ୍ତି । ଆମ ଦେଶରେ ଅନେକ ମାନବାଧିକାର କର୍ମୀଙ୍କୁ ‘ଦେଶ ବିରୋଧୀ’ ବୋଲି ଆଖ୍ୟ ଦିଆଯାଇଛି ।

ଦେଶରେ ଥିବା ମାନବାଧିକାର ସଂସ୍ଥାଗୁଡିକର କାମ ହେଉଛି ଯେଉଁଠି ପୁଲିସ୍, ସୁରକ୍ଷାକର୍ମୀ କିମ୍ବା ଅନ୍ୟ କୌଣସି ସରକାରୀ ଅଧିକାରୀଙ୍କ ଦ୍ୱାରା ମାନବାଧିକାର ଉଲଂଘନ ହେଉଛି, ତାହାକୁ ବିଚାର କରିବା । ଆଉ ଏଥିରେ ମାନବାଧିକାର କର୍ମୀମାନେ ହିଁ ସାହାଯ୍ୟ କରିଥାନ୍ତି । ସେମାନେ ଆଇନ ଅନୁଯାୟୀ ତଥ୍ୟ ସଂଗ୍ରହ କରି ବିଭିନ୍ନ ମାନବାଧିକାର ସଂସ୍ଥାକୁ ଜଣାଇଥାନ୍ତି ।

କିନ୍ତୁ ଏଥିରେ ସରକାର ଖୁସୀ ନୁହନ୍ତି । ସେମାନେ ଭାବନ୍ତି କାହିଁକି ସରକାରଙ୍କ ବିରୋଧରେ କୌଣସି ବ୍ୟକ୍ତି କମିଶନଙ୍କୁ ସୂଚନା ଦେଉଛନ୍ତି ? ତାହେଲେ ଏ ଦେଶରେ କଣ ମାନବାଧିକାର କମିଶନଗୁଡିକୁ ବନ୍ଦ କରି ଦିଆଯିବା ଉଚିତ୍ ? ଏ କ୍ଷମତା ମଧ୍ୟ ସରକାରଙ୍କର ଅଛି । ଯେ କୌଣସି ପୁଲିସ୍ କିମ୍ବା ସୁରକ୍ଷାବଳ ଦ୍ୱାରା ହେଉଥିବା ଏନକାଉଂଟର୍ ବା ହାଜତ ମୃତ୍ୟୁ ବିଷୟରେ ମାନବାଧିକାର କମିଶନଙ୍କୁ ଜଣାଇବା ବାଧ୍ୟତାମୂଳକ ।

କିନ୍ତୁ ଜଣେ ମାନବାଧିକାର କର୍ମୀ ଯଦି ଏ ବିଷୟରେ ଅଭିଯୋଗ କରେ, ସେ ପୁଲିସ୍ ଓ ପ୍ରଶାସନ ପାଇଁ ହୋଇଯାଏ ‘ଦେଶ ବିରୋଧୀ’ । ଜଣେ ଗୁଇନ୍ଦା ଅଧିକାରୀ ମୋତେ କହିଲେ, “ଆପଣ ଜନସ୍ୱାର୍ଥ ପାଇଁ ଭଲ ଭଲ ମାମଲା ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ କରୁଛନ୍ତି । କିନ୍ତୁ ନକ୍ସଲ ଏନକାଉଂଟର କେଶ୍ କରିବା ବେଳେ ଟିକେ ସତର୍କ ରହିବେ । ଦଶଟା କେସ୍ରୁ ଗୋଟିଏ କେସ୍ ଏ ସମ୍ପର୍କରେ ହେଲେ ଚଳିବ ।

କିନ୍ତୁ ଅଧିକ ହେଲେ ଟିକେ ଅସୁବିଧା ।” ତା ଅର୍ଥ ଦେଶରେ ଥିବା ମାନବାଧିକାର ସୁରକ୍ଷା ଆଇନ ଅନୁଯାୟୀ କାମ କଲେ ମଧ୍ୟ ଆପଣ ଦେଶପ୍ରେମୀ ନୁହଁନ୍ତି ବଂର ଦେଶ ବିରୋଧୀ ବୋଲି ଧରାଯିବେ ! ବର୍ତମାନ ଅନେକ ମାନବାଧିକାର ସଂସ୍ଥା ଉପରେ କଟକଣା ଜାରି କରାଯାଇଛି । ଦାନ ଅର୍ଥ ଉପରେ ଅଂକୁଶ ଲଗାଯାଉଛି । ଗୋଇନ୍ଦା ରିପୋର୍ଟରେ ଅନେକ ସଂସ୍ଥାକୁ ଲୋକଲୋଚନକୁ ଆଣି ଆଗୁଆ ସେମାନଙ୍କୁ ସତର୍କ ଓ ଭୟଭିତ କରାଯାଉଛି ।

ଏସବୁ ଭିତରେ ମଧ୍ୟ ମାନବାଧିକାର କର୍ମୀମାନେ ସେମାନଙ୍କ ଗୁରୁଦାୟିତ୍ୱ ନିଭାଇଚାଲିଛନ୍ତି । ମାନବାଧିକର ସୁରକ୍ଷା ଦିଗରେ ଲଢି ଚାଲିଛନ୍ତି । ସମାଜରେ ମାନବାଧିକର ସୁରକ୍ଷା ସଂସ୍କୃତିକୁ ଆଗକୁ ବଢାଇ ଚାଲିଛନ୍ତି । ଆଜି ମେଡିକାଲ୍ରେ ରୋଗୀଙ୍କୁ ଫଳ ବାଂଟିବା ପାଇଁ ଲୋକଙ୍କ ବେଶୀ ଭିଡ । କିନ୍ତୁ ରୋଗୀଙ୍କୁ ଖାଦ୍ୟ ନ ମିଳିବା ଓ ଚିକିତ୍ସାରେ ଅବହେଳା ହେଉଥିବା କହିବାକୁ ସାମାଜିକ କର୍ମୀ ବାହାରୁ ନାହନ୍ତି ।

ଜେଲ୍ ରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ସଂସ୍ଥା ଆଗ୍ରହୀ । କିନ୍ତୁ ସେଠାରେ ହେଉଥିବା ଅତ୍ୟାଚାର ବିରୋଧରେ ପାଟି ଫିଟାଇବାକୁ ଡର । ଗଛ ଲଗାଇବାକୁ ସମସ୍ତେ ପସନ୍ଦ କରିବା ଭଲ କଥା । କିନ୍ତୁ ଗଛ ଓ ପରିବେଶ ନଷ୍ଟ କରୁଥିବା ବିଭିନ୍ନ ସଂସ୍ଥା ବିରୋଧରେ ସ୍ୱର ଉଠାଇବାକୁ ଭୟ କାହିଁକି ? ଆଉ ଏହି କାମ କରୁଛନ୍ତି ମାନବାଧିକାର କର୍ମୀମାନେ ।

ସେମାନେ ଦେଶର ସମସ୍ୟାର ମୂଳକୁ ଉପାଡି ଫିଙ୍ଗିବାକୁ ସଂଗ୍ରାମ କରୁଛନ୍ତି । ବ୍ୟବସ୍ଥାରେ ଥିବା ସରକାରୀ ଅଧିକାରୀମାନେ କିଭଳି ଠିକ୍ ଭାବେ ଲୋକଙ୍କୁ ସେବା ଦେବେ, ତାହା ଉପରେ ନଜର ରଖୁଛନ୍ତି । ସେମାନଙ୍କୁ ଆମେ କଣ କହିବା ? ଦେଶପ୍ରେମୀ ।

ସାମ୍ବାଦିକ ତଥା ମାନବାଧିକାର କର୍ମୀ

ଫୋନ୍ – ୯୯୩୮୮୭୧୯୮୯

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମାନବାଧିକାର Tagged With: ଅଖଣ୍ଡ, ବିଶ୍ୱମାନବାଧିକାର ଦିବସ, ମାନବାଧିକାର

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version