ଓଡିଶା ଡଟ୍ କମ୍ ସଂବାଦ ଦାତା
ଭୁବନେଶ୍ଵର, ଡିସେମ୍ବର ୧୬ (ଓଡିଶା ଡଟ୍ କମ୍) କଟକ ଜିଲ୍ଲାର ଏକ ଗାଁରେ ଚଢଉକରି ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ପୁଲିସ ବୁଧବାର କହିଛି ।
ଜଗତପୁର ଥାନାଠାରୁ ୫ କିଲୋମିଟର ଦୂର ପଶ୍ଚିମକଛ ଗାଁରୁ ଗିରଫ ହୋଇଥିବା ୩୭ ବର୍ଷ ବୟସ୍କ ଏହି ବ୍ୟକ୍ତିଙ୍କ ନାଁ ହେଲା ମୌଲବୀ ମହମ୍ମଦ ଅବଦୁଲ ରେହମାନ ।
ସେ ପାକିସ୍ତାନ, ଦୁବାଇ, ସାଉଦି ଆରବ ଆଦି ସ୍ଥାନ ଭ୍ରମଣ କରିବା ସହ ଆଫଗାନିସ୍ଥାନ ସୀମାରେ ଆତଙ୍କବାଦ ତାଲିମ ହାସଲ କରିଥିବା ପୁଲିସ ସନ୍ଦେହ କରୁଛି ।
ରାଜ୍ୟ ଓ ଦିଲ୍ଲୀ ପୁଲିସ ମିଳିତ ଭାବେ କରିଥିବା ଏହି ଚଢାଉରେ ରେହମାନ ଘରୁ ମୋବାଇଲ୍ ଫୋନ, ଟାବଲେଟ୍ , ପାସପୋର୍ଟ ଆଦି ଜବତ କରାଯାଇଛି ।
୨୦୧୪ରେ ଭାରତରେ ଆତଙ୍କବାଦୀ ଗତିବିଧି କରିବା ପାଇଁ ଅଲକାଏଦା ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍ (ଏକ୍ୟୁଆଇଏସ୍) ନାମକ ସଂଗଠନ ଗଠନ କରିଥିଲା । ଅବଦୁଲ ଏହି ସଂଗଠନରେ ଯୋଗ ଦେବା ପାଇଁ ଲୋକଙ୍କୁ ମତଉଥିଲା ବୋଲି ପୁଲିସ ଜାଣିବାକୁ ପାଇଛି ।
ଦିଲ୍ଲୀ ପୁଲିସ ନିକଟରେ ମହମ୍ମଦ ଆସିଫ ନାମକ ଜଣେ ସନ୍ଦିଗ୍ଧ ଆତଙ୍କବାଦିକୁ ଉତ୍ତରପ୍ରଦେଶରୁ ଗିରଫ କରିଛି । ଆସିଫ ଓ ଅନ୍ୟ ଦୁଇଜଣଙ୍କ ସହ ଅବଦୁଲ ୨୩ ଜୁନ୍ ୨୦୧୩ରେ ତାଲିମ ପାଇଁ ପାଇଁ ପାକିସ୍ତାନ ଯାଇଥିଲେ ବୋଲି ପୋଲିସ ସୂଚନା ଦେଇଛି ।
ରେହମାନଙ୍କ ଟାଙ୍ଗୀ ଅଞ୍ଚଳରେ ଏକ ମଦ୍ରାସା ରହିଛି। ସେଠାରେ ପଢୁଥିବା ଅଧିକାଂଶ ଛାତ୍ର ହେଲେ ଝାଡ଼ଖଣ୍ଡର । ରାଜ୍ୟର ଏକ ଅଦାଲତରେ ତାକୁ ହାଜର କରାଯିବା ପରେ ପୋଲିସ ଅଧିକ ପଚରା ଉଚୁରା ପାଇଁ ତାକୁ ଦିଲ୍ଲୀ ନେଇଛି ।
୨୦୦୧ରେ ଅବଦୁଲଙ୍କ ବଡ଼ଭାଇ ତାହିର ଅଲ୍ଲୀଙ୍କୁ କଲିକତାରେ ଥିବା ଆମେରିକାର ଦୂତାବାସ ନିକଟରେ ହୋଇଥିବା ଏକ ବିସ୍ଫୋରଣ ଘଟଣାରେ ଗିରଫ କରାଯାଇଥିଲା ।
ଓଡିଶା ଡଟ କମ
Leave a Reply