• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସ୍ୱାସ୍ଥ୍ୟ ସେବା ନା ଶୋଷଣ

May 14, 2018 by ଘାସିରାମ ପଣ୍ଡା Leave a Comment

ଡାକ୍ତର ରୋଗର ସମସ୍ତ କାଗଜାତ ଦେଖି କହିଲେ ଏହା ‘ରୋଗର ନୁହେଁ ବରଂ ଶୋଷଣର ଇତିହାସ’ । ଜଣେ ଡାକ୍ତର ଆଉ ଜଣେ ଡାକ୍ତରଙ୍କ ଚିକିତ୍ସାକୁ ନେଇ ଦେଇଥିବା ଏହି ମତ ଚିକିତ୍ସା ସେବାରେ ଥିବା ଭଲ ଓ ମନ୍ଦ ଉଭୟ ପ୍ରକାର ଲୋକ ଚରିତ୍ରକୁ ଉନ୍ମୁକ୍ତ କରୁଛି । ଜଣେ ପରୀକ୍ଷା, ଔଷଧ ନାଁରେ ଲମ୍ବା ତାଲିକା ଦେଇଥିବା ବେଳେ ଆଉ ଜଣେ ଏହାକୁ ନାପସନ୍ଦ କରିଛନ୍ତି ।

ନିକଟରେ ବୁର୍ଲା ସ୍ଥିତ ଭୀମସାରରେ ଘଟିଥିବା ଘଟଣା ଏହାକୁ ଆହୁରି ପୃଷ୍ଟ କରିଛି । ଗତ ଦୁଇ ଦଶନ୍ଧି ଭିତରେରେ ଆମ ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଯୋଜନା ବଦ୍ଧ ଭାବରେ ବେପାରୀଙ୍କ ହାତକୁ ଟେକି ଦିଆଯାଇଛି । ପାରମ୍ପରିକ ଚିକିତ୍ସାକୁ ମୁର୍ଖ ବଦ୍ୟ ଯମ ସମ କହି ଅବହେଳା କରାଗଲା । ଫଳରେ ପାରମ୍ପରିକ ଜ୍ଞାନ ଲୋପ ପାଇ ବଜାରବାଦି ଏଲୋପାଥି ଚିକିତ୍ସା ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଲା ।

ରାଜ୍ୟରେ ଗତ ପାଞ୍ଚ ବର୍ଷ ଭିତରେ ସରକାରୀ ଡାକ୍ତରଖାନା ମାନଙ୍କରେ ଗୋଟିଏ ବି ଶଯ୍ୟା ବୃଦ୍ଧି ପାଇଁ ବ୍ୟୟ ବରାଦ ହେଲା ନାହିଁ । ଅପର ପକ୍ଷରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନକୁ ଅଣଦେଖା କରାଯାଇ ବେସରକାରୀ ଡାକ୍ତରଖାନାକୁ ପ୍ରୋତ୍ସାହିତ କରାଯାଉଛି । ସ୍ଥିତି ଏପରି ହୋଇଛି ଯେ, ସରକାରୀ ତୁଳନାରେ ବେସରକାରୀ ଡାକ୍ତରଖାନାରେ ଅଧିକ ଶଯ୍ୟା ଅଛି ଓ ସେହି ଅନୁସାରେ ଲୋକଙ୍କର ନିର୍ଭରଶୀଳତା ବଢିଛି ।

ମରିବାକୁ ଭୟ କରୁଥିବା ମଣିଷ ପାଇଁ ସ୍ୱାସ୍ଥ୍ୟ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଓ ଏହା ସାଧାରଣ ଲୋକଙ୍କ ପାଇଁ ଅବୁଝା ବିଷୟ । ଏଣୁ ଯେତେ ଖର୍ଚ୍ଚ ହେଉ ପଛକେ ଡାକ୍ତର ଯାହା ପରାମର୍ଶ ଦେବେ ବିନା ପ୍ରଶ୍ନରେ ସେସବୁ କରିବାକୁ ପଡେ । ଏହି ମାନସିକତାର ଫାଇଦା ଡାକ୍ତର ଓ ବେସରକାରୀ ଡାକ୍ତରଖାନା ନେଉଛନ୍ତି । ଗୋଟିଏ ଡାକ୍ତର କରେଇଥିବା ସ୍ୱାସ୍ଥ୍ୟ ପରୀକ୍ଷା ଆଉ ଗୋଟିଏ ଡାକ୍ତରଙ୍କ ପସନ୍ଦ ହୁଏ ନାହିଁ ।

ଅନେକ ଡାକ୍ତର ନିଜ ପସନ୍ଦର ପାରୀକ୍ଷାଗାର, ଔଷଧ ଦୋକାନକୁ ଯିବା ପାଇଁ ବାଧ୍ୟ କରିଥାନ୍ତି । ସରକାରୀ ଡାକ୍ତରଖାନା ଖରାପ ଏମିତି ଏକ ମାନସିକତା ଇତି ମଧ୍ୟରେ ତିଆରି କରାହୋଇ ସାରିଛି । ଏଣୁ ଡାକ୍ତର ସରକାରୀ ହୋଇଥିବେ ଅଥଚ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସାଧାରଣ ଘଟଣା ହେଲାଣି । ସ୍ୱାସ୍ଥ ପରୀକ୍ଷା, ଔଷଧ ଓ ଚିକିତ୍ସା କେବଳ ଡାକ୍ତରଙ୍କ ଇଚ୍ଛା ଓ ରୋଗୀର ଆବଶ୍ୟକତାରେ ହେଉଛି ତାହା ନୁହେଁ ।

ବେପାରୀମାନେ ଡକ୍ତରଙ୍କୁ କେତେ ଭାଗ ଦେବେ ତାରି ଆଧାରରେ ବି ରୋଗୀର ଭାଗ୍ୟ ନିର୍ଦ୍ଧାରଣ ହେଉଛି । ଏଥିପାଇଁ ହୁଏତ ଅନେକଙ୍କୁ ଜମିବାଡି ବିକ୍ରି କରିବାକୁ ପଡିଥାଇ ପାରେ ବା ଧାର କରଜ କରି ମହାଜନ ପାଖରେ ଗୋତି ହେବାକୁ ପଡିପାରେ । ଇତି ମଧ୍ୟରେ ଭୀମସାରକୁ ନେଇ ଆନ୍ଦୋଳନ ପ୍ରଶମିତ ହୋଇଛି । ହେଲେ ଯେଉଁ ମୌଳିକ ପ୍ରଶ୍ନରୁ ଏହା ଆରମ୍ଭ ହୋଇଥିଲା ତାହା ଏବେବି ଅସମାହିତ ରହିଛି ।

ବ୍ରହ୍ମପୁର, ବୁର୍ଲା ଓ କଟକ ଡାକ୍ତରଖାନାକୁ ଲୋକେ ବଡ ଡାକ୍ତରଖାନା ବୋଲି ଭାବନ୍ତି । ଏଣୁ ଏଠିକାର ଚିକିତ୍ସା ଓ ଡାକ୍ତରଙ୍କ ଉପରେ ସେମାନଙ୍କର ଅଧିକ ଭରସା ଥାଏ । ଅଲଗା କେଉଁଠି ରୋଗ ଉପସମ ନହେଲେ ସେମାନେ ଏଠାକୁ ଆସନ୍ତି । କିଛି ବର୍ଷ ଭିତରେ ରାଜ୍ୟରେ ବେସ କିଛି ବେସରକାରୀ ଡାକ୍ତରଖାନା ପ୍ରତି ିତ ହୋଇଛି । ଫଳରେ ଏହିସବୁ ବଡ ଡାକ୍ତରଖାନାକୁ ଆଉ ସମସ୍ତେ ଆସୁ ନାହାନ୍ତି ।

ପଇସାବାଲା ଓ ଗରୀବଙ୍କ ଡାକ୍ତରଖାନ ଅଲଗା ହୋଇଯାଇଛି । ହେଲେ ଡାକ୍ତର ଅଲଗା ନୁହନ୍ତି । ସାଧାରଣ ଲୋକଙ୍କ ଟିକସରୁ ଦରମା ନେଉଥିବା ସରକାରୀ ଡାକ୍ତର ଗରୀବଙ୍କୁ ସେବା ଯୋଗେଇବା ସମୟରେ କର୍ତ୍ତବରେ ଅବହେଳା କରି ଅଧିକ ଅର୍ଥ ଲାଳସାରେ ଥିଲାବାଲାଙ୍କୁ ଘରୋଇ ଚିକିତ୍ସା କରୁଛନ୍ତି । ସରକାରି ଡାକ୍ତରଖାନାରେ ଅବହେଳିତ ଗରୀବ ରୋଗୀ ନିଜର କ୍ଷୀଣ ସ୍ୱରରେ କେତେ ପ୍ରତିବାଦ କରିବ ? କିଛି କର୍ମ ଆଦରି ପଡିରହିଲେ ଓ କିଛି ସର୍ବସ୍ୱାନ୍ତ ହୋଇ ଘରୋଇ ଚିକିତ୍ସାଳୟର ସରଣ ପଶିବାକୁ ବାଧ୍ୟ ହେଲେ ।

ଭୀମସାରର ନୂତନ ନର୍ଦ୍ଦେଶକ ଏଦିଗରେ ପରିବର୍ତ୍ତନ ପାଇଁ ପଦକ୍ଷେପ ନେଲେ । ସ୍ଥାଣୁ ହୋଇପଡିଥିବା ସରକାରୀ ଚିକିତ୍ସା ବ୍ୟବସ୍ଥାରେ ଏହା ହଲଚଲ ସୃଷ୍ଟି କଲା । ଦାୟୀତ୍ୱରେ ଅବହେଳା କରୁଥିବା ଡାକ୍ତରମାନେ ତାଙ୍କର ଉତ୍ତରଦାୟୀତ୍ୱକୁ ନେଇ କେବେ କଇଫତ ଦେବାରେ ଅଭ୍ୟସ୍ତ ନଥିଲେ । ହଠାତ ନିର୍ଦ୍ଦେଶକଙ୍କ ଚଢାଉ ସେମାନଙ୍କର ପରକିୟାପ୍ରିତିକୁ ପଦାରେ ପକେଇଦେବା ହେତୁ ଅପଦସ୍ତ ଓ ଅପମାନିତ ହୋଇଥାଇପାରନ୍ତି ।

ହେଲେ ନିଜକୁ ସୁଧାରି ନେବା ବଦଳରେ ଚୋର ମୁହଁ ଟାଣ ଭଳି ପରକିୟାପ୍ରତିକୁ ଘୋଡାଇବା ପାଇଁ ପ୍ରତିକ୍ରୟାଶୀଳ ହୋଇପଡିଲେ । ନିଜକୁ କ୍ଷମତାଶାଳୀ ମନେକରୁଥିବା କତିପୟ ଲୋକ ଅଉ ଜଣେ ତାଙ୍କ ଉପରେ କ୍ଷମତା ଜାହିର କରୁ ଏକଥା ହଜମ ହେଲାନାହିଁ ବୋଧହୁଏ । ଅପରପକ୍ଷରେ ଦିର୍ଘ ଦିନର ଅବହେଳାକୁ ବରଦାସ୍ତ କରିଆସୁଥିବା ଲୋକେ କେହି ଜଣେ ବିରାଡି ବେକରେ ଘଣ୍ଟି ବାନ୍ଧି ବାକୁ ସକ୍ଷମ ହେବାର ଦେଖି ନିଜର ଅବଦମୀତ କ୍ରୋଧକୁ ଜାହିର କରିଥିଲେ ।

ସମଗ୍ର ପଶ୍ଚିମାଞ୍ଚଳରେ ନିର୍ଦ୍ଦେଶକଙ୍କ ସପକ୍ଷରେ ଦଳମତ ନିର୍ବିଷେଶରେ ଉଠିଥିବା ସମର୍ଥନର ସ୍ୱର ପ୍ରକୃତପକ୍ଷେ ସ୍ୱାସ୍ଥ୍ୟ ସେବାରେ ଥିବା ଦୁର୍ନିତି ବିରୁଦ୍ଧରେ ଏକ ଜନ ଆନ୍ଦୋଳନ ଥିଲା । ଭୀମସାର ନିର୍ଦ୍ଦେଶକ ନେଇଥିବା ପଦକ୍ଷେପ ତାଙ୍କ ଦାୟୀତ୍ୱ ବୋଧର ପରିଚାୟକ ମାତ୍ର । ରାଜ୍ୟରେ ପିସି କାରବାରକୁ ବନ୍ଦ କରିବା ପାଇଁ ଆହ୍ୱାନ ଦେଇଥିବା ସରକାର ପ୍ରତ୍ୟେକ ଅନୁ ।ନର ମୂଖ୍ୟଙ୍କୁ ଏମିତି ଦାୟୀତ୍ୱ ସଚେତନ କରିପାରିଲେ ଦୁର୍ନିତୀମୁକ୍ତ ଶାସନତନ୍ତ୍ର ସମ୍ଭବ ।

ଡାକ୍ତମାନେ କର୍ତ୍ତବ୍ୟ ପରାୟଣ ହେଲେ ନିଜର ସମ୍ମାନ ଫେରି ପାଇବେ । ସହିପରି ପ୍ରତ୍ୟେକ ସାଧାରଣ ମଣିଷ ନିଜର ହକ ପାଇଁ କ୍ଷମତା କେନ୍ଦ୍ରକୁ ପ୍ରଶ୍ନ କରିବା ଶିଖିଲେ ଉଭୟଙ୍କ ପାଇଁ ଶୋଷଣ ମୁକ୍ତ ସେବା ପ୍ରତିଷ୍ଠିତ ହେବ ।

ଘାସିରାମ ପଣ୍ଡା

Filed Under: ସ୍ୱାସ୍ଥ୍ୟ Tagged With: ଶୋଷଣ, ସ୍ୱାସ୍ଥ୍ୟ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version