• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କୋରାପୁଟ

ମାଓବାଦୀଙ୍କ ଭାରତ ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ

May 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୬(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ଭାରତ ବନ୍ଦ ଡ଼ାକରା ଯୋଗୁଁ ବୁଧବାର ଦକ୍ଷିଣ ଓଡ଼ିଶାର ମାଓ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

କୋରାପୁଟ ଜିଲ୍ଲା ନାରାୟଣପାଟଣା, ବନ୍ଧୁଗାଁ ଅଞ୍ଚଳରେ ଯାନବାହାନ ଓ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଠାରୁ ଚନ୍ଦ୍ରପୁର ଓ କନ୍ଧମାଳକୁ ଯାନବାହାନ ଚଳାଚଳ ବନ୍ଦ ରହିଛି ।

ଫଳରେ ଜୟପୁର, ଫୁଲବାଣୀ, ପାରଳାଖେମୁଣ୍ଡି ଅଞ୍ଚଳକୁ ଯିବାକୁ ଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ସଂପୃକ୍ତ ଅଞ୍ଚଳରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

ସିପିଆଇ ମାଓବାଦୀ ସଂଗଠନର ଶ୍ରୀକାକୁଲମ୍-କୋରାପୁଟ ଡ଼ିଭିଜନ୍ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡ଼ାକରାକୁ ଦୃଷ୍ଟିରେ ରଖି ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଗଜପତି ଆଦି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଏହି ଜିଲ୍ଲା ଗୁଡ଼ିକୁ ଯାଉଥିବା ସରକାରୀ ବସ୍ ଗୁଡ଼ିକୁ ବାତିଲ କରିିଆଯାଇଥିବା ବେଳେ ଘରୋଇ ବସ୍ ଓ ଅନ୍ୟାନ୍ୟ ଯାନବାହାନ ଚଳାଚଳ କରୁଛି ।

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଏନ୍ସିଟିସିକୁ ବିରୋଧ କରି ମାଓବାଦୀମାନେ ଏହି ବନ୍ଦ ଡ଼ାକରା ଦେଇଥିବା ବେଳେ ଗ୍ରୀନହଣ୍ଟ ଅପରେସନ ଏବଂ ସିଆର୍ପିଏଫ୍ କ୍ୟାମ୍ପ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋରାପୁଟ, ମାଓବାଦୀ

ପୋଲିସ ଇନ୍-ଫର୍ମର ସନ୍ଦେହରେ ଠିକାଦାରଙ୍କୁ ହତ୍ୟା

May 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନାରାୟଣପାଟଣା, ମଇ ୧୧(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲାରେ ମାଓବାଦୀମାନେ ଶୁକ୍ରବାର ପୋଲିସ ଇନ୍-ଫର୍ମର ସନ୍ଦେହରେ ଜଣେ ଠିକାଦାରଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।

ନାରାୟଣପାଟଣା ଅନ୍ତର୍ଗତ ଜେଟାଲ ଗ୍ରାମ ନିକଟରେ ପ୍ରସାଦ ନାମକ ବ୍ୟକ୍ତିଙ୍କ ମୃତ ହଦେ ପଡ଼ିଥିବା ସକାଳୁ ଲୋକମାନେ ଦେଖିବାକୁ ପାଇଥିଲେ ।

ତେବେ ଗତକାଲି ବିଳମ୍ବିତ ରାତିରେ ସେ କାମସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋରାପୁଟ, ନାରାୟଣପାଟଣା

ବିଧାୟକ ଅପହରଣ: ଦାବି ଦୋହରାଇଲେ ମାଓବାଦୀ

April 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଲକ୍ଷ୍ମୀପୁର ବିଧାୟକଙ୍କ ମୁକ୍ତି ପାଇଁ ମାଓବାଦୀମାନେ ଶନିବାର ପୁଣି ସେମାନଙ୍କର ଦାବି ଦୋହରାଇଛନ୍ତି ।

ଚାଷୀମୂଲିଆ ଆଦିବାସୀ ସଂଘର ସମସ୍ତ କର୍ମକର୍ତାଙ୍କୁ ମୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି । ପୂର୍ବରୁ ସେମାନେ ୨୯ ଜଣ ବନ୍ଦୀଙ୍କୁ ଛାଡ଼ିବୋକୁ ଦାବି କରିଥିଲେ ।

କିନ୍ତୁ ସରକାର ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କୁ ମୁକ୍ତ କରିବା ପାଇଁ ରାଜି ହୋଇଥିବା ବେଳେ ମାଓବାଦୀମାନେ ଏହାକୁ ଅଗ୍ରାହ୍ୟ କରି ଆସନ୍ତା ୨୫ରେ ପ୍ରଜାକୋର୍ଟରେ ବିଧାୟଙ୍କ ମୁକ୍ତି ନେଇ ନିଷ୍ପତି ନିଆଯିବ ବୋଲି କହିଥିଲେ ।

ଦାବି ସଂପର୍କରେ ସରକାର ଯେଉଁଭଳି ଭାବରେ ପଦକ୍ଷେପ ଗ୍ରହଣ କରୁଛନ୍ତି ଏହା କୌଣସି ନିର୍ଦ୍ଧିଷ୍ଟ ସମାଧାନରେ ପହଞ୍ଚିବ ନାହିଁ ବୋଲି ମାଓନେତା ଏକ ବାର୍ତାରେ କହିଛନ୍ତି ।

ବିଧାୟକଙ୍କୁ ମୁକ୍ତ କରିବାକୁ ଯଦି ସରକାରଙ୍କ ଇଚ୍ଛା ଅଛି ତେବେ ଚାଷୀମୂଲିଆ ଆଦିବାସୀ ସଂଘର ସମସ୍ତ ସଦସ୍ୟଙ୍କୁ ଖଲାସ କରିବା ଉଚିତ୍ ବୋଲି ସେ କେତେକ ଗଣମାଧ୍ୟକୁ ପଠାଇଥିବା ଏକ ପତ୍ରରେ ଉଲ୍ଲେଖ କକରାଯାଇଛି ।

“ଆମେ ସରକାରଙ୍କ ଯୋଜନାକୁ ବିରୋଧ କରୁଛୁ, ଅପହୃତଙ୍କ ମୁକ୍ତି ପାଇଁ ସରକାର ଯେଉଁ ବିଳମ୍ବ କରୁଛନ୍ତି ତାହାକୁ ମଧ୍ୟ ଆମେ ନିନ୍ଦା କରୁଛୁ” ସେ କହିଛନ୍ତି । ମାଓ ବିରୋଧୀ ଅଭିଯାନକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ସେ କହିଛନ୍ତି ।

ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କୁ କୋରାପୁଟରୁ ଅପହରଣ କରିନେଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଅପହରଣ, କୋରାପୁଟ, ଚାଷୀମୂଲିଆ, ଝିନ୍ନ ହିକକା, ବିଧାୟକ, ମାଓବାଦୀ

ମାଓବାଦୀଙ୍କୁ ଖଲାସ ନେଇ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

April 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ଅପ୍ରେଲ ୧୯(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଧାୟକ ଝିନ୍ନ ହିକ୍କାଙ୍କ ମୁକ୍ତି ବଦଳରେ ସରକାର ମାଓବାଦୀଙ୍କୁ ଜେଲ୍ ରୁ ଖଲାସ କରିବା ଘଟଣାରେ ଜବାବ ଦାଖଲ ପାଇଁ ଗୁରୁବାର ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅବସରପ୍ରାପ୍ତ ସେନାଧିକାରୀ ମେଜର ଜେନେରାଲ ଗଙ୍ଗୁରୀପ୍ ସିଂ ବକ୍ସିଙ୍କ ଦ୍ୱାରାଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଛନ୍ତି ।

ବିଧାୟକଙ୍କ ମୁକ୍ତି ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି ସେ ବିଷୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ କୋର୍ଟ କହିଛନ୍ତି ।

ସରକାରଙ୍କ ଏଭଳି ପଦକ୍ଷେପକୁ ଦୃଢ଼ ବିରୋଧ କରି ବକ୍ସି ବୁଧବାର କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ମାଓବାଦୀଙ୍କୁ ଖଲାସ ଦ୍ୱାରାସୁରକ୍ଷା ବାହୀନୀର ମନୋବଳ ଉପରେ ପ୍ରଭାବ ପଡ଼ିବ । ସେମାନେ ତାଙ୍କର ଜୀବନକୁ ବାଜି ଲଗାଇ ମାଓବାଦୀ ମାନଙ୍କୁ ଧରିଛନ୍ତି ବୋଲି ସେ ଏଥିରେ ଦର୍ଶାଇଥିଲେ ।

ପୂର୍ବରୁ ମାଓବାଦୀମାନେ ୩୦ ଜଣ ବନ୍ଦୀଙ୍କୁ ଖଲାସ କରିବାକୁ ଦାବି କରିଆସୁଥିବା ବେଳେ ବିଭିନ୍ନ ମାମଲାରେ ଜଡ଼ିତ ମାଓନେତା ଘାସିକୁ ଖଲାସ କରାଯାଇ ପାରିବ ନାହିଁ ବୋଲି ସରକାର କହିବା ପରେ ସେମାନେ ୨୯ ଜଣଙ୍କୁ ଖଲାସ କରିବାକୁ ଦାବି କରିଥିଲେ ।

ତେବେ ୨୭ ଜଣଙ୍କ ଖଲାସ ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ ବୁଧବାର ୧୩ ଜଣଙ୍କ ନାଁରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ୩୭ ବର୍ଷ ବୟସ୍କ ବିଧାୟକ ଝିନ୍ନ ହିକକାଙ୍କୁ ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ ଅପହରଣ କରିନେଇଥିଲା ।

ତେବେ ବନ୍ଦୀଙ୍କ ଜାମିନ ପ୍ରକ୍ରିୟା ନେଇ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିନାହାନ୍ତି । ବନ୍ଦୀଙ୍କ ମୁକ୍ତି ପ୍ରକ୍ରିୟାରେ ସରକାର ସହଯୋଗ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋରାପୁଟ, ଝିନ୍ନ ହିକକା, ବିଧାୟକ, ମାଓବାଦୀ, ମୁଖ୍ୟମନ୍ତ୍ରୀ, ସୁପ୍ରିମକୋର୍ଟ

ଅପହୃତଙ୍କ ମୁକ୍ତି ପାଇଁ ୨୭ ବନ୍ଦୀଙ୍କୁ ଛାଡ଼ିବାକୁ ନିଷ୍ପତି

April 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଦେଶୀ ପର୍ଯ୍ୟଟକ ଏବଂ ବିଧାୟକଙ୍କ ମୁକ୍ତି ପାଇଁ ୨୭ ଜଣ ବନ୍ଦୀଙ୍କୁ ଜେଲ୍ ରୁ ଖଲାସ କରିବାକୁ ସରକାର ବୁଧବାର ନିଷ୍ପତି ଗ୍ରହଣ କରିଛନ୍ତି ।

ସଂଧ୍ୟାରେ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଏସଂପର୍କରେ କହିଛନ୍ତି ।

ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଥିବା ଚାଷି ମୂଲିଆ ଆଦିବାସୀ ସଂଘର ୧୫ ଜଣ ସଦସ୍ୟ ଏବଂ ୮ ଜଣ ମାଓବାଦୀଙ୍କୁ ଜେଲରୁ ଖଲାସ କରିବାକୁ ନିଷ୍ପତି ନିଆଯାଇଛି ବୋଲି ସେ କହିଛନ୍ତି ।

ସେହିପରି ସିପିଆଇ ମାଓବାଦୀ ସଂଗଠନର ଓଡ଼ିଶା କମିଟି ଦ୍ୱାରା ଅପହୃତ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କ ମୁକ୍ତି ପାଇଁ ମଧ୍ୟସ୍ଥିଙ୍କ ଦ୍ୱାରା ଦିଆଯାଇଥିବା ତାଲିକା ମଧ୍ୟରୁ ଚାରି ଜଣଙ୍କୁ ଖଲାସ କରିବାକୁ ନିଷ୍ପତି ନିଆଯାଇଛି, ସେ କହିଛନ୍ତି ।

ଉଭୟ ବିଧାୟକ ଏବଂ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଜେଲରୁ ଖଲାସ ହେବାକୁ ଥିବା ବ୍ୟକ୍ତିଙ୍କ ନାମ ଗୁରୁବାର ଘୋଷଣା କରାଯିବ, ସେ କହିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ତେବେ ଗତ ୨୫ ତାରିଖରେ କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ ।

ସେହିପରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଜେଡ଼ି ବିଧାୟକ ହିକକାଙ୍କୁ ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାରୁ ଅପହରଣ କରିନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କୋରାପୁଟ, ଗଣମାଧ୍ୟମ, ଝିନ୍ନ ହିକକା, ବିଦେଶୀ ପର୍ଯ୍ୟଟକ, ବିଧାୟକ

ବିଧାୟକଙ୍କ ମୁକ୍ତି ପାଇଁ ବିଧାନସଭାରେ ସଂକଳ୍ପ ପ୍ରସ୍ତାବ

April 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ ବୁଧବାର ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରାଆଗତ ଏହି ପ୍ରସ୍ତାବକୁ ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକମାନେ ସମର୍ଥନ ଜଣାଇଛନ୍ତି ।

ହିକକାଙ୍କ ଅପହରଣକୁ ଦୀର୍ଘ ୧୨ଦିନ ହୋଇଯାଇଥିଲେ ମଧ୍ୟ ତାଙ୍କ ମୁକ୍ତି ପାଇଁ କୌଣସି ନିଷ୍ପତି ହୋଇପାରି ନଥିବାରୁ ବିଧାୟକମାନେ ଉଦ୍ଦବେଗ ପ୍ରକାଶ କରିଛନ୍ତି ।

ବିଧାୟକଙ୍କ ମୁକ୍ତି ପାଇଁ ସରକାରଙ୍କ ସହ ଆଲୋଚନା କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗାଙ୍କୁ ଆମନ୍ତ୍ରଣ କରିଥିଲେ ।

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଜେଡ଼ି ବିଧାୟକ ହିକକାଙ୍କୁ ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାରୁ ଅପହରଣ କରିନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କୋରାପୁଟ, ବିଧାନସଭା, ବିଧାୟକ, ମୁଖ୍ୟମନ୍ତ୍ରୀ

ବିଧାୟକ ଅପହରଣ ନେଇ ବିଧାନସଭାରେ ହଟ୍ଟଗୋଳ

March 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୬(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କ ଅପହରଣ ପ୍ରସଙ୍ଗ ନେଇ ସୋମବାର ବିଧାନସଭାରେ ବିରୋଧୀମାନେ ପୁଣି ହଟ୍ଟଗୋଳ କରିଛନ୍ତି ।

ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିବା ସହ ସରକାର
ବିରୋଧୀ ସ୍ଲୋଗାନ ଦେଇଥିଲେ ଏବଂ କେତେକ ସଦସ୍ୟ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ।

ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ବାଚସ୍ପତି ପ୍ରଥମେ ଗୃହକୁ ୧୨ଟା ୩୦ ପର୍ଯ୍ୟନ୍ତ ଏବଂ ପରେ ପୁଣି ସେହି ସମାନ ପରିସ୍ଥିତି ହେବାରୁ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ।

ବିଧାୟକଙ୍କ ଅପହରଣ ଘଟଣାକୁ ନେଇ କଂଗ୍ରେସ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ
| ଗତ ଜିଲ୍ଲାପରିଷଦ ନିର୍ବାଚନ ସମୟରେ କୋରାପୁଟ ଜିଲ୍ଲାରେ ଚାଷି ମୂଲିଆ ଆଦିବାସୀ ସଂଘ ସହ ସରକାର ବୁଝାମଣା କରିଛନ୍ତି ବୋଲି ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ଅଭିଯୋଗ କରିଥିଲେ ।

ତେବେ ପୁଣି ତିନିଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ
କରିଥିଲେ ଏବଂ ବାଚସ୍ପତି ଗୃହକୁ ୪ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋରାପୁଟ, ବିଧାନସଭା

ଦୁଇଦିନ ପରେ ମଧ୍ୟ ବିଧାୟକଙ୍କ ସଂପର୍କରେ ସୂଚନା ନାହିଁ

March 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୫(ଓଡ଼ିଶା ଡ଼ଟ୍ କମ୍) ଅପହରଣର ଦୀର୍ଘ ଦୁଇଦିନ ପରେ ମଧ୍ୟ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଜେଡ଼ି ବିଧାୟକ ଝିନ୍ନ ହିକକାଙ୍କ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ ।

ବିଧାୟକଙ୍କ ଗାଡ଼ି ଡ଼୍ରାଇଭର ଏବଂ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ବୟାନକୁ ନେଇ ଏହା ମାଓବାଦୀଙ୍କ କାର୍ଯ୍ୟ ବୋଲି ଜଣାପଡ଼ିବା ପରେ ପୋଲିସ ପକ୍ଷରୁ ଅନୁସଂଧାନ ଜାରି ରହିଛି ।

ବିଧାୟକଙ୍କୁ ଶୀଘ୍ର ଅକ୍ଷତ ଅବସ୍ଥାରେ ଛାଡ଼ି ଦେବା ପାଇଁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ମାଓବାଦୀଙ୍କୁ ନିବେଦନ କରିଛନ୍ତି । ହିକକା ଜଣେ ଲୋକପ୍ରୀୟ ଆଦିବାସୀ ନେତା ହୋଇଥିବାରୁ ମାଓବାଦୀମାନେ ତାଙ୍କୁ ଛାଡ଼ି ଦେବେ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ସଚିବାଳୟରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂପର୍କରେ ଆଲୋଚନା କରିଛନ୍ତି ।

ହିକକାଙ୍କ ମୁକ୍ତି ପାଇଁ ମାଓବାଦୀ ସଂଗଠନ ପକ୍ଷରୁ ବର୍ତମାନ ପର୍ଯ୍ୟନ୍ତ ସରକାରଙ୍କ ନିକଟରେ କୌଣସି
ଦାବି ଉପସ୍ଥାପନ କରାଯାଇ ନାହିଁ ।

ବିଧାୟକଙ୍କ ମୁକ୍ତି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଓ ର୍ୟାଲି କରାଯାଉଥିବା ବେଳେ ଲକ୍ଷ୍ମୀପୁର ଅଂଚଳବାସୀ ଓ ବିଧାୟକଙ୍କ ପରିବାର ଲୋକେ ତାଙ୍କୁ ସୁରକ୍ଷିତ ଭାବେ ଛାଡ଼ିବୋ ପାଇଁ ନିବେଦନ କରିଛନ୍ତି ।

ଶନିବାର ମଧ୍ୟରାତ୍ରରେ ବିଧାୟକ ନିଜଗାଡ଼ିରେ ଡ଼୍ରାଇଭର ଏବଂ ସୁରକ୍ଷା କର୍ମୀଙ୍କ ସହ ସେମିଳିଗୁଡ଼ାରୁ ଘରକୁ ଫେରୁଥିବା ବେଳେ ତୟାପୁଟ ଠାରେ ମାଓବାଦୀମାନେ ତାଙ୍କୁ ଅଟକାଇଥିଲେ ।

ପରେ ସେମାନେ ଡ଼୍ରାଇଭର ଏବଂ ସୁରକ୍ଷାକର୍ମୀଙ୍କୁ ଛାଡ଼ି ଦେଇଥିବା ବେଳେ ବିଧାୟକଙ୍କୁ ଅପହରଣ କରି ନେଇଯାଇଥିଲେ ।

ତୟାପୁଟ ପଞ୍ଚାୟତ ଡୁମୁରିପଦର ଗାଁର ହିକକା ପ୍ରଥମ ଥର ପାଇଁ ୨୦୦୯ ବିଧାନସଭା ନିର୍ବାଚନରେ ଲକ୍ଷ୍ମୀପୁର ଆସନରୁ ପ୍ରତିଦ୍ଵନ୍ଦିତା କରି ବିଜୟୀ ହୋଇଥିଲେ । ତାଙ୍କ ପତ୍ନୀ କୌଶଲ୍ୟା ମାଝି ଜଣେ ପ୍ରାଥମିକ ଶିକ୍ଷୟିତ୍ରୀ ଓ ତାଙ୍କର ଦୁଇ ପୁଅ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅପହରଣ, କୋରାପୁଟ, ମାଓବାଦୀ

ବିଜେଡ଼ି ବିଧାୟକ ଝିନ୍ନ ହିକକାଙ୍କୁ ମାଓବାଦୀଙ୍କ ଅପହରଣ

March 23, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ମାର୍ଚ୍ଚ ୨୪(ଓଡ଼ିଶା ଡ଼ଟ୍ କମ୍) ଅଶସସ୍ତ୍ର ମାଓବାଦୀମାନେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଜେଡ଼ି ବିଧାୟକ ଝିନ୍ନ ହିକକାଙ୍କୁ ଅପହରଣ କରିଦେଇଥିବା ପୋଲିସ ଶନିବାର କହିଛି ।

୩୭ ବର୍ଷ ବୟସ୍କ ହିକକା ଶୁକ୍ରବାର ରାତି ୧ଟାରେ ସେମିଳିଗୁଡ଼ାରୁ ନିଜ ଗାଡ଼ିରେ ଡ଼୍ରାଇଭର ଏବଂ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ସହ ଫେରୁଥିବା ବେଳେ ଲକ୍ଷ୍ମୀପୁର- କୋରାପୁଟ ରାସ୍ତାର ତୟାପୁଟ ଠାରେ ଶତାଧିକ ମାଓବାଦୀ ତାଙ୍କୁ ଅଟକାଇଥିଲେ ।

ସେମାନେ ସୁରକ୍ଷା କର୍ମୀ ଏବଂ ଡ଼୍ରାଇଭରଙ୍କୁ ଛାଡ଼ି ଦେଇଥିବା ବେଳେ ବିଧାୟକଙ୍କୁ ଅପହରଣ କରିନେଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମାଓବାଦୀମାନେ ସେଠାରେ ପୋଷ୍ଟର ଛାଡ଼ି ଯାଇଛନ୍ତି ।

୧୩ ଦଫା ଦାବି ପୂରଣ ହେଲେ ବିଧାୟକଙ୍କୁ ଛାଡ଼ିିଆଯିବ ବୋଲି ସେଥିରେ ଉଲ୍ଲେଖ ଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କୋରାପୁଟ, ବିଜେଡ଼ି, ବିଧାୟକ, ମାଓବାଦୀ

କୋରାପୁଟ: ଡ଼ଙ୍ଗା ବୁଡ଼ି ଜଣଙ୍କ ମୃତ୍ୟୁ

March 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ମାର୍ଚ୍ଚ ୧୨(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ନନ୍ଦପୁର ଠାରୁ କିଛି କିମି ଦୂର ଆନ୍ଧ୍ରପ୍ରଦେଶ ସୀମାନ୍ତ ଏକ ନଦୀରେ ଡ଼ଙ୍ଗା ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୋଲିସ ସୋମବାର କହିଛି ।

ରବିବାର ଅପରାହ୍ନରେ ଆନ୍ଧ୍ରପ୍ରଦେଶର ୩୦ ଜଣ ଲୋକ ଡ଼ଙ୍ଗା ସାହାଯ୍ୟରେ ଶୋଭାପୁଟ ଅଂଚଳକୁ
ଆସୁଥିବା ବେଳେ ଏହା ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା ।

ଫଳରେ ସେଥିରେ ଥିବା ସମସ୍ତ ଯାତ୍ରୀ ପାଣିରେ ବୁଡ଼ି ଯାଇଥିଲେ । ରାତି ସୁଦ୍ଧା ଜଣେ ବ୍ୟକ୍ତିଙ୍କ ଶବ
ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅବସ୍ଥାରେ ଫେରି ଆସିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆନ୍ଧ୍ରପ୍ରଦେଶ, କୋରାପୁଟ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ