• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନାଲକୋ

ନାଲକୋ ପକ୍ଷରୁ ବକ୍ସାଇଟ ଖନନ ପୁନଃ ଆରମ୍ଭ

December 18, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୮(ଓଡିଶା ଡଟ୍ କମ୍)- କୋରାପୁଟ ଜିଲ୍ଲାର ପଞ୍ଚପଟ୍ଟମାଳୀ ବକ୍ସାଇଟ ଖଣିରେ ଖନନ କାର୍ଯ ଆରମ୍ଭ କରିବା ପାଇଁ ଅସ୍ଥାୟୀ କାର୍ଯ ଅନୁମତି ହାସଲ କରିବା ପରେ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଗତ ସନ୍ଧ୍ୟାରୁ ଖନନ କାର୍ଯ ପୁନଃ ଆରମ୍ଭ କରାଯାଇଛି ।

Bauxite-mines-nalco

ଖଣି ଲିଜ ଅବଧି ସମାପ୍ତ ହେବା ପରେ ନାଲକୋର ଖଣି କାର୍ଯ୍ୟ ଗତ ମାସ ୧୭ ତାରିଖରୁ ବନ୍ଦ ରହିଥିଲା । ଯଦିଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପାଇ ନଥିବାରୁ ଏହି ସମୟରେ କମ୍ପାନୀର ପଞ୍ଚପଟ୍ଟମାଳୀ ଖଣିରୁ ବକ୍ସାଇଟ ଖନନ ସ୍ଥଗିତ ରହିଥିଲା, ଏହାର ରିଫାଇନେରୀ ଓ ସ୍ମେଲ୍ଟରରେ କାର୍ଯ୍ୟ ବ୍ୟାହତ ହୋଇନଥିଲା ।

ପୂର୍ବରୁ ଗଚ୍ଛିତ ବକ୍ସାଇଟ ବ୍ୟବହାର କରି ଉଭୟ ୟୁନିଟରୁ ଉତ୍ପାଦନ କାର୍ଯ୍ୟ ଜାରୀ ରହିଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଖଣି ବନ୍ଦ ରହିଥିବା ସମୟରେ କମ୍ପାନୀ ବିଭିନ୍ନ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ହାତକୁ ନେଇଥିଲା । ଉଦାହରଣ ସ୍ୱରୂପ, ଏହି ସମୟ ମଧ୍ୟରେ କନଭେୟର ବେଲ୍ଟର ମରାମତି କରାଯାଇଥିଲା, ଯାହା କି ଅନ୍ୟ ସମୟରେ କରିଥିଲେ, ୧୭ ଦିନ ପାଇଁ କାର୍ଯ୍ୟ ବନ୍ଦ କରିବାକୁ ପଡିଥାନ୍ତା ।

ଏହି ସମ୍ବନ୍ଧରେ ସୂଚନା ଦେଇ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ର ଅଂଶୁମାନ ଦାସ କହିଲେ, “ବର୍ତମାନ ୧ ବର୍ଷ ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟରୁ ଏହି ଅସ୍ଥାୟୀ କାର୍ଯ୍ୟ ଅନୁମତି ମିଳିଛି ।

ମାତ୍ର, ଦୀର୍ଘକାଳୀନ ଖଣି ଲିଜ ନବୀକରଣ ପାଇଁ ଆମେ ଚେଷ୍ଟା କରୁଛୁ, ଯାହା କି ଏହି ଅନୁମତିର ଅବଧି ଶେଷ ହେବା ପୂର୍ବରୁ ଆମକୁ ମିଳିଯିବ ବୋଲି ଆମେ ଆଶା କରୁଛୁ ।”

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ଆଲୁମିନିୟମ କମ୍ପାନୀ, ନାଲକୋ, ବକ୍ସାଇଟ

ଗଣଶିକ୍ଷକଙ୍କ ପାଇଁ ଶାସକ ଓ ବିରୋଧୀ ଏକ

December 11, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୧(ଓଡିଶା ଡଟ୍ କମ୍)-ଗଣଶିକ୍ଷକଙ୍କ ସମସ୍ୟା ଓ ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ନେଇ ମଙ୍ଗଳବାର ଦିନ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି ।

ଗଣଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ ଉଭୟ ଶାସକ ଓ ବିରୋଧୀ ସଭ୍ୟମାନେ ଦାବି କରିଥିବା ବେଳେ ଶାସକ ବିଜେଡି ଦଳର ସଭ୍ୟମାନେ ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତି ବିରୋଧରେ ସର୍ବସମ୍ମତ ପ୍ରସ୍ତାବ ଆଣିବା ପାଇଁ ମତ ରଖିଥିଲେ ।

ମଙ୍ଗଳବାର ଦିନ ଶୂନ୍ୟକାଳରେ ବିରୋଧିଦଳ ନେତା ଭୂପିନ୍ଦର ସିଂ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ ଯେ,ସରକାର ଶିକ୍ଷକଙ୍କ ପ୍ରତି ପାତର ଅନ୍ତର କରିଛନ୍ତି । ସେମାନଙ୍କ ପେଟପାଟଣାକୁ ନେଇ ରାଜନୀତି କରୁଛନ୍ତି ।

ଆଜି ଗଣଶିକ୍ଷକମାନେ ବିଧାୟକମାନଙ୍କ ବାସଭବନକୁ ଘେରାଉ କରିଛନ୍ତି । ବିଧାୟକମାନେ ବିଧାନସଭା ଆସିବାକୁ ଅସୁବଧାର ସମ୍ମୁଖୀନ ହୋଇଛନ୍ତି । ସରକାର ସେମାନଙ୍କ ସମ୍ପର୍କରେ ତୁରନ୍ତ ନିଷ୍ପତି ନେବା ଦରକାର ବୋଲି ଶ୍ରୀ ସିଂ କହିଥିଲେ ।

ସରକାରୀ ଦଳର ଉପମୁଖ୍ୟ ସଚେତକ ସଂଜୟ ଦାସବର୍ମା କହିଲେ ଯେ,ଗଣ ଶିକ୍ଷକଙ୍କ ପ୍ରତି କେବଳ ବିରୋଧୀ ଦଳର ଦରଦ ଅଛି ବୋଲି ଦେଖାଇ ହୁଅନ୍ତୁ ନାହିଁ । ସେମାନଙ୍କ ପ୍ରତି ସରକରା ମଧ୍ୟ ସଚେତନ ଅଛନ୍ତି ।

ବିଜେଡି ସରକାର ସେମାନଙ୍କୁ ଗଣଶିକ୍ଷକ କରୁଛନ୍ତି । ଶିକ୍ଷକମାନଙ୍କ ସମସ୍ୟାର ସମାଧାନକେବଳ ନବୀନ ପଟ୍ଟନାୟକଙ୍କ ସରକାର ହିଁ କରିଛନ୍ତି ବୋଲି ସେ କହିଛନ୍ତି । ଶ୍ରୀ ଦାସବର୍ମା କହିଲେ ଯେ,ଗତ ସେପ୍ଟେମ୍ବର ୧୪ ତାରିଖରେ କେନ୍ଦ୍ର ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋରୁ ୧୨.୧୫ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତି କରିଛନ୍ତି । ଏହି ନିସ୍ପତି ରାଜ୍ୟ ସ୍ୱାର୍ଥ ପରିପନ୍ଥୀ ।

ତେଣୁ କେନ୍ଦ୍ର ସରକାର ଏହି ନିସ୍ପତି ପ୍ରତ୍ୟାହାର କରିବା ପାଇଁ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇ କେନ୍ଦ୍ରକୁ ପଠାଯାଉ ବୋଲି ସେ କହିଥିଲେ ।

ବିଜେପିର କନକବର୍ଦ୍ଧନ ସିଂଦେଓ କହିଲେ ଯେ ଗଣଶିକ୍ଷକଙ୍କ ସମସ୍ୟା ସମାଧାନ ହେବା ଉଚିତ୍ । ବିଧାନସଭା ଅଧିବେଶନ ସମୟରେ ଯେଉଁମାନେ ଆନ୍ଦୋଳନ କରିବେ ଯଦି ସେମାନଙ୍କ ସମସ୍ୟା ସମାଧାନ କରାଯିବ ତାହା ଏକ ଖରାପ ପରମ୍ପରା ସୃଷ୍ଟି କରିବ ।

ତେଣୁ ଆନ୍ଦୋଳନ ହେବାପୂର୍ବରୁ ସମସ୍ୟାର ସମାଧାନ କରାଯାଉ । ଏହାଛଡା ନାଲକୋ ପୁଞ୍ଜି ପ୍ରତ୍ୟାହାର ନିଷ୍ପତିକୁ ସେ ବିରୋଧ କରୁଛନ୍ତି । ନାଲକୋ ଏକ ଲାଭଜନକ ସଂସ୍ଥା । ଏହାର ପୁଞ୍ଜି ପ୍ରତ୍ୟାହାର ରାଜ୍ୟ ସ୍ୱାର୍ଥର ପରିପନ୍ଥୀ ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଦୀପ ମହାରଥୀ,ଅମର ପ୍ରସାଦ ଶତପଥୀ,ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ପ୍ରଫୁଲ ମାଝି,ଚକ୍ରଧର ପାଇକ,ଅନଙ୍ଗ ଉଦୟ ସିଂହଦେଓ ପ୍ରମୁଖ ଏହି ଦଦୁଇ ପ୍ରସଙ୍ଗରେ ନିଜ ନିଜର ମତ ରଖିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗଣଶିକ୍ଷକ, ନବୀନ ପଟ୍ଟନାୟକ, ନାଲକୋ, ପୁଞ୍ଜି ପ୍ରତ୍ୟାହାର, ବିଜେଡ଼ି, ବିଧାନସଭା

ନାଲକୋର ଦ୍ୱିତୀୟ ତ୍ରୈମାସିକ ଫଳାଫଳ: ଲାଭରେ ଗୁରୁତର ହ୍ରାସ

October 25, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୫(ଓଡ଼ିଶା ଡ଼ଟ୍ କମ୍)–କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନାଲକୋ, ପକ୍ଷରୁ ସେପ୍ଟେମ୍ବର ୨୦୧୨ରେ ସମାପ୍ତ ହୋଇଥିବା ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି ।

ଆଜି ନୂଆଦିଲ୍ଲୀଠାରେ ଆୟୋଜିତ କଂପାନୀର ବୋର୍ଡ ଅଫ ଡାଇରେକ୍ଟର୍ସଙ୍କ ବୈଠକରେ ଉପସ୍ଥାପିତ ଆର୍ଥିକ ଫଳାଫଳ ଅନୁସାରେ କଂପାନୀ, ୨୦୧୨-୧୩ ଆର୍ଥିକ ବର୍ଷର ଦ୍ୱିତୀୟ ତିନି ମାସରେ ୫ କୋଟି ଟଙ୍କା ନିଟ ଲାଭ କରିଛି ।

ଗତ ବର୍ଷ ଏହି ଅବଧି ମଧ୍ୟରେ ନିଟ ଲାଭ ୧୩୯ କୋଟି ଟଙ୍କା ଥିଲା । କଂପାନୀର ବ୍ୟବସାୟ ପରିମାଣ ଗତ ବର୍ଷ ଦ୍ୱିତୀୟ ତିନି ମାସରେ ୧୫୮୪ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହା ସାମାନ ବୃଦ୍ଧି ପାଇ ୧୫୮୬ କୋଟି ଟଙ୍କା ହୋଇଛି ।

ଗତ ବର୍ଷା ଋତୁରେ କୋଇଲା ଯୋଗାଣରେ ବ୍ୟାଘାତ ତଥା ଖରାପ ମାନର କୋଇଲା ହେତୁ କଂପାନୀର ଲାଭରେ ଗୁରୁତର ହ୍ରାସ ଘଟିଛି ।

ଏହି କାରଣରୁ କଂପାନୀକୁ ଅଧିକ ମୂଲରେ କୋଇଲା ଆମଦାନୀ କରି ବ୍ୟବହାର କରିବାକୁ ପଡିଥିଲା ଏବଂ ରାଜ୍ୟ ଗ୍ରୀଡରୁ ଆହୁରି ଅଧିକ ଦରରେ ବିଦ୍ୟୁତ ଶକ୍ତି କ୍ରୟ କରିବା ଏବଂ ଅଧିକ ପରିମାଣରେ ଏଚଏଫଓ ବ୍ୟବହାର କରିବାକୁ କଂପାନୀ ବାଧ୍ୟ ହୋଇଥିଲା ।

ଏହା ଫଳରେ, ଉତ୍ପାଦନ ଖର୍ଚ୍ଚ ୧୪୯ କୋଟି ଟଙ୍କା ଅଧିକ ହୋଇଥିଲା ।

ଉତ୍ପାଦନ କ୍ଷେତ୍ରରେ, ଗତ ବର୍ଷ ଦ୍ୱିତୀୟ ତିନି ମାସରେ ଆଲୁମିନା ଉତ୍ପାଦନ ୩.୮୮ ଲକ୍ଷ ଟନ ହୋଇଥିବା ବେଳେ ଚଳିତ ବର୍ଷ ଏହି ସମୟ ମଧ୍ୟରେ ଏହା ସାମାନ୍ୟ ବୃଦ୍ଧି ପାଇ ୩.୯୮ ଲକ୍ଷ ଟନ ହୋଇଛି ।

ବିଦ୍ୟୁତ ଶକ୍ତି ଉତ୍ପାଦନ ୧୪୬୬ ନିୟୁତ ୟୁନିଟରୁ ୧୪୪୪ ନିୟୁତ ୟୁନିଟକୁ ହ୍ରାସ ପାଇଛି । ଗତ ବର୍ଷର ଦ୍ୱିତୀୟ ତିନି ମାସରେ ଆଲୁମିନିୟମ ଉତ୍ପାଦନ ପରିମାଣ ୧.୦୫ ଲକ୍ଷ ଟନ ଥିବା ବେଳେ ଚଳିତ ବର୍ଷ ଏହା ସାମାନ୍ୟ ହ୍ରାସ ପାଇ ୧.୦୨ ଲକ୍ଷ ଟନ ହୋଇଛି ।

ଧାତୁ ବିକ୍ରୟ କ୍ଷେତ୍ରରେ, ଗତ ବର୍ଷର ଦ୍ୱିତୀୟ ତିନି ମାସରେ ନାଲକୋ ୧.୦୧ ଲକ୍ଷ ଟନ ଆଲୁମିନିୟମ ବିକ୍ରି କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହି ପରିମାଣ ପ୍ରାୟ ସମାନ ରହିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: କେନ୍ଦ୍ର ସରକାର, ନବରତ୍ନ ଉଦ୍ୟୋଗ, ନାଲକୋ

ନାଲକୋ ପୁଞ୍ଜି ପ୍ରତ୍ୟାହାର ନିଷ୍ପତି ବିରୋଧରେ ଧାରଣା,ଧର୍ମଘଟ

October 20, 2012 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର,ଅକ୍ଟୋବର ୨୦(ଓଡ଼ିଶା ଡ଼ଟ୍ କମ୍) –ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତିକୁ ବିରୋଧକରି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଶନିବାର ଦିନ ଦିଆଯାଇଥିବା ୨୪ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ନାଲକୋ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।

ଅନୁଗୁଳ,ଦାମନଯୋଡି ସମେତ ଭୁବନେଶ୍ୱର କର୍ପୋରେଟର ଅଫିସ ଆଗରେ ସକାଳ ୬ ଘଟିକା ଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆହ୍ୱାନକୁ ସମର୍ଥନ ଜଣାଇ ସମସ୍ତ ଶ୍ରମିକ ସଂଗଠନ, ନାଲକୋ ଅଫିସର୍ସ ଆସୋସିଏସନ, ଏଆଇଟିସି ଆଦି ସମସ୍ତ ଶ୍ରମିକ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଏହି ଧର୍ମଘଟରେ ସମସ୍ତ ଅଫିସର, କର୍ମଚାରୀ ଓ ଠିକା ଶ୍ରମିକମାନେ ଭାଗନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନମାନ ଦେଇଥିଲେ ।

ନବରତ୍ନ କମ୍ପାନୀ ନାଲକୋ ଓଡ଼ିଶାର ଦ୍ୱିତୀୟ କୋଣାର୍କ ସଦୃଶ । ଗତ ସେପ୍ଟେମ୍ବର ୧୪ ତାରିଖରେ ନାଲକୋରୁ ୧୨.୧୫ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର କରିବାକୁ ଉପା ସରକାର ଯେଉଁ ନିଷ୍ପତି ନେଇଛନ୍ତି ଏହାର ବିରୋଧ କରି ନାଲକୋରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରହିଛି ।

ରଷ୍ଟ୍ରାୟତ ଉଦ୍ୟୋଗ ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ପ୍ରୟାସକୁ ସଫଳ କରାଇଦିଆ ଯିବ ନାହିଁ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । ଅଫିସର୍ସ ଆସୋସିଏସନର ସଂପାଦକ ବିଜୟ କୁମାର ପରିଡା ଓଡିଶା କହିଛନ୍ତି ଯେ,ଯେଉଁ ସଂସ୍ଥା ମୂଳରୁ ଲାଭ କରିଆସୁଛି ସେଭଳି ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ଅଗଣତାନ୍ତ୍ରିକ ।

ଆଜି ସକାଳ ୬ ଘଟିକାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆସନ୍ତା କାଲି ସକାଳ ୬ ଘଟିକା ପର୍ଯ୍ୟନ୍ତ ଚାଲିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ନାଲକୋ, ପୁଞ୍ଜି ପ୍ରତ୍ୟାହାର

ନାଲକୋ ସହାୟତାରେ କିସ ବିଦ୍ୟାଳୟରେ ଆଦିବାସୀ ଶିଶୁଙ୍କ ଶିକ୍ଷା ଲାଭ

October 1, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୧(ଓଡ଼ିଶା ଡ଼ଟ୍ କମ୍) -ନାଲକୋର ସିଏସଆର ଶାଖା ନାଲକୋ ଫାଉଣ୍ଡେସନ ସହାୟତାରେ ଭୁବନେଶ୍ୱର ସ୍ଥିତ ଆବାସିକ ବିଦ୍ୟାଳୟ କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇନ୍ସେସ (କିସ) ଠାରେ କୋରାପୁଟରୁ ଆସି ଶିକ୍ଷା ଲାଭ କରୁଥିବା ୨୦୦ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ଦାସ ସପତ୍ନୀକ ସାକ୍ଷାତ କରିଥିଲେ ।

ଉଲ୍ଲେଖଯୋଗ ଯେ, ନାଲକୋର ଖଣି ଓ ରିଫାଇନେରୀ ଅବସ୍ଥିତ ଥିବା ଆଦିବାସୀ ଅଧ୍ୟୁସିତ କୋରାପୁଟ ଜିଲ୍ଲାରୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ନାଲକୋ ଫାଉଣ୍ଡେସନ ପ୍ରାୟ ୫୦୦ ଶିଶୁଙ୍କୁ ଚିହ୍ନଟ କରିଛି ।

କିସ ବତୀତ, ଏହି ଶିଶୁମାନଙ୍କ ପାଇଁ ଜୟପୁର ସ୍ଥିତ କୋରାପୁଟ ଡେଭେଲପମେନଟ ଫାଉଣ୍ଡେସନ ଓ କୋରାପୁଟ ସ୍ଥିତ ବିକାଶ ବିଦାଳୟରେ ନାମ ଲେଖାଇବା ବବସ୍ଥା କରାଯାଉଛି । ଇତି ମଧ୍ୟରେ, ଏହି ୩ଟି ଶିକ୍ଷାନୁଷ୍ଠାନରେ ୩୬୯ ଶିଶୁ ନାମ ଲେଖାଇ ସାରିଲେଣି । ଅବଶିଷ୍ଟ ଶିଶୁମାନଙ୍କ ପାଇଁ କାଉନ୍ସେଲିଂ ପ୍ରକ୍ରିୟା ଜାରୀ ରହିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କିସ, ନାଲକୋ

ମୁଖ୍ୟମନ୍ତ୍ରୀଙ୍କ ସହିତ ନାଲକୋ ସମନ୍ୱୟ ସମିତି ପ୍ରତିନିଧିଙ୍କ ଆଲୋଚନା

September 29, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) – ଅନୁଗୁଳ, ଦାମନଯୋଡି ଏବଂ ଭୁବନେଶ୍ୱରସ୍ଥ ନାଲକୋର ବିଭିନ୍ନ କର୍ମଚାରୀ ସଂଘ ସମନ୍ୱୟ ସମିତିର ସଦସ୍ୟ ମାନେ ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ନିମନ୍ତେ କେନ୍ଦ୍ର ସରକାରଙ୍କୁ ନିଷ୍ପତି ସଂପର୍କରେ ଆଲୋଚନା କରିଥିଲେ ।

ଆଲୋଚନା ସମୟରେ ସେମାନେ କେନ୍ଦ୍ର ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର ନୀତିର ଦୃଢ ସମାଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ନାଲକୋ ନୀତିର ମୁଖ୍ୟମନ୍ତ୍ରୀ ବିରୋଧ କରିଥିବାରୁ ସେମାନେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ନାଲକୋର ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ସାକ୍ଷାତ ସମୟରେ ଇଷ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ରଜନୀକାନ୍ତ ସିଂହ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ରବିନାରାୟଣ ନନ୍ଦ ଉପସ୍ଥିତ ଥିଲେ ।

ଓଡିଶା ଡଟ୍କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ନାଲକୋ, ପୁଞ୍ଜି ପ୍ରତ୍ୟାହାର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ସଚିବାଳୟ

ନାଲକୋ ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ

September 28, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) – କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯକ୍ରମ ଅଧିନରେ, ନବରତ୍ନ ସରକାରୀ ଉଦ୍ୟୋଗ ନାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଏଜି, ଓଡ଼ିଶାର ଆମ୍ବୁଲାନ୍ସ ବିଭାଗକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି ।

ଆଜି ଭୁବନେଶ୍ୱରଠାରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ଏମ.ସି. ଭଣ୍ଡାରେ ଆନୁଷ୍ଠାନିକ ଭାବେ ଏହି ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଥିଲେ । ନାଲକୋ ପକ୍ଷରୁ, ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ଦାସ ଆମ୍ବୁଲାନ୍ସର ଚାବି, ପ୍ରିନ୍ସିପାଲ ଏଜି ଶ୍ରୀମତୀ ଗାର୍ଗୀ କୌଲଙ୍କୁ ହସ୍ତାନ୍ତର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ଆମ୍ବୁଲାନ୍ସ ସେବା, ନାଲକୋ

୨୬ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

September 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍)- ରାଜ୍ୟରେ ୨୬ ହଜାର କୋଟି ଟଙ୍କା ବିନିଯୋଗ କରି ପ୍ରକଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ରହିଥିବା ୬ଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସମ୍ପର୍ଣ୍ଣ କମିଟି ଏହି ମଞ୍ଜୁରୀ ପ୍ରଦାନ କରିଛି ।

କମିଟି ଅନୁଯାୟୀ ମଞ୍ଜୁରୀ ପାଇଥିବା ପ୍ରକଳ୍ପ ମଧ୍ୟରେ ସୁନ୍ଦରଗଡରେ ନାଲ୍କୋର ଏକ ସ୍ମେଲଟର ଓ ଏକ ନିଜସ୍ୱ ବିଦ୍ୟୁତ ପ୍ରକଳ୍ପ ପ୍ରସ୍ତାବ ଅଛି ।

ସୁନ୍ଦରଗଡ ଜିଲ୍ଲାରେ ନାଲକୋ ବାର୍ଷିକ ଶ୍ରମିକ ୫ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସ୍ମେଲଟର ପ୍ରତିଷ୍ଠା କରିବ । ଏହାଛଡା ୧୨୬୦ ମେଗାୱାଟ କ୍ଷମତା ବିଶିଷ୍ଟ ନିଜସ୍ୱ ବିଦ୍ୟୁତ ପ୍ରକଳ୍ପ ମଧ୍ୟ କରିବ ।

ଏଥିରେ ନାଲକୋ ୧୬୩୪୫ କୋଟି ୮୯ ଲକ୍ଷ ଟଙ୍କା ବିନିଯୋଗ କରିବ । ନାଲକୋର ଏହି ପ୍ରକଳ୍ପରେ ୩୪୦୦ ଲୋକ ନିଯୁକ୍ତି ପାଇବେ । ପ୍ରକଳ୍ପ ପାଇଁ ୨୫୦୦ ଏକର ଜମି ଅଧିଗ୍ରହଣ କରାଯିବ ଏବଂ ହିରାକୁଦରୁ ୫୦ କ୍ୟୁସେକ ପାଣି ପ୍ରକଳ୍ପ ପାଇଁ ଦିଆଯିବ ।

ସେହିପରି ଚେନ୍ନାଇର ଭାରତ କୋଲ୍ ଆଣ୍ଡ କେମିକାଲ୍ସ ଲିମିଟେଡ ପକ୍ଷରୁ ପାରାଦ୍ଵୀପଠାରେ କୋଇଲାରୁ ଆମୋନିଆ ଗ୍ୟାସ ପ୍ରକଳ୍ପ କରାଯିବ । ଏଥିରେ କଂପାନୀ ବାର୍ଷିକ ୩ ଲକ୍ଷ ୪୬ ହଜାର ୫୦୦ ମେଟ୍ରିକ ଟନ ଆମୋନିଆ ଉତ୍ପାଦନ କରିବ ।

ଏହି ପ୍ରକଳ୍ପରେ ୧୫୭୫ କୋଟି ଟଙ୍କା ବିନିଯୋଗ ହେବାବେଳେ ୪୦୮ ଜଣ ନିଯୁକ୍ତି ପାଇବେ । ୨୦୦ ଏକର ଜମିରେ ଏହି ପ୍ରକଳ୍ପ କରାଯିବ । ମହାନଦୀରୁ ଏଥିପାଇଁ ୧୨.୫ କ୍ୟୁସେକ ପାଣି ଦିଆଯିବ ।

ସୋନପୁର ଏର୍ନ୍ଜି ପକ୍ଷରୁ ଗଂଜାମ ଜିଲ୍ଲାରେ ଏକ ଏନର୍ଜି ଏକାଡେମୀ, ଆନ୍ଦ୍ରର ଭିବିସି ଗ୍ରୁପ୍ ପକ୍ଷରୁ ଓଡିଶା ପାୱାର କନସୋଟୋରିୟମର ଗ୍ୟାସ ଭି ିର୍କ ସାଇକ୍ଲିଂ ପାୱାର ପ୍ରକଳ୍ପ, ଉତ୍ତମ ଗାଲଭୋ କଂପାନୀ କଳିଙ୍ଗ ନଗରରେ ଲୁହାପଥରରୁ ଏଚ୍ ଆର କଏଲ ଉତ୍ପାଦନ ପ୍ରକଳ୍ପ, ଭୂଷଣ ଷ୍ଟିଲ ଲିମିଟେଡ ପକ୍ଷରୁ ପ୍ରକଳ୍ପ ପ୍ରତିଷା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକରେ ଶିଳ୍ପମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶକ୍ତିମନ୍ତ୍ରୀ ଅରୁଣ କୁମାର ସାହୁ, ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନାଲକୋ, ପ୍ରକଳ୍ପ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ନାଲକୋ ପକ୍ଷରୁ ଚୂଡାନ୍ତ ଲାଭାଂଶ ପ୍ରଦାନ

September 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍)-ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ୨୦୧୦-୧୧ ଆର୍ଥିକ ବର୍ଷ ପାଇଁ ୨୫୭.୭୨ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି ।

ଏହି ଲାଭାଂଶରେ କେନ୍ଦ୍ର ସରକାରଙ୍କ ୮୭.୧୫ ପ୍ରତିଶତ ଅଂଶ ରହିଛି, ଯାହାର ପରିମାଣ ୨୨୪.୬୦ କୋଟି ଟଙ୍କା ଅଟେ । ଅବଶିଷ୍ଟ ଅଂଶଧନ, ବିଭିନ୍ନ ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ ଏବଂ ବକ୍ତିଗତ ଅଂଶଧନଧାରୀମାନଙ୍କ ସମେତ କମ୍ପାନୀର ୫୫,୨୮୬ ଅଂଶଧନଧାରୀଙ୍କ ଅଧିନରେ ଅଛି ।

କେନ୍ଦ୍ର ସରକାରଙ୍କ ଅଂଶଧନ ବାବଦକୁ ଦିଆଯିବାକୁ ଥିବା ୨୨୪.୬୦ କୋଟି ଟଙ୍କାରୁ ୨୦୨.୧୪ ଟଙ୍କା ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ଆକରରେ ପ୍ରଦାନ କରାଯାଇଥିଲା ।

ବୁଧବାର ନୂଆଦିଲ୍ଲୀଠାରେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅଂଶୁମାନ ଦାସ, କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀଦିନଶା ଜେ. ପଟେଲଙ୍କୁ ଚୂଡାନ୍ତ ଲାଭାଂଶ ବାବଦରେ୨୨.୪୬ କୋଟି ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ।

ଏହି ଅବସରରେ, ଖଣି ବିଭାଗର ସଚିବ ବିଶ୍ୱପତି ତ୍ରିବେଦୀ, ଆଇଏଏସ, ଅତିରିକ୍ତ ସଚିବ ଗୌରୀ କୁମାର, ଆଇଏଏସ, ଯୁଗ୍ମ ସଚିବ ଶ୍ରୀ ଅରୁଣ କୁମାର, ଆଇଏଏସ, ତଥା ଖଣି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀବୃନ୍ଦ ଏବଂ କମ୍ପାନୀର ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ ଯେ, ନାଲକୋ ୩୬୫୯.୬୨ କୋଟି ଟଙ୍କା ଲାଭାଂଶ ଭାରତ ସରକାରଙ୍କୁ ଅଂଶଧନ ବାବଦରେ ପ୍ରଦାନ କରିବା ସହିତ ଆଜି ସୁଦ୍ଧା ସମୂାୟ ୪୧୯୭.୦୨ କୋଟି ଟଙ୍କା ଲାଭାଂଶ ଆକାରରେ ପ୍ରଦାନ କରିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନବରତ୍ନ ଉଦ୍ୟୋଗ, ନାଲକୋ, ଭାରତ ସରକାର, ଲାଭାଂଶ

ନାଲକୋର ପ୍ରଥମ ତ୍ରୈମାସିକ ନିଟ ଲାଭ ୪୧ ପ୍ରତିଶତ ହ୍ରାସ

August 16, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୬ (ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନାଲକୋର ଗତ ବର୍ଷ ପ୍ରଥମ ତ୍ରୈମାସିକ ନିଟ ଲାଭ ୩୭୭ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହା ୪୧ ପ୍ରତିଶତ ହ୍ରାସ ପାଇଛି ।

ଭୁବନେଶ୍ୱରଠାରେ ମଙ୍ଗଳବାର ଆୟୋଜିତ କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସଙ୍କ ବୈଠକରେ ଉପସ୍ଥାପିତ ଆର୍ଥିକ ଫଳାଫଳ ଅନୁସାରେ କମ୍ପାନୀ ୨୦୧୨-୧୩ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ୨୨୩ କୋଟି ଟଙ୍କା ନିଟ ଲାଭ କରିଛି ।

କମ୍ପାନୀୀର ବ୍ୟବସାୟ ପରିମାଣ ଗତ ବର୍ଷ ପ୍ରଥମ ତିନି ମାସରେ ୧୭୩୩ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହା ୧୭୧୮ କୋଟି ଟଙ୍କା ହୋଇଛି ।

ଉତ୍ପାଦନ କ୍ଷେତ୍ରରେ, ଗତ ବର୍ଷ ପ୍ରଥମ ତିନି ମାସରେ ବକ୍ସାଇଟ ଉତ୍ପାଦନ ୧୧.୨୧ ଲକ୍ଷ ଟନ ହୋଇଥିବା ବେଳେ ଚଳିତ ବର୍ଷ ଏହି ସମୟ ମଧ୍ୟରେ ଏହା ୧୧.୪୨ ଲକ୍ଷ ଟନକୁ ବୃଦ୍ଧି ପାଇଛି ।

ଆଲୁମିନା ଉତ୍ପାଦନ ମଧ୍ୟ ୪ ଲକ୍ଷ ଟନରୁ ୪.୭୬ ଲକ୍ଷ ଟନକୁ ବୃଦ୍ଧି ପାଇଛି । ବିଦ୍ୟୁତ ଶକ୍ତି ଉତ୍ପାଦନ ୧୬୭୯ ନିୟୁତ ୟୁନିଟରୁ ୧୬୧୪ ନିୟୁତ ୟୁନିଟକୁ ହ୍ରାସ ପାଇଛି । ଗତ ବର୍ଷର ପ୍ରଥମ ତିନି ମାସରେ ଆଲୁମିନିୟମ ଉତ୍ପାଦନ ପରିମାଣ ୧.୧୧ ଲକ୍ଷ ଟନ ଥିବା ବେଳେ ଚଳିତ ବର୍ଷ ଏହା ସାମାନ ହ୍ରାସ ପାଇ ୧.୦୩ ଲକ୍ଷ ଟନ ହୋଇଛି ।

ଧାତୁ ବିକ୍ରୟ କ୍ଷେତ୍ରରେ, ଗତ ବର୍ଷର ପ୍ରଥମ ତିନି ମାସରେ ନାଲକୋ ୧.୦୯ ଲକ୍ଷ ଟନ ଆଲୁମିନିୟମ ବିକ୍ରି କରିଥିବା ବେଳେ ଚଳିତ ବର୍ଷ ଏହି ପରିମାଣ ୧.୦୨ ଲକ୍ଷ ଟନ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନବରତ୍ନ ଉଦ୍ୟୋଗ, ନାଲକୋ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ