ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଢେଙ୍କାନାଳ, ଫେବୃୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ଢେଙ୍କାନାଳ ଜିଲ୍ଲା ନିହଲପ୍ରସା ଗ୍ରାମରେ ସାନି ମତାନ ସମୟରେ ହୋଇଥିବା ଗଣ୍ଡଗୋଳ ପରେ ପୋଲିସ ଗାଡ଼ି ଉପରେ ଆକ୍ରମଣ ଘଟଣାରେ ପୋଲିସ ସ୍ଥାନୀୟ ଏନ୍ସିପି ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ଗତ ସୋମବାର ଉକ୍ତ ଗ୍ରାମରେ ସାନି ନିର୍ବାଚନ ଚାଲିଥିବା ବେଳେ ବିଧାୟକ ନବୀନ ନନ୍ଦ, ତାଙ୍କ ପୁଅ ଏବଂ କେତେକ ସମର୍ଥକ ବୁଥ୍ ପରିଦର୍ଶନରେ ଯାଇଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା ।
ପରେ ସ୍ଥାନୀୟ ପିଙ୍ଗୁଆ ଛକ ଠାରେ ବିଧାୟକଙ୍କ ସମର୍ଥକମାନେ ସର ଏସ୍ଡ଼ିପିଓଙ୍କ ଗାଡ଼ି ଉପରକୁ ପେଟ୍ରୋଲ ବୋମା ପିଙ୍ଗିବାରୁ ସେଥିରେ ନିଅାଁ ଲାଗିଯାଇଥିଲା ଏବଂ ଦୁଇ ଜଣ କନେଷ୍ଟବଲ ଆହତ ହୋଇଥିଲେ ।
ଏହି ଘଟଣାକୁ ନେଇ ବିଧାୟକଙ୍କ ନାଁରେ ପୋଲିସ ପକ୍ଷରୁ ଗୋଟିଏ ଏବଂ ବିରୋଧୀ ବିଜେଡ଼ି ଜିଲ୍ଲାପରିଷ ପ୍ରାର୍ଥୀଙ୍କ ପକ୍ଷରୁ ଗୋଟିଏ ମାମଲା ରୁଜୁ କରାଯାଇଛି ।
ଇଣ୍ଡିଆନ୍ ଏକ୍ସପ୍ଲୋସିଭ ଆକ୍ଟରେ ବିଧାୟକ ଏବଂ ଅନ୍ୟ ୧୮ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍