• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବାଲେଶ୍ୱର

ଗିରଫଦାରୀ ଏଡ଼ାଇବା ପାଇଁ ରଘୁନାଥଙ୍କର ଆଗୁଆ ଜାମିନ ଆବେଦନ

March 19, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ ୧୮,(ଓଡ଼ିଶା ଡ଼ଟ୍ କମ୍)- ଯୌତୁକ ନିର୍ଯ୍ୟାତନା ମାମଲାରେ ଆଗୁଆ ଜାମିନ ପାଇଁ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ସୋମବାର ହାଇକୋର୍ଟରେ ଆବେଦନ କରିଛନ୍ତି । ତାଙ୍କ ପତ୍ନୀ, ଝିଅ ଏବଂ ଜ୍ୱାଇଁ ମଧ୍ୟ ଜାମିନ ପାଇଁ ଆବେଦନ କରିଛନ୍ତି ବୋଲି ଜଣେ ଓକିଲ କହିଛନ୍ତି ।

ମହାନ୍ତିଙ୍କ ପତ୍ନୀ ପ୍ରୀତିଲତା ମହାନ୍ତି, ଝିଅ ରୁପଶ୍ରୀ ଏବଂ ଜ୍ୱାଇଁ ଶୁଭେନ୍ଦୁ ମଧ୍ୟ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ଇତିମଧ୍ୟରେ ରବିବାର ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀଙ୍କ ପୁଅ ରାଜାଶ୍ରୀ ମହାନ୍ତିଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ରାଜାଶ୍ରୀଙ୍କ ପତ୍ନୀ ବର୍ଷା ବାଲେଶ୍ୱରରେ ତାଙ୍କୁ ବିବାହ ପରଠାରୁ ଯୌତୁକ ପାଇଁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦିଆଯାଉଥିବା ଗୁରୁବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ବର୍ଷାଙ୍କ ଅଭିଯୋଗ ଅନୁଯାୟୀ ବିବାହ ସମୟରେ ତାଙ୍କ ବାପା ଯୌତୁକ ଦାବି ମୁତାବକ ନଗଦ୧୦ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଦେଇଥିଲେ । କିନ୍ତୁ ତାଙ୍କୁ ଆହୁରି ୨୫ଲକ୍ଷ ଟଙ୍କା ଓ ଏକ ସ୍କର୍ପିଓ ଗାଡ଼ି ଆଣିବା ପାଇଁ ତାଙ୍କ ସ୍ୱାମୀ,ଶ୍ୱଶୁର, ଶାଶୂ ଓ ନଣନ୍ଦ ଚାପ ପକାଇ ଆସୁଥିଲେ ।

ଏହି ଅଭିଯୋଗ ପରେ ତାଙ୍କ ଶ୍ୱଶୁର ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଆଇନ,ଓ ସୂଚନା ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

ଏହି ଘଟଣାରେ ରଘୁନାଥ ମହାନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିବା ପାଇଁ ବର୍ଷା ଓ ବିରୋଧୀ ଦଳମାନେ ଦାବି କରିଛନ୍ତି । ରାଜାଶ୍ରୀ ମହାନ୍ତି ବର୍ଷା ସୋନିଙ୍କୁ ଜୁନ୨୦୧୨ରେ ବିବାହ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବାଲେଶ୍ୱର, ଯୌତୁକ ନିର୍ଯ୍ୟାତନା, ସ୍କର୍ପିଓ ଗାଡ଼ି

ବୋହୁଙ୍କ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ପରେ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଇସ୍ତଫା

March 15, 2013 by ଓଡିଶା ଡଟ କମ Leave a Comment

ପ୍ରଫୁଲ ଦାଶ

ଭୁବନେଶ୍ୱର,ମାର୍ଚ ୧୫ (ଓଡ଼ିଶା ଡ଼ଟ୍ କମ୍)ବୋହୁ ଦ୍ୱାରା ଦିଆଯାଇଥିବା ଯୌତୁକ ନିର୍ଯ୍ୟାତନାର ଅଭିଯୋଗ ପରେ ନଗର ଉନ୍ନୟନ ମନ୍ତ୍ରୀ ରଘୁନାଥ ମହାନ୍ତି ଶୁକ୍ରବାର ମନ୍ତ୍ରୀପଦରୁଇସ୍ତଫା ଦେଇଛନ୍ତି ।

“”ମୁଁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଉଛି । ଏହି ଅଭିଯୋଗ ପଛରେ କୌଣସି ସତ୍ୟତା ନାହିାଁ ”ବୋଲି ମହାନ୍ତି କହିଥିବା ବେଳେ ବିରୋଧୀଦଳ ତାଙ୍କୁ ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ମହାନ୍ତି ନଗର ଉନ୍ନୟନ ବିଭାଗ ସହିତ ଆଇନ ଏବଂ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ମଧ୍ୟ ମନ୍ତ୍ରୀ ଥିଲେ ।

ଗୁରୁବାର ବାଲେଶ୍ୱର ଥାନାରେ ତାଙ୍କର ବୋହୁ ବର୍ଷା ସୋନି ଚୌଧୁରୀ ଏକ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ନଗଦ ୨୫ଲକ୍ଷ ଟଙ୍କା ଏବଂ ଏକ ସ୍କର୍ପିଓ ଗାଡ଼ି ବାପଘରୁ ଯୌତୁକ ଭାବେ ଆଣିବା ପାଇଁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦେଇ ଆସୁଥିଲେ ।

ବର୍ଷା ଆହୁରି ମଧ୍ୟ ଉଲେଖ କରିଥିଲେ ଯେ ଜୁନ୨୦୧୨ରେ ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ପୁଅ ରାଜଶ୍ରୀଙ୍କୁ ସେ ବିବାହ କରିବା ପରଠାରୁ ତାଙ୍କୁ ବିଭିନ୍ନ ସମୟରେ ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା ।

ସେ ଦାବି କରିଛନ୍ତି ଯେ,ବିବାହ ସମୟରେ ଯୌତୁକ ଦାବି ମୁତାବକ ତାଙ୍କ ବାପଘର ଲୋକେ ନଗଦ୧୦ଲକ୍ଷ ଟଙ୍କା ଯୌତୁକ ଆକାରରେ ଦେଇଥିଲେ ସୁଦ୍ଧା ଆହୁରି ୨୫ଲକ୍ଷ ଟଙ୍କା ଓ ଏକ ଗାଡ଼ି ସେମାନେ ଦାବି କରୁଥିଲେ ।

ପୋଲିସ ମହାନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ଚାରିଜଣଙ୍କ ନାମରେ ଯୌତୁକ ବିରୋଧି ଆଇନରେ ମାମଲା ରୁଜୁ କରିଛି ।

କିନ୍ତୁ ଏହି ସମସ୍ତ ଅଭିଯୋଗ ଭିତିହୀନ ବୋଲି ମହାନ୍ତି ସଫେଇ ଦେଇଛନ୍ତି । “ଆମେ ଏପରି କୌଣସି କାର୍ଯ୍ୟ କରିନାହୁଁ । ପୋଲିସ ତଦନ୍ତ କରୁ ,ବହୁତ ଶୀଘ୍ର ସତ୍ୟଜଣାପଡ଼ିବ ”ବୋଲି ସେ କହିଛନ୍ତି ।

ଏହାକୁ ନେଇ ଶୁକ୍ରବାର ବିଧାନସଭାରେ ତୁମୁଳ ହଟଗୋଳ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନ୍ତିଙ୍କ ଇସ୍ତଫା ଗ୍ରହଣ କରିବା ସହ ପୋଲିସର ମାନବାଧିକାରସେଲକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା କହିବା ସତ୍ୱେ ବିରୋଧୀମାନେ ହଟଗୋଳ ଜାରି ରଖିଥିଲେ । ଫଳରେ ବାଚସ୍ପତିଙ୍କୁ ବାରମ୍ବାର ବିଧାନସଭା ମୁଲତବୀ କରିବାକୁ ପଡ଼ିଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପ୍ରଯୁକ୍ତି ବିଦ୍ୟା, ବର୍ଷା ସୋନି, ବାଲେଶ୍ୱର, ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଇସ୍ତଫା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ଯୌତୁକ ନିର୍ଯ୍ୟାତନା, ସ୍କର୍ପିଓ ଗାଡ଼ି

ଚିଟଫଣ୍ଡ ଠକେଇର ସିବିଆଇ ତଦନ୍ତ ନିଦେ୍ର୍ଧଶ

December 13, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର,ଡିସେମ୍ବର ୧୩(ଓଡିଶା ଡଟ୍ କମ୍)-ବାଲେଶ୍ୱର ଚିଟଫଣ୍ଡ ଠକେଇର ମୁଖ୍ୟ ମହମ୍ମଦ ନାସିର ଖାଁ କମ୍ପାନୀ ‘ଫାଇନ ଇଣ୍ଡିସେଲ୍ସ ପ୍ରାଇଭେଟ ଲିମିଟେଡ’ କର୍ଣ୍ଣାଟକ,ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ସାଧାରଣ ଉପଭୋକ୍ତାଙ୍କଠାରୁ ଏକଶହ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଠକିଥିବା ଅଭିଯୋଗର ବିଚାର କରି ବୁଧବାର ଦିନ ଓଡ଼ିଶା ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ।

ହାଇକୋର୍ଟର ମୁଖ ବିଚାରପତି ଭି.ଗୋପାଳଗୌଡ଼ ଓ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେବା ସହ ୩ମାସ ମଧ୍ୟରେ ସିବିଆଇ ତଦନ୍ତର ଅଗ୍ରଗତି ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବାକୁ ଆଦେଶନାମାରେ ସ୍ପଷ୍ଟକରିଛନ୍ତି ।

ଏତଦ ବ୍ୟତୀତ ଅର୍ଥ ଫେରସ୍ତ ସଂକ୍ରାନ୍ତରେ ପରେ ବିଚାର କରାଯିବ ବୋଲି ଖଣ୍ଡପୀଠ ରାୟରେ ଉଲ୍ଲେଖ କରିବା ସହ ତଦନ୍ତରେ ସହଯୋଗ କରିବାକୁ ରାଜ୍ୟ କ୍ରାଇମବ୍ରାଞ୍ଚକୁ ମଧ୍ୟ ଆଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଅଳ୍ପ ପୁଞ୍ଜି ବିନିଯୋଗରେ ଅଧିକ ରୋଜଗାର କରିବା ଲୋଭ ଦେଖାଇ କାନପୁରର ଫାଇନ ଇଣ୍ଡିସେଲସ , ନାସିର ଖାଁ ଓ ସୟଦ ଅହମ୍ମଦ ଜୟପୁରର ମନି ମନ୍ତ୍ର,ମୁମ୍ବାଇର ଟ୍ରାଇଡାଣ୍ଟ ଓ ଲକ୍ଷ୍ୟ ଲେଭଲ ମାର୍କେଟିଂ,ଡ୍ରିମ ଆଚିଭର ଏବଂ ଦିଲ୍ଲୀର ଲୁଇବ୍ରେଲ ଏଜୁକେସନ ସୋସାଇଟି ଆଦି ସଂସ୍ଥା ଓଡ଼ିଶାରେ ବେଆଇନ ଅର୍ଥ ସଂଗ୍ରହ ଭଳି ବ୍ୟବସାୟରେ ଲିପ୍ତ ରହିଥିଲେ ।

୨୦୦୯ରେ ବାଲେଶ୍ୱରରେ ଏହି କମ୍ପାନୀ ବିପୁଳ ପରିମାଣର ଅର୍ଥ ହେରଫେର କରିଥିବା ଲୋକଲୋଚନକୁ ଆସିବା ପରେ ୨୦୦୦ ଜୁଲାଇରେ ପ୍ରଥମେ କ୍ଷତିଗ୍ରସ୍ତ ହୋଇଥିବା ନିରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତି ଖୁଣ୍ଟା ଥାନାରେ ଏତଲା ଦେଇଥିଲେ ।

କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ମୋଟରେ ୧୯୧ କୋଟି ଟଙ୍କାର ଆକାଉଣ୍ଟକୁ ଅଚଳ କରିଦେଇଥିଲା । ଏହି କାରବାରରେ ମୁମ୍ବଇ ନାସିର ଖାଁଙ୍କ ସମ୍ପୃକ୍ତିକୁ କ୍ରାଇମବ୍ରାଞ୍ଚ ପଦାକୁ ଆଣିବା ସହ ତାକୁ ଓ ତା’ର ଜଣେ ସହଯୋଗୀ ସୟଦ ଅହମ୍ମଦକୁ ଗିରଫ କରିଥିଲା ।

ତେବେ ହାଇକୋର୍ଟ ପରିସରରୁ ଉଭୟଙ୍କୁ ଗିରଫ କରାଯାଇଥିବା ଅଭିଯୋଗକୁ ଭିତିକରି ହାଇକୋର୍ଟ ସେମାନଙ୍କୁ ଜାମିନରେ ଛାଡିଦେଇଥିଲେ । ଚାଲିଥିବା ଫୌଜଦାରୀ ମକଦ୍ଧମାରୁ ମୁକ୍ତି ପାଇବାକୁ ନାସିର ହାଇକୋର୍ଟରେ ଏକ ରିଟପିଟିସନ ଦାଖଲ କରିବା ସହ ବ୍ୟାଙ୍କ ଅକୁଉଣ୍ଟ ସଚଳ କରିବାକୁ ପ୍ରାର୍ଥନା କରିଥିଲା ଯାହାକି ବିଚାରାଧୀନରହିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଚିଟଫଣ୍ଡ, ବାଲେଶ୍ୱର, ସିବିଆଇ

ଗୋଟିଏ ଦିନରେ ଆକାଶ କ୍ଷେପଣାସ୍ତ୍ରର ଦୁଇଥର ପରୀକ୍ଷଣ

May 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ମଇ ୨୮(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପରୀକ୍ଷଣ ଘାଟୀରୁ ସୋମବାର ଆକାଶ କ୍ଷେପଣାସ୍ତ୍ରର ଦୁଇଥର ପରୀକ୍ଷଣ କରାଯାଇଛି ।

ତିନି ନମ୍ବର ଲଞ୍ଚ ପ୍ୟାଡ଼ରୁ ୧୧ଟା ୨ରେ ପ୍ରଥମ ଓ ୧୧ଟା ୫ରେଦ୍ୱିତୀୟ ପରୀକ୍ଷଣ କରାଯାଇଥିବା ବେଳେ ଏହା ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ।

୭୨୦ କିଗ୍ରା ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ୫୫ କିଗ୍ରା ଯୁଦ୍ଧାସ୍ତ୍ର ବହନ କରିବା ସହ ୨୭ କିମି ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା ରହିଛି ।

ଭୂପୃଷ୍ଠରୁ ଆକାଶ ମାର୍ଗରୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଗତ ଗୁରୁବାର ଏବଂ ଶନିବାର ସଫଳ ପରୀକ୍ଷଣ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କ୍ଷେପଣାସ୍ତ୍ର, ବାଲେଶ୍ୱର

ତିନିଦିନରେ ଆକାଶ କ୍ଷେପଣାସ୍ତ୍ରର ଦ୍ୱିତୀୟ ପରୀକ୍ଷଣ

May 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ମଇ ୨୬(ଓଡ଼ିଶା ଡ଼ଟ୍ କମ୍) ଗତ ତିନିଦିନ ମଧ୍ୟରେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପରୀକ୍ଷଣ ଘାଟୀରୁ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇ ପାରୁଥିବା “ଆକାଶ” କ୍ଷେପଣାସ୍ତ୍ରର ଶନିବାର ଦ୍ୱିତୀୟ ପରୀକ୍ଷଣ କରାଯାଇଛି ।

୧୧ଟା ୧୦ରେ ତିନି ନମ୍ବର ଲଂଚପ୍ୟାଡ଼ରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିବା ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ।

୭୦୦ କିଗ୍ରା ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ୬୦ କିଗ୍ରା ଯୁଦ୍ଧାସ୍ତ୍ର ବହନ କରିବା ସହ ୨୭ କିମି ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା ରହିଛି । ଗୁରୁବାର ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କ୍ଷେପଣାସ୍ତ୍ର, ପ୍ରତିରକ୍ଷା ବିଭାଗ, ବାଲେଶ୍ୱର

ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

May 24, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ମଇ ୨୪(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟୀରୁ ଗୁରୁବାର ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇ ପାରୁଥିବା “”ଆକାଶ”” କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।

୭୦୦ କିଗ୍ରା ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ୬୦ କିଗ୍ରା ଯୁଦ୍ଧାସ୍ତ୍ର ବହନ କରିବା ସହ ୨୭ କିମି ପର୍ଯ୍ୟନ୍ତ ଲକ୍ଷଭେଦର କ୍ଷମତା ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆକାଶ କ୍ଷେପଣାସ୍ତ୍ର, ଚାନ୍ଦିପୁର, ବାଲେଶ୍ୱର

ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୫ ଜଣଙ୍କ ମୃତ୍ୟୁ

February 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) କଟକ ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍ ୁର୍ଘଟଣାଗ୍ରସ୍ତ ହେବାରୁ ପାଞ୍ଚ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ପୋଲିସ ଗୁରୁବାର କହିଛି ।

ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଅନ୍ତର୍ଗତ କୁଳିଗାଁର ୫୧ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବା ବସ୍ ଟି ବୁଧବାର ବିଳମ୍ବିତ ରାତିରେ ବଇଚୁଆଁ ନିକଟରେ ଟ୍ରକ ପଛରେ ପିଟି ହୋଇଯାଇଥିଲା ।

ଘଟଣା ସ୍ଥଳରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ଼ାକ୍ତରଖାନାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା । ଆହତ ମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଟକ, ବାଲେଶ୍ୱର

ଚାଳକ ବିହୀନ ବିମାନ ‘ଲକ୍ଷ୍ୟ-୨’ର ସଫଳ ପରୀକ୍ଷଣ

January 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ଜାନୁୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ
ଘାଟୀରୁ ଶୁକ୍ରବାର ଚାଳକ ବିହୀନ ବିମାନ ଲକ୍ଷ୍ୟ-୨ର ସଫଳ ପରୀକ୍ଷଣ କରାଯାଇଛି ।

ତିନି ନମ୍ବର ଲଂଚପ୍ୟାଡ଼ରୁଦିନ ୧୧ଟା ୨୦ରେ ଏହାର ପରୀକ୍ଷଣ କରାଯାଇଛି । ଏହା ୱାୟେରଲେସ
ମାଧ୍ୟମରେ ସୂଚନା ପ୍ରଦାନ କରିପାରିବ ଏବଂ ୩୦ ମିନିଟ ପର୍ଯ୍ୟନ୍ତ ଉଡ଼ିପାରିବ ।

୧୯୭୬ରେ ଏହାର ପ୍ରଥମ ସଫଳ ପରୀକ୍ଷଣ ହୋଇଥିଲା । ୨୦୦୦ ମସିହାରେ ଏହାକୁ ଭାରତୀୟ
ବାୟୁସେନାରେ ସାମିଲ୍ କରାଯାଇଥିବା ବେଳେ ବାୟୁସେନାର ତଥ୍ୟ ହାସଲ ପାଇଁ ଏହାକୁ ନିୟୋଜିତ
କରାଯାଇଥାଏ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଚାନ୍ଦିପୁର କ୍ଷେପଣାସ୍ତ୍ର, ବାଲେଶ୍ୱର

ଜାନୁୟାରୀ ୧୯, ଗୁରୁବାର ଭୋର ସମୟରେ ବାଲେଶ୍ୱର ଜିଲ୍ଲା ସୋର ନିକଟରେ ହୋଇଥିବା ଦୁର୍ଘଟଣାରେ ଆହତ ଲୋକମାନେ ।

January 19, 2012 by admin Leave a Comment

ଜାନୁୟାରୀ ୧୯, ଗୁରୁବାର ଭୋର ସମୟରେ ବାଲେଶ୍ୱର ଜିଲ୍ଲା ସୋର ନିକଟରେ ହୋଇଥିବା ଦୁର୍ଘଟଣାରେ ଆହତ ଲୋକମାନେ ।

admin
admin

Filed Under: ମୁଖ୍ୟ ଖବର Tagged With: ବାଲେଶ୍ୱର

ଜାନୁୟାରୀ ୮ ରବିବାର ବାଲେଶ୍ୱର ଜିଲ୍ଲା ସ୍ଥିତ କୃଷି ରସାୟନ କାରଖାନାରେ ଗ୍ୟାସ୍ ଲିକ୍ ପରେ ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳରେ ଲୋକଙ୍କ ସହ ଆଲୋଚନା କରୁଛନ୍ତି ।

January 8, 2012 by ଓଡିଶା ଡଟ କମ Leave a Comment

ଜାନୁୟାରୀ ୮ ରବିବାର ବାଲେଶ୍ୱର ଜିଲ୍ଲା ସ୍ଥିତ କୃଷି ରସାୟନ କାରଖାନାରେ ଗ୍ୟାସ୍ ଲିକ୍ ପରେ ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳରେ ଲୋକଙ୍କ ସହ ଆଲୋଚନା କରୁଛନ୍ତି ।

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବାଲେଶ୍ୱର

  • Page 1
  • Page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ