୯ ଡ଼ିସେମ୍ବର ୨୦୧୧ ଶୁକ୍ରବାର ବିଆର୍ଜିଏଫ୍ରେ ଓଡ଼ିଶାକୁ ଅବହେଳା ପ୍ରତିବାଦ ରେ ବିଧାନସଭା ପରିସରରେ ବିଜେଡ଼ି ବିଧାୟକଙ୍କ ଧାରଣା ।
Connecting Odias
by ଓଡିଶା ଡଟ କମ
୯ ଡ଼ିସେମ୍ବର ୨୦୧୧ ଶୁକ୍ରବାର ବିଆର୍ଜିଏଫ୍ରେ ଓଡ଼ିଶାକୁ ଅବହେଳା ପ୍ରତିବାଦ ରେ ବିଧାନସଭା ପରିସରରେ ବିଜେଡ଼ି ବିଧାୟକଙ୍କ ଧାରଣା ।
by ଓଡିଶା ଡଟ କମ
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ନୂଆିଲ୍ଲୀ, ଡ଼ିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) କଟକ ଜିଲ୍ଲା ଆଠଗଡ଼ ବିଧାନସଭା ନିର୍ବାଚନ ମାମଲାରେ ହାଇକୋର୍ଟ ଦେଇଥିବା ରାୟକୁ ଶୁକ୍ରବାର ସୁପ୍ରିମକୋର୍ଟ କାଏମ ରଖିଛନ୍ତି ।
ଏହାସହ ଉକ୍ତ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିବା ବର୍ତମାନର ସ୍ୱାଧିନ ବିଧାୟକ ରମେଶ ରାଉତଙ୍କ ସଭ୍ୟ ପଦ ରଦ୍ଧ କରିଦେଇଛନ୍ତି ।
ଗତ ୨୦୦୯ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରାର୍ଥୀପତ୍ର ସହିତ ଦଳୀୟ ଟିକେଟ୍ ରେ ମୂଳ କପି ପ୍ରଦାନ କରିନଥିବା ଦର୍ଶାଇ ଯାଞ୍ଚ ସମୟରେ ରିଟର୍ଣ୍ଣିଂ ଅଫିସର ତାଙ୍କ ପ୍ରାର୍ଥୀପତ୍ର ଖାରଜ କରିଦେଇଥିଲେ ।
ଏହାକୁ ନେଇ ରଣେନ୍ଦ୍ର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଏବଂ ଗତ ୨୦୧୦ ଜୁନ୍ ୨୩ରେ ହାଇକୋର୍ଟ ଏହାର ଶୁଣାଣି କରି ରମେଶଙ୍କ ସଭ୍ୟ ପଦ ରଦ୍ଧ କରିବା ସହ ପୁନଃ ନିର୍ବାଚନ ପାଇଁ
ନିର୍ଦ୍ଦେଶ ଦେଇଥିଲେ ।
ଏହା ଉପରେ ରହିତାଦେଶ ଜାରି କରିବା ସହ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ତାଙ୍କୁ ଦଶ ସପ୍ତାହ ସମୟ ଦେବାକୁ ରମେଶ ଜୁନ୍ ୨୪ରେ ହାଇକୋର୍ଟରେ ଆବେଦନ କରିଥିଲେ ।
ତେବେ ସାନି ନିର୍ବାଚନ ଉପରେ ରହିତାଦେଶ ଜାରି କରିବା ପାଇଁ କରାଯାଇଥିବା ଆବେଦନକୁ ହାଇକୋର୍ଟ ଗତ ଜୁନ୍ ୨୯ରେ ଖାରଜ କରିଦେଇଥିଲେ ।
ପରେ ରମେଶ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍
by ଓଡିଶା ଡଟ କମ
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ଚତୁର୍ଦ୍ଧଶ ବିଧାନସଭାର ଅଷ୍ଟମ ତଥା ଚଳିତ ବର୍ଷର ଶୀତକାଳୀନ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ।
ପ୍ରଥମଦିନରେ ଦିବଂଗତ ସଦସ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୋକପ୍ରସ୍ତାବ ଆଗତ କରିଛନ୍ତି ଏବଂ ପରେ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।
୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୧୯ଟି କାର୍ଯ୍ୟ ଦିବସ ସ୍ଥାନ ପାଇଥିବା ବେଳେ ୯ଟି ବିଧେୟକ ଆସିବ ବୋଲି ସ୍ଥିର ହୋଇଛି ।
ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ମୋଟ୍ ୨୧ଟି କାର୍ଯ୍ୟିବସ ମଧ୍ୟରୁ ୪ଟି ବେସରକାରୀ ଦିବସ ରହିଛି ।
୧୨ ତାରିଖରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଚଳିତ ୨୦୧୧-୧୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ସେହି ବଜେଟ୍ ଆଧାରରେ ତିନୋଟି ବିଭାଗର ଖର୍ଚ୍ଚଦାବି ସଂକ୍ରାନ୍ତ ଆଲୋଚନା ପାଇଁ ସ୍ଥିର ହୋଇଛି ।
ଏହାବ୍ୟତୀତ ୨୨ ତାରିଖରେ ବିନିଯୋଗ ବିଲ୍ ଆଗତ ହେବ । ଏହି ସମୟ ମଧ୍ୟରେ ଆଗତ ହେବାକୁ
ଥିବା ଅନ୍ୟ ବିଲ୍ ଗୁଡ଼ିକ ହେଲା ଓଡ଼ିଶା ଭୂତଳ ଜଳ ନିୟନ୍ତ୍ରଣ ତଥା ପରିଚାଳନା ବିଲ୍ ୨୦୧୧, ଓଡ଼ିଶା ପ୍ରବେଶକର ସଂଶୋଧନ ବିଲ୍ ୨୦୧୧, ଓଡ଼ିଶା ଜମାକାରୀଙ୍କ ସୁଧ ସୁରକ୍ଷା ବିଲ୍ ୨୦୧୧ ।
ସେହିପରି ଓଡ଼ିଶା ଆର୍ଥିକ ପରିଚାଳନା ତଥା ବଜେଟ୍ ପରିଚାଳନା ବିଲ୍, ଅନୁସୂଚିତ ଜାତି ଜନଜାତି ଏବଂ ପଛୁଆବର୍ଗ ଜାତିଗତ ପ୍ରମାଣପତ୍ର ବିଲ୍, ମୁସ୍ଲିମ୍ ବିବାହ ଏବଂ ଛାଡ଼ପତ୍ର ପଞ୍ଜିକରଣ ବିଲ୍, ଓଡ଼ିଶା ମେରିଟାଇମ୍ ବୋର୍ଡ଼ ବିଲ୍ ଏବଂ ଓଡ଼ିଶା ଲୋକପାଳ ଏବଂ ଲୋକାୟୁକ୍ତ ସଂଶୋଧନ ବିଲ୍ ଆଗତ ହେବ ।
ଏହି ଅଧିବେଶନ ପାଇଁ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍
by ଓଡିଶା ଡଟ କମ
୮ ନଭେମ୍ବର ୨୦୧୧ ଗୁରୁବାର ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳର ବୈଠକ ।
by ଓଡିଶା ଡଟ କମ
ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ୮ ନଭେମ୍ବର ୨୦୧୧ ଗୁରୁବାର ଅନୁଷ୍ଠିତ ବିଜେଡ଼ି ବିଧାୟକ ଦଳର ବୈଠକ ।
by ଓଡିଶା ଡଟ କମ
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ୨୦୧୧-୧୨ ବର୍ଷ ପାଇଁ ୨୨୯୦ କୋଟି ୩୦ ଲକ୍ଷ ଟଙ୍କାର ଅତିରିକ୍ତ ଚିଠା ବଜେଟ ଶନିବାର ମନ୍ତ୍ରୀ ପରିଷଦ ବୈଠକରେ ଏହା ଅନୁମୋଦନ ଲାଭ କରିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ଅନୁମୋଦନ ଲାଭ କରିଥିବା ବେଳେ ଆସନ୍ତା ୯ ତାରିଖରୁ ହେବାକୁଥିବା ବିଧାନସଭାର ଶୀତକାଳୀନ ଅଧିବେଶନରେ ଅର୍ଥ ମନ୍ତ୍ରୀ ଏହି ଅତିରିକ୍ତ ଚିଠା ବଜେଟ ଉପସ୍ଥାପନ କରିବେ ।
ଓଡ଼ିଶା ଡ଼ଟ୍ କମ୍
by ଓଡିଶା ଡଟ କମ
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ନୂଆିଲ୍ଲୀ, ଡ଼ିସେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ରେଳ ବଜେଟ୍ ରେ ଓଡ଼ିଶା ପାଇଁ ୨,୩୪୫ କୋଟି ଟଙ୍କା ବ୍ୟୟବରାଦ କରିବାକୁ ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟ ବିଧାନସଭା ପ୍ରତିନିଧି ଦଳ ଦାବି କରିଛନ୍ତି ।
ଚଳିତ ମାସ ଶେଷ ସୁଦ୍ଧା ଓଡ଼ିଶା ଗସ୍ତରେ ଯାଇ ରାଜ୍ୟରେ ନିର୍ମାଣାଧୀନ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିବା ସହ କେଉଁ ରେଳ ପ୍ରକଳ୍ପ ଗୁଡ଼ିକ ପ୍ରଥମେ ଶେଷ କରାଯିବ ତା’ର ନିଷ୍ପତି ରେଳ ମନ୍ତ୍ରାଳୟ ନେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଦୀନେଶ ତ୍ରିଦେବୀ ପ୍ରତିନିଧି ଦଳକୁ ଜଣାଇଛନ୍ତି ।
ସଂସରେ ବିଧାନସଭା ବାଚସ୍ପତି ପ୍ରଦୀପ ଆମାତଙ୍କ ନେତୃତ୍ୱରେ ବିଧାନସଭା ଗୃହ କମିଟିର ସଦସ୍ୟ ଓ ଓଡ଼ିଶାର ସାଂସଦ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ।
ଲାଞ୍ଜିଗଡ଼-ଜୁନାଗଡ଼, ଖୋର୍ଦ୍ଧାରୋଡ୍ବଲାଙ୍ଗିର, ହରିଦାସପୁର-ପାରାଦ୍ଵୀପ, ଅନୁଗୁଳ-ସୁକିନ୍ଦା ରୋଡ୍, ତାଳଚେର ବିମଳାଗଡ଼ ଓ ଜଳେଶ୍ୱର-ଦୀଘା ନୂତନ ରେଳପଥ ନିର୍ମାଣ ସମେତ ରୁପ୍ସା ବାଙ୍ଗିରପୋଷି ରେଳ ଲାଇନକୁ ମୁମ୍ବାଇ କୋଲକାତା ଲାଇନ୍ ର ଚକୁଳିଆ ପର୍ଯ୍ୟନ୍ତ ଏବଂ ନୌପଡ଼ା-ଗୁଣୁପୁର ରେଳ ଲାଇନ୍ କୁ ରାୟଗଡ଼ା ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ଆଗାମୀ ବଜେଟ୍ ରେ ଅର୍ଥ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଛି ।
ଏହାବ୍ୟତୀତ ୯ଟି ନୂତନ ରେଳପଥ ନିର୍ମାଣ,ଦୁଇଟି ରେଳପଥ ଦୋହରୀକରଣ, ତିନୋଟି ରେଳପଥର ବିଦ୍ୟୁତି କରଣ,୧୬ଟି ରେଳର ଚଳାଚଳ ଦିନ ବୃଦ୍ଧି, ନ’ଟି ରେଳର ସଂପ୍ରସାରଣ, ୧୮ଟି ଆଦର୍ଶ ଷ୍ଟେସନ୍ ନିର୍ମାଣ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଛି ।
ମାଓ ପ୍ରଭାବିତ ଜିଲ୍ଲା ଗୁଡ଼ିକ ସମେତ ନବରଙ୍ଗପୁର, ଦେବଗଡ଼, ବୌଦ୍ଧ, କେନ୍ଦ୍ରାପଡ଼ା,ଫୁଲବାଣୀ ଆଦି ନ’ଗୋଟି ଜିଲ୍ଲାରେ ନୂତନ ରେଳ ଲାଇନ୍ ବିଛାଇବା ପାଇଁ ମଧ୍ୟ ଏହି ପ୍ରତିନିଧି ଦଳ ପ୍ରସ୍ତାବ ଦେଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
by ଓଡିଶା ଡଟ କମ
ଓଡ଼ିଶା ଡ଼ଟ୍ କମ୍:ରାକେଶ ଗୁପ୍ତା
ଉମରକୋଟ, ନଭେମ୍ବର୩୦(ଓଡ଼ିଶା ଡ଼ଟ୍ କମ୍) ବୁଧବାର ନବରଙ୍ଗପୁର ଜିଲ୍ଲାର ଉମରକୋଟ ବିଧାନସଭା ମଣ୍ଡଳୀ ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଥିବା ବେଳେ ,ପ୍ରାୟ ୭୨ପ୍ରତିଶତ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିବା ଜିଲ୍ଲାପାଳ ଶିବବ୍ରତ ଦ।ଶ କହିଛନ୍ତି ।
ନିର୍ବାଚନ ତାରିଖର କିଛିିନ ପୂର୍ବରୁ କେତେକ ମାଓବାଦୀ ଧମକ ପୋଷ୍ଟର ଦେଖିବାକୁ ମିଳିଥିବା ସତ୍ୱେ ବ୍ୟାପକ ଉତ୍ସାହ ଓ ଉଦ୍ଦୀପନାର ସହ ମହିଳା ଓ ପୁରୁଷ ଭୋଟରମାନେ ନିର୍ଧାରିତ ସମୟ ପୂର୍ବରୁ ସ୍ଥାନୀୟ ଭୋଟ କେନ୍ଦ୍ର ସାମନାରେ ଧାଡ଼ିରେ ଛିଡ଼ା ହୋଇଥିଲେ ।
ନକ୍ସଲ ଭୟ ଦୂର ପାଇଁ ବିଭିନ୍ନ ସମ୍ବେଦନାପୂର୍ଣ୍ଣ ସ୍ଥାନମାନଙ୍କରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ବହୁ ଭୋଟର ଇଭିଏମ୍ ମେସିନ ର ବ୍ୟବହାର ଜାଣିନଥିବାରୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ତାଙ୍କୁ ଉକ୍ତ ମେସିନର ବ୍ୟବହାର ସଂପର୍କରେ ବୁଝାଇଥିଲେ ।
ଅପରାହ୍ଣ ଚାରିଟା ଭୋଟ ଗ୍ରହଣର ଶେଷ ସମୟ ଥିବା ସତ୍ୱେ ବିଳମ୍ବରେ କେତେକ ମତଦାନ କେନ୍ଦ୍ରକୁ ବହୁ ସଂଖ୍ୟାରେ ଭୋଟର ଆସିଥିବା ଯୋଗୁଁ ସେଠାରେ ମତଦାନ ସମୟସୀମା ବଢାଯାଇଥିଲା ଜିଲ୍ଲା ପୋଲିସ ମୁଖ୍ୟ ନିତି ଶେଖର ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।
ଶାନ୍ତି ଶୃଂଖଳାର ସହ ଭୋଟ ଦାନ ସରିବା ପରେ ବିଜେପି ,ବିଜେଡ଼ି ଓ କଂଗ୍ରେସର ଯଥାକ୍ରମେ ଧର୍ମୁ ଗଣ୍ଡ ସୁବାଷ ଗଣ୍ଡ ଏବଂ ଜୀତେନ୍ଦ୍ର ଗଣ୍ଡ ଙ୍କର ଭାଗ୍ୟ ଭୋଟ ବାକ୍ସ ଭିତରେ ବନ୍ଦ ହୋଇ ରହିଛି । ଆସନ୍ତା ଡ଼ିସେମ୍ବର ୪ ତାରିଖରେ ଭୋଟ୍ ଗଣତି ହେବ ।
ବିଜେଡ଼ି ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟା ପରେ ଏହି ବିଧାନସଭା ଆସନ ଖାଲି ହୋଇଥିବାରୁ ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ଓଡ଼ିଶା ଡ଼ଟ୍ କମ୍
by ଓଡିଶା ଡଟ କମ
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ଡିସେମ୍ବର ୯ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଶନିବାର ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।
ଅଧିବେଶନରେ ୧୯ଟି କାର୍ଯ୍ୟ ଦିବସ ରହିଛି । ଡିସେମ୍ବର୧୨ ତାରିଖରେ ଅତିରିକ୍ତ ଖର୍ଚ୍ଚ ଦାବି ଆଗତ ହେବ ଓ ଏହି ବିଲ୍ ଉପରେ ୧୯, ୨୦,୨୧ ତାରିଖରେ ଆଲୋଚନା ହେବ । ଡିସେମ୍ବର ୨୨ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହେବ ।
ଓଡ଼ିଶା ଡ଼ଟ୍ କମ୍
by ଓଡିଶା ଡଟ କମ
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ବିଧାନସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ରାଜ୍ୟରେ ରାଜେନତିକ ତତ୍ପରତା ପ୍ରକାଶ ପାଇଛି ।
ଦୁର୍ବୃତଙ୍କ ଗୁଳିମାଡ଼ରେ ଗତ ସେପ୍ଟେମ୍ବର ୨୪ରେ ବିଧାୟକ ଜଗବନ୍ଧୁ ମାଝୀଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲିପଡ଼ିଛି । ତେବେ ଉପନିର୍ବାଚନରେ ଏହି ଆସନ ହାସଲ କରିବା ପାଇଁ ବିଜେଡ଼ି, ବିଜେପି ଓ କଂଗ୍ରେସ ଉଦ୍ୟମ ଆରମ୍ଭ କରିଛନ୍ତି ।
ଦଳ ଗୁଡ଼ିକ ପକ୍ଷରୁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିଜେପି ପୂର୍ବତନ ବିଧାୟକ ଧରମୁ ଗଣ୍ଡଙ୍କୁ ପାର୍ଥୀ କରିବା ପାଇଁ ଘୋଷଣା କରିଛି ।
ପୂର୍ବରୁ ଜନତା ଦଳ ପ୍ରାର୍ଥୀ ଏହି ଆସନରୁ ବିଜୟୀ ହୋଇଥିଲେ ଏବଂ ଲଗାତାର ଦୁଇ ଥର କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେବେ ୨୦୦୪ ନିର୍ବାଚନରେ ବିଜେପିର ଧରମୁ ଗଣ୍ଡ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ଗତ ୨୦୦୯ ନିର୍ବାଚନରେ ବିଜେଡ଼ି ବିଜେପି ମେଂଟ ଭାଙ୍ଗି ଯିବା ପରେ ଉଭୟ ଦଳ ନିଜ ନିଜର ପ୍ରାର୍ଥୀେଇଥିଲେ । ଜଗବନ୍ଧୁ ମାଝିଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ଏବଂ ସେ ବିଜେପିର ଧରମୁ ଗଣ୍ଡଙ୍କୁ ୧୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।
ଗତ ସେପ୍ଟେମ୍ବର ୨୪ରେ ଜଗବନ୍ଧୁ ଏକ ସଭାରେ ଗରିବ ଲୋକଙ୍କୁ ପଟ୍ଟା ପ୍ରଦାନ କରୁଥିବା ବେଳେ
ଦୁର୍ବୃତମାନେ ତାଙ୍କ ଉପରକୁ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ପରେ ଏହି ଅସନଟି ଖାଲି ପଡ଼ିଛି । ମୁଖ୍ୟ ନିର୍ବାଚନ କମିଶନର ନଭେମ୍ବର ୩୦ ତାରିଖରେ ନିର୍ବାଚନ ପାଇଁଦିନ ଧାର୍ଯ୍ୟ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍