• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଜ୍ୟପାଳ

ରାଜ୍ୟପାଳଙ୍କ ଅଭିଭାଷଣ ସହ ବଜେଟ୍ ଅଧିବେଶନ ଆରମ୍ଭ

February 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟପାଳଙ୍କ ଅଭିଭାଷଣ ଓ ବିରୋଧୀ ସଦସ୍ୟଙ୍କ କକ୍ଷତ୍ୟାଗ ମଧ୍ୟରେ ମଙ୍ଗଳବାର ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି ।

ମଧ୍ୟାହ୍ନ ୧୧ଟାବେଳେ ଆରମ୍ଭ ହୋଇଥିବା ଅଧିବେଶନରେ ପ୍ରଥମେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଶୋକ ପ୍ରସ୍ତାବ ଆଗତ କରିବା ପରେ ଅଭିଭାଷଣ ପ୍ରଦାନ କରିଥିଲେ ।

ଚଳିତ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ଅସତ୍ ଉପାୟ ଅବଲମ୍ବନ କରିଥିବା ଅଭିଯୋଗ କରି ବିରୋଧୀ ଦଳ ନେତା ନିଜ ଆସନରେ ଛିଡ଼ା ହୋଇ ସମାନ୍ତରାଳ ଭାଷଣ ଦେଇଥିଲେ ।

ପରେ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

୨୧ରୁ ୨୯ ପ୍ରଥମ ପର୍ଯ୍ୟାୟ ଓ ମାର୍ଚ୍ଚ ୧୪ରୁ ଅପ୍ରେଲ ୭ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ଓ ଅଧିବେଶନରେ ୨୯ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୨୪ ତାରିଖରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ୨୦୧୨-୧୩ ବର୍ଷ ପାଇଁ ବଜେଟ ଆଗତ କରିବେ ।

ସେହିପରି ମାର୍ଚ୍ଚ ୧ରୁ ୧୩ ତାରିଖ ଯାଏଁ ଗୃହ ମୁଲତବୀ ରହିବ ଏବଂ ଏହି ସମୟରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଷ୍ଟାଣ୍ଡିଂ କମିଟି ଗୁଡ଼ିକ ସମୀକ୍ଷା କରିବେ । ମାର୍ଚ୍ଚ ୧୪ରେ ଗୃହର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ ।

ଓଡିଶା ଡଟ୍ କମ୍

Filed Under: ମୁଖ୍ୟ ଖବର Tagged With: ବଜେଟ୍ ଅଧିବେଶନ, ବିଧାନସଭା, ରାଜ୍ୟପାଳ

୨୧ରୁ ବିଧାନସଭା ବଜେଟ୍ ଅଧିବେଶନ

February 2, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ଚଳିତ ମାସ ୨୧ ତାରିଖରୁଦୁଇଟି ପର୍ଯ୍ୟାୟରେ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ହେବ ।

ରାଜ୍ୟପାଳଙ୍କ ସ୍ୱୀକୃତି ପରେ ଗୁରୁବାର ଏସଂପର୍କରେ ବିଜ୍ଞପ୍ତୀ ପ୍ରକାଶ ପାଇଛି । ଫେବୃୟାରୀ ୨୧ରୁ ୨୯ ପ୍ରଥମ ପର୍ଯ୍ୟାୟ ଓ ମାର୍ଚ୍ଚ ୧୪ରୁ ଅପ୍ରେଲ ୭ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ଓ ଅଧିବେଶନରେ ୨୯ଟି କାର୍ଯ୍ୟ ଦିବସ ରହିଛି ।

୨୧ରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖିବେ ଏବଂ ୨୪ ତାରିଖରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ
୨୦୧୨-୧୩ ବର୍ଷ ପାଇଁ ବଜେଟ ଆଗତ କରିବେ ।

ମାର୍ଚ୍ଚ ୧ରୁ ୧୩ ତାରିଖ ଯାଏଁ ଗୃହକୁ ମୁଲତବୀ କରାଯିବ । ଏହି ସମୟରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଷ୍ଟାଣ୍ଡିଂ କମିଟି ଗୁଡ଼ିକ ସମୀକ୍ଷା କରିବେ । ମାର୍ଚ୍ଚ ୧୪ରେ ଗୃହରଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ ଏବଂ ଏହିଦିନ ଷ୍ଟାଣ୍ଡିଂ କମିଟି ଗୁଡ଼ିକର ରିପୋର୍ଟ ଉପସ୍ଥାପନ କରାଯିବ ।

ମାର୍ଚ୍ଚ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ଏବଂ
୩୧ରେ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହେବ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଗୃହ ମୁଲତବୀ, ବଜେଟ୍ ଅଧିବେଶନ, ବିଧାନସଭା, ରାଜ୍ୟପାଳ

ବୈଷ୍ଣବ ତ୍ରିପାଠୀ ରେଭେନ୍ସା ବିଶ୍ୱବିଦ୍ୟାଳୟ ନୂତନ କୁଳପତି

November 19, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ୱବ୍ୟିାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ କରିଛନ୍ତି ।

ଡ.ବୈଷ୍ଣବ ଚରଣ ତ୍ରିପାଠୀଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଓ ଡ.ବିଜୟ କୁମାର ନନ୍ଦଙ୍କୁ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବ୍ୟିାଳୟର କୁଳପତି ଭାବେ ଶନିବାର ନିଯୁକ୍ତି ଦିଆଯାଇଛି ।

ନନ୍ଦ ବର୍ତମାନ ରାଉରକେଲା ଏନ୍ଆଇଟିର ମେକାନିକାଲ ଇଂଜିନିୟରିଂରେ ଅଧ୍ୟାପନା କରୁଥିବା ବେଳେ ସେ ଏହି ପଦବୀରେ ତିନିବର୍ଷ କାର୍ଯ୍ୟ କରିବେ ।

ସେହିପରି ନୂଆଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ସ୍କୁଲ୍ ଅଫ୍ ଲାଇଫ୍ ସାଇନ୍ସରେ ପ୍ରଫେସର ଥିବା
ତ୍ରିପାଠୀ ମଧ୍ୟ ତିନିବର୍ଷ ଏହି ଦାୟିତ୍ୱରେ ରହିବେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କୁଳାଧିପତି, ରାଜ୍ୟପାଳ

ବନ୍ୟା: ସ୍ୱାଧୀନ କମିଟି ଦ୍ୱାରାତଦନ୍ତ ପାଇଁ ମତ

October 16, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୧୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେଦୁଇଟି ପର୍ଯ୍ୟାୟରେ ହୋଇଥିବା ବନ୍ୟାର ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ଏକ ସ୍ୱାଧୀନ ବିଶେଷଜ୍ଞ କମିଟି ଦ୍ୱାରାତଦନ୍ତ ହେବା ଆବଶ୍ୟକ ବୋଲି ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଶୁକ୍ରବାର କହିଛନ୍ତି ।

ବନ୍ୟାର କାରଣ ଜଣାପଡ଼ିଲେ ଏହା ଭବିଷ୍ୟତ ପାଇଁ ସତର୍କ ରହିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।  ଏହାସହ ଇନ୍ଦିରା ଆବାସ ଅନୁଦାନ ପରିମାଣ ୩୫ ହଜାର ଟଙ୍କାରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯିବା  ଆବଶ୍ୟକ ବୋଲି ସେ କହିଛନ୍ତି ।

ହୀରାକୁର ଜଳ ପରିଚାଳନାରେ ତ୍ରୁଟି ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିରୋଧି ଦଳ  ଗୁଡ଼ିକ ପକ୍ଷରୁ ଅଭିଯୋଗ କରାଯାଇ ଏ ସଂପର୍କରେ ତଦନ୍ତ କରାଇବାକୁ ରାଜ୍ୟପାଳଙ୍କୁ ଅନୁରୋଧ  କରାଯାଇଥିଲା ।

ରାଜ୍ୟପାଳ ଏହି ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଥିଲେ ଏବଂ ସିଡବ୍ଳୁସିର  ଜଣେ ସଭ୍ୟଙ୍କ ନେତୃତ୍ୱରେ ଏକ କମିଟି ଗଠନ କରି ଏହା ଉପରେ ତଦନ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ ।

ତେବେ ହୀରାକୁ ଜଳଭଣ୍ଡାରର ଜଳ ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ ଏବଂ ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଜଳସଂପଦ ବିଭାଗ ପକ୍ଷରୁ ବୁଧବାର  ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ବନ୍ୟା, ରାଜ୍ୟ, ରାଜ୍ୟପାଳ

ଅଗଷ୍ଟ ୧୭ରୁ ବିଧାନସଭା ମୌସୁମୀ ଅଧିବେଶନ

July 28, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜୁଲାଇ ୨୮(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ଅଗଷ୍ଟ ୧୭ରୁ ଆରମ୍ଭ କରିବାକୁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଏହି ଅଧିବେଶନ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ଦଶଟି କାର୍ଯ୍ୟ ଦିବସ ରହିଛି ।ଚଳିତ ବର୍ଷ ବିଧାନସଭା ଅଧିବେଶନ ବସିବାକୁ ଆଉ ୨୯ଦିନ ବାକି ରହିଛି ।

ମୌସୁମୀ ଅଧିବେଶନ ୧୦ଦିନ ଯିବା ପରେ ଆଉ ୧୯ଦିନ ରହିବ । ଶୀତକାଳୀନ ଅଧିବେଶନରେ ତାହା ପୂରଣ ହେବ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଅଗଷ୍ଟ, ମୁଖ୍ୟ ଖବର, ମୌସୁମୀ ଅଧିବେଶନ, ରାଜ୍ୟପାଳ

ତିନି ବିଶ୍ୱବିଦ୍ୟାଳୟର ନୂତନ କୁଳପତି

April 30, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୩୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ରାଜ୍ୟର ତିନୋଟି ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତ କରିଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍ବିଏ ବିଭାଗର ପ୍ରଫେସର ପ୍ରଶାନ୍ତ କୁମାର ସାହୁଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରାଯାଇଥିବା ବେଳେ ଅର୍ଥନୀତି ବିଭାଗ ପ୍ରଫେସର କୁମରବର ଦାସଙ୍କୁ ବାଲେଶ୍ୱର ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗ ପ୍ରଫେସର ସଂଘମିତ୍ରା ମହାନ୍ତିଙ୍କୁ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କୁଳାଧିପତି, ବିଶ୍ୱବିଦ୍ୟାଳୟ, ମୁଖ୍ୟ ଖବର, ରାଜ୍ୟପାଳ

ସାଇବାବାଙ୍କ ଦେହାନ୍ତରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଶୋକ

April 28, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୪(ଓଡ଼ିଶା ଡ଼ଟ୍ କମ୍) ସତ୍ୟ ସାଇବାବାଙ୍କ ଦେହାନ୍ତରେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସତ୍ୟସାଇ ସେବା ପରମ ଧର୍ମର ପ୍ରତୀକ । ବାବା କେବଳ ଆଧ୍ୟାତ୍ମିକ ମାର୍ଗର କଥା କହୁନଥିଲେ, ଲୋକଙ୍କ ପାଇଁ ବିଭିନ୍ନ ସେବା ପ୍ରଦାନ କରୁଥିଲେ । ସତ୍ୟସାଇଙ୍କ ପାର୍ଥିବ ଶରୀରର ବିଲୟ ଘଟିଛି କିନ୍ତୁ ତାଙ୍କ ଦର୍ଶନ, କର୍ମ ଓ ବାଣୀ ତାଙ୍କୁ ମତ୍ୟୁଞ୍ଜୟୀ କରାଇଛି ବୋଲି ରାଜ୍ୟପାଳ ତାଙ୍କ ବାର୍ତ୍ତାରେ କହିଛନ୍ତି ।

ସତ୍ୟ ସାଇବାବା ମାନବ ସମାଜରେ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ପ୍ରଚାର କରିଯାଇଛନ୍ତି । ସେ ମଣିଷ ଭିତରେ ଦିବ୍ୟ ଚେତନାର ବିକାଶ ପାଇଁ ମାର୍ଗ ଖୋଇଛନ୍ତି । ସତ୍ୟ ସାଇବାବାଙ୍କ ଶରୀର ଆଜି ଅବସାନ ଘଟିଛି କିନ୍ତୁ ତାଙ୍କର ସୂକ୍ଷ୍ମ ଶରୀର ମାନବ ସମାଜକୁ ଜ୍ଞାନ ଓ ସେବାର ମାର୍ଗ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସାଇବାବା ଜଣେ ମହାନ ଧର୍ମଗୁରୁ ଭାବେ କୋଟି କୋଟି ଲୋକଙ୍କୁ ନୈତିକ ତଥା ଆଧ୍ୟାତ୍ମିକ ଜୀବନ ଯାପନ କରିବା ପାଇଁ ଅନୁପ୍ରେରିତ କରିଥିଲେ । ବିଗତ ୫୦ ବର୍ଷରୁ ଉଦ୍ଧ୍ୱର୍ ଧରି ଉଚ୍ଚ ମାନବିକ ମୂଲ୍ୟବୋଧ ପ୍ରଚାରର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଶୋକ ବାର୍ତ୍ତାରେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ସାଇବାବା

ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଲ୍ କୁ ରାଜ୍ୟପାଳ ଫେରାଇ ଦିଅନ୍ତୁ : ବିଜେପି

November 21, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ବେଆଇନ ଭାବେ କରାଯାଇଥିବା ହାଇକୋର୍ଟ ରାୟ ଦେଇଥିବାରୁ ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ତାଙ୍କ ପ୍ତରରେ ପଡ଼ିଥିବା ଏ ସଂକ୍ରାନ୍ତୀୟ ବିଲକୁ ଅନୁମୋଦନ ନକରି ଫେରାଇ ଦିଅନ୍ତୁ ବୋଲି ବିଜେପି ନେତା ବିଜୟ ମହାପାତ୍ର ଦାବୀ କରିଛନ୍ତି ।

ଏହା ସହିତ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଫୌଜଦାରୀ ମୋକଦ୍ଧମା ରୁଜୁ ପାଇଁ ମଧ୍ୟ ଅନୁମତି ଦିଅନ୍ତୁ ବୋଲି ସେ କହିଛନ୍ତି । ବିଶ୍ୱବିଦ୍ୟାଳୟକୁ ଜମି ଦେବାରେ ବହୁ ବେନିୟମ ହୋଇଛି ବୋଲି ଲୋକପାଳ ଦର୍ଶାଇଥିଲେ ।

ତାହାକୁ ସେତେବେଳେ ସରକାର ଗୁରୁତ୍ୱ ଦେଇନଥିଲେ । ଏବେ ହାଇକୋର୍ଟ ରାୟ ପ୍ରକାଶ ପାଇଥିବାରୁ ସରକାରଙ୍କ ସମସ୍ତ କାରସାଦି ଧରାପଡ଼ିଯାଇଛି । ଜମି ଅଧିଗ୍ରହଣ କ୍ଷେତ୍ରରେ ସରକାର ଏବଂ ରାଜସ୍ୱ ପ୍ରଶାସନ ସମସ୍ତ ନୀତି ନିୟମକୁ ଉଲଂଘନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହାର ମୂଳ ହୋଇଥିବାରୁ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ । ସେଥିପାଇଁ ରାଜ୍ୟପାଳଙ୍କୁ ଅବଗତ କରାଯିବ ଓ ଖୁବ୍ ଶୀଘ୍ର ଏକ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରିବେ, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Filed Under: ମୁଖ୍ୟ ଖବର Tagged With: ବିଜେପି, ବେଦାନ୍ତ, ମୁଖ୍ୟ ଖବର, ରାଜ୍ୟପାଳ

  • « Go to Previous Page
  • Go to page 1
  • Go to page 2

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ