ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅପ୍ରେଲ ୨୬(ଓଡ଼ିଶା ଡ଼ଟ୍ କମ୍) ୧୦ ମେଗାୱାଟ ସୌରଶକ୍ତି କ୍ରୟ କରିବା ପାଇଁ ଗ୍ରୀଡ଼୍କୋ ଜାତୀୟ ତାପଜ ବିଦ୍ୟୁତ ନିଗମ (ଏନ୍ଟିପିସି) ସହ ମଙ୍ଗଳବାର ଚୁକ୍ତି ସ୍ୱାକ୍ଷର କରିଛି ।
ଏନ୍ଟିପିସିର ଦୁଇଟି ପ୍ରକଳ୍ପରୁ ଏହି ସୌରଶକ୍ତି କ୍ରୟ କରିବ । ଏନ୍ଟିପିସିର ନିର୍ବାହୀ ନିର୍ଦ୍ଦେଶକ ଏମ୍.କେ.ଭି ରାମାରାଓ ଏବଂ ଗ୍ରୀଡ୍କୋ ନିର୍ଦ୍ଦେଶକ ପିକେ ପ୍ରଧାନ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି ।
ଚୁକ୍ତିନାମା ଅନୁସାରେ ଏନ୍ଟିପିସିର ଉତ୍ତର ପ୍ରଦେଶର ପ୍ରାଥି କେନ୍ଦ୍ରରୁ ୫ ମେଗାୱାଟ ଏବଂ ହରିୟାଣାର ଫରିଦାବାଦ ଠାରେ ଥିବା କେନ୍ଦ୍ରରୁ ୫ ମେଗାୱାଟ ସୌରଶକ୍ତି ଗ୍ରୀଡ୍କୋ କିଣିବ ।
ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଦ୍ୱାରା ସ୍ଥିର କରାଯାଇଥିବା ର ଅନୁଯାୟୀ ଜାତୀୟବିଦ୍ୟୁତ ନୀତି ଅନୁସାରେ ୟୁନିଟ୍ ପିଛା ୪.୭୪ରୁ ୫ ଟଙ୍କା ମଧ୍ୟରେ ଏହା କ୍ରୟ କରାଯିବ ।
ସୋଲାର ପାୱାର ସ୍କିମ୍ରେ ଗ୍ରୀଡ୍କୋ ପୂର୍ବରୁ ଏନ୍ଟିପିସି ବିଦ୍ୟୁତ ବ୍ୟାପାର ନିଗମ ସହିତବିଦ୍ୟୁତ ବିକ୍ରୟ ଚୁକ୍ତିନାମା ସ୍ୱାକ୍ଷରିତ କରିଛି ।
ଓଡ଼ିଶା ଡ଼ଟ୍ କମ୍