ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଡ଼ିସେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ ନିଆରା ଢଙ୍ଗରେ ଶଗଡ଼ ଗାଡ଼ିରେ ବରବେଶରେ ଯାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।
ସେ ବୁଧବାର କଟକ ସ୍ଥିତ ଗୀତାଜ୍ଞାନ ମନ୍ଦିରରେ ରାୟଗଡ଼ା ଜିଲ୍ଲା ଇନ୍ଦ୍ରନଗରର ପ୍ରତାପଚନ୍ଦ୍ର ପଣ୍ଡାଙ୍କ ସାନ ଝିଅ ପୁନମଙ୍କୁ ବିବାହ କରିଛନ୍ତି ।
ବର ବେଶରେ ଶ୍ରୀତମ ଏକ ସୁସଜ୍ଜିତ ଶଗଡ଼ ଗାଡ଼ିରେ ବିବାହ ମଣ୍ଡପକୁ ଯାଇଥିବା ବେଳେ ବରଯାତ୍ରୀମାନେ ରିକ୍ସାରେ ଯାଇଥିଲେ । ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ବିବାହ ମଣ୍ଡପ ନିକଟରେ ପହଂଚିଥିଲା ।
ଏହି ବାହାଘରରେ ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ ଜଗତର ବହୁ କଳାକାର ଯୋଗ ଦେଇଥିଲେ ।
ଓଡ଼ିଶା ଡ଼ଟ୍ କମ୍