ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଉମରକୋଟ,ନଭେମ୍ବର୨୪(ଓଡ଼ିଶା ଡ଼ଟ୍ କମ୍) ଉମରକୋଟ ଉପନିର୍ବାଚନରେ ପ୍ରଚାର କରିବା
ପାଇଁ ଯାଉଥିବା ସମୟରେ ଗୁରୁବାର ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସମେତ ତିନି ଜଣ ଏକ
ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି ।
ସକାଳେ ତ୍ରିପାଠୀ ନିଜ ଗାଡ଼ିରେ ଉମରକୋଟରୁ ରାଇଘର ଯାଉଥିବା ସମୟରେ ବାହାଡ଼ା ପୋଲ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ସାଇକେଲ ଆରୋହୀକୁ ବଂଚାଇବାକୁ ଯାଇ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା ।
ଆହତମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।
ଚଳିତ ମାସ ୩୦ତାରିଖରେ ଏହି ଉପନିର୍ବାଚନ ଅନୁଷ୍ଟିତ ହେବ ।
ଓଡ଼ିଶା ଡ଼ଟ୍ କମ