ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଡ଼ିସେମ୍ବର୭(ଓଡ଼ିଶା ଡ଼ଟ୍ କମ୍)ଏଣିକି ପିଲା ଜନ୍ମ ପାଇଁ ସରକାରୀ ଚାକିରୀ କରୁଥିବା ବାପାଙ୍କୁ ୧୫ଦିନ ଏବଂ ମା’ଙ୍କୁ ୬ମାସ ଛୁଟି ଦିଆଯିବ ବୋଲି ସରକାର କହିଛନ୍ତି ।
ଏହି ନିୟମକୁ ଗତ ଡ଼ିସେମ୍ବର ପହିଲାରୁ କାର୍ଯ୍ୟକାରୀ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ କେବଳ ମା’ମାନଙ୍କୁ ତିନି ମାସ ଅର୍ଥାତ୍ ୯୦ଦିନ ପାଇଁ ମାତୃତ୍ୱ ଛୁଟି ଦିଆଯାଉଥିଲା । ବାପାମାନଙ୍କୁ ପିତୃତ୍ୱ ପାଇଁ ଛୁଟି ଦିଆଯାଉନଥିଲା ।
ନବଜାତ ଶିଶୁର ଯତ୍ନ ନେବା ପାଇଁ ଏହି ଅଧିକ ଛୁଟି କାମରେ ଲାଗିବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି । ଷଷ୍ଠ ବେତନ କମିଶନ ଏଭଳି ଛୁଟି ବଦେବାକୁ ସୁପାରିସ କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍