• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଖେଳ

ଦୁତି ଚାନ୍ଦ ; ଓଡିଆ ଜାତୀୟତା ର ସବୁଠୁ ଉଜ୍ଜଳ ତାରକା

July 27, 2016 by ଓଡିଶା ଡଟ କମ 1 Comment

dutee-final
ଦୁତି ଚାନ୍ଦ,   ଛବି: ତାଙ୍କ ଫେସବୁକ ୱାଲ

କେଦାର ମିଶ୍ର

୨୬, ଜୁନ୍ ୨୦୧୬, ଆମେରିକାର ପ୍ରଖ୍ୟାତ ସମ୍ବାଦପତ୍ର ନ୍ୟୁୟର୍କ୍ ଟାଇମସର ଲେଖିକା ରୁଥ୍ ପାଡାବାର୍ ଏକ ଲମ୍ବା ଆଲେଖ୍ୟ ରେ ପୃଥିବୀର କ୍ରୀଡା ଜଗତରେ ରହିଥିବା ଲିଂଗଗତ ବୈଷମ୍ୟ ଓ ମହିଳା କ୍ରୀଡାବିତ୍ ମାନଂକ ପ୍ରତି କରାଯାଉଥିବା ଅପମାନ ଜନକ ବ୍ୟବହାର ସମ୍ପର୍କରେ ବିଶଦ ବିବରଣୀ ଦେଇଛନ୍ତି।

ରୁଥ୍ ତାଂକ ଲେଖାରେ ଏହି ସଂଘର୍ଷ ର ପ୍ରତୀକ ଭାବରେ ଓଡିଆ ଝିଅ ତଥା ବର୍ତମାନ ସମୟର ସବୁଠୁ ଚର୍ଚିତ ଧାବିକା ଦୁତି ଚାନ୍ଦକୁ ଉପସ୍ଥାପନ କରିଛନ୍ତି ।

ଜୁନ୍ ୨୦୧୪, ଦୁତିଂକ ଜୀବନରେ ଏମିତି ଏକ ମୋଡ ଆଣିଥିଲା ଯାହାକୁ ସେ କଦାପି ଭୁଲି ପାରିବେ ନାହିଁ। ସେହି ବର୍ଷ ମଇ ମାସରେ ତାଇପେ ଠାରେ ଅନୁଷ୍ଠିତ ଏସୀୟ ଜୁନିଅର୍ ଆଥଲେଟିକ୍ ପ୍ରତିଯୋଗିତା ରେ ଦୁତି ୧୦୦ ମିଟର୍ ଓ ୨୦୦ ମିଟର୍ ଦୌଡ ରେ ସ୍ଵର୍ଣ ପଦକ ହାସଲ କରିଥାନ୍ତି ।

ସେ ବର୍ଷ ଗ୍ଲାସଗୋଠାରେ ହେବାକୁ ଥିବା ରାଜ୍ୟ ଗୋଷ୍ଠୀ କ୍ରୀଡା ରେ ଭାଗ ନେଇ ସଫଳ ହେବାକୁ ସେ ବେଶ ଆଶାବାଦୀ ମଧ୍ୟ ଥାଆନ୍ତି । ସେହି ସମୟରେ ତାଂକୁ ତାଂକର ଲିଂଗ ପରୀକ୍ଷା କରିବା ଭଳି ଅପମାନଜନକ ସ୍ଥିତି ସୃଷ୍ଟି କରାଗଲା।

ମାତ୍ର ପାଂଚ ଫୁଟ୍ ଡେଂଗୀ ଏଇ ଅଠର ବର୍ଷର ସାଧାରଣ ଓଡିଆ ଝିଅଟି ଯେ ଏତେ ବେଶୀ ପ୍ରଭାବଶାଳୀ ହୋଇପାରେ, ଏକଥା ବିଶ୍ଵାସ କରିବାକୁ ଭାରତୀୟ ଆଥଲେଟିକ ସଂଗଠନ ନାରାଜ।

ଦୁତିଂକ ହରମୋନ୍ ରେ ଅଧିକ ପରିମାଣରେ ପୁରୁଷ କ୍ରୋମୋଜମ୍ ରହିଛି ବୋଲି କୁହାଗଲା ଓ ଏଥି ପାଇଁ ତାଂକୁ ରାଜ୍ୟ ଗୋଷ୍ଠୀ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାର ସୁଯୋଗରୁ ବଂଚିତ କରାଗଲା। ତାପରେ ଯାହା ଘଟିଲା, ତାହା ଇତିହାସ। ଆଥଲେଟିକ୍ ସଂଗଠନର ଏହି ଅନ୍ୟାୟ ବିରୋଧରେ ଏହି ଓଡିଆ ଝିଅର ସଂଘର୍ଷ ଓ ସଫଳତା ର ଚର୍ଚା ଆଜି ପୃଥିବୀରେ ଏକ ଅନନ୍ୟ ଉଦାହରଣ ପାଲଟି ଯାଇଛି ।

ରିଓ ଅଲିମ୍ପିକ୍ ପାଇଁ ଶହେ ମିଟର୍ ବର୍ଗରେ ଯୋଗ୍ୟତା ହାସଲ କରିଥିବା ଦୁତି ଆଜି ପି.ଟି.ଉଷାଙ୍କ ପରେ ଦ୍ଵିତୀୟ ଭାରତୀୟ ଧାବିକା। ତାଂକ ପ୍ରତିଭାକୁ ନେଇ କେବଳ ଭାରତ ଉତ୍ସାହିତ ନୁହଁ, ତାଂକ ପ୍ରଦର୍ଶନକୁ ନେଇ ଏବେ ସାରା ପୃଥିବୀ ର କ୍ରୀଡା ପ୍ରେମୀ ଏବେ ଉଦ୍ଗୀବ  ।

ସମ୍ପ୍ରତି ନ୍ୟୁୟର୍କ ଟାଇମ୍ସ ତାଂକ ପତ୍ରିକାର ପ୍ରଛଦ ରେ ଦୁତିଂକୁ ସ୍ଥାନିତ କରିଛନ୍ତି (୭/୩/୧୬ ସଂଖ୍ୟା ) ।ସେହିପରି ଭାରତର ଅନ୍ୟତମ ବଡ ପତ୍ରିକା ଇଣ୍ଡିଆ ଟୁଡେ ନିଜ ପ୍ରଛଦରେ ଦୁତିଂକୁ ଭାରତୀୟ ଆଥଲେଟିକ୍ ର ଆଶା ଭାବରେ ପରିଚିତି ଦେଇଛି ।

ଆମ ସମୟର ସବୁଠୁ ବେଶୀ ଗୌରବ ଓ ପରିଚିତି ହାସଲ କରିଥିବା ବିସ୍ମୟ ଧାବିକା ଦୁତି ଚାନ୍ଦଂକ ବିଷୟରେ କେତୋଟି କଥା-

୧. ଦୁତି ଚାନ୍ଦ, ବୟସ-୨୦, ଉଛତା ୫ ଫୁଟ୍, ଜନ୍ମ-୩, ଫେବୃଆରୀ. ୧୯୯୬। ଯାଜପୁର ଜିଲାର ଗୋପାଳପୁର ଗାଁ ର ଏକ ଅତି ସାଧାରଣ ପରିବାରର ଝିଅ ଦୁତି । ବାପା –ଚକ୍ରଧର ଚାନ୍ଦ ଓ ମାଁ -ଅଖୁଜି ଚାନ୍ଦ । ପରିବାରରେ ଚାରି ଭଉଣୀ।

୨. ଦୁତିଂକ ବଡ ଭଉଣୀ ସରସ୍ଵତୀ ଚାନ୍ଦ ପରିବାରର ପ୍ରଥମ ଆଥଲେଟ୍। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସରସ୍ଵତୀ ଆଥଲେଟ୍ ଭାବରେ ବେଶ୍ ଖ୍ୟାତି ଲାଭ କରିଥିଲେ ।

୨୦୦୯ ମସିହାରେ କାନାଡା ରେ ଆୟୋଜିତ World Police and fire games ରେ ସରସ୍ଵତୀ ୬ ଟି ମେଡାଲ୍ ହାସଲ କରି ଏକ ବିରଳ ରେକର୍ଡ଼ ପ୍ରତିଷ୍ଠା କରିଥିଲେ।

ସ୍ଵାଭାବିକ ଭାବରେ ସରସ୍ଵତୀ ଥିଲେ ଦୁତିଂକ ପାଇଁ ପ୍ରେରଣା ର ଉତ୍ସ।

୩. ୨୦୧୨ ମସିହାରେ ଦୁତି ଜାତୀୟ କ୍ରୀଡା ପ୍ରତିଯୋଗିତା ରେ ୧୮ ବର୍ଷରୁ କମ୍ ବାଳିକା ବର୍ଗରେ ଚାମ୍ପିଆନ୍ ହୋଇଥିଲେ।୧୧.୮ ସେକେଣ୍ଡ୍ ରେ ୧୦୦ ମିଟର୍ ଦୌଡି ସେ ନିଜ ପାଇଁ ଏକ ମାଇଲ୍ ଖୁଣ୍ଟ ତିଆରି କରିଥିଲେ।

୪. ପୁନେ ଠାରେ ଆୟୋଜିତ ଏସିଆନ୍ ଚାମ୍ପିଆନ୍ସିପ୍ ରେ ୨୩. ୮୧୧ ସେକେଣ୍ଡ୍ ରେ ୨୦୦ ମିଟର୍ ଦୌଡରେ ସେ ବ୍ରୋଂଜ୍ ପଦକ ହାସଲ କରିଥିଲେ ।

୫. ୨୦୧୩ ରେ ଦୁଇଟି ସିନିଅର୍ ବର୍ଗରେ ୧୬ ବର୍ଷ ତଳେ ଶହେ ମିଟର୍ ଦୌଡ ପ୍ରତିଯୋଗିତାରେ ରଚିତା ପଣ୍ଡା-ମିସ୍ତ୍ରୀଙ୍କ ରେକର୍ଡ଼ ଭାଂଗି ୧୧.୭୩ ସେକେଣ୍ଡ୍ ରେ ୧୦୦ ମିଟର୍ ଅତିକ୍ରମ କରିଥିଲେ ।

୬. ଦୌଡ ପ୍ରତିଯୋଗିତା ରେ ଭାରତର ଉଦୀୟମାନ ତାରକା ଭାବେ ଦୁତି ଆଗେଇ ଚାଲିଥିବା ବେଳେ ତାଂକୁ ଲିଂଗ ପରୀକ୍ଷା ଭଳି ଏକ ଅମାନବୀୟ ପରିସ୍ଥିତି ର ସାମନା କରିବାକୁ ପଡିଲା।ତେବେ ଏହାକୁ ସଫଳତାର ସହ ମୁକାବିଲା କରିବାରେ ସେ ଦୃଢ ମନୋବଳ ପ୍ରଦର୍ଶନ କରି ବିଜୟିନୀ ହୋଇଥିଲେ।

୭. ରାଜ୍ୟ ଗୋଷ୍ଠୀ କ୍ରୀଡା ପ୍ରତିଯୋଗିତା ରୁ ଶେଷ ମୁହୂର୍ତରେ ବାଦ ପଡିଥିବା ଦୁତି ଦୁଇ ବର୍ଷ ପର୍ଯନ୍ତ ଏକ ଆଇନଗତ ଲଢେଇ ରେ ଅବତୀର୍ଣ ହୋଇ ନିଜ ପ୍ରତିଷ୍ଠା ବଜାୟ ରଖି ପାରିଲେ। ୨୦୧୬ ରେ ନିଜ ରେକର୍ଡ଼ ନିଜେ ଭାଂଗି ଦୁତି ରିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

୮. ପି.ଟି.ଉଷାଙ୍କ ପରେ ୧୦୦ ମିଟର ବର୍ଗରେ ଅଲିମ୍ପିକ୍ ପାଇଁ ଯୋଗ୍ୟତା ହାସଲ କରିଥିବା ଦ୍ଵିତୀୟ ଆଥଲେଟ୍ ଭାବରେ ସେ ବିରଳ ସୌଭାଗ୍ୟ ଅର୍ଜନ କରିଛନ୍ତି। ଦୀର୍ଘ ଦିନ ଧରି ଓଡିଶା ନିଜର ଜାତୀୟ ପରିଚୟ ପ୍ରତିଷ୍ଠା କରିବାର ସୁଯୋଗ ଦୁତିଂକ ମାଧ୍ୟମରେ ପାଇଛି ।

୯. ଅତି ସାଧାରଣ ପରିବାରରେ ଜନ୍ମ ନେଇ ଅସାଧାରଣ ପ୍ରତିଭା ଓ ସାମର୍ଥ୍ୟ ପ୍ରଦର୍ଶନ କରିଥିବା ଦୁତି ଓଡିଶା ସରକାରଂକ ଲାଗି ସମ୍ମାନ ର ସଂକେତ ହେବା ଉଚିତ ହୁଅନ୍ତା।

ହେଲେ ଦୁତିଂକୁ ଯେତିକି ସାହାଯ୍ୟ ଓଡିଶା ସରକାର ଦେବା କଥା ତାହା ଘଟୁ ନାହିଁ। ଗୋଟେ ଓଡିଆ ଝିଅ ଆଜି ପୃଥିବୀର ତାରକା ପାଲଟିଛି। ଟା ପଛରେ ପୂରା ଓଡିଆ ଜାତି ଆଜି ଠିଆ ହେବାର ବେଳ ଆସିଛି ।

୧୦. କ୍ରୀଡା ସହିତ ଏକ ଘରୋଇ ମହାବିଦ୍ୟାଳୟ ରେ ଦୁତି ଏବେ ଆଇନ ବିଭାଗର ଛାତ୍ରୀ ।

ଓଡିଶା ଡଟ କମ

Filed Under: ଖେଳ Tagged With: ଓଡିଆ ଝିଅ, ଓଡିଶା, କ୍ରିଡା, ଖେଳ, ଦୁତି ଚାନ୍ଦ, ଦୌଡ, ଧାବିକା, ପ୍ରତିଯୋଗିତା, ଭାରତ, ରାଜ୍ୟ ଗୋଷ୍ଠୀ, ସ୍ଵର୍ଣ ପଦକ

୩୧ କ୍ରୀଡାବିତ ପାଇଲେ ସରକାରୀ ଚାକିରୀ

May 1, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧ (ଓଡିଶା ଡଟ କମ), ରାଜ୍ୟର ୩୧ ଜଣ କୃତୀ କ୍ରୀଡାବିତଙ୍କୁ ଓଡିଶା ସରକାର ଚାକିରୀ ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମ ଠାରେ ଗୁରୁବାର ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଉତ୍ସବରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ । ଏହି କ୍ରୀଡାବିତ ମାନଙ୍କ ମଧ୍ୟରୁ ୨୮ଜଣ ହେଉଛନ୍ତି ମହିଳା ।

ନିଯୁକ୍ତି ପାଇଥିବା କ୍ରୀଡାବିତମାନେ ହେଲେ ମହିଳା କ୍ରିକେଟର ରୋଶନାରା ପରବିନ, ମାଧୁରୀ ମେହେଟ୍ଟା, କବାଡିରେ ରଶ୍ମିତା ସାହୁ, ରୋଇଙ୍ଗ ରେ ପ୍ରତିମା ପୁହାଣ ଓ ପ୍ରମିଳା ମିଞ୍ଜଙ୍କୁ ସହକାରୀ ଉପ ନିରିକ୍ଷକ (ଏଏସଆଇ) ଓ ଅବଶିଷ୍ଟ ୨୬ ଜଣଙ୍କୁ କନେଷ୍ଟବଳ ନିଯୁକ୍ତି ମିଳିଛି।

କନେଷ୍ଟବଳ ପଦରେ ନିଯୁକ୍ତି ପାଇଥିବା କ୍ରିଡାବିତମାନେ ହେଲେ ସଂଯୁକ୍ତା ଡୁଙ୍ଗ ଡୁଙ୍ଗ, ଶୁଭାସ୍ମିତା ମହାନ୍ତି, ପ୍ରମିଳା କିଷାନୀ, ଅଶ୍ମିତା କୁଜୁର, କିରନ କୁମାରୀ, ସୁରଭି ପ୍ରଧାନ, ମିତାଲି ଶେଖର ଦେଓ, ଯବାମଣୀ ସୋରେନ, ପ୍ରାଚିତ ମଲ୍ଲିକ, ଅଲମା ଲାକ୍ରା, ପ୍ରଭାଶିନୀ ପରିଡା, ମିନା ମାଧୁରୀ ଟପ୍ପୋ, ନନ୍ଦିନୀ ମୁଣ୍ଡା, କରିଶ୍ମା ଓରାମ, ସାକିନା ନିଶା, ଆରତୀ ଅନିମା ଖଡିଆ, ପ୍ରଶାନ୍ତି ପ୍ରଧାନ, କୁନ୍ତୀ କୁମାରୀ ଲାକ୍ରା, ମନୀଷା ତିର୍କୀ, ସୁପ୍ରଭା ରାଉତ, ହେମା ଯାଯା, ଅନୁପମା ସ୍ଵାଇଁ ଓ ସୁମତି ଟପ୍ପୋ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ”ଗତ ଦୁଇ ବର୍ଷ ମଧ୍ୟରେ ଓଡିଶାର ଯୋଗ୍ୟ ସଫଳ କ୍ରିଡାବିତ ମାନଙ୍କୁ ୨କୋଟିରୁ ଅଧିକ ଟଙ୍କା ପୁରସ୍କାର ବାବଦ ପ୍ରଦାନ କରାଯାଇଛି ଓ କଳିଙ୍ଗ ଷ୍ଟାଡିୟମ ଠାରେ ଏକ ବିଶ୍ଵସ୍ତରୀୟ ହକି କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି । ଏବେ ଭୁବନେଶ୍ଵର ବିଶ୍ଵ ମାନଚିତ୍ରରେ ହକି ମ୍ୟାଚ ପାଇଁ ଉପଯୁକ୍ତ ସ୍ଥାନ ଭାବେ ମାନ୍ୟତା ପାଇଛି  ।

ଆସନ୍ତା କିଛି ବର୍ଷ ମଧ୍ୟରେ ପ୍ରତିଜିଲ୍ଲାରେ ସୁଇମିଂପୁଲ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ,ସୋନପୁର, ଗଞ୍ଜାମ, ମୟୂରଭଞ୍ଜ ଓ ଯାଜପୁରରେ ଏହା କରାଯିବ । ଗ୍ରାମାଞ୍ଚଳର କ୍ରୀଡା ବିକାଶ ନିମନ୍ତେ ପ୍ରତି ବ୍ଲକରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରାଯିବ, ବୋଲି ନବୀନ ପଟ୍ଟନାୟକ ଏହି ଅବସରରେ କହିଥିଲେ।

ଓଡିଶା ଡଟ କମ

Filed Under: ଖେଳ Tagged With: କ୍ରୀଡାବିତ, ଚାକିରୀ, ମୁଖ୍ୟମନ୍ତ୍ରୀ, ସରକାରୀ

ବିଶାଳ ମହିଳା ମରଭୂମି ସଫାରୀରେ କଳିଙ୍ଗନଗର ବାଳିକାଙ୍କ ଯୋଗଦାନ

March 25, 2015 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୨୪ (ଓଡିଶା ଡଟ କମ) ଟାଟା ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନ୍ ଓ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ପକ୍ଷରୁ ଚୟନ ହୋଇଥିବା ୨୭ ଜଣିଆ ମହିଳା ଟିମ୍ ସମସ୍ତ ପ୍ରତିବନ୍ଧକର ମୁକାବିଲା କରି ‘ବିଶାଳ ମହିଳା ମରଭୂମି ସଫାରୀ ୨୦୧୫’ ଯାତ୍ରା ସଫଳତାର ସହ ସମାପ୍ତ କରିଛନ୍ତି ।

DSC_9654ସୀମା ସୁରକ୍ଷା ବାହିନୀ ପକ୍ଷରୁ ୧୩ଜଣ ଓ ଟାଟା ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନ୍ ପକ୍ଷରୁ ଚୟନ ହୋଇଥିବା ୧୪ ଜଣଙ୍କ ମଧ୍ୟରେ ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର ରାମଠେଙ୍ଗା ଗ୍ରାମର ରାଣୀ ଜାମୁଡା ଓ ତ୍ରୀଜଙ୍ଗା ଗ୍ରାମର ସୁମିତ୍ରା କେରାଇ ସାମିଲ ଥିଲେ ।

ଏହି ଦଳ ଗୁଜରାଟ ଭୁଜରୁ ରାଜସ୍ଥାନ ଦେଇ ପଞ୍ଜାବର ୱାଘା ସୀମା ପର୍ଯ୍ୟନ୍ତ ୨୩୦୦ କିଲୋମିଟର ଯାତ୍ରା କରିଛନ୍ତି । ମହିଳା ସଶକ୍ତିକରଣ, ଶିକ୍ଷାର ଗୁରୁତ୍ୱ, ସଫେଇ କାର୍ଯ୍ୟକ୍ରମ ବିଷୟରେ ଲୋକମାନଙ୍କୁ ସଚେତନ କରିବା ସହିତ ସୀମାରେ ଥିବା ସୈନ୍ୟମାନଙ୍କ ଉତ୍ସାହ ବଢାଇବା ଏହି ଟିମ୍ ର ମୁଖ୍ୟ ଲକ୍ଷ୍ୟ ଥିଲା ।

ଏହି ଦଳ ଫେବୃଆରୀ ୨୫ତାରିଖରେ ଗୁଜରାଟର ଭୁଜରୁ ଯାତ୍ରା ଆରମ୍ଭ କରିବା ସହିତ ମରଭୂମିରେ ନିଜ ଯାତ୍ରା ସମୟରେ ଗ୍ରାମବାସୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହି ମହିଳା ଦଳ ଶିକ୍ଷାର ଗୁରୁତ୍ୱ ଓ ନୂତନ ପ୍ରଯୁକ୍ତିର ପ୍ରୟୋଗ ତାଙ୍କ ଜୀବନଧାରଣମାନରେ କିପରି ପରିବର୍ତ୍ତନ ଆଣିପାରିବ ସେ ସମ୍ପର୍କରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ।

୨୩୦୦ କିଲୋମିଟର ଯାତ୍ରା ସମୟରେ ଏହି ମହିଳା ଦଳ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହିତ ସୀମାରେ ନିୟୋଜିତ ସୌନିକମାନଙ୍କ ଉତ୍ସାହ ବଢାଇଥିଲେ । ବିଏସ୍ଏଫ୍ର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଏହି ଯାତ୍ରାର ଆୟୋଜନ କରାଯାଇଥିଲା । ଉଭୟ ରାଣୀ ଓ ସୁମିତ୍ରା ଏହି ସଫାରୀରେ ଯୋଗ ଦେବାର ସୁଯୋଗ ପାଇଥିବାରୁ ଟାଟା ଷ୍ଟିଲକୁ ଧନ୍ୟବାଦ ଅର୍ପଣ କରିବା ସହ ଏହି ଯାତ୍ରା ପୂର୍ଣ୍ଣମାତ୍ରାରେ ଉପଭୋଗ କରିଥିବା କହିଛନ୍ତି ।

ଏହି ଯାତ୍ରାର ସଫଳ ସମାପନ ପରେ ଟାଟା ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନ୍ର ମୁଖ୍ୟ ବଚ୍ଛେନ୍ଦ୍ରୀ ପାଲ କହିଥିଲେ ଯେ, ଗ୍ରେଟ୍ ଇଣ୍ଡିଆନ୍ ଡେଜର୍ଟ ସଫାରୀ ଅନ୍ତର୍ଗତ ଓଟ ଉପରେ ୨୩୦୦ କିଲୋମିଟର ଯାତ୍ରା କରିବା ଅମା ପାଇଁ ଏକ ବଡ଼ ସଫଳତା । ଏହାସହିତ ଏହି ଯାତ୍ରା ସମୟରେ ଦଳକୁ ଅନେକ କଠିନ୍ ପରିସ୍ଥତିର ସମ୍ମୁଖୀନ ହେବାକୁ ପଡିଥିଲା ବୋଲି ସେ ସୂଚନା ଦେଇଥିଲେ ।

ଏହି ଯାତ୍ରା ପାଇଁ ଆବଶ୍ୟକ ପ୍ରଶିକ୍ଷଣ ଓ ସୁବିଧା ସୁଯୋଗ ଯୋଗାଇ ଦେଇଥିବାରୁ ସେ ବିଏସ୍ଏଫ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଇଥିଲେ । ମାର୍ଚ୍ଚ ୨୨ରେ ସମାପ୍ତ ଏହି ଯାତ୍ରା ୫୦ ବର୍ଷ ଧରି ଦୃଢତାର ସହ କାର୍ଯ୍ୟ କରୁଥିବା ବିଏସ୍ଏଫ୍ ପାଇଁ ଉପଯୁକ୍ତ ଉପହାର ।

ପାଲଙ୍କ ବ୍ୟତୀତ ଏହି ଯାତ୍ରା ପାଇଁ ଟାଟା ଷ୍ଟିଲ ପକ୍ଷରୁ ଝାଡ଼ଖଣ୍ଡ ଜାମସେଦପୁରର ପ୍ରେମଲତା ଅଗ୍ରୱାଲ, ଖରସୁଅାଁର ଦିପ୍ତିରାଣୀ ସରଦାର, ତୁମୁଙ୍ଗର ସୁଖମତି ମହାତୋ, କାନ୍ଦ୍ରାର ସୁଶୀଲା କୁମାରୀ, ଜାମସେଦପୁରର ରାଜଶ୍ରୀ ସିଂହଲ, ଜାମସେଦପୁର ଟାଟା ଷ୍ଟିଲ କର୍ମଚାରୀ ସତିଲ ଏକା, ଶୋଭାରାଣୀ ହାନ୍ସଦା, ଗୁଜରାଟ ଭଦୋଦ୍ରାରୁ କ୍ରୀଷ୍ଣା ରାଣା, ଉତ୍ତରାଖଣ୍ଡର ଡେରାଡୁନ୍ରୁ ଆମ୍ଲା ରାୱତ୍, ସନ୍ଧ୍ୟା ଭଦ୍ରି, ଓ ଝାଡଖଣ୍ଡର ହଜାରିବାଗ୍ରୁ ନଭିତା ରାଣାଙ୍କୁ ଚୟନ କରାଯାଇଥିଲା ।

ବାର୍ଷିକ ୨୬.୫ ନିୟୁତ୍ ଟନ୍ ଇସ୍ପାତ ଉପôାଦନ କ୍ଷମତା ରଖିଥିବା ତଥା ୧୯୦୭ରେ ଏସିଆର ପ୍ରଥମ ସମନ୍ୱିତ ଇସ୍ପାତ ପ୍ରକଳ୍ପ, ରୂପେ ସ୍ଥାପିତ ଟାଟା ଷ୍ଟିଲ ଗ୍ରୁପ୍ ଆଜି ବିଶ୍ୱର ଅଗ୍ରଣୀ ଇସ୍ପାତ ନିର୍ମାତା ରୂପେ ଖ୍ୟାତି ଅର୍ଜନ କରିଛି । ୨୬ଟି ଦେଶରେ କାର୍ଯ୍ୟକ୍ଷେତ୍ର ତଥା ୫୦ ରୁ ଊଦ୍ଧ୍ୱର୍ ଦେଶର ବ୍ୟବସାୟିକ ଉପସ୍ଥିତି ସହ ଟାଟା ଷ୍ଟିଲ୍ ଭୌଗୋଳିକ ବ୍ୟାପ୍ତି ଦୃଷ୍ଟିରୁ ବିଶ୍ୱର ୨ୟ ବୃହତ୍ତମ ଇସ୍ପାତ ଉପôାଦକ ରୂପେ ପରିଗଣିତ ।

୨୦୧୨ ଆର୍ଥିକ ବର୍ଷରେ ୨୬.୧୩ ବିଲିୟନ୍ ଆମେରିକୀୟ ଡଲାର ପରିମାଣ ଉପôାଦ, ୫ଟି ମହାଦେଶରେ କାର୍ଯ୍ୟରତ ୮୦,୦୦୦ରୁ ଊଦ୍ଧ୍ୱର୍ କର୍ମଚାରୀଙ୍କ ସହ ଟାଟା ଷ୍ଟିଲ୍ ଫରଚୁ୍ୟନ୍ ୫୦୦ କମ୍ପାନୀର ମାନ୍ୟତାପ୍ରାପ୍ତ ।

ଅନନ୍ୟ ମୂଲ୍ୟବୋଧ ଓ କର୍ପୋରେଟ୍ ଦାୟିତ୍ୱବୋଧ ଦ୍ୱାରା ବିଶ୍ୱ ଇସ୍ପାତ ଶିଳ୍ପରେ ଅଗ୍ରଣୀ ନେତୃତ୍ୱ ନେବା କମ୍ପାନୀର ଆଭିମୁଖ୍ୟ ଯାହା ଏହାର କର୍ମଚାରୀଙ୍କ ଉକôର୍ଷ, ଅଭିନବ ଭାବଧାରା ଓ ସାମଗ୍ରିକ ଅଗ୍ରଗତି ଦ୍ୱାରା ହାସଲ କରିବା ଏହାର ଲକ୍ଷ୍ୟଭୁକ୍ତ । ସାମଗ୍ରିକ ଗୁଣାତ୍ମକତା ପରିଚାଳନରେ ଉଲ୍ଲେଖନୀୟ ସଫଳତା ପାଇଁ ଟାଟା ଷ୍ଟିଲ୍ ୨୦୧୨ରେ ମର୍ଯ୍ୟାଦାଜନକ ଡେମିଂ ଉପଯୋଗ ଉକôର୍ଷ ପୁରସ୍କାର ଲାଭ କରିଛି ।

ଜାପାନୀ ବୈଜ୍ଞାନିକ ତଥା ଯନ୍ତ୍ରୀ ମହାସଂଘ ଦ୍ୱାରା ସଂସ୍ଥାପିତ ଡେମିଂ ଗ୍ରାଣ୍ଡ ପୁରସ୍କାର ମଧ୍ୟ ୨୦୧୨ରେ ଟାଟା ଷ୍ଟିଲ ବିଶ୍ୱର ପ୍ରଥମ ସମନ୍ୱିତ ଇସ୍ପାତ କାରଖାନା ରୂପେ ଗ୍ରହଣ କରିଛି ।

ଓଡିଶା ଡଟ କମ

Filed Under: ଖେଳ, ମୁଖ୍ୟ ଖବର Tagged With: କଳିଙ୍ଗନଗର, ଗ୍ରେଟ୍ ଇଣ୍ଡିଆନ୍, ଟାଟାଷ୍ଟିଲ

ରେଲୱେ ଆଥ୍ଲେଟିକ୍ସ ମିଟ୍ରେ ଶ୍ରାବଣୀଙ୍କୁ ସ୍ୱର୍ଣ୍ଣ

February 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିବା ସର୍ବଭାରତୀୟ ରେଲୱେ ଆଥ୍ଲେଟିକ୍ସ ମିଟ୍ରେ ପୂର୍ବତଟ ରେଳବାଇର ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଗତ ଆଠ ବର୍ଷ ଧରି ଚାଲିଥିବା ରେଳବାଇର ଏହି ଆଥ୍ଲେଟିକ୍ସ ମିଟ୍ରେ ପ୍ରଥମ ଓଡ଼ିଆ ଭାବେ ସେ ଏହି ଗୌରବ ପାଇଛନ୍ତି ।

ଶୁକ୍ରବାର ଅନୁଷ୍ଠିତ ମହିଳା ୧୦୦ ମିଟର ଦୌଡ଼କୁ ସେ ୧୧.୯୫ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି । ଗତ ଦୁଇଦିନ ତଳେ ରେଳବାଇରେ ଯୋଗ ଦେଇଥିବା ଶ୍ରାବଣୀ ପାଞ୍ଚ ବର୍ଷ ପରେ ଘରୋଇ ଦଳ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

 

Filed Under: ଖେଳ Tagged With: @û[þùfUòKè còU, KkòwÁ ÁûWÿòdc

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା