• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ମୁଖ୍ୟ ଖବର

ଜଳ ପୁରୁଷ’ ରାଜେନ୍ଦ୍ର ସିଂଙ୍କ ନାଲ୍କୋ ପରିଦର୍ଶନ

July 28, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜୁଲାଇ ୨୮(ଓଡ଼ିଶା ଡ଼ଟ୍ କମ୍) ‘ଜଳ ପୁରୁଷ’ ଭାବେ ଖ୍ୟାତ ବିଶିଷ୍ଟ ଜଳ ସଂରକ୍ଷଣବିତ ତଥା ରମଣ ମାଗସେସେ ପୁରସ୍କାର ବିଜେତା ରାଜେନ୍ଦ୍ର ସିଂ ଗୁରୁବାର ଭୁବନେଶ୍ୱର ସ୍ଥିତ ନାଲକୋ ର ନିଗମ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ।

ଏହି ଅବସରରେ, ସେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି.ଏଲ୍ ବାଗ୍ରା ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଜଳ ସମ୍ପଦର ଉପଯୁକ୍ତ ବିନିଯୋଗ, ପୁନଃବ୍ୟବହାର ତଥା ଜଳ ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ପକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।

ପୂର୍ବରୁ ସେ ଅନୁଗୁଳ ସ୍ଥିତ ନାଲ୍କୋର ସ୍ମେଲ୍ଟର ଓ ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିଥିଲେ ।

ସିଂ ତାଙ୍କ ଦ୍ୱାରାପ୍ରତିଷ୍ଠିତ ‘ତରୁଣ ଭାରତ ସଂଘ’ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ବିଭିନ୍ନ ଅଭିନବ ଜ୍ଞାନକୌଶଳ ବ୍ୟବହାର କରି ଜଳ ସଂରକ୍ଷଣ ଆନ୍ଦୋଳନକୁ ଜାରୀ ରଖିଛନ୍ତି । ନାଲ୍କୋର ସ୍ମେଲ୍ଟର ଓ ବିଦ୍ୟୁତ ଉତ୍ପାନ ପ୍ରକଳ୍ପ ପରିଦର୍ଶନ ସମୟରେ ସେ ଜଳ ସଂରକ୍ଷଣ ତଥା ବର୍ଜ୍ୟ ଜଳର ପରିଚାଳନା ନିମନ୍ତେ କମ୍ପାନୀ ଦ୍ୱାରାଗ୍ରହଣ କରାଯାଇଥିବା ପକ୍ଷେପ ଗୁଡିକର ପ୍ରଶଂସା କରିଥିଲେ ।

ଏହି ଅବସରରେ, କମ୍ପାନୀ ଦ୍ୱାରାଜଳର ଉପଯୁକ୍ତ ବ୍ୟବହାର, ପୁନଃବ୍ୟବହାର ତଥା ସଂରକ୍ଷଣ
ଉଦ୍ଦେଶ୍ୟରେ ନିଜସ୍ୱ ତାପଜ ବିଦ୍ୟୁତ ଉତ୍ପାନ କେନ୍ଦ୍ର, ଆସପଣ୍ଡ ଓ ଇନଟେକ ପମ୍ପ ହାଉସରେ ଗ୍ରହଣ କରାଯାଇଥିବା ପକ୍ଷେପ ତଥା ଶୂନ୍ୟ ନିର୍ଗମନ ବ୍ୟବସ୍ଥା ଏବଂ ବର୍ଷା ଜଳ ସଂଗ୍ରହ ବ୍ୟବସ୍ଥା ଆଦି ବୁଲି ଖେିଥିଲେ ।

ଉତ୍ପାନ ପ୍ରକ୍ରିୟାର ପ୍ରତି ପର୍ଯ୍ୟାୟରେ ଜଳ ସଂରକ୍ଷଣ ନିମନ୍ତେ ନାଲ୍କୋର ଉଦ୍ୟମକୁ ସେ ପ୍ରଂଶସା କରିଥିଲେ ଏବଂ ଏ ଦିଗରେ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଜଳ ପୁରୁଷ, ମୁଖ୍ୟ ଖବର

ଦକ୍ଷିଣ ଆଫ୍ରିକାରୁ ଫେରିଲେ ନିର୍ଯାତିତ ଓଡ଼ିଆ ଶ୍ରମିକ

July 28, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଯାଜପୁର, ଜୁଲାଇ ୨୬(ଓଡ଼ିଶା ଡ଼ଟ୍ କମ୍)ଦକ୍ଷିଣ ଆଫ୍ରିକାରେ ନିର୍ଯାତନାର ଶିକାର ହୋଇଥିବା ୨୩ ଜଣ ଓଡ଼ିଆ ଶ୍ରମିକ ମଙ୍ଗଳବାର ନିଜ ନିଜ ଗ୍ରାମକୁ ଫେରି ଆସିଛନ୍ତି ।

ସେମାନେ ସମସ୍ତେ ନିଜ ଭିଟାମାଟିରେ ପଂହଂଚିବା ପରେ ସମଗ୍ର ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ନିଜ ଲୋକଙ୍କୁ ଦେଖି ପରିବାରର ସସ୍ୟମାନେ ଖୁସିରେ କାନ୍ଦି ପକାଇଛନ୍ତି ।

ଅଧିକ ଦରମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଲୋଭନରେ ଯାଜପୁର ଜିଲ୍ଲାର ୧୪ ଜଣ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ନଅ ଜଣ ଶ୍ରମିକ ଦକ୍ଷିଣ ଆଫ୍ରିକାର ବିମ୍ବୋ ଠାରେ ଏକ ପ୍ରକଳ୍ପରେ କାମ କରିବା ପାଇଁ ଯାଇଥିଲେ ।

ଏକବର୍ଷ ଚୁକ୍ତି କରାଇ ଏହି ପ୍ରକଳ୍ପରେ କାମ କରିବା ପାଇଁ ବାଙ୍ଗାଲୋରର ଦୁଇ ଜଣ କଣ୍ଟ୍ରାକ୍ଟର ଓ ଯାଜପୁରର ଜଣେ ଏଜେଣ୍ଟଙ୍କ ଜରିଆରେ ସେମାନେ ସେଠାକୁ ଯାଇଥିଲେ । ସେଠାରେ ସେମାନଙ୍କୁ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରଖି ନିର୍ଯାତନା ଦିଆଯାଇଥିଲା ।

ପରେ ସେଠାକୁ ଯାଇଥିବା ଯାଜପୁର ଜିଲ୍ଲାର ନରେନ୍ଦ୍ର ମଲ୍ଲିକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ ।

ଏହି ଖବର ପରେ ସେଠାକାର ସରକାରଙ୍କ ସହ ସମନ୍ୱୟ ରକ୍ଷାକରି ଶ୍ରମିକ ମାନଙ୍କ ତୁରନ୍ତ ଓ ନିରାପଦ ଉଦ୍ଧାର ପାଇଁ ପକ୍ଷେପ ନେବାକୁ ଗତ ଜୁନ୍ ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଦକ୍ଷିଣ ଆଫ୍ରିକା, ମୁଖ୍ୟ ଖବର, ଶ୍ରମିକ

ଘରୋଇ ଷ୍ଟୋରେଜ ଏଜେନ୍ସି ବ୍ୟବସ୍ଥା ଉଠାଇବାକୁ ନିଷ୍ପତ୍ତି

July 27, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜୁଲାଇ ୨୫(ଓଡ଼ିଶା ଡ଼ଟ୍ କମ୍) ୱାଧା କମିଶନ ସୁପାରିଶ ଅନୁଯାୟୀ ରାଜ୍ୟ ସରକାର ଘରୋଇ ଷ୍ଟୋରେଜ ଏଜେନ୍ସି ବ୍ୟବସ୍ଥା ଉଠାଇ ବୋକୁ ନିଷ୍ପତ୍ତି ନେଇଛନ୍ତି ।

ନୂତନ ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନର ଚାଉଳ ସଂଗ୍ରହ କେନ୍ଦ୍ର ଗୁଡ଼ିକୁ ବିଭାଗୀୟ ଷ୍ଟୋରେଜ ସେଣ୍ଟରରେ ପରିଣତ କରାଯିବ । ଏହି ଷ୍ଟୋରେଜ ସେଣ୍ଟରରୁ ସୁଲଭ ମୂଲ୍ୟରେ ଦୋକାନକୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଯିବ ।

ଏହି ବ୍ୟବସ୍ଥାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା, ଖାଉଟି ମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା ତଥା ଆବଶ୍ୟକ ଅନୁଯାୟୀ ଗେ।ଦାମ ଘରର ବ୍ୟବସ୍ଥା କରିବାକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଭାଗୀୟ ଷ୍ଟୋରେଜ ସେଣ୍ଟରରୁ ଯେପରି ପ୍ରତ୍ୟେକ ସୁଲଭ ମୂଲ୍ୟ ଦୋକାନକୁ ଖାଦ୍ୟ ସାମଗ୍ରୀ ପରିବହନ ବ୍ୟବସ୍ଥା ସୁଚାରୁ ରୂପେ କାର୍ଯ୍ୟକାରୀ ହେବ ତାହା ନିଶ୍ଚିତ କରିବାକୁ ସେ ପରାମର୍ଶ ନେଇଛନ୍ତି ।

ଓଡ଼ିଶା ଡ଼ଟ୍

Filed Under: ମୁଖ୍ୟ ଖବର Tagged With: ଚାଉଳ, ମୁଖ୍ୟ ଖବର, ରାଜ୍ୟ ସରକାର, ୱାଧା କମିଶନ

“ପ୍ରହାର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

July 21, 2011 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବାଲେଶ୍ୱର, ଜୁଲାଇ ୨୧(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁରୁବାର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର “ପ୍ରହାର’ର ସଫଳ ପରୀକ୍ଷଣ କରାଯାଇଛି ।

ତିନି ନମ୍ବର ଲଞ୍ଚ ପ୍ୟାଡ଼ରୁ ସକାଳ ୮.୧୩ରେ ପ୍ରଥମଥର ଏହାର ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୧୫୦ କିମି ଦୂରତା ପର୍ଯ୍ୟନ୍ତ ଲକ୍ଷଭେ କରିବାର କ୍ଷମତା ରହିଛି ।

କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରୀକ୍ଷଣ ଘାଟୀର ଦୁଇ କିମି ମଧ୍ୟରେ ଥିବା ପାଞ୍ଚଟି ଗ୍ରାମର ୪୦୧ଟି ପରିବାରକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍


Filed Under: ମୁଖ୍ୟ ଖବର Tagged With: ଚାନ୍ଦିପୁର, ବାଲେଶ୍ୱର, ମୁଖ୍ୟ ଖବର

ତିନି ମାଓବାଦୀଙ୍କ ଆତ୍ମସମର୍ପଣ

July 19, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର,ଜୁଲାଇ ୧୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲାରେ ଜଣେ ମହିଳାଙ୍କ ସମେତ ତିନି ଜଣ ମାଓବାଦୀ ମଙ୍ଗଳବାର ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।

ଜିଲ୍ଲା ପୋଳିସ ମୁଖ୍ୟଙ୍କ କାର୍ଯ୍ୟାଳୟରେ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସମ୍ମୁଖରେ ସିପିଆଇ ମାଓବାଦୀ ସଂଗଠନର କଳିଙ୍ଗନଗର ଡିଭିଜନର ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି ।

ଏହି ମାଓବାଦୀମାନେ ହେଲେ ବେଲା ପୃଷ୍ଟି ଓରଫ ସୁନିତା, ଲର ଜାମୁଡା ଓରଫ ଭଗତ ଏବଂ ଲେଙ୍ଗରାତିରିଆ ଓରଫ ରମେଶ ।

ସୁନିତା କାଳିଆପାଣି ଠାରେ ମାଓବାଦୀ ଆକ୍ରମଣରେ ଜଡିତ ଥିବା ବେଳେ ରମେଶ ଶିମିଳିପାଳ ଆକ୍ରମଣ ଓ ଚମ୍ପ।।ଝର ନିକଟରେ ପୋଲିସ ଉପରେ ହୋଇଥିବା ଗୁଳିକାଣ୍ଡରେ ସଂପୃକ୍ତ ଏବଂ ଲର ମାଓ ପ୍ରଚାର ଓ ବିଭିନ୍ନ ସଭା ସମିତି ଆୟୋଜନର ଦାୟିତ୍ୱ ନେଉଥିଲା ବୋଲି ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଆତ୍ମସମର୍ପଣ, ମାଓବାଦୀ, ମୁଖ୍ୟ ଖବର

ଘରୋଇ ଯାତ୍ରୀବାହୀ ବସ୍ ଭଡ଼ା ବୃଦ୍ଧି

July 19, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୮(ଓଡ଼ିଶା ଡ଼ଟ୍ କମ୍) ଘରୋଇ ବସ୍ ମାଲିକ ସଂଘର ଦ।ବି ପରେ ସୋମବାର ରାଜ୍ୟ ସରକାର ଘରୋଇ ବସ୍ ଭଡ଼ା ବୃଦ୍ଧି କରିଛନ୍ତି ।

ସାଧାରଣ ବସ୍ କିଲୋମିଟର ପିଛା ଚାରି ପଇସା, ଏକ୍ସପ୍ରେସ ବସ୍ ପାଞ୍ଚ ପଇସା, ଡ଼ିଲକ୍ସ ବସ୍ ଛଅ ପଇସା ଏବଂ ଏସି ଡ଼ିଲକ୍ସ ବସ୍ କିଲୋମିଟର ପିଛା ଆଠ ପଇସାକୁ ବୃଦ୍ଧି କରାଯାଇଥିବା ପରିବହନ ମନ୍ତ୍ରୀ ସଂଜୀବ ସାହୁ ଘୋଷଣା କରିଛନ୍ତି ।

ଫଳରେ ବର୍ତ୍ତମାନ ସାଧାରଣ ବସ୍ରେ କିମି ପ୍ରତି ୫୦ ପଇସା, ଏକ୍ସପ୍ରେସ ବସ୍ରେ ୫୩ ପଇସା, ଡ଼ିଲକ୍ସ ବସ୍ରେ ୭୦ ପଇସା ଏବଂ ଏସି ଡ଼ିଲକ୍ସ ବସ୍ରେ ୮୫ ପଇସା ବୋକୁ ପଡ଼ିବ ।

ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସାହୁ ଏହି ଘୋଷଣା କରିଛନ୍ତି । ତେବେ ଭଡ଼ା ବୃଦ୍ଧି ନେଇ ସଂଘ ଅସନ୍ତୋଷ ପ୍ରକାଶ କରିଛି ।

ଡ଼ିଜେଲ ଦର ବୃଦ୍ଧି ହୋଇଥିବାରୁ ବସ୍ ଭଡା ବୃଦ୍ଧି କରିବାକୁ ସଂଘ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ଏବଂ ଏସଂପର୍କରେ କୌଣସି ନିଷ୍ପତ୍ତି ନନେଲେ ଆସନ୍ତା ୧୯ ତାରିଖରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଘରୋଇ ବସ୍ ଭଡ଼ା, ମୁଖ୍ୟ ଖବର

ବେଦାନ୍ତ ପ୍ରକଳ୍ପ ସଂପ୍ରସାରଣ ମାମଲା ହାଇକୋର୍ଟରେ ଖାରଜ

July 19, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜୁଲାଇ ୧୯(ଓଡ଼ିଶା ଡ଼ଟ୍ କମ୍) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ଆଲୁମିନିୟମ ରିଫାଇନାରୀ ଓ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ସଂପ୍ରସାରଣ ପାଇଁ ବେଦାନ୍ତ ପକ୍ଷରୁ କରାଯାଇଥିବା ଆବେଦନକୁ ହାଇକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି ।

ପ୍ରକଳ୍ପ ସଂପ୍ରସାରଣ ପାଇଁ ଦିଆଯାଇଥିବା ଅନୁମତିକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ରଦ୍ଦ କରିବା ସହ କାମ ବନ୍ଦ ବନ୍ଦ କରିବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କମ୍ପାନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ହାଇକୋର୍ଟ ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଏବଂ ବିଚାରପତି ବି.ଏନ୍ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ।

ବେଦାନ୍ତ ଲାଞ୍ଜିଗଡ଼ ଠାରେ ପ୍ରତିଷ୍ଠା କରିଥିବା ଆଲୁମିନିୟମ ବିଶୋଧନାଗାରର ବାର୍ଷିକ ଉତ୍ପାଦନ କ୍ଷମତା ଏକ ନିୟୁତ ଟନ୍ ରହିଥିବା ବେଳେ ଏହାକୁ ଛଅ ନିୟୁତ ଟନ୍କୁ ବୃଦ୍ଧି ଓ ଶକ୍ତି ପ୍ରକଳ୍ପକୁ ୭୫ରୁ ତିନି ଶହ ମେଗାୱାଟକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ଲୋଡ଼ିଥିଲା ।

ମନ୍ତ୍ରଣାଳୟ ଗତ ୨୦୧୦ ଅକ୍ଟୋବର ୨୧ରେ ପ୍ରକଳ୍ପ ସଂପ୍ରସାରଣ ଅନୁମତିକୁ ରଦ୍ଦ କରିଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କଳାହାଣ୍ଡି, ବେଦାନ୍ତ, ମୁଖ୍ୟ ଖବର

କଂଗ୍ରେସ ସହ ବିଜେଡ଼ିର ଭିତରି ବୁଝାମଣା ?(ଖୋଲା ବିଚାର)

July 16, 2011 by ଓଡିଶା ଡଟ କମ Leave a Comment

ମହାମେଘବାହାନ ଐର ଖାରବେଳ ସ୍ୱାଇଁ, ପୂର୍ବତନ ସାଂସଦ

ନିକଟ ଅତୀତରେ ସମାପ୍ତ ହୋଇଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ବା ଅଦଳବଦଳ ଋତୁ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଶେଷ ସଂପ୍ରସାରଣ ବୋଲି ପ୍ରଧାନମନ୍ତ୍ରୀ କହିଥିବାରୁ ଓଡ଼ିଶାର କଂଗ୍ରେସ ସାଂସଦମାନେ ଆଉ କିଛି ଆଶା ନକରିବା ସ୍ୱାଭାବିକ କଥା ଅଟେ ।

ଏହି ପରିପ୍ରେକ୍ଷିରେ ଓଡ଼ିଶାର ଏକମାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ କ୍ୟାବିନେଟ୍ ପାହ୍ୟାକୁ ଉନ୍ନିତ କରାନଯିବା ଓ ପରିସଂଖ୍ୟାନ ତଥା କାର୍ଯ୍ୟକ୍ରମ ରୂପାୟନ ପରି ଏକ ମହତ୍ୱହୀନ ମନ୍ତ୍ରାଳୟର ସ୍ୱାଧିନ ଦ।ୟିତ୍ୱ ପ୍ରଦାନ କରାଯିବାରେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ପୂର୍ବରୁ ମଧ୍ୟ ସେ ନିଜ ଅଫିସକୁ ନଯାଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ବିଭିନ୍ନ ସମ୍ବାଦପତ୍ର ମାନଙ୍କରେ କଂଗ୍ରେସ ଦଳର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମିଶାଇ ବିଭିନ୍ନ କଂଗ୍ରେସ ନେତାମାନେ ଏହି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସଂପର୍କରେ ଯେଉଁ ମନ୍ତବ୍ୟମାନ ଦେଇଛନ୍ତି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନେ କେହି ଶ୍ରୀକାନ୍ତ ଜେନାଙ୍କ ପଦୋନ୍ନତି ଚାହାନ୍ତି ନାହିଁ ।

ସେମାନେ ବରଂ ଚାହିଁଥିଲେ, ଆଉ କିଏ ଜଣେ ମନ୍ତ୍ରୀ ହେଉ ଯାହା ଫଳରେ ଓଡ଼ିଶାର ଏକମାତ୍ର ମନ୍ତ୍ରୀ ରୂପେ ଶ୍ରୀକାନ୍ତ ବାବୁଙ୍କର ଯାହାବି କିଛି ଗୁରୁତ୍ୱ ଅଛି, ତାହାବି ଯେମିତି ନରହୁ ।

ସେମାନେ ମନ୍ତବ୍ୟ ଦେବା ବେଳେ ଶ୍ରୀକାନ୍ତ ବାବୁଙ୍କ ପଦୋନ୍ନତି ନୁହେଁ, ଓଡ଼ିଶାରୁ ଆଉ କାହାକୁ ମନ୍ତ୍ରୀ କରାଗଲା ନାହିଁ ବୋଲି ପ୍ରକାଶ କରିଛନ୍ତି; ଏଣୁ କ୍ୟାବିନେଟ୍ ପାହ୍ୟାକୁ ଉନ୍ନିତ ହେବାର ଇଚ୍ଛା କେବଳ ଶ୍ରୀକାନ୍ତ ବାବୁଙ୍କର ।

ଓଡ଼ିଶା କଂଗ୍ରେସର ଆଉ କାହାରି ନୁହେଁ, ବରଂ ଅତୀତରେ ଶ୍ରୀକାନ୍ତ ବାବୁ ବିଜୁ ପଟ୍ଟନାୟକଙ୍କର ଅତି ବିଶ୍ୱସ୍ତ ଥିବାରୁ ଓ ଜନତା ଦଳର ପ୍ରାର୍ଥୀ ହିସାବରେ କଟକ ଲୋକସଭା ଆସନରୁ ଜାନକୀ ବଲ୍ଲଭ ପଟ୍ଟନାୟକ ତଥା ଜୟନ୍ତୀ ପଟ୍ଟନାୟକଙ୍କୁ ପରାସ୍ତ କରିଥିବାରୁ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦେବା ପାଇଁ ଓଡ଼ିଶା କଂଗ୍ରେସରୁ ବିରୋଧ ହୋଇଥିବା ସ୍ୱାଭାବିକ ।

କିନ୍ତୁ ଏଠାରେ ଆହୁରି ମହତ୍ୱପୂର୍ଣ୍ଣ କଥା ହେଲା, ଓଡ଼ିଶାରୁ ଆଉ କାହାକୁ ମଧ୍ୟ ମନ୍ତ୍ରୀ କରାଗଲା ନାହିଁ କାହିଁକି ? ଅବଶ୍ୟ ସେଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଓ ଏପରିକି ରାଜ୍ୟ ଯୁବ କଂଗ୍ରେସ ସଭାପତି ପ୍ରଦୀପ ମାଝୀ ତଥା ରାଜ୍ୟସଭା ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ ଆଶଦୟୀ ଥିଲେ ।

ସେମାନଙ୍କ ମଧ୍ୟରୁ କାହାରିକୁ ମନ୍ତ୍ରୀ ପଦ ଦିଆଯାଇ ପାରିଥାନ୍ତା । ତୃଶମୂଳ କଂଗ୍ରେସର ୨୦ ଜଣ ସାଂସ ଥାଇ ଯଦି ସେହି ଦଳରୁ ୭ ଜଣଙ୍କୁ ମନ୍ତ୍ରୀ କରାଯାଇ ପାରିଛି ଓ ଉତ୍ତରପ୍ରଶେରୁ ୨୧ ଜଣ ଲୋକସଭା ସଦସ୍ୟ ଥାଇ ସେଠାରୁ ମଧ୍ୟ ୭ ଜଣ ମନ୍ତ୍ରୀ ଥାଇ ପାରନ୍ତି ଓଡ଼ିଶାରୁ ୭ ଜଣ ଲୋକସଭା ଓ ରାଜ୍ୟସଭା ସାଂସଦ ଥାଇ ମାତ୍ର ଜଣେ କାହିଁକି ଗୁରୁତ୍ୱହୀନ ମନ୍ତ୍ରୀ ହୋଇ ରହିବେ ?

ଏହାର କାରଣ ହୃୟଙ୍ଗମ କରିବା ମଧ୍ୟ ସେତେ ବେଶି କଷ୍ଟ ନୁହେଁ । କାରଣ ଗତ କେତେ ବର୍ଷ ହେଲା କଂଗ୍ରେସ ଦଳ ଓଡ଼ିଶାରେ ଶାସକ ବିଜେଡ଼ି ବିରୁଦ୍ଧରେ ଅଣ୍ଟାଭିଡ଼ି ଲଢୁଛି ବୋଲି କୌଣସି ସଂକେତ ଦେଇନାହିଁ । ଉାହରଣସ୍ୱରୂପ ଗତ ୨୦୦୯ରେ ବିଜେଡ଼ି ବିଜେପି ମେଣ୍ଟ, ସେମାନେ ବିଜେଡ଼ି ସରକାର ବିରୁଦ୍ଧରେ ଭୋଟ୍ ନେଇ ଗୃହତ୍ୟାଗ କରିବେ ଯାହା ବିଜେଡ଼ିକୁ ପରୋକ୍ଷ ସମର୍ଥନ ଥିଲା ।

ବର୍ଷାଧିକାଳ ତଳେ ତିନି ଜଣ କଂଗ୍ରେସ ବିଧାୟକ ଭୋଟ୍ ନେଇ ବିଜେଡ଼ି ସଦସ୍ୟଙ୍କୁ ଜିତାଇବାରେ ସାହାଯ୍ୟ କରିଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କଂଗ୍ରେସ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

ଏବେ ଫୋନ୍ ଟ୍ୟାପିଂ କଥାବାର୍ତ୍ତା ପ୍ରକାଶିତ ହେବାପରେ ବଡ଼ କୁଣ୍ଠାର ସହ ମାତ୍ର ଜଣକୁ ଦଳରୁ ନିଲମ୍ବିତ କରାଯାଇଛି । ପୁଣି ନବୀନ ବାବୁ ଗତ ନିର୍ବାଚନରେ ମାତ୍ର ତିନି ମାସ ପୂର୍ବରୁ କେଉଁ ସାହାସରେ ମେଣ୍ଟ ଭାଙ୍ଗିଲେ ?

ସେ କ’ଣ ଜାଣିନଥିଲେ ଯେ, ମେଣ୍ଟ ଭାଙ୍ଗିଗଲେ କଂଗ୍ରେସ ଳ ତା’ର ସୁଯୋଗ ନେଇ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି କରିବେ ଓ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାହାର କରିବେ ।

ତାସତ୍ତ୍ୱେ ତାଙ୍କର ମେଣ୍ଟ ଭାଙ୍ଗିବାର ସାହସ ପ୍ରଦର୍ଶନ କରିବାର କାରଣ ହେଲା, କଂଗ୍ରେସ ଦଳ ସହ ତାଙ୍କର ଭିତରି ବୁଝାମଣା । ଏନ୍ଡ଼ିଏରୁ ଓହରି ଆସିଲେ ତାଙ୍କ ସରକାରକୁ ସୁରକ୍ଷା ଦିଆଯିବ ବୋଲି ତାଙ୍କୁ ପ୍ରତିଶୃତି ଦିଆଯାଇଥିଲା ।

ଏବଂ ଏହି କାରଣରୁ ହିଁ ତାଙ୍କ ବିରୁଦ୍ଧରେ ଓଡ଼ିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ସୋନିଆ ଗାନ୍ଧୀ ଚାହାନ୍ତି ନାହିଁ । ତେଣୁ ଓଡ଼ିଶାର କଂଗ୍ରେସ ସାଂସଦମାନେ ମନ୍ତ୍ରୀ ନହୋଇ ନିରାଶ ।

(ବ୍ରି: ଏହି ସ୍ତମ୍ଭରେ ସ୍ଥାନିତ ବିଚାର ଲେଖକଙ୍କ ନିଜସ୍ୱ ମତ)
ଲେଖା ସଂପର୍କରେ ପାଠକ ପାଠିକା ସେମାନଙ୍କର ମତାମତ ପଠାନ୍ତୁ ।

ଓଡ଼ିଶା ଡ଼ଟ୍ କମ୍ର ଘୋଷଣାନାମା

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ବିଜେଡ଼ି, ମୁଖ୍ୟ ଖବର

ଗୋଷ୍ଠୀ ସଂଘର୍ଷ ଘଟଣାରେ ୪୦ରୁ ଉଦ୍ଧ୍ୱର୍ ଗିରଫ

July 14, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଜୁଲାଇ ୧୫(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା କୋଳା ଅନ୍ତର୍ଗତ ମରାଠୀ ସାହି ଓ ଛଚିନାର ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ଏବଂ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ୪୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ଗିରଫ କରିଥିବା ପୋଲିସ ଶୁକ୍ରବାର କହିଛି ।

ହିଂସାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ରାତିରେ ବିଭିନ୍ନ ସ୍ଥାନରେ ଚଢାଉ କରି ୪୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କୁ ନିର୍ଦ୍ଦୋଷରେ ଛାଡ଼ି ଦେବାକୁ ଦ।ବିକରି ଶତାଧିକ ମହିଳା ଗୁରୁବାର ସ୍ଥାନୀୟ ରାସ୍ତା ଅବରୋଧ କରିଥିଲେ ।

ଗିରଫ ଭୟରେ ଏହି ଗ୍ରାମ ତଥା ଏହାର ଆଖପାଖ ଗ୍ରାମ ଗୁଡ଼ିକ ପୁରୁଷ ଶୂନ୍ୟ ହୋଇଯାଇଛି । ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ କୋଳା ଓ ଛଚିନା ଗ୍ରାମ ସମେତ ହିଂସାକାଣ୍ଡ ହୋଇଥିବା ମରାଠୀ ସାହି ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୪୦ କିମି ଦୂରରେ ଥିବା ମରାଠୀ ସାହି ଓ ଛଚିନା ଗ୍ରାମବାସୀଙ୍କ ମଧ୍ୟରେ ଗତ ବୁଧବାର ସଂଘର୍ଷ ହୋଇଥିଲା । ସ୍ଥାନୀୟ ଗ୍ରାମବାସୀଙ୍କ ଆକ୍ରମଣରେ ଅନ୍ୟଗୋଷ୍ଠୀର ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଘର ଦ୍ୱାର ଭାଙ୍ଗି ଯାଇଥିଲା ।

ଏହି ଘଟଣାର ଆର୍ଡ଼ିସି ତନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଥିଲେ ।

ଏହାସହ ସଂପୂର୍ଣ୍ଣ ଘର ଭାଙ୍ଗିଯାଇଥିଲେ ୫୦ ହଜାର ଟଙ୍କା ଏବଂ ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ
୨୫ ହଜାର ଟଙ୍କା ଲେଖାଏଁ ବୋକୁ ଘୋଷଣା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ, ଗୋଷ୍ଠୀ, ମୁଖ୍ୟ ଖବର

ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ଅଧିବେଶନ

July 8, 2011 by ଓଡିଶା ଡଟ କମ Leave a Comment

ଅନ୍ନପୂର୍ଣ୍ଣାଦେବୀ ପାଣ୍ଡେ

ଟେକ୍ସାସ, ଜୁଲାଇ ୭(ଓଡ଼ିଶା ଡ଼ଟ୍ କମ୍) ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସର ଲ୍ଲାସ ଠାରେ ଓଡିଶା ସୋସାଇଟି ଅଫ୍ ଆମେରିକା’ (ଓଏସ୍ଏ)ର ୪୨ ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୧ରୁ ୩ ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି ଅଧିବେଶନରେ ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ହଜାର ହଜାର ଲୋକ ଯୋଗ ଦେଇଥିଲେ ।

ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ଦକ୍ଷିଣ ପଶ୍ଚିମ ଚାପ୍ଟର ପକ୍ଷରୁ ଲ୍ଲାସର ଲିଗାସି ଟାଉନ ସେଣ୍ଟରରେ ଏହାର ଆୟୋଜନ କରାଯାଇଥିଲା । ଅଧିବେଶନର ପ୍ରମୁଖ ବିଷୟ ବସ୍ତୁ ଥିଲା ଓଡ଼ିଶାର ପରମ୍ପରା ଏବଂ ଗର୍ବ ଓ ଗୌରବ ।

ସେଟଲର କଂଗ୍ରେସମ୍ୟାନ ଜିମ୍ ମେକଡ଼େରମଟ୍ ଅଧିବେଶନରେ ବକ୍ତା ଭାବେ ଯୋଗ ଦେଇଥିଲେ । ସେ ଆମେରିକା- ଭାରତ ବାଣିଜ୍ୟ ସଂପର୍କର ପ୍ରମୁଖ ଓକିଲ । ଭାରତ ସରକାରଙ୍କ ମୁଖ୍ୟ ସୂଚନା କମିଶନର ସତ୍ୟାନନ୍ଦ ମିଶ୍ର ଅଧିବେଶନରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଓଟିଭି ନିର୍ଦ୍ଦେଶକ ଜାଗିମଙ୍ଗତ ପଣ୍ଡା ପ୍ରମୁଖ ଯୁବ ବକ୍ତା ଭାବେ ଯୋଗ ଦେଇଥିଲେ ।

ଓଡ଼ିଶା ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏବଂ ଆମେରିକା ତଥା ଓଡ଼ିଶାର ବହୁ ଲୋକ ଏଥିରେ ଯୋଗ ଦେଇଥିଲେ । ଓଏସ୍ଏ ସଭାପତି ବିଜ୍ଞାନି ଦ।ସ, ଉପସଭାପତି ପ୍ରତାପ ମହାପାତ୍ର ଏବଂ କୋଷାଧ୍ୟକ୍ଷ ଅଖିଳେଶ୍ୱର ପଟେଲପ୍ରମୁଖ ଉ୍ଘାଟନ ଉତ୍ସବର ପରିଚାଳନା କରି ବିଭିନ୍ନ ପୁରସ୍କାର ପ୍ରଦାନ କରିଥିଲେ ।

ଆମେରିକାରେ ଓଡ଼ିଆଙ୍କ ପାଇଁ ଜୀବନବ୍ୟାପୀ କାର୍ଯ୍ୟ ନିମନ୍ତେ ସାରସିନ୍ଧୁ ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜୀବନବ୍ୟାପୀ ସାଧନା ପାଇଁ ଓଡ଼ିଶାର ଶାନ୍ତନୁ ମହାପାତ୍ର ଏବଂ ସଂଗୀତଜ୍ଞ ଚିତ୍ତ ଜେନାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଶେଷ ଦିନରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ନୂଆ କର୍ମକର୍ତ୍ତା ଚୟନ କରାଯାଇଥିଲା । ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ ସଭାପତି, କୁକୁ ଦ।ସ ଉପସଭାପତି, ଲୀନା ମିଶ୍ର ସଂପାଦକ ଏବଂ ସୁଶାନ୍ତ ସତପଥି କୋଷାଧ୍ୟକ୍ଷ ଭାବେ ଆସନ୍ତା ଦୁଇ ବର୍ଷ ପାଇଁ ଓଏସ୍ଏ ପ୍ରଶାସନର ଦ।ୟୀତ୍ୱ ଗ୍ରହଣ କରିଥିଲେ । ଓଡ଼ିଶା ସୋସାଇଟି ଅଫ୍ ଆମେରିକାରେ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି, ଆମେରିକାରେ ରହୁଥିବା ଓଡ଼ିଆଙ୍କ ଏକ ଡ଼ାଟାବେସ ପ୍ରସ୍ତୁତ ଏବଂ ଓଡ଼ିଶାରେ ରହୁଥିବା ଲୋକଙ୍କ ସହ ବାହାରେ ରହୁଥିବା ଲୋକଙ୍କ ସଂପର୍କ ଉପରେଓଏସ୍ଏ ଅଧିବେଶନର ସଭାପତି ପାଣ୍ଡେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଓଡ଼ିଶାରେ ମହିଳା ସଶକ୍ତିକରଣ, ଶିକ୍ଷା ଓ ଏହାର ସାମାଜିକ ଓ ଆର୍ଥିକ ବିକାଶ ଏବଂ ସ୍ୱାସ୍ଥ୍ୟ ଉପରେ ଅଧିବେଶନରେ ଆଲେଚନା କରାଯାଇଥିଲା ।ଏହି ଅବସରରେ ଆୟୋଜିତ ମନୋରଂଜନ କାର୍ଯ୍ୟକ୍ରମରେ ଓଡ଼ିଶାର ନୃତ୍ୟଶିଳ୍ପୀ ତଥା ସେଠାରେ ଥିବା ଓଏସ୍ଏର ବିଭିନ୍ନ ଚାପ୍ଟର କଳାକାରମାନେ ଅଂଶ ଗ୍ରହଣ କରି ।

ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସହିତ ସାମିଲ ହେବା ତଥା ଓଡ଼ିଶାର ପୁରୁଣା ବନ୍ଧୁଙ୍କ ସହ ମିଶିବା ପାଇଁ ଏହା ଏକ ବିଶେଷ ମୁହୁର୍ତ୍ତ । ଏହାର ପରିଚାଳକ ତପନ ପାଢୀ, ସହ ପରିଚାଳକ ଦେବାଶିଷ ନନ୍ଦ, ଗୋପାଳ ମହାପାତ୍ର, ଓଏସ୍ଏର ଦକ୍ଷିଣ ପଶ୍ଚିମ ଚାପ୍ଟର ସଭାପତି ଏବଂ ଶତାଧିକ ସ୍ୱେଚ୍ଛାସେବୀଙ୍କୁ ସେମାନଙ୍କର ସହାୟତା ପାଇଁ ପାଣ୍ଡେ ଧନ୍ୟବାଦ ଜଣାଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍

 

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ଯୁକ୍ତରାଷ୍ଟ୍ର ଆମେରିକା

  • « Go to Previous Page
  • Go to page 1
  • Interim pages omitted …
  • Go to page 4
  • Go to page 5
  • Go to page 6
  • Go to page 7
  • Go to page 8
  • Interim pages omitted …
  • Go to page 48
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା