• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟ ଖବର

କଟକ ପାଇଁ ବିସ୍ତୃତ ବିକାଶ ଯୋଜନା

August 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଅଗଷ୍ଟ ୮(ଓଡ଼ିଶା ଡ଼ଟ୍ କମ୍) ଆଇଆଇଟି ଖଡ଼ଗପୁର ପକ୍ଷରୁ କଟକର ବିସ୍ତୃତ ବିକାଶ ଯୋଜନା(ସିଡ଼ିପି) ଭିଜନ ୨୦୩୦ ପ୍ରସ୍ତୁତ କରାଯାଇଛି ।

ଆଇଆଇଟି ଖଡ଼ଗପୁରର ଆର୍କିଟେକ୍ଚର ଓ ରିଜିଓନାଲ ପ୍ଲାନିଂ ବିଭାଗ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏହି ସଂପୂର୍ଣ୍ଣ ଭିଜନ ଟକ୍ୟୁମେଣ୍ଟ ଉପସ୍ଥାପନ କରାଯାଇ ଏହା ଉପରେ ଆଲୋଚନା କରାଯାଇଛି ।

କଟକ ମୁନିସିପାଲିଟି ଅଞ୍ଚଳର ୪୮ଟି ୱାର୍ଡ଼, ଚାରିବାଟିଆ, ଚୌଦ୍ୱାର ଅଞ୍ଚଳର ୨୮ଟି ୱାର୍ଡ଼ ଏବଂ ଅନ୍ୟ ୬୦ଟି ଗ୍ରାମକୁ ନେଇ କଟକ ବିକାଶ ଯୋଜନା ଅଞ୍ଚଳ ପ୍ରସ୍ତୁତ କରାଯାଇଛି । ୨୦୦୧ରେ ଏହି ଅଞ୍ଚଳର ଜନସଂଖ୍ୟା ୬.୬୬ ଲକ୍ଷ ଥିବା ବେଳେ ୨୦୩୦ରେ ଏହାର ଜନସଂଖ୍ୟା ୧୫ ଲକ୍ଷରେ ପହଞ୍ଚିବା ସମ୍ଭାବନା ରହିଛି ।

ଏହାକୁ ଆଖି ଆଗରେ ରଖି ନୂତନ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନାରେ ଅଞ୍ଚଳକୁ ଉତ୍ତରାଞ୍ଚଳ, କେନ୍ଦ୍ରୀୟ ସହସ୍ରାଦ୍ଧ ସହର, ଏବଂ ଦକ୍ଷିଣାଞ୍ଚଳ । ଏପରି ତିନୋଟି ଅଞ୍ଚଳର ବିକାଶ ଯୋଜନା କରାଯାଇଛି ।

ଏଥିରେ ଚାରିବାଟିଆ, ନିର୍ଗୁଣ୍ଡି, ଛତିଶା, ଚୌଦ୍ୱାର, ନିମପୁର, ବିଡ଼ାନାସୀ, ପୁରୁଣା କଟକ, ଶିଖରପୁର, ମୁଣ୍ଡଳୀ, ବାରଙ୍ଗ ଏବଂ ଗୋପାଳପୁର ପରି ଭିନ୍ନଭିନ୍ନ ଅଞ୍ଚଳ ପାଇଁ ଯୋଜନା କରାଯାଇଛି ।

ଏହି ସବୁ ଅଞ୍ଚଳରେ ଶିଳ୍ପକେନ୍ଦ୍ର, ଲଜିଷ୍ଟିକ ସେଣ୍ଟର,ଆବାସିକ ଯୋଜନା, ବାଣିଜ୍ୟ କେନ୍ଦ୍ର , ବିନୋଦନ କେନ୍ଦ୍ର, ସାଂସ୍କୃତିକ କେନ୍ଦ୍ର ଏବଂ ଅନ୍ୟାନ୍ୟ କେନ୍ଦ୍ର ସ୍ଥାପନ ପାଇଁ ପ୍ରସ୍ତାବରେ କୁହାଯାଇଛି ।

ପ୍ରସ୍ତାବରେ କଟକ, ଭୁବନେଶ୍ୱର ଏବଂ ନିକଟବର୍ତ୍ତୀ ଗ୍ରାମାଞ୍ଚଳକୁ ନେଇ ଏକ ଭୁବନେଶ୍ୱର କଟକ ଅର୍ବାନ କନ୍ଗ୍ଲୋମୋରେଟ ମେଟ୍ରୋ ଅଥରିଟି(ବିସିୟୁସି ମେଟ୍ରୋ ଅଥରିଟି) ଗଠନ ପାଇଁ ମଧ୍ୟ କୁହାଯାଇଛି ।

ଏହି ବିକାଶ ଯୋଜନା ପାଇଁ ପ୍ରାୟ ୧୮,୯୪୦ କୋଟି ଟଙ୍କା ବିନିଯୋଗ ଆବଶ୍ୟକତା ରହିଛି ଏବଂ ଏଥିରୁ ସରକାରୀ କ୍ଷେତ୍ରରେ ପାଞ୍ଚ ହଜାର କୋଟି ଟଙ୍କା ଏବଂ ଅନ୍ୟାନ୍ୟ ସମସ୍ତ ଘରୋଇ କ୍ଷେତ୍ର ଦ୍ୱାରାବିନିଯୋଗ କରିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆଇଆଇଟି, ଖଡ଼ଗପୁର, ମୁଖ୍ୟ ଖବର

ଗଙ୍ଗାଧର ସାହିତ୍ୟ ସମ୍ମାନ ପାଇଁ ଅର୍ନ୍ତଯ୍ୟାମି ସାହୁ ମନୋନୀତ

August 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅଗଷ୍ଟ ୮(ଓଡ଼ିଶା ଡ଼ଟ୍ କମ୍) ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୫୦ ତମ ଜୟନ୍ତି ଅବସରରେ ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ଅଧ୍ୟାପକ ଅର୍ନ୍ତଯ୍ୟାମି ସାହୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ଗଙ୍ଗାଧର ସାହିତ୍ୟ ସଂମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି ।

ସେହିପରି ଗଙ୍ଗାଧର ପ୍ରତିଭାସଂମ୍ମାନ ପାଇଁ ବିଶିଷ୍ଟସଙ୍ଗିତଜ୍ଞ ତଥା ନାଟ୍ୟକାର ବ୍ରଜେନ୍ଦ୍ର ନାୟକ ମନୋନୀତ ହୋଇଥିବା ଗଙ୍ଗାଧର ସାହିତ୍ୟ ପରିଷ ପକ୍ଷରୁ ଘୋଷଣା କରାଯାଇଛି ।

ଅବସରପ୍ରାପ୍ତ ଅଧ୍ୟାପକ ସାହୁ ରାଜ୍ୟର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୩୦ ବର୍ଷର ଶିକ୍ଷା ପ୍ରଦାନ ମଧ୍ୟରେ ଓଡ଼ିଆ ସାହିତ୍ୟ ସମେତ ଗଙ୍ଗାଧରଙ୍କ ସାହିତ୍ୟ କୃତି ଉପରେ କାମ କରିଛନ୍ତି ବୋଲି ପରିଷର ସଂପାଦକ ମଣିନ୍ଦ୍ର ମେହେର କହିଛନ୍ତି ।

ବ୍ରଜେନ୍ଦ୍ର ଦୂରସଞ୍ଚାର ବିଭାଗର ଜଣେ କର୍ମଚାରୀ । ସେ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ପୂଜାପାଇଁ ଫୁଲଟିଏ, ଟିଭି ଧାରାବାହିକ ରଜନୀ ଗନ୍ଧା, ଆଶାର ଆଲୋକ ଆଦିରେ କାମ କରିଛନ୍ତି ।

ପୂର୍ବରୁ ଡ଼ା.ଗଙ୍ଗାଧର ଗୁରୁ, କେଶବଚନ୍ଦ୍ର ପଟ୍ଟନାୟକ, ମଧୁସୂଦନ ପତି, ହରେକୃଷ୍ଣ ମେହେର, ଧୃବରାଜ ନାଏକ, ଆଦିକନ୍ଦ ସାହୁ, ହରିଶଙ୍କର ବଡ଼ପଣ୍ଡା, ଚିତ୍ରଶିଳ୍ପୀ ବୀରବର ସାହୁ, ରାଜାରାମ ମେହେର, ମଙ୍ଗଳୁ ଚରଣ ବିଶ୍ୱାଳ ପ୍ରମୁଖ ଏହି ସଂମ୍ମାନ ହାସଲ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅଧ୍ୟାପକ, ଗଙ୍ଗାଧର ମେହେର, ମୁଖ୍ୟ ଖବର, ସ୍ୱଭାବ କବି

ରାଜ୍ୟରେ ୨୯ଜଣ ଡ଼େଙ୍ଗୁରେ ଆକ୍ରାନ୍ତ: ସ୍ୱାସ୍ଥ୍ୟ ବିଭାଗ

August 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୪୧ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୨୯ ଜଣ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର କୁହାଯାଇଛି ।

ଏହା ମଧ୍ୟରୁ ଅନୁଗୁଳ ଜିଲ୍ଲାର ୩୪ ମଧ୍ୟରୁ ୨୪ ଜଣ ଏବଂ ମୟୁରଭଞ୍ଜ ଜିଲ୍ଲାର ଜଣେ ଏବଂ ସୁନ୍ଦରଗଡ ଜିଲ୍ଲାର ୬ ଜଣଙ୍କ ମଧ୍ୟରୁ ୪ ଜଣ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ସୁନ୍ଦରଗଡ ଜିଲ୍ଲାର ଏହି ୬ ଜଣଙ୍କର ଗତମାସରେ ରକ୍ତ ନମୂନା ପରୀକ୍ଷା ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଡେଙ୍ଗୁରେ କେହି ମୃତ୍ୟୁବରଣ କରିଥିବା ଜଣାପଡି ନାହିଁ ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ସାହୁ ଏବଂ ଉପନିର୍ଦ୍ଦେଶକ( ମ୍ୟାଲେରିଆ ) ଡାଃ ମନ ମୋହନ ପ୍ରଧାନଙ୍କୁ ପରିସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ଶନିବାର ଅନୁଗୁଳ ପଠାଯାଇଛି ।

ରାଜ୍ୟରେ ପ୍ରଥମେ ୨୦୦୬ରେ ଡେଙ୍ଗୁ ଚିହ୍ନଟ ହୋଇଥିଲା । ସେତେବେଳେ ଆକ୍ରନ୍ତ ହୋଇଥିବା ସନ୍ଦେହରେ ୧୦୪ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇ ଜଣେ ଆକ୍ରାନ୍ତ ଥିବା ଜଣାପଡିଥିଲା ।

ସେହିପରି ୨୦୦୭ରେ ୩୯୯ ଜଣଙ୍କର , ୨୦୦୮ରେ ୨୩୮ ଜଣଙ୍କର ଏବଂ ୨୦୦୯ରେ ୪୧ ଜଣଙ୍କର ଏବଂ ୨୦୧୦ରେ ୧୬୧ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇ ୨୯ ଜଣ ଆକ୍ରାନ୍ତ ଥିବା ଜଣା ପଡିଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଡେଙ୍ଗୁ, ମୁଖ୍ୟ ଖବର, ରାଜ୍ୟ

ଚାରି ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଦିଲ୍ଲୀ ଯାତ୍ରା

August 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ଅଗଷ୍ଟକ୍ରାନ୍ତି ଦିବସ ଉପଲକ୍ଷେ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ଆମନ୍ତ୍ରଣ କ୍ରମେ ଆସନ୍ତା ୮ ତାରିଖରେ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧିତ ହେବା ପାଇଁ ଶନିବାର ଚାରି ଜଣ ସ୍ୱାଧୀନତା ସଂଗ୍ରାମୀ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି, ପର୍ଯ୍ୟଟନ ଓ ସମବାୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଭୁବନେଶ୍ୱର ରେଳ ଷ୍ଟେସନରେ ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।

ଏହି ସ୍ୱାଧିନତା ସଂଗ୍ରାମୀମାନେ ହେଲେ ଭଦ୍ରକ ଜିଲ୍ଲାର ବ୍ରଜକିଶୋର ରାଉତ, ନୟାଗଡ଼ ଜିଲ୍ଲାର କୃପାସିନ୍ଧୁ ବରାଡ଼, ପୁରୀ ଜିଲ୍ଲାର ବାମନଚରଣ ସ୍ୱାଇଁ ଓ ଜଗତସିଂହପୁର ଜିଲ୍ଲାର ଗନ୍ଧର୍ବ ଆଚାର୍ଯ୍ୟ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନୂଆଦିଲ୍ଲୀ, ମୁଖ୍ୟ ଖବର, ରାଷ୍ଟ୍ରପତି, ସ୍ୱାଧୀନତା ସଂଗ୍ରାମୀ

ଏମାର ମଠ ନୂଆ ଟ୍ରଷ୍ଟବୋର୍ଡ ଗଠନ ପାଇଁ ନିର୍ଦ୍ଦେଶ

August 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ପୁରୀ ସ୍ଥିତ ଏମାର ମଠର ନୂଆ ଟ୍ରଷ୍ଟ ବୋର୍ଡ଼ ଗଠନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ନିଲମ୍ବନ  ଆଦେଶ  ବିରୋଧରେ ପୂର୍ବତନ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ପକ୍ଷରୁ କରାଯାଇଥିବା ମାମଲାର ବିଚାର କରି ଶୁକ୍ରବାର ବିଚାରପତି ଏମ୍ଏମ୍ ଦାସ ନିଲମ୍ବନ ଆଦେଶ କୁ ରଦ୍ଦ କରିବା ସହ ଦେବୋତ୍ତର ବିଭାଗ ଦ୍ୱାରା ଗଠିତ ଟ୍ରଷ୍ଟ ବୋର୍ଡକୁ ରଦ୍ଦ କରି ଦେଇଛନ୍ତି ।

ସହରର ବିଶିଷ୍ଟ ନାଗରିକ ଓ ସରକାରୀ ଅଧିକାରୀଙ୍କୁ ନେଇ ମଠର ସୁରିଚାଳନା ପାଇଁ ଏକ ଟ୍ରଷ୍ଟ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହନ୍ତ ଠାକୁରଙ୍କ ସେବା ପୂଜା କରିପାରିବେ କିନ୍ତୁ ମଠ ପରିଚାଳନାରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି ।

ଏହି ମଠରୁ ରୁପାଇଟା ଚୋରି ଘଟଣାରେ ମହନ୍ତଙ୍କ ସଂପୃକ୍ତି ଅଭିଯୋଗ ପରେ ଦେବୋତ୍ତର ବିଭାଗ ମହନ୍ତଙ୍କୁ ନିଲମ୍ବନ କରିବା ସହ ଏହାର ସୁରିଚାଳନା ପାଇଁ ଏକ ଟ୍ରଷ୍ଟବୋର୍ଡ ଗଠନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ମଠରୁ ରୁପାଇଟା ଚୋରି ଘଟଣାରେ ମହନ୍ତଙ୍କ ସଂପୃକ୍ତି ଅଭିଯୋଗ ପରେ ଦେବୋତ୍ତର ବିଭାଗ ମହନ୍ତଙ୍କୁ ନିଲମ୍ବନ କରିବା ସହ ଏହାର ସୁରିଚାଳନା ପାଇଁ ଏକ ଟ୍ରଷ୍ଟବୋର୍ଡ ଗଠନ କରିଥିଲେ । “

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଏମାର ମଠ, ପୁରୀ, ମୁଖ୍ୟ ଖବର, ରାମାନୁଜ ଦାସ

ନାଲ୍କୋ ପକ୍ଷରୁ ଭିନ୍ନକ୍ଷମଙ୍କୁ ଉପକରଣ ବିତରଣ

August 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ଅନୁଗୁଳ ଜିଲ୍ଲାର ଉତ୍କଳ ଇ-କୋଲ ପ୍ରକଳ୍ପ ଅନ୍ତର୍ଗତ ଗ୍ରାମ ଗୁଡିକରେ ବାସ କରୁଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଉଦ୍ଦେଶରେ ନାଲ୍କୋ ଫାଉଣ୍ଡେସନ ପକ୍ଷରୁ ଭିନ୍ନକ୍ଷମଙ୍କୁ ଉପକରଣ ବିତରଣ କରାଯାଇଛି ।

ଭାରତ ସରକାରଙ୍କ ଆଲିମ୍କୋ ଓ ଭିଆର୍ସି ସହାୟତାରେ ଛେଣ୍ଡିପା ବ୍ଲକ ଅନ୍ତର୍ଗତ କୋରଡା ଗ୍ରାମରେ ଗୁରୁବାରଦିନ ଏକ ଉପକରଣ ବିତରଣ ଶିବିର ଆୟୋଜିତ ହୋଇଥିଲା । ଏକ ସ୍ୱାବଲମ୍ବୀ ଜୀବନ ଅତିବାହିତ କରିବାକୁ ଚାହୁଁଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ମଧ୍ୟରେ ଏହି ପକ୍ଷେପ ଏକ ନୂତନ ଆଶାର ସଞ୍ଚାର କରିଛି ।

ଏହି ଅବସରରେ, ନାଣ୍ଡିଛୋଡ଼, ଗୋପୀନାଥପୁର, କୋରଡା ଓ କୋଶଳା ଗ୍ରାମର ୧୯ ଜଣ ଚିହ୍ନିତ ଭିନ୍ନକ୍ଷମଙ୍କୁ ଟ୍ରାଇ-ସାଇକଲ, ରୋଲେଟର, ଶ୍ରବଣ ଯନ୍ତ୍ର ଓ ଧଳାବାଡି ଆଦି ପ୍ରଦାନ କରାଯାଇଥିଲା । ଏହି ବ୍ୟକ୍ତିମାନଙ୍କୁ ଜୁନ ୨ରେ ଆୟୋଜିତ ଏକ ଶିବିରରେ ଚିହ୍ନଟ କରାଯାଇଥିଲା ।

ନାଲ୍କୋ ଫାଉଣ୍ଡେସନ୍ ପକ୍ଷରୁ ପ୍ରୋଜେକ୍ଟ ମ୍ୟାନେଜର ଶବାନା ପରୱିନଙ୍କ ଦ୍ୱାରାପରିଚାଳିତ ଏହି ଶିବିରରେ କୋରଡା ଗ୍ରାମର ସରପଞ୍ଚ ହେମନ୍ତ ବେହେରାଙ୍କ ସହିତ ଡିଜିଏମ ଏଲ୍.ଏମ୍. ସାହୁ ଏବଂ ଜି.ଏସ୍. ମହାପାତ୍ର ଉପକରଣଗୁଡିକ ବିତରଣ କରିଥିଲେ ।

ଏହି ଅବସରରେ ଚାରି ଜଣ ଭିନ୍ନକ୍ଷମ ବ୍ୟକ୍ତି ଭିଆର୍ସି ପକ୍ଷରୁ ଭୁବନେଶ୍ୱରରେ ପ୍ରଦାନ କରାଯାଉଥିବା ଧନ୍ଦାମୂଳକ ପ୍ରଶିକ୍ଷଣ ଲାଭ କରିବାକୁ ସହମତି ପ୍ରଦାନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍
ଦାରଣ ମାନରେ ଉନ୍ନତି ଆଣିବା ଉଦ୍ଦେଶରେ ନାଲ୍କୋ ଫାଉଣ୍ଡେସନ ପକ୍ଷରୁ ଭିନ୍ନକ୍ଷମଙ୍କୁ ଉପକରଣ ବିତରଣ କରାଯାଇଛି ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅନୁଗୁଳ, ଜୀବନଧାରଣ, ନାଲ୍କୋ, ମୁଖ୍ୟ ଖବର

ମହାଶ୍ୱେତା, ସାଧୁ ମେହେରଙ୍କୁ ଜୟଦେବ ପୁରସ୍କାର

August 4, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୨୦୦୮-୦୯ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିବା ବେଳେ ବିଶିଷ୍ଟ ଅଭିନେତ୍ରୀ ମହାଶ୍ୱେତା ରାୟ ଏବଂ ବିଶିଷ୍ଟ ନିର୍ଦ୍ଦେଶକ ସାଧୁ ମେହେରଙ୍କୁ ଜୟବେ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ସଂସ୍କୃତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ଘୋଷଣା କରିଛନ୍ତି । ପୁରସ୍କାର ବାବରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

“ଜୀଅନ୍ତା ଭୂତ’ ଏବଂ “ସାତସୁରେ ବନ୍ଧା ଏଜୀବନ’ ଚଳଚ୍ଚିତ୍ରକୁ ଶ୍ରେଷ୍ଟ ଚଳଚ୍ଚିତ୍ର ଭାବେ ଚୟନ କରାଯାଇଥିବା ବେଳେ “ଜୀଅନ୍ତା ଭୂତ’ର ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ୨୦୦୮ ପାଇଁ ଏବଂ “ପାଗଳ କରିଛି ପାଉଁଜି ତୋର’ର ନିର୍ଦ୍ଦେଶକ ସଂଜୟ ନାୟକଙ୍କୁ ୨୦୦୯ ପାଇଁ ଶେଷ୍ଟ୍ର ନିର୍ଦ୍ଦେଶକ ଭାବେ ଚୟନ କରାଯାଇଛି ।

ସେହିପରି ୨୦୦୮ର ଶ୍ରେଷ୍ଠ ଅଭିନେତା ଭାବେ କଳିଙ୍ଗ ପୁତ୍ର ଚଳଚ୍ଚିତ୍ରର ଆକାଶ ।ସନାୟକ, ଅଭିନେତ୍ରୀ ଭାବେ ରାଲି ନନ୍ଦ, ପାଶ୍ୱର୍ ଅଭିନେତା ଭାବେ ସତ୍ୟମେବ ଚଳଚ୍ଚିତ୍ରର ବିଜୟ ମହାନ୍ତି, ପାଶ୍ୱର୍ ଅଭିନେତ୍ରୀ ଭାବେ ହସିବ ପୁଣି ମୋ ସୁନା ସଂସାରର ଅପରାଜିତା ମହାନ୍ତିଙ୍କୁ ପୁରସ୍କୃତ କରାଯିବ ।

୨୦୦୯ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ “ଆକାଶେ କି ରଙ୍ଗ ଲାଗିଲା’ ଚଳଚ୍ଚିତ୍ରର ଅନୁଭବ ମହାନ୍ତି, ଅଭିନେତ୍ରୀ ଭାବେ “ପାଗଳ କରିଛି ପାଉଁଜି ତୋର’ର ଅର୍ଚ୍ଚିତା ସାହୁ, ପାଶ୍ୱର୍ ଅଭିନେତା ଭାବେ “ଅଭିମନ୍ୟୁ ‘ର ମିହିର ଦାସ, ପାଶ୍ୱର୍ ଅଭିନେତ୍ରୀ ଭାବେ “ସୁନା ଚଢେଇ ମୋ ରୂପା ଚଢେଇ’ର ମଧୁସ୍ମିତାଙ୍କୁ ପୁରସ୍କାର ପ୍ରଦାନ କରାଯିବ ।

ଆସନ୍ତା ୯ ତାରିଖରେ ଅନୁଷ୍ଠିତ ଏକବିଂଶତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

ବିଶିଷ୍ଟ ଅଭିନେତ୍ରୀ ମହାଶ୍ୱେତା ରାୟ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅଭିନେତ୍ରୀ, ମୁଖ୍ୟ ଖବର, ରାଜ୍ୟ ସଂସ୍କୃତି

ଜନମତକୁ ସମ୍ମାନ ଦେବା ଆବଶ୍ୟକ: ପି.କେ. ଜେନା

August 4, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୪(ଓଡ଼ିଶା ଡ଼ଟ୍ କମ୍) ଶିଳ୍ପ ପ୍ରତିଷ୍ଠା ସମୟରେ ସାଧାରଣ ଜନତାଙ୍କ ମତ ଏବଂ ବିଚାରଧାରାକୁ ସରକାର ସମ୍ପାଦନା ଦେବା ଆବଶ୍ୟକ, ଏହାଦ୍ୱାରା ଶିଳ୍ପ ସ୍ଥାପନ ସମୟରେ ଦେଖାଯାଉଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ପି.କେ.ଜେନା କହିଛନ୍ତି ।

ଏହାବ୍ୟତୀତ ବୈଜ୍ଞାନିକ ପଦ୍ଧତିରେ ଖଣିଜ ପାର୍ଥର ଉତ୍ତୋଳନ ଓ ଉପଯୋଗ କରାଯାଇପାରିଲେ ପରିବେଶ ଓ ପରିସ୍ଥାନ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିିବ ନାହିଁ, ଇଂରାଜୀ ଖବରକାଗଜ ‘ଇଣ୍ଡସ୍ ଭ୍ୟାଲି ଟାଇମସ୍’ର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ‘ପ୍ରଗତିର ପଥ’ ଶୀର୍ଷକ ଆଲୋଚନା ଚକ୍ରରେ ସେ କହିଛନ୍ତି ।

ଦେଶ ଓ ଜାତିର ଅଗ୍ରଗତି ପାଇଁ ଦୃଢ ଇଚ୍ଛାଶକ୍ତି ଓ ସଂକଳ୍ପ ଆବଶ୍ୟକ । ପ୍ରଗତିର ପ୍ରତିଟି ପକ୍ଷେପରେ ସାଧାରଣ ଲୋକମାନଙ୍କ ସଂପୃକ୍ତି ମଧ୍ୟ ରହିବା ଆବଶ୍ୟକ ବୋଲି ଆଲୋଚନାରେ ଅଂଶଗ୍ରହଣ କରି ରାଜସ୍ୱ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ରାଜନୈତିକ ବ୍ୟକ୍ତିମାନେ ଅଧିକାଂଶ ସମୟରେ ସଂକୀର୍ଣ୍ଣସ୍ୱାର୍ଥ ନେଇ ପରସ୍ପର ବିରୋଧରେ ଆରୋପ ଓ ପ୍ରତ୍ୟାରୋପରେ ବ୍ୟସ୍ତ ରହୁଥିବାରୁ ପ୍ରଗତିରେ ବାଧା ଉପୁଜିଛି ।

ଏହିଭଳି ସଂକୀର୍ଣ୍ଣ ମାନସିକତାରୁ ଉଦ୍ଧ୍ୱର୍କୁ ଉଠି ରାଜ୍ୟ ତଥା ଶେର ବୃହତ୍ତର ସ୍ୱାର୍ଥ ଉପରେ ସହମତି ପ୍ରକାଶ କରିପାରିଲେ ଉନ୍ନତି ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇପାରିବ, ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ଶକ୍ତିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ।

ସରକାର ଶିଳ୍ପ ପ୍ରତିଷ୍ଠା ବା ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପୂର୍ବରୁ ଜନସାଧାରଣଙ୍କ ଆବେଗ ଓ ଆଶଙ୍କାକୁ ଯଥାଯଥ ଭାବରେ ପରୀକ୍ଷା ନିରୀକ୍ଷା କରିବା ଆବଶ୍ୟକ, ଅନୁଷ୍ଠାନର ଅବୈତନିକ ସଂପାକ ପ୍ରସନ୍ନ କୁମାର ମହାନ୍ତି କହିଥିଲେ ।

ବିକାଶର ପ୍ରକ୍ରିୟାରେ ଜନସାଧାରଣଙ୍କ ସହଯୋଗ ଓ ସହମତିର ଆବଶ୍ୟକତା ରହିଛି । ସେମାନଙ୍କର ସମର୍ଥନ ଓ ସଂପୃକ୍ତି ବିନା କୌଣସି ପ୍ରକଳ୍ପ ସଠିକ୍ ରୂପେ ରୂପାୟନ ହୋଇପାରିବ ନାହିଁ, ସମ୍ବାଦ ସରବରାହ ସଂସ୍ଥା ‘ହିନ୍ଦୁସ୍ତାନ ସମାଚାର’ର ଓଡ଼ିଶା ମୁଖ୍ୟ ସଂଜୟ ଜେନା କହିଥିଲେ ।

ଆଲୋଚନା ଚକ୍ରରେ ବହୁ ବରିଷ୍ଠ ପ୍ରଶାସକ, ବୁଦ୍ଧିଜୀବୀ ଓ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ଶିଳ୍ପ, ସାଧାରଣ ଜନତା

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ଅଧିକ ତଦନ୍ତ ନିର୍ଦ୍ଦେଶ

August 4, 2011 by ଓଡିଶା ଡଟ କମ Leave a Comment

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ଅଧିକ ତଦନ୍ତ କରିବାକୁ ହାଇକୋର୍ଟ ଗୁରୁବାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କଟକ, ଅଗଷ୍ଟ ୪(ଓଡ଼ିଶା ଡ଼ଟ୍ କମ୍) ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ବେଳେ ଆବେଦନକାରୀଙ୍କ ଅଭିଯୋଗ ଆଧାରରେ ତଦନ୍ତ କରିବା ସହ ଶୀଘ୍ର ଚାର୍ଜସିଟ ଦାଖଲ କରିବାକୁ କୋର୍ଟ କହିଥିବା ଓକିଲ ସତ୍ୟବ୍ରତ ମହାନ୍ତି ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ତଦନ୍ତ ସମୟରେ ବିଭିନ୍ନ ଅନିୟମିତତା ହୋଇଥିବା ଦର୍ଶାଇ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶିଷ୍ୟ ମାଧବ ଚୈତନ୍ୟ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।

ଠିକ୍ ସେହିପରି ଉପଲବ୍ଧ ଥିବା ସାକ୍ଷ୍ୟ ପ୍ରମାଣକୁ ତଦନ୍ତରେ ସାମିଲ କରାଯାଇନଥିବା ଦର୍ଶାଇ ବିଶ୍ୱହିନ୍ଦୁ ପରିଷଦ ନେତା ଦୁର୍ଗା ପ୍ରସାଦ କର ଏକ ଅତିରିକ୍ତ ପିଟିସନ ଦାଖଲ କରିଥିଲେ ।

ଗତ ୨୦୦୮ ଅଗଷ୍ଟ ୨୩ରେ କନ୍ଧମାଳ ଜିଲ୍ଲା ଜଳେଶପଟା ଆଶ୍ରମରେ କେତେକ ଦୁର୍ବୃତ୍ତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ଚାରି ଜଣ ସହଯୋଗୀଙ୍କୁ ହତ୍ୟା କରିଥିଲେ ।

ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ୧୪ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ସରସ୍ୱତୀ, ସ୍ୱାମୀ ଲକ୍ଷ୍ମଣାନନ୍ଦ

ପୋସ୍କୋ ଅଞ୍ଚଳରେ ଦୁଇ କର୍ମଚାରୀ ଅଟକ ପରେ ମୁକ୍ତ 

August 4, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଅଗଷ୍ଟ ୪(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ଅଞ୍ଚଳକୁ ଗୁରୁବାର ଯାଇଥିବା ଇଡ଼୍କୋ ଏବଂ ପୋସ୍କୋ କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କୁ ସ୍ଥାନୀୟ ଲୋକମାନେ ଚାରି ଘଣ୍ଟା ଅଟକ ରଖିବା ପରେ ମୁକ୍ତ କରିଦେଇଛନ୍ତି ।

ଏହି କର୍ମଚାରୀ ଦ୍ୱୟ ପ୍ରଶାସନର ଅଜାଣତରେ ସଂପୃକ୍ତ ଅଞ୍ଚଳକୁ ଯାଇ ଗଛ କାଟିବାକୁ ଚେଷ୍ଟାକରୁଥିବା ବେଳେ ନୋଳିଆସାହି ଗ୍ରାମବସୀମାନେ ସେମାନଙ୍କୁ ଅଟକ ରଖିଥିଲେ ।

ପ୍ରଶାସନର ବିନା ଅନୁମତି ତଥା ପୋଲିସ ଅଧିକାରୀଙ୍କୁ ନନେଇ ଏମାନେ ସଂପୃକ୍ତ ଅଞ୍ଚଳକୁ ଯାଇଥିଲେ । ପୁରୁଷ ଓ ମହିଳାମାନେ ଗଛ କାଟିବା ବନ୍ଦ କରାଇଥିଲେ । ତେବେ ସେମାନଙ୍କର କୌଣସି କ୍ଷତି ହୋଇ ନାହିଁ ବୋଲି ଗଡ଼କୁଜଙ୍ଗ ସରପଞ୍ଚ ନକୁଳ ସାହୁ କହିଛନ୍ତି ।

ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଲାଗିରହିଥିଲା କିନ୍ତୁ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା, ସେ କହିଛନ୍ତି ।

ତହସିଲଦାର ସେଠାରେ ପଂହଁଚି ଲୋକଙ୍କ ସହ ଆଲୋଚନା କରିବା ପରେ ଲୋକମାନେ କର୍ମଚାରୀ ଦ୍ୱୟ ଙ୍କୁ ମୁକ୍ତ କରିଥିଲେ ।

ଛଅ ଦଫା ଦାବି ପୂରଣ ନେଇ ଗତକାଲି ଠାରୁ ହଜାର ହଜାର ମହିଳା ଓ ପୁରୁଷ ଗଡ଼କୁଜଙ୍ଗ ରାସ୍ତା ଅବରୋଧ କରିଛନ୍ତି । ଆଜି ମଧ୍ୟ ସଂପୃକ୍ତ ଅଞ୍ଚଳରେ ଗଛକଟା ଏବଂ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୋସ୍କୋ, ମୁଖ୍ୟ ଖବର

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Page 6
  • Interim pages omitted …
  • Page 48
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ