ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଢେଙ୍କାନାଳ, ଡ଼ଇସେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଢେଙ୍କାନାଳ ସ୍ୱୟଂଶାସିତ କଲେଜ ପରିସରରେ ଗୁରୁବାର କେତେକ ଦୁର୍ବୃତ୍ତ ଦୁଇ ଜଣ ଛାତ୍ରଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିବା ପୋଲିସ କହିଛି ।
ଉକ୍ତ କଲେଜର ପୂର୍ବତନ ଛାତ୍ର କମଲ ଲୋଚନ ଳେଇ ଓ ଛାତ୍ର ସଂଗ୍ରାମ ମହାନ୍ତି କ୍ୟାରମ ଖେଳୁଥିବା ସମୟରେ ଅଜଣା ଦୁର୍ବୃତ୍ତମାନେ କାର୍ ରେ ଆସି କଲେଜ ପରିସରରେ ତାଙ୍କୁ ଆକ୍ରମଣ କରିଥିଲେ ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଦଳେଇଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ ଓ ମହାନ୍ତିଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାଙ୍କୁ ମଧ୍ୟ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।
ପୋଲିସ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିଛି । ପରେ ଉତ୍ତ୍ୟକ୍ତ ଲୋକମାନେ ଦୁର୍ବୃତ୍ତଙ୍କ ତୁରନ୍ତ ଗିରଫ ଦାବୀରେ ଜାତୀୟ ରାଜପଥ ଅବରୋଧ କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍
Leave a Reply