ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ନିକଟରେ ଆୟୋଜିତ ବିଜୁ ଜନତା ଦଳର ସମାବେଶରେ ଜାତୀୟ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗରେ ବୁଧବାର ଜଣେ ବିଜେଡ଼ି କର୍ମୀକୁ ଗିରଫ କରିଥିବା ପୋଲିସ କହିଛି ।
ଏ ସଂପର୍କରେ ତିନୋଟି ଅଭିଯୋଗ ପାଇବା ପରେ ପୋଲିସ “୧୯୭୧ ଜାତୀୟ ସମ୍ମାନକୁ ଅପମାନ ଆଇନ” ବଦଳରେ ଜନକର ସାହୁଙ୍କୁ ଗିରଫ କରିଥିବା କ୍ୟାପିଟାଲ ଥାନା ଅଧିକାରୀ ରବିନ୍ଦ୍ରନାଥ ସତପଥି ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।
୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଅନ୍ତିମ ଯାତ୍ରାରେ ତାଙ୍କ ଶବାଧାରରେ ପଡ଼ିଥିବା ଜାତୀୟ ପତାକାକୁ ସାହୁ ଏହି ସମାବେଶରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।
ଗତ ୨୬ ତାରିଖରେ ସମାବେଶରେ ଉପସ୍ଥିତ ଦଳୀୟ କର୍ମୀ ଓ ଦଳର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପତାକା ପ୍ରର୍ଶନ କରିବା ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ପତାକାରୁ ଅଶୋକ ଚକ୍ରକୁ ବାଦ୍ ଦିଆଯାଇଥିଲା । ଏଥିରେ ବିଜେଡ଼ି ଦଳର ନିର୍ବାଚନ ଚିହ୍ନ ଶଙ୍ଖ ଥିବା ବେଳେ ବିଜୁ ଜନତା ଦଳ ଲେଖାଯାଇଥିଲା ।
ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍
Leave a Reply