• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଜୁଙ୍କ ସ୍ୱପ୍ନ: କେତେ ସତ? କେତେ ମିଛ?(ତୃତୀୟ ନୟନ)

October 17, 2011 by ଓଡିଶା ଡଟ କମ Leave a Comment

ପ୍ରଶାନ୍ତ ପଟ୍ଟନାୟକ

ଓଡ଼ିଶାର ଅପ୍ରତି୍ୱନ୍ଦି ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନକାଳ ମଧ୍ୟରେ ତାଙ୍କ ନେତୃତ୍ୱ ବାରମ୍ବାର ପ୍ରତ୍ୟାକ୍ଷିତ ହୋଇଥିବାରୁ ସେ ଶାସନ କ୍ଷମତାରେ ଦୀର୍ଘଦିନ ରହିବା ସମ୍ଭବ ହୋଇନଥିଲା ।

କିନ୍ତୁ ତାଙ୍କ ମୃତ୍ୟୁ ପରେ “”ବିଜୁଙ୍କ ସ୍ୱପ୍ନର ସୌଦାଗର”ମାନେ, ତାଙ୍କର ତଥା କଥିତ “”ଅଧୁରା ସ୍ୱପ୍ନ”କୁ ସଫଳତାର ସହ ମାର୍କେଟିଂ କରି ବିପୁଳ ଫାଇଦା ଉଠାଇ ଚାଲିଛନ୍ତି ଓ ଚାଲିଥିବେ ମଧ୍ୟ ।

ବିଜୁଙ୍କ ମୃତ୍ୟୁ ପରେ ତାଙ୍କ ପ୍ରତି ଓଡ଼ିଶାବାସୀଙ୍କ ପ୍ରଚଣ୍ଡ ଭାବ ପ୍ରବଣତାର ସୁଯୋଗ ନେଇ ଶାସନ ଗାଦି ଦାଖଲ କରିବାର ଏକମାତ୍ର ଅଭିଳାଷ ନେଇ, ରାଜ୍ୟର ଯେଉଁ ନେତାମାନେ ବିଜୁ ଜନତା ଦଳ ଗଠନ କରିଥିଲେ, ସେମାନେ ଦୀର୍ଘ ଏକ ଶଦ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ବିଜୁଙ୍କ “”ଅଧୁରା ସ୍ୱପ୍ନ”କୁ ଓଡ଼ିଶାର ଭାବପ୍ରବଣ ଜନସାଧାରଣଙ୍କୁ ବିକ୍ରୀକରି ରାଜନୈତିକ, ପ୍ରଶାସନିକ ତଥା ପ୍ରଚୁର ଅର୍ଥନୈତିକ ଫାଇଦା ଉଠାଇ ଚାଲିଛନ୍ତି ।

ଓଡ଼ିଶାର କେତେକ ରାଜନେତା, ପରିବାରର ଲୋକ ମାନଙ୍କୁ ରାଜନୈତିକ ଉତ୍ତରାଧିକାରୀ କରିବା ଲାଗି ପ୍ରୟାସ କରିଥିବା ସ୍ଥଳେ, ବିଜୁ ଏହାର ଘୋର ବିରୋଧି ଥିବାରୁ, ତାଙ୍କ ଜୀବଦ୍ଦଶାରେ ପରିବାରର କୌଣସି ବ୍ୟକ୍ତିଙ୍କୁ ରାଜନୀତିକୁ ଆଣିନଥିଲେ ।

ମାତ୍ର ବିଜୁଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ଲାଗି ବ୍ୟାକୁଳ ବିକଳ ଥିବା ତାଙ୍କ ତଥାକଥିତ ଅନୁଗତମାନେ ନିଜେ ଶାସନ କ୍ଷମତାରେ ରହିବାର ଲୋଭରେ ବିଜୁଙ୍କ ଆର୍ଶକୁ ନିଷ୍ଠୁର ଭାବରେ ହତ୍ୟା କରି ତାଙ୍କକର କନିଷ୍ଟ ପୁତ୍ର ନବୀନଙ୍କୁ ରାଜନୀତିର ଚକ୍ରବ୍ୟୁହ ଭିତରୁ ଟାଣି ଆଣିଲେ ।

ପାରିବାରିକ ରାଜନୀତି କରିବା କେବେ ହେଲେ ବିଜୁଙ୍କର ଆଦର୍ଶ ବା ସ୍ୱପ୍ନନଥିଲା, ଏକଥା କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ କାହାକୁ ଅଜଣା ନଥିଲା ।

ଓଡ଼ିଶାକୁ ଏକ କୃଷି ସମୃଦ୍ଧି ଓ ଶିଳ୍ପ ସମୃଦ୍ଧି ରାଜ୍ୟରେ ପରିଣତ କରି ରାଜ୍ୟବାସୀଙ୍କର ସର୍ବାଙ୍ଗିନ ଉନ୍ନତି କରିବା ଏବଂ ପଞ୍ଜାବ ଠାରୁ ଓଡ଼ିଶାକୁ ଅଧିକ ଆଗୁଆ ରାଜ୍ୟରେ କରିବା ହିଁ ତାଙ୍କର ଲକ୍ଷ୍ୟ ଥିଲା ।

ତେଣୁ ସେ ପ୍ରଥମେ ଯେତେବେଳେ ଶାସନ କ୍ଷମତାକୁ ଆସିଲେ, ସେତେବେଳେ ଓଡ଼ିଶାରେ ଗ୍ରାମାଞ୍ଚଳରେ ଖ୍ରୁଦ୍ର ଶିଳ୍ପର ବିକାଶ ପାଇଁ ପଞ୍ଚାୟତ ଶିଳ୍ପ ପ୍ରତିଷ୍ଠା କରିବା, ଏଥିପାଇଁ ଆବଶ୍ୟକୀୟ ତାଲିମପ୍ରାପ୍ତ ଯୁବକଯୁବତୀ ମାନଙ୍କୁ ସୃଷ୍ଟି କରିବା ନିମନ୍ତେ ବହୁ ସଂଖ୍ୟକ ଆଇଟିଆଇ ମାନ ଖୋଲିଥିଲେ ।

ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଅଗ୍ନି ବ୍ୟୁତ୍ପାତରୁ ନିରାପରେ ରଖିବା ପାଇଁ “”ଟାଇଲ ଛପର ଘର-ନିଅାଁକୁ ନଥିବ ଡ଼ର”ର ମାନସିକତା ସୃଷ୍ଟି କରିଥିଲେ ।

ଓଡ଼ିଶାର ସୁବିସ୍ତୃତ ବେଳାଭୂମି, ଖଣିଜ ସଂପଦ , ପ୍ରାକୃତିକ ସଂପଦ ର ସୁପଯୋଗ କରି ଓଡ଼ିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରିବାର ସ୍ୱପ୍ନ ଦେଖି ସେ ରାଜ୍ୟ ମାନଙ୍କ ପାଇଁ ଅର୍ଥନୈତିକ ସ୍ୱାଧିନତା ନିମନ୍ତେ ସ୍ୱର ଉତ୍ତୋଳନ କରିଥିଲେ ।

ଓଡ଼ିଶାର ଖଣି, ପାଣି, ଜଙ୍ଗଲ ସଂପଦ କୁ ଶାଗ ମାଛ ମୂଲ୍ୟରେ ଅଣ ଓଡ଼ିଆ ୩ ବିଦେଶୀ କମ୍ପାନୀ ମାନଙ୍କ ହାତକୁ ଟେକି ଦେବା କାପି ତାଙ୍କର ସ୍ୱପ୍ନ ନଥିଲା ।

ସେସବୁର ଉପଯୁକ୍ତ ବିନିଯୋଗ କରିବା ଥିଲା ତାଙ୍କର ଅଭିପ୍ରାୟ । ସେଥିପାଇଁ ସେ କେନ୍ଦ୍ରରେ ମନ୍ତ୍ରୀ ଥିବା ସମୟରେ ଓଡ଼ିଶାରେ ନାଲ୍କୋ ପ୍ରତିଷ୍ଠା ଲାଗି ସମସ୍ତ ପକ୍ଷେପ ନେଇଥିଲେ ।

ସେଦ୍ୱିତୀୟ ଥର ପାଇଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବାପରେ ଓଡ଼ିଶାରେ ଆଉ ମାତ୍ରଦୁଇଗୋଟି ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ଚେଷ୍ଟା ଅବ୍ୟାହତ ରଖିଥିଲେ । ଓଡ଼ିଶାର ଖଣିଜ ପଦାର୍ଥ ବିଦେଶ କୁ ରପ୍ତାନୀ ନକରି ରାଜ୍ୟରେ ଆଉଦୁଇଟି ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ନିମନ୍ତେ ସେ ରାଜ୍ୟର ପ୍ଲାନିଂ ବୋର୍ଡ଼ରେ ନିଷ୍ପତ୍ତି ନେଇଥିଲେ ।

ସେତେବେଳେ ତାଙ୍କର ଭଣଜା ତଥା ଦେଶର ଜଣେ ପ୍ରତିଷ୍ଠିତ ବୈଷୟିକ ଜ୍ଞାନ ସଂପନ୍ନ ବ୍ୟକ୍ତି ଅଜିତ୍ ମହାପାତ୍ର ମଧ୍ୟ ଏହି ବୋର୍ଡ଼ର ସଦସ୍ୟ ଥିଲେ । କଳିଙ୍ଗନଗର ପରେ ଗୋଟିଏ କୋଇଲା ଭିତ୍ତିକ ଇସ୍ପାତ କାରଖାନା ଏବଂ ପାରାଦୀପ ଠାରେ ବନ୍ଦର ଭିତ୍ତିକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।

ରାଉରକେଲା ବ୍ୟତୀତ କଳିଙ୍ଗନଗର ଇସ୍ପାତ କାରଖାନାରେ ଉତ୍ପାଦିତ ସାମଗ୍ରୀ ଶେର ଆଭ୍ୟନ୍ତରୀଣ ବ୍ୟବହାରରେ ବିନିଯୋଗ କରିବା ପାଇଁ ଉଦ୍ଦିଷ୍ଟ ଥିଲା ଓ ବନ୍ଦର ଭିତ୍ତିକ ଇସ୍ପାତ କାରଖାନାରୁ ଉତ୍ପାଦିତ ସାମଗ୍ରୀ ରପ୍ତାନୀ ପାଇଁ ଉଦ୍ଦିଷ୍ଟ ହୋଇଥାନ୍ତା ।

ମାତ୍ର ସେତେବେଳେ କେନ୍ଦ୍ର ସରକାରଙ୍କ କଠୋର କଟକଣା ଯୋଗୁଁ ତାହା ସମ୍ଭବ ହୋଇନଥିଲା । ବିଜୁ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଥିବା ସମୟରେ ଏକ କମ୍ପାନୀର ଇସ୍ପାତ କାରଖାନାକୁ ଜାତୀୟ କରଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ସେଥିପାଇଁ ଏହି ଶକ୍ତିଶାଳୀ କମ୍ପାନୀ ବିଜୁଙ୍କ ବିରୁଦ୍ଧରେ କେନ୍ଦ୍ରରେ ଲବି ଆରମ୍ଭ କରିଥିଲେ ଏବଂ କେତେକ ପ୍ରଭାବଶାଳୀ ରାଜନେତାଙ୍କୁ ଏଥିପାଇଁ ନିୟୋଜିତ କରିଥିଲେ ।

ଘରୋଇ ଉଦ୍ୟମ ବୃହତ୍ ଶିଳ୍ପ ପ୍ରତିଷ୍ଠାକୁ ବିଜୁ ପସନ୍ଦ କରୁନଥିଲେ । ଆମର ପ୍ରାକୃତିକ ସଂପଦ ଓ ଖଣିଜ ସଂପଦ ର ସୁପଯୋଗ କରି କୌଣସି ଶିଳ୍ପପତି ତାହାର ଫାଇଦା ଉଠାଇବା ପରିବର୍ତ୍ତେ, ରାଜ୍ୟ ବା ରାଷ୍ଟ୍ର ତାହାର ଫାଇଦା ଉପରେ ଥିଲା ତାଙ୍କର ଉଦ୍ଦେଶ୍ୟ ।

ତେଣୁ ଏହି କମ୍ପାନୀ ଭଳି ବୃହତ୍ ଶିଳ୍ପକୁ ଜନହିତ ଲାଗି ଜାତୀୟକରଣ କରିବାର ସେ ସ୍ୱପ୍ନ ଦେଖିଥିଲେ । ସେଥିପାଇଁ ସେ ଶିଳ୍ପପତି ମାନଙ୍କ କ୍ରୋଧର ଶିକାର ହେଲେ ।

ବିଜୁଙ୍କ ଅଧୁରା ସ୍ୱପ୍ନ ଦ୍ୱାହି ଦେଇ ଶାସନ କ୍ଷମତା ଉପଭୋଗ କରୁଥିବା ବ୍ୟକ୍ତିମାନେ ଏବେ ବିଜୁ ବିରୋଧୀ, ଉକ୍ତ କମ୍ପାନୀର ପୃଷ୍ଠପୋଷକତା କରିବା ନିମନ୍ତେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଏଗାରଟି ନରବଳି ଦେବା ଲାଗି ପଛାଇ ନାହାନ୍ତି ।

ଓଡ଼ିଶା ପୋଲିସ ଦ୍ୱାରାନିରୀହ ଆଦିବାସୀ ମାନଙ୍କୁ ହତ୍ୟା କରି ସେମାନଙ୍କୁ ଭିଟାମାଟିରୁ ଉଚ୍ଛେଦ କରି ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ସେହି ମାଟିକୁ ଟେକିବୋ କ’ଣ ବିଜୁଙ୍କର ସ୍ୱପ୍ନ?

ତାହା “ଅଧୁରା’ ରହିଯାଇଥିବାରୁ ବିଜୁଙ୍କ ନାମରେ ପ୍ରତିଷ୍ଠିତ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ସରକାର ଏଭଳି ବିଜୁ ବିରୋଧି ଓ ଜନବିରୋଧି ପକ୍ଷେପ ନେବାଲାଗି ତତ୍ପର ହୋଇଉଠିଛନ୍ତି ।

ସ୍ପଞ୍ଜ ଲୁହା କାରଖାନାରେ ଆଇରନ ଓର୍ ବ୍ୟାପକ ଅପବ୍ୟବହାର ହେଉଥିବା ସହ ଏହା ପ୍ରଚଣ୍ଡ ପ୍ରୂଷଣ ଘଟାଉଥିବାରୁ, ରାଜ୍ୟରେ ଗୋଟିଏ ହେଲେ ସ୍ପଞ୍ଜ ଲୁହା କାରଖାନା ସ୍ଥାପନ କରାଇନଦେବା ଏବଂ ଏହାକୁ ସଂପୂର୍ଣ୍ଣ ନିଷେଧ କରିବା ଥିଲା ତାଙ୍କର ଲକ୍ଷ୍ୟ ।

ଏ ସଂପର୍କରେ ଯୋଜନା ବୋର୍ଡ଼ରେ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଥିଲା । ମାତ୍ର ଏବେ ଆମ ରାଜ୍ୟରେ ପଚାଶରୁ ଉଦ୍ଧ୍ୱର୍ ସ୍ପଞ୍ଜ ଲୁହା କାରଖାନା ସମଗ୍ର ରାଜ୍ୟର ବାୟୁମଣ୍ଡଳକୁ କଳୁଷିତ କରି ବିଭିନ୍ନ ମାରାତ୍ମକ ରୋଗର ମଞ୍ଜି ବୁଣିବାରେ ବ୍ୟସ୍ତ ।

ସେହିଭଳି ବିଜୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପୋସ୍କୋ ପାରାଦୀପ ଠାରେ ଇସ୍ପାତ କାରଖାନା ପ୍ରତିଷ୍ଠା ଲାଗି ଆଗ୍ରହୀ ଥିଲା ଏବଂ ତାର ମୁଖ୍ୟ ଓଡ଼ିଶା ଆସିଥିଲେ । ସେତେବେଳେ ଅଜିତ ମହାପାତ୍ର ତାଙ୍କ ସହ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ ।

ସେମାନେ ପାରାଦୀପ ଠାରେ କାରଖାନା ପ୍ରତିଷ୍ଠା ଲାଗି ଆଗ୍ରହ ପ୍ରକାଶ କରିଥିଲେ । ମାତ୍ର ବିଜୁ ଏଥିରେ ସହମତ ହୋଇନଥିଲେ । ପାରାଦୀପ ଠାରେ ପ୍ରତିଷ୍ଠିତ କାରଖାନାରୁ ନିର୍ଗତ ଗ୍ୟାସ ଓ ଧୁଅାଁ କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରଭୁତ କ୍ଷତି ଘଟାଇବାର ସମ୍ଭାବନା ଥିବାରୁ, ବିଜୁ ରୋକ୍ ଠୋକ୍ ମନା କରିେଇଥିଲେ ।

ମାତ୍ର ନବୀନ ସରକାର ପୋସ୍କୋ ପାଇଁ ଜଙ୍ଗଲ ଧ୍ୱଂସ କରି ସେହି ଅଞ୍ଚଳବାସୀଙ୍କ ପାଇଁ ମହାପ୍ରଳୟକୁ ସ୍ୱାଗତ କରୁଥିବା ସହ ଏହି ପ୍ରସ୍ତାବିତ ମେଗା ଇସ୍ପାତ କାରଖାନାର ପରିବେଶ ଓ ବାୟୁମଣ୍ଡଳ ଉପରେ ପ୍ରଭାବ ବିଷୟରେ ଅନୁଧ୍ୟାନ କରାଯାଇନଥିବାରୁ, ଏହା କିଭଳି କୁପ୍ରଭାବ ପକାଇବ ଏବଂ ତାହା କେତେ ଉଭୟଙ୍କର ହେବ ଏହା ପୋସ୍କୋର ଅନ୍ଧ ସମର୍ଥକ ମାନଙ୍କୁ ଜଣାନାହିଁ ।

ଏହାକଣ ବିଜୁଙ୍କର ଅଧୁରା ସ୍ୱପ୍ନ ଥିଲା ? ଯେଉଁମାନେ ବିଜୁଙ୍କ ଅଧୁରା ସ୍ୱପ୍ନକୁ ବିକି ରାଜନୈତିକ, ଅର୍ଥନୈତିକ, ଫାଇା ଉଠାଉଛନ୍ତି ସେମାନେ ବିଜୁଙ୍କ ପ୍ରତି ଏବଂ ଏମାଟି ପ୍ରତି ତଥା ଜାତି ପ୍ରତି କେତେ ବିଶ୍ୱାସଘାତକତା କରୁଛନ୍ତି, ତାହା ଜାଣିଛନ୍ତି କି?

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ତୃତୀୟ ନୟନ, ମୁଖ୍ୟ ଖବର Tagged With: ବିଜୁ ପଟ୍ଟନାୟକ, ରାଜନେତା

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version