• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନାଲକୋ ପୁଞ୍ଜି ପ୍ରତ୍ୟାହାର ନିଷ୍ପତି ବିରୋଧରେ ଧାରଣା,ଧର୍ମଘଟ

October 20, 2012 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର,ଅକ୍ଟୋବର ୨୦(ଓଡ଼ିଶା ଡ଼ଟ୍ କମ୍) –ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତିକୁ ବିରୋଧକରି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଶନିବାର ଦିନ ଦିଆଯାଇଥିବା ୨୪ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ନାଲକୋ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।

ଅନୁଗୁଳ,ଦାମନଯୋଡି ସମେତ ଭୁବନେଶ୍ୱର କର୍ପୋରେଟର ଅଫିସ ଆଗରେ ସକାଳ ୬ ଘଟିକା ଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆହ୍ୱାନକୁ ସମର୍ଥନ ଜଣାଇ ସମସ୍ତ ଶ୍ରମିକ ସଂଗଠନ, ନାଲକୋ ଅଫିସର୍ସ ଆସୋସିଏସନ, ଏଆଇଟିସି ଆଦି ସମସ୍ତ ଶ୍ରମିକ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଏହି ଧର୍ମଘଟରେ ସମସ୍ତ ଅଫିସର, କର୍ମଚାରୀ ଓ ଠିକା ଶ୍ରମିକମାନେ ଭାଗନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନମାନ ଦେଇଥିଲେ ।

ନବରତ୍ନ କମ୍ପାନୀ ନାଲକୋ ଓଡ଼ିଶାର ଦ୍ୱିତୀୟ କୋଣାର୍କ ସଦୃଶ । ଗତ ସେପ୍ଟେମ୍ବର ୧୪ ତାରିଖରେ ନାଲକୋରୁ ୧୨.୧୫ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର କରିବାକୁ ଉପା ସରକାର ଯେଉଁ ନିଷ୍ପତି ନେଇଛନ୍ତି ଏହାର ବିରୋଧ କରି ନାଲକୋରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରହିଛି ।

ରଷ୍ଟ୍ରାୟତ ଉଦ୍ୟୋଗ ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ପ୍ରୟାସକୁ ସଫଳ କରାଇଦିଆ ଯିବ ନାହିଁ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । ଅଫିସର୍ସ ଆସୋସିଏସନର ସଂପାଦକ ବିଜୟ କୁମାର ପରିଡା ଓଡିଶା କହିଛନ୍ତି ଯେ,ଯେଉଁ ସଂସ୍ଥା ମୂଳରୁ ଲାଭ କରିଆସୁଛି ସେଭଳି ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ଅଗଣତାନ୍ତ୍ରିକ ।

ଆଜି ସକାଳ ୬ ଘଟିକାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆସନ୍ତା କାଲି ସକାଳ ୬ ଘଟିକା ପର୍ଯ୍ୟନ୍ତ ଚାଲିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ନାଲକୋ, ପୁଞ୍ଜି ପ୍ରତ୍ୟାହାର

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version