• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅର୍ଥ-ବ୍ୟବସାୟ

ସାର ଉତ୍କଟ ଅଭାବ ନେଇ ବିଧାନସଭାରେ ଉଦ୍ଦବେଗ

August 29, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୯(ଓଡ଼ିଶା ଡ଼ଟ୍ କମ୍)-ରାଜ୍ୟରେ ସାର ଉତ୍କଟ ଅଭାବ ନେଇ ବିଧାନସଭାରେ ଉ୍ବେଗ ପ୍ରକାଶ ପାଇଛି । ଚାଷକାର୍ଯ୍ୟ ବ୍ୟାହତ ହେଲାଣି । ଚାଷୀ ମୁଣ୍ଡରେ ଯେମିତି ଚଡକ ପଡିଛି । ଉଭୟ ଶାସକ ଓ ବିରୋଧି ଦଳର ବିଧାୟକମାନେ ଏହି ପ୍ରସଙ୍ଗରେ ଆଲୋଚନା ଦାବି କରିବା ସହ କୃଷି ମନ୍ତ୍ରୀଙ୍କ ଠାରୁ ଏକ ବିବୃତି ଚାହିଁଛନ୍ତି ।

ବିରୋଧି ଦଳର ନେତା ଭୂପିନ୍ଦର ସିଂ ଏହି ପ୍ରସଂଗରେ ବିରୋଧିଦଳ ପକ୍ଷରୁ ଏକ ମୁଲତବୀ ପ୍ରସ୍ତାବ ଦିଆ ଯାଇଥିବାରୁ ଏହା ଉପରେ ଆଲୋଚନା କରିବାକୁ ଦାବି ରଖିଥିଲେ ।

ଶୂନ୍ୟକାଳରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଏହି ପ୍ରସଙ୍ଗ ଉତଥାପନ କରିଥିଲେ । ସେ କହିଥିଲେ ଯେ ସାରା ରାଜ୍ୟରେ ଚାଷୀ ସାର ପାଉ ନାହାଁନ୍ତି ।

ସାର ଯୋଗାଣ କ୍ଷେତ୍ରରେ ଉତ୍କଟ ଅଭାବ ପରିଲ କ୍ଷିତ ହୋଇଛି । ୩ ଲ କ୍ଷ ୮୦ ହଜାର ୩୯୫ ମେଟ୍ରିକ ଟନ୍ ସାର କମ୍ ରହିଛି । ବିଜେପିର ଜୟନାରାୟଣ ମିଶ୍ର,କଂଗ୍ରେସର ପ୍ରସାଦ ହରିଚନ୍ଦନ ଓ ବିଜେଡିର ଚନ୍ଦ୍ର ସାରଥି ବେହେରା ପ୍ରମୁଖ ବିଧାୟକମାନେ ସାର ଅଭାବ ପରିସ୍ଥିତି ନେଇ ଉ୍ବେଗ ପ୍ରକାଶ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଅର୍ଥ-ବ୍ୟବସାୟ, ମୁଖ୍ୟ ଖବର Tagged With: ସାର ଅଭାବ

୩୧ ସୁଦ୍ଧା ୨୫ ହଜାର ମେଟ୍ରିକ ଟନ ୟୁରିଆ ଓଡିଶାରେ ପହଞ୍ଚିବ

August 28, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୮(ଓଡ଼ିଶା ଡ଼ଟ୍ କମ୍)-ଆସନ୍ତା ୪ଦିନ ମଧ୍ୟରେ ଅର୍ଥାତ ୩୧ ତାରିଖ ସୁଦ୍ଧା ୨୫ ହଜାର ମେଟ୍ରିକ ଟନ ୟୁରିଆ ଓଡିଶାରେ ପହଞ୍ଚିବ ।

କୃଷି ଓ ମତ୍ସ୍ୟ ତଥା ପଶୁସଂପଦ ବିକାଶ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହା ଜଣା ପଡିଛି ।

ବୈଠକରେ ମିଳିଥିବା ସୂଚନା ଅନୁଯାୟୀ ରବିବାର ସୁଦ୍ଧା ଓଡିଶାରେ ୪ ଲକ୍ଷ ୬ ହଜାର ୫୮୫ ମେଟ୍ରିକ ଟନ୍ ସାର ପହଞ୍ଚିଛି । ୨୦୧୧ ଅଗଷ୍ଟ ୩୧ ସୁଦ୍ଧା ୫ ଲକ୍ଷ ୮୭ ହଜାର ୧୯୦ ମେଟ୍ରିକ ଟନ ସାର ପହଞ୍ଚିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଅର୍ଥ-ବ୍ୟବସାୟ, ମୁଖ୍ୟ ଖବର Tagged With: ୟୁରିଆ ସାର

ନେସ୍କୋ ଦୁଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ୧ମାସ ଜେଲ ଦଣ୍ଡାଦେଶ

August 28, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍: ସ୍ନିଗ୍ଧା ରାୟ

ଭଦ୍ରକ, ଅଗଷ୍ଟ ୨୮ (ଓଡ଼ିଶା ଡ଼ଟ୍ କମ୍): ଦିକ୍ଷୀତ ଅଏଲ ଇଣ୍ଡଷ୍ଟ୍ରିଜରୁ ବିଦ୍ୟୁତ ସରବରାହ ବିଛିନ୍ନ କରାଯିବା ଘଟଣାରେ ନେସ୍କୋର ଭଦ୍ରକ ଡ଼ିଭିଜନ କାର୍ଯ୍ୟନିର୍ବାହି ଯନ୍ତ୍ରୀ ଓ ଏମଆରଟି କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଜିଲା ଖାଉଟି ଫୋରମ ଏକ ମାସ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇବା ସହ ଉଭୟଙ୍କ ବିରୁଦ୍ଧରେ ଜାମିନ ବିହିନ ଗିରଫ ପରୱାନା ଜାରୀ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଡ଼ାହାଣିଗଡ଼ିଆସ୍ଥିତ ଦିକ୍ଷୀତ ଅଏଲ ଇଣ୍ଡଷ୍ଟ୍ରିଜକୁ ଯୋଗାଇ ଦିଆଯାଇଥିବା ଖୁଣ୍ଟରେ ଲାଗିଥିବା ମିଟର କୌଣସି କାରଣରୁ ପୋଡ଼ିଯାଇଥିଲା ।

ଏମଆରଟି କାର୍ଯ୍ୟନିର୍ବାହି ଯନ୍ତ୍ରୀ ତନଖିବା ସମୟରେ ଏହା ଦେଖି ସଂପୃକ୍ତ ଶିଳ୍ପାନୁଷ୍ଠାନର ବିଦ୍ୟୁତ ସଂଯୋଗ ବିଛିନ୍ନ କରିଦେଇଥିଲେ । ଏଥିସହ ପରବର୍ତ୍ତୀ ସମୟରେ ନେସ୍କୋର ଇଣ୍ଡଷ୍ଟ୍ରିଜକୁ ମିଟର ବାବରେଏଷ୍ଟିମେଟ କରି ୪୭ହଜାର ୫୯୨ଟଙ୍କା ଜମା କରିବାକୁ କୁହାଯାଇଥିଲା ।

ଦିକ୍ଷୀତ ସେହିମାସ ୨୯ତାରିଖରେ ବ୍ୟକ୍ତିଗତ ଭାବେ ନେସ୍କୋ କାର୍ଯ୍ୟଳୟକୁ ଯାଇ ଦେଖା କରି ଏହାର ପୁନଃବିଚାର ପାଇଁ କହିଥିଲେ । ମାତ୍ର ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ତେଣୁ ଦିକ୍ଷୀତ ନେସ୍କୋ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଜିଲ୍ଲା ଖାଉଟି ଫୋରମରେ ଏକ ମାମଲା ରୁଜ୍ଜୁ କରିଥିଲେ ।

ନେସ୍କୋ କର୍ତ୍ତୃପକ୍ଷ ମଧ୍ୟ ଜିଲ୍ଲା ଖାଉଟି ଫୋରମରେ ମାମଲା ଦାୟର କରିଥିଲେ । ଫୋରମ ଉଭୟ ପକ୍ଷଙ୍କ ଯୁକ୍ତ ଶୁଣିବାପରେ ତୁରନ୍ତ ଉକ୍ତ ଇଣ୍ଡଷ୍ଟି୍ରକୁ ବିଦ୍ୟୁତ ସଂଯୋଗ ପାଇଁ ନେସ୍କୋକୁ ନିଦେ୍ର୍ଧଶ ଦେଇଥିଲେ । ନେସ୍କୋ କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶନାମା ବିରୁଦ୍ଧରେ ରାଜ୍ୟ ଖାଉଟି କମିଶନରେ ଅପିଲ କରିଥିଲେ । ରାଜ୍ୟ ଖାଉଟି କମିଶନର ଜିଲା ଫୋରମର ଏହି ରାୟ ଉପରେ ରହିତାଦେଶ ଜାରୀ କରିଥିଲେ ।

ପରବର୍ତ୍ତୀ ଶୁଣାଣୀ ସମୟରେ କମିଶନର ଉଭୟ ପକ୍ଷଙ୍କ ଶୁଣାଣୀ କରି ମାମଲାକୁ ରଦ୍ଧ କରିବା ସହିତ ଜିଲ୍ଲା ଫୋରମର ଆଦେଶକୁ କାଏମ ରଖିଥିଲେ ।

ରାଜ୍ୟ ଖାଉଟି କମିଶନରଙ୍କ ନିକଟରେ ଏହି ମାମଲା ଖାରଜ ହେବାପରେ ଜିଲ୍ଲା ଅଦାଲତ ପୁନର୍ବାର ତାଙ୍କ ଆଦେଶନାମାରେ ନେସ୍କୋକୁ ୩ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ପାଇଁ ନିଦେ୍ର୍ଧଶ ଦେଇଥିଲେ ମଧ୍ୟ ନେସ୍କୋ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରିନଥିଲେ ।

ଫଳରେ ଜିଲା ଫୋରମ ନେସ୍କୋକୁ ଏକ କାରଣ ଦର୍ଶାଅ ନୋଟିସ ଜାରୀ କରିଥିଲା । ମାତ୍ର ଏଥିପ୍ରତି କର୍ଣ୍ଣପାତ ନକରିବାରୁ ନେସ୍କୋ ଭଦ୍ରକ ଡ଼ିଭିଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ଏମ ଆରଟି କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଜିଲା ଫୋରମ ଏକମାସ ଜେଲ ଦଣ୍ଡାଦେଶର ନିଦେ୍ର୍ଧଶ ଦେଇଛନ୍ତି ।

ଏହା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମାଧ୍ୟମରେ ଟାଉନ ଥାନାଧିକାରୀଙ୍କ ନିକଟକୁ ୨ଜଣଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ପଠାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଅର୍ଥ-ବ୍ୟବସାୟ, ମୁଖ୍ୟ ଖବର Tagged With: ଜିଲ୍ଲା ଅଦାଲତ, ନେସ୍କୋ

ବେଆଇନ କ୍ରସର ରୋକିବାରେ ସରକାରଙ୍କ ଅସହାୟତା

August 28, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୮(ଓଡ଼ିଶା ଡ଼ଟ୍ କମ୍)-ରାଜ୍ୟରେ ଚାଲିଥିବା ବେଆଇନ କ୍ରସର ନେଇ ବିଧାୟକମାନେ ବିଧାନସଭାରେ ଉ୍ବେଗ ପ୍ରକାଶ କରିଥିଲେ ।

ଜାତୀୟ ରାଜପଥ ପାଶ୍ୱର୍ରେ ଓ ବିଭିନ୍ନ ସ୍ଥାନରେ ବେଆଇନ ଭାବେ କ୍ରସର କରାଯାଇ ବ୍ୟାପକ ଚାଷଜମି ନଷ୍ଟ କରାଯାଉଥିବା ବିଧାୟକମାନେ ଅଭିଯୋଗ କରିଥିଲେ ।

ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଥିଲେ । ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ ଲାଗି ବିଧାୟକମାନେ ପ୍ରସ୍ତାବ ରଖିଥିଲେ ।

ବିଧାୟକ ସନ୍ତୋଷ ସିଂ ସାଲୁଜା,ଦେବାଶୀଷ ନାୟକ, କନକ ବର୍ଦ୍ଧନ ସିଂହେଓ, ପ୍ରତାପ ଷଡଙ୍ଗୀ, ଆଦିକନ୍ଦ ସେଠୀ, ନବ କିଶୋର ଦାସ, ପ୍ରଦୀପ ପାଣିଗ୍ରାହୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବୀନ ନନ୍ଦ ଓ ସାଧୁ ନେପାକ ପ୍ରମୁଖଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରରେ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଲେ କ୍ରସର ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ଏନଫୋର୍ସମେଣ୍ଟ କ୍ଷମତା ସରକାରଙ୍କ ପାଖରେ କମ୍ ଓ ଦୁର୍ବଳ ।

ଏହି କ୍ଷମତା ବଢାଇବା ପାଇଁ ଅର୍ଥ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ବେଆଇନ କ୍ରସର ରୋକିବାକୁ ଏକ ଟାସ୍କଫୋର୍ସ ଗଠନ ଆବଶ୍ୟକ । ସରକାର ଚେଷ୍ଟା କରୁଥିବା ବେଳେ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସର ସହଯୋଗ ଦରକାର ।

ରାଜ୍ୟରେ ୧୭୦୦ କ୍ରସର ଅଛି । ୧୦୦୯ କ୍ରସର ପରିବେଶ ବିଭାଗ ବିନା ଅନୁମତିରେ ଚାଲୁଥିବା ବେଳେ ୩୭୯ କ୍ରସରକୁ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି । ମାତ୍ର ୭୨୫ଟି କ୍ରସର ୟୁନିଟ୍ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ପାଇଛନ୍ତି ।

ବେଆଇନ କ୍ରସରର ବିଦ୍ୟୁତ ସଂଯୋଗ କାଟିବାକୁ ଜିଲ୍ଲାପାଳ ଏବଂ ବିଦ୍ୟୁତ ବିଭାଗକୁ କୁହାଯାଇଛି ଏବଂ ଫୌଜଦାରୀ ମାମଲା ରୁଜ ପାଇଁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ଜାତୀୟ ରାଜପଥଠାରୁ ୫ଶହ ମିଟର ଦୁରରେ କ୍ରସର ବସାଇବାର ନିୟମ ଥିଲେ ମଧ୍ୟ ତାକୁ କେହି ମାନୁ ନାହାଁନ୍ତି ।

ରାଜ୍ୟରେ ୧୯ଟି ହଟମିକ୍ସ ମେସିନ ଚାଲିଥିବା ବେଳେ ୪ଟି ପ୍ରଦୁଷଣ ନିୟନ୍ତ୍ରଣ ବୋଡର ବିନାନୁମତିରେ ଚାଲିଛି ବୋଲି ମନ୍ତ୍ରୀ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଅର୍ଥ-ବ୍ୟବସାୟ, ମୁଖ୍ୟ ଖବର Tagged With: ଟାସ୍କଫୋର୍ସ ଗଠନ, ବେଆଇନ କ୍ରସର

ଟ୍ରେନ ରହଣୀ ଦାବି ନେଇ ବରଗଡ଼ରେ ୨୬ ଅଗଷ୍ଟରୁ ରେଳରୋକ

August 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍) -ବିଗତ ୨୦୧୧ରୁ ବରଗଡ଼ ରୋଡ଼ ରେଲଷ୍ଟେସନରେ ପୁରୀ ଗାନ୍ଧୀଧାମ ସାପ୍ତାହିକ ଏକ୍ସପ୍ରେସର ରହଣୀ ଦାବି ନେଇ ଆଗାମୀ ୨୬ ଅଗଷ୍ଟରୁ ଦାବି ହାସଲ ପର୍ଯ୍ୟନ୍ତ ପ୍ରତି ରବିବାରଦିନ ଏହି ଟ୍ରେନକୁ ବରଗଡ଼ ରୋଡ଼ ରେଲଷ୍ଟେସନ ଠାରେ ଅଟକା ଯିବ ବୋଲି ବରଗଡ଼ ରେଲୱେ ୟୁଜର୍ସ ସଂଘ ଘୋଷଣା କରିଛି ।

ପ୍ରକାଶ ଯୋଗ୍ୟ ଯେ ଏହି ଦାବି ନେଇ ଗତ ବର୍ଷରୁ ବିଭିନ୍ନ ସମୟରେ ରେଲରୋକୋ କରାଯିବା ସହ ପୁର୍ବତଟ ରେଲୱେ କର୍ତୁପକ୍ଷଙ୍କୁ ଦାବି ପତ୍ର ମଧ୍ୟ ଅର୍ପଣ କରାଯାଇଥିଲା ।ଯାହାର ଉତରରେ ରେଲ କର୍ତୁପକ୍ଷ ମଧ୍ୟ ଏହି ଦାବିର ଯଥାର୍ଥତା ଥିବା ଦର୍ଶାଇ ସହାନୁଭୂତିର ସହ ଏହାର ବିଚାର କରାଯିବାର ପ୍ରତିଶୃତି ଦେଇ ଆସୁଥିଲେ ।

ଏହା ସତ୍ୱେ ମଧ୍ୟ ବରଗଡ଼ରେ ଏହି ଟ୍ରେନର ରହଣି ନିଶ୍ଚିତ କରାଯାଇ ନଥିବାରୁ ବରଗଡ଼ ରେଲୱେ ୟୁଜର୍ସ ସଂଘ ଏହି ନିଷ୍ପତି ନେଇଥିବା ଜଣାପଡ଼ିଛି ।ଏଥି ସକାଶେ ଗତକାଳି ବରଗଡ଼ ଜିଲ୍ଳାପାଳ ଭାବଗ୍ରାହୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବରଗଡ଼ ରେଲୱେ ୟୁଜର୍ସ ଏସୋସିଏସନ ଓ ସମ୍ବଲପୁର ରେଲମଣ୍ଡଳ ଅଧିକାରୀଙ୍କ ମିଳିତ ବୈଠକ ଜିଲ୍ଳାପାଳଙ୍କ ପ୍ତରରେ ହୋଇଥିଲା ।

ଏଥିରେ ସମ୍ବଲପୁର ରେଲ ମଣ୍ଡଳର ନିଭିଜନାଳ କମର୍ସିଆଲ ମ୍ୟାନେଜର ଲିଙ୍ଗରାଜ ନନ୍ଦ,କମର୍ସିଆଲ ମ୍ୟାନେଜର ଏ.ପଣ୍ଡାଙ୍କ ସମେତ ଆର.ପି.ଏଫ ଡ଼ି.ଏସ.ପି ଓ ଇନ୍ସପେକ୍ଟର ଯୋଗ ଦେଇଥିଲେ ।

ସେହିପରି ବରଗଡ଼ ଡିସଟ୍ରିକ୍ଟ ରେଲ ୟୁଜର୍ସ ସଂଘର ସଭାପତି ପ୍ରଦିପ ବେତା,ସମ୍ପାକ କମଲ କୁମାର ଯୋଷୀ,ଏଡ଼ଭୋକେଟ ଶିରୀଶ ବଲ୍ଳଭ ମିଶ୍ର,ଯୁଗଲ ପ୍ରସା ସିଂହ,ସୁରେଶ୍ୱର ଶତପଥି,ପ୍ରୀତମ ସିଂ,ବିଷ୍ଣୁପ୍ରସା ଧାନୁକା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ବରଗଡ଼ ରୋଡ଼ ରେଲଷ୍ଟେସନରେ ପୁରୀ ଗାନ୍ଧୀଧାମ ସାପ୍ତାହିକ ଏକ୍ସପ୍ରେସର ରହଣୀ ସମ୍ପର୍କରେ ସମ୍ବଲପୁର ରେଲ ମଣ୍ଡଳ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କୁ ସୁପାରିସ କରାଯାଇଛି ।

ତେବେ ଏହାର କାର୍ଯ୍ୟକାରିତା ଉପର ସ୍ତରର ନିଷ୍ପତି ଉପରେ ନିର୍ଭର କରୁଛି ।ଏଣୁ ରେଲୱେ ୟୁଜର୍ସ ଏସୋସିଏସନ ରେଲରୋକୋ ନିଷ୍ପତିରୁ ନିବୃତ ରହିବାକୁ ସେମାନେ ଅନୁରୋଧ କରିଥିଲେ ।

ମାତ୍ର ବରଗଡ଼ ରେଲୱେ ୟୁଜର୍ସ ଏସୋସିଏସନ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ପ୍ରତି ସପ୍ତାହ ରବିବାରଦିନ ଗାନ୍ଧୀଧାମରୁ ପୁରୀକୁ ଫେରୁଥିବା ଟ୍ରେନକୁ ଦାବି ପୂରଣ ପର୍ଯ୍ୟନ୍ତ ବରଗଡ଼ ରୋଡ଼ ରେଲୱେ ଷ୍ଟେସନ ଠାରେ କିଛି ସମୟ ଧରି ଅଟକ ରଖାଯିବ ବୋଲି ସୂଚାଇ ଦିଆଯାଇଥିଲା ।

ଆଗାମୀ ଅଗଷ୍ଟ ୨୬ ତାରିଖଦିନ ଏହି ଟ୍ରେନକୁ ଅଟକା ଯିବାର କାର୍ଯ୍ୟକ୍ରମ ରହିଥିବାରୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସହରର ସମସ୍ତ କ୍ଳବ ଓ ରାଜନୈତିକ ଦଳ ଗୁଡ଼ିକୁ ବରଗଡ଼ ରେଲୱେ ୟୁଜର୍ସ ଏସୋସିଏସନ ପକ୍ଷରୁ ନିବେଦନ କରାଯାଇଛି ବୋଲି ସଂଘର ସଭାପତି ପ୍ରଦିପ ବେତା ସୂଚନା ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର, ମୁଖ୍ୟ ଖବର Tagged With: ବରଗଡ଼, ରେଳରୋକ

ଭୁବନେଶ୍ୱରରେ ରିଲାଏନ୍ସ ଡିଜିଟାଲ ଷ୍ଟୋର

March 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମାର୍ଚ୍ଚ ୧୬(ଓଡ଼ିଶା ଡ଼ଟ୍ କମ୍) ରିଲାଏନ୍ସ ରିଟେଲର ଖାଉଟି ସାମଗ୍ରୀ ଓ ଇଲେକ୍ଟ୍ରୋନିକ୍ସ ଶାଖା ରିଲାଏନ୍ସ ଡ଼ିଜିଟାଲ ଶୁକ୍ରବାର ଭୁବନେଶ୍ୱରରେ ଏହାର ପ୍ରଥମ ଷ୍ଟୋର ଶୁଭାରମ୍ଭ କରିଛି ।

୮,୨୦୦ ବର୍ଗଫୁଟ ଅଞ୍ଚଳରେ ଖାରବେଳନଗରରେ ପ୍ରତିଷ୍ଠା କରାଯାଇଥିବା ଏହି ନୂଆ ଡିଜିଟାଲ ଷ୍ଟୋର ଗ୍ରାହକଙ୍କ ପାଇଁ ଆନନ୍ଦର ବିଷୟ ବୋଲି କୁହାଯାଇଛି ।

ଏଠାରେ ୨୦୦ ଜାତୀୟ ଓ ଆନ୍ତର୍ଜାତୀୟ ବ୍ରାଣ୍ଡର ଗ୍ରାହକଙ୍କ ମନପସନ୍ଦର ୪୦୦୦ ସାମଗ୍ରୀ ଉପଲବ୍ଧ ।

ଗ୍ରହକମାନେ ଏଠାରେ ଅତ୍ୟାଧୁନିକ ଏଲ୍ଇଡ଼ି ଓ ଏଲ୍ସିଡ଼ି ଟିଭି, ଘରୋଇ ଥିଏଟର, ଡିଜିଟାଲ କ୍ୟାମେରା, ମୋବାଇଲ ଫୋନ, ଆଇଟି ଓ ଅନ୍ୟାନ୍ୟ ଉପକରଣ ସହ ଇଲେକଟ୍ରୋନିକସ ଉପକରଣ ପାଇପାରିବେ ।

ନୂତନ ଷ୍ଟୋର ଶୁଭାରମ୍ଭ ଅବସରରେ ଗ୍ରାହକଙ୍କୁ କେତେକ ଅଫର ପ୍ରଦାନ କରାଯାଇଛି । ଏହି ଅଭିନବ ଅଫର ଜରିଆରେ ଗ୍ରାହକ ଯେକୌଣସି ପୁରୁଣା ଟିଭି ବିନିମୟରେ ଏକ ନୂଆ ଟିଭି, ଏସି, ରେଫ୍ରିଜେରେଟର, କିମ୍ବା ୱାସିଂମେସିନ ନେଇପାରିବେ ।

ଏହି ଉପରେ ୫୦୦୦ ଟଙ୍କାର ରିହାତି ମଧ୍ୟ ପାଇବେ । ଏହି ଅଫର ଯେକୌଣସି ପୁରୁଣା ଏସି, ରେଫ୍ରିଜେରେଟର, କିମ୍ବା ୱାସିଂମେସିନ ମେସିନ ପାଇଁ ବୈଧ ଅଟେ ।

ଗ୍ରାହକ ଭାଗ୍ୟଚକ୍ର ଘୂର୍ଣ୍ଣନ କରି ୧୦୦୦ ଟଙ୍କା ମୂଲ୍ୟର ରିଲାଏନସ ଡିଜିଟାଲ ଉପହାର ଭାଉଚର ଲାଭ କରିପାରିବେ । ଗ୍ରାହକ ମାତ୍ର ୧ ଟଙ୍କା ପ୍ରାରମ୍ଭିକ ଦେୟ ପ୍ରଦାନ କରି ଯେକୌଣସି ସାମଗ୍ରୀ ଏଠାରୁ ନେଇପାରିବେ ଏବଂ ଅବଶିଷ୍ଟ ଦେୟ ୧୦ଟି ସୁଧମୁକ୍ତ କିସ୍ତିରେ ପ୍ରଦାନ କରିପାରିବେ ।

ପ୍ରତ୍ୟେକ କ୍ରୟ ଉପରେ ନିଶ୍ଚିତ ଉପହାର । ମାତ୍ର ୧୨,୯୯୦ ଟଙ୍କା ମୂଲ୍ୟରେ ୩୨ ଏଲସିଡ଼ି ଟିଭି ୩୪,୯୯୦ଟଙ୍କା ମୂଲ୍ୟରେ ୪୦ ଏଲଇଡ଼ି ଟିଭି, ୨,୯୯୦ ଟଙ୍କା ମୂଲ୍ୟରେ ୨୦ ମାଇକ୍ରୋୱେଭ ଓ ୨,୯୯୦ ଟଙ୍କା ମୂଲ୍ୟରେ ଘରୋଇ ଥିଏଟର ଏଠାରେ ଉପଲବ୍ଧ ଅଛି ।

ଭୁବନେଶ୍ୱରଠାରେ ନିଜର ଉପସ୍ଥିତି ଜାହିର କରି ଆମେ ଆନନ୍ଦିତ । ଭୁବନେଶ୍ୱର ବାସିନ୍ଦାଙ୍କୁ ଆମେ ନିଜର ସାମଗ୍ରୀ ପ୍ରଦାନ କରି ସେମାନଙ୍କୁ ଅବିସ୍ମରଣୀୟ ଅନୁଭୂତି ଦେବାକୁ ଉଦ୍ୟମ କରୁଛୁ ବୋଲି ଉଦ୍ଦଘାଟନ ଅବସରରେ ରିଲାଏନ୍ସ ଡିଜିଟାଲର ସିଇଓ ବ୍ରିଆନ ବାଡ଼େ କହିଛନ୍ତି ।

ଦେଶରେ ରିଲାଏନ୍ସ ଏବେ ୫୯ଟି ଷ୍ଟୋର ଖୋଲିସାରିଲାଣି ଏବଂ ଆଗାମୀ ମାସରେ ଆହୁରି ଅନେକ ଷ୍ଟୋର ଖୋଲାଯିବାର ପରିକଳ୍ପନା ରହିଛି ବୋଲି ସେ କହିଛନ୍ତି ।

ଏହି ଷ୍ଟୋରରେ ସମସ୍ତ ପ୍ରକାର ଇଲେକ୍ଟ୍ରୋନିକ୍ସ, ଘରୋଇ ଥିଏଟର, ଟେଲିଭିଜନ, ଏଲ୍ସିଡ଼ି ଟିଭି, ଡିଜିଟାଲ କ୍ୟାମେରା, ମ୍ୟୁଜିକ ସାମଗ୍ରୀ, ମାଇକ୍ରୋୱେଭ, ବାତାନୁକୂଳ ମେସିନ, ରେଫ୍ରିଜେରେଟର, ଲାପଟପ, ଟାବଲେଟ, ମୋବାଇଲ ଫୋନ, ସ୍ମାର୍ଟ ଫୋନ ଆଦି ସାମଗ୍ରୀ ଉପଲବ୍ଧ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର, ମୁଖ୍ୟ ଖବର Tagged With: ଡିଜିଟାଲ, ରିଲାଏନ୍ସ

ଏନ୍.ଆର୍ ମହାନ୍ତି ନାଲ୍କୋର ନୂତନ (ପି ଆଣ୍ଡ ଟି) ନିର୍ଦ୍ଦେଶକ

February 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ଏନ୍.ଆର୍.ମହାନ୍ତି ନାଲ୍କୋର ନୂତନ ନିର୍ଦ୍ଦେଶକ (ପି ଆଣ୍ଡ ଟି) ଭାବେ ବୁଧବାର ଠାରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ପି.କେ. ପାଢୀଙ୍କ ଅବସର ଗ୍ରହଣ ପରେ ମହାନ୍ତି ଏହି ପଦବୀରେ ଯୋଗଦାନ କରିଛନ୍ତି । ପୂର୍ବରୁ ସେ ଅନୁଗୁଳ ସ୍ମେଲଟର ପ୍ଲାନ୍ଟର ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ ।

୧୯୮୦ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ଭାବେ ଏନଆଇଟି ରାଉରକେଲାରୁ ମେକାନିକାଲ ବିଭାଗରେ ଇିଜିନିୟରିଂ ଡିଗ୍ରୀ ଲାଭ କରିବା ପରେ ମହାନ୍ତି, ଏଲ ଆଣ୍ଡ ଟିରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ ।

ଏହା ପରେ ସେ ବାଲ୍କୋରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ୧୯୮୬ରେ ନାଲ୍କୋରେ ଯୋଗେଇଥିଲେ । କମ୍ପାନୀର ସ୍ମେଲ୍ଟର ପ୍ରକଳ୍ପ ଏବଂ ନିଗମ କାର୍ଯ୍ୟାଳୟରେ ସେ ବିଭିନ୍ନ ପଦବୀରେ ଅବସ୍ଥାପିତ ଥିଲେ ।

ଆଲୁମିନିୟମ ଉଦ୍ୟୋଗରେ ମହାନ୍ତିଙ୍କ ୩୦ ବର୍ଷରୁ ଉଦ୍ଧ୍ୱର୍ ଅଭିଜ୍ଞତା ରହିଛି । ନିଜର ଚାକିରୀ ଜୀବନରେ ସେ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଅର୍ଥ-ବ୍ୟବସାୟ, ମୁଖ୍ୟ ଖବର Tagged With: ନାଲ୍କୋ, ପି ଆଣ୍ଡ ଟି

ସେଲ୍କୁ ଏମ୍ଓୟୁ ଏକ୍ସଲେନ୍ସ ପୁରସ୍କାର

February 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ମହାରତ୍ନ କମ୍ପାନୀ ସେଲ୍କୁ ମାଇନିଂ ଏବଂ ମେଟାଲ କ୍ଷେତ୍ରରେ କ୍ରମାଗତ ଭାବେ ଅଷ୍ଟମଥର ପାଇଁ ଏମ୍ଓୟୁ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି ।

ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ମଙ୍ଗଳବାର ଅନୁଷ୍ଠିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସେଲ୍ ଅଧ୍ୟକ୍ଷ ସିଏସ୍ ବର୍ମାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଏହି ପୁରସ୍କାର ଆମ ପ୍ରୟାସର ଏକ ନିଦର୍ଶନ ଏବଂ ଏହି ଧାରା ବଜାୟ ରଖିବାକୁ ପଡ଼ିବ ବୋଲି ଏହି ଅବସରରେ ବର୍ମା କହିଥିଲେ । ୨୦୦୨-୦୩ ବର୍ଷ ଠାରୁ ସେଲ୍ ଏହି ପୁରସ୍କାର ପାଇଆସୁଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଅର୍ଥ-ବ୍ୟବସାୟ, ମୁଖ୍ୟ ଖବର Tagged With: ଏକ୍ସଲେନ୍ସ ପୁରସ୍କାର, ସେଲ୍

ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ

January 28, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) ବ୍ୟାଙ୍କ ଜମା ଖାତାରୁ ଜଣେ ଜମାକାରୀଙ୍କ ଟଙ୍କା ଗାଏବ ସମ୍ପର୍କିତ ମାମଲାର ବିଚାର କରି ଭଦ୍ରକ ଖାଉଟି ଅଦାଲତ ସଂପୃକ୍ତ ବ୍ୟକ୍ତିଙ୍କୁ ଟଙ୍କା ଫେରାଇବାକୁ ବ୍ୟାଙ୍କ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନିକଟରେ ଭଦ୍ରକ ଭୂଅର୍ଜନ ଅଧିକାରୀଙ୍କ କର୍ଯ୍ୟାଳୟରେ କାର୍ଯ୍ୟରତ ଆରଆଇ ଭକ୍ତ ଚରଣ ପ୍ରଧାନ ତାଙ୍କ ଅଜାଣତରେ ନିଜ ଜମାଖାତାରୁ ୩୧ହଜାର ୨୩୫ଟଙ୍କା ଉଠାଣ ହୋଇଥିବା ଜାଣିବାକୁ ପାଇଥିଲେ ।

ଏ ସଂପର୍କରେ ସେ ଭଦ୍ରକ ଷ୍ଟେଟବ୍ୟାଙ୍କ ଶାଖାର ମୁଖ୍ୟ ପରିଚାଳକଙ୍କୁ ଜଣାଇବା ସତ୍ତ୍ଵେ କୌଣସି ପଦକ୍ଷେପ ନିଆଯିବାରୁ ପ୍ରଧାନ ଜିଲ୍ଲା ଖାଉଟି ଅଦାଲତର ଦ୍ଵାରସ୍ଥ ହୋଇଥିଲେ ।

ଅଦାଲତ ସଭାପତି ମହମ୍ମଦ ଜବାର ଅହମ୍ମଦ ଏବଂ ସଭ୍ୟ ଶତୃଘ୍ନ ସାମଲ ଓ ସୁଶ୍ରୀ ପ୍ରତିମା ଏହାର ବିଚାର କରି ଆସନ୍ତା ଏକମାସ ମଧ୍ୟରେ ପ୍ରଧାନଙ୍କ ଜମାଖାତାରେ ଉପରୋକ୍ତ ପରିମାଣର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନାୟେ ଉକ୍ତ ଟଙ୍କା ଦେୟ ପର୍ଯ୍ୟନ୍ତ ଉପରୋକ୍ତ ରାଶି ଉପରେ ୧୨ପ୍ରତିଶତ ସୁଧ ଦେବାପାଇଁ ଆଦେଶ ଦେଇଛନ୍ତି ।

ପୂର୍ବରୁ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରୁ କେତେକ ଗ୍ରାହକଙ୍କ ଜମାଖାତାରୁ ସେମାନଙ୍କ ଅଜାଣତରେ ଏଟିଏମ୍ ମାଧ୍ୟମରେ ଟଙ୍କା ଉଠାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଅର୍ଥ-ବ୍ୟବସାୟ, ମୁଖ୍ୟ ଖବର Tagged With: ଖାଉଟି ଆଲତ, ଷ୍ଟେଟବ୍ୟାଙ୍କ

ବରଗଡ଼: ଭାରତୀୟ ଷ୍ଟେଟବ୍ୟାଙ୍କ ସାନ୍ଧ୍ୟ ଶାଖା ଉଦ୍ଦଘାଟିତ

January 10, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତୁନୁ ବିଶ୍ୱାଳ

ବରଗଡ଼, ଜାନୁୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସାନ୍ଧ୍ୟ ଶାଖା ଉଦ୍ଦଘାଟିତ ହୋଇଛି ।

ବ୍ୟାଙ୍କର ମହାପ୍ରବନ୍ଧକ ଦେବେନ୍ଦ୍ର ପ୍ରସାଦ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସୋମବାର ଉଦ୍ଦଘାଟନୀ ଫଳକକୁ ଅନାବରଣ କରି ଶାଖାର ଶୁଭାରମ୍ଭ କରିଥିଲେ ।

ବରଗଡ଼ ସହରବାସୀ ତଥା ବ୍ୟବସାୟୀ ଓ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ସାନ୍ଧ୍ୟଶାଖା ର ଶୁଭାରମ୍ଭ କରାଯାଇଥିବା ପ୍ରସାଦ ଆୟୋଜିତ ସଭାରେ କହିଥିଲେ ।

ସେହିପରି ଏହା ସହରରେ ଏସ୍ବିଆଇର ପଞ୍ଚମ ଶାଖା ହୋଇଥିବା ବେଳେ ଜିଲ୍ଲାରେ ୨୭ତମ ଓ ରାଜ୍ୟରେ ୬୬୮ତମ ଶାଖା ବୋଲି ସେ କହିଥିଲେ ।

ଏହି ଶାଖାରେଦିନ ୧ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଗ୍ରାହକମାନେ କାରବାର କରିପାରିବେ ବୋଲି ବ୍ୟାଙ୍କ ଉପମହାପ୍ରବନ୍ଧକ ସିଭିଆର୍ଏସ୍ ସୂର୍ଯ୍ୟ ପ୍ରସାଦ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର, ମୁଖ୍ୟ ଖବର Tagged With: ବରଗଡ଼, ଷ୍ଟେଟବ୍ୟାଙ୍କ

  • « Go to Previous Page
  • Page 1
  • Interim pages omitted …
  • Page 8
  • Page 9
  • Page 10
  • Page 11
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ