ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଅଗଷ୍ଟ ୨୯(ଓଡ଼ିଶା ଡ଼ଟ୍ କମ୍)-କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଟିଟିଲାଗଡ ବିଧାୟକ ସୁରେନ୍ଦ୍ର ସିଂ ଭୋଇ ବିଧାନସଭା ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଆଜି ଧାରଣା ଦେଇଥିଲେ । ସେମାନେ ଗତକାଲି ବିଧାନସଭା ଗୃହ ମଧ୍ୟରେ ଧାରଣାରେ ବସିଥିଲେ ।
ବଲାଙ୍ଗୀର ଜିଲ୍ଲାରରେ ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବା ଦାବି ନେଇ କଂଗ୍ରେସର ଦୁଇ ଜଣ ବିଧାୟକ ଧାରଣାରେ ବସିଥିଲେ ।
ଆଜି ଶୂନ୍ୟକାଳରେ ବିରୋଧିଳ ନେତା ଭୂପିନ୍ଦର ସିଂ ଏହି ବିଧାୟକ ଦ୍ଵୟଙ୍କ ଧାରଣା ସଂପର୍କରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ନିଦ୍ଧିଷ୍ଟ ରୁଲିଂ ଚାହିଁଥିଲେ । ସେମାନଙ୍କୁ ଗୃହକୁ ଫେରାଇ ଆଣିବାକୁ ବିରୋଧିଳ ନେତା ଅନୁରୋଧ କରିଥିଲେ ।
ସରକାରୀ ମୁଖ୍ୟ ସଚେତକ ପ୍ରଭାତ ତ୍ରିପାଠୀ ଓ ବିରୋଧୀ ଦଳ ସଚେତକ ପ୍ରସାଦ ହରିଚନ୍ଦନ ବାଚସ୍ପତି ପ୍ରଦିପ କୁମାର ଅମାତ ଏହି ଦୁଇ ବିଧାୟକଙ୍କୁ ଗୃହ ମଧ୍ୟକୁ ଫେରାଇ ଆଣିବା ଲାଗି ପଠାଇବା ସହ ଲୋୟର ଶୁକତେଲ ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ଚଳିତ ଅଧିବେଶନ ଶେଷ ସୁଦ୍ଧା ଗୃହରେ ବିବୃତି ବୋକୁ ନିର୍ଦ୍ଦେଶ ଦେଇଥିଲେ ।
ପରେ ଉଭୟ ମୁଖ୍ୟ ସଚେତକ ଗାନ୍ଧୀମୂର୍ତି ପାଖକୁ ଯାଇ ଦୁଇ ବିଧାୟକଙ୍କୁ ଗୃହକୁ ଫେରାଇ ଆଣିଥିଲେ ।
ଓଡ଼ିଶା ଡ଼ଟ୍ କମ୍