• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡ଼ିଶା ଖବର

ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ପରିବହନ ସଚିବଙ୍କ ଆଲୋଚନା

November 8, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ସଚିବ ଏ.କେ.ଉପାଧ୍ୟାୟ ଓଡ଼ିଶା ଗସ୍ତରେ ଆସି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ।

ବୈଠକରେ ଓଡ଼ିଶାର ସଡ଼କ ପରିବହନ ବ୍ୟବସ୍ଥା ଓ ରାଜପଥର ଉନ୍ନତି ସଂପର୍କିତ ବିଭିନ୍ନ ସମସ୍ୟା ଓ ଦାବୀ ସଂପର୍କରେ ଆଲୋଚନା କରାଯାଇଛି ।

ଜାତୀୟ ରାଜପଥ ୬୦ରେ ଭେଣ୍ଟ ସଂଖ୍ୟା ବୃଦ୍ଧି କରି ପାଣି ଯିବା ଆସିବାର ସୁବିଧା ଏବଂ ଏହି ଜଳପଥର ସମୁଦାୟ ଦୈର୍ଘ୍ୟପୂର୍ବ ଅପେକ୍ଷା ୧୫୦୦ ମିଟର ଅଧିକ କରିବା ପାଇଁ ଥିବା ଦାବି ସଂପର୍କରେ ଆଲୋଚନା କରାଯାଇଛି ।

ଏହା ସହିତ ରାଜପଥ ଗୁଡ଼ିକର ମରାମତି ପାଇଁ ଅଧିକ ଅର୍ଥ ବ୍ୟବସ୍ଥା,ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୁର୍ନଗଠନ ଅର୍ଥ ବ୍ୟବସ୍ଥା,ସହରାଞ୍ଚଳରେ ୭ଟି ବାଇପାସର ନିର୍ମାଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ରାଜପଥ କଡ଼ରେ ଜନସାଧାରଣଙ୍କ ସୁବିଧା ପାଇଁ ବିଶ୍ରାମସ୍ଥଳ, ଟଏଲେଟ୍, ରେଷ୍ଟୁରାଣ୍ଟ ଇତ୍ୟାଦି ନିର୍ମାଣ ବିଷୟରେ ଆଲୋଚନା କରାଯାଇଛି ।

ରାଜ୍ୟରେ ଆଧୁନିକ ଟ୍ରମା କେୟାର କେନ୍ଦ୍ର ନିର୍ମାଣ ଏବଂ ତିନୋଟି ଅଧିକ ଡ଼୍ରାଇଭିଂ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ ନିର୍ମାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ରାଜ୍ୟରେ ବର୍ଦ୍ଧିଷ୍ଣୁ ଯାନବାହାନ ଚଳପ୍ରଚଳ ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ବୈଠକରେ ଆଲୋଚିତ ଅନ୍ୟାନ୍ୟ ବିଷୟ ମଧ୍ୟରେ ରାଜ୍ୟକୁ ଅଧିକ ସୁରକ୍ଷା ସମ୍ବନ୍ଧୀୟ ଉପକରଣ ଯୋଗାଇ ଦେବା ପ୍ରସଙ୍ଗ ସ୍ଥାନ ପାଇଥିଲା । ରାଜ୍ୟରେ ନିର୍ମାଣାଧୀନ ବିଭିନ୍ନ ରାଜପଥର କାମକୁ ତ୍ୱରାନ୍ୱିତ କରିବା ପାଇଁ ଅର୍ଥ ବ୍ୟବସ୍ଥା କରିବା ବିଷୟରେ ଆଲୋଚନା ହୋଇଛି ।

ରାଜ୍ୟ ଦ୍ୱାରା ପ୍ରସ୍ତାବିତ ପ୍ରସଙ୍ଗ ଗୁଡ଼ିକୁ କେନ୍ଦ୍ର ସରକାର ଉଚିତ ଧ୍ୟାନ ଦେବେ ବୋଲି ଉପାଧ୍ୟାୟ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ସଡ଼କ ପରିବହନ

ପଞ୍ଚାୟତିରାଜ ଅନୁଷ୍ଠାନକୁ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ୱ

November 7, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ପଞ୍ଚାୟତିରାଜ ତଥା ଆଦିବାସୀ ବ୍ୟାପାର ମନ୍ତ୍ରୀ ଭି.କିଶୋରଚନ୍ଦ୍ର ଦେଓ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରି ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକୁ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ପଞ୍ଚାୟତ ଗୁଡ଼ିକରେ ନିଜସ୍ୱ ଗୃହ ନିର୍ମାଣ, କର୍ମଚାରୀ ନିଯୁକ୍ତି ପାଇଁ ଅର୍ଥ ବ୍ୟବସ୍ଥା ଏବଂ ଜଙ୍ଗଲ ଅଧିକାର ଆଇନରେ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସଂପର୍କରେ ଆଲୋଚନା କରିଛନ୍ତି ।

ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ସୁବିଧାରେ ଋଣ ପ୍ରଦାନ, ବିଭିନ୍ନ ବର୍ଗର ଆଦିବାସୀ ମାନଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା ତଥା ଅଧିକ ଆଶ୍ରମ ସ୍କୁଲ ଖୋଲିବା ଉପରେ ସେ ଆଲୋଚନା କରିଛନ୍ତି ।

ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଗାମୀ ପଞ୍ଚବାର୍ଷିକ ଯୋଜନାରେ ବିଇଡ଼ି ଓ ସିଟି ସ୍କୁଲ, ନର୍ସିଂ ଏବଂ ଏଏନ୍ଏମ୍ ତାଲିମ ସ୍କୁଲ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ତାଙ୍କୁ ଅନୁରୋଧ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ପଞ୍ଚାୟତିରାଜ

ପାରାଦ୍ଵୀପ ଉପକୂଳରେ ନୌସେନାର ସମରାଭ୍ୟାସ

November 6, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) ଭାରତୀୟ ନୌସେନାକୁ ସାଧାରଣ ଲୋକଙ୍କ ନିକଟତର କରାଇବା ପାଇଁ ପାରାଦ୍ଵୀପ ଉପକୂଳରେ ରବିବାର ସମରାଭ୍ୟାସ କରାଯାଇଛି ।

ସେନାବାହୀନୀର ଛଅଟି ଜାହାଜ ଏହି ସମରାଭ୍ୟାସରେ ସାମଲି ହୋଇଥିବା ବେଳେ ବନ୍ଦର ସହର ପାରାଦ୍ଵୀପ
ତଥା ଆଖପାଖ ଅଞ୍ଚଳର ସବୁ ବର୍ଗର ଲୋକମାନେ ଏହା ଦେଖି ଉପଭୋଗ କରିଛନ୍ତି ।

ଯୁଦ୍ଧ ତଥା ଶାନ୍ତି ସମୟରେ ଭାରତୀୟ ନୌସେନାର କାର୍ଯ୍ୟ ଦକ୍ଷତା ଉପରେ ଲୋକଙ୍କୁ ସଚେତନ କରାଇବା
ପାଇଁ ଏଭଳି ସମରାଭ୍ୟାସର ଆୟୋଜନ କରାଯାଇଛି ।

ଆଇଏନ୍ଏସ୍ ଐରାବତ, ଆଇଏନ୍ଏସ୍ ଶିବାଲିକ, ଆଇଏନ୍ଏସ୍ ରଣଜିତ୍, ଆଇଏନ୍ଏସ୍ ରଣବୀର, ଆଇଏନ୍ଏସ୍ କାରମୁକ ଏବଂ କୁଠାର ଯୁଦ୍ଧ ଜାହାଜ ସମରାଭ୍ୟାସରେ ସାମିଲ ହୋଇଛନ୍ତି ।

ଯୁଦ୍ଧ ଜାହାଜ ଗୁଡ଼ିକ ବିଭିନ୍ନ ପ୍ରକାର କୌଶଳ ପ୍ରଦର୍ଶନ କରିଛନ୍ତି । ସମରଭ୍ୟାସ ସମୟରେ ଗୋଟିଏ ଜାହାଜକୁ ଅନ୍ୟଦୁଇଟି ଜାହାଜ ଆକ୍ରମଣ କରିବାର କୌଶଳ ପ୍ରଦର୍ଶନ କରାଯାଇଛି ।

ସମରାଭ୍ୟାସ ଯୋଗୁଁ ପୋଲିସ, ସାମୁଦ୍ରିକ ପୋଲିସ, ତଟରକ୍ଷୀବାହୀନୀ ଏବଂ ବନ୍ଦର କର୍ମଚାରୀ ଯୁଦ୍ଧ ଜାହାଜ ବିଷୟରେ ଅଧିକ ଜାଣି ପାରିବେ ବୋଲି ଜଣେ ଅଧିକାରୀ କହିଛନ୍ତି ।

ଏହି ସମୟରେ ବନ୍ଦରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ପାଞ୍ଚ ଘଣ୍ଟାଧରି ଏହା ଦେଖିଥିଲେ । ସମରାଭ୍ୟାସକୁ ଦୃଷ୍ଟିରେ ରଖି ପାରାଦ୍ଵୀପ ତଥା ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ସମରାଭ୍ୟାସ

ନାମ ସଂଶୋଧନ ଖୁସିରେ ଶନିବାର ସରକାରୀ ଛୁଟି

November 4, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ନାମ ସଂଶୋଧନ ସଂକ୍ରାନ୍ତୀୟ ବିଲ୍ ଶୁକ୍ରବାର ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ଅନୁମୋଦନ ଲାଭ କରିବା ପରେ ଏହି ଖୁସିରେ ଶନିବାର ସରକାରୀ ଛୁଟି ଘୋଷଣା କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଛୁଟି ଘୋଷଣା କରିଥିବା ବେଳେ ସମସ୍ତ ସ୍କୁଲ, କଲେଜ, ବ୍ୟାଙ୍କ ଏବଂ
ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ରାଷ୍ଟ୍ରପତି

ଓରିସା ହେଲା ଓଡ଼ିଶା: ରାଜ୍ୟରେ ଖୁସିର ଲହରୀ

November 4, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ଇଂରାଜୀରେ ବ୍ୟବହୃତ ଓରିସା ଓ ଓରିଆ ନାମ ସଂଶୋଧନ ସଂକ୍ରାନ୍ତୀୟ ବିଧେୟକ ଶୁକ୍ରବାର ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ଅନୁମୋଦନ ଲାଭ କରିଥିବାରୁ ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଏହି ଖବର ପହଞ୍ଚିବା ମାତ୍ରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ପରସ୍ପର ମଧ୍ୟରେ ମିଠା ବାଣ୍ଟିଥିଲେ ଓ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଏକ ଐିତିହାସିକ ନିଷ୍ପତି ବୋଲି ବର୍ଣ୍ଣନା କରି ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଥିଲେ ।

ଶୁକ୍ରବାର ବିଜ୍ଞପ୍ତି ପ୍ରକାଶିତ ହେବାପରେ ଆନୁଷ୍ଠାନିକ ଭାବେ ଇଂରାଜୀ ବନାନ ଓରିଶା ଓ ଓରିଆ ପରିବର୍ତନ ହୋଇ ଯଥାକ୍ରମେ ଓଡ଼ିଶା ଓ ଓଡ଼ିଆ ଭାବେ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟବହୃତ ହେବାର ପଥ ପରିଷ୍କାର ହୋଇଯାଇଛି ।

ସମ୍ବିଧାନର ପ୍ରଥମ ଅନୁଚ୍ଛେଦରେ ରାଜ୍ୟର ନାମକୁ ଇଂରାଜୀରେ ଭୁଲ୍ ଭାବେ “ଓରିସା” ଏବଂ ହିନ୍ଦୀରେ
“ଉଡିଶା” ଲେଖାଯାଇଥିବାରୁ ଏହାର ସଂଶୋଧନ ନିମନ୍ତେ ୨୦୦୮ ଅଗଷ୍ଟରେ ବିଧାନସଭାରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ।

ଗତ ସେପ୍ଟେମ୍ବର ୬ ତାରିଖରେ ଲୋକସଭାରେ ଏହି ବିଲ୍ ଆଗତ ହୋଇଥିଲା ଏବଂ ୩୦୧ ଜଣ ସଦସ୍ୟ ଏହା
ସପକ୍ଷରେ ଭୋଟ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡିଶା, ଓଡ଼ିଶା ଖବର

ଅରବିନ୍ଦ ବେହେରାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା

October 31, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ବରିଷ୍ଠ ଆଇଏଏସ୍ ଅଫିସର ଅରିବିନ୍ଦ ବେହେରାଙ୍କୁ ସରକାର ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେବା ସହ ରାଜସ୍ୱ ପର୍ଷଦ ସଦସ୍ୟ ଏବଂ କେବିକେ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରିଛନ୍ତି ।

ପୂର୍ବରୁ ସେ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ । ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟ ପ୍ରକାଶ ନନ୍ଦ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ଏହି ପଦବୀ ଖାଲିପଡ଼ିଥିଲା ।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ ଆର୍.କେ.ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର
ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ରାଜସ୍ୱ

ସ୍ୱାଧିନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ

October 30, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଯାଜପୁର, ଅକ୍ଟୋବର ୩୧(ଓଡ଼ିଶା ଡ଼ଟ୍ କମ୍) ଯାଜପୁର ଜିଲ୍ଲାର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ ହୋଇଯାଇଛି ।

ରବିବାର ସଂଧ୍ୟାରେ ଏକ ଶୋଭାଯାତ୍ରା ସ୍ଥଳକୁ ଯିବା ବେଳେ ତାଙ୍କର ଅକାଳ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।

ବଡ଼ଚଣାରେ ଏକ ସ୍ମୃତି ସଂସଦ ପକ୍ଷରୁ ବନ୍ଦରେଶ୍ୱର ଠାରେ ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ଉତ୍ସବର ଆୟୋଜନ କରାଯାଇଥିଲା ।

ଏହି ଅବସରରେ ଆୟୋଜିତ ଏକ ମଶାଲ ଶୋଭାଯାତ୍ରା ସେ କାରରେ ଯାଉଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବଡ଼ଚଣା ଅଞ୍ଚଳର ଗାନ୍ଧୀ ବୃନ୍ଦାବନ ତ୍ରିପାଠୀଙ୍କ ଭାଇ ପୂର୍ଣ୍ଣଚନ୍ଦ୍ର ଦୁଇଥର କାରାବରଣ କରିଥିବା ବେଳେ ସ୍ୱାଧିନତା ସଂଗ୍ରାମୀ ଭାବେ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ସଂଗ୍ରାମୀ

ଉଗାଣ୍ଡାରେ ନିର୍ଯ୍ୟାତିତ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଅନୁରୋଧ

October 25, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୨୪(ଓଡ଼ିଶା ଡ଼ଟ୍ କମ୍) ଆଫ୍ରିକୀୟ ରାଷ୍ଟ୍ର ଉଗାଣ୍ଡାରେ ଓଡ଼ିଶାର କେତେକ ଶ୍ରମିକ ନିର୍ଯ୍ୟାତିତ ହେଉଥିବା ଖବର ପରେ ସେମାନଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କେନ୍ଦ୍ରମନ୍ତ୍ରୀ ଭାୟାରାଲ ରବିଙ୍କୁ ପତ୍ରଲେଖି ଅନୁରୋଧ କରିଛନ୍ତି ।

ଭୁବନେଶ୍ୱର ସ୍ଥିତ କଳିଙ୍ଗ ମୋଲଡ଼ରସ୍ ନାମକ ସଂସ୍ଥା ୧୫ ଜଣ ଓଡ଼ିଆ ଶ୍ରମିକଙ୍କୁ ଉଗାଣ୍ଡାରେ ବିଶ୍ୱ ମେଟାଲସ୍ ଲିମିଟେଡ଼୍ ରେ ଠିକା ଶ୍ରମିକ ଭାବେ କାମ କରିବାକୁ ପଠାଇଥିଲା । ବର୍ତ୍ତମାନ ଚାରି ଜଣ ଫେରିଆସିଛନ୍ତି ଏବଂ ଅନ୍ୟ ୧୧ ଜଣ ସେଠାରେ ନିର୍ଯ୍ୟାତିତ ହେଉଥିବା ସେମାନେ କହିଛନ୍ତି ।

ଏହି ଶ୍ରମିକ ମାନଙ୍କୁ ଭଲ ଭାବରେ ରମା ସହିତ ଖାଦ୍ୟ ଓ ବାସଗୃହ ଦେବା ପାଇଁ କୁହାଯାଇଥିଲା କିନ୍ତୁ ସେମାନଙ୍କୁ ଅତ୍ୟନ୍ତ ୟନୀୟ ପରିବେଶରେ ନିର୍ଯ୍ୟାତିତ ହେବାକୁ ପଡ଼ୁଛି, ମୁଖ୍ୟମନ୍ତ୍ରୀ ପତ୍ରରେ ଦର୍ଶାଇଛନ୍ତି ।

ତେଣୁ ଶ୍ରମିକ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ନିଜ ସ୍ତରରେ ଘଟଣାପ୍ରତି ଧ୍ୟାନ ଦେଇ ସେଠାରେ ଥିବା ଭାରତୀୟ ଦୂତାବାସଙ୍କ ସହ ସମନ୍ୱୟ ରକ୍ଷାକରି ସେମାନଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଉଗାଣ୍ଡା, ଓଡ଼ିଶା ଖବର

ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାର କାର୍ଯ୍ୟ ତଦନ୍ତ ହେବ

November 18, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ କାର୍ଯ୍ୟ କରୁଥିବା ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସ ଗୁଡ଼ିକର କାର୍ଯ୍ୟର ତଦନ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ମାନ୍ୟତାପ୍ରାପ୍ତ ଅଗ୍ରଣୀ ବ୍ୟାଙ୍କ ଗୁଡ଼ିକ ଯେଉଁ ତଥ୍ୟ ପ୍ରଦାନ କରୁଛନ୍ତି ତାହା ଉପରେ ଅର୍ଥମନ୍ତ୍ରୀ ସନ୍ଦେହ ପ୍ରକଟ କରିଛନ୍ତି ।

ମାଇକ୍ରୋ ଫାଇନାନ୍ସ ସଂସ୍ଥା ଗୁଡ଼ିକ ସରକାରୀ ନିର୍ଦ୍ଦେଶନାମାର ଉଲଂଘନ କରୁଥିବାରୁ ଏକ କମିଟି ମାଧ୍ୟମରେ ତାହାର ତଦନ୍ତ କରାଯିବ ବୋଲି ରାଜ୍ୟ ସ୍ତରୀୟ ବ୍ୟାଙ୍କରସ୍ ସମିତିର ୧୨୧ ତମ ବୈଠକରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ କହିଛନ୍ତି ।

ଫାଇନାନ୍ସ ସଂସ୍ଥା ଗୁଡ଼ିକ ଅତିବେଶୀରେ ୨୮ ପ୍ରତିଶତ ସୁଧ ଲାଗୁ କରିପାରିବେ ବୋଲି ସରକାର ସ୍ପଷ୍ଟ ଭାବରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମାତ୍ର ସେମାନେ ତାହାକୁ ମାନୁ ନାହାନ୍ତି ।

ଏପରିକି ସେମାନେ ଶହେରୁ ଅଧିକ ପ୍ରତିଶତ ସୁଧ ଆାୟ କରୁଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

ନିଜ ପାଖରେ ଥିବା ମୋଟ ଜମା ରାଶିର ଅନ୍ୟୁନ ୬୦ ପ୍ରତିଶତ ଋଣ ଆକାରରେ ପ୍ରଦାନ କରିବାକୁ ରିଜର୍ଭ ବ୍ୟାଙ୍କ ବିଧିବଦ୍ଧ ଭାବେ ନିର୍ଦ୍ଧାଣ କରିଥିଲେ ହେଁ ତାହାକୁ ବହୁ ବ୍ୟାଙ୍କ ପାଳନ କରୁନାହାନ୍ତି ଓ ଖୋଲା ଖୋଲି ଅନିଚ୍ଛା ପ୍ରକାଶ କରୁଛନ୍ତି ।

ଏ ଗୁଡ଼ିକ ମଧ୍ୟରେ ୧୪ଟି ଜାତୀୟକରଣ ବ୍ୟାଙ୍କ, ୫ଟି ଘରୋଇ ବ୍ୟାଙ୍କ ଏବଂ ୩ଟି ଗ୍ରାମ୍ୟ ବ୍ୟାଙ୍କ ଅନ୍ତର୍ଭୁକ୍ତ । ଏହି ବୈଠକରେ ୟୁକୋ ବ୍ୟାଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଏକ ପୁସ୍ତିକାରେ ଏହା ଦର୍ଶାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ମୁଖ୍ୟ ଖବର

ଗୁଇନ୍ଦା ତଥ୍ୟ ବ୍ୟାପକ କରିବା ପାଇଁ ନିଷ୍ପତ୍ତି

November 18, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀ ପ୍ରଭାବିତ ରାଜ୍ୟ ମାନଙ୍କରେ ଯେଉଁ ଦମନ ପ୍ରକ୍ରିୟା ଆରମ୍ଭ ହୋଇଛି ସେଗୁଡ଼ିକ ମଧ୍ୟରେ ସମନ୍ୱିତ ଗୁଇନ୍ଦା ତଥ୍ୟର ଆଦାନ ପ୍ରଦାନ ଆହୁରି ବ୍ୟାପକ କରିବା ପାଇଁ ଗୁରୁବାର ଅନୁଷ୍ଠିତ ୟୁନିଫାଏଡ଼ କମାଣ୍ଡର ଦ୍ଵୀତୀୟ ବୈଠକରେ ନିଷ୍ପତ୍ତି ହୋଇଛି ।

ବିଭିନ୍ନ ଗଣମାଧ୍ୟମରେ ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସମନ୍ୱୟ ରହୁନଥିବା ନେଇ ପ୍ରକାଶିତ ସମ୍ବାଦ ଉପରେ ବୈଠକରେ ଆଲୋଚନା ହୋଇଥିଲା । ତେବେ ଏଭଳି ଖବରକୁ ଅବାସ୍ତବ ଏବଂ ଓଡ଼ିଶାରେ ଗ୍ରୀନହଣ୍ଟ ଅପରେସନ ଯୋଜନାବଦ୍ଧ ଭାବେ ଚାଲିଛି ବୋଲି ସହମତି ପ୍ରକାଶ ପାଇଥିଲା ।

ଏହାବ୍ୟତୀତ ମାଓ ଉପଦ୍ରୁତ ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବାକୁ ସ୍ଥିର ହୋଇଛି । ବିଶେଷକରି ପ୍ରତ୍ୟେକ ପଦକ୍ଷେପ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି ।

ଫଳରେ ମାଓବାଦୀଙ୍କ ଗତିବିଧି ଓ ଅବସ୍ଥିତି ସଂପର୍କରେ ରାଜ୍ୟ ପୋଲିସ ଅବଗତ ହେବା ସହ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ହୁସିଆର ହେବେ ।

ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ, ଆଇଜି ଅପରେଶନ ସଂଜୀବ ମାରିକ, ଗୃହ ସଚିବ ଉପେନ୍ଦ୍ରନାଥ ବେହେରା, ବିଏସ୍ଏଫ୍ ଅତିରିକ୍ତ ଡ଼ିଜି ଅରବିନ୍ଦ ରଞ୍ଜନଙ୍କ ସମେତ ସିଆର୍ପିଏଫ୍ ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ବିଏସ୍ଏଫ୍, ମାଓବାଦୀ, ମୁଖ୍ୟ ଖବର

  • « Go to Previous Page
  • Page 1
  • Page 2
  • Page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ