• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଦୁର୍ଘଟଣା

ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା, ଜଣେ ମୃତ, ଉତ୍ତେଜନା

July 4, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଢ଼େଙ୍କନାଳ,୪ ଜୁଲାଇ (ଓଡିଶା ଡଟ୍ କମ୍): ଦୁର୍ଘଟଣାରେ ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ଶନିବାର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ପ୍ଲାଣ୍ଟରେ ଥିବା ଗୋଟିଏ କୋକଭେନରେ ଏହି ଦୁଇ ଶ୍ରମିକ କାର୍ଯ୍ୟରତ ଥିବା ବେଳେ ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣା ପରେ କାରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତି ପୂରଣ ଦେବାପାଇଁ ଦାବି କରି ଶତାଧିକ ଶ୍ରମିକ ଧାରଣ ଦେଇଛନ୍ତି।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ Tagged With: ଦୁର୍ଘଟଣା, ଭୂଷଣ ଷ୍ଟିଲ

ବାୟୁସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ଆହତ

June 3, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର , ମଇ ୩ (ଓଡିଶା ଡଟ କମ) ଭାରତୀୟ ବାୟୁସେନା ର ଏକ ହେଲିକପ୍ଟର ମୟୂରଭଞ୍ଜ ଜିଲ୍ଲାରେ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇଜଣ ଗୁରୁତର ଆହତ ହୋଇଥିବା ପୁଲିସ କହିଛି ।

ଏହି ଦୁର୍ଘଟଣା ବିଶୋଇ ପୁଲିସ ଷ୍ଟେସନ ଅଞ୍ଚଳରେ ହୋଇଥିବା, ସ୍ଥାନୀୟ ପୁଲିସ ଅଧିକାରୀ ଭଗବାନ ଜେନା ଓଡିଶା ଡଟ କମ କୁ କହିଛନ୍ତି।

ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ସେଥିରେ ଉପସ୍ଥିତ ଥିବା ଦୁଇ ପାଇଲଟ ପାରାଚ୍ୟୁଟ ସାହାଯ୍ୟରେ ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣକର ମୁଣ୍ଡରେ ଆଘାତ ଲାଗିଥିଲା ।

ତାଙ୍କୁ ସଙ୍ଗେ ସଙ୍ଗେ ବାରିପଦାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ତାଙ୍କୁ ସ୍ଵତନ୍ତ୍ର ବାୟୁସେନ ବିମାନରେ କଲେଇକୁଣ୍ଡା ଏୟାର ବେସକୁ ନିଆଯାଇଥିବା ପୁଲିସ କହିଛି ।

ଦୁର୍ଘଟଣା  ଗ୍ରସ୍ତ ବିମାନ ଅନ୍ୟ ଦୁଇଟି ବିମାନ ସହ ପଶ୍ଚିମ ବଙ୍ଗର କଳେଇକୁଣ୍ଡା ଏୟାର ବେସରୁ ଉଡାଣ କରିଥିଲା । କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ଚାଷ ଜମି ଉପରେ ଖସି ପଡିଥିବା ସନ୍ଦେହ କରାଯାଉଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ମୁଖ୍ୟ ଖବର Tagged With: ଦୁର୍ଘଟଣା, ବାୟୁସେନା

ଭୂଷଣରେ ପୁଣି ଦୁର୍ଘଟଣା : ଜଣେ ମୃତ

January 16, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ, ଜାନୁଆରୀ ୧୫(ଓଡିଶା ଡଟ୍ କମ୍)-ଭୂଷଣ କାରଖାନାରେ ପୁଣି ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସେ ହେଉଛନ୍ତି କାରଖାନାର ଫେଜ-୨ ଏଚ୍ଏସ୍ଏମ୍ ରେ କାର୍ଯ୍ୟକରୁଥିବା ଫୁଲଚାନ୍ଦ ଉପାଧ୍ୟାୟ ନାମକ ଜଣେ ଇଲେକ୍ଟିସିଆନ ।

ସେ ସୋମବାର ଦିନ ରାତି ସାଢେ ୮ଟା ସମୟରେ ବିଦ୍ୟୁତ୍ ଆଘାତ ପାଇ ଗୁରୁତର ହୋଇପଡିଥିଲେ । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍ସିବି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ଏ ଘଟଣା ନେଇ ସ୍ଥାନୀୟ ଥାନାରେ ଦୁଇଟି ଅଭିଯୋଗ ଦାୟର କରାଯାଇଛି । ଅନ୍ୟପକ୍ଷରେ କାରଖାନାର କତୃପକ୍ଷ ଓ ଶ୍ରମ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । କାରଖାନାରେ ନିଶ୍ଚିତ ସୁରକ୍ଷା ନେଇ ଏହି ବୈଠକରେ ନିଦେ୍ର୍ଧଶ ଦିଆଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଦୁର୍ଘଟଣା, ଭୂଷଣ କାରଖାନା

କଟକ: ଦୁର୍ଘଟଣାରେ ପଶ୍ଚିମବଙ୍ଗର ପାଞ୍ଚ ମୃତ

May 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମଇ ୨୧(ଓଡ଼ିଶା ଡ଼ଟ୍ କମ୍) କଟକ ଜିଲ୍ଲା ଟାଙ୍ଗି ନିକଟରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟର ପାଞ୍ଚଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ଜଣେ ରୋଗୀଙ୍କୁ କଟକ ସ୍ଥିତ ଏକ ଘରୋଇ ନର୍ସିଂହୋମ୍ ରେ  ଚିକିତ୍ସା କରାଇବା ପାଇଁ ସାତ ଜଣ ଲୋକ ଏକ ଭ୍ୟାନରେ ମେିନିପୁରରୁ ଆସୁଥିବା ବେଳେ ଟାଙ୍ଗିବଜାର ନିକଟରେ ଗାଡ଼ିଟି ବସ୍ ସହ ଧକ୍କା ହୋଇଥିଲା ।

ଫଳରେ ଘଟଣାସ୍ଥଳରେ ଭ୍ୟାନ୍ ରେ ଥିବା ରୋଗୀଙ୍କ ସହ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ଼ାକ୍ତରଖାନାରେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଟକ, ଦୁର୍ଘଟଣା

ସଡ଼କ ଦୁର୍ଘଟଣାରେ ହୋମଗାର୍ଡ଼ଙ୍କ ମୃତ୍ୟୁ

March 11, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୧୧(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ନଳାଙ୍ଗ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ହୋମଗାର୍ଡ଼ଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ପୁରୁଣାବଜାର ଥାନାରେ ହୋମଗାର୍ଡ଼ ଭାବେ କାର୍ଯ୍ୟ କରୁଥିବା ଚୈତନ୍ୟ ଜେନା ନାମକ ଜଣେ ବ୍ୟକ୍ତି ସମରାଇପୁରରୁ ନିଜ ଶ୍ୱଶୂରଘର ବରଡ଼ାଡ଼ିହ ଫେରୁଥିବା ସମୟରେ ୫ନମ୍ବର ଜାତୀୟ ରାଜପଥର ପେଟ୍ରୋଲପମ୍ପ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଦୁର୍ଘଟଣା, ଭଦ୍ରକ

ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଗଜପତି ମହାରାଜା

March 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୭(ଓଡ଼ିଶା ଡ଼ଟ୍ କମ୍) ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କେନ୍ଦୁଝର ଯାଇଥିବା ବେଳେ ତାଙ୍କର ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ଅଳ୍ପକେ ବର୍ତି ଯାଇଛନ୍ତି ।

ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ମଙ୍ଗଳବାର ଭିଟି-କେଜେଏଏସ୍ ବିମାନରେ ଯାଇ ଟଂଟୋ ଏୟାରଷ୍ଟ୍ରିପ୍ ପଡ଼ିଆରେ ଅବତରଣ କରୁଥିବା ବେଳେ ହଠାତ୍ ଏହାର ପଛ ପାଖ ଡ଼ାହାଣ ଚକଟି ଫାଟି ଯାଇଥିଲା ।

ଫଳରେ ବିମାନଟି ଏପଟ ସେପଟ ହୋଇ ଯାଇଥିଲା । ଏହାର କିଛି ସମୟ ପରେ ବିମାନଟି ସ୍ଥିର ହୋଇଥିଲା ଏବଂ ଗଜପତି ଓ ତାଙ୍କ ଅଙ୍ଗରକ୍ଷୀ ସୁରକ୍ଷିତ ଅବସ୍ଥାରେ ବାହାରକୁ ବାହାରିଥିଲେ ।

ଗଜପତି ମହାରାଜାଙ୍କୁ ସ୍ୱାଗତ ପାଇଁ ଘଟଣାସ୍ଥଳରେ ଅପେକ୍ଷା କରିଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଦୁର୍ଘଟଣା, ପୁରୀ ଗଜପତି

ଭଦ୍ରକ : ସଡ଼କ ଦୁର୍ଘଟଣାରେ ୩ମୃତ,୨ଗୁରୁତର

February 2, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣରାରେ ତିନି ଜଣଙ୍କ ମୃତ୍ୟୁ ହେବାସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିବା ପୋଲିସ କହିଛି ।

ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ନାଆମୀ ଗ୍ରାମର ଜଣେ ବ୍ୟକ୍ତି ତାଙ୍କର ପରିବାର ସହ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ନେଉଳିଆ-ପାଗଳ ଚେକଗେଟ ନିକଟରେ ଛିଡ଼ା ହୋଇଥିବା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକୁ ଅଟୋଟି ଜୋରରେ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଡ଼ାକ୍ତରଖାନା ନେବା ରାସ୍ତାରେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଆହତ ମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଦୁର୍ଘଟଣା, ଭଦ୍ରକ

ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ ପରେ ଲୋକଙ୍କ ଟ୍ରକ୍ ପୋଡ଼ି

January 24, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ମଙ୍ଗଳବାର ଗାଡ଼ି ଧକ୍କାରେ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଲୋକମାନେ ଗାଡ଼ିକୁ ପୋଡ଼ି ଦେଇଥିବା ପୋଲିସ କହିଛି ।

ଏରଡ଼ଙ୍ଗା ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ପ୍ରସାଦ ବିଶ୍ୱାଳ ଘରୁ ସ୍କୁଲକୁ ଯାଉଥିବା ବେଳେ ନୀଳବର ଛକ ଠାରେ ଗାଡ଼ିଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣା ପରେ ଲୋକମାନେ ସଂପୃକ୍ତ ଛାତ୍ରଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ବୋକୁ ଦାବି କରିବା ସହ ରାସ୍ତା ଅବରୋଧ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ଦୁର୍ଘଟଣା

ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ତିନି ଆହତ

January 22, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ,ଜାନୁୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ରବିବାର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ତିନି ଜଣ ଆହତ ହୋଇଥିବା ପୋଲିସ କହିଛି ।

ଏକ ବିବାହ ଉତ୍ସବରେ ଯୋଗଦେଇ ବାରିପଦାରୁ ଆସୁଥିବା ଗାଡ଼ିି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ୫ନମ୍ବର ଜାତୀୟ ରାଜପଥର ନଳାଙ୍ଗ ନିକଟ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ପଛରେ ପିଟି ହୋଇଥିଲା ।

ଫଳରେ ଘଟଣାସ୍ଥଳରେ ନୟାଗଡ଼ ଇଟାମାଟି ଗ୍ରାମର ସନ୍ତୋଷ କୁମାର ଦାସ ଓ କଟକ ନିଆଳି ଥାନା ନୂଆଗାଁ ଗ୍ରାମର ମିର୍ଜା ୱାସିମଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଆହତ ତିନି ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଦୁର୍ଘଟଣା, ଭଦ୍ରକ

ଦ୍ୱେତନଗରୀରେ ହତ୍ୟା ଓ ଡକାୟତି ମାମଲା ହ୍ରାସ: ପୋଲିସ

January 14, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।।ାତା

ଭୁବନେଶ୍ୱର, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍)ଦ୍ୱେତନଗରୀରେ ୨୦୧୦ ତୁଳନାରେ ୨୦୧୧ରେ ଅପରାଧ ନିୟନ୍ତ୍ରଣ କରାଯାଇଛି ଏବଂ ହତ୍ୟା ଓ ଡକାୟତି ଭଳି ମାମଲା ହ୍ରାସ ପାଇଛି ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ଦୁର୍ଘଟଣା ବଢ଼ିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମିଛି ଏବଂ ଅପରାଧ ହ୍ରାସ କରିବା ପାଇଁ ଅତ୍ୟାଧୁନିକ ପ୍ରଣାଳୀର ସାହାଯ୍ୟ ନିଆଯିବ ବୋଲି ଶୁକ୍ରବାର ଅପରାଧ ସମୀକ୍ଷା ସାମ୍ବାିକ ସମ୍ମିଳନୀରେ କମିଶନର ବିଜୟ କୁମାର ଶର୍ମା କହିଛନ୍ତି ।

୨୦୧୦ ତୁଳନାରେ କୋଟପା ନିୟମକୁ ପୋଲିସ ଗୁରୁତ୍ୱ ଦେଇଛି । ପ୍ରାୟ ୧୨ଲକ୍ଷ ଟଙ୍କା କୋଟପା ବାବଦ ଜରିମାନା ଆଦାୟ କରାଯାଇଛି । ୨୦୧୦ରେ ୨ କୋଟି ୮୮ ଲକ୍ଷ ଟଙ୍କା ଏମ୍ଭି ନିୟମରେ ଜରିମାନା ଆଦାୟ କରାଯାଇଛି ।

ସେହିପରି ୨୦୧୧ରେ ୩ କୋଟିରୁ ଉଦ୍ଧ୍ୱର୍ ଟଙ୍କା ରାଜସ୍ୱ ଆଦାୟ ହୋଇଛି । ସାଇବର କ୍ରାଇମ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ୟୁନିଟ ଆବଶ୍ୟକ ଏବଂ ଜମିଜମା ଓ ଠକାମି ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଆବଶ୍ୟକ ଥିଲେ ମଧ୍ୟ କର୍ମଚାରୀଙ୍କ ଅଭାବ ଏଥିରେ ପ୍ରତିବନ୍ଧକ ସାଜିଛି ବୋଲି ସେ କହିଛନ୍ତି ।

ଭୁବନେଶ୍ୱରରେ ୨୦୧୦ରେ ୪୪୧୭ ମାମଲା ରୁଜୁ ହୋଇଥିବା ବେଳେ ୨୦୧୧ରେ ୪୩୫୦ ମାମଲା ହୋଇଛି । କଟକରେ ୨୦୧୦ରେ ୨୪୦୦ ମାମଲା ହୋଇଥିବା ବେଳେ ୨୦୧୧ରେ ୨୪୧୫ ମାମଲା ହୋଇଛି ।

୨୦୧୦ରେ ୩୬ଟି ଡ଼କାୟତି ହୋଇଥିବା ବେଳେ ୯୪.୨ ପ୍ରତିଶତ ପୋଲିସ ସଫଳ ହୋଇଛି ଏବଂ ୨୦୧୧ରେ ୬୧ ହତ୍ୟା ଘଟଣା ଘଟିଥିବା ବେଳେ ୮୮.୫ ପ୍ରତିଶତ ଓ ଡକାୟତି ୩୦ଟି ହୋଇଥିବା ବେଳେ ଶତପ୍ରତିଶତ ସଫଳତା ହାସଲ କରିଛି ।

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ବସ୍ ଓ ଟ୍ରକ୍ ଦ୍ୱାରାଘଟିଥିବା କୁହାଯାଇଛି । ଅନ୍ୟ ପକ୍ଷରେ ୫ନମ୍ବର ଜାତୀୟ ରାଜପଥରେ ଦୂର୍ଘଟଣା ଘଟି ୨୦୧୦ ତୁଳନାରେ ୨୦୧୧ରେ ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ଦୁର୍ଘଟଣା

  • Page 1
  • Page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ