• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନବୀନ ପଟ୍ଟନାୟକ

ରାଜ୍ୟସ୍ତରୀୟ ପ୍ଲାଟିନମ ଜାମ୍ବୋରୀ ଉଦ୍ୟାପିତ

December 23, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୩(ଓଡିଶା ଡଟ୍ କମ୍)-ଗ୍ରାମାଚଂଳ ତଥା ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଛନ୍ତି ।

ସ୍ଥାନୀୟ ୟୁନିଟ ୩ ହାଇସ୍କୁଲ ପଡିଆଠାରେ ଶନିବାର ଦିନ ଆୟୋଜିତ ରାଜ୍ୟସ୍ତରୀୟ ପ୍ଲାଟିନମ୍ ଜାମ୍ବୋରୀ ଉଦ୍ୟାପନ ଉତ୍ସବରେ ମୁଖ୍ୟ ଅତିଥିରୂପେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କାଉଟ ଗାଇଡ୍ ସଂଗଠନକୁ ଗ୍ରାମାଚଂଳ ଓ ଆଦିବାସୀ ଅଂଚଳରେ ପ୍ରସାର କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଲେ ଯେ,ସ୍କାଉଟ ଗାଇଡ ଆନ୍ଦୋଳନ ଯୁବ ସମାଜ ମଧ୍ୟରେ ଆତ୍ମ ନିର୍ଭରତା ଦଦାୟିତ୍ୱ ବୋଧ ଏବଂ ନିଷ୍ଠାପର ଗୁଣର ବିକାଶରେ ସଫଳ ହୋଇ ପାରିଛି । ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭକରି ଯାନିଯାତ୍ରା ଆଦି ଉତ୍ସବ ଅନୁଷ୍ଠାନରେ ସ୍କାଉଟ୍ ଗାଇଡି ପିଲାମାନେ ଯେପରି ଉଚ୍ଚମାନର ସେବା ଯୋଗାଇ ଦେଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ ।

ଭାରତ ସ୍କାଉଟ ଓ ଗାଇଡର ଓଡିଶା ଶାଖାର ସଭାପତି ଶ୍ରୀ ବିଷ୍ଣଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ରବି ନାରାୟଣ ନନ୍ଦ,ସାଂସଦ ପ୍ରଶନ୍ନ ପାଟଶାଣୀ,ବିଧାୟକ ସର୍ବଶ୍ରୀ ଅଶୋକ ପଣ୍ଡା,ଭାଗୀରଥି ବଡଜେନା,ବିଜୟ ମହାନ୍ତି ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।

ସ୍କାଉଟ ଓ ଗାଇଡର ଚିଫ୍ କମିଶନର ଶ୍ରୀ କାଳି ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଜଷ୍ଟିସ ମନୋରଂଜନ ମହାନ୍ତି ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖନୀୟ ସେବାପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ସ୍କାଉଟ ଓ ଗାଇଡସ୍ ମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗାଇଡ୍, ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ, ସ୍କାଉଟ

ଗଣଶିକ୍ଷକଙ୍କ ପାଇଁ ଶାସକ ଓ ବିରୋଧୀ ଏକ

December 11, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୧(ଓଡିଶା ଡଟ୍ କମ୍)-ଗଣଶିକ୍ଷକଙ୍କ ସମସ୍ୟା ଓ ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ନେଇ ମଙ୍ଗଳବାର ଦିନ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି ।

ଗଣଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ ଉଭୟ ଶାସକ ଓ ବିରୋଧୀ ସଭ୍ୟମାନେ ଦାବି କରିଥିବା ବେଳେ ଶାସକ ବିଜେଡି ଦଳର ସଭ୍ୟମାନେ ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତି ବିରୋଧରେ ସର୍ବସମ୍ମତ ପ୍ରସ୍ତାବ ଆଣିବା ପାଇଁ ମତ ରଖିଥିଲେ ।

ମଙ୍ଗଳବାର ଦିନ ଶୂନ୍ୟକାଳରେ ବିରୋଧିଦଳ ନେତା ଭୂପିନ୍ଦର ସିଂ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ ଯେ,ସରକାର ଶିକ୍ଷକଙ୍କ ପ୍ରତି ପାତର ଅନ୍ତର କରିଛନ୍ତି । ସେମାନଙ୍କ ପେଟପାଟଣାକୁ ନେଇ ରାଜନୀତି କରୁଛନ୍ତି ।

ଆଜି ଗଣଶିକ୍ଷକମାନେ ବିଧାୟକମାନଙ୍କ ବାସଭବନକୁ ଘେରାଉ କରିଛନ୍ତି । ବିଧାୟକମାନେ ବିଧାନସଭା ଆସିବାକୁ ଅସୁବଧାର ସମ୍ମୁଖୀନ ହୋଇଛନ୍ତି । ସରକାର ସେମାନଙ୍କ ସମ୍ପର୍କରେ ତୁରନ୍ତ ନିଷ୍ପତି ନେବା ଦରକାର ବୋଲି ଶ୍ରୀ ସିଂ କହିଥିଲେ ।

ସରକାରୀ ଦଳର ଉପମୁଖ୍ୟ ସଚେତକ ସଂଜୟ ଦାସବର୍ମା କହିଲେ ଯେ,ଗଣ ଶିକ୍ଷକଙ୍କ ପ୍ରତି କେବଳ ବିରୋଧୀ ଦଳର ଦରଦ ଅଛି ବୋଲି ଦେଖାଇ ହୁଅନ୍ତୁ ନାହିଁ । ସେମାନଙ୍କ ପ୍ରତି ସରକରା ମଧ୍ୟ ସଚେତନ ଅଛନ୍ତି ।

ବିଜେଡି ସରକାର ସେମାନଙ୍କୁ ଗଣଶିକ୍ଷକ କରୁଛନ୍ତି । ଶିକ୍ଷକମାନଙ୍କ ସମସ୍ୟାର ସମାଧାନକେବଳ ନବୀନ ପଟ୍ଟନାୟକଙ୍କ ସରକାର ହିଁ କରିଛନ୍ତି ବୋଲି ସେ କହିଛନ୍ତି । ଶ୍ରୀ ଦାସବର୍ମା କହିଲେ ଯେ,ଗତ ସେପ୍ଟେମ୍ବର ୧୪ ତାରିଖରେ କେନ୍ଦ୍ର ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋରୁ ୧୨.୧୫ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତି କରିଛନ୍ତି । ଏହି ନିସ୍ପତି ରାଜ୍ୟ ସ୍ୱାର୍ଥ ପରିପନ୍ଥୀ ।

ତେଣୁ କେନ୍ଦ୍ର ସରକାର ଏହି ନିସ୍ପତି ପ୍ରତ୍ୟାହାର କରିବା ପାଇଁ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇ କେନ୍ଦ୍ରକୁ ପଠାଯାଉ ବୋଲି ସେ କହିଥିଲେ ।

ବିଜେପିର କନକବର୍ଦ୍ଧନ ସିଂଦେଓ କହିଲେ ଯେ ଗଣଶିକ୍ଷକଙ୍କ ସମସ୍ୟା ସମାଧାନ ହେବା ଉଚିତ୍ । ବିଧାନସଭା ଅଧିବେଶନ ସମୟରେ ଯେଉଁମାନେ ଆନ୍ଦୋଳନ କରିବେ ଯଦି ସେମାନଙ୍କ ସମସ୍ୟା ସମାଧାନ କରାଯିବ ତାହା ଏକ ଖରାପ ପରମ୍ପରା ସୃଷ୍ଟି କରିବ ।

ତେଣୁ ଆନ୍ଦୋଳନ ହେବାପୂର୍ବରୁ ସମସ୍ୟାର ସମାଧାନ କରାଯାଉ । ଏହାଛଡା ନାଲକୋ ପୁଞ୍ଜି ପ୍ରତ୍ୟାହାର ନିଷ୍ପତିକୁ ସେ ବିରୋଧ କରୁଛନ୍ତି । ନାଲକୋ ଏକ ଲାଭଜନକ ସଂସ୍ଥା । ଏହାର ପୁଞ୍ଜି ପ୍ରତ୍ୟାହାର ରାଜ୍ୟ ସ୍ୱାର୍ଥର ପରିପନ୍ଥୀ ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଦୀପ ମହାରଥୀ,ଅମର ପ୍ରସାଦ ଶତପଥୀ,ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ପ୍ରଫୁଲ ମାଝି,ଚକ୍ରଧର ପାଇକ,ଅନଙ୍ଗ ଉଦୟ ସିଂହଦେଓ ପ୍ରମୁଖ ଏହି ଦଦୁଇ ପ୍ରସଙ୍ଗରେ ନିଜ ନିଜର ମତ ରଖିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗଣଶିକ୍ଷକ, ନବୀନ ପଟ୍ଟନାୟକ, ନାଲକୋ, ପୁଞ୍ଜି ପ୍ରତ୍ୟାହାର, ବିଜେଡ଼ି, ବିଧାନସଭା

ବିଜେଡିରୁ ବହିଷ୍କାର ନିଷ୍ପତିକୁ ପ୍ୟାରୀଙ୍କ ଚ୍ୟାଲେଞ୍ଜ

December 6, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୬(ଓଡିଶା ଡଟ୍ କମ୍)-ବିଜେଡିରୁ ବହିଷ୍କାର ନିଷ୍ପତିକୁ ସୁପ୍ରୀମ କୋର୍ଟରେ ଚ୍ୟାଲେଞ୍ଜ କରିବେ ସାଂସଦ ପ୍ୟାରୀମୋହନ ମହାପାତ୍ର । ଗଣମାଧ୍ୟମକୁ ଆଜି ଏ ସଂପର୍କରେ ସେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ତାଙ୍କୁ ଯେଉଁ ଭଳି ଭାବରେ ବହିଷ୍କୃତ କରାଯାଇଛି ତାହା ବେଆଇନ । ସେ ଖବ୍ ଶୀଘ୍ର ଅଦାଲତର ଆଶ୍ରୟ ନେବେ ।

ଗତ ମେ ତଥାକଥିତ ମିଡ୍ ନାଇଟ ଅପରେସନ ପରେ ପ୍ୟାରୀମୋହନଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଏ ସଂପର୍କରେ ଘୋଷଣା କରିଥିଲେ ବିଜେଡି ସୁପ୍ରୀମୋ ନବୀନ ପଟ୍ଟନାୟକ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗଣମାଧ୍ୟମ, ନବୀନ ପଟ୍ଟନାୟକ, ପ୍ୟାରୀମୋହନ ମହାପାତ୍ର, ବିଜେଡ଼ି, ସୁପ୍ରୀମ କୋର୍ଟ

ପଛରୁ ଆକ୍ରମଣ ପାଇଁ ହୋଇଥିଲା ଉଦ୍ୟମ: ନବୀନଙ୍କ ଜବାବ

October 19, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୯(ଓଡ଼ିଶା ଡ଼ଟ୍ କମ୍) – ମୋ ସାଥିରେ କେହି ରହିଲେ ବା ନରହିଲେ ତାହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ପଛରେ ଅଛନ୍ତି ଓଡିଶାର ୪ କୋଟି ଜନତା । ବିଜୁ ବାବୁଙ୍କ ସ୍ୱପ୍ନକୁ ପୁରା କରିବା ପାଇଁ ମୁଁ ଉଦ୍ୟମ ଜାରି ରଖିବି ବୋଲି ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ପଛରୁ ଆକ୍ରମଣ ପାଇଁ ହୋଇଥିଲା ଉଦ୍ୟମ । ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା । ଓଡିଶାର ୪ କୋଟି ଜନତା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ । କ୍ଷମତାରେ ଥାଏ ବା ନଥାଏ ବଞ୍ଚି ଥିବା ପର୍ଯ୍ୟନ୍ତ ଓଡିଶାବାସୀଙ୍କ ପାଇଁ ଲଢାଇ କରି ଚାଲିବି ଓ କାମ କରିଚାଲିବି ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଭୁବନେଶ୍ୱରରେ ଅନୁଷ୍ଠିତ ସାଂସଦ ପ୍ୟାରିମୋହନ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀରେ ଟାର୍ଗେଟରେ ଥିଲେ ନବୀନ ପଟ୍ଟନାୟକ ଠିକ୍ ତାପରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ବିଜେଡିର ମହାସମାବେଶର ନବୀନଙ୍କ ଟାର୍ଗେଟରେ ଥିଲେ ପ୍ୟାରୀମୋନ ମହାପାତ୍ର ।

କିନ୍ତୁ ମୁଖ୍ୟମନ୍ତ୍ରୀ କାହାରି ନାମ ପ୍ରକାଶ କରିନଥିଲେ ମଧ୍ୟ ବ୍ରହ୍ମପୁର ସମାବେଶରେ ତାଙ୍କ ବକ୍ତବ୍ୟ ଥିଲା ପ୍ୟାରୀଙ୍କ ପାଇଁ କଡା ଜବାବ । ଏହାକୁ ନେଇ ବିଜେଡି ରାଜନୀତି ସରଗରମ ହୋଇଛି ।

ବ୍ରହ୍ମପୁର ବଡମେଡିକାଲ ପଡିଆଠାରେ ଆଜି ବିଜେଡି ତରଫରୁ ଅନୁଷ୍ଠିତ ହୋଇଥିଲା ବିଶାଳ ସମାବେଶ । ସମାବେଶରେ ସାମିଲ ହୋଇଥିଲେ ଜିଲ୍ଲାର ୪ଜଣ ସାଂସଦ,୧୨ଜଣ ବିଜେଡି ବିଧାୟକ ଏବଂ ୫୦ ହଜାରରୁ ଅଧିକ ଦଳୀୟ କର୍ମୀ ଓ ସମର୍ଥକ ।

ଏହି ସମାବେଶରେ ରାଜ୍ୟପ୍ରତି କେନ୍ଦ୍ରର ଅବେହେଳାକୁ ପୁଣି ଥରେ ଦୋହରାଇ ଥିଲେ ପଟ୍ଟନାୟକ । ସେ କହିଛନ୍ତି ଯେ, ମେନେରାଲ ରୟାଲଟି ପ୍ରଦାନନେଇ କେନ୍ଦ୍ର ଅବହେଳା କରୁଛି । ରାଜ୍ୟରୁ ୮ ହଜାର କୋଟି ଟଙ୍କା ରାଜସ୍ୱ ଯାଉଥିଲେ ବି ରେଳବାଇର ବିକାଶ ହେଉ ନାହିଁ ।

ଏଭଳି ସମାବେଶ ମୁଖ୍ୟମନ୍ତ୍ରୀଙ୍କ ଇମେଜକୁ ବଢାଇଦେଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ଗ୍ରାମ ଉନ୍ନୟନମନ୍ତ୍ରୀ ବିକ୍ରମକେଶରୀ ଆରୁଖା କହିଛନ୍ତି ସମାବେଶ ଆଜି ଆଶାତୀତ ଭାବେ ସଫଳ ହୋଇଛି । ଯେପର୍ଯ୍ୟନ୍ତ ନବୀନ ଦଳର ସଭାପତି ଅଛନ୍ତି ସେପର୍ଯ୍ୟନ୍ତ ଦଳ ଆଗେଇ ଚାଲିଥିବ ।

ଯାହା ଆଶା କରାଯାଉଥିଲା ତାର ଦୁଇଗୁଣିତ ଲୋକ ଏଠାରେ ଏକଠି ହୋଇଥିଲେ । ଗଞ୍ଜାମର କୋଣ ଅନୁକୋଣରୁ ଲୋକମାନେ ଏଠାକୁ ଛୁଟି ଆସିଥିଲେ ।

ସାଂସଦ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ପ୍ରକୃତରେ ଲୋକମାନଙ୍କ ଭଲ ପାଇବା ଦଳ ପ୍ରତି, ଶଂଖଚିହ୍ନ ପ୍ରତି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ଅଛି । ଯେତେଦିନ ପର୍ଯ୍ୟନ୍ତ ନବୀନ ବାବୁ ଅଛନ୍ତି, ତାଙ୍କ ନେତୃତ୍ୱ ଅଛି ବିଜୁ ଜନତା ଦଳ ଏମିତି ହିଁ ଥିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ନବୀନ ପଟ୍ଟନାୟକ, ପ୍ୟାରିମୋହନ ମହାପାତ୍ର, ରେଳବାଇର ବିକାଶ, ସାମ୍ବାଦିକ ସମ୍ମିଳନୀ

ନବୀନ ବିଜେଡିର ସଭାପତି ନାହାନ୍ତି: ପ୍ୟାରୀମୋହନ

October 19, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକୋ୍ଟବର ୧୯(ଓଡ଼ିଶା ଡ଼ଟ୍ କମ୍) – ନବୀନ ପଟ୍ଟନାୟକ ବିଜେଡିର ସଭାପତି ନାହାଁନ୍ତି । ଦଳୀୟ ସମ୍ବିଧାନ ଅନୁଯାୟୀ ସେ କାର୍ଯ୍ୟ କରୁନାହାଁନ୍ତି । ତେଣୁ ତାଙ୍କର କୌଣସି ଆଦେଶ,ନିର୍ଦ୍ଦେଶ ଦଳୀୟ ସମ୍ବିଧାନ ସମ୍ମତ ନୁହେଁ ,ତେଣୁ ବହିଷ୍କାର କରିବା ଆଦେଶ କାହାରିବି ନାହିଁ ବୋଲି ସାଂସଦ ପ୍ୟାରୀମୋହନ ମହାପାତ୍ର କହିଛନ୍ତି ।

ସାଂସଦ ମହାପାତ୍ର ‘ଓଡିଶା ଜନମୋର୍ଚ୍ଚା’ର ଆଭିମୁଖ୍ୟ ଭବଷ୍ୟତ କାର୍ଯ୍ୟକ୍ରମ ସଂର୍ପକରେ ସୂଚନା ଦେବାପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଉତ୍କଳମଣି ଗୋପବନ୍ଧୁଙ୍କ ତ୍ୟାଗ, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସ୍ୱାଭିମାନ ଓ ବିଜୁବାବୁଙ୍କ ସାହସକୁ ଆୟୁଧ କରାଯାଇ ମୋର୍ଚ୍ଚା ଗଠନ କରା ଯାଇଛି ।

ବିଜେଡି ଏବେ ସମ୍ବିଧାନ ଅନୁଯାୟୀ ଚାଲୁନାହିଁ । ତିନିବର୍ଷ ହେଲାଣି ସମ୍ବିଧାନ ଅନୁଯାୟୀ ଥରଟିଏ ହେଲେ କାଯ୍ୟକାରିଣୀ ବୈଠକ ହୋଇ ନାହିଁ । ତେଣୁ ମୋର୍ଚ୍ଚା ବିଜେଡିକୁ ଶକ୍ତିଶାଳୀ କରିବା ସହ ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବ ।

ସରକାର କହିଲେ ମନ୍ତ୍ରୀମାନଙ୍କୁ ବୁଝାଯାଏ,ସଚିବଙ୍କୁ ନୁହେଁ । ମାତ୍ର ସଚିବମାନେ ଏଠି ସର୍ବେସର୍ବା ପାଲଟିଛନ୍ତି । ତୃଣମୂଳ ସ୍ତରରେ ଦୁର୍ନୀତି ୨୫ରୁ ୩୦ ପ୍ରତିଶତ ବଢିଛି ।

୨୦୧୦ ଜାନୁଆରୀ ମାସରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକାରିଣୀରେ ଏହି ପ୍ରସଙ୍ଗ ଉଠାଇବାରୁ ନବୀନଙ୍କ ସହିତ ତାଙ୍କର ମତଭେଦ ହୋଇଛି ବୋଲି ମହାପାତ୍ର ପ୍ରକାଶ କରିଛନ୍ତି ।

ନୀତି ନିର୍ଦ୍ଧାରଣ ସମୟରେ ତାଙ୍କ ପରାମର୍ଶ ନିଆଯାଏ । ମାତ୍ର ପ୍ରଶାସନିକ ନିଷ୍ପତି ନବୀନ ପଟ୍ଟନାୟକ ତାଙ୍କ ସଚିବଙ୍କ ଦ୍ୱାରାନେଇଥାନ୍ତି ।

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତିନିବର୍ଷ ଲାଗିଲା । ଏହି ବିଭାଗ ଦ୍ୱାରାଓଡିଶାର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିହୁଅନ୍ତା ।

ପ୍ରାୟ ୧୨ ଲକ୍ଷ ବେକାରଙ୍କୁ ନିଯୁକ୍ତିଦେବାପାଇଁ ଦଳର ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦିଆ ଯାଇଥିଲା । ମାତ୍ର ତାହା କାର୍ଯ୍ୟକାରୀ ହୋଇନାହିଁ ବୋଲି ମହାପାତ୍ର ପ୍ରକାଶ କରିଛନ୍ତ ।

ଏହି ସାମ୍ବାଦିକ ସମ୍ମିଳନୀରେ ଯଜ୍ଞେଶ୍ୱର ବାବୁ, ଡ.ଶରତ ଚନ୍ଦ୍ର ମିଶ୍ର, ସ୍ୱରୁପ ପାତ୍ର, ରାଜେନ୍ଦ୍ର କୁମାର ସିଂ, ବାସୁଦେବ ପାତ୍ର, ଅଭିମନ୍ୟୁକେଶରୀ, ଶେଷଦେବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗଣତନ୍ତ୍ର ପ୍ରତିଷ୍ଠା, ଜନମୋର୍ଚା, ନବୀନ ପଟ୍ଟନାୟକ, ପ୍ୟାରୀମୋହନ ମହାପାତ୍ର, ସାମ୍ବାଦିକ ସମ୍ମିଳନୀ

ଲୋକେ ଜାଣିସାରିଲେଣି କିଏ ଦୁର୍ନୀତି କରୁଛି: ବିଜେପି

August 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର,ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍)- ଭାରତୀୟ ଜନତା ଯୁବମୋର୍ଚ୍ଚାର ସମସ୍ତ ଶାଖାକୁ ସମ୍ପ୍ରସାରିତ କରାଯାଉଛି । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ସଂଘର୍ଷ ପାଇଁ ପ୍ରସ୍ତୁତ ଅଛନ୍ତି ।

ଯୁବମୋର୍ଚ୍ଚା ପକ୍ଷରୁ ଖୁବଶୀଘ୍ର ଦେଶବ୍ୟାପି ‘ଗାଦି ଛାଡ଼’ ରାଲି ସହ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଆରମ୍ଭ କରାଯିବ ବୋଲି ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଅନୁରାଗ ଠାକୁର ମତବ୍ୟକ୍ତ କରିଛନ୍ତି ।

ଗୋପାଳପୁର ଠାରେ ଆୟୋଜିତ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକର୍ତ୍ତା ଓ ପ୍ରଶିକ୍ଷଣ ଶିବିର ଉଯାପନୀ ଦିବସରେ ଯୋଗଦେବାକୁ ଆସିଥିବା ଅବସରରେ ସାମ୍ବାଦିକଙ୍କ ସହ ଆଲୋଚନାବେଳେ କହିଥିଲେ ଯେ, ବିଜେପି ପକ୍ଷରୁ ଏବେ କଂଗ୍ରେସ ହଟାଅ ଓ ଦେଶବଂଚାଅ କାର୍ଯ୍ୟକ୍ରମ ଜାରି ରହିଛି ।

ଏହାକୁ ଆଗାମୀଦିନରେ ଅଧିକ ଜୋରଦାର କରାଯିବ । କେନ୍ଦ୍ରର ୟୁପିଏ ସରକାର ଓ ଓଡ଼ିଶାର ନବୀନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ‘ଗାଦି ଛାଡ଼’ କାର୍ଯ୍ୟକ୍ରମ ହାତକୁ ନିଆଯିବ । ବିଜେପି କାର୍ଯ୍ୟକର୍ତ୍ତାଙ୍କ ମନୋବଳ ଦୁର୍ବଳ ରହିଥିବାବେଳେ ଏହି କାର୍ଯ୍ୟକ୍ରମ କିପରି କରାଯିବ ବୋଲି ପ୍ରଶ୍ନ କରାଯିବାରୁ ଠାକୁର କହିଥିଲେ ଯେ, ସଂସଦଠାରୁ ଆରମ୍ଭ କରି ସାଧାରଣଜନତାଙ୍କ ଠାରେ ବିଜେପି ହିଁଁ ବିଭିନ୍ନ ପ୍ରସଙ୍ଗ ଉତଥାପନ କରି ଆସିଛି ।

ୟୁପିଏ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ବିଜେପି ହିଁ ପଦାକୁ ଆଣିଛି । ଏବେ ଲୋକେ ଜାଣିସାରିଲେଣି କିଏ ବିକାଶ କରୁଛି ଏବଂ କିଏ ଦୁର୍ନୀତି କରୁଛି । ତେଣୁ ବିଜେପି ହିଁ ଦେଶର ଏକମାତ୍ର ବିକଳ୍ପ ବୋଲି ପ୍ରମାଣିତ ହୋଇସାରିଲାଣି ।

ଓଡ଼ିଶାରେ ବିଜେପି ଦୁର୍ବଳ ରହିଥିବାରୁ କୌଣସି କାର୍ଯ୍ୟକ୍ରମ ହୋଇପାରୁନଥିବା ନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଥିଲେ ଓଡ଼ିଶା ସମେତ ଛତିଶଗଡ ଓ ମହାରାଷ୍ଟ୍ରରେ ଅନୁଷ୍ଠିତ ଯୁବମୋର୍ଚ୍ଚା କାର୍ଯ୍ୟକ୍ରମରେ ସେ ଯୋଗଦେଇ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ମଧ୍ୟରେ ବିପୁଳ ଉତ୍ସାହ ରହିଥିବା ଦେଖିଛନ୍ତି ।

ତେଣୁ ଏହି ଯୁବମୋର୍ଚ୍ଚା ହିଁ ଦଳକୁ ଆଗେଇ ନେବ ବୋଲି ସେ କହିଥିଲେ । ଏହି ୪ଟି ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ସେ କହିଥିଲେ । ଓଡ଼ିଶାରେ ବିଜେପି ପୁଣି ଥରେ ବିଜେଡି ସହିତ ମେଣ୍ଟ କରିବ କି ବୋଲି ପ୍ରଶ୍ନ କରାଯିବାରୁ ଏହା କଦାପି ହେବ ନାହିଁ ବୋଲି ସେ କହିଥିଲେ । ଏପରି ସମସ୍ତେ ଭାବୁଛନ୍ତି ।

ତେବେ ବିଜେପି ୨୦୧୪ରେ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ନିଜ ବକ୍ତବ୍ୟରେ ନବୀନ ସରକାର ଆମୁଳଚୁଳ ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ ଆଣିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚ୍ଚାର ଜାତୀୟ ଉପସଭାପତି ଭୃଗୁବକ୍ସି ପାତ୍ର, ଯୁବ ମୋର୍ଚ୍ଚା ପ୍ରଭାରୀ ତଥା ରାଷ୍ଟ୍ରୀୟ ସମ୍ପାଦକ ଏଡୱାଡ ସୋରେନ, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଜିଲା ସଭାପତି ବିଜୟ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନବୀନ ପଟ୍ଟନାୟକ, ବିଜେପି-ବିଜେଡି ମେଣ୍ଟ, ୟୁପିଏ ସରକାର

ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ୧୧ ବର୍ଷ

March 11, 2011 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୫ (ଓଡିଶା ଡଟ୍ କମ୍) ରାଜ୍ୟରେ ବିଜୁ ଜନତା ଦଳ(ବିଜେଡି)ଏକ ଦଶନ୍ଧୀ ଧରି ଶାସନ
କରିଆସିଥିବା ବେଳେ ଶନିବାର ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଏଗାର ବର୍ଷ ପୂରଣ କରିଛନ୍ତି ।

୨୦୦୦ ମସିହା ମାର୍ଚ୍ଚ ପାଞ୍ଚ ତାରିଖରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।
ତା’ପରେ ୨୦୦୪ ଓ ୨୦୦୯ ନିର୍ବାଚନରେ ମଧ୍ୟ ସେ ପଦବୀ ଅଳଙ୍କୃତ କଲେ ।

ଗତ ଏଗାର ବର୍ଷ ମଧ୍ୟରେ ସେ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହାକୁ ଏଡାଇଯାଇଛନ୍ତି । ଓଡିଶାର
ମୁଖ୍ୟମନ୍ତ୍ରୀ ହୋଇ ଓଡିଆ ଭାଷା ଉପରେ ତାଙ୍କର କମ୍ ଜ୍ଞାନ ଯୋଗୁଁ ବହୁ ଲୋକ, ନେତା ଭାବେ ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ତିନି ତିନି ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ଗତ ଏଗାର ବର୍ଷ ମଧ୍ୟରେ ଗରିବଙ୍କ ପାଇଁ ଦୁଇ ଟଙ୍କିଆ ଚାଉଳ, ବିଜୁ କେବିକେ, ବିଜୁ କନ୍ଧମାଳ-ଗଜପତି ଯୋଜନା, ମଧୁବାବୁ ପେନ୍ସନ ଯୋଜନା, ମୋ କୁଡ଼ିଆ ଭଳି ବହୁ ଜନହିତକାରୀ ଯୋଜନା ଆରମ୍ଭ କରିଥିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି ।

ଏହା ମଧ୍ୟରେ ରହିଛି କଳିଙ୍ଗନଗର ଗୁଳିକାଣ୍ଡ, କନ୍ଧମାଳ ଦଙ୍ଗା ଓ ବିଜେପି ସହିତ କରିଥିବା ମେଣ୍ଟ ଭାଙ୍ଗିବା । ସରକାର ଶିଳ୍ପାୟନକୁ ଅଗ୍ରାଧିକାର ଦେଇ ବିଭିନ୍ନ ଦେଶୀ ବିଦେଶୀ କମ୍ପାନୀ ସହ ୮୮ଟି ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି ।

ପୋସ୍କୋ, ବେଦାନ୍ତ, ଆର୍ସେଲର-ମିତ୍ତଲ, ଟାଟା ଷ୍ଟିଲ ଓ ଅନ୍ୟ କେତେକ ଛୋଟ ବଡ କମ୍ପାନୀ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନ ପାଇଁ ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷର କରିଛନ୍ତି । କିନ୍ତୁ ବିଭିନ୍ନ କାରଣରୁ ଅଧିକାଂଶ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ।

ରାଜ୍ୟବାସୀଙ୍କୁ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଦେବାକୁ କହୁଥିବା ନବୀନ ସରକାରଙ୍କ ନାଁରେ ଖଣି ଦୁର୍ନୀତି, ଡ଼ାଲି ଦୁର୍ନୀତି ଭଳି ମହା ଅଭିଯୋଗ ଆସିଛି ।

ଏହି ଶାସନ କାଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ପୂର୍ବରୁ ଦୁଇ ତିନୋଟି ଜିଲ୍ଲାରେ ସେମାନଙ୍କ ଉପସ୍ଥିତି ଜଣାପଡ଼ୁଥିବା ବେଳେ ବର୍ତ୍ତମାନ ୨୦ରୁ ଉର୍ଦ୍ଧ୍ଵ ଜିଲ୍ଲାରେ ସେମାନେ କାୟାବିସ୍ତାର କରିସାରିଲେଣି ।

ଦୁର୍ନୀତି ଓ ଅଭିଯୋଗ ସରକାରଙ୍କ ପିଛା ଛାଡ଼ୁନଥିବା ବେଳେ ଓଡିଶାର ଜନସାଧାରଣ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରି ତିନି ତିନି ଥର ରାଜ୍ୟର ଶାସନ ଭାର ଦେଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନବୀନ ପଟ୍ଟନାୟକ, ବିଜେଡ଼ି, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ

ବଣ୍ଟନ ବ୍ୟବସ୍ଥାରେ ଷ୍ଟୋରେଜ ଏଜେଣ୍ଟ ଉଚ୍ଛେଦ ନିଷ୍ପତ୍ତି

January 14, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ତଥା କଳାବଜାରୀ ବନ୍ଦ କରିବା ଉଦ୍ଦେଶ୍ୟରେ ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେଦ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ୱାଧା କମିଶନଙ୍କ ସୁପାରିଶକୁ ଭିତ୍ତି କରି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ବଣ୍ଟନ ବ୍ୟବସ୍ଥାକୁ ରାଜନୈତିକ ହସ୍ତକ୍ଷେପ ମୁକ୍ତ କରାଯିବ ।

ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେଦ କରାଯିବ ଓ ଯୋଗାଣ ନିଗମ ଏହି ବଣ୍ଟନ ବ୍ୟବସ୍ଥାର ଦାୟୀତ୍ୱ ବହନ କରି ଅପ୍ରେଲ ୧ ଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିବ ।

ରାଜ୍ୟରେ କେନ୍ଦ୍ରୀୟ ଖାଦ୍ୟ ପତ୍ତା ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ କମିଶନ ସୁପାରିଶକୁ ମଧ୍ୟ କାର୍ଯ୍ୟକାରୀ କରିବା ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବଣ୍ଟନ ବ୍ୟବସ୍ଥାର ସୁପରିଚାଳନା  ତଥା ତଦାରଖ  ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯିବ । ଗ୍ରାମ ପଞ୍ଚାୟତ ଗୁଡ଼ିକ ନିଜ ଗେ।ଦାମରେ ଏହି ସାମଗ୍ରୀ ଗୁଡ଼ିକୁ ଉଚିତ୍ ମୂଲ୍ୟରେ ଲୋକଙ୍କୁ ବିକ୍ରି କରିବେ ।

ବର୍ତ୍ତମାନ ୮୫୨ ଜଣ ଷ୍ଟୋରେଜ ଏଜେଣ୍ଟ, ୨୬୮୦୪ ରିଟେଲ ଦୋକାନ, ୫୩ଟି ମୈତ୍ରୀ ଦୋକାନ, ପଞ୍ଚାୟତ ଜରିଆରେ ୩୬୪୪ଟି ଦୋକାନ, ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୭୪୧୦ଟି ରିଟେଲ ଆଉଟଲେଟ ଏବଂ ୭୧୯ଟି ସମବାୟ ସଂସ୍ଥା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଉଥିବା ଆବଶ୍ୟକ ବଣ୍ଟନ ସାମଗ୍ରୀ ଦିଆଯାଉଛି ।

ବ୍ୟବସ୍ଥାର ପରିଚାଳନା ପାଇଁ ଯୋଗାଣ ବିଭାଗକୁ ଦୁଇ ହଜାର କର୍ମଚାରୀର ଆବଶ୍ୟକତା ରହିଥିବା ବେଳେ ପଞ୍ଚାୟତ ସ୍ତରରେ ଗେ।ଦାମ ନିର୍ମାଣ ପାଇଁ ଆସନ୍ତା ବଜେଟ୍ରେ ପାଞ୍ଚ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ପାଞ୍ଚ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନବୀନ ପଟ୍ଟନାୟକ, ପଞ୍ଚାୟତ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରୀୟ ପ୍ରତିନିଧିଙ୍କ ଆଲୋଚନା

January 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ହୋଇଥିବା ଫସଲ କ୍ଷୟକ୍ଷତି ସଂପର୍କରେ ଅନୁଧ୍ୟାନ ପାଇଁ ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତକରି ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ।

କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଏହି ପ୍ରତିନିଧି ଦଳ ଅଧିକ କ୍ଷତିଗ୍ରସ୍ତ ଆଠଟି ଜିଲ୍ଲା ଗ୍ରସ୍ତ କରିଥିଲେ ।

ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ବ୍ୟାପକ ଫସଲ ହାନୀ ହୋଇଛି । ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ପକ୍ଷେପ ସନ୍ତୋଷଜନକ ବୋଲି ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା କେନ୍ଦ୍ର କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ପଙ୍କଜ କୁମାର ଗଣମାଧ୍ୟମକୁ କହିଛନ୍ତି ।

ଖୁବ୍ ଶୀଘ୍ର ଏ ସଂପର୍କୀତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ଚାଷ ପାଇଁ ଦିନ କୁ ଦିନ ଖର୍ଚ୍ଚ ବଢୁଥିବାରୁ ଏହାକୁ ଦୃଷ୍ଟି ରେ ରଖି ସିଆର୍ଏଫ୍ ନିୟମରେ ଥିବା ବ୍ୟବସ୍ଥା ସଂଶୋଧନ କରି ଜଳସେଚିତ ଜମି ହେକ୍ଟର ପିଛା ଦଶ ହଜାର ଟଙ୍କା ଓ ଅଣ ଜଳସେଚିତ ଜମି ହେକ୍ଟର ପିଛା ୨୦ ହଜାର ଟଙ୍କା ସହାୟତା ପ୍ରାନ କରିବାକୁ ସରକାରଙ୍କ ପକ୍ଷରୁ ଦାବୀ କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନବୀନ ପଟ୍ଟନାୟକ, ଫସଲ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ

  • « Go to Previous Page
  • Go to page 1
  • Go to page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ