• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପଞ୍ଚାୟତ ନିର୍ବାଚନ

ପଞ୍ଚାୟତ ନିର୍ବାଚନ ପାଇଁ ତାଲିମ ଶିବିର

January 18, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଭଦ୍ରକ ଠାରେ ଗୁରୁବାର ନିର୍ବାଚନ ପରିଚାଳନା ପାଇଁ ଏକ ତାଲିମ ଶିବିରର ଆୟୋଜନ କରାଯାଇଛି ।

ବିଭିନ୍ନ ବ୍ଲକରେ ନିର୍ଦ୍ଧାରିତ ନିର୍ବାଚନ ତାରିଖରେ ଆଇନ-ଶୃଙ୍ଖଳା ତଦାରଖ ବ୍ୟବସ୍ଥା, ପୋଲିଂ ବୁଥର ସୁରକ୍ଷା, ପୋଲିଂ ପାର୍ଟି ପ୍ରେରଣ, ପୋଲିଂ ଅଧିକାରୀଙ୍କ ତାଲିମ ସଂପର୍କରେ ଆଲୋଚନା ହୋଇଛି ।

ଡ଼ିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଶଶୀଧର ନାୟକ, ନିର୍ବାଚନ କମିଶନଙ୍କ ପର୍ଯ୍ୟବେକ୍ଷକ ଶରତ ଚନ୍ଦ୍ର ନାୟକ,ଉପ ଜିଲ୍ଲାପାଳ ରାମଚନ୍ଦ୍ର ପାଲଟା ଓ ଅନ୍ୟ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପଞ୍ଚାୟତ ନିର୍ବାଚନ, ଭଦ୍ରକ

ବରଗଡ଼ ପଞ୍ଚାୟତ ନିର୍ବାଚନ: ୧୯୯୬ ବୁଥ୍ ଉତ୍ତେଜନା ପ୍ରବଣ

January 13, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜାନୁୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିବା ବେଳେ ବରଗଡ଼ ଜିଲ୍ଲାର ୩୦୪୦୧ଟି ବୁଥ୍ ମଧ୍ୟରୁ ୧୯୯୬ଟି ଉତ୍ତେଜନା ପ୍ରବଣ ଥିବା ବେଳେ ୧୪୦୫ଟି କେନ୍ଦ୍ର ଅଣ ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ ହୋଇଛି ।

୧୨ଟି ବ୍ଲକ୍ ରେ ୩୪ଟି ଜିଲ୍ଲା ପରିଷଦ ଓ ୨୪୮ଟି ଗ୍ରାମପଞ୍ଚାୟତ ସଭ୍ୟପଦ ପାଇଁ ମୋଟ ୩୪୦୧ ଟି ବୁଥ୍ ରେ ୭୭୨୭୯୬ ଜଣ ଭୋଟର ମତଦାନ କରିବେ ।

ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ନିଜର ପତିଆରା ବିସ୍ତାର କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି । ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିବାର ଶେଷଦିନରେ ଜିଲ୍ଲା ପରିଷଦ ସଭ୍ୟ ଆସନ ପାଇଁ କେବଳ ୨୦ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବରଗଡ଼ ସହରରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିବା ସମସ୍ତ ପ୍ରାର୍ଥୀ ଓ ସମର୍ଥକଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ିକଡ଼ି କରାଯାଇଥିଲା ।

ସୂଚନା ଯୋଗ୍ୟ ଯେ ଜିଲ୍ଲାର ୧୨ଟି ବ୍ଲକ ଅଧ୍ୟକ୍ଷ ପଦ ମଧ୍ୟରୁ ୩ଟି ସାଧାରଣ ବର୍ଗ, ୨ଟି ସଧାରଣ ବର୍ଗ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବେଳେ, ପଛୁଆ ବର୍ଗ ମହିଳାଙ୍କ ପାଇଁ ୨ଟି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ମାହିଳାଙ୍କ ଲାଗି ଗୋଟିଏ ଲେଖାଏଁ ସଂରକ୍ଷିତ ରଖାଯାଇଛି ।

ସେହିପରି ମୋଟ ୩୪ଟି ଜିଲ୍ଲାପରିଷଦ ସଭ୍ୟ ପଦ ମଧ୍ୟରୁ ଅନୁସୂଚିତ ଜନଜାତି, ଜାତି ଓ ସାଧାରଣ ବର୍ଗ ମହିଳାଙ୍କ ପାଇଁ ୪ଟି ଲେଖାଏଁ, ପଛୁଆ ବର୍ଗ ମହିଳାଙ୍କ ପାଇଁ ୫ଟି, ସାଧାରଣ ବର୍ଗ ପାଇଁ ୬ଟି, ପଛୁଆ ବର୍ଗଙ୍କ ଲାଗି ୫ଟି, ଅନୁସୂଚିତ ଜନଜାତି ଓ ଜାତି ପାଇଁ ୩ଟି ଲେଖାଏଁ ଆସନ ଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପଞ୍ଚାୟତ ନିର୍ବାଚନ, ବରଗଡ଼

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ

January 12, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି ।

୨୧ଟି ଜିଲ୍ଲାର ଜିଲ୍ଳା ପରିଷଦ ସଭ୍ୟ ପଦ ପାଇଁ ୯୦୦ରୁ ଅଧିକ ପାର୍ଥୀପତ୍ର ଦାଖଲ ହୋଇଥିବା ବେଳେ ସରପଞ୍ଚ ପାଇଁ ୮୮୦୪ଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି ।

କଂଗ୍ରେସ ଓ ବିଜେଡ଼ି ଉଭୟ ୮୫୪ ଲେଖାଏଁ ଜିଲ୍ଲା ପରିଷଦ ସଭ୍ୟ ଆସନରେ ପ୍ରାର୍ଥୀ ଦେଇଥିବା
ବେଳେ ବିଜେପି ୮୨୧ଟି ଆସନରେ ପ୍ରାର୍ଥୀ ଦେଇଥିବା ଜଣାପଡ଼ିଛି ।

ତେବେ ରାୟଗଡା ଜିଲ୍ଲାର ୧୩ଟି ପଞ୍ଚାୟତ, କାଶୀପୁରର ୧୨ଟି ଓ କଲ୍ୟାଣପୁରର ଗୋଟିଏପଞ୍ଚାୟତରେ କେହି ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତି ।

ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ସ୍ଥାନଗୁଡ଼ିକରେ ଶୁକ୍ରବାର ନାମାଙ୍କନ ପତ୍ରଗୁଡ଼ିକୁ ଯାଞ୍ଚ କରାଯିବ ଏବଂ ୧୬ତାରିଖରେ ପ୍ରାର୍ଥଙ୍କ ନାମ ତାଲିକା ପ୍ରକାଶ ପାଇବ ।

ଫେବୃୟାରୀ ୧୧ରୁ ୧୯ ପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଜିଲ୍ଳା ପରିଷଦ, ପଞ୍ଚାୟତ ନିର୍ବାଚନ

ବିଜେଡ଼ିର ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବିଜେପିରେ

January 5, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୫(ଓଡ଼ିଶା ଡ଼ଟ୍ କମ୍) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିକଟତର ହୋଇଆସୁଥିବା ବେଳେ ବିଜେଡ଼ିର ପୂର୍ବତନ ଭଦ୍ରକ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି ।

ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସଭାପତି ଅକ୍ଷୟ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ତିହିଡ଼ି ବ୍ଲକ ୭ନମ୍ବର ଜୋନ୍ ରେ ପୂର୍ବତନ ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟା ତଥା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅପର୍ଣ୍ଣା ସ୍ୱାଇଁ ତାଙ୍କର ବହୁ ସମର୍ଥକଙ୍କ ଯୋଗ ଦେଇଛନ୍ତି ।

ସେହିପରି ଧାମନଗର ବ୍ଲକ କଟସାହି ଗ୍ରାମ ପଞ୍ଚାୟତର ସୁକାନ୍ତ ମିଶ୍ର ଉତ୍କଳ ଭାରତ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବାବେଳେ ବାସୁଦେବପୁର ବ୍ଲକ ଜଗନ୍ନାଥପ୍ରସାଦ ଗ୍ରାମ ପଞ୍ଚାୟତର କଂଗ୍ରେସ ନେତା ସୁଧାକର ବଦଳ ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପଞ୍ଚାୟତ ନିର୍ବାଚନ, ବିଜେଡ଼ି, ବିଜେପି

ବିପିଏଲ୍ ସର୍ଭେ ସ୍ଥଗିତ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

December 31, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୩୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ସାତଟି ଜିଲ୍ଲାରେ ଚାଲିଥିବା ନୂତନ ବିପିଏଲ୍ ସର୍ଭେ କାର୍ଯ୍ୟ ସ୍ଥଗିତ ରଖିବାକୁ ରାଜ୍ୟ ନିର୍ବାଚନ କମିଶନ ଶନିବାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକଙ୍କ ସାମାଜିକ ଓ ଆର୍ଥିକ ମାନଦଣ୍ଡକୁ ନେଇ ଏହି ସର୍ଭେ କରାଯାଉଥିବାରୁ ଏହା ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବାର ଆଶଂକା ଥିବା କମିଶନ ପକ୍ଷରୁ କୁହାଯାଇଛି ।

ଏ ସଂପର୍କରେ ସର୍ଭେ ଚାଲିଥିବା ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି ଏବଂ କନ୍ଧମାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ନିର୍ବାଚନ ଆଚରଣବିଧି ବଳବତର ଥିବା ପର୍ଯ୍ୟନ୍ତ ସର୍ଭେ ସ୍ଥଗିତ ରଖିବାକୁ କମିଶନ କହିଛନ୍ତି । ଫେବୃୟାରୀ ୧୧ରୁ ୧୯ ପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।

ଗତ ନଭେମ୍ବର ୧୪ ଠାରୁ ଏହି ସାତଟି ଜିଲ୍ଲାରେ ନୂତନ ବିପିଏଲ୍ ସର୍ଭେ ଆରମ୍ଭ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପଞ୍ଚାୟତ ନିର୍ବାଚନ, ବିପିଏଲ୍ ସର୍ଭେ

ବିଧାନସଭା ଶୀତକାଳୀନ ଅଧିବେଶନ ଶେଷ

December 24, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିର୍ଦ୍ଧାରିତ କାର୍ଯ୍ୟିବସର ଛଅଦିନ ପୂର୍ବରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ ହୋଇଛି ।

ଶନିବାର ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ଶୀତକାଳୀନ ଅଧିବେଶନ ଶେଷ କରିବାକୁ ପ୍ରାୟ ସବୁ ଦଳର ବିଧାୟକମାନେ ଦାବି କରିଥିଲେ ।

ପ୍ରଥମେ ବିଧାୟକ ଅମରପ୍ରସାଦ ଶତପଥୀ ଓ କଳ୍ପତରୁ ଦାସ ଏକ ପ୍ରସ୍ତାବ ଆଗତ କରିଥିଲେ ଏବଂ ପରେ ଅନ୍ୟ ବିଧାୟକମାନେ ଏହାକୁ ସମର୍ଥନ କରିଥିଲେ ।

ସଂସଦୀୟ ବ୍ୟପାର ମନ୍ତ୍ରୀ ରଘୁନାଥ ମହାନ୍ତି ସଂଖ୍ୟାଧିକ ସଭ୍ୟଙ୍କ ମତାମତ ଦୃଷ୍ଟିରୁ ବାଚସ୍ପତି ଗୃହର କାର୍ଯ୍ୟକ୍ରମକୁ ଶେଷ କରନ୍ତୁ ବୋଲି କହିଥିଲେ । କିନ୍ତୁ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ ।

ପରେ ସରକାରୀ ଦଳ ମୁଖ୍ୟ ସଚେତକ ରବି ପାଣି ଗୃହ ବନ୍ଦ କରିବା ପାଇଁ ଏକ ପ୍ରସ୍ତାବ ଆଣିଥିଲେ । ବାଚସ୍ପତି ପ୍ରଦୀପ ଅମାତ ଏହି ପ୍ରସ୍ତାବ ଉପରେ ଭୋଟିଂ କରି ତାହାକୁ ଗ୍ରହଣ କରିଥିଲେ ଏବଂ ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ।

ଚଳିତ ଅଧିବେଶନ ଗତ ୧୨ ତାରିଖ ଠାରୁ ଆରମ୍ଭ ହୋଇଥିଲା ଏବଂ ତାହା ଡିସେମ୍ବର ୩୧ ତାରିଖ
ପର୍ଯ୍ୟନ୍ତ ଚାଲିବାକୁ ଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପଞ୍ଚାୟତ ନିର୍ବାଚନ, ବିଧାନସଭା, ବିଧାୟକ, ଶୀତକାଳୀନ ଅଧିବେଶନ

ଫେବୃୟାରୀ ୧୧ରୁ ୧୯ ପଞ୍ଚାୟତ ନିର୍ବାଚନ

December 24, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୨୦୧୨ ଫେବୃୟାରୀ ୧୧ରୁ ୧୯ ତାରିଖପର୍ଯ୍ୟନ୍ତ ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।

ଫେବୃୟାରୀ ୧୧, ୧୩, ୧୫, ୧୭ ଓ ୧୯ ତାରିଖରେ ପାଞ୍ଚଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତହେବ ବୋଲି ଶନିବାର ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜାନୁୟାରୀ ୭ରୁ ୧୨ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ୧୩ ତାରିଖରେ ଯାଞ୍ଚ ଏବଂ ୧୮ ତାରିଖଦିନ ତିନିଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ କମିଶନ, ପଞ୍ଚାୟତ ନିର୍ବାଚନ

ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ ବିଜ୍ଞପ୍ତି

December 23, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରକାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜଗତସିଂହପୁର ଜିଲ୍ଲା ଏର୍ସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡ଼ମେମ୍ବର ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ଏହି ନିର୍ବାଚନ ହେବ ବୋଲି ଶୁକ୍ରବାର ଏହି ବିଜ୍ଞପ୍ତି ଜାରି କରାଯାଇଛି ।

ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତିକୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇଦିଆଯାଇଛି । ଫଳରେ କମିଶନ ଯେକୌଣସି ସମୟରେ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ କରିପାରନ୍ତି ।

ଏହି ବ୍ୟବସ୍ଥାରେ ପାଞ୍ଚବର୍ଷକୁ ଥରେ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଳା ପରିଷଦ, ୱାର୍ଡ଼ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ କରାଯାଇଥାଏ ।

୨୦୦୭ ଫେବୃୟାରୀ-ମାର୍ଚ୍ଚ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଓ ନିର୍ବାଚିତ ପ୍ରତିନିଧି ମାନଙ୍କର ଅବଧି ଆସନ୍ତା ମାର୍ଚ୍ଚ ୨୦୧୨ଦ୍ୱିତୀୟ ସପ୍ତାହ ସୁଦ୍ଧା ସମାପ୍ତ ହେଉଥିବାରୁ ତା ପୂର୍ବରୁ ନିର୍ବାଚନ ପାଇଁପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ବିଧାନସଭାରେ କହିଛନ୍ତି ।

ଡ଼ୁଙ୍ଗୁରିପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ଗ୍ରାମପଞ୍ଚାୟତ ଗୁଡ଼ିକର ସରପଞ୍ଚ ନିର୍ବାଚନ ପାଇଁ ସୋନପୁର ଜିଲ୍ଲାପାଳ ସ୍ଥାନ ଆରକ୍ଷଣ କରି ବିଜ୍ଞପ୍ତି ଜାରି କରିଛନ୍ତି । ମାତ୍ର ଏହି ଆରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଏକ ମାମଲା ଦାୟର ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ କମିଶନ, ପଞ୍ଚାୟତ ନିର୍ବାଚନ

ପଞ୍ଚାୟତ ନିର୍ବାଚନ: ଭୋଟିଂମେସିନ୍ ବଦଳରେ ବ୍ୟାଲେଟ ପେପର

December 16, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ହେବାକୁଥିବା ପଞ୍ଚାୟତ ନିର୍ବାଚନରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ ବଦଳରେ ବ୍ୟାଲେଟ ପେପର ବ୍ୟବହାର କରିବାକୁ ରାଜ୍ୟ ନିର୍ବାଚନ କମିଶନ ନିଷ୍ପତି ନେଇଛନ୍ତି ।

ଭୋଟରମାନେ ବ୍ୟାଲେଟ ପେପରରେ ମୋହର ମାରି ଭୋଟ୍ ବାକ୍ସରେ ପକାଇବେ ବୋଲି ଶୁକ୍ରବାର ଅନୁଷ୍ଠିତ ଏକ ସର୍ବଦଳୀୟ ବୈଠକରେ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

ସେହିପରି ପ୍ରାର୍ଥୀ ମାନଙ୍କ ନିର୍ବାଚନ ଖର୍ଚ୍ଚ ଦୁଇ ଗୁଣ ବୃଦ୍ଧି କରାଯାଇଥିବା ବେଳେ ଜାତି ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

ୱାର୍ଡମେମ୍ବରଙ୍କ ପାଇଁ ନାରଙ୍ଗି, ସରପଞ୍ଚଙ୍କ ପାଇଁ ସବୁଜ, ସମିତିସଭ୍ୟଙ୍କ ପାଇଁ ହଳଦିଆ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଧଳା ରଙ୍ଗର ବ୍ୟାଲେଟ ପେପର କରାଯିବ ।

ନିର୍ବାଚନରେ ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀମାନେ ୩୦ ହଜାର ଟଙ୍କା, ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀମାନେ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।

ନିର୍ବାଚନ ପରେ ପ୍ରାର୍ଥୀମାନେ ଖର୍ଚ୍ଚର ବିବରଣୀ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି ।

ସେହିପରି ନିର୍ବାଚନ ପ୍ରଚାରରେ ସରପଞ୍ଚ ଏବଂ ସମିତିସଭ୍ୟ ପ୍ରାର୍ଥୀମାନେ ଗୋଟିଏ ଚାରି ଚକିଆ ଯାନ ଓଦୁଇଟି ମଟରସାଇକେଲ, ଜିଲ୍ଲାପରିଷଦ ସଭ୍ୟ ମାନଙ୍କୁଦୁଇଟି ଚାରି ଚକିଆ ଯାନ ଓ ଚାରୋଟି ମଟରସାଇକେଲ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି ।

ଏହି ବୈଠକରେ ବିଜେପି, କଂଗ୍ରେସ, ବିଜେଡି, ସିିପିଆଇ, ସିିପିଏମ,ଏନ୍ସିପି ଓ ଅନ୍ୟ ଦଳର ପ୍ରତିନିଧିମାନେ ଯୋଗଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପଞ୍ଚାୟତ ନିର୍ବାଚନ, ବ୍ୟାଲେଟ

  • « Go to Previous Page
  • Page 1
  • Page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ