• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପାରାଦୀପ

ଯୁଦ୍ଧ ଜାହାଜ ଦେଖିବା ପାଇଁ ପାରାଦୀପରେ ଛାତ୍ରଛାତ୍ରୀଙ୍କ ଭିଡ଼

November 5, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦ୍ରାପଡ଼ା, ନଭେମ୍ବର ୫(ଓଡ଼ିଶା ଡ଼ଟ୍ କମ୍) ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ପାରାଦୀପ ବନ୍ଦରକୁ ଆସିଥିବା ବେଳେ ଏହା ଖେିବା ପାଇଁ ପାରାଦୀପ ବନ୍ଦରରେ ଶନିବାର ଛାତ୍ରଛାତ୍ରୀଙ୍କ ସାଧାରଣ ଲୋକଙ୍କ ଭିଡ଼ ଲାଗିଛି ।

ନୌସେନାର ଛଅଟି ଜାହାଜ ଆଇଏନ୍ଏସ୍ ଐରାବତ, ଆଇଏନ୍ଏସ୍ ଶିବାଲିକ, ଆଇଏନ୍ଏସ୍ ରଣଜିତ୍, ଆଇଏନ୍ଏସ୍ ରଣବୀର, ଆଇଏନ୍ଏସ୍ କାରମୁକ ଏବଂ କୁଠାର ଏଠାରେ ପଂହଁଚିବା ପରେ ସର୍ବସାଧାରଣଙ୍କ ଖେିବା ପାଇଁ ଅନୁମତି ଦିଆଯାଇଛି ।

ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ଧାଡ଼ିରେ ଠିଆ ହୋଇ ଜାହାଜ ଗୁଡ଼ିକୁ ଦେଖିଥିବା ବେଳେ ସେଠାରେ ଥିବା ଅଧିକାରୀମାନେ ଜାହାଜର ବିଭିନ୍ନ ସାମଗ୍ରୀ ତଥା ଯୁଦ୍ଧାସ୍ତ୍ର ବିଷୟରେ ସେମାନଙ୍କୁ ବୁଝାଇଛନ୍ତି ।

ଆମ ସ୍କୁଲର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଏହା ଦେଖିବାର ସୁଯୋଗ ପାଇଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବରୁ ଜାହାଜ ଦେଖିନଥିଲେ ବୋଲି ପାଟକୁରା ସ୍ଥିତ ମନପୁର ଉଚ୍ଚ ପ୍ରାଥମିକ ବ୍ୟିାଳୟର ଅଧ୍ୟକ୍ଷ ରମେଶ ଦାସ କହିଛନ୍ତି ।

ଯୁଦ୍ଧ ଜାହାଜ ଗୁଡ଼ିକ ଦେଖିବା ପରେ ନୌସେନାରେ ଯୋଗ ବୋକୁ ମୁଁ ସ୍ଥିର କରିଛି, କେନ୍ଦ୍ରାପଡ଼ାର ଦଶମ ଶ୍ରେଣୀ ଛାତ୍ର ବସନ୍ତ ସାହୁ କହିଛନ୍ତି ।

ପାରାଦୀପ ତଥା ଏହାର ଆଖପାଖ ଅଂଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ, ତଟରକ୍ଷୀ ବାହୀନୀ, ସାମ୍ରୁିକ ପୋଲିସ ଏବଂ ସିଆର୍ପିଏଫ୍ ଯବାନମାନେ ସୁରକ୍ଷା ବ୍ୟବସ୍ଥା ତାରଖ କରୁଥିବା ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପାରାଦୀପ, ଭାରତୀୟ

ଦୁର୍ଘଟଣାରେ ବାଳକର ମୃତ୍ୟୁ ପରେ ଲୋକଙ୍କ ଭ୍ୟାନ ପୋଡ଼ି

April 23, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଅପ୍ରେଲ ୨୨(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା ପାରାଦୀପରେ ଇଣ୍ଡିଆ ରିଜର୍ଭ ବାଟାଲିଅନ ଭ୍ୟାନ ଧକ୍କାରେ ଶୁକ୍ରବାର ଜଣେ ବାଳକର ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକମାନେ ଭ୍ୟାନ୍ଟିକୁ ପୋଡ଼ି ଦେଇଛନ୍ତି ।

ଲୋକମାନେ ଭ୍ୟାନରେ ନିଅାଁ ଲଗାଇ ଦେବା ସହ ଜଣେ ପୋଲିସ ଅଧିକାରୀଙ୍କୁ ଅପହରଣ କରି ନେଇଯାଇଥିବା ବେଳେ ସେମାନଙ୍କ ଆକ୍ରମଣରେ ଛଅ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ଉତ୍ତ୍ୟକ୍ତ ଲୋକଙ୍କ ଉପରକୁ ପୋଲିସ ଫାଙ୍କା ଗୁଳି ଚଳାଇଥିବା ବେଳେ ଲୋକମାନେ ପୋଲିସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଲୁଟି ନେଇ ଓଲଟା ଗୁଳି ଚଲାଇଥିଲେ ।

ଆହତ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଓ ଅନ୍ୟ ଚାରି ଜଣଙ୍କୁ ପାରାଦୀପ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ରଙ୍ଗିଆଗଡ଼ ଗ୍ରାମର ୧୪ ବର୍ଷ ବୟସ୍କ ଚନ୍ଦନ ବେହେରା ନାମକ ଜଣେ ବାଳକ ନିଜର ସଂପର୍କୀୟ ଘରକୁ ଯାଉଥିବା ବେଳେ ରେଳ ଷ୍ଟେସନ ନିକଟରେ ଆଇଆର୍ବି ବାଟାଲିଅନ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା ଓ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣା ପ୍ରଚାରିତ ହେବା ପରେ ହଜାର ହଜାର ଲୋକ ସେଠାରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ ।ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନ ଅଞ୍ଚଳରେ ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପାରାଦୀପ, ବାଳକ, ମୁଖ୍ୟ ଖବର, ରିଜର୍ଭ

ଡ଼ଙ୍ଗାରେ ଯାଉଥିବା ଚୋରା କିରୋସିନ ଜବତ, ଦୁଇ ଗିରଫ

December 6, 2010 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ପାରାଦୀପ ନିକଟସ୍ଥ ସମୁଦ୍ର ଦେଇ ଡ଼ଙ୍ଗା ସାହାଯ୍ୟରେ ଚୋରାରେ କିରୋସିନ ଚାଲାଣ କରୁଥିବା ବେଳେ ଶନିବାର ସାମୁଦ୍ରିକ ପୋଲିସ ଓ ମତ୍ସ୍ୟ ବିଭାଗ ଅଧିକାରୀମାନେ ୬୬୦୦ ଲିଟର କିରୋସିନ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରୁ ଏହି କିରୋସିନ ଓ ଏଥିରେ ବ୍ୟବହୃତ ଡ଼ଙ୍ଗା ଜବତ କରାଯାଇଥିବା ବେଳେ ପବିତ୍ର ପ୍ରଧାନ ଓ ଛବି ମହାନ୍ତି ନାମକ ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ପୋଲିସ ଗିରଫ କରିଥିବା କନିଷ୍ଟ ମତ୍ସ୍ୟ ଅଧିକାରୀ ସୁବ୍ରତ ଦାସ କହିଛନ୍ତି ।

ଏହି କିରୋସିନ କେଉଁଠାରୁ ଆସୁଛି ଏବଂ କେଉଁ ସ୍ଥାନକୁ ଯାଉଛି ସେ ସଂପର୍କରେ ପଚରାଉଚରା ଜାରି ରହିଥିବା ସେ କହିଛନ୍ତି ।

କେତେକ ମାଫିଆ, ମତ୍ସ୍ୟଜୀବୀଙ୍କ ଏକ ରାଜ୍ୟାକେଟ ପାରାଦୀପ, କେନ୍ଦ୍ରାପଡ଼ା, ଅସ୍ତରଙ୍ଗ ଅଞ୍ଚଳରୁ ଚୋରାରେ କିରୋସିନ ଏବଂ ଦୁଇ ଟଙ୍କିଆ ଚାଉଲ ଆଣି ବାଂଲାଦେଶ କୁ ଚାଲାଣ କରୁଛନ୍ତି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅସ୍ତରଙ୍ଗ, ଡଙ୍ଗା, ପାରାଦୀପ, ମୁଖ୍ୟ ଖବର

  • « Go to Previous Page
  • Page 1
  • Page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ