• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସରକାରୀ

ଅଫିସରଙ୍କ ସହଯୋଗରେ ଖଣି ଦୁର୍ନୀତି: ଶାହା କମିଶନ

December 12, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ସରକାରୀ ଅଧିକାରୀଙ୍କ ବିନା
ସହଯୋଗରେ ଖଣି ଦୁର୍ନୀତି ଅସମ୍ଭବ ବୋଲି ସୋମବାର ଶାହା କମିଶନ ମୁଖ୍ୟ ଏମ୍ବି ଶାହା କହିଛନ୍ତି ।

ଖଣି ଦୁର୍ନୀତି ଉପରେ ସତର୍କ ରହିବାକୁ ସରକାରଙ୍କୁ ପରାମର୍ଶ ଦେବା ସହ ବର୍ତମାନ ସମସ୍ତ ଖଣି
ଶେଷ ନକରି ଭବିଷ୍ୟତ ବଂଶଧରଙ୍କ ପାଇଁ ରଖିବା ଉଚିତ ବୋଲି ସେ ଭୁବନେଶ୍ୱରରେ ଜନଶୁଣାଣି
ଅବସରରେ ସାମ୍ବାଦିକଙ୍କୁ କହିଛନ୍ତି ।

ତେବେ ଦୁର୍ନୀତିରେ ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ସଂପର୍କରେ କୌଣସି ପ୍ରମାଣ ମିଳି ନାହିଁ ବୋଲି ସେ କହିଛନ୍ତି ।

କମିଶନଙ୍କ ଆଠ ଜଣିଆ ପ୍ରତିନିଧି ଦଳ ଆଜି ସକାଳେ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ
ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ, ବ୍ୟକ୍ତି ବିଶେଷ
ଏବଂ ସ୍ୱେଚ୍ଛାସେବୀଙ୍କ ସହ ଆଲୋଚନା କରିଥିଲେ ।

ଗତ ତିନିଦିନ ଧରି କମିଶନଙ୍କ ଏହି ପ୍ରତିନିଧି ଦଳ କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳ ପରିଦର୍ଶନ କରି ଖଣି ଦୁର୍ନୀତିର ତଦନ୍ତ କରିବା ପରେ ରବିବାର କେନ୍ଦୁଝରରେ ଜନଶୁଣାଣି କରିଥିଲେ |

ତେବେ କମିଶନଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟ ମିଳିବା ପରେ ସରକାର ଜବାବ ଦାଖଲ କରିବେ ବୋଲି ମୁଖ୍ୟ
ଶାସନ ସଚିବ ବିଜୟ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଖଣି ଦୁର୍ନୀତି, ସରକାରୀ

ଖରାଛୁଟି ପାଇଁ ମଇ ୨ରୁ ସମସ୍ତ ସ୍କୁଲ ବନ୍ଦ

April 29, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୯(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ମଇ ୨ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକ ଖରା ଛୁଟି ପାଇଁ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଅବଗତି ନିମନ୍ତେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଏସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ୨ରୁ ଜୁନ୍ ୧୬ ପର୍ଯ୍ୟନ୍ତ ସ୍କୁଲ ଗୁଡ଼ିକ ବନ୍ଦ ରହିବ ।

ନିର୍ଦ୍ଦେଶନାମା ପାଳନ କରାନଗଲେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସ୍କୁଲ ଗୁଡ଼ିକ ଖରାଛୁଟି ପରେ ଜୁନ୍ ୧୭ ଖୋଲିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅନୁଦାନପ୍ରାପ୍ତ, ମୁଖ୍ୟ ଖବର, ସରକାର, ସରକାରୀ

ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଗଦା ହେଲା ପୋକରା ଡ଼ାଲି

February 16, 2011 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଦେଖା ଦେଇଥିବା ବହୁ ଚର୍ଚ୍ଚିତ ଡ଼ାଲି ଦୁର୍ନୀତିକୁ ନେଇ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନରଦ୍ୱିତୀୟ ଦିନରେ ମଙ୍ଗଳବାର ମଧ୍ୟ ଗୃହରେ ଝଡ଼ ସୃଷ୍ଟି ହୋଇଛି ।

ବିଜେପିର ପଦାଙ୍କ ଅନୁସରଣ କରି କଂଗ୍ରେସ ବିଧାୟକମାନେ ପୋକରା ତଥା ନିମ୍ନ ମାନର ଡ଼ାଲିକୁ ଗୃହ ମଝିରେ ପ୍ରଦର୍ଶନ କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଗଦା କରିଛନ୍ତି ।

ସେମାନେ ହୋହାଲ୍ଲା କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ ଗୃହରେ ଅଚଳାବସ୍ଥା ଦେଖାଦେବାରୁ ବାଚସ୍ପତି ବାରମ୍ବାର ମୁଲତବୀ ଘୋଷଣା କରିଥିଲେ ।

ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧି ଦଳ ନେତା ଭୂପିନ୍ଦର ସିଂହ ନିଜ ଆସନରେ ଛିଡ଼ା ହୋଇ କିଛି କହିବାକୁ ଚାହିଁଥିଲେ ମାତ୍ର ବାଚସ୍ପତି ଏଥିପ୍ରତି ଦୁଷ୍ଟି ନେଇ ଏନ୍ସିପି ସଭ୍ୟ ଅମର ପ୍ରସାଦ ସତପଥୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ କୃଷି ମନ୍ତ୍ରୀଙ୍କୁ ଡ଼ାକିଥିଲେ ।

ରାଉତ ତାଙ୍କ ଉତ୍ତର ଦେଉଥିବା ବେଳେ କଂଗ୍ରେସ ଦଳର କେତେକ ବିଧାୟକ ହାତରେ ଡ଼ାଲି ଭର୍ତ୍ତି ପତର ପ୍ଲେଟ ଧରି ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ ।

ଏହି ସମୟରେ ବିରୋଧି ଦଳ ନେତା ଛିଡ଼ା ହୋଇ ଡ଼ାଲି ଦୁର୍ନୀତି ଉପରେ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।

ହୋହାଲ୍ଲା ଓ ସରକାରୀ ବିରୋଧି ସ୍କୋଗାନ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜାରି ରହିଥିଲା । ବିଜେପିର କନକ ବର୍ଦ୍ଧନ ସିିଂଦେଓ, ପ୍ରତାପ ଷଡ଼ଙ୍ଗୀ, ଏନ୍ସିପିର ନବୀନ ନନ୍ଦ ଓ ଅରବିନ୍ଦ ଢାଲି ପ୍ରମୁଖ ଆଲୋଚନାରେ ଭାଗ ନେଇଥିବା ବେଳେ କୃଷି ମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ସେମାନଙ୍କର ଉତ୍ତର ଦେଇଥିଲେ ।

କଂଗ୍ରେସ ସଭ୍ୟ ଦେବୀ ପ୍ରସନ୍ନ ଚାନ୍ଦ ଓ ଅନୁପ ସାଏ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ସଂଗୃହୀତ ପୋକରା ଡ଼ାଲିକୁ ଗଦା କରିଥିଲେ । ପ୍ରଥମେ ବାଚସ୍ପତି ଏଗୁଡ଼ିକୁ ଦେଖନ୍ତୁ ଓ ପରେ ଏନେଇ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ କରନ୍ତୁ ବୋଲି ସେମାନେ ଦାବି କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଦୁର୍ନୀତି, ବାଚସ୍ପତି, ମୁଖ୍ୟ ଖବର, ସରକାରୀ

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମାଗଣାରେ ସାଇକେଲ

January 4, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ମାଗଣାରେ ସାଇକେଲ ଯୋଗାଇ ବୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର   ଘୋଷଣା କରିଛନ୍ତି ।

ରାଜ୍ୟରେ ମହିଳା ସାକ୍ଷରତା ହାର ବଢାଇବା ଦିଗରେ ଏହି ପଦକ୍ଷେପ ସହାୟକ ହେବ । ଏହା୍ଦ୍ୱାରା ୧ ଲକ୍ଷ ୭୭ ହଜାର ଛାତ୍ରୀ ଉପକୃତ ହେବେ, ସେ କହିଛନ୍ତି ।

ଅନୁସୂଚିତ ଅଞ୍ଚଳର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବ୍ୟିାଳୟ ମାନଙ୍କରେ ଦଶମ ଶ୍ରେଣୀରେ ପଢୁଥିବା ତଫସିଲଭୁକ୍ତ ଜାତି/ଉପଜାତି ଛାତ୍ର ମାନଙ୍କୁ ମଧ୍ୟ ସାଇକେଲ ଯୋଗାଇ ଦିଆଯିବ ।

ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରୀ ମାନଙ୍କୁ ବର୍ତ୍ତମାନ ମାଗଣାରେ ସ୍କୁଲ ପୋଷାକ ଦିଆଯାଉଥିବା ବେଳେ   ଅନୁସୂଚିତ ଅଞ୍ଚଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଙ୍କୁ ମଧ୍ୟ ସ୍କୁଲ ପୋଷାକ ଯୋଗାଇ ଦିଆଯିବ । ଏହା  ଆଗାମୀ ଶିକ୍ଷାବର୍ଷ ଠାରୁ କାର୍ଯ୍ୟକାରୀ କରାଯିବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ସରକାରୀ, ସ୍କୁଲ

ବିଶ୍ୱସ୍ତରୀୟ ରେଳଷ୍ଟେସନ ପାଇଁ ସରକାର ଦାବୀ କରିନାହାନ୍ତି: ରୁଦ୍ର

November 25, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦ ଦାତା

ନୂଆଦିଲ୍ଲୀ, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର କୌଣସି ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇ ନାହାନ୍ତି ବୋଲି ରେଳ ରାଷ୍ଟ୍ରମନ୍ତ୍ରୀ କହିଥିବା ସାଂସଦ ରୁଦ୍ର ପାଣି କହିଛନ୍ତି ।

ଗତ ୧୯ ତାରିଖରେ ମନ୍ତ୍ରୀ ଅହମଦ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହା କହିଛନ୍ତି । ସେ ପଚାରିଥିବା ଲିଖିତ ଉତ୍ତର ଦେଇ ଅହମଦ କହିଛନ୍ତି ଯେ ଭୁବନେଶ୍ୱର ଓ ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ ଭାବରେ ବିକସିତ କରିବା ପାଇଁ ବଜେଟ୍ ରେ ଘୋଷିତ ହୋଇଥିଲା ।

ଏହି କାର୍ଯ୍ୟ ଘରୋଇ ସରକାରୀ ଭାଗିଦାରୀରେ କରିବା ପାଇଁ ସ୍ଥିର କରାଯାଇଛି । କେନ୍ଦ୍ର ଉପରେ ଅଯଥା ଦୋଷାରୋପ କରି ଶସ୍ତା ରାଜନୀତି କରୁଥିବା ନବୀନ ସରକାରଙ୍କ ପ୍ରକୃତ ସ୍ୱରୂପ ଏହାଦ୍ୱାରା ପଦାରେ ପଡ଼ିଯାଇଛି ବୋଲି ପାଣି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର ଓ ପୁରୀ ରେଳ ଷ୍ଟେସନ, ମୁଖ୍ୟ ଖବର, ସରକାରୀ

  • « Go to Previous Page
  • Page 1
  • Page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ