ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ, ଅକ୍ଟୋବର ୩୧ (ଓଡିଶା ଡଟ କମ) ପ୍ରସିଦ୍ଧ ଫେସନ ଇ-କମର୍ଷ ୱେବ ସାଇଟ ‘ଜବଙ୍ଗ ଡଟ କମ ପୂର୍ବତନ ବେନେଟୋନ ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ତଥା ଜଣାଶୁଣା ପ୍ରବାସୀ ଓଡିଆ ସଂଜୀବ ମହାନ୍ତିଙ୍କୁ ଏହାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାବେ ନିଯୁକ୍ତ କରିଛନ୍ତି ।
ସେ ଆସନ୍ତା ଡିସେମ୍ବରରେ ନିଜ ଦାୟିତ୍ଵ ଗ୍ରହଣ କରିବେ ।
ସେଣ୍ଟ ଜେଭିଆର ସ୍କୁଲ ବୋକାରୋରୁ ବିଜ୍ଞାନରେ ଇନଟରମିଡିଏଟ ତଥା ରେଭେନସା କଲେଜରୁ ବାଣିଜ୍ୟରେ ୧୯୯୩ ମସିହାରେ ଡିଗ୍ରୀ ହାସଲ କରିଥିବା ସଂଜୀବ ନେସନାଲ ଇନଷ୍ଟିଚ୍ୟୁଟ ଅଫ ଫେସନ ଟେକ୍ନୋଲୋଜିରୁ ସ୍ନାତ୍ତକୋତ୍ତର ହାସଲ କରିଛନ୍ତି ।
ଭାରତରେ ବେନେଟୋନକୁ ସଫଳତାର ସହ ସ୍ଥାପନ କରିବା ସହ ଉକ୍ତ କମ୍ପାନୀର ବ୍ୟବସାୟକୁ ନିଜର ଏଗାର ବର୍ଷ କାର୍ଯ୍ୟକାଳ ମଧ୍ୟରେ ଦେଶର ଶ୍ରେଷ୍ଠ ଫେସନ ବ୍ରାଣ୍ଡ ଭାବେ ଛିଡା କରି ତୋଳିବାରେ ତାଙ୍କର ମୁଖ୍ୟ ଭୂମିକା ରହିଛି ।
ଓଡିଶା ଡଟ କମ

ଗୁରୁବାର ସେ ଦିଲ୍ଲୀରେ ପହଞ୍ଚି ଥିଲେ । ସେଠାରେ ପହଞ୍ଚିଲା ପରେ ଗଣମାଧ୍ୟମ ଆଗରେ ଅପହରଣ ସମୟର ଅନୁଭୂତି ବର୍ଣ୍ଣନା କରି କିପରି ଓ କାହିଁକି ସେହି ଆତଙ୍କବାଦୀ ସଂସ୍ଥା ଅପହରଣ କରିଥିଲେ ଓ କିଭଳି ସେ ମୁକ୍ତି ପାଇଲେ, ସେ ସବୁ ଲୋମହର୍ଷଣ କଥା ବର୍ଣନା କରିଥିଲେ ।
ଲଳିତାଙ୍କ ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଜର ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଲଳିତା ଏହି ସଫଳତା ସହ କେବଳ ରାଜ୍ୟ ନୁହେଁ ସମଗ୍ର ଦେଶକୁ ଗୌରବାନ୍ଵୀତ କରିଛନ୍ତି ବୋଲି କହିଛନ୍ତି ନବୀନ ।
ଭାରତୀୟ କୃଷି ଗବେଷଣା ସଂସ୍ଥା ବା ଇଣ୍ଡିଆନ ଏଗ୍ରିକଲ୍ଚରାଲ ରିସର୍ଚ ଇନ୍ସଟିଚ୍ୟୁଟ- ଆଇଏ ଆରଆଇ) କୃଷି ତଥା କୃଷକଙ୍କ ଉନ୍ନତି ପାଇଁ କାମ କରୁଥିବା ଦେଶର ଏକ ଅଗ୍ରଣୀ ସରକାରୀ ଗବେଷଣା ସଂସ୍ଥା ।
ଏମାନଙ୍କ ମଧ୍ୟରେ ସବୁଠୁ କନିଷ୍ଠ କିନ୍ତୁ ନିଜ ନିଷ୍ଠା ଯୋଗୁଁ ଅଳ୍ପ ସମୟ ଭିତରେ ଏକ ନିଜସ୍ୱ ଧାରା ପ୍ରସ୍ତୁତ କରିଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ର ।
ମଧୁଲିତା ଜଣେ ଉଦୀୟମାନ ନୃତ୍ୟ ସଂରଚିକା ଭାବରେ ତାଙ୍କର ପ୍ରଥମ ‘ଜନସମ୍ମୋହିନୀ ପଲ୍ଲବୀ’ ଏହି ଅବସରରେ ପରିବେଷଣ କରିଥିଲେ । ମାଧ୍ବୀ ମୁଦ୍ଗଲ୍ ଗୁରୁ କେଳୁଚରଣ ମହାପାତ୍ରଙ୍କ ଅନ୍ୟତମ ସାର୍ଥକ ସୃଷ୍ଟି । ଗତ ଚାଳିଶ ବର୍ଷ ଧରି ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ମାଧ୍ବୀ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଆସିଛନ୍ତି । ପଦ ଚାଳନା, ଗତି, ଭଙ୍ଗୀ ଓ ଲାସ୍ୟର ପରିବେଷଣରେ ମାଧ୍ବୀଙ୍କ ନିଜସ୍ୱ ଶୈଳୀ ରହିଛି ।
‘ଡନ ଆଣ୍ଡ ଡସ୍କ’ରେ,ସେ “ଜନ୍ମରୁ ମୃତ୍ୟୁ ବା ଏନ୍ତୁଡିଶାଳରୁ ମଶାଣି ପର୍ଯ୍ୟନ୍ତ ମଣିଷ ଜୀବନର ଯାତ୍ରା ସମ୍ପର୍କରେ ବର୍ଣନା କରିଥିବା ବେଳେ ତାଙ୍କ କବିତା ଗୁଡିକରେ ପ୍ରେମ ଓ ପ୍ରକୃତିକୁ ନେଇ ଛୋଟ ଛୋଟ ଅନୁଭବର ବର୍ଣନା ଶୈଳୀ ପାଠକର ପ୍ରାଣକୁ ଆନ୍ଦୋଳିତ କରେ ।
ଯେତେବେଳେ ବିବେକର କଥାରୁହେ ସେତେବେଳେ ମଣିଷର ବିଜୟ ହୁଏ ଓ ଯେତେବେଳେ ମନର କଥା ରୁହେ ସେତେବେଳେ ମଣିଷ ତା’ର ମନ ଆଗରେ ହାର ମାନି ମୁଣ୍ଡ ପାତି ଥାଏ ।

ପରିଶେଷରେ ଦୋକାନର ଆଗ ଧାଡିରେ ସଜା ହୋଇଥିବା ପାତ୍ରଟି କ୍ରମଶଃ ଏକ କୋଣରେ ପଡି ରହେ । ତା’ଉପରେ ଧୂଳିର ଏକ ଆସ୍ତରଣ ପଡି ଚାଲେ। ଦିନେ ହଠାତ ପ୍ରଚଣ୍ଡ ଘଡଘଡି ଓ ବିଜୁଳି ସହ ପ୍ରବଳ ବେଗରେ ପବନ ବହି ବର୍ଷା ମାଡି ଆସେ ।
ଭୁଟାନରେ ଏକ ସରକାରୀ ଉଚ୍ଚବିଦ୍ୟାଳୟରେ ଗଣିତରେ ଶିକ୍ଷକତା କରୁଥିବା ରାଉରକେଲାର ସୋମ୍ୟରଞ୍ଜନ ପଣ୍ଡାକୁ ୧୯୯୯ ମସିହାରେ ଜୀବନ ସାଥିରୁପେ ଗ୍ରହଣ କରିବା ପରେ ତାନ୍ନି ୨୦୦୨ ମସିହାରୁ ଭୂଟାନର ତେନ୍ଦୁକ ସହରରେ ଥିବା ଏକ ସିନିଅର ସେକେଣ୍ଡାରୀ ସ୍କୁଲରେ ଇଂରାଜୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିଆସୁଛନ୍ତି।
ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିବା ପରିଡା ହେଉଛନ୍ତି ଅରୁଣାଚଳ ପ୍ରଦେଶ -ଗୋଆ-ମିଜୋରାମ ଓ କେନ୍ଦ୍ର ଶାସିତ ଅଞ୍ଚଳ କ୍ୟାଡରର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ।

