• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟ ଖବର

ଛଅ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

November 21, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ଭୁବନେଶ୍ୱର ୨୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଦୁଇଟି ଜିଲ୍ଲାରେ ଛଅ ଜଣ ମାଓବାଦୀ ଶନିବାର ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।

ବିଭିନ୍ନ ଅପରାଧରେ ସଂପୃକ୍ତ ପାଞ୍ଚ ଜଣ ମାଓବାଦୀ ରାୟଗଡ଼ା ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଳମ୍ର କମାଣ୍ଡର ।

ସେହିପରି ଯାଜପୁର ଜିଲ୍ଲାରେ ମାଓବାଦୀ ନେତା ସୁଶୀଲ ଗ୍ୟାଙ୍ଗର ସଦସ୍ୟ ପୀତାମ୍ବର ଟୁଡ଼ୁ ଜିଲ୍ଲା ପୋଲିସ ମୁଖ୍ୟଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ତା ବିରୁଦ୍ଧରେ ତିନୋଟି ହତ୍ୟା ମାମଲା ସହ ନଅଟି ମାମଲା ରହିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆତ୍ମସମର୍ପଣ, ଭୁବନେଶ୍ୱର, ମାଓବାଦୀ, ମୁଖ୍ୟ ଖବର, ରାୟଗଡ଼ା ଜିଲ୍ଲା

ଓଡ଼ିଆ ଯୁବ ଶିଳ୍ପଦ୍ୟୋଗୀ ସାଗର ମହାନ୍ତିଙ୍କୁ ପୁରସ୍କାର

November 21, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ସିଟିଜନ ଇଣ୍ଟିଗ୍ରେସନ ପିସ୍ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀ ଠାରେ ଆୟୋଜିତ”ଇନ୍ଦିରା ଗାନ୍ଧୀଙ୍କ କର୍ମ ଓ ଜୀବନ ବିଷୟ” ଉପରେ ଜାତୀୟ ଆଲୋଚନାଚକ୍ର ଅବସରରେ ଓଡ଼ିଆ ଯୁବ ଶିଳ୍ପଦ୍ୟୋଗୀ ସାଗର ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି ।

ଇନ୍ଦିରା ଗାନ୍ଧୀଙ୍କ ୯୨ ତମ ଜନ୍ମ ତିଥି ଉପଲକ୍ଷେ ଶୁକ୍ରବାର ଆୟୋଜିତ ଉତ୍ସବରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବ୍ୟକ୍ତିଗତ ସଫଳତା ଓ ରାଷ୍ଟ୍ରସେବାରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ “ଇନ୍ଦିରା ଗାନ୍ଧୀ ସ୍ଭାବନା ପୁରସ୍କାର ୨୦୧୦”ରେ ସମ୍ମାନିତ କରାଯାଇଛି ।

ସିକିମ୍ ର ପୂର୍ବତନ ରାଜ୍ୟପାଳ ଚୌଧୁରୀ ରଣଧୀର ସିଂହ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତାମିଲନାଡ଼ୁର ରାଜ୍ୟପାଳ ଭୀଷ୍ମ ନାରାୟଣ ସିଂହ ମହାନ୍ତିଙ୍କୁ ସମ୍ମାନିତ କରିଛନ୍ତି ।

ମହାନ୍ତି ଭୁବନେଶ୍ୱର ସ୍ଥିତ ନେକ୍ସେସ୍ ଟେକ୍ନୋୱେର ସୋଲୁ୍ୟସନ ପ୍ରା. ଲିମିଟେଡ଼ (ଏନ୍ଟିଏସ୍ପିଏଲ୍)ର ପରିଚାଳନା ନିଦେ୍ର୍ଧଶକ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଆ ଯୁବ ଶିଳ୍ପଦ୍ୟୋଗୀ, ଭୁବନେଶ୍ୱର, ମୁଖ୍ୟ ଖବର

ଏସୀୟ କ୍ରୀଡ଼ାରେ ଓଡ଼ିଶାର ପ୍ରତିମା, ପ୍ରମିଳାଙ୍କୁ ବ୍ରୋଞ୍ଚ

November 20, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ଚୀନର ଗ୍ୱାଙ୍ଗଝୌ ଠାରେ ଚାଲିଥିବା ୧୬ ତମ ଏସୀୟ କ୍ରୀଡ଼ାର ରୋଇଂ ନୌ-ଚାଳନାରେ ପ୍ରଥମ ଭାରତୀୟ ଭାବେ ଓଡ଼ିଶାର ପ୍ରତିମା ପୁହାଣ ଓ ପ୍ରମିଳା ମିଞ୍ଜ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି ।

ଏସୀୟ କ୍ରୀଡ଼ାର ମହିଳା ବିଭାଗରେ ଭାରତ ପ୍ରଥମ ଥର ପାଇଁ ପଦକ ପାଇଛି ।

କଟକ ଜିଲ୍ଲା ଜଗତପୁରର ପ୍ରତିମା ଓ ସୁନ୍ଦରଗଡ଼ କାଂଶବାହାଲର ପ୍ରମିଳା “କକଲେସ୍ ପେୟାର” ଇଭେଣ୍ଟରେ ୭ ମିନିଟ ୪୭ ସେକେଣ୍ଡରେ ଦୁଇ ହଜାର ମିଟର ଅତିକ୍ରମ କରି ଏହି ବିଜୟ ହାସଲ କରିଛନ୍ତି ।

ସେମାନଙ୍କ ସଫଳତା ପାଇଁ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଉଭୟ କ୍ରୀଡ଼ାବିତ୍ ଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି ।

“ରୋଇଂ ପାଇଁ ଏହା ଏକ ଐତିହାସିକ ମୁହୁର୍ତ୍ତ । କେବଳ ଓଡ଼ିଶା ନୁହେଁ ଭାରତ ପାଇଁ ଏମାନେ ଗୌରବ ଆଣିଛନ୍ତି । ଉଭୟେ ଦୀର୍ଘ ଦିନଧରି କଠିନ ପରିଶ୍ରମ କରୁଥିଲେ ଓ ଏସୀଡୟ କ୍ରୀଡ଼ା ପାଇଁ ରୋଇଂ ଦଳକୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥିଲା” କୋଚ୍ ଜୋସ ଜ୍ୟାକବ କହିଛନ୍ତି ।

ପ୍ରଶିକ୍ଷଣ ଶିବିରରେ ସେମାନେ ଦୈନିକ ୧୨ରୁ ୧୫ ଘଣ୍ଟା ପରିଶ୍ରମ କରୁଥିଲେ । ପରିଶ୍ରମର ଫଳ ମିଳିଛି ବୋଲି ସେ କହିଛନ୍ତି ।

କଟକ ମହାନଗର ନିଗମ ଅନ୍ତର୍ଗତ ପୋଡ଼ାବର ଗ୍ରାମର ସନାତନ ଓ ସଂଯୁକ୍ତା ପୁହାଣଙ୍କ ସାନ ଝିଅ ପ୍ରତିମା ଓ ରାଜଗାଙ୍ଗପୁର ଅନ୍ତର୍ଗତ ବଡ଼ ନୂଆଗାଁର ଯୋସେଫ୍ ମିଞ୍ଜଙ୍କ ଝିଅ ପ୍ରମିଳା ପଦକ ଜିତିଥିବାରୁ ଉଭୟଙ୍କ ଗ୍ରାମରେ ଆନନ୍ଦର ଲହରୀ ଖେଳିଯାଇଛି ।

ତୁଳସୀ ଦାସ ମଠରୁ ପାଠ ପଢା ଆରମ୍ଭ କରିଥିବା ପ୍ରତିମା ଭୈରପୁରର ଭଗବତୀ ବିଦ୍ୟାପୀଠରେ ସପ୍ତମ ଶ୍ରେଣୀ ପରୀକ୍ଷା ଦେବାପରେ ଜଗତପୁର ଠାରେ ଥିବା ରୋଇଂ କ୍ରୀଡ଼ାରେ ଯୋଗ ଦେବା ପାଇଁ ଆବେଦନ କରିଥିଲେ ।

ଏଠାରେ ନିଷ୍ଠାର ସହ ଶିକ୍ଷା ଲାଭ କରି ମାତ୍ର ଚାରି ମାସ ମଧ୍ୟରେ ତାମିଲନାଡ଼ୁରେ ଏକ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ । ବିଭିନ୍ନ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ସେ ସିଙ୍ଗାପୁର, ଫ୍ରାନ୍ସ, ସୁଇଜରଲ୍ୟାଣ୍ଡ, ହଂକଂ ଆଦି ଯାଇ ୨୦ରୁ ଉର୍ଦ୍ଧ୍ଵ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ।

ସେହିପରି ପ୍ରମିଳାଙ୍କ ପରିବାର ସମସ୍ତ ଭାଇ ଭଉଣୀ ଜଣେ ଜଣେ ଖେଳାଳୀ । ବଡ଼ଭାଇ ରଜତ ହକିରେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରି ବର୍ତ୍ତମାନ ରେଳ ବିଭାଗରେ କାର୍ଯ୍ୟରତ ।

ପ୍ରମିଳା ସେଣ୍ଟମ୍ୟାରୀ ସ୍କୁଲରେ ପଢୁଥିବା ବେଳେ ସାଇ ପାଇଁ ମନୋନୀତ ହୋଇଥିଲେ । ସେ ୨୦୦୯ରେ ଜୁନିଅର ଏସିଆଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଏସୀୟ କ୍ରୀଡ଼ା, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଓଡ଼ିଆ ଯୁବ ଶିଳ୍ପଦ୍ୟୋଗୀ ସାଗର ମହାନ୍ତିଙ୍କୁ ପୁରସ୍କାର

November 20, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପୁରୀରେ ଏକ କ୍ଷୁଦ୍ର ବିମାନ ବନ୍ଦର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ରାଉରକେଲାରେ ସେଲର ଏକ କ୍ଷୁଦ୍ର ବନ୍ଦର ଥିବା ବେଳେ ଝାରସୁଗୁଡ଼ା ଠାରେ ଦୀର୍ଘଦିନରୁ ଏକ ବିମାନବନ୍ଦର ଅଛି । ତାହାର ପୁନରୁଦ୍ଧାର କରାଯାଉଛି । ସେହିପରି ଭାବେ ପର୍ଯ୍ୟଟକ ମାନଙ୍କ ସୁବିଧା ନିମନ୍ତେ ପୁରୀଠାରେ ଏକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ଚିନ୍ତା କରୁଛନ୍ତି ବୋଲି ଶୁକ୍ରବାର ସିଆଇଆଇ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏ ସଂପର୍କରେ ଖୁବ୍ଶୀଘ୍ର ବିଧିବଦ୍ଧ ନିଷ୍ପତ୍ତି ନିଆଯିବ । ଏହି ବିମାନ ବନ୍ଦର ନିର୍ମାଣ ହେଲେ ବିଶ୍ୱର ବିଭିନ୍ନ କୋଣରୁ ପର୍ଯ୍ୟଟକମାନେ ସିଧାସଳଖ ପୁରୀକୁ ଆସିବା ପାଇଁ ସୁଯୋଗ ପାଇବେ, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କ୍ଷୁଦ୍ର ବିମାନ ବନ୍ଦର, ପର୍ଯ୍ୟଟକ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ବିଭାଗ ଉପରୁ ମାମଲା ଚାପ କମାଇବା ପାଇଁ ନିଦେ୍ର୍ଧଶ

November 20, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ସରକାରଙ୍କ ବିଭିନ୍ନ ବିଭାଗରେ ରହିଥିବା ମାମଲା ଗୁଡ଼ିକ କାର୍ଯ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ଏହି ଚାପ କମାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।

ଶୁକ୍ରବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ବିଭିନ୍ନ ବିଭାଗରେ ରହିଥିବା ମାମଲା ଉପରେ ଆଲୋଚନା ହୋଇଥିଲା ।

ବୈଠକରେ ସୂଚନା ଅନୁଯାୟୀ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୨୦ ହଜାର, ସ୍ୱାସ୍ଥ୍ୟ ବିଭାଗରେ ୭ ହଜାର ଏବଂ ଉଚ୍ଚଶିକ୍ଷା ବିଭାଗରେ ୨ ହଜାରରୁ ଉର୍ଦ୍ଧ୍ଵ ମାମଲା ରହିଛି ।

ଏହାବ୍ୟତୀତ ଅନ୍ୟ ବିଭାଗରେ ମଧ୍ୟ ଅନୁରୂପ ମାମଲା ରହିଥିବାରୁ ବିଭାଗୀୟ ସମନ୍ୱୟ ମାଧ୍ୟମରେ ଏ ଗୁଡ଼ିକରେ ସମାଧାନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି ।

ଅନ୍ୟ ପକ୍ଷରେ ଯେଉଁ ମାମଲା ସୁପ୍ରିମକୋର୍ଟରେ ଚାଲିଛି ସେଗୁଡ଼ିକର ପରିଚାଳନା ଯେପରି ସଠିକ୍ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ସରକାର

ରାଜ୍ୟର ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ସିଆଇଆଇର ପ୍ରସ୍ତାବ

November 19, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ସିଆଇଆଇ ପୂର୍ବାଞ୍ଚଳର ପ୍ରତିନିଧି ଦଳ ତଥା ବିଭିନ୍ନ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଓଡ଼ିଶାର ବିକାଶ କ୍ଷେତ୍ରରେ ସହଯୋଗ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

ବିକାଶ ପାଇଁ ସିଆଇଆଇ ଏକ ଭିଜନ ୨୦୨୨ ପ୍ରସ୍ତୁତ କରିଛି । ଏଥିରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ, ଶିକ୍ଷା, କୃଷି, ପରିବେଶ ପ୍ରଭୃତି କ୍ଷେତ୍ରରେ କାମ କରିବା ପାଇଁ ଯୋଜନା ରହିଛି ।

ବାଲେଶ୍ୱରରେ ଏକ ଦକ୍ଷତା କେନ୍ଦ୍ର କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ଯେଉଁ କ୍ଷେତ୍ରରେ ଅଧିକ ନିଯୁକ୍ତି ହେବାର ସମ୍ଭାବନା ରହିଛି ସେ ବିଷୟରେ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ ।

ଭୁବନେଶ୍ୱରରେ ବର୍ଷା ଜଳ ଅମଳ, ଜଳ ସଂରକ୍ଷଣ, ଗ୍ରୀନ ବସଷ୍ଟାଣ୍ଡ, ଆବର୍ଜନା ପରିଚାଳନା, ଶକ୍ତି ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯିବ । ସେହିପରି ବିଭିନ୍ନ ସ୍ଥାନର ସ୍କୁଲ କ୍ଲଷ୍ଟର, ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

କଳାହାଣ୍ଡି, ବଲାଙ୍ଗୀର ଭଳି ପଛୁଆ ଜିଲ୍ଲାର ବିକାଶ ପାଇଁ “ଜିଲ୍ଲା ବିକାଶ” ଯୋଜନା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ପ୍ରତିନିଧି ଦଳ ସୂଚନା ଦେଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ଵର, ମୁଖ୍ୟ ଖବର, ସିଆଇଆଇ

ଶିଶୁ ନିର୍ଯ୍ୟାତନା ବିରୁଦ୍ଧରେ ମାନବଶୃଙ୍ଖଳ

November 19, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାାତା

ଭୁବନେଶ୍ୱର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ବିରୁଦ୍ଧରେ ଭୁବନେଶ୍ୱରରେ ଶୁକ୍ରବାର ଶିଶୁ ନିର୍ଯ୍ୟାତନା ବିରୋଧ ଦିବସ ପାଳନ ଅବସରରେ ଏକ ମାନବଶୃଙ୍ଖଳ କରାଯିବା ସହ ଦସ୍ତଖତ ସଂଗ୍ରହ କରାଯାଇଛି ।

ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଆୟୋଜିତ ଏକ ସଭାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଶିଶୁ ମାନଙ୍କ ଅଧିକାରର ସୁରକ୍ଷା ପାଇଁ ସଙ୍ଖଳିତ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି ସଭାରେ ଉପସ୍ଥିତ ଅତିଥିମାନେ କହିଥିଲେ ।

ଆଜିର ସମାଜରେ ବହୁତ ବଡ଼ପଣ୍ଡା ଅଛନ୍ତି ଯେଉଁମାନେ ଆଦର୍ଶର କଥା କହୁଛନ୍ତି ମାତ୍ର ଶିଶୁ ମାନଙ୍କୁ ଶ୍ରମିକ ଭାବେ ଖଟାଇବା ସହିତ ନିର୍ଯ୍ୟାତନା ଦେବାକୁ ପଛାନ୍ତି ନାହିଁ ବୋଲି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶକ୍ତିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ଏମାନଙ୍କୁ ଏବେ ଚିହ୍ନଟ କରିବାର ସମୟ ଆସିଛି । ସ୍ୱେଚ୍ଛାସେବୀ ସଂଗଠନ ଓ ଗଣମାଧ୍ୟମ ପ୍ରତିନିଧିମାନେ ଏହି କାର୍ଯ୍ୟ ସୁଚାରୁ ରୂପେ ନିଭାଇପାରିବେ । ଏହି ପ୍ରୟାସ ସହରାଞ୍ଚଳରେ ସୀମିତ ନରହି ରାଜ୍ୟର ଅଣୁକୋଣରେ ପହଞ୍ଚିବା ଆବଶ୍ୟକ, ସେ କହିଛନ୍ତି ।

ସେହିପରି ବିଭିନ୍ନ କ୍ଷେତ୍ରରେ ଚାଲିଥିବା ଶିଶୁ ନିର୍ଯ୍ୟାତନାର ବିଲୋପ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଉପସ୍ଥିତ ବ୍ୟକ୍ତିମାନେ କହିଥିଲେ ।

ଶିଶୁ ମାନଙ୍କ ଉପରେ ନିର୍ଯ୍ୟାତନା ହେବା ଓ ସେମାନଙ୍କୁ ସୁରକ୍ଷା ଦେଇନପାରିବା ସମସ୍ତଙ୍କ ପାଇଁ ଲଜ୍ୟାର ବିଷୟ ବୋଲି ଏଥିରେ ଯୋଗଦେଇ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ।

ବରିଷ୍ଠ ସାମ୍ବାଦିକ ପ୍ରଦେଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ରାଜ୍ୟ ସମାଜ ମଙ୍ଗଳ ଉପଷ୍ଟୋ ବୋର୍ଡ଼ର ସୁଲତା ଦେଓ, ଆଥ୍ଲେଟ୍ ଅନୁରାଧା ବିଶ୍ୱାଳ, ଶିଶୁ ଅଧିକାର ପ୍ରସାଦର ଆମ୍ବାସଡ଼ର ଆଙ୍କାକ୍ଷା କବି ଓ ସମାଜସେବୀ ଶଶାଙ୍କ ପାଢୀ ପ୍ରମୁଖ ଯୋଗ ଦେଇଥିଲେ ।

ପିକକ୍ ସଂପାଦକ ରଞ୍ଜନ ମହାନ୍ତି ଶିଶୁ ନିର୍ଯ୍ୟାତନା ଦିବସ ପାଳନର ଆବଶ୍ୟକତା ଉପରେ ସୂଚନା ଦେଇଥିବା ବେଳେ ନିଦେ୍ର୍ଧଶିକା ଅନୁରାଧା ମହାନ୍ତି ଅତିଥି ପରିଚୟ କରାଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଗଣମାଧ୍ୟମ, ଭୁବନେଶ୍ୱର, ମୁଖ୍ୟ ଖବର, ଶିଶୁ ନିର୍ଯ୍ୟାତନା, ସ୍ୱେଚ୍ଛାସେବୀ ସଂଗଠନ

ଲୋକପ୍ରିୟ ନୃତ୍ୟ କାର୍ଯ୍ୟକ୍ରମର ଫାଇନାଲରେ ଭାଇ, ଭଉଣୀ

November 19, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ହେମନ୍ତ ରାଉତ

ବାଲେଶ୍ୱର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ଲୋକଙ୍କ ମଧ୍ୟରେ ଅପରିଚିତ ଥିବା ବାଲେଶ୍ୱର ଜିଲ୍ଲାର ଭାଇ ଭଉଣୀ ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ମନୋରଂଜନ କାର୍ଯ୍ୟକ୍ରମର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରବେଶ କରିଥିବା ଘୋଷଣା ହେବା ପରେ ସେମାନେ ସମସ୍ତଙ୍କ ନିକଟରେ ପରିଚିତ ହୋଇପାରିଛନ୍ତି ।

ରୋହିତ ଚୌଧୁରୀ, ୧୧ ଓ ତାଙ୍କ ଭଉଣୀ ଅଭିପ୍ସା, ୧୩ ଓଡ଼ିଶାର ଲୋକପ୍ରିୟ ନୃତ୍ୟ କାର୍ଯ୍ୟକ୍ରମ ଝୁମ୍ ଓଡ଼ିଶା ଝୁମ୍(ଜୁନିୟର) ପ୍ରତିଯୋଗୀତାର ଚରମ ପର୍ଯ୍ୟାୟରେ ଅଂଶ ଗ୍ରହଣ କରିଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ସେମାନଙ୍କ ପାଖକୁ ନିମନ୍ତ୍ରଣର ସୁଅ ଛୁଟିଛି ।

ଫାଇନାଲରେ ଅଂଶ ଗ୍ରହଣ କରିଥିବା ଛଅ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଏମାନେ ଦୁଇ ଜଣ କେବଳ ଭାଇ ଓ ଭଉଣୀ । ଏହା ପୂର୍ବରୁ ଉଭୟେ କୌଣସି ମଞ୍ଚରେ ଅଭିନୟ ନକରି ଏଭଳି ସଫଳତା ପାଇଥିବାରୁ ସେମାନଙ୍କ ବାପା ମା’ ଗର୍ବଅନୁଭବ କରିଛନ୍ତି ।

“ଗତ ବର୍ଷ ନଭେମ୍ବର ୨୮ରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ହୋଇଥିବା ଅଡ଼ିସନ୍ ଦିନଠାରୁ ସେମାନେ ଭଲ ପ୍ରଦର୍ଶନ କରିଆସିଛନ୍ତି । ସେମାନଙ୍କ ସଫଳତାରେ ଆମେ ବେଶ୍ ଗର୍ବିତ । ସମଗ୍ର ରାଜ୍ୟରେ ଆମକୁ ସେମାନେ ପରିଚିତ କରାଇଛନ୍ତି” ବାପା ରାଜେଶ କୁମାର ଚୌଧୁରୀ କହିଛନ୍ତି ।

ବାଲେଶ୍ୱର ସ୍ଥିତ ମହର୍ଷୀ ବିଦ୍ୟାମନ୍ଦିରରେ ଅଭିପ୍ସା ଷ୍ଟାଣ୍ଡାର୍ଡ଼ ୮ରେ ପଢୁଥିବା ବେଳେ ରୋହିତ ଷ୍ଟାଣ୍ଡାର୍ଡ଼ ୭ରେ ପଢୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ବାଲେଶ୍ୱର, ଭଦ୍ରକ, ଯାଜପୁର, ବାରିପଦା, କଟକ, ଢେଙ୍କାନାଳ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଓ ବାଣିବିହାର, କୃପାଜଳ ଇଂଜିନିୟରିଂ କଲେଜ ପରିସରରେ ମଧ୍ୟ ନୃତ୍ୟ ପରିବେଷଣ କରିଛନ୍ତି, ମା’ ମୌସୁମୀ ଚୌଧୁରୀ କହିଛନ୍ତି ।

ହିନ୍ଦୁସ୍ଥାନୀ ସଂଗୀତରେ ଦ୍ଵୀତୀୟ ବର୍ଷର ଛାତ୍ରୀ ଅଭିପ୍ସା ଆଇଏଏସ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ରୋହିତ କ୍ରିକେଟ ଖେଳିବାକୁ ଭଲ ପାଆନ୍ତି । ଏହି ସଫଳତା ପାଇଁ ସେମାନେ ବିକେ ଡ଼୍ୟାନ୍ସ ଗୃପର ରାଜେଶ ପ୍ରଧାନଙ୍କୁ ଶ୍ରେୟ ଦେଇଛନ୍ତି ।

“ଆମେ କଠିନ ପରିଶ୍ରମ କରି ନିୟମିତ ଅଭ୍ୟାସ ଜାରି ରଖିଥିଲୁ ଏବଂ ବିଚାରକ ମଣ୍ଡଳୀଙ୍କ ଉପଦେଶ ଅନୁସାରେ କଳା ପ୍ରଦର୍ଶନ କରିଥିଲୁ । ଆମେ ଆମର କାର୍ଯ୍ୟ କରିଛୁ ବର୍ତ୍ତମାନ ଲୋକଙ୍କ ଏସ୍ଏମ୍ଏସ୍ ଭୋଟ୍ ଉପରେ ଏହା ନିର୍ଭର କରୁଛି । ଆମକୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରୁଛୁ” ସେମାନେ କହିଛନ୍ତି ।

ରାଜ୍ୟରେ ଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାରେ ଚ୍ୟାନେଲ କର୍ତ୍ତୃପକ୍ଷଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରୁଛୁ, ବାପା ମା’ କହିଛନ୍ତି । ଉଭୟଙ୍କୁ ଭୋଟ୍ ଦେଇ ଏହି କାର୍ଯ୍ୟକ୍ରମରେ ବିଜୟୀ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି ।

ଏମାନଙ୍କ କୋଡ଼୍ ୦୬ ଓ ମୋବାଇଲରେ ଜେଓଜେଆର୍ ରେ ଟାଇପ କରି ୫୪୯୯୯୨୩କୁ ଏସ୍ଏମ୍ଏସ୍ କରିବାକୁ ଅନୁରୋଧ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଝୁମ୍ ଓଡ଼ିଶା ଝୁମ୍, ବାଲେଶ୍ୱର ଜିଲ୍ଲା, ମୁଖ୍ୟ ଖବର

ବସ୍ କାର୍ ମୁହାଁମୁହିଁ, ଦୁଇ ମୃତ, ୪୦ ଆହତ

November 19, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପଦା, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ମୟୁରଭଞ୍ଜ ଜିଲ୍ଲାର ଏକ ସ୍ଥାନରେ ଶୁକ୍ରବାର ଘରୋଇ ଯାତ୍ରୀବାହି ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି ।

୬୦ ଜଣ ଯାତ୍ରୀଙ୍କୁ ନେଇ ବସ୍ଟି ଠାକୁରମୁଣ୍ଡାରୁ କରଞ୍ଜିଆ ଯାଉଥିବା ବେଳେ କାଡ଼ିହା ଠାରେ ବୀପରିତ ଦିଗରୁ ଆସୁଥିବା କାର ସହ ଧକ୍କା ହୋଇଥିଲା ।

ଫଳରେ ବସ୍ ରେ ଥିବା ଦୁଇ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆହତ ଯାତ୍ରୀ ମାନଙ୍କୁ କରଞ୍ଜିଆ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କରଞ୍ଜିଆ ଡ଼ାକ୍ତରଖାନା, ବାରିପଦା, ମୟୁରଭଞ୍ଜ ଜିଲ୍ଲା, ମୁଖ୍ୟ ଖବର, ଯାତ୍ରୀବାହି ବସ୍ ଓ ଧକ୍କା

ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାର କାର୍ଯ୍ୟ ତଦନ୍ତ ହେବ

November 18, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ କାର୍ଯ୍ୟ କରୁଥିବା ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସ ଗୁଡ଼ିକର କାର୍ଯ୍ୟର ତଦନ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ମାନ୍ୟତାପ୍ରାପ୍ତ ଅଗ୍ରଣୀ ବ୍ୟାଙ୍କ ଗୁଡ଼ିକ ଯେଉଁ ତଥ୍ୟ ପ୍ରଦାନ କରୁଛନ୍ତି ତାହା ଉପରେ ଅର୍ଥମନ୍ତ୍ରୀ ସନ୍ଦେହ ପ୍ରକଟ କରିଛନ୍ତି ।

ମାଇକ୍ରୋ ଫାଇନାନ୍ସ ସଂସ୍ଥା ଗୁଡ଼ିକ ସରକାରୀ ନିର୍ଦ୍ଦେଶନାମାର ଉଲଂଘନ କରୁଥିବାରୁ ଏକ କମିଟି ମାଧ୍ୟମରେ ତାହାର ତଦନ୍ତ କରାଯିବ ବୋଲି ରାଜ୍ୟ ସ୍ତରୀୟ ବ୍ୟାଙ୍କରସ୍ ସମିତିର ୧୨୧ ତମ ବୈଠକରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ କହିଛନ୍ତି ।

ଫାଇନାନ୍ସ ସଂସ୍ଥା ଗୁଡ଼ିକ ଅତିବେଶୀରେ ୨୮ ପ୍ରତିଶତ ସୁଧ ଲାଗୁ କରିପାରିବେ ବୋଲି ସରକାର ସ୍ପଷ୍ଟ ଭାବରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମାତ୍ର ସେମାନେ ତାହାକୁ ମାନୁ ନାହାନ୍ତି ।

ଏପରିକି ସେମାନେ ଶହେରୁ ଅଧିକ ପ୍ରତିଶତ ସୁଧ ଆାୟ କରୁଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

ନିଜ ପାଖରେ ଥିବା ମୋଟ ଜମା ରାଶିର ଅନ୍ୟୁନ ୬୦ ପ୍ରତିଶତ ଋଣ ଆକାରରେ ପ୍ରଦାନ କରିବାକୁ ରିଜର୍ଭ ବ୍ୟାଙ୍କ ବିଧିବଦ୍ଧ ଭାବେ ନିର୍ଦ୍ଧାଣ କରିଥିଲେ ହେଁ ତାହାକୁ ବହୁ ବ୍ୟାଙ୍କ ପାଳନ କରୁନାହାନ୍ତି ଓ ଖୋଲା ଖୋଲି ଅନିଚ୍ଛା ପ୍ରକାଶ କରୁଛନ୍ତି ।

ଏ ଗୁଡ଼ିକ ମଧ୍ୟରେ ୧୪ଟି ଜାତୀୟକରଣ ବ୍ୟାଙ୍କ, ୫ଟି ଘରୋଇ ବ୍ୟାଙ୍କ ଏବଂ ୩ଟି ଗ୍ରାମ୍ୟ ବ୍ୟାଙ୍କ ଅନ୍ତର୍ଭୁକ୍ତ । ଏହି ବୈଠକରେ ୟୁକୋ ବ୍ୟାଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଏକ ପୁସ୍ତିକାରେ ଏହା ଦର୍ଶାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ମୁଖ୍ୟ ଖବର

  • « Go to Previous Page
  • Page 1
  • Interim pages omitted …
  • Page 261
  • Page 262
  • Page 263
  • Page 264
  • Page 265
  • Interim pages omitted …
  • Page 269
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ