• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟ ଖବର

ଆର୍ଥିକ ଅସମାନତା ଓଡ଼ିଶା ବିକାଶର ପ୍ରତିବନ୍ଧକ

July 25, 2005 by ନିଉଜ ଡେସ୍କ Leave a Comment

ରାଉରକେଲା,ଜୁଲାଇ ୨୫(ଓଡିଶା ଡ଼ଟ୍ କମ୍), ଶାରୀରିକ ଅକ୍ଷମତା ସତ୍ତ୍ୱେ ଆମେରିକାରେ ଏକ ଉଚ୍ଚ ପଦବୀ ପାଇଁ ମନୋନୀତ ହୋଇଥିବା ଓଡ଼ିଶାର ପାର୍ଥସାରଥୀ ମହାପାତ୍ର

୩୪ ବର୍ଷ ବୟସ୍କ ଡଃ. ପାର୍ଥ ସାରଥୀ ମହାପାତ୍ର । ଜନ୍ମସ୍ଥାନ ଓଡିଶାର ଇସ୍ପାତ ନଗରୀ ରାଉରକେଲା ସହର । ପିଲାଟି ବେଳରୁ ପୋଲିଓରେ ତାଙ୍କର ଡାହାଣ ଗୋଡଟି ହୋଇଯାଇଛି ସଂପୂର୍ଣ୍ଣ ଅକାମୀ । ତେବେ ତାଙ୍କର ଅନ୍ତଃର୍ନିହିତ ପ୍ରତିଭା ଆଗରେ ମୁଣ୍ଡ ନୁଆଁଇଛି ଶାରିରୀକ ଅକ୍ଷମତା ।

ଅଦମ୍ୟ ଇଚ୍ଛାଶକ୍ତି ଏବଂ ଅସୁମାରୀ ଦୁଃସାହାସକୁ ପାଥେୟ କରି ଅତିକ୍ରମ କରିବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଛାତ୍ର ଜୀବନରୁ ବିଭିନ୍ନ ଶ୍ରେଣୀରେ କୃତିତ୍ୱର ସହ ପାସ୍ କରି ଆସିଛନ୍ତି ଗୌରବର୍ଣ୍ଣର ଏହି ଯୁବକ ଜଣକ ।

ସହରର ଦୀପା ଇଂରାଜୀ ମିଡିଅମ୍ ସ୍କୁଲ୍ରୁ ଯୁକ୍ତ ଦୁଇ ଶିକ୍ଷା ସାରିବା ପରେ ରିଜିଓନାଲ ଇଂଜିନିୟରିଂ କଲେଜରୁ ଧାତବ ବିଜ୍ଞାନରେ ଡିଗ୍ରୀ ଏବଂ ପରେ ଭୁବନେଶ୍ୱର ଜାଭିଅର୍ ଇନଷ୍ଟିଚ୍ୟୁଟ ରୁ ହାସଲ କରିଥିଲେ ଫାଇନାନ୍ସ ଏଣ୍ଡ ଇନଫରମେସନ୍ ସିଷ୍ଟମ୍ ରେ ଏମ୍ବିଏ ଡିଗ୍ରୀ ।

କୋଲକତାସ୍ଥିତ ପ୍ରାଇସ୍ୱାଟର୍ ହାଉସ୍ (କୁପର୍)ରେ ଏସୋସିଏଟ୍ କନ୍ସଲ୍ଟାଣ୍ଠଭାବେ ପ୍ରଥମ ଚାକିରୀ । କିଛି ଦିନ ପରେ ହାଇଦ୍ରାବାଦର ଆଇସିଏଫ୍ଏଆଇ ଅନୁଷ୍ଠାନରେ ଅଧ୍ୟାପନା ।

ଆମେରିକାର କେଣ୍ଟୁକି ରାଜ୍ୟର ଲେକ୍ସିଙ୍ଗ୍ଟନ୍ ସହରରେ ଥିବା କେଂଣ୍ଟୁକି ବିଶ୍ୱବିଦ୍ୟାଳୟରେ ବିଜନେସ୍ ଏଡମିନିଷ୍ଟ୍ରେସନରେ ଡକ୍ଟରେଟ୍ କରି ସାରିବାପରେ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖରେ ସହକାରୀ ପ୍ରଫେସର ଭାବେ ଆମେରିକାର ମ୍ୟାରୀଲ୍ୟାଣ୍ଡ ରାଜ୍ୟର ବାଲ୍ଟିମୋରରେ ମୋରଗାନ୍ ଷ୍ଟେଟ୍ ୟୁନିଭରସିଟିରେ ଯୋଗ ଦେବେ ।

“ଶାରିରୀକ ଅକ୍ଷମତା ମୋ’ଜୀବନରେ ନାନା ପ୍ରତିବନ୍ଧକ ସୃଷ୍ଟି କରିଛି, ହେଲେ ତାହା ମୋତେ ଲକ୍ଷ୍ୟପଥରୁ ଭ୍ରଷ୍ଟ କରିବାକୁ ସକ୍ଷମ ହୋଇନାହିଁ” ଓଡିଶା ଡଟ୍ କମ୍ କୁ ଏକ ସାକ୍ଷାତକାରରେ କହନ୍ତି ମହାପାତ୍ର ।

ଅବିବାହିତ ମହାପାତ୍ରଙ୍କ ପିତା ଜଗନ୍ନାଥ ମହାପାତ୍ର ଜଣେ କଷ୍ଟ୍ ଏକାଉଣ୍ଟେଣ୍ଟ ଓ ମା ମନୋରମା ମହାପାତ୍ର ଗୃହିଣୀ । ତିନି ଭାଇ ଓ ଚାରି ଉଭଣୀ । ବଡଭାଇ ଦେବାଶିଷ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ବିଭାଗରେ କାମ କରନ୍ତି । ଦ୍ୱିତୀୟ ଭାଇ ସିଦ୍ଧାର୍ଥ ଜଣେ ରାଜନେତା ଓ ବ୍ୟବସାୟୀ ଏବଂ ପାର୍ଥ ସବା ସାନ ।

ଚାରି ଭଉଣୀ ହେଲେ ଯଥାକ୍ରମେ ମିନତୀ, ଆରତୀ, ସୁଜାତା ଓ ସବିତା । ସେମାନଙ୍କ ମଧ୍ୟରୁ ମିନତୀ, ଅତୀତରେ ସାଇକେଲ ଚାଳନା ଲାଗି ମର୍ଯ୍ୟଦାଜନକ ଅର୍ଜୁନ ପୁରସ୍କାର ପାଇଛନ୍ତି ।

“ଯୁକ୍ତ ଦୁଇ ପଢିବା ପର୍ଯ୍ୟନ୍ତ ଯେଉଁ ସ୍କୁଲରେ ପଢୁଥିଲି ସେଠାରେ ସବୁ ଶ୍ରେଣୀ ତଳ ମହଲାରେ ହେଉଥିଲା ତେଣୁ କୌଣସି ବିଶେଷ ଅସୁବିଧାର ସମ୍ମୁଖୀନ ମୁଁ ହେଉ ନଥିଲି । ତେବେ ପରବର୍ତ୍ତୀ ସମୟ ଗୁଡିକରେ ସମସ୍ୟା କଷ୍ଟକର ହୋଇପଡିଥିଲା” ବୋଲି କହନ୍ତି ସଙ୍ଗୀତ ସମେତ ବହୁବିଧ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ମହାପାତ୍ର ।

ଇଂଜିନିୟରିଂ ଶ୍ରେଣୀ ଗୁଡିକ ଚତୁର୍ଥ ମହଲାରେ ହେଉଥିଲା ଓ ଏହା ମୋ ନିମନ୍ତେ ଅତ୍ୟନ୍ତ ପୀଡାଦାୟୀ ଥିଲା । ମୁଁ ଚାହେଁ କୌଣସି ବ୍ୟକ୍ତି ଶାରିରୀକ ଅକ୍ଷମ ନ ହୁଅନ୍ତୁ । ଯଦି ବି କୌଣସି କାରଣରୁ ହୁଅନ୍ତି ତେବେ ସେମାନେ ମୋ ଭଳି କୌଣସି ସମସ୍ୟା ନ ଭୋଗନ୍ତୁ ।

ଦେଶ ଏବଂ ଦେଶ ବାହାରେ ଛାତ୍ର ଜୀବନରେ ବହୁ ପୁରସ୍କାର ଏବଂ ସମ୍ମାନ ଲାଭ କରିଥିବା ମହାପାତ୍ରଙ୍କ ସହ ଓଡ଼ିଶା ଡ଼ଟ୍ କମ୍ ର ଅନ୍ତରଙ୍ଗ ସାକ୍ଷାତକାରର କିୟଦଂଶ………………..

ଶାରୀରିକ ଅକ୍ଷମତା ସତ୍ତ୍ୱେ ଆପଣ ଭାରତ ଛାଡ଼ି ଆମେରିକା କାହିଁକି ଗଲେ?

୧୯୯୪ ମସିହାରେ ଇଂଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ମୁଁ ଚାକିରୀ ଲାଗି ବିଭିନ୍ନ ସାକ୍ଷାତକାର ଦେଇଥିଲି । ଏପରିକି ସେଲ୍ ରେ କାର୍ଯ୍ୟ କରିବା ଲାଗି ମୋର ଚୟନ ମଧ୍ୟ ହୋଇଥିଲା । ତେବେ ଶାରିରୀକ ଅକ୍ଷମତା ଦୃଷ୍ଟିରୁ ସୁଯୋଗ ପାଇବାରୁ ବଞ୍ଚିତ ହେଲି ।

ଅବଶ୍ୟ ଏବେ ସେଲ୍ ସମେତ ବିଭିନ୍ନ ସଂସ୍ଥାରେ ଶାରିରୀକ ଅକ୍ଷମମାନଙ୍କୁ ନିଯୁକ୍ତି ଦିଆାଯାଉଛି । ସେତେବେଳେ ଦୁର୍ଭାଗ୍ୟବଶତଃ ସେହି ସୁବିଧା ନଥିଲା । ମୁଁ ଚିନ୍ତା କଲି ମତେ ଇଂଜିନିୟରିଂରେ ଚାକିରୀ ମିଳିବ ନାହିଁ । ତେଣୁ ଜାଭିୟରରେ ନାଁ ଲେଖାଇଥିଲି ।

୧୯୯୫-୯୭ ମଧ୍ୟରେ ଫାଇନାନ୍ସ ଓ ଇନଫରମେସନ୍ ସିଷ୍ଟମ୍ ରେ ଏମ୍ବିଏ କରି ସାରିବାପରେ ମତେ କ୍ୟାମ୍ପସ ରିକ୍ରୁଟମେଣ୍ଟ ଜରିଆରେ ପ୍ରାଇସ୍ ୱାଟର୍ ହାଉସ୍ ରେ ଆସୋସିଏଟ୍ କନସଲ୍ଟାଣ୍ଟଭାବେ ଚାକିରୀ ମିଳିଗଲା ।

୧୯୯୮ କୋଲକତା ଛାଡି ହାଇଦ୍ରାବାଦର ଆଇସିଏଫ୍ଏଆଇ ବିଜିନେସ ସ୍କୁଲରେ ଅଧ୍ୟାପନା ଦାୟିତ୍ୱ ନେଇ ୨୦୦୦ ମସିହା ପର୍ଯ୍ୟନ୍ତ ସେଠାରେ ରହିଥିଲି । ତେବେ ସେତେବେଳକୁ ମୋ ଭିତରେ ଆହୁରି ଉଚ୍ଚଶିକ୍ଷା ଲାଗି ଆଶା ଜାଗ୍ରତ ହୋଇଥିଲା ।

ୟୁନିଭରସିଟି ଅଫ କେଣ୍ଟ କୀରେ ବିଜିନେସ୍ ଆଡ୍ମିନିଷ୍ଟ୍ରେସନରେ ଡକ୍ଟରେଟ୍ କରିବା ପାଇଁ ମୋତେ ସମସ୍ତ ପ୍ରକାର ଆର୍ଥିକ ସହାୟତା ମିଳିଥିଲା । ସେଥିପାଇଁ ମୁଁ ଆମେରିକାର ଲେକ୍ସିଙ୍ଗ୍ଟନ୍ ଆସିଲି । ବୋଧ ହୁଏ ଏହା ମୋ ପାଇଁ ଭଗବାନଙ୍କ ଏକ ଆଶୀର୍ବାଦ ।

ଡକ୍ଟରେଟ୍ ସଂପୂର୍ଣ୍ଣ କରିବା ପରେ ଏବେ ଆମେରିକାର ମ୍ୟାରିଲ୍ୟାଣ୍ଡ ପ୍ରୋଭିନ୍ସର ବାଲ୍ଟିମୋରରେ ଥିବା ମୋର୍ଗାନ ଷ୍ଟେଟ୍ ୟୁନିଭରସିଟିରେ ଆସିଷ୍ଟାଣ୍ଟ ପ୍ରଫେସରଭାବେ ନିଯୁକ୍ତି ମିଳିଛି ।

ଶାରୀରିକ ଅକ୍ଷମତା ଆପଣଙ୍କ ବ୍ୟକ୍ତିଗତ ବିକାଶରେ କି ପ୍ରତିବନ୍ଧକ ସୃଷ୍ଠି କରିଛି?

ଯଦି ଆପଣ ଶାରିରୀକ ଅକ୍ଷମ ତେବେ ନିଜେ ହିଁ ନିଜ ପାଇଁ ବ୍ୟବସ୍ଥା କରିବାକୁ ହେବ । ଭାରତୀୟ ଶିକ୍ଷାନୁଷ୍ଠାନ ଗୁଡିକରେ ସ୍ୱତନ୍ତ୍ର ସିଢି କିମ୍ବା ଲିଫ୍ଟ ବ୍ୟବସ୍ଥା ନାହିଁ । ମୋ ପାଇଁ ଏଥିନିମନ୍ତ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନଥିଲା । ସ୍କୁଲ ଏବଂ କଲେଜରେ ପାଠ ପଢିବାବେଳେ ମୁଁ ଏକମାତ୍ର ଶାରୀରିକ ଅକ୍ଷମ ଛାତ୍ର ଥିଲି ।

ମୁଁ ଅନୁଭବ କରିଛି ଏହା କେତେ ବେଦନା ଦାୟକ ।

ତେବେ ଆମେରିକାରେ ରହୁଥିବା ଶାରିରୀକ ଅକ୍ଷମମାନେ ଏଭଳି ସମସ୍ୟାର ସମ୍ମୁଖିନ ହୋଇନଥାନ୍ତି । ସେମାନଙ୍କ ନିମନ୍ତେ ସେଠାକାର ଶିକ୍ଷାୟତମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୋଟାମୋଟି କହିବାକୁ ଗଲେ ଆମେରିକାଠାରୁ ଭାରତ ୪୦ବର୍ଷ ପଛରେ ରହିଛି ।

ଆମ ଦେଶରେ ଜଣେ ଶାରିରୀକ ଅକ୍ଷମ ଯେ କୌଣସି ସ୍ଥାନକୁ ଗଲେ ତାକୁ ନାନା ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ । ବସ୍ ରେ ସେମାନଙ୍କ ନିମନ୍ତେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ଏପରିକି ଆପଣ ସାଥିରେ ହ୍ୱିଲ୍ ଚେୟାର ନେଇପାରିବେ ନାହିଁ ।

ରେଳରେ ଯାତ୍ରାବେଳେ ଶାରିରୀକ ଅକ୍ଷମମାନେ ଅନୁରୂପ ବାଧାବିଘ୍ନର ସମ୍ମୁଖିନ ହୋଇଥାନ୍ତି । ଅଫିସ, ପ୍ଲାଟ୍ଫର୍ମ, ଏୟାରପୋର୍ଟ ଯେଉଁଠିକୁ ଗଲେ ବି ସେମାନଙ୍କ ନିମନ୍ତେ ଗୋଟିଏ ଇଞ୍ଚ ଯାଗାର ବ୍ୟବସ୍ଥା ନାହିଁ । ଅବଶ୍ୟ ନୂଆଦିଲ୍ଲୀ ଏବଂ ମୁମ୍ବାଇ ଆଦି କେତେକ ସ୍ଥାନର ବିମାନ ବନ୍ଦରଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।

ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମିତ୍ତ ସରକାରୀ କଳର କୌଣସି ଉଦ୍ୟମ ନାହିଁ କିମ୍ବା ସ୍ୱତନ୍ତ୍ର ଥଇଥାନ କେନ୍ଦ୍ରମାନ ମଧ୍ୟ ସ୍ୱାଧିନତାର ପାଞ୍ଚ ଦଶନ୍ଧିପରେ ସ୍ଥାପନ ହୋଇପାରିନି ।

ଶାରୀରିକ ଅକ୍ଷମ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର କି ଯୋଗଦାନ ରହିବ?

ମୁଁ ୟୁ.ଏସ.ରେ ଅନେକ କନଫରେନ୍ସରେ ଯୋଗଦାନ କରିଛି । ସେଠାରେ ଶାରୀରିକ ଅକ୍ଷମମାନଙ୍କୁ ବସ୍ ଯାତାୟତ, ଶିକ୍ଷାନୁଷ୍ଠାନ, ଶିକ୍ଷାଗତ ବୃତ୍ତି ଆଦି କ୍ଷେତ୍ରରେ ମିଳୁଥିବା ସୁବିଧା ସୁଯୋଗ ଭଳି ଆମ ରାଜ୍ୟରେ ମୁଁ ସେମାନଙ୍କ ପାଇଁ ଭୁବନେଶ୍ୱର ଓ ରାଉରକେଲାରେ ବସ୍ ସୁବିଧାର ବ୍ୟବସ୍ଥା କରିବା ଯୋଜନା କରିଛି ।

ଏଠାକାର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶାରୀରିକ ଅକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ଉଚିତ ।

ଓଡିଶାର ମୁଖ୍ୟ ସମସ୍ୟା କ’ଣ ବୋଲି ଆପଣ ଭାବନ୍ତି?

ଓଡିଶା ଆର୍ଥିକ ଦୃଷ୍ଟିକୋଣରୁ ଯେଉଁଭଳି ଭାବେ ବିକାଶସାଧନ କରିବା କଥା ତାହା ବସ୍ତୁତଃ ହୋଇପାରୁନାହିଁ । ଜନସଂଖ୍ୟା ବିସ୍ଫୋରଣ ରାଜ୍ୟର ଅର୍ଥନୈତିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦେଇଛି ।

ରାଜ୍ୟର ଅର୍ଥନୀତି କୃଷି ଉପରେ ନିର୍ଭର କରୁଥିଲେ ହେଁ ଚାଷ ଜମିକୁ ଆଶାନୁରୂପକ ସେଚନ ସୁବିଧା ଯୋଗାଇ ଦିଆଯାଇନାହିଁ । ସୁଚିନ୍ତିତ ଜଳ ଅମଳ ପ୍ରକଳ୍ପ ଅଭାବରୁ କୃଷକମାନେ ଆଜି ମଧ୍ୟ ଚାଷବାସ ଲାଗି ବର୍ଷା ଜଳ ଉପରେ ନିର୍ଭର କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ଅବହେଳାରୁ ରାଜ୍ୟରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇପାରିଲା ନାହିଁ । ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶା ଶିକ୍ଷା କ୍ଷେତ୍ରରେ ବିଶେଷ ଅଗ୍ରଗତି କରିବାକୁ ସକ୍ଷମ ହୋଇନାହିଁ ।

ରାଜନେତାମାନେ ଏଥିପ୍ରତି ସଚେତନ ନୁହନ୍ତି । ତେଣୁ ରାଜ୍ୟବାସୀ ବିଭିନ୍ନ ଯୋଜନାରୁ ଯେଭଳି ସୁଫଳ ପାଇବା କଥା ତାହା ପାଇବାକୁ ସକ୍ଷମ ହେଉନାହାନ୍ତି ।

ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ରାଜ୍ୟରେ ବହୁ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁ ନାହିଁ ।

ଆପଣଙ୍କ ମତରେ ଏହିସବୁ ସମସ୍ୟାର ସମାଧାନ କ’ଣ ହୋଇପାରେ ?

ଧନୀ, ଗରିବ ଏବଂ ସାଧାରଣ ଲୋକ ତଥା ବୃତ୍ତିଜୀବିମାନଙ୍କ ମଧ୍ୟରେ ବେଶୀ ପାର୍ଥକ୍ୟ ନ ରହିଲେ ରାଜ୍ୟର ଅର୍ଥନୈତିକ ଉନ୍ନତିର ପଥ ସୁଗମ ହେବ ।

ବିଶେଷ କରି ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ନଶିପ ସମୟରେ ଗ୍ରାମାଞ୍ଚଳକୁ ପଠାଯିବା ଉଚିତ । ଏହାଦ୍ୱାରା କୃଷି, ସ୍ୱାସ୍ଥ୍ୟ,ପରିମଳ, ଶିକ୍ଷା ଆଦି କ୍ଷେତ୍ରରେ ରାଜ୍ୟବାସୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ ପାଇବାରେ ଯୁବବିଢ଼ୀ ସକ୍ଷମ ହେବେ ।

ବିଦେଶରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ତଥା ହସ୍ତଶିଳ୍ପର ଆଶାନୁରୂପ ପ୍ରସାର ହୋଇନାହିଁ । ସେ ଦିଗରେ ରାଜ୍ୟ ସରକାର ବ୍ୟବସାୟିକ ପ୍ରଚେଷ୍ଟା କଲେ ରାଜ୍ୟକୁ ଯଥେଷ୍ଟ ରାଜସ୍ୱ ମିଳିବ ।

ଓଡିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମୁଖ୍ୟ ଖବର, ସାକ୍ଷାତକାର Tagged With: ଓଡ଼ିଶା ବିକାଶ, ପାର୍ଥସାରଥୀ ମହାପାତ୍ର, ଶାରିରୀକ ଅକ୍ଷମ, ସାକ୍ଷାତକାର

“ଏଗ୍ ଡ଼୍ରପ ସୁପ୍’

May 10, 2005 by News Bureau Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ମସରୁମ(ଛତୁ) ଦୁଇଟି ଛୋଟ, କଞ୍ଚା ମଟର ଦାନା- ୨ ଚାମଚ(ଛୋଟ), ଚୋପା ଛଡ଼ା ହୋଇଥିବା ଟମାଟୋ ଦୁଇଟି (ଛୋଟ), ବୋନଲେସ୍ ସ୍ରେଡ଼େଡ଼୍ ଚିକେନ- ୨ ଚାମଚ, ଅଣ୍ଡା-୨ଟା, ଚିକେନ୍ ଷ୍ଟକ- ଦେଢ କପ୍, ଅଜିନୋ ମଟୋ- ୧/୨ ଚାମଚ(ଛୋଟ), ସ୍ରେଡ଼େଡ଼ ଜିଞ୍ଜର- ୧ ଚାମଚ(ଛୋଟ) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ସ୍ରେଡ଼େଡ଼୍ ଚିକେନ ବା ସ୍ରେଡ଼େଡ଼୍ ଜିଞ୍ଜରର ଅର୍ଥ ଚୋପାଛଡ଼ା ହୋଇ ପତଳା ପତଳା ଲମ୍ବା ଲମ୍ବା କଟାଯାଇଥିବା ଚିକେନ୍ ବା ଅଦା । ପ୍ରଥମେ ଛତୁ, ଟମାଟୋ ଓ ଚିକେନ୍ ଲମ୍ବାଲମ୍ବା ପତଳାପତଳା କାଟି ରଖନ୍ତୁ ।EggDropSoup-1jpg

ଅଣ୍ଡାକୁ ଭାଙ୍ଗି କେଶର ଅଲଗା କରି ଅଣ୍ଡାର ଧଳା ଅଠାକୁ ଫେଣ୍ଟି ଅଲଗା ରଖନ୍ତୁ । ଚିକେନ୍ ଷ୍ଟକକୁ ଗୋଟିଏ ପାତ୍ରରେ ଚୂଲିରେ ବସାନ୍ତୁ । ଚିକେନ୍ ଷ୍ଟକ ଫୁଲି ଆସିଲେ ସେଥିରେ ଛତୁ, ଚିକେନ୍, ଟମାଟୋ ଓ ମଟର ଦାନା ପକାନ୍ତୁ ।

ବର୍ତ୍ତମାନ ସ୍ୱାଦ ଅନୁସାରେ ଲୁଣ ଅଜିନୋ ମଟୋ ଓ କଟା ଅଦା ପକାଇ ୫ ମିନିଟ ଫୁଟାନ୍ତୁ । ଶେଷରେ ଅଣ୍ଡାର ଧଳା ଅଂଶକୁ ଫୁଟୁଥିବା ସୁପ୍ ଉପରେ ଧିରେଧିରେ ଢାଳନ୍ତୁ ଓ ଘାଣ୍ଟନ୍ତୁ ।

ବେଶି ସମୟ ଫୁଟାନ୍ତୁ ନାହିଁ । ଫୁଟୁଥିବା ଅବସ୍ଥାରେ ଚୂଲିରୁ ଓହ୍ଲାଇ ସ୍ୱାଦ ଅନୁସାରେ ସସ୍ ପକାଇ ଗରମ ଗରମ ପରିବେଷଣ କରନ୍ତୁ ଏଗ୍ ଡ଼୍ରପ୍ ସୁପ୍ ।

 

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ମୁଖ୍ୟ ଖବର

ଡ଼େରାପଥରବାସୀଙ୍କ ପାଇଁ ମୋର ଚିନ୍ତା:ମାଓବାଦୀଙ୍କ କବଳରୁ ଫେରିଥିବା ଶିକ୍ଷକ

February 5, 2005 by News Bureau Leave a Comment

ଓଡ଼ିଶା ଡଟ୍ କମ:ଶାନ୍ତନୁ ବିଶ୍ୱାଳ

ବରଗଡ଼,ଫେବୃୟାରୀ ୫ (ଓଡ଼ିଶା ଡ଼ଟ କମ)””ମାଓବାଦୀଙ୍କ ପାଇଁ ନୁହେଁ ଏବେ ମୋର ଚିନ୍ତା ଡ଼େରାପଥର ଗ୍ରାମବାସୀଙ୍କ ପାଇଁ ” କୁହନ୍ତି ବୁଧବାର ଦିନ ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇ ଆଠ ଘଣ୍ଟା ପରେ ଫେରି ଆସିଥିବା ଓଡ଼ିଶାର ଏକ ଶିକ୍ଷକ ଜୟ ଚନ୍ଦ୍ର ଧଳ ।

ଅପହରଣ ପରେ ମୋର ପରିବାରର ଲୋକମାନେ ମାଓବାଦୀଙ୍କ ଭୟରେ ମୁଁ ଶିକ୍ଷକତା କରୁଥିବା ସମ୍ବଲପୁର ଜିଲ୍ଲାର ଡ଼େରାପଥର ଇଜିଏସ ସ୍କୁଲକୁ ଆଉ ନଯାଇ ଚାକିରି ଛାଡ଼ି ଦେବାକୁ କହୁଛନ୍ତି । ମାତ୍ର ଉକ୍ତ ସ୍କୁଲ ଓ ଗ୍ରାମ ପାଇଁ ମୋର ପ୍ରଚେଷ୍ଟା ଅଧାପନ୍ତରିଆ ଥିବାରୁ ମୁଁ ଚିନ୍ତିତ ବୋଲି ଧଳ ଓଡ଼ିଶା ଡ଼ଟ କମକୁ ଶୁକ୍ରବାର ଦିନ କହିଛନ୍ତି ।

ବାପ,ମା,ସ୍ତ୍ରୀ ଓ ଗୋଟିଏ ଝିଅକୁ ନେଇ ଧଳଙ୍କ ପରିବାର ।

ମୁଁ ଯେଉଁଠି ରୁହେଁ ସେ ଗାଁର ନାଁ ହେଲା କେରଦା ପାଲି । ସେଠାରୁ ସ୍କୁଲର ଦୂରତା ହେଲା ୧୨କିଲୋମିଟର, ଧଳ କହନ୍ତି । ପ୍ରତିଦିନ ସାଇକେଲ ଯୋଗେ ଆବଡ଼ା ଖାବଡ଼ା ରାସ୍ତା ଦେଇ ମୁଁ ସ୍କୁଲକୁ ଯାଇଥାଏ । ଉକ୍ତ ସ୍କୁଲରେ ଡ଼େରାପଥର ସହ ଆଖପାଖ ତିନୋଟି ଗ୍ରାମର ପ୍ରାୟ ଚାଳିଶ ଜଣ ପିଲା ପଢନ୍ତି ।

“”ଏହି ସ୍କୁଲ ଖୋଲିବା ଠାରୁ ଆରମ୍ଭ କରି ତାହାର ଉନ୍ନତି ଦିଗରେ ମୋର ଉଦ୍ୟମ ରହି ଆସିଛି । ତାହାକୁ ଏକ ଆଦର୍ଶ ସ୍କୁଲରେ ପରିଣତ କରିବା ମୋର ଲକ୍ଷ୍ୟ ରହିଛି”  ବୋଲି ଧଳ କହନ୍ତି ।

“”ଡ଼େରାପଥର ଗ୍ରାମରେ ମୁଁ କେବଳ ଶିକ୍ଷକତା କରେ ନାହିଁ ୧୬ଟି ପରିବାର ବିଶିଷ୍ଟ ଉକ୍ତ ଗ୍ରାମର ଲୋକଙ୍କ ଅଭାବ,ଅସୁବିଧା ସହ ସରକାରୀ ସ୍ତରରେ ମିଳୁଥିବା ସୁବିଧା ସୁଯୋଗ କରାଇ ଦେଇଥାଏ । ଯାହା ଫଳରେ କି ମୋତେ ଅନେକ ସମୟରେ ଜିଲ୍ଲା ପ୍ରଶାସନର ବିରୋଧି ହେବାକୁ ପଡ଼ିଥାଏ ।”ଧଳ କହିଛନ୍ତି ।

ଯାହାକି ମୋତେ ମାଓବାଦୀଙ୍କ କବଳରୁ ମୁକ୍ତ କରାଇବାରେ କିଛିଟା ସହାୟତା କରିଛି ।

“”ମାଓବାଦୀମାନେ ମୋତେ ଛାଡ଼ିବା ପୂର୍ବରୁ ମୋ ସଂପର୍କରେ ଖୋଳତାଡ଼ କରି କହୁଥିଲେ ଯେ,ବନ୍ଧୁକରେ ଆମେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ବେଳେ ଏହି ଶିକ୍ଷକ କାଗଜ କଲମରେ ଓ ଲୋକମାନଙ୍କୁ ନେଇ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରୁଛି । ଏ ପୋଲିସର ସୂଚନା ଦାତା ନୁହେଁ ” ।

ମାଓବାଦୀମାନେ ମୋ ଆଖିରେ ପଟି ବାନ୍ଧି ଡ଼େରାପଥର ସ୍କୁଲ ନିକଟରୁ ପ୍ରାୟ ୨୨କିଲୋମିଟର ବାଟ ଚଲାଇ ଚଲାଇ ନେଇ ତାର ଆଠ ଘଣ୍ଟା ପରେ ପୁଣି ସେହି ଠାରେ ଆଣି ଛାଡ଼ି ଦେଇଥିଲେ ।

“”ଅପହରଣ କରି ନେବା ବାଟରେ ମୋ ସହିତ ସେମାନେ ସାଙ୍ଗ ଭଳି ବ୍ୟବହାର କରିଥିଲେ । ମୋ ଗୋଡ଼ରୁ ଜୋତା ବାହାରି ଯାଉଥିଲେ ମଧ୍ୟ ପିନ୍ଧାଇ ଦେଉଥିଲେ ଏବଂ ଫେରିବା ବାଟରେ ଶୀତ ପଡ଼ିଥିବାରୁ ମୋ ଦେହରେ ଶାଲ ଘୋଡ଼ାଇ ଦେଇଥିଲେ,”” ଧଳ କହନ୍ତି ।

ତାଙ୍କ ଆଡ୍ଡାରେ ସେମାନେ ମୋତେ ଜେରା ବେଳେ ମୋର ଆଖି ପତା ଓ ଛାତିରେ ବନ୍ଧୁକ ବଟରେ ସାମାନ୍ୟ ଆଘାତ କରିଥିଲେ ।”ବୋଲି ଧଳ କହନ୍ତି ।

“”ଅପହରଣ କରି ନେଇଥିବା ପ୍ରାୟ ୧୨ ରୁ ୧୫ଜଣ ମାଓବାଦୀଙ୍କ ମଧ୍ୟରେ ଜଣେ ବସ୍ ଥିଲା । ସେ ହିନ୍ଦି ଭାଷା ବ୍ୟବହାର କରୁଥିବାବେଳେ ଅନ୍ୟମାନେ ସ୍ଥାନୀୟ କନ୍ଧ ଭାଷା ବ୍ୟବହାର କରୁଥିଲେ ।”” ଧଳ କହିଛନ୍ତି ।

ଦିନ ପ୍ରାୟ ୧୧ଟା ସମୟରେ ମୋତେ ସେମାନେ ନେବା ବାଟରେ ସମ୍ନାସାମ୍ନୀ ହୋଇଥିବା କେତେକ ମହିଳାଙ୍କୁ କିଛି କାହାକୁ ନକହିବା ଓ ତାଙ୍କୁ ଆମେ ଭଲରେ ଛାଡ଼ି ଦେବୁ ମାଓବାଦୀମାନେ କହିଥିବାର ଶୁଣିବାକୁ ପାଇଥିଲି , ବୋଲି ଧଳ କହନ୍ତି ।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ଶାନ୍ତନୁ ବିଶ୍ୱାଳ, ଶିକ୍ଷକ ଜୟ ଚନ୍ଦ୍ର ଧଳ

  • « Go to Previous Page
  • Page 1
  • Interim pages omitted …
  • Page 267
  • Page 268
  • Page 269

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ