• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟ ଖବର

ପ୍ରତିଭା ରାୟଙ୍କୁ ଅକ୍ଷୟ ସମ୍ମାନ

November 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ସାହିତ୍ୟିକା ପ୍ରତିଭା ରାୟଙ୍କୁ ଚଳିତବର୍ଷର ସମ୍ମାନଜନକ ଅକ୍ଷୟ ସମ୍ମାନ ଦିଆଯିବ । ଏହି ପୁରସ୍କାର ବାବଦରେ ତାଙ୍କୁ ୧୦ହଜାର ଟଙ୍କା ଅର୍ଥରାଶି,ମାନପତ୍ର,ଓ ଉପଢୌକନ ଦିଆଯିବ ।

ଆସନ୍ତା ୧୭ତାରିଖରେ ତାଙ୍କୁ ପୁରସ୍କୃତ କରାଯିବ । ରାୟଙ୍କ ଅଦ୍ୟାବିଧି ଅନେକ ଶିଶୁ ପୁସ୍ତକ ସହ ୨୨ଟି ଉପନ୍ୟାସ, ୧୦ଟି ଭ୍ରମଣ ପୁସ୍ତକ ପକ୍ରାଶ ପାଇଛି ।

ଓଡ଼ିଆ ସାହିତ୍ୟ ପ୍ରତି ସାରସ୍ୱତ ସାଧନା ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ଶାରଳା, ପୁରସ୍କାର, ମୂର୍ତ୍ତିଦେବୀ ପୁରସ୍କାରରେ ସମ୍ମାନୀତ କରାଯାଇଛି ।

ଆସନ୍ତା ୧୭ ତାରିଖରେ ଏହା ସହ ତରୁଣ କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ ଅନେକ ପ୍ରସିଦ୍ଧ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସିନେକ୍ରିଟିକ୍ ଆସୋସିଏସନର ସମ୍ପାଦକ ଦିଲୀପ ହାଲି ଏକ ବିଜ୍ଞପ୍ତିରେ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅକ୍ଷୟ ସମ୍ମାନ, ନାରୀ, ପ୍ରତିଭା ରାୟ, ଭୁବନେଶ୍ୱର, ମୁଖ୍ୟ ଖବର

ବାଙ୍ଗାଲୋରରେ ଦର୍ଶକଙ୍କୁ ସମ୍ମୋହିତ କଲା ଗୋଟିପୁଅ ନୃତ୍ୟ

November 17, 2010 by ଓଡିଶା ଡଟ କମ Leave a Comment

ରେଣୁକା ଫାଡ଼ନିସଙ୍କ ଠାରୁ

ବାଙ୍ଗାଲୋର, (ଓଡ଼ିଶା ଡ଼ଟ୍ କମ୍) ହାଇଟେକ୍ ସିଟି ବାଙ୍ଗାଲୋରରେ ଏବେ ଓଡ଼ିଶାର ‘ଗୋଟିପୁଅ’ ନୃତ୍ୟ ବେଶ ଲୋକପ୍ରିୟ ହୋଇପାରିଛି ।

କିଛି ଦିନ ତଳେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହୋଇଥିବା ଭିଡ଼ରୁ ଏ ସମ୍ପର୍କରେ ଅଜ୍ଞ ଥିବା ଯୁବ ପିଢ଼ିଙ୍କର ଏହି ନୃତ୍ୟ ପ୍ରତି କେତେ ଆକର୍ଷଣ ତାହା ପ୍ରତିପାଦିତ ହୋଇଛି ।

ନିକଟରେ କ୍ଲାସିକାଲ ମ୍ୟୁଜିକ ଆଣ୍ଡ କଲଚର ଏମଙ୍ଗଷ୍ଟ ୟୁଥ୍ (ଏସପିଆଇସିମାକେ)ର ବାଙ୍ଗାଲୋର ଚାପ୍ଟର ପକ୍ଷରୁ ବାଙ୍ଗାଲୋରସ୍ଥ ପିପୁଲ୍ସ ଏଜୁକେସନ ସୋସାଇଟି ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ପେସିଟ) ଇଞ୍ଜିନିୟରିଂ କଲେଜରେ ‘ଗୋଟିପୁଅ’ ନୃତ୍ୟ ପ୍ରଦର୍ଶନର ଆୟୋଜିତ ହୋଇଥିଲା ।

ଏହି ଅବସରରେ ଉତ୍ସାହୀ ଯୁବପିଢ଼ିଙ୍କ ମଧ୍ୟରେ ‘ଲକି ଡ଼୍ର’ ପ୍ରତିଯୋଗିତା ମଧ୍ୟ ହୋଇଥିଲା, ଯେଉଁଥିରେ ପୁରସ୍କାର ସ୍ୱରୂପ ‘ପେନ ଡ଼୍ରାଇଭ’ ବଣ୍ଟନ କରାଯାଇଥିଲା । ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଉତ୍ସବ ‘ବୀରାସତ୍-୨୦୧୦’ର ଏହା ଏକ ଅଂଶ ବିଶେଷ ଥିଲା ।

ପ୍ରାରମ୍ଭରେ ଗୋଟିପୁଅ ନୃତ୍ୟ ବାବଦରେ ଧାରଣା ରଖିନଥିବା ଛାତ୍ରଛାତ୍ରୀମାନେ ନୃତ୍ୟୋତ୍ସବ ପରେ ଏ ସମ୍ପର୍କରେ ବେଶ ଧାରଣା ପାଇପାରିଥିଲେ । ଓଡ଼ିଶୀ ନୃତ୍ୟ ଶୈଳୀର ଏକ ଅଂଶ ବିଶେଷ ଭାବେ ପରିଚିତ ଏହି ନୃତ୍ୟରେ ବାଳକମାନେ ମହିଳାଙ୍କ ବେଶଭୂଷାରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି ।

ନୃତ୍ୟୋତ୍ସବରେ ଭାଗ ନେଇଥିବା କଳାକାରମାନେ ଓଡ଼ିଶାର କୋଣାର୍କରେ ଥିବା ଓଡ଼ିଶୀ ନୃତ୍ୟଗୁରୁ ଗଙ୍ଗାଧର ପ୍ରଧାନଙ୍କ କୋଣାର୍କ ନାଟ୍ୟ ମଣ୍ଡପର କଳାକାର ଥିଲେ । ନୃତ୍ୟୋତ୍ସବରେ ଜନସାଧାରଣ ହ୍ୱିସିଲ, କରତାଳି ସହ ଛିଡ଼ା ହୋଇ କଳାକାର ମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଭୁଲି ନଥିଲେ ।

୧୦ ବର୍ଷରୁ କମ୍ ବୟସର ୮ ଜଣ ବାଳକ ବାଳିକାଙ୍କ ବେଶରେ ଏହି ନୃତ୍ୟରେ ଭାଗ ନେଇଥିଲେ । ନୃତ୍ୟକୁ ଉପଭୋଗ କରିବା ପରେ ଇଞ୍ଜିନିୟରିଂ ଛାତ୍ରୀ ମେଧିନୀ କହିଥିଲେ, ନୃତ୍ୟଶିଳ୍ପୀମାନେ ଏଭଳି ଦେଖାଯାଉଥିଲେ ଯେପରିକି ସେମାନଙ୍କ ଦେହରେ କୌଣସି ଅସ୍ଥି ନାହିଁ’ ।

ଅନ୍ୟ ଦୁଇ ଜଣ ଛାତ୍ରୀଙ୍କ ମତ ଥିଲା, ‘ଆମେ କେବେ ଜାଣି ନଥିଲୁ ଛୋଟ ଛୋଟ ପିଲାମାନଙ୍କ ଭାବଭଙ୍ଗୀ ଏତେ ସୁନ୍ଦର ହୋଇପାରେ’ । ତେବେ ନୃତ୍ୟରେ ଅଂଶ ଗ୍ରହଣ କରିଥିବା ଛୋଟ ଛୋଟ ପିଲାମାନେ ଦିନ ମଜୁରିଆ କିମ୍ବା କୃଷକ ପରିବାରରୁ ଆସିଥିଲେ ।

ଶିଳ୍ପୀ ତାପସ କୁମାର ନାୟକ ୪ ବର୍ଷ ବୟସରୁ ଗୁରୁ ସ୍ୱାଇଁଙ୍କ ନିକଟରେ ନୃତ୍ୟ ଶିଖୁଥିବା ପ୍ରକାଶ କରିଥିଲେ । ନୃତ୍ୟଦଳର ଭାଓଲିନ୍ ବାକ ବାନାମ୍ବର ସ୍ୱାଇଁ କହିଥିଲେ, ସେ ହିଁ ତାପସର ବାପା ଓ ମା’ । ତାପସ ମଧ୍ୟ ଭବିଷ୍ୟତରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ପ୍ରତିଷ୍ଠିତ ହେବା ସକାଶେ ନିଜ ଇଚ୍ଛା ଜାହିର କରିଥିଲେ ।

ନୃତ୍ୟ ପ୍ରଦର୍ଶନ ସମୟରେ ଶିଳ୍ପୀମାନଙ୍କ ଗୁରୁ ମଧ୍ୟ ‘ନମସ୍କାର’ ଭଙ୍ଗୀରେ ଦର୍ଶକଙ୍କୁ ସମ୍ଭାଷଣ ଜଣାଇ ନୃତ୍ୟରେ ଶିଷ୍ୟମାନଙ୍କ ସହ ସାମିଲ ହୋଇଥିଲେ । ନୃତ୍ୟୋତ୍ସବ ପରେ ଏହି ଛୋଟ ଛୋଟ ପିଲାମାନେ ଶିଶୁ ସୁଲଭ ଢ଼ଙ୍ଗରେ ଖାଇବା ପାଇଁ ଟେବୁଲ ଚେୟାର ଚତୁଃପାଶ୍ୱର୍ରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା ।

ନୃତ୍ୟ ଦଳରେ ଥିବା ଭୁବନେଶ୍ୱରର ୧୧ ବର୍ଷର ବାଳକ ସୌମେନ୍ଦ୍ର କୋଣାର୍କ ନାଟ୍ୟ ମଣ୍ଡପରେ ଗୁରୁ ଚିନ୍ତାମଣି ରାଉତଙ୍କ ନିକଟରେ ନୃତ୍ୟ ଶିକ୍ଷା କରୁଛନ୍ତି । ବାଙ୍ଗାଲୋର ଗସ୍ତ ଅବସରରେ ତାଙ୍କୁ ସହର ବାହାରେ ଥିବା ‘ନୃତ୍ୟଗ୍ରାମ’ ଅତି ଭଲ ଲାଗିଥିଲା ବୋଲି ପ୍ରକାଶ କରିଥିଲେ ।

ଏହାସହ ବିମାନରେ ବାଙ୍ଗାଲୋର ପର୍ଯ୍ୟନ୍ତ ଉଡ଼ି ଉଡ଼ି ଆସିବା ଅନୁଭୂତିକୁ ମଧ୍ୟ ସେ ଭୁଲିବେ ନାହିଁ ବୋଲି ଆନନ୍ଦର ସହ କହିଥିଲେ । ଏହା ପୂର୍ବରୁ ସେ ବିମାନ ଦେଖିଥିଲେ ମଧ୍ୟ କେବେ ବସି ନଥିଲେ ବୋଲି କହିଥିଲେ ।

ବାଙ୍ଗାଲୋର ଗସ୍ତ ଅବସରରେ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ ଏହି ନୃତ୍ୟଶିଳ୍ପୀମାନେ ସେପ୍ଟେମ୍ବର ୧୦ରୁ ୧୮ ତାରିଖ ମଧ୍ୟରେ ୧୨ଟି ସ୍କୁଲ ଓ କଲେଜରେ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ଏହା ପରେ ମାନପାଲ୍ଲେର ରିସି ଭେଲି ସ୍କୁଲ ଏବଂ ଚ୍ୟୁରାଲ ଏଜୁକେସନ ସେଣ୍ଟରରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି । ତେବେ ଏହା ସତ୍ୟ, ପରବର୍ତ୍ତୀ ଦିନରେ ‘ଗୋଟିପୁଅ’ ନୃତ୍ୟ ଉତ୍ସବରେ ଭିଡ଼ ଜମାଇବା ଲାଗି ଆଉ ର୍ଶକଙ୍କ ସକାଶେ ‘ଲକି ଡ଼୍ର’ ପ୍ରତିଯୋଗିତାର ଆୟୋଜନ କରିବାକୁ ପଡ଼ିବ ନାହିଁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ‘ଗୋଟିପୁଅ’ ନୃତ୍ୟ, ପ୍ରବାସୀ ଓଡ଼ିଆ, ମୁଖ୍ୟ ଖବର

ଓଡ଼ିଆ ସମାଜ ପକ୍ଷରୁ ନାଇଜେରିଆରେ ରଥଯାତ୍ରା

November 17, 2010 by ଓଡିଶା ଡଟ କମ Leave a Comment

ଶରତ କୁମାର ସାହୁଙ୍କ ଠାରୁ
ଲାଗୋସ, ଜୁଲାଇ ୧୫(ଓଡ଼ିଶା ଡ଼ଟ୍ କମ୍) ନାଇଜେରିଆର ଲାଗୋସ ମହାନଗରୀରେ ଓଡ଼ିଆ ସମାଜ ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ମହାସମାରୋହରେ ପାଳିତ ହୋଇଛି ।

ସେଠାରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କ ସହିତ ବିଭିନ୍ନ ଭାରତୀୟ ଗୋଷ୍ଠୀ ଓ ସ୍ଥାନୀୟ ଇସ୍କନ ମନ୍ଦିରର ଶ୍ରଦ୍ଧାଳୁ ତଥା ନାଇଜେରିଆ ଅଧିବାସୀ ଏହି ଉତ୍ସବରେ ଯୋଗେଇଥିବା ବେଳେ ସ୍ଥାନୀୟ ଗୌଡ଼ିୟ ମଠର ନାଇଜେରିୟ ଭକ୍ତମାନେ ଭଜନ ସଂକୀର୍ତ୍ତନ ପରିବେଶଣ କରିଥିଲେ ।

ତିନି ଠାକୁର ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ପୂଜାର୍ଚ୍ଚନା ପରେ ଭକ୍ତମାନେ ଗଭୀର ଶ୍ରଦ୍ଧା, ଭଜନ, କୀର୍ତ୍ତନ, ହରିବୋଲ, ହୁଳୁହୁଳି ଓ ଶଙ୍ଖନାଦ ମଧ୍ୟରେ ପହଣ୍ଡି ବିଜେ କରି ଶ୍ରୀଜିଉଙ୍କୁ ରଥ ଉପରକୁ ଆଣିଥିଲେ ।

ଜୟଜଗନ୍ନାଥ ଧ୍ୱନିରେ ସମଗ୍ର ପରିବେଶ ମୁଖରିତ ହୋଇଉଠିଥିବା ବେଳେ ନାଇଜେରିଆରେ ଅବସ୍ଥାପିତ ବିଶିଷ୍ଟ ଉଦ୍ୟୋଗପତି ଏନ୍.ଜି ପଟେଲ ପୌରହିତ୍ୟ କରି ଶ୍ରୀଜିଉଙ୍କ ଆରତି ଓ ଛେରାପହଁରା କରିଥିଲେ ।

ସେଠାରେ ଥିବା ଓଡ଼ିଆ ଓ ନାଇଜେରିଆ ଅଧିବାସୀମାନେ ପ୍ରବଳ ଉତ୍ସାହ ଓ ଉଦ୍ଧିପନା ସହ ରଥ ଟାଣିଥିଲେ । ସେଠାରେ ଅବସ୍ଥାପିତ ଓଡ଼ିଆ ମାନଙ୍କ ଦ୍ଵାରା ଗଠିତ “ଓଡ଼ିଆ ସମାଜ ନାଇଜେରିଆ” ଓଡ଼ିଶା ତଥା ଭାରତର ପରମ୍ପରା ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମ କରିଆସୁଛି ।

ଓଡ଼ିଆ ସମାଜ ଗତ ପାଞ୍ଚ ବର୍ଷ ଧରି ଓଡ଼ିଆ ସଂସ୍କୃତି ତଥା ଓଡ଼ିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ବାର୍ତ୍ତା ରଥଯାତ୍ରା ମାଧ୍ୟମରେ ପ୍ରଚାରିତ କରିଆସୁଥିବା ବେଳେ ଓଡ଼ିଶାର ବିଭିନ୍ନ ଉତ୍ସବ ଓ ପର୍ବପର୍ବାଣି ନାଇଜେରିଆରେ ପାଳନ କରାଯାଉଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇସ୍କନ ମନ୍ଦିର, ଓଡ଼ିଆ ସମାଜ, ପ୍ରବାସୀ ଓଡ଼ିଆ, ମୁଖ୍ୟ ଖବର

ମାସକ ମଧ୍ୟରେ କାର୍ଯ୍ୟକାରୀ ହେବ ହଇଜା ନିରାକରଣ ଯୋଜନା

November 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଦେଖାଦେଇଥିବା ହଇଜା ଭଳି ମହାମାରୀ ରୋଗର ନିରାକରଣ ପାଇଁ ଆସନ୍ତା ଏକ ମାସ ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ହଇଜା ରୋଗ ବ୍ୟାପୀବାର କାରଣକୁ ନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସଚିବ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ପୂର୍ତ୍ତ ବିଭାଗ ସଚିବ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ରୋଗର କାରଣ ମୁଖ୍ୟତଃ ଗମନା ଗମନର ଅସୁବିଧା ଏବଂ ପାନୀୟ ଜଳ ହୋଇଥିବାରୁ ଏହାର ନିରାକରଣ ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ହଇଜା ପ୍ରବଣ ଜିଲ୍ଲା ଗୁଡ଼ିକର ଗମନାଗମନ ଏବଂ ପାନୀୟ ଜଳ ବ୍ୟବସ୍ଥାର ଆକ୍ସନ ପ୍ଲାନ ତୁରନ୍ତ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

ଯେଉଁ ଗ୍ରାମ ବା ଜନବସତି ପାଇଁ ସଂଯୋଗୀକରଣ ରାସ୍ତା ନାହିଁ ସେହି ଗ୍ରାମ ଗୁଡ଼ିକ ପାଇଁ କିପରି ରାସ୍ତା ନିର୍ମାଣ ହୋଇପାରିବ ତାହାର ନକ୍ସା ପ୍ରସ୍ତୁତ ଏବଂ ବ୍ୟୟ ବରାର ଆକଳନ କରିବାକୁ କୁହାଯାଇଛି ।

ସଂପୃକ୍ତ ଜିଲ୍ଲା ଦାୟୀତ୍ୱରେ ଥିବା ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ଦାୟୀତ୍ୱ ଦେବା ପାଇଁ ସେ କହିଥିଲେ । ଏହାବ୍ୟତୀତ ସ୍ୱାସ୍ଥ୍ୟସେବା ଅପହଞ୍ଚ ଗ୍ରାମ ଗୁଡ଼ିକରେ ଆଶା କର୍ମୀ ନିଯୁକ୍ତିକୁ ଚିକିତ୍ସିତ କରାଯିବ ଓ ଏକ୍ଷେତ୍ରରେ ନିଯୁକ୍ତି ସର୍ତ୍ତାବଳୀ ଦବା ନିୟମକୁ କୋହଳ କରାଯିବ । ଅନ୍ୟୁନ ଦୁଇ ଶହ ଲୋକ ଥିବା ଜନବସତିରେ ଆଶା କର୍ମୀ ନିଯୁକ୍ତି ପାଇବେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ମହାମାରୀ, ମୁଖ୍ୟ ଖବର, ସ୍ୱାସ୍ଥ୍ୟ

ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ନେଇ ବିଜେଡ଼ିରେ ବିଭେଦ

November 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ଶାସକ ବିଜୁ ଜନତା ଦଳ(ବିଜେଡ଼ି)ରେ ମନ୍ତ୍ରୀ ମଣ୍ଡଳ ସଦସ୍ୟଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ବିଭେଦ ଦେଖାଦେଇଛି । ଗତ ଚାରି ତାରିଖରେ ସ୍ଥାନୀୟ ଇଡ଼କଲ ହଲ୍ ରେ ବିଜେଡ଼ିର ପର୍ଯ୍ୟବେକ୍ଷକ ସମ୍ମିଳନୀ ଅବସରରେ ଦଳର ଅନ୍ୟତମ ବରିଷ୍ଠ ନେତା ପ୍ୟାରୀମୋହନ ମହାପାତ୍ର ରାଜ୍ୟ ମନ୍ତ୍ରୀ ମାନଙ୍କ କାର୍ଯ୍ୟ ଦକ୍ଷତା ସମୀକ୍ଷା କରାଯିବ ବୋଲି କହିବା ପରେ ଏହି ବିବାଦ ସୃଷ୍ଟି ହୋଇଛିା

ଦିନଥିଲା ମୁଁ କେତେକ ନିର୍ଦ୍ଧିଷ୍ଟ ଲୋକଙ୍କ କାର୍ଯ୍ୟର ସମୀକ୍ଷା କରୁଥିଲି ଏବଂ କାର୍ଯ୍ୟ ଦକ୍ଷତା ପରଖୁଥିଲି । ମାତ୍ର ଏବେ ସେମାନେ ମୋର ଦକ୍ଷତା ଏବଂ ସଫଳତା ମାପିବାକୁ ଅଣ୍ଟା ଭିଡ଼ୁଛନ୍ତି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ହସ୍ୟାସ୍ପଦ ବୋଲି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ।

ଏହି ବୈଠକରେ କେତେକ ମନ୍ତ୍ରୀ ସେମାନଙ୍କ ସଫଳତାର ବିବରଣୀ ଦେଇଥିବା ବେଳେ ଅନ୍ୟ କେତେକ ପ୍ରସ୍ତୁତ ହୋଇ ଆସିନଥିଲେ । ଅପ୍ରସ୍ତୁତ ହୋଇ ଆସିଥିବା ମନ୍ତ୍ରୀ ମାନଙ୍କୁ ମହାପାତ୍ର କଡ଼ା ସମାଲୋଚନା କରିବା ସହ ତୁରନ୍ତ ସେମାନଙ୍କର ସଫଳତା ବିଷୟରେ ଜଣାଇବାକୁ କହିଥିଲେ ।

ଏହି ପ୍ରସଙ୍ଗରେ ଦଳର ଅନ୍ୟ ବରିଷ୍ଠ ମନ୍ତ୍ରୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ତେବେ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ଜନସାଧାରଣ ତାଙ୍କ କାର୍ଯ୍ୟ ଦକ୍ଷତା ପରିଖି ପାରିବେ । ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ ସାକାର କରିବା ଏବଂ ନିଦେ୍ର୍ଧଶକୁ ପାଳନ କରିବା ତାଙ୍କର ଏକମାତ୍ର କର୍ତ୍ତବ୍ୟ ବୋଲି ରାଉତ ସାମ୍ବାଦିକ ମାନଙ୍କୁ କହିଥିଲେ ।

ଅତୀତରେ ସେ ସ୍ୱର୍ଗତ ନୀଳମଣି ରାଉତରାୟ ଏବଂ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ଓ ବହୁ ସଫଳତା ହାସଲ କରିଛନ୍ତି । ତାଙ୍କ କ୍ଷେତ୍ରରେ ପ୍ରମାଣ ନେବାର କୌଣସି ଆବଶ୍ୟକତା ଥିବା କଥା ଅନୁଭବ କରୁନାହିଁ, ସେ କହିଛନ୍ତି ।

ଏଭଳି ପ୍ରସଙ୍ଗ ଉଠାଇଥିବା ବ୍ୟକ୍ତି ଅତୀତ କଥା ଚିନ୍ତା କରିବାକୁ ସେ କହିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟୀତ୍ୱ ଦେଇଛନ୍ତି । ସେହି ତିନୋଟି ବିଭାଗ ଉପରେ ରାଜ୍ୟର ୮୦ ପ୍ରତିଶତ ଲୋକଙ୍କ ଜୀବନ ଜୀବିକା ସାମିଲ । ଏହି ବିଭାଗ ଗୁଡ଼ିକର ସଫଳତା ଉପରେ ରାଜ୍ୟର ସାମଗ୍ରୀକ ସଫଳତା ନିର୍ଭର କରୁଛି, ତେଣୁ ମୁଁ ଅସନ୍ତୋଷ ହେବାର ପ୍ରଶ୍ନ ଉଠୁନାହିଁ, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଦାମୋଦର ରାଉତ, ପ୍ୟାରୀମୋହନ ମହାପାତ୍ର, ବିଜୁ ଜନତା ଦଳ, ମୁଖ୍ୟ ଖବର, ରାଜନୀତି

ଓଡ଼ିଆ ବୈଜ୍ଞାନିକଙ୍କ ପାଇଁ କଳିଙ୍ଗ ସମ୍ମାନ

November 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ବିଦ୍ୟାଳୟ ସ୍ତରରୁ ବିଜ୍ଞାନକୁ ଲୋକପ୍ରିୟ କରାଇବା କ୍ଷେତ୍ରରେ ମହନୀୟ ସଫଳତା ହାସଲ କରିଥିବା ଓଡ଼ିଆ ବୈଜ୍ଞାନିକଙ୍କୁ କଳିଙ୍ଗ ସମ୍ମାନ ପ୍ରଦାନ କରାଯିବ ।

କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଏହି ସମ୍ମାନ ସହ ମାନପତ୍ର, ଉପଢୌକନ ଏବଂ ନଗଦ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ୫୮ ବର୍ଷର କଳିଙ୍ଗ ପୁରସ୍କାର ଇତିହାସରେ ଜଣେ ହେଲେ ଓଡ଼ିଆ ବୈଜ୍ଞାନିକ ତାହା ପାଇପାରି ନାହାନ୍ତି ।

ତେଣୁ ସେହି ପୁରସ୍କାର ବଳରେ ପ୍ରତୀକ ସ୍ୱରୂପ ଓଡ଼ିଶାର ସୁନାମଧନ୍ୟ ବୈଜ୍ଞାନିକ ମାନଙ୍କୁ କଳିଙ୍ଗ ସମ୍ମାନ ପ୍ରଦାନ କରାଯିବ,ଟ୍ରଷ୍ଟ ପକ୍ଷରୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଏବଂ ବିମଳ ଦାସ କହିଛନ୍ତି ।

ଏଥିପାଇଁ ତିନି ଜଣ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଓଡ଼ିଆ ବୈଜ୍ଞାନିକଙ୍କୁ ନେଇ ଏକ ବିଚାରକ ମଣ୍ଡଳୀ ଗଠନ କରାଯାଇଛି । ସେମାନେ ହେଲେ ପ୍ରଫେସର ଶିବ ଶଙ୍କର ବେହେରା, ପ୍ରଫେସର ତ୍ରିଲୋଚନ ପ୍ରଧାନ ଓ ପି.କେ.ଜେନା ।

ଚଳିତ ବର୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ବିଜ୍ଞାନକୁ ଲୋକପ୍ରିୟ କରିବା ନିମନ୍ତେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ଗଠନ କରିବା ସହ ପ୍ରତିବର୍ଷ ପୁରସ୍କାରର ବ୍ୟବସ୍ଥା କରିଥିଲେ ।

୧୯୫୧ରୁ ସେହି ପୁରସ୍କାର ବିଶ୍ୱର ବିଶିଷ୍ଟ ବୈଜ୍ଞାନିକଙ୍କୁ ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ପାଞ୍ଚ ଜଣ ଭାରତୀୟଙ୍କ ସମେତ ୬୫ ଜଣ ବୈଜ୍ଞାନିକ ଏହି ପୁରସ୍କାର ପାଇ ସାରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଳିଙ୍ଗ ସମ୍ମାନ, ବିଜ୍ଞାନ, ମୁଖ୍ୟ ଖବର

୨୩ରୁ ବିଧାନସଭା ଶୀତକାଳୀନ ଅଧିବେଶନ

November 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) ଚଳିତ ଚତୁର୍ଦ୍ଧଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ଆସନ୍ତା ୨୩ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ ।

ଏଥିରେ ମୋଟ୍ ୨୪ଟି କାର୍ଯ୍ୟ ଦିବସ ଅନ୍ତର୍ଭୁକ୍ତ ହୋଇଥିବା ଶନିବାର ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ଅଧିବେଶନର ପ୍ରାରମ୍ଭିକ ଦିବସରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ପ୍ରଥମ ଅତିରିକ୍ତ ବଜେଟ ଆଗତ କରିବେ ।

ତିନୋଟି ବିଭାଗ ଉପରେ ତିନି ଦିନ ଖର୍ଚ୍ଚ ଦାବୀ ସଂକ୍ରାନ୍ତୀୟ ଆଲୋଚନା ହେବ । ଡ଼ିସେମ୍ବର ଦୁଇ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ଆଗତ ହେବ । ୧୭ ତାରିଖକୁ ମହରମ ପାଇଁ ଛୁଟି ଘୋଷଣା କରାଯାଇଥିବା ବେଳେ ପାଞ୍ଚଟି କାର୍ଯ୍ୟ ଦିବସକୁ ବେସରକାରୀ ଦିବସ ଭାବେ ନିର୍ଦ୍ଧିଷ୍ଟ ରଖାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ମୁଖ୍ୟ ଖବର

ଦୁବାଇ ଗଣେଶ ପୂଜାରେ ଓଡ଼ିଆ ଡ଼ାଲମାର ମହକ

November 17, 2010 by ଓଡିଶା ଡଟ କମ Leave a Comment

ୟୋଗେଶ ଭାୟାଣୀ

ଦୁବାଇ, ଅକ୍ଟୋବର ୬(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ସମାଜ ୟୁଏଇ ପକ୍ଷରୁ ଦୁବାଇ ଠାରେ ଧୁମଧାମରେ ପାଳିତ ହୋଇଯାଇଥିବା ଗଣେଶ ପୂଜାରେ ଓଡ଼ିଆ ଡ଼ାଲମା ଉପସ୍ଥିତ ଅତିଥିଙ୍କ ମନ ମୋହିଥିଲା ।

ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗତ ସେପ୍ଟେମ୍ବର ୧୧ରେ ଅଲାର ଆପାର୍ଟମେଣ୍ଟ ପାର୍ଟି ହଲରେ ଅନୁଷ୍ଠିତ ଏହି ପୂଜାରେ ଚନ୍ଦ୍ର ଶେଖର ଖୁଣ୍ଟିଆ କର୍ତ୍ତା ହୋଇଥିବା ବେଳେ ପଣ୍ଡିତ ବିଷ୍ଣୁପଣ୍ଡା ପୂଜା କାର୍ଯ୍ୟ କରିଥିଲେ ।

ଚଳିତ ବର୍ଷ ଦୁଇ ଶହରୁ ଉର୍ଦ୍ଧ୍ଵ ଓଡ଼ିଆ ଲୋକ ଏଥିରେ ଯୋଗ ଦେଇଥିଲେ ବୋଲି ସମାଜର ବରିଷ୍ଠ କର୍ମକର୍ତ୍ତା ରଶ୍ମିରଞ୍ଜନ ପରିଡ଼ା କହିଛନ୍ତି । ଆଶା ଓ ଚେଷ୍ଟା ଅନୁଯାୟୀ ଏଥର ଏଠାରେ ରହୁଥିବା ଓଡ଼ିଆ ମାନଙ୍କୁ ଅଧିକ ସଂଖ୍ୟାରେ ସାମିଲ କରାଯାଇଥିଲା, ସମାଜର ସକ୍ରିୟ ସଦସ୍ୟ ୟୋଗେଶ ଭାୟାଣୀ କହିଛନ୍ତି ।

ଇପ୍ସୀତା ମିଶ୍ର ଓ ବିଶ୍ୱଜିତ ସାଜସଜ୍ଜାର ଦାୟୀତ୍ୱ ଖୁବ୍ ଭଲ ଭାବରେ ନିଭାଇଥିବା ବେଳେ ଦେବୀ ପ୍ରସାଦ ଦୋରା,ସୁନୀଲ ପାତ୍ର ଓ ଦେବୀ ପ୍ରସାଦ ପଣ୍ଡାଙ୍କ ଦ୍ଵାରା ପ୍ରସ୍ତୁତ ଚୁଡ଼ା ଘଷା ପ୍ରସାଦ ସମସ୍ତଙ୍କ ପ୍ରଶଂସା ପାଇଥିଲା ।

ପୂଜା ଶେଷରେ ଏହାର ସଦସ୍ୟ ସ୍ମୁତିରଞ୍ଜନ ମହାପାତ୍ରଙ୍କ ତତ୍ୱାବଧାନରେ ପ୍ରସ୍ତୁତ ଓଡ଼ିଆ ଡ଼ାଲମା, ଭାତ, ପୋଟଳ କଷା, ଖଟା ଓ ଖିରୀ ଉପସ୍ଥିତ ଲୋକଙ୍କୁ ଦିଆଯାଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପ୍ରବାସୀ ଓଡ଼ିଆ, ମୁଖ୍ୟ ଖବର

ତିନି ବର୍ଷ ଧରି ଡ଼ାକ ସେବାରୁ ଗ୍ରାମବାସୀ ବଞ୍ଚିତ

November 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଅକ୍ଟୋବର ୮(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ପୋସ୍କୋ ପ୍ରସ୍ତାବିତ ଅଞ୍ଚଳରେ ପରିସ୍ଥିତି ସ୍ୱାଭାବିକ ଥିବା ବେଳେ ଉକ୍ତ ଅଞ୍ଚଳର ଲୋକମାନେ ଗତ ତିନି ବର୍ଷ ହେଲା ଡ଼ାକ ସେବାରୁ ବଞ୍ଚିତ ହୋଇଛନ୍ତି ।

ଡ଼ାକ ବିଭାଗର ଅବହେଳା ଓ ଅନିଚ୍ଛା ଯୋଗୁଁ ଢିଙ୍କିଆରେ ଏହି ସେବା ପାଇବାରୁ ଗ୍ରାମବାସୀ ବଞ୍ଚିତ ହୋଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଏକମାତ୍ର ଡ଼ାକଘର ଢିଙ୍କିଆ, ତ୍ରିଲୋଚନପୁର ଏବଂ ଗୋବିନ୍ଦପୁର ଗ୍ରାମବାସୀଙ୍କ ଆବଶ୍ୟକତା ପୂରଣ କରୁଥିବା ବେଳେ ପୋସ୍କୋ ହିଂସା ଯୋଗୁଁ ଗତ ତିନି ବର୍ଷ ହେଲା ଏହା ବନ୍ଦ ହୋଇ ରହିଛି ।

ପୋସ୍କୋ ବିରୋଧୀଙ୍କ ବିରୋଧ ଯୋଗୁଁ ଗତ ଡ଼ିସେମ୍ବର ୨୦୦୭ ରୁ ଡ଼ାକ ସେବା ବନ୍ଦ ଥିବା ବିଭାଗ ପକ୍ଷରୁ କୁହାଯାଇଛି । ଉକ୍ତ ଡ଼ାକ ଘରର ପୋଷ୍ଟମାଷ୍ଟର ପୋସ୍କୋ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ବିରୁଦ୍ଧରେ ୧୫ରୁ ଅଧିକ ମାମଲା ରହିଛି ।

ତାଙ୍କ ବିରୁଦ୍ଧରେ ଜାମିନ ବୀହିନ ଗିରଫ ପରୱାନା ମଧ୍ୟ ଜାରି କରାଯାଇପୋଲିସ ପକ୍ଷରୁ ପଳାତକ ଘୋଷଣା କରାଯାଇଛି । ତାଙ୍କ ବିରୋଧରେ ବିଭିନ୍ନ ମାମଲା ଥିବାରୁ ଚାକିରିରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଡ଼ାକ ବିଭାଗ ତାଙ୍କ ସ୍ଥାନରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏହି ଡ଼ାକଘରେ ନିଯୁକ୍ତ କରିଥିଲା ।

କିନ୍ତୁ ପୋସ୍କୋ ବିରୋଧୀମାନେ ନିଲମ୍ବିତ ଅଧିକାରୀଙ୍କୁ ପୁନଃ ନିଯୁକ୍ତ କରିବାକୁ ଜିଦ୍ ଧରିବାରୁ ନବନିଯୁକ୍ତ ପୋଷ୍ଟ ମାଷ୍ଟର ଏଠାରେ ଯୋଗ ଦେଇପାରିଲେ ନାହିଁ । ବିରୋଧୀଙ୍କ ଦାବୀ ପୂରଣ କରିବାକୁ ସଂପୃକ୍ତ ବିଭାଗ ମନା କରିବୋରୁ ସେହି ଦିନ ଠାରୁ ଉକ୍ତ ଡ଼ାକଘର ବନ୍ଦ ହୋଇ ରହିଛି ।

ସଂପୃକ୍ତ ଅଞ୍ଚଳରେ ଡ଼ାକ ସେବା ବ୍ୟତୀତ ଅନ୍ୟ ସବୁ ଠିକ୍ ଠାକ୍ ଚାଲିଛି । ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଡ଼ାକଘର ବନ୍ଦ ରହିଛି ବୋଲି ଢିଙ୍କିଆ ସରପଞ୍ଚ ଶିଶିର ମହାପାତ୍ର କହିଛନ୍ତି ।

କୁଜଙ୍ଗ ଡ଼ାକଘର ଢିଙ୍କିଆ ଠାରୁ ଦଶ କିମି ଦୂରରେ ଥିବାରୁ ରକାରୀ ଚିଠିପତ୍ର, ମନିଅର୍ଡ଼ର, ପାର୍ସଲ ଇତ୍ୟାଦି ପାଇବା ପାଇଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେବା ସହ ବଞ୍ଚିତ ମଧ୍ୟ ହେଉଛନ୍ତି ।

ଏହି ଘଟଣା ବିଷୟରେ ଦିଲ୍ଲୀ ସ୍ଥିତ ବିଭାଗୀୟ ମହାନିଦେ୍ର୍ଧଶକଙ୍କୁ ଅବଗତ କରାଯାଇଛି । ଯଦି ପୋସ୍କୋ ବିରୋଧୀ ପ୍ରତିବାଦ ନକରିବେ ତେବେ ଜଣେ ନୂଆ ପୋଷ୍ଟ ମାଷ୍ଟରଙ୍କୁ ନିଯୁକ୍ତ କରି ଡ଼ାକଘର ପୁନଃ ଖୋଲାଯିବ ବୋଲି କଟକ ଡ଼ାକ ଅଧିକ୍ଷକ ସୁବାଷ ଚନ୍ଦ୍ର ବାରିକ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ଢିଙ୍କିଆ, ପୋସ୍କୋ, ବିଶେଷ, ମୁଖ୍ୟ ଖବର

ପାରାଦ୍ଵୀପ ବନ୍ଦରକୁ “ପୋର୍ଟ ଅଫ୍ ଦି ଇୟର” ପୁରସ୍କାର

November 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପାରାଦ୍ଵୀପ, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ଦେଶର ବୃହତ ବନ୍ଦର ଗୁଡ଼ିକ ମଧ୍ୟରେ ୨୦୦୯-୧୦ ଆର୍ଥିକ ବର୍ଷରେ ନିଜର ଦକ୍ଷତା, ମାଲ ପରିବହନ, ରପ୍ତାନୀ, ଆମଦାନୀ ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଇବାରେ ଅଗ୍ରଣୀ ହୋଇଥିବାରୁ ପାରାଦ୍ଵୀପ ବନ୍ଦରକୁ “ପୋର୍ଟ ଅଫ ଦି ଇୟର” ପୁରସ୍କାର ପ୍ରଦାନ କରାଯାଇଛି ।

ଜାହାଜ ଚଳାଚଳ ମନ୍ତ୍ରାଳୟର ପୂର୍ବତନ ସଚିବ ଏପିଭିଏନ୍ ଶର୍ମା, ଭାରତୀୟ ବନ୍ଦର ସଂଘର ପରିଚାଳନା ନିଦେ୍ର୍ଧଶକ ଏ.ଜନାର୍ଦ୍ଧନ ରାଓ, କଲିକତା ବନ୍ଦର ଟ୍ରଷ୍ଟ ଅଧ୍ୟକ୍ଷ ଏମ୍.ଏଲ୍.ମୀନାଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ଅନ୍ୟ ବନ୍ଦର ଗୁଡ଼ିକର ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରି ପାରାଦ୍ଵୀପ ବନ୍ଦରକୁ ଏହି ପୁରସ୍କାର ପାଇଁ ମନୋନୀତ କରିଥିଲେ ।

ଏହି ଅବସରରେ ଗତ ୧୨ ତାରିଖରେ ମୁମ୍ବାଇ ଗେଟୱେ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ବନ୍ଦର ଅଧ୍ୟକ୍ଷ ବିପ୍ଳବ କୁମାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ଗତ ୨୦୦୯-୧୦ ଆର୍ଥିକ ବର୍ଷରେ ପାରାଦ୍ଵୀପ ବନ୍ଦର ପୂର୍ବ ବର୍ଷ ଅପେକ୍ଷା ୨୨.୮୪ ପ୍ରତିଶତ ଅଧିକ ମାଲ ପରିବହନ କରିଛି । ଏହି ମାଲ ପରିବହନ ଦେଶର ବୃହତ ବନ୍ଦର ମାନଙ୍କ ଠାରୁ ୫.୭୪ ପ୍ରତିଶତ ଅଧିକ ବୋଲି ବନ୍ଦର ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଓଡିଶା ଡଟ୍ କମ୍

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆମଦାନୀ, ପାରାଦ୍ଵୀପ ବନ୍ଦର, ମୁଖ୍ୟ ଖବର, ରପ୍ତାନୀ

  • « Go to Previous Page
  • Page 1
  • Interim pages omitted …
  • Page 263
  • Page 264
  • Page 265
  • Page 266
  • Page 267
  • Interim pages omitted …
  • Page 269
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ