• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଓଡିଶା

ରାସ୍ତାକଡ଼ରେ ଗଛ ଲଗାଇ ଉଦାହରଣ ସୃଷ୍ଟି କରିଛନ୍ତି ଅବସରପ୍ରାପ୍ତ ସାମରିକ କର୍ମଚାରୀ

June 30, 2019 by ଓଡିଶା ଡଟ କମ Leave a Comment

ପଲ୍ଲୀଶ୍ରୀ ସେଣ୍ଢ

ଭୁବନେଶ୍ୱର, ଜୁନ ୨୭ (ଲୋକାଲ ୱାୟାର) ଗତ ସାତ ବର୍ଷ ମଧ୍ୟରେ ରାଜଧାନୀ ଭୁବନେଶ୍ବରର ରାସ୍ତା କଡରେ ବହୁ ସଂଖ୍ୟକ ଗଛ ଲଗାଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଅବସରପ୍ରାପ୍ତ ସାମରିକ କର୍ମଚାରୀ ପବିତ୍ର କୁମାର ପଣ୍ଡା ।

ଖାଲି ସେତିକି ନୁହେଁ ଗଛ ଗୁଡ଼ିକର ଦେଖାରେଖା କରିବା ପାଇଁ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ଶ୍ରୀ ପଣ୍ଡା ନିଜେ ମଧ୍ୟ ପାଲଟିଛନ୍ତି ଜଣେ ମାଳି ।

୨୦୦୧ରେ ଅବସରଗ୍ରହଣ କରିବା ପରେ କିପରି ପରିବେଶର ସୁରକ୍ଷା ହେବ ସେ ନେଇ ତାଙ୍କର ଆଗ୍ରହ ଥିଲା ଓ ସେହି ବର୍ଷ ସେ ଗଛ ଲଗାଇବା ଆରମ୍ଭ କରିଥିଲେ।

ଚନ୍ଦ୍ରଶେଖରପୁରରୁ ନିଳାଦ୍ରୀବିହାର, ବିଡିଏ ଏବଂ ଅନେକ ସ୍ଥାନର ରାସ୍ତା କଡ଼ରେ ଓ ରାସ୍ତାର ଡିଭାଡରରେ ଗଛ ଲଗାଇବା, ପ୍ରତ୍ୟକ ଦିନ ପାଣି ଦେବା, ଉର୍ବରକ ଦେବା, ଗଛ ମୂଳରୁ ଘାସ ଓପାଡ଼ିବା ଆଦି କାମ ସେ ଗତ ସାତ ବର୍ଷ ଧରି କରିଆସୁଛନ୍ତି।

ଛୋଟ ବଡ଼ କରି ଏକ ହଜାରରୁ ଉର୍ଦ୍ଧ୍ଵ ଗଛ ଲଗାଇଥିବା ସେ ଲୋକାଲ ୱାୟାରକୁ କହିଛନ୍ତି।

ସେ ଗଛରେ ଯେଉଁ ପାଣି ଦିଅନ୍ତି ତାହା କୋଣସି ପାଇପ ଯୋଗେ ଆଣି ନୁହେଁ ବରଂ ନିଜେ ହାତରେ ବୋହି ଆଣିଥାନ୍ତି।

ସକାଳୁ ସକାଳୁ ଅତି ସାଧାରଣ ପୋଷାକ ସହିତ ମୁଣ୍ଡରେ ଏକ ଗାମୁଛା ପକାଇ ଦୁଇ ହାତରେ ଦୁଇ ବାଲଟି ପାଣି ଧରି ଗଛ ପାଖରେ ପହଞ୍ଚିଥାନ୍ତି ।

ମୁ କାହାଠାରୁ କିଛି ଆଶା ରଖିନି । ମୁ ମୋ କାମ କରୁଛି, ସେ କହନ୍ତି।

ଦେଶ ପାଇଁ କିଛି କରିବାର ଇଚ୍ଛା ଆଜି ମୋତେ ଏହା କରିବା ପାଇଁ ପ୍ରେରଣା ଦେଇଛି। ମୋତେ ଦେଖି ସ୍ଥାନୀୟ କିଛି ଲୋକ ମଧ୍ୟ ସାହାଯ୍ୟ କରିବାକୁ ଆଗଭର ହୋଇଥାନ୍ତି।

ଚନ୍ଦ୍ରଶେଖରପୁରର କାଟୋ ଜିମ ଓ ସନସାଇନ କ୍ଲବର ସଦସ୍ୟମାନଙ୍କ ସମେତ ଅନ୍ୟ କିଛି ଲୋକ ତାଙ୍କୁ ଗଛ ଲଗାଇବାରେ ସାହାଯ୍ୟ କରିଥିବା ସେ କହିଛନ୍ତି ।

ଗୋଟିଏ ବିଷୟ ଭାବି ମୁ ବେଳେ ଆଶ୍ଚର୍ଯ୍ୟ ହୁଏ । ଲୋକମାନେ ଭଲ କାମକୁ ପସନ୍ଦ କରନ୍ତି ଓ ଭଲ କାମ କରୁଥିବା ଲୋକକୁ ପ୍ରଶଂସା କରନ୍ତି କିନ୍ତୁ ସେହି ଭଲ କାମ କରିବାକୁ ନିଜେ ଆଗଭର ହୁଅନ୍ତୁ ନାହିଁ ।

ସରକାରଙ୍କ ଠାରୁ କୌଣସି ସାହାଯ୍ୟ ମିଳିଛି କି ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ସେ ଯାହା କରିଛି ନିଜ ଚେଷ୍ଟାରେ କରିଛନ୍ତି।

ସରକାରଙ୍କଠାରୁ କ’ଣ ଆଶା କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଅତି ସାଧାରଣ ଭାବେ ଉତ୍ତର ଦେଇ କହନ୍ତି ମୋତେ କିଛି ସାହାଯ୍ୟ ଦରକାର ନାହିଁ ।

ରାସ୍ତାକଡ଼ରେ ଲାଗିଥିବା ଗଛ ଗୁଡ଼ିକରେ ଖରାଦିନେ ଗୋଟିଏ ବେଳା ପାଣି ପକାଇବାର ସୁବିଧା କରି ଦିଅନ୍ତୁ । ସେତିକିରେ ପାଣି ଅଭାବରୁ ମରିଯାଉଥିବା ଗଛଗୁଡ଼ିକ ବଞ୍ଚିରହିବେ ।

କୌଣସି ସ୍ଵେଚ୍ଛାସେବୀ ସଂଗଠନ ହେଉ ଅଥବା କୌଣସି କ୍ଲବ ହେଉ ସେମାନଙ୍କୁ ଏହି ଦାୟିତ୍ଵ ଦେଲେ ସେମାନେ ଗଛଗୁଡ଼ିକର ସଠିକ ଯତ୍ନ ନେଇପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଶେଷରେ ବ୍ୟସ୍ତବହୁଳ ଜୀବନରୁ ଟିକେ ସମୟ କାଢ଼ି ତାଙ୍କ ଭଳି ଗଛ ଲଗାଇ ନିଜ ପରିବେଶକୁ ରକ୍ଷା କରବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ସୌଜନ୍ୟ : ଲୋକାଲ ୱାୟାର

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ଓଡିଶା

ଉପସାଗରୀୟ ଦେଶ ସମୂହ (ଜିସିସି) କୁ ଓଡିଶାର କୃଷିଜାତ ପଦାର୍ଥ ସହ ଯୋଡିବା ପାଇଁ ଆହ୍ୱାନ

May 15, 2018 by ଓଡିଶା ଡଟ କମ Leave a Comment

ଦୁବାଇ , ଭୁବନେଶ୍ୱର, ୧୪ ମଇ (ଓଡିଶା ଡଟ କମ) – ୟୁଏଇ ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସାଗରୀୟ ଦେଶ ସମୂହ (ଜିସିସି) କୁ ଓଡିଶାର କୃଷିଜାତ ପଦାର୍ଥ ସହ ଯୋଡିବା ପାଇଁ ଏହି ରାଷ୍ଟ୍ର ସମୂହରେ କାମ କରୁଥିବା ଖାଦ୍ୟ ପ୍ରକ୍ରିୟାକରଣ, କୋଲ୍ଡ ଚେନ ପ୍ରଦାନକାରୀ ଖାଦ୍ୟ ବିତରଣ କମ୍ପାନୀ ତଥା ଖାଦ୍ୟ ଓ ଗ୍ରୋସରୀ ଖୁଚୁରା ବ୍ୟବସାୟ ଚଳାଉଥିବା ଶିଳ୍ପପତି ମାନଙ୍କର ବୈଠକରେ ଆହ୍ୱାନ କରିଛନ୍ତିା

ଏହି ବଡ ଶିଳ୍ପପତି ମାନଙ୍କୁ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଉପସାଗରୀୟ ଦେଶ ଗୁଡିକରୁ ଭାରତ ଏହାର ପେଟ୍ରୋଲଜାତ ଦ୍ରବ୍ୟର ୬୦ ଭାଗ କ୍ରୟ କରୁଛି । ମାତ୍ର ଏହି ରାଷ୍ଟ୍ର ଗୁଡିକର ଖାଦ୍ୟ ଆବଶ୍ୟକତାର ମାତ୍ର ୧୮ ପ୍ରତିଶତ ଭାରତରୁ ଆସୁଛି ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପସାଗରୀୟ ଦେଶ ମାନଙ୍କର ନେତୃତ୍ୱ ମଧ୍ୟରେ ଏହି ରାଷ୍ଟ୍ର ସମୂହ ଭାରତକୁ ଶକ୍ତି ସୁରକ୍ଷା ଓ ଭାରତ ଏହି ଦେଶ ଗୁଡିକୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବା ପାଇଁ ଦୃଢ ଇଚ୍ଛାଶକ୍ତି ବ୍ୟକ୍ତ କରିଛନ୍ତି ।

ସାରା ଭାରତ ଏହି ଯୋଜନାରେ ଲାଭବାନ ହେବାର ସୁଯୋଗ ଥିବା ବେଳେ ଏଥି ପାଇଁ ଅନେକ ସମ୍ଭାବନା ଥିବା ଓଡିଶା ଭଳି ରାଜ୍ୟ ଏହି ପ୍ରକ୍ରିୟାରେ ଭଲ ଭାବେ ଯୋଡି ହେବା ପାଇଁ ଶିଳ୍ପପତି ମାନଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି ।

ଓଡିଶାରୁ ଅତି ନଗଣ୍ୟ ବା ଆଦୌ ଖାଦ୍ୟ ସାମଗ୍ରୀ ଆସୁ ନ ଥିବା ନେଇ ଚିନ୍ତା ବ୍ୟକ୍ତ କରିବା ସହ ଓଡିଶାରେ ଦେଶର ଅନ୍ୟ ଭାଗ ତୁଳନାରେ ତୁଳନାତ୍ମକ ଭାବେ ଭିତିଭୂମି ଓ କୃଷି ଉତ୍ପାଦର ଅଧିକ ସୁବିଧା ରହିଛି ବୋଲି ଶ୍ରୀ ପ୍ରଧାନ ଏହି ନିବେଶକ ସମୂହ ଆଗରେ ପ୍ରକାଶ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜିସିସିକୁ ସିଧା ଯୋଡୁଥିବା ଏୟାରପୋର୍ଟ, ପାରାଦୀପ ବନ୍ଦର ଭଳି ଦେଶର ଦୁଇ ନମ୍ବର ସ୍ଥାନରେ ଥିବା ବନ୍ଦର ରହିଛି ଓ ଏହି ବନ୍ଦରରେ ଶୁଦ୍ଧ କଂଟେନର ପରିଚାଳନା ବ୍ୟବସ୍ଥା ଉପସାଗରୀୟ ରାଷ୍ଟ୍ର ଗୁଡିକ ପାଇଁ ଖାଦ୍ୟ ପ୍ରକ୍ରିୟାକରଣର ପେଣ୍ଠ ସ୍ଥଳୀ ହୋଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଓଡିଶାର ଭିନ୍ନ ଜଳବାୟୁର ଅଂଚଳ, ବିସ୍ତୃତ ଜଙ୍ଗଲ ଅଂଚଳ, ମଧୁର ଜଳ ଉପଲବ୍ଧତା, ଦକ୍ଷ ମାନବ ସମ୍ବଳ, ବିଶେଷ ଭାବରେ ପ୍ରଚୁର ଜୈବ କୃଷି ଉତ୍ପାଦନର ସମ୍ଭାବନା ତଥା ନିଆରା ଓଡିଆ ଖାଦ୍ୟ ସାମଗ୍ରୀ ସମ୍ପୂର୍ଣ ଉପସାଗରୀୟ ଦେଶରେ ବିପଣନର ବ୍ୟାପକ ସମ୍ଭାବନା ତିଆରି କରୁଛି । ଓଡିଶାର ସମ୍ଭାବନାକୁ ଦେଖି ରାଜ୍ୟର ସମ୍ପୂର୍ଣ ଖାଦ୍ୟ ପ୍ରକ୍ରିୟାକରଣର ଭ୍ୟାଲ୍ୟୁ ଚେନରେ ପୁଂଜିନିବେଶ କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ ।

ଓଡିଶା ଜଙ୍ଗଲର ପତ୍ରଖିଆ ଛେଳି ବିଶେଷ ଭାବରେ ମୟୁରଭଂଜର ଛେଳିକୁ ନ୍ୟୁଜିଲ୍ୟାଣ୍ଡ ମେଣ୍ଢା ଭଳି ଲୋକପ୍ରିୟ କରା ଯାଇ ପାରିବ । କଳାହାଣ୍ଡିର ସୁବାସିତ ଚାଉଳ, ଚିଲିକାର ସାମୁଦ୍ରିକ ଉତ୍ପାଦ, ଉପ ସାଗରୀୟ ରାଷ୍ଟ୍ରରେ ବହୁଳ ଭାବେ ଆଦୃତ ହୋଇ ପାରିବ ବୋଲି ସେ କହିଛନ୍ତି । ଆମ୍ବ, ବିଭିନ୍ନ କିସମର ଫୁଲ, ବିଭିନ୍ନ ପରିପରିବା ଯେପରି ପୋଟଳ, ସଜନା ଛୁଇଁ, ପଣସ, କନ୍ଦମୂଳ, ବାଇଗଣ ଆଦି ଓଡିଶାର କୃଷି ଉତ୍ପାଦ ସମ୍ବନ୍ଧରେ ସେ ସୂଚନା
ଦେଇଥିଲେ ।

ଓଡିଶାର କିଆଫୁଲ, କନ୍ଧମାଳର ହଳଦି, କୋରାପୁଟର ଅଦା ବିଷୟରେ ସୂଚନା ଦେବା ସହ କୋରାପୁଟ, କନ୍ଧମାଳ ଓ ଦେବଗଡ ଆଦି ଜିଲ୍ଲାରେ ଜୈବିକ କୃଷିରେ ସିଧା ସିଧା ସାମିଲ ହେବାର ସମ୍ଭାବନା ଉପରେ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ତରଫରୁ ଓଡିଶାରେ ଆସନ୍ତା ଜୁନ ମାସରେ ଅନୁଷ୍ଠିତ ହେଉଥିବା କୃଷି କନକ୍ଲେଭ ତଥା ନଭେମ୍ବର ମାସରେ ମେକ ଇନ ଓଡିଶା କନକ୍ଲେଭରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦେଇଥିଲେ ।

ଏହି ବୈଠକରେ ସଫଲର ଅନ୍ତରାଷ୍ଟ୍ରୀୟ ବିପଣନ ମୁଖ୍ୟ ପ୍ରଦୀପ୍ତ କୁମାର ସାହୁ ତଥା ଡିଲୋଆଇଟ ମୁମ୍ବାଇର ଦେବାଶୀଷ ମିଶ୍ର ଓଡିଶାରେ କୃଷି ଓ କୃଷି ପ୍ରକ୍ରିୟାକରଣରେ ଥିବା ସମ୍ଭାବନା ସମ୍ପର୍କରେ ପାବାର ପଏଂଟ ପ୍ରେଜେଂଟେସନ ମାଧ୍ୟମରେ ଶିଳ୍ପପତି ମାନଙ୍କୁ ବୁଝାଇଥିଲେ ।

 

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ପ୍ରବାସୀ ଓଡିଆ Tagged With: ଓଡିଶା, କୃଷି, କେନ୍ଦ୍ର ମନ୍ତ୍ରୀ

ଶିକ୍ଷା ପାଇଁ ବ୍ୟୟ ବୋଝ ନୁହେଁ

May 14, 2018 by ଘାସିରାମ ପଣ୍ଡା 1 Comment

ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ତୃତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜୁନ ୨୨ ତାରିଖରେ ଓଡିଶା ପ୍ରାଥମିକ ଶିକ୍ଷା କାର୍ଯକ୍ରମର (ଓପେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଉଦ୍ଦେଶ୍ୟରେ ଦେଇଥିବା ପତ୍ରରେ ୧ ରୁ ୧୫ ଛାତ୍ର ଛାତ୍ରୀ ଥିବା ୨୪୨୫ଟି ବିଦ୍ୟାଳୟ ସମ୍ପର୍କରେ ସରଜମୀନ ତଦନ୍ତ ପୂର୍ବକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବିଦ୍ୟାଳୟ ବନ୍ଦ ପ୍ରକ୍ରିୟାର ପ୍ରଥମ ପାଦ । ଦୁଇ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୫୦୦ ବିଦ୍ୟାଳୟ ବନ୍ଦ ହୋଇ ସାରିଛି । ପ୍ରଥମ ପର୍ଯ୍ୟାୟରେ ୫ରୁ କମ ଉପସ୍ଥାନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟକୁ ବନ୍ଦ କରାଯାଇଛି । ବିଭିନ୍ନ ସ୍ଥାନରେ ଏହାର ପ୍ରତିବାଦ କରାଯାଇ ବିଦ୍ୟାଳୟ ବନ୍ଦକୁ ବିରୋଧ କରଯାଇଥିଲା ।

ସ୍ଥାନୀୟ ଅଞ୍ଚଳର ଏହି ଚାପ ଯୋଗୁଁ କିଛି ବିଦ୍ୟାଲୟ ବନ୍ଦ ହେବାରୁ ବର୍ତ୍ତି ଯାଇଥିଲେ । ୨୨ ତାରିଖର ଏହି ଚିଠି ଅନୁସାରେ ଏବେ ସୁଦ୍ଧା ୫ରୁ କମ ଉପସ୍ଥାନ ଥିବା ୨୮ ଓ ୧୦ରୁ କମ ଉପସ୍ଥାନ ଥିବା ୨୩୯ ଟି ବିଦ୍ୟାଳୟ ବନ୍ଦ ହୋଇନାହିଁ । ହେଲେ ଏହି ଆବଶ୍ୟକାତାକୁ ସ୍ୱିକୃତି ଦେବା ପରିବେର୍ତ୍ତେ ଏପର୍ଯନ୍ତ ଏହି ସବୁ ବିଦ୍ୟାଳୟ ବନ୍ଦ ନହେବାକୁ ନେଇ ପ୍ରଶାସନିକ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।

ବିଦ୍ୟାଳୟ ବନ୍ଦ ହେôବା ଯୋଗୁଁ ପିଲା ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି । ୧ ଜୁଲାଇ ଓ ୬ ଜୁଲାଇରେ ଓପେପା ପକ୍ଷରୁ ଜାରୀ ହୋଇଥିବା ଦୁଇଟି ଚିଠି ଏହି ସତ୍ୟକୁ ସାବ୍ୟସ୍ତ କରୁଛି । ୧ ଜୁଲାଇର ଚିଠିରେ ୨୪ଟି ଜିଲ୍ଲାର ବନ୍ଦ ହୋଇଥିବା ବିଦ୍ୟାଳୟମାନଙ୍କର ଏକ ତାଲିକା ଦିଆଯାଇଛି । ଏଥିରେ ଦିଆଯାଇଥିବା ବନ୍ଦ ହେଉଥିବା ବିଦ୍ୟାଳୟର ପିଲା ସଂଖ୍ୟା ଓ ବନ୍ଦ ହେଲା ପରେ ନିକଟସ୍ଥ ବିଦ୍ୟାଳୟରେ ଦାଖଲ ହୋଇଥିବା ପିଲା ସଂଖ୍ୟାଙ୍କ ଭିତରେ ୨୬୧ର ପ୍ରଭେଦ ଥିଲା ।

ହୁଏତ ୨୬୧ ରାଜ୍ୟ ପାଇଁ ବହୁତ ବଡ ସଂଖ୍ୟା ହୋଇ ନପାରେ । ହେଲେ ଜିଲ୍ଲା ସ୍ତରକୁ ଯାଇ ଅନୁଧ୍ୟାନ କଲେ ସୁନ୍ଦରଗଡରେ ୧୬୦ ପିଲା, ସମ୍ବଲପୁରରେ ୫୨ ପିଲାଙ୍କ ହିସାବ ନମିଳିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ପରେ ୬ ତାରିଖରେ ସମାନ ଅଧିକାରୀଙ୍କ ଦ୍ୱାରା ଆଉ ଏକ ପତ୍ର ସମାନ ବିଷୟକୁ ନେଇ ଜାରି ହୋଇଛି । ଏଥିରେ ୨୮ଟି ଜିଲ୍ଲାର ତଥ୍ୟ ଦିଆଯାଇଛି ।

ପରେ ସାମିଲ କରାଯାଇଥିବା ଚାରି ଜିଲ୍ଲା ବାଲେଶ୍ୱର, କଳାହାଣ୍ଟି, କେନ୍ଦୁଝର ଓ ମୟୁରଭଞରେ ବନ୍ଦ ହୋଇଥିବା ବିଦ୍ୟାଳୟର ପିଲା ସଂଖ୍ୟା ଯଥାକ୍ରମେ ୧୮, ୧୮୪, ୧୦୪ ଓ ୧୦୬ । ବିଦ୍ୟାଳୟ ବନ୍ଦ ପରେ ଏ ପିଲାମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରଶାସନ ପାଖରେ ନାହିଁ । ଫଳରେ ବନ୍ଦ ହେଉଥିବା ବିଦ୍ୟାଳୟର ପିଲା ସଂଖ୍ୟା ଓ ବନ୍ଦ ପରେ ନିକଟସ୍ଥ ବିଦ୍ୟାଳୟରେ ଦାଖଲ ହୋଇଥିବା ପିଲା ସଂଖ୍ୟାଙ୍କ ଭିତରେ ପ୍ରଭେଦ ୨୬୧ରୁ ବୃଦ୍ଧି ପାଇ ୬୭୩ ହୋଇଛି ।

ଜଗତସିଂପୁର ଓ ମଲକାନଗିରିର ସ୍ଥିତି ଏବେବି ସରକାରଙ୍କ ପାଖରେ ନାହିଁ ! ଏହା ବିଦ୍ୟାଳୟ ବନ୍ଦ ପୂର୍ବ ପ୍ରସ୍ତୁତିରେ ସରକାରଙ୍କ ଭୂମୀକାକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରୁଛି । ରାଜ୍ୟରେ ପ୍ରାଥମିକ ଶିକ୍ଷାର ସି୍ଥତି, ଗ୍ରାମାଞ୍ଚଳ ଗରୀବ ପିଲାଙ୍କ ଭବିଷ୍ୟତ ପାଇଁ ସରକାର ଯେତିକି ତତ୍ପର ନାହାନ୍ତି, ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ନେଇ ସେତିକି ବ୍ୟଗ୍ର ।

ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରତ୍ୟେକ ବିଦ୍ୟାଳୟରେ ଅତିକମରେ ଦୁଇ ଜଣ ଶିକ୍ଷକ ରହିବେ । କମ ପିଲା ଥିବା ବିଦ୍ୟାଳୟକୁ ବନ୍ଦ କାରାଗଲେ ସରକାର ଏହି ଶିକ୍ଷକ ମାନଙ୍କୁ ଅନ୍ୟ ବିଦ୍ୟାଳୟରେ ନିଯୁକ୍ତି ଦେଇ ପାରିବେ । ଏହା ଦ୍ୱାରା ବିଭାଗର ବ୍ୟୟ ଭାର କମାଯାଇ ପାରିବ । ଆଗାମୀ ଦିନରେ ୨୫ରୁ କମ ଉପସ୍ଥାନ ଥିବା ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ହେବ ।

ଏପରି ହେଲେ ପ୍ରାୟ ୧୨୫୦୦ ବିଦ୍ୟାଳୟ ବନ୍ଦ ହେବ ଓ ସେହି ହାରରେ ବ୍ୟୟ ସଂକୁଚିତ ହୋଇପାରିବ । ତେବେ ବ୍ୟୟ ଭାର କମ କରିବାର ଏହି ଯୋଜନାରେ ପ୍ରଭାବିତ ହେଉଛି କିଏ ? ୧୫ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟର ଚିଠାକୁ ଦେଖିଲେ ଆଦିବାସୀ ଅଞ୍ଚଳ ଯେପରିକି ରାୟଗଡା, ଗଜପତି, ମାଲକାନଗିରି, କେନ୍ଧୁଝର ଭଳି ଜିଲ୍ଲାମାନେ ବିଶେଷ ପ୍ରଭାବିତ ହେବେ ।

ଗୋଟିଏ ପଟେ ପ୍ରତ୍ୟେକ ଆଦିବାସୀ ଜିଲ୍ଲାରେ କାଉନସିଲ ଗଠନ କରାଯାଇ ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ଯୋଜନା ଓ ଅପରପକ୍ଷେ ଶିକ୍ଷା ପାଇଁ ବ୍ୟୟକୁ ବୋଝ ମନେକରାଯିବା ପରସ୍ପରର ବିରୋଧାଭାସ ।ଶିକ୍ଷା ଅଧିକାର ଆଇନର ତଦାରଖ ଓ ଅଭିଯୋଗ ଶୁଣାଣି ପାଇଁ ରାଜ୍ୟରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସର୍ବୋଚ୍ଚ ଅନୁ ।ନ । ବିଦ୍ୟାଳୟ ବନ୍ଦ କାରଣରୁ ଅନେକଙ୍କ ଶିକ୍ଷା ଅଧିକାର ବାଧାପ୍ରାପ୍ତ ହେଉଥିବାର ଅନୁଭବ କରି ଆୟୋଗ ଗୋଟିଏ ବର୍ଷ ପୂର୍ବରୁ ଗତ ଜୁନ ୨୪ରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।

ଏହି ଲେଖକଙ୍କ ଅଭିଯୋଗର ଆଧାରରେ ଶୁଣାଣି କରି ଆୟାଗ ନିଜ ରାୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ ଦ୍ୱାରା କରାଯାଉଥିବା ବିଦ୍ୟାଳୟ ବନ୍ଦ ଶିକ୍ଷା ଅଧିକାର ଆଇନରେ ପ୍ରଦତ୍ତ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ଅଧିକାରକୁ ପ୍ରଭାବିତ କରୁଛି । ଗରିବ ଘରର ପୁଅ, ଝିଅ ଯେଉଁମାନେ ଦୂର ଗାଁକୁ ପାଠ ପଢିବା ପାଇଁ ଯାଇ ପାରିବେ ନାହିଁ, ଏହା ଦ୍ୱାରା ପ୍ରଭାବିତ ହେବେ ।

ସରାକାରୀ ବିଦ୍ୟାଳୟ ବନ୍ଦ ହେଲେ ନିମ୍ନ ମାନର ବେସରକାରୀ ବିଦ୍ୟାଳୟ ଖୋଲିବ । ଏହା କ୍ରମାନ୍ୱୟରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିବ । ବିଦ୍ୟାଳୟକୁ ପିଲା ଆସୁନଥିବା ହେତୁ ବନ୍ଦ କରିବା ପାଇଁ ନିଷ୍ପତ୍ତ ନନେଇ, ମଧ୍ୟାହ୍ନ ଭୋଜନ, ମାଗଣା ପୁସ୍ତକ, ପୋଷାକ ଓ ସାଇକଲ ଦିଆଯାଉଥିବା ବେଳେ ପିଲାଙ୍କ ବିଦ୍ୟାଳୟ ବିମୁଖତାର କାରଣ ଖୋଜିବା ଆବଶ୍ୟକ ।

ଶିକ୍ଷା ଅଧିକାର ଆଇନରେ ନିର୍ଦ୍ଧାରିତ ମାନ ଅନୁଯାୟୀ ସରକାରୀ ବିଦ୍ୟାଳୟକୁ ପ୍ରସ୍ତୁତ କରାଗଲେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ଓ ପିଲା ଅକୃଷ୍ଟ ହେବେ । ବିଦ୍ୟାଳୟକୁ ବନ୍ଦ କରିବା ପୂର୍ବରୁ ବନ୍ଦ ପାଇଁ ପ୍ରସ୍ତାବିତ ପ୍ରତ୍ୟେକ ବିଦ୍ୟାଳୟର ତଦଜନିତ ପ୍ରଭାବ ଆକଳନ କରିବାକୁ ଆୟୁକ୍ତ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ବନ୍ଦ କରିବା ପାଇଁ କେବଳ ଉପସ୍ଥାନ ସଂଖ୍ୟାକୁ ଧ୍ୟାନ ଦିଆ ନଯାଇ, ପଢିବା ପାଇଁ ପିଲାଙ୍କୁ କେତେ ଦୂର ଯିବାକୁ ପଡିବ ତାକୁ ବିଚାରକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି ।

କେବଳ ସରାକାରୀ ସ୍ତରରେ ନିଷ୍ପତ୍ତି ନନେଇ ସ୍ଥାନୀୟ ଲୋକ ଅନୁ ।ନ, ଗ୍ରାମ ପଂଚାୟତ ପ୍ରତିନିଧି ତଥା ଗ୍ରାମବାସୀଙ୍କ ସହ ପାରାମର୍ଶକୁ ଆୟୁକ୍ତ ଗୁରୁତ୍ୱ ଦେଇଛନ୍ତି । ପରିତାପର ବିଷୟ ଆୟୁକ୍ତଙ୍କ ନିଦ୍ଦେର୍ଶକୁ ବିଭାଗ ଅଣଦେଖା କରୁଛି । ଶିକ୍ଷା ଅଧିକାର ସୁରକ୍ଷା କ୍ଷେତ୍ରରେ ଶିକ୍ଷା ବିଭାଗ ସେବା ପ୍ରଦାନ କାରୀ ଓ ପିଲା ଅଧିକାରର ଧାରକ । ସେବା ପ୍ରଦାନ କାରୀ ଦାୟିତ୍ୱରେ ଖିଲାପ କଲେ ଆୟୁକ୍ତ ତାଗିଦ ଓ ନିର୍ଦ୍ଦେଶ ଦେବାର ସାମ୍ବୀଧାନିକ ଦାୟୀତ୍ୱ । ବିଦ୍ୟାଳୟ ବନ୍ଦ ଯୋଗୁଁ ୨୮ ଜିଲ୍ଲାରେ ୬୭୩ ଛାତ୍ର ଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହେବା ଶିକ୍ଷା ଅଧିକାର ଆଇନର ଉଲଂଘନ ।

ବିଭାଗର କୌଣସି ନିଷ୍ପତ୍ତ ଯୋଗୁଁ ଯଦି ୬ ରୁ ୧୪ ବର୍ଷର ଜଣେ ବି ପିଲା ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ପାଇବାରୁ ବଂଚିତ ହେଲେ ଶିକ୍ଷା ଅଧିକାର ଆଇନର ଉଲଂଘନ ବୋଲି ଧରାଯିବ । ମାନବ ସମ୍ଭଳ ବିକାଶ ପାଇଁ ଶିକ୍ଷା ଆବଶ୍ୟକ । ଏଣୁ ଶିକ୍ଷା ପାଇଁ ବ୍ୟୟକୁ ବୋଝ ବୋଲି ମନେ ନକରି କୌଣସି ବି ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ଆୟୁକ୍ତଙ୍କ ରାୟର ପାଳନ କଲେ ସାମ୍ବିଧାନିକ ମର୍ଯ୍ୟାଦା ବୃଦ୍ଧି ପାଇବା ସହ ଶିକ୍ଷା ଅଧିକାର ସୁରକ୍ଷିତ ହେବ ।

ଘାସିରାମ ପଣ୍ଡା

Filed Under: ଶିକ୍ଷା Tagged With: ଓଡିଶା, ପ୍ରାଥମିକ ବିଦ୍ୟାଳୟ, ଶିକ୍ଷା

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟ

February 13, 2018 by ଓଡିଶା ଡଟ କମ Leave a Comment

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟକେମିତି ବାହାରୁଥିଲା ପୁରୁଣା ଓଡିଆ ପତ୍ରିକା ? ସେଥିରେ କେଉଁ ମାନେ ଲେଖୁଥିଲେ ? ଏବେ ବାହାରୁଥିବା ପତ୍ର ପତ୍ରିକା ସବୁ କଣ? ଜଣେ ଜିଜ୍ଞାସୁ ଓଡିଆ ଭାଷା ପ୍ରେମୀ ଭାବେ ଯଦି ଏହାର ଉତ୍ତର ଖୋଜିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡିବନି ।

ଭୁବନେଶ୍ବରରୁ ଗତ ସାତ ବର୍ଷ ଧରି ନିୟମିତ ପ୍ରକାଶ ପାଉଥିବା ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପ୍ରତିବର୍ଷ ଜାନୁଆରୀରେ ଆୟୋଜନ କରିଥାଏ କାଦମ୍ବିନୀ ପତ୍ରିକା ହାଟ ।

ଏହି ଅଭିନବ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୁଏ ପୁରାତନ ଓ ସମକାଳୀନ ସମସ୍ତ ପତ୍ରିକା । ଖାଲି ସେତିକି ନୁହେଁ ପତ୍ର ପତ୍ରିକାର ପାଠକ, ଲେଖକ ଏବଂ ତତ୍‍ ସମ୍ପର୍କିତ ବ୍ୟକ୍ତି ମଧ୍ୟ ଏହି ହାଟକୁ ଆସନ୍ତି ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟ ଓ କିସ୍‍ର ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ଶିକ୍ଷାବିତ୍‍ ଡକ୍ଟର ଅଚ୍ୟୁତ ସାମନ୍ତ ୨୦୦୦ ମସିହାରେ ପ୍ରତିଷ୍ଠା କରିଥିଲେ କାଦମ୍ବିନୀ ମିଡିଆ ପ୍ରା.ଲି. ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟଏହାର ଆଦ୍ୟ ଉଦ୍ୟମ ସ୍ୱରୂପ ସେହି ବର୍ଷ ଜୁଲାଇ ମାସରେ ଆତ୍ମପ୍ରକାଶ କରିଥିଲା ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ଭାବେ ‘କାଦମ୍ବିନୀ’ ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟଡ. ଇତି ସାମନ୍ତଙ୍କ ବଳିଷ୍ଠ ସମ୍ପାଦନାରେ ଏହି ପତ୍ରିକା ଏବେ ଓଡ଼ିଶାର ପ୍ରତିଷ୍ଠିତ ଓ ସର୍ବାଧିକ ପ୍ରସାରିତ ପତ୍ରିକା (ଏବିସି ସ୍ୱୀକୃତିପ୍ରାପ୍ତ) ତଥା ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କର ପ୍ରିୟ ପାରିବାରିକ ବନ୍ଧନ ଭାବେ ଯଥେଷ୍ଟ ଲେଖକୀୟ ଓ ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ଲାଭ କରିପାରିଛି ।

ସେଥିସହ ୨୦୧୧ ମସିହା ଜୁଲାଇ ମାସରୁ କାଦମ୍ବିନୀ ମିଡିଆରୁ ପ୍ରକାଶ ପାଉଛି ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା ‘କୁନିକଥା’ । କାଦମ୍ବିନୀ ମିଡିଆ ପ୍ରତିବର୍ଷ ଜୁଲାଇ ମାସ ୨ ତାରିଖରେ ‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ ପାଳନ କରିଥାଏ ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟସେହିପରି ୨୦୦୨ ମସିହାରୁ ପ୍ରତିବର୍ଷ ଜାନୁଆରୀ ମାସରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ର ଆୟୋଜନ କରିଥାଏ । ଏହି ଅବସରରେ ୨୦୦୯ ମସିହାରୁ ଆୟୋଜିତ ହୋଇଆସୁଛି ଅଭିନବ ପରିକଳ୍ପନାର ଓଡ଼ିଶାରେ ଏକମାତ୍ର ‘କାଦମ୍ବିନୀ ପତ୍ରିକା ହାଟ’ ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟଓଡ଼ିଶାର ସାମାଜିକ, ସାଂସ୍କୃତିକ, ସାହିତ୍ୟିକ ଓ ଶୈକ୍ଷିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଆ ପତ୍ରିକାର ରହିଛି ଏକ ଯୁଗାନ୍ତକାରୀ ଅବଦାନ । ଏହି ଅବିସ୍ମରଣୀୟ ଅବଦାନକୁ ସ୍ମରଣ କରିବା ସହ ସେଇ ଗୌରବମୟ ଐତିହ୍ୟର ସାର୍ଥକ ସ୍ମୃତିକୁ ପୁନଃ ଜାଗୃତ କରି ଗୋଟିଏ ମଞ୍ଚରେ ପୁରାତନ ଓ ସମକାଳୀନ ସମସ୍ତ ପତ୍ରିକାକୁ ଦେଖି, ଛୁଇଁ, ଅନୁଭବ କରିବା ଭଳି ଦୃଷ୍ଟିଭଙ୍ଗୀକୁ ନେଇ ଏହି ହାଟ ପରିକଳ୍ପନା ।

ଯେଉଁଠି ରାଜ୍ୟ ତଥା ରାଜ୍ୟ ବାହାରୁ ଏଯାବତ୍‍ ବିଭିନ୍ନ ପ୍ରାନ୍ତରୁ ପ୍ରକାଶ ପାଇଥିବା ଓ ପାଉଥିବା ପତ୍ରିକାକୁ ଗୋଟିଏ ସ୍ଥାନରେ ସଂଗ୍ରହ କରିହେଉଛି ଅଥବା ଦେଖିହେଉଛି ।

ଅଧୁନା ପ୍ରକାଶ ପାଉଥିବା ବା ପୂର୍ବରୁ ପ୍ରକାଶ ପାଇ ବନ୍ଦ ହୋଇଯାଇଥିବା ବହୁ ପତ୍ରିକାର ସମ୍ପାଦକ, ସମ୍ପୃକ୍ତ ବ୍ୟକ୍ତିବିଶେଷ, ପ୍ରକାଶନ ସଂସ୍ଥା ସମେତ ପତ୍ରିକା ସଂଗ୍ରାହକମାନେ ଏଥିରେ ଯୋଗ ଦେଇ ନିଜ ନିଜର ପତ୍ରିକା ପ୍ରଦର୍ଶନ ସହ କିଣାବିକାର ସୁଯୋଗ ଲାଭ କରିଆସୁଛନ୍ତି ।

ସମାଜୋପଯୋଗୀ ବିବିଧ ବିଷୟକ ପତ୍ରିକା ଏହି ହାଟରେ ସାମିଲ୍‍ ହେଉଥିବାରୁ ଖୁବ୍‍ କମ୍‍ ସମୟ ଭିତରେ ଏହା ସମସ୍ତଙ୍କ ନିକଟରେ ଗ୍ରହଣୀୟ ହୋଇପାରିଛି ।

ଏହି ହାଟରେ ସାହିତ୍ୟ, ଶିଶୁ-କିଶୋର, ପାରିବାରିକ, ଶିକ୍ଷା, ଜ୍ଞାନ-ବିଜ୍ଞାନ, ଚଳଚ୍ଚିତ୍ର, କ୍ରୀଡ଼ା, ରାଜନୀତି, ବାଣିଜ୍ୟ, ନିଯୁକ୍ତି, ପରିବେଶ, ସ୍ୱାସ୍ଥ୍ୟ, ଧର୍ମ-ପୁରାଣ, ଯୋଗ-ଧ୍ୟାନ, ରାଶିଫଳ, ହସ୍ତରେଖା-ଜ୍ୟୋତିଷ ଆଦି ବିଭିନ୍ନ ବିଷୟକ ପତ୍ରିକାକୁ ଏକାଠି ଗୋଟିଏ ମଞ୍ଚରେ ପାଇବା ସହିତ ତତ୍‍ ସମ୍ପର୍କିତ ବ୍ୟକ୍ତିଙ୍କୁ ଭେଟି ହେଉଛି; ଆଉ ପତ୍ରିକାର ଇତିହାସ, ଆନ୍ଦୋଳନ ଓ ସଂଘର୍ଷର କଥା ବି ଜାଣି ହେଉଛି ।

ଦିବସବ୍ୟାପୀ ଅନୁଷ୍ଠିତ ଏହି ହାଟରେ ପ୍ରତିବର୍ଷ ଓଡ଼ିଶା ଓ ଓଡ଼ିଶା ବାହାରର ୫୦୦ରୁ ଊଦ୍ଧ୍ୱର୍ ବା ତଦୂଦ୍ଧ୍ୱର୍ ପତ୍ରିକା, ପାଠାଗାର ଓ ସଂଗ୍ରାହକ ଅଂଶଗ୍ରହଣ କରୁଛନ୍ତି ତଥା ନିଜ ନିଜ ଭିତରେ ଭାବର ଆଦାନପ୍ରଦାନ କରିପାରୁଛନ୍ତି । ଉତ୍ସବରେ ଯୋଗ ଦେଉଥିବା ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ପତ୍ରିକା ହାଟକୁ ନେଇ ବେଶ୍‍ ଉତ୍ସାହ ପରିଲକ୍ଷିତ ହେଉଛି ।

ଗୋଟିଏ ସ୍ଥାନରେ, ଗୋଟିଏ ଛାତ ତଳେ ଏତେ ସଂଖ୍ୟକ ପତ୍ରିକା ଦେଖି ଅନେକେ ଅଭିଭୂତ ହେଉଛନ୍ତି । ସମସ୍ତଙ୍କ ପାଇଁ ଏହା ଏକ ନିଆରା ଅନୁଭବ ଆଣି ଦେଉଛି ।

ଦଶମ ‘କାଦମ୍ବିନୀ ପତ୍ରିକା ହାଟ’

ଦୁଇ ହଜାର ଅଠର ଇଂରାଜୀ ନୂଆବର୍ଷର ଦ୍ୱିତୀୟ ରବିବାର ଅର୍ଥାତ୍‍ ୧୪ ତାରିଖ । ଭୁବନେଶ୍ୱରସ୍ଥିତ କିଟ୍‍ କନ୍‍ଭେନ୍‍ସନ୍‍ ସେଣ୍ଟରରେ ଆରମ୍ଭ ହୋଇଯାଇଥିଲା ରାଜ୍ୟର ବିଭିନ୍ନ ଅଞ୍ଚଳର ସାହିତ୍ୟିକ, ପତ୍ରିକା କର୍ତ୍ତୃପକ୍ଷ, ପାଠକ ଓ ସାହିତ୍ୟାନୁରାଗୀଙ୍କର ଗହଳି ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟଅବସର ଥିଲା ‘କାଦମ୍ବିନୀ’ ଦ୍ୱାରା ଆୟୋଜିତ ଦଶମ ‘କାଦମ୍ବିନୀ ପତ୍ରିକା ହାଟ’। ଏହା ସହ ମଧ୍ୟ ଅନୁଷ୍ଠିତ ହୋଇଥିଲା ପଞ୍ଚଦଶ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’,ଏବଂ ‘କୁନାକୁନି ମେଳା’ କାର୍ଯ୍ୟକ୍ରମ ।

ପତ୍ରିକା ହାଟରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପତ୍ରିକା ସମ୍ପାଦକ, ପ୍ରକାଶକ ଓ କର୍ତ୍ତୃପକ୍ଷ ସକାଳୁ ସକାଳୁ ଆସି ପହଞ୍ଚିଯାଇଥାନ୍ତି ଉତ୍ସବ ପରିସରରେ । ଉଦ୍ଦିଷ୍ଟ ସ୍ଥାନରେ ସେମାନେ ନିଜର ପତ୍ରପତ୍ରିକାର ଏକ ସୁନ୍ଦର ପସରା ମେଲାଇ ଦେଇଥାନ୍ତି ।

ତା’ପରେ ଆରମ୍ଭ ହୁଏ ପତ୍ରିକା ହାଟର ବହୁ ପ୍ରତୀକ୍ଷିତ ଉଦ୍‍ଘାଟନ ଉତ୍ସବ । ଏଥର ବି ସେମିତି ହୋଇଥିଲା । ପ୍ରଖ୍ୟାତ କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଏହି ହାଟ ଉଦ୍‍ଘାଟିତ ହୋଇଥିଲା । ପରେ ଅତିଥିମାନେ ପତ୍ରିକା ହାଟ ପରିଦର୍ଶନ କରିଥିଲେ ।

ଏହାପରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମର ଦ୍ୱିତୀୟ ପ୍ରସ୍ତ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ । ମଞ୍ଚ ଉପରକୁ ଅତିଥିମାନଙ୍କ ଆଗମନ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ଆରାଧ୍ୟ ଦେବତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ ପ୍ରଖ୍ୟାତ କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ।

ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ୍‍ ଓ ଅଭିନେତ୍ରୀ ଡ. ମାଳବିକା ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ୍‍ ଓ ସମାଜସେବୀ ପଦ୍ମଶ୍ରୀ ଡକ୍ଟର ସଇଦା ସାଇଦିନ୍‍ ହମିଦ୍‍; ସମ୍ମାନିତ ଅତିଥି ଥିଲେ ସମାଜସେବୀ, ଲେଖିକା, ଚଳଚ୍ଚିତ୍ର ଅଭିନେତ୍ରୀ ତଥା କିନ୍ନର ସମାଜର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଶ୍ରୀମତୀ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ; ବିଶିଷ୍ଟ କବୟିତ୍ରୀ ଓ ଆଲୋଚିକା ଶ୍ରୀମତୀ ସୁକ୍ରିତା ପଲ୍‍ କୁମାର ଓ ବିଶିଷ୍ଟ ପଞ୍ଜାବୀ ସାହିତ୍ୟିକା ଡ. ବନିତା ।

ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପରେ ପ୍ରାରମ୍ଭିକ ସଙ୍ଗୀତ ‘କାଦମ୍ବିନୀ ଗୀତ’ ପରିବେଷଣ ହୋଇଥିଲା । ପରେପରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ‘କାଦମ୍ବିନୀ’ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ ।

ଉତ୍ସବ ଅବସରରେ ବରିଷ୍ଠ କବି ଶ୍ରୀଯୁକ୍ତ ସୌଭାଗ୍ୟ କୁମାର ମିଶ୍ରଙ୍କୁ ‘କାଦମ୍ବିନୀ ସାରସ୍ୱତ ସମ୍ମାନ-୨୦୧୮’ ପ୍ରଦାନ କରାଯାଇଥିଲା । ରୌପ୍ୟ ଫଳକ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ପ୍ରଫେସର ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା ।

ସେହିପରି ଅନୁବାଦିକା ତଥା ‘ଶତଭିଷା’ ପତ୍ରିକାର ସମ୍ପାଦକ ଶ୍ରୀମତୀ ଶକୁନ୍ତଳା ବଳିଆରସିଂହଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୧୮’ ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାରଣା, ବରିଷ୍ଠ ସାହିତ୍ୟିକା ଶ୍ରୀମତୀ ଅଳକା ଚାନ୍ଦ, ବରିଷ୍ଠ ସାହତିି୍ୟକ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ସାମଲ ଏବଂ ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ପ୍ରସନ୍ନ ହୋତାଙ୍କୁ ‘କାଦମ୍ବିନୀ ସାରସ୍ୱତ ସମ୍ବର୍ଦ୍ଧନା-୨୦୧୮’ରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ମାନପତ୍ର, ଉତ୍ତରୀୟ ଓ ଦଶହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇ ଏହି ବରିଷ୍ଠ ସାହିତ୍ୟିକ ଓ ସାହିତ୍ୟିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେହିପରି ସାହିତ୍ୟ ଅକାଦେମି ଓ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସାହିତ୍ୟିକା ଶ୍ରୀମତୀ ଗାୟତ୍ରୀ ସରାଫ୍‍ ଓ ଅନୁବାଦକ ଶ୍ରୀଯୁକ୍ତ ସୂର୍ଯ୍ୟମଣି ଖୁଣ୍ଟିଆଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଅନ୍ୟପକ୍ଷରେ ‘କାଦମ୍ବିନୀ’ର ଶୁଭେଚ୍ଛୁ ଶ୍ରୀଯୁକ୍ତ ଦ୍ୱିତୀକୃଷ୍ଣ ଜେନାଙ୍କୁ ମଧ୍ୟ ‘କାଦମ୍ବିନୀ ଶୁଭେଚ୍ଛୁ ସମ୍ବର୍ଦ୍ଧନା-୨୦୧୮’ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ‘କାଦମ୍ବିନୀ’ର ନୂଆବର୍ଷ ସ୍ୱତନ୍ତ୍ର ଏବଂ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ଜାନୁଆରୀ ସଂଖ୍ୟାର ଶୁଭ ଉନ୍ମୋଚନ ହେବା ସଙ୍ଗେସଙ୍ଗେ କାଦମ୍ବିନୀ ମିଡିଆ ପ୍ରକାଶିତ ଡ. ଇତି ସାମନ୍ତଙ୍କ ଉପନ୍ୟାସ ‘ଶକୁନ୍ତଳାର ଝିଅ’ ଏବଂ ଫିଚର ସଂକଳନ ‘ପ୍ରସଙ୍ଗ ଗୁଚ୍ଛ’ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ସେଥିସହ ଅନ୍ୟ ଅନେକ ପୁସ୍ତକ ଓ ପତ୍ରପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା ।

ମଞ୍ଚରେ ଉପସ୍ଥିତ ଅତିଥିମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚ ସଞ୍ଚାଳନ କରିଥିଲେ ମଧୁମିତା ମହାନ୍ତି । ଦିବସବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତିନି ହଜାରରୁ ଊଦ୍ଧ୍ୱର୍ ସାହିତ୍ୟ ଓ କଳାସଂସ୍କୃତି ସହିତ ସଂପୃକ୍ତ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାହିତ୍ୟ Tagged With: ଓଡିଶା, କାଦମ୍ବିନୀ, ପତ୍ରିକା ହାଟ, ମହୋତ୍ସବ, ସାହିତ୍ୟ

ବିଛିନାଞ୍ଚଳରେ କେମିତି ମାଲିକାନା ଜାହିର କରୁଛି ପଡୋଶୀ ରାଜ୍ୟ

January 24, 2018 by ଓଡିଶା ଡଟ କମ Leave a Comment

1
ବିଘ୍ନେଶ୍ୱର ସାହୁ

ବିଚ୍ଛିନ୍ନାଞ୍ଚଳ କହିଲେ ଆମେ ବର୍ତ୍ତମାନର ଓଡ଼ିଶାର ଦକ୍ଷିଣ ଓ ଉତ୍ତରପଟକୁ ଲାଗିରହିଥିବାର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ମୁଖ୍ୟତଃ ବୁଝିଥାଉ ।

ପ୍ରାକ୍ ସ୍ୱାଧୀନତା କାଳରୁ ଆମେ ଓଡ଼ିଶାକୁ ଅଥବା ଓଡ଼ିଶାର ମାନଚିତ୍ରକୁ ଯେପରି ଭାବରେ ଦେଖୁଛୁ, ପୂର୍ବରୁ ତାହାର ପରିସୀମା କାହିଁ କେତେଗୁଣରେ ଅଧିକା ଥିଲା ।

କୁହାଯାଉଥିଲା, ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ତକ୍ରାଳୀନ କଳିଙ୍ଗର ସାମ୍ରାଜ୍ୟ ବିସ୍ତାରିଥିଲା । କାଳକ୍ରମେ ତାହା ଖଣ୍ଡବିଖଣ୍ଡିତ ହେବାକୁ ଲାଗିଲା ।

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ପୂର୍ବର ଅବସ୍ଥା ଏବଂ ପର ଅବସ୍ଥାକୁ ଅନୁଧ୍ୟାନ କଲେ ଉଭୟ ସମୟର ସ୍ଥିତିରେ ଅନେକ ପରିବର୍ତ୍ତନର ଆଭାସ ସ୍ପଷ୍ଟ ବାରି ହୋଇପଡ଼ୁଛି ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିନଠାରୁ ପର୍ଯ୍ୟାୟ କ୍ରମରେ ଦକ୍ଷିଣ ଓଡ଼ିଶାର ଅତିକମ୍ ରେ ୧୯୯ଖଣ୍ଡ ଗ୍ରାମଉପରେ ଆନ୍ଧ୍ର ସରକାର ମାଲିକାନା ଜାହିର କରିବା ଓ ଆମେ ଏହା ବିରୁଦ୍ଧରେ ଠିକ ଭାବେ ସ୍ଵର ଉତ୍ତୋଳନ କରି ଏହାର ସମାଧାନ ନ କରିବା ପରିସ୍ଥିତିର ଗମ୍ଭୀରତାକୁ ସୂଚାଇ ଦେଉଛି ।

ଆମ ରାଜ୍ୟର ଭୌଗୋଳିକ ସୀମା ସରହଦ୍ ନେଇ ରହିଆସିଥିବା ରେକର୍ଡ଼ପତ୍ର ଏହି ପରିସ୍ଥିତିରେ ଏକପ୍ରକାର ଅପ୍ରାସଙ୍ଗିକ ହୋଇପଡ଼ୁଛି ।

ଓଡ଼ିଶାର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ବିଭିନ୍ନ ଆଡ଼ରୁ ଘେରି ରହିଛି ଆନ୍ଧ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ର କିଛି ଅଞ୍ଚଳ । କେବେ ଭାଷା ତ ଆଉ କେବେ ଅଞ୍ଚଳକୁ କେନ୍ଦ୍ର କରି ଓଡ଼ିଶା ସହିତ ଏହି ଚାରିଟି ରାଜ୍ୟ ମଧ୍ୟରେ ସୃଷ୍ଟି ହେଉଛି ବିବାଦ ।

ଭାଷାକୁ ନେଇ ସବୁବେଳେ ଗର୍ବ କରିଆସୁଥିବା ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଗ୍ରାମରେ ବଙ୍ଗଳା ଭାଷାର ପ୍ରସାର ପାଇଁ ପ୍ରୟାସ ଜାରିରଖିଛି ।

ଅପରପଟେ ଆନ୍ଧ୍ର ପକ୍ଷରୁ ବିଚ୍ଛିନ୍ନାଞ୍ଚଳ ଗ୍ରାମଗୁଡ଼ିକରେ ରାସ୍ତାଘାଟ, ସ୍କୁଲ, ବିଦ୍ୟୁତ ସଂଯୋଗ ଆଦି ଲାଗି ଅବିରତ ପ୍ରଚେଷ୍ଟା କରାଯାଉଛି । ଏପରିକି ଆନ୍ଧ୍ର ପକ୍ଷରୁ ବିଚ୍ଛିନ୍ନାଞ୍ଚଳର କେତେକ ଓଡ଼ିଆ ମାଧ୍ୟମ ସ୍କୁଲରେ ତେଲୁଗୁ ପଢ଼ାଯିବା କଥା ବି ଶୁଣିବାକୁ ମିଳୁଛି ।

ବିଛିନାଞ୍ଚଳରେ କେମିତି ମାଲିକାନା ଜାହିର କରୁଛି ପଡୋଶୀ ରାଜ୍ୟଫଳରେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ସୀମାନ୍ତବର୍ତ୍ତୀ ଗ୍ରାମର ଲୋକମାନେ ବାଧ୍ୟ ହୋଇ ପଡ଼ୋଶୀ ରାଜ୍ୟରେ ମିଶିଯିବାକୁ ଇଚ୍ଛା କରୁଛନ୍ତି ।

ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଗଜପତି, ଗଞ୍ଜାମର କିଛି ସୀମାନ୍ତବର୍ତ୍ତୀ ଗାଁ ଆଜି କେଉଁ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାର ଅନେକ ଉଦାହରଣ ଆମେ ପାଇପାରିବା ।

କୋରାପୁଟ:

ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍ ର ପାନ୍ଥଲୁଙ୍ଗ, ଚାଟୁଆ ଏବଂ ପଟାଙ୍ଗି ବ୍ଲକ୍ ର କୋଟିଆ, ସୁଙ୍କି, ଅମ୍ବାପାଲି ତଥା ବନ୍ଧୁଗାଁ ବ୍ଲକ୍ ର ଆଲମଣ୍ଡା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଅନେକ ଗ୍ରାମର ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଅବହେଳିତ ଭାବେ ରହିଛନ୍ତି ।

ଏହି ସୀମାନ୍ତ ପଞ୍ଚାୟତର କିଛି ଗ୍ରାମରେ ପିଇବା ପାଣିର ସମସ୍ୟା ରହିଛି ତ ଆଉ କେଉଁ ଗ୍ରାମକୁ ରାସ୍ତାଘାଟ, ବିଜୁଳି ଓ କର୍ମସଂସ୍ଥାନ ଭଳି କୌଣସି ମୌଳିକ ସୁବିଧା ମିଳିପାରୁ ନାହିଁ । ଏହି ସୀମାନ୍ତ ଗ୍ରାମବାସୀମାନେ ହାଟବଜାର, କାମଧନ୍ଦା ଓ ସ୍ୱାସ୍ଥ୍ୟସେବା ପାଇଁ ପଡ଼ୋଶୀ ଆନ୍ଧ୍ର ଉପରେ ନିର୍ଭର କରି ଚଳିଆସୁଛନ୍ତି ।

ଉଦାହରଣଭାବେ ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ପାନ୍ଥଲୁଙ୍ଗ ପଞ୍ଚାୟତର ସୁଡୁବୁ ଗ୍ରାମକୁ ନିଆଯାଉ । ଏହି ଗ୍ରାମରେ ୩୩ଟି କନ୍ଧ ଓ ୮ଟି ପରଜା ପରିବାର ବାସ କରୁଛନ୍ତି ।

ଏଠାକାର ଗ୍ରାମବାସୀମାନେ କୃଷି ସହିତ ବନଜାତ ଦ୍ରବ୍ୟ ସଂଗ୍ରହ କରି ଓ ମଜୁରୀ ଲାଗି ଚଳନ୍ତି । ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ଏମାନଙ୍କ ପାଖରେ ପହଞ୍ଚି ପାରିନଥିବାରୁ ଏହି ଗ୍ରାମବାସୀ ଅସହାୟ ଓ ନିରୁପାୟ ହୋଇ ହାଟବଜାର, କାମଧନ୍ଦା ଓ ସ୍ୱାସ୍ଥ୍ୟସେବା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି ।

ଆନ୍ତର୍ଜାତିକ ସୀମାନ୍ତରେ ଯେମିତି କିଛି ‘ନୋ-ମ୍ୟାନ୍ସ ଲାଣ୍ଡ’ ଥାଏ, ସେହିଭଳି ଓଡ଼ିଶାର କୁଟିଆ ଅଞ୍ଚଳର ୨୨ଖଣ୍ଡ ଗ୍ରାମ (ବିବାଦୀ)ର ଲୋକମାନେ ୧୯୩୪ରୁ ନିଜ ଜନ୍ମଭୂମିର ପରିଚୟ ପାଇଁ ଅନବରତ ସଂଗ୍ରାମ ଚଳାଇ ଆସିଛନ୍ତି ।

ତାହା ବାଦ୍, ଓଡ଼ିଶାର ଗୁଡ଼ିକୁଡ଼ି ଗ୍ରାମରେ ଆନ୍ଧ୍ର ସରକାର ବଳପୂର୍ବକ କଳିଙ୍ଗଦଳା ପ୍ରକଳ୍ପ ନିର୍ମାଣ କରିବା ଦିନଠାରୁ ରାଜ୍ୟ ସୀମାବର୍ତ୍ତୀ ତତ୍କାଳୀନ କୋରାପୁଟ ଜିଲ୍ଲାର ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ୩ଟି ଫରେଷ୍ଟବ୍ଲକ୍ ରେ ୭ହଜାର ଏକର ଜଙ୍ଗଲ ସମେତ ୧୬୦ଟି ଗ୍ରାମ ଉପରେ ଆନ୍ଧ୍ରପ୍ରଦେଶ ସରକାର ବିବାଦ ଉଠାଇ ସାରିଲେଣି ।

ନାରାୟଣପାଟଣା ଥାନା ଅନ୍ତର୍ଗତ ଝଞ୍ଜାବତୀ ନଦୀ ପାଶ୍ୱର୍ ଜୟକୋଟାଠାରୁ ରେବତୀଗୁଡ଼ା, ହାତୀଗୁଡ଼ା, ଫରେଷ୍ଟ ସୀମାଖୁଣ୍ଟଠାରୁ ମୁଲାଗାସହ ସଂଯୁକ୍ତ କରୁଥିବା ଆନ୍ଧ୍ର ସୀମା ଏବଂ କାସପାବାଲସାଠାରୁ ଆରମ୍ଭ କରି ଦଳେଇପଟାରୁ ଆନ୍ଧ୍ରର ଡୋକାସିଲା, ସ୍ପେଇବାଲସା ସୀମା ଯାଏଁ ୩ଟି ଫରେଷ୍ଟ ବ୍ଲକ୍ ର ୨ହଜାରରୁ ଅଧିକ ଏକର ଅଞ୍ଚଳର ମାଲିକାନା ନେଇ ବିବାଦ ୧୯୭୫ରୁ ଆରମ୍ଭ ହୋଇଥିଲା ।

୧୯୭୮ରେ ପୁରୁଣା ସର୍ଭେର ତଥ୍ୟକୁ ଭିତ୍ତିକରି ବିବାଦର ସମାଧାନ କରିବା ନିମନ୍ତେ ସୁପ୍ରିମକୋର୍ଟ ଉଭୟ ରାଜ୍ୟସଭାକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ, ମାଡ଼୍ରାସ୍ ସର୍ଭେ କର୍ମଚାରୀମାନଙ୍କ ଦ୍ୱାରା ୧୯୩୪ସାଲରେ ପ୍ରସ୍ତୁତ ତଥ୍ୟକୁ ଉଭୟ ରାଜ୍ୟ ଗ୍ରହଣ କରିବା ଲାଗି ସ୍ପଷ୍ଟ ଇଙ୍ଗିତ ଥିଲା ।

ତେବେ ୧୯୭୮ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଆପାତତଃ ଆନ୍ଧ୍ର ସରକାର ଅନ୍ତଃରାଜ୍ୟ ସୀମାବର୍ତ୍ତୀ ଏହି ବିବାଦୀୟ ଅଞ୍ଚଳ (ସୀମାଖଣ୍ଡ ୧୫୦୬ରୁ ୧୯୩୩ ପର୍ଯ୍ୟନ୍ତ)ର ତଥ୍ୟଗୁଡ଼ିକ ନିଜ ପାଖରେ ନଥିବା ଭଳି ଅଜବ ଯୁକ୍ତି ଦର୍ଶାଇଛନ୍ତି ।

ଏହି ଯୁକ୍ତି ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସନ୍ଦେହ ସୃଷ୍ଟି କରିଛି । ଏହି ବିବାଦର ସମାଧାନ ପାଇଁ ୧୯୮୪ ସାଲରୁ ଉଭୟ ରାଜ୍ୟ ଉଚ୍ଚ ଅଧିକାରୀସ୍ତରୀୟ ବୈଠକ ସାତରୁ ଅଧିକ ଥର ହୋଇସାରିଲାଣି । ମାତ୍ର ଆନ୍ଧ୍ର ସରକାର ପୁନରାୟ ବିବାଦୀୟ କ୍ଷେତ୍ରର ସର୍ଭେ ପାଇଁ ଜିଦ୍ ଧରିବସିଛନ୍ତି ।

ବଣପାହାଡ଼ ଘେରା, ଦୁର୍ଗମ ଇଲାକାରେ ଥିବା ଏହି ଗ୍ରାମର ଲୋକ କୌଣସି ରୋଗରେ ପୀଡ଼ିତ ହେଲେ ଲୋକେ ମାଛକୁଣ୍ଡ ନଦୀ ପାର କରି ଆନ୍ଧ୍ରର ପେଦାବାଇଲି କିମ୍ବା ପାଡ଼େରକୁ ନେଇ ଚିକିତ୍ସା କରିଥାନ୍ତି । ସୁଡୁବୁ ଭଳି ଅନେକ ସୀମାନ୍ତବର୍ତ୍ତୀ ଗ୍ରାମର ଅବସ୍ଥା ସମାନ ।

ଯାହାଫଳରେ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ଲୋକମାନେ ରାଜ୍ୟରୁ ଦୂରେଇ ଯିବାରେ ଲାଗିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ହାଟବଜାର, କାମଧନ୍ଦା ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ ହେଉଛନ୍ତି ।

ଜୋର ଯାର ମୂଲକ ତା’ର ନୀତିରେ ଏବେ ବିବାଦୀୟ କୁଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ରର କର୍ତ୍ତୃତ୍ୱ ବଢ଼ିଚାଲିଛି ।

ଦୀର୍ଘବର୍ଷ ଧରି କୁଟିଆ ଅଞ୍ଚଳର ୨୧ଖଣ୍ଡ ଗ୍ରାମକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଆନ୍ଧ୍ର ସରକାର ଏସବୁ ବିବାଦୀୟ ଗାଁରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିଛନ୍ତି ।

ଗ୍ରାମବାସୀଙ୍କୁ ଖାଉଟି କାର୍ଡ଼, ସ୍ୱାସ୍ଥ୍ୟ କାର୍ଡ଼, ଭୋଟର କାର୍ଡ଼ ପ୍ରଦାନ କରି ନିଜର କର୍ତ୍ତୃତ୍ୱ ଜାହିର କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି ।

କେବଳ ଏତିକି ନୁହେଁ, ଆନ୍ଧ୍ର ପ୍ରଶାସନ ନିଜ ଆଧିପତ୍ୟ ବିସ୍ତାର କରିବାକୁ ଯାଇ ଏହି ବିବାଦୀୟ ଗ୍ରାମପୁଞ୍ଜ ଅଞ୍ଚଳର କେତେକ ଗ୍ରାମକୁ ରାସ୍ତା ତିଆରି କରିବା ସାଙ୍ଗକୁ ବିଦ୍ୟୁତ ଯୋଗାଣ, ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

କୋରାପୁଟ ଜିଲ୍ଲା ସଦର ମହକୁମା ଠାରୁ ୬୮କି.ମି. ଦୂର ତଥା ଜାତୀୟ ରାଜପଥ ନଂ ୨୬ରୁ ୩୦କି.ମି. ଦୂରରେ କୁଟିଆ ଗ୍ରାମ ପଞ୍ଚାୟତ ଅବସ୍ଥିତ ।

ପଞ୍ଚାୟତର ୨୮ଟି ଗ୍ରାମ ମଧ୍ୟରୁ ୨୧ଖଣ୍ଡ ଗ୍ରାମ କୁଟିଆ, ଗଞ୍ଜେଇପଦର, ମାଡ଼କାର, ଫଗୁଣସିନେରୀ, ଫାଟୁସିନେରୀ, ମହିପାଣି, ଉପରସେମ୍ବି, ତଳସେମ୍ବି, ଧୂଳିପଦର, ଆର୍ଜୁବାଲସା, ତାଡ଼ିବାଲସା, ନାରେଡ଼ିବାଲ, ରଣାସିଂ, ପନକାର, ସିଡ଼ିବାଲସା, ବାର୍ଣ୍ଣାପାଡ଼ୁ, ସିମାଗାଡ଼ା, ହରମାଣ୍ଡିଙ୍ଗ, ସଲପଗୁଡ଼ା, ତୁଲିସା, ପଣାଦୋରାକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ୧୯୬୪ ମସିହାରୁ ଆଇନଗତ ବିବାଦ ଲାଗି ରହିଛି ।

୧୯୬୮ମସିହାରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଉଭୟ ରାଜ୍ୟକୁ ଉକ୍ତ ଅଞ୍ଚଳରେ ସ୍ଥିତାବସ୍ଥା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ବିବାଦୀୟ ୨୧ଖଣ୍ଡ ଗ୍ରାମରେ ଆନ୍ଧ୍ର ପକ୍ଷରୁ ବିଭିନ୍ନ ସମୟରେ ନାନା ଉନ୍ନୟନମୂଳକ କାର୍ଯ୍ୟ ଚାଲୁଥିବା ଜଣାପଡ଼ିଛି । କିଛି ଗାଁରେ ରାସ୍ତା ନିର୍ମାଣ ଓ ଆଉ କିଛି ଗାଁରେ ବିଦ୍ୟୁତଯୋଗାଣ ପାଇଁ ପ୍ରୟାସ ଜାରି ରଖିଛି ।

କେବଳ ସେତିକି ନୁହେଁ ଏହି ବିବାଦୀୟ ଗ୍ରାମଗୁଡ଼ିକ ମଧ୍ୟରୁ ଦୁଇଟି ଗାଁରେ ସ୍କୁଲ ଗୃହ ନିର୍ମାଣ କରିବା ସହିତ ତେଲୁଗୁଭାଷାରେ ଶିକ୍ଷାଦାନ ପାଇଁ ଜୋରଦାର ଉଦ୍ୟମ ଚଳାଇଛି ଆନ୍ଧ୍ର । କେତେକାଂଶରେ ସଫଳ ମଧ୍ୟ ହେଉଛି ।

ଏହି ବିବାଦୀୟ ପଞ୍ଚାୟତରେ ମୋଟ ଜନସଂଖ୍ୟା ୬୩୦୪ ହୋଇଥିବା ବେଳେ ୭୭୮ଘର ଆଦିବାସୀ, ୧୨୩ ଘର ହରିଜନ ପରିବାର ରହୁଛନ୍ତି । ଓଡ଼ିଶା ପକ୍ଷରୁ କୁଟିଆରେ ପଞ୍ଚାୟତ ରହିଥିବାବେଳେ ଆନ୍ଧ୍ର ପ୍ରଶାସନ ଗଞ୍ଜେଇପଦର, ଫାଟୁସିନେରୀ, ଫଗୁଣ ସିନେରୀ ତିନିଟି ପଞ୍ଚାୟତ ସୃଷ୍ଟି କରିଛି ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗୋଲୁର ପଞ୍ଚାୟତର ରାଇପଡ଼ା ଗାଁ । ଗାଁଟି ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ରହିବା ପରେ ଗତ କିଛିବର୍ଷ ତଳେ ହିଁ ରାଜ୍ୟ ସରକାରଙ୍କ କିଛି ଯୋଜନା ଏଠାରେ ଆରମ୍ଭ ହୋଇଛି । କିନ୍ତୁ ଯୋଜନାଗୁଡ଼ିକ ଧିମା ଗତିରେ ଚାଲିଥିବାବେଳେ ଗାଁର ସମସ୍ତ ୧୪ଟି ପରିବାର କାର୍ଯ୍ୟକାରୀ ଯୋଜନାଗୁଡ଼ିକରେ ସମ୍ପୂର୍ଣ୍ଣ ଉପକୃତ ହୋଇପାରି ନାହାନ୍ତି ।

ଅନ୍ୟପକ୍ଷରେ ଆନ୍ଧ୍ର ସରକାର ସୀମାନ୍ତ ଏହି ଗାଁକୁ ନିଜ କବଜାକୁ ନେବାକୁ ଗୋଟିଏବି ସୁଯୋଗକୁ ହାତଛଡ଼ା କରିନାହାନ୍ତି। ପଡ଼ୋଶୀ ସରକାରଙ୍କ ପକ୍ଷରୁ ଗାଁର ପ୍ରତ୍ୟେକ ଘରକୁ ମାଗଣାରେ ବିଦ୍ୟୁତ ସଂଯୋଗ କରାଯାଇଛି ।

ଅନ୍ୟପକ୍ଷରେ ଅଳ୍ପ କିଛିଦିନ ତଳେ ଓଡ଼ିଶା ସରକାର ଗାଁକୁ ବିଦ୍ୟୁତ ସଂଯୋଗ କରିଛନ୍ତି ଯେଉଁଥିରେ କି ସମସ୍ତ ପରିବାର ବି ସାମିଲ ହୋଇପାରି ନାହାନ୍ତି ।

ଏପରିକି ଅଧିକାଂଶ ସମୟରେ ବିଦ୍ୟୁତ ରହୁନଥିବାରୁ ଗ୍ରାମବାସୀ ଓଡ଼ିଶା ସରକାରଙ୍କ ବିଦ୍ୟୁତ ସଂଯୋଗ ନକରାଇବାକୁ ସଫା ସଫା ମନା କରିଦେଇଛନ୍ତି । ଇନ୍ଦିରା ଆବାସ ଯୋଜନାରେ ବି ସମାନ ସ୍ଥିତି ।

ଆନ୍ଧ୍ର ସରକାରଙ୍କ ଦ୍ୱାରା ବହୁ ଇନ୍ଦିରା ଆବାସ ଘର ସମ୍ପୂର୍ଣ୍ଣ କରାଯାଇ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ନଚେତ କାର୍ଯ୍ୟାଦେଶ ପ୍ରଦାନ ହୋଇସାରିଥିବାରୁ ଭିତ୍ତିଭୂମି କାମ ସରିଛି । ଯେଉଁଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଅଳ୍ପ କିଛି ପରିବାର ହିଁ ଏହି ଯୋଜନାରେ ସାମିଲ ହୋଇପାରିଛନ୍ତି ।

ଆନ୍ଧ୍ରସରକାର ସମସ୍ତ ପରିବାରଙ୍କୁ ବିପିଏଲ କାର୍ଡ଼ ଯୋଗାଇ ଯୋଗାଣ ସାମଗ୍ରୀ ନିୟମିତ ତଥା ବିଧି ପ୍ରଦାନ କରୁଛନ୍ତି । ଗତ ଜନଗଣନାରେ ଗ୍ରାମକୁ ନିଜ ରାଜ୍ୟ ସୀମାରେ ରହିଥିବା ଦର୍ଶାଇ ଆନ୍ଧ୍ର ସରକାର ଜନଗଣନା ବି କରାଇଛନ୍ତି ।

ନିର୍ବାଚନ ସମୟରେ ଗ୍ରାମବାସୀ ଓଡ଼ିଶାର ପଟାଙ୍ଗି ଏବଂ ଆନ୍ଧ୍ରର ଆର୍କୁ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଦେଉଛନ୍ତି । ଶିକ୍ଷାବ୍ୟବସ୍ଥା ନିମନ୍ତେ ଏଠାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଉଣା କରାଯାଇ ନାହିଁ । ଅସ୍ଥାୟୀ ଘରେ ପିଲାଙ୍କୁ ଶିକ୍ଷକ ତେଲୁଗୁ ଭାଷା ସହ ଅନ୍ୟ ବିଷୟରେ ଶିକ୍ଷାଦାନ କରୁଛନ୍ତି ।

ଦୀର୍ଘବର୍ଷ ଅବହେଳିତ ଅବସ୍ଥାରେ ରହିବାପରେ ଆନ୍ଧ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ଲୋକେ ଏତେମାତ୍ରାରେ ଉତ୍ସାହିତ ହୋଇଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ମିଶିବାରେ କୌଣସି ପ୍ରକାର ଦ୍ୱିଧା ନଥିବା କହିଛନ୍ତି । ଏ ତ’ ଥିଲା ଓଡ଼ିଶାର ସୀମାନ୍ତ ଗ୍ରାମରେ ଆନ୍ଧ୍ରର ଏକତରଫା ପତିଆରା ।

ଗଜପତି:

କୋରାପୁଟ ପରି ଆନ୍ଧ୍ରର ନଜର ପଡ଼ିଛି ଗଜପତି ଜିଲ୍ଲାର ସୀମାନ୍ତବର୍ତ୍ତୀ କିଛି ଗ୍ରାମ ଉପରେ । ପାରଳାଖେମୁଣ୍ଡି ତହସିଲ ଅଧିନ ପୂର୍ବ ଓ ଦକ୍ଷିଣ ସୀମା ଆନ୍ଧ୍ରପ୍ରଦେଶକୁ ଲାଗି ରହିଛି ।

ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶ ଏପର୍ଯ୍ୟନ୍ତ ଏହି ଇଲାକା ବିସ୍ତୃତ । ପଡ଼ୋଶୀ ରାୟଗଡ଼ା ଜିଲ୍ଲାର ଗୁଣପୁର ସୀମାଯାଏଁ କାଶୀନଗର ବ୍ଲକ୍ର ବାଡ଼ିଗାଁ, ପାଲସିଂ ଏବଂ ଗୋଷାଣୀ ବ୍ଲକ୍ର କେତେକ ଅଞ୍ଚଳ ଆନ୍ଧ୍ରକୁ ଲାଗିଛି ।

ଏହି ସୀମାନ୍ତ ଇଲାକାର ଖଣ୍ଡାସା ଓ କୌଶଲ୍ୟାପୁର ଅଞ୍ଚଳ ଉପରେ ଆନ୍ଧ୍ର ଏକପ୍ରକାର ନିଜର ମାଲିକାନା ଜାହିର କରିଥିବା ବେଳେ କାଶୀନଗର ବ୍ଲକ୍ ଅଧିନ ହାଡ଼ୁଭାଙ୍ଗିରେ ଏକ ଘରୋଇ ତେଲୁଗୁ ପ୍ରାଥମିକ ବିଦ୍ୟାଳୟ ଖୋଲିଛି ।

ଓଡ଼ିଶା ମଧ୍ୟରେ ଆନ୍ଧ୍ର ଏଭଳି ଶିକ୍ଷାନୁଷ୍ଠାନ କିଭଳି ଖୋଲିଲା ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି କାଶୀନଗର ବ୍ଲକ୍ ଅନ୍ତର୍ଗତ ନଳାବନ୍ତୁ (ନାଲାବାନ୍ତୁ) ମୌଜାର ଆଦିବାସୀ ବାସିନ୍ଦାଙ୍କୁ ଆନ୍ଧ୍ରର ସମନ୍ୱିତ ଆଦିବାସୀ ସଂସ୍ଥା ସହାୟତା ଯୋଗାଇ ଦେବାସହ ଖଜଣା ଆଦାୟ କରୁଥିବା ଅଭିଯୋଗ ହୋଇଛି ।

ପାରଳାଖେମୁଣ୍ଡିର ସୀତାସାଗର ଓ ଦକ୍ଷିଣ ପଟକୁ ଥିବା ଚୋରାଗୁଡ଼ି ଖସପା ମୌଜାର କେତେକ ଜମି ମଧ୍ୟ ଆନ୍ଧ୍ରଚାଷୀଙ୍କ ଦଖଲରେ ରହିଛି । ଏହି ଜମିକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଦେୱାନୀ ବିବାଦ ଲାଗି ରହିଥିଲା ।

ପରବର୍ତ୍ତୀ ସମୟରେ ଏହି ମାମଲାରେ ଓଡ଼ିଶା ସରକାରଙ୍କ ବିଜୟ ହୋଇଥିଲା, ହେଲେ ଆନ୍ଧ୍ର ଦଖଲଦାର -ମାନଙ୍କୁ ଏଯାଏଁ ସେଠାରୁ ଉଚ୍ଛେଦ କରାଯାଇ ପାରି ନାହିଁ ।

କାଶୀନଗର ସୀମାରେ ପ୍ରବାହିତ ବଂଶଧାରା ନଦୀର ଅପରପାଶ୍ୱର୍ରେ ଓଡ଼ିଶାର ଅଭିଲିମା ମୌଜାର ଶତାଧିକ ଏକର ସରକାରୀ ଜମି ଆନ୍ଧ୍ର ଚାଷୀଙ୍କ ଜବରଦଖଲରେ ରହିଛି । ଏହାକୁ ନେଇ ଯେତେ ଆପତ୍ତି ଅଭିଯୋଗ କଲେ ସୁଦ୍ଧା ଜବରଦଖଲକାରୀଙ୍କୁ ହଟାଯାଉ ନାହିଁ ।

ରାୟଗଡ଼ ବ୍ଲକ୍ ର ଗୁଡ଼ିଖୁଡ଼ି ମୌଜାକୁ ନେଇ ଆନ୍ଧ୍ରପକ୍ଷରୁ କଳିଙ୍ଗଦଳା ଡ୍ୟାମ ନିର୍ମାଣବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ ।

ଫଳରେ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରି କି ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏନ୍.ଟି ରାମାରାଓଙ୍କ ମଧ୍ୟରେ ଆପୋଷ ବୁଝାମଣା ହେବାପରେ ସମ୍ପୃକ୍ତ ଅଞ୍ଚଳ ଓଡ଼ିଶାର ବୋଲି ଆନ୍ଧ୍ର ସରକାର ଆପାତତଃ ସ୍ୱୀକାର କରିଥିଲେ ।

ସେତେବେଳେ ଡ୍ୟାମ୍ ନିର୍ମାଣପାଇଁ ଓଡ଼ିଶା ସରକାରଙ୍କୁ ବୁଡ଼ି ଅଞ୍ଚଳ ବାବଦକୁ କ୍ଷତିପୂରଣ ଦେବା ସକାଶେ ଚୁକ୍ତି ହୋଇଥିଲା । ହେଲେ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ପଇସାଟିଏ କ୍ଷତିପୂରଣ ଆଦାୟ କରିବାକୁ ସକ୍ଷମ ହୋଇପାରିନାହାନ୍ତି ।

ଜମିଦାରି ଅମଳରୁ ପାରଳାଖେମୁଣ୍ଡିର ସୀତାସାଗର ଓ ରାମସାଗର ଭଳି କେତେକ ଜଳସେଚନ ପ୍ରକଳ୍ପରୁ ଆନ୍ଧ୍ରର ଚାଷୀ ଜଳ ନେଉଥିଲେ ହେଁ ଟଙ୍କାଟିଏ ଜଳକର ଦେଉନାହାନ୍ତି ।

ବାରମ୍ବାର ଦାବି କରାଯିବା ପରେ ଆନ୍ଧ୍ର ସରକାର କିଛିଦିନ ଜଳକର ପୈଠକରି ଏହାକୁ ବନ୍ଦ କରିଦେଇଛନ୍ତି । ଗତ ଏକ ଦଶନ୍ଧି ମଧ୍ୟରେ ଜଳକର ବାବଦରେ ଗୋଟିଏ ଟଙ୍କା ଓଡ଼ିଶାକୁ ମିଳିନାହିଁ ।

ସେହିପରି ଗଙ୍ଗାବାଡ଼, ଲାବଣ୍ୟଗଡ଼, ଜଙ୍ଗଲପାଡ଼ୁ, ହାଡ଼ୁଭାଙ୍ଗି, ସୀତାପୁର, ବ୍ରାହ୍ମଣୀ ଗାଁ, ଚୋରଗୁଡ଼ି, ଖସପା, ଅଭିଲିମା, ଗୁଡ଼ିଖୁଡ଼ି ଆଦି ଗ୍ରାମର ସୀମା ନିର୍ଦ୍ଧାରଣ ହୋଇପାରି ନଥିବାରୁ ଉଭୟ ଓଡ଼ିଶା ଓ ଆନ୍ଧ୍ର ଏହି ଅଞ୍ଚଳଉପରେ ନିଜ ଅଧିକାର ଦାବି କରୁଛନ୍ତି ।

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ତହସିଲ ଅନ୍ତର୍ଗତ ୧୨ଟି ଗ୍ରାମ ଉପରେ ଆନ୍ଧ୍ରର ଏକତରଫା କର୍ତ୍ତୃତ୍ୱ ହେଉଛି ସବୁଠାରୁ ତାଜା ପ୍ରମାଣ ।

୧୯୭୮ରେ ଆନ୍ଧ୍ର-ଓଡ଼ିଶା ମିଳିତ ସର୍ଭେରେ ବିବାଦୀୟ ଗ୍ରାମରୂପେ ଚିହ୍ନଟ ହୋଇଥିବା ପାରଳା ତହସିଲର ବାବନା ସାହି, ବାଡ଼ିଗାଁ, ଚାବୁଡ଼ିଆ, କହ୍ନାଇମାଲ, ସିଲିସିଙ୍ଗି, ଅର୍ଜୁବା, ରାସଙ୍କ, ଲଇଡ଼ା, ସରଡ଼ା, ଅଚଣ୍ଡିଆ, ଗୁଡ଼ିକୁଡ଼ି ପ୍ରଭୃତି ବିବାଦୀୟ ଗ୍ରାମ ଗୁଡ଼ିକରୁ ବର୍ତ୍ତମାନର ଆନ୍ଧ୍ର ସରକାର ବଳପୂର୍ବକ ହକ୍ ପଇସା (ରାଜରାଜୁଡ଼ାରୁ ପ୍ରଚଳିତ ରାଜସ୍ୱ) ଆଦାୟ କରୁଥିବା ଦେଖାଯାଉଛି ।

ବୁଡ଼ାସିଙ୍ଗି ଇଷ୍ଟେଟ୍ ସୀମାକୁ ଲାଗି କରିଥିବା ଏହି ବାରଖଣ୍ଡ ଗ୍ରାମ ବ୍ୟତୀତ ଏହା ପୂର୍ବରୁ ୧୯୭୮ରେ ବିବାଦୀୟ ଥିବା ଗୌଡ଼ ଗୁରୁନ୍ଥି, ଆମୁଟିକାମୁରମୁ, କୌଶଲ୍ୟା ପେଟା ଓ ପଟ୍ଟାକୋଡ଼ା ପ୍ରଭୃତି ଗ୍ରାମକୁ ଆନ୍ଧ୍ରପ୍ରଦେଶ ଦଖଲ କରି ନେଇଥିବା ଜଣାଯାଇଛି ।

ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଥିବା ଓଡ଼ିଶାର ଏହି ଜିଲ୍ଲାଟି ୭ଟି ବ୍ଲକ୍ ଏବଂ ୧୨୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ । ଜିଲ୍ଲାର ସଦର ମହକୁମା ସମେତ ଗୋଷାଣୀ ଏବଂ କାଶୀନଗର ବ୍ଲକ୍ ସମ୍ପୂର୍ଣ୍ଣଭାବେ ଆନ୍ଧ୍ର ସୀମାନ୍ତରେ ରହିଛି ।

ଏହିସବୁ ଅଞ୍ଚଳମାନଙ୍କରେ ଆନ୍ଧ୍ରର ଛାପ ଏମିତି ଭାବେ ପଡ଼ିଛି ଯେ, ଏଠାକାର ତେଲୁଗୁ ଭାଷାଭାଷୀ ଲୋକେ ଛାଡ଼ନ୍ତୁ, ଓଡ଼ିଆ ଭାଷାଭାଷୀ ଲୋକେ ମଧ୍ୟ ସେମାନଙ୍କ ପର୍ବପର୍ବାଣୀ, ଚାଲିଚଳଣି, କଥାବାର୍ତ୍ତା ଏପରିକି ସଂସ୍କୃତିକୁ ମଧ୍ୟ ଆପଣେଇ ନେଇଛନ୍ତି ।

ପରିସ୍ଥିତିରେ ପଡ଼ି ହେଉ କି ଇଚ୍ଛା ଅନୁସାରେ ହେଉ ପୂର୍ବପୁରୁଷମାନେ ଆପଣେଇ ନେଇଥିବା ସଂସ୍କୃତିକୁ ବର୍ତ୍ତମାନର ପିଢ଼ି ସେଗୁଡ଼ିକୁ ନିଜର ସଂସ୍କୃତି ବୋଲି ଧରିନେଇଛନ୍ତି ।

କେବଳ ସେତିକି ନୁହେଁ ଏହି ସବୁ ଅଞ୍ଚଳରେ ବିନା ତେଲୁଗୁ ଭାଷାରେ ଚଳିବା ଖୁବ୍ କଷ୍ଟକର । ତେଣୁ ବାହାରୁ ଆସିଥିବା ଲୋକେ ଏହି ସବୁ ଅଞ୍ଚଳ ଓଡ଼ିଶାରେ ଅଛି କି ଆନ୍ଧ୍ରରେ ଅଛି ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିବା ସ୍ୱାଭାବିକ ।

ଏହି ଅଞ୍ଚଳର ଲୋକମାନଙ୍କୁ ବଜାର ଠାରୁ ଆରମ୍ଭ କରି ଚିକିତ୍ସାପାଇଁ ସବୁ କ୍ଷେତ୍ରରେ ଆନ୍ଧ୍ର ଉପରେ ହିଁ ନିର୍ଭର କରିବାକୁ ପଡ଼ିଥାଏ । ସାମାନ୍ୟତମ ଦେହ ଖରାପ ହେଲେ ମଧ୍ୟ ଏଠାରେ କାମ କରୁଥିବା ଡାକ୍ତରମାନେ ରୋଗୀଙ୍କୁ ବିଶାଖାପାଟଣା ପଠାଇ ଥାଆନ୍ତି ।

ବର୍ତ୍ତମାନ ଲୋକେ ଏପରି ଅଭ୍ୟସ୍ତ ହୋଇଗଲେଣି ଯେ, କୌଣସି ଜଟିଳ ରୋଗ ହୋଇଥିଲେ ପ୍ରାଥମିକ ଚିକିତ୍ସା ପରେ ଆନ୍ଧ୍ରକୁ ନେବାକୁ ପଡ଼ିବବୋଲି ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଉଛନ୍ତି ।

ବିଶେଷ କରି ଗୋଷାଣୀ ଏବଂ କାଶୀନଗର ବ୍ଲକ୍ର ଅଧିକାଂଶ ଲୋକେ ଆନ୍ଧ୍ରର ଶ୍ରୀକାକୁଲମ, ବିଶାଖାପାଟଣା, ବିଜୟନଗରମ ଆଦି ଅଞ୍ଚଳ ଉପରେ ବିଭିନ୍ନ ପ୍ରକାର କାମ ପାଇଁ ନିର୍ଭର କରିଥାନ୍ତି ।

ଜିଲ୍ଲାର ଏମିତି କିଛି ଗାଁ ଅଛି ଯେଉଁଠିକି ଜଣେ ଲୋକର ଘରର ପଛ ପଟ ଆନ୍ଧ୍ରରେ ଥିବାବେଳେ, ବାହାରପଟ ବା ଦାଣ୍ଡପଟ ରହିଛି ଓଡ଼ିଶାରେ । ଫଳରେ ଏଭଳି ପରିସ୍ଥିତିରେ ଥିବା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ସେଭଳି ଗାଁଗୁଡ଼ିକ ହେଉଛି ଗୋଷାଣୀ ବ୍ଲକ୍ର ରାଟିଣୀ, କାଶୀନଗର ବ୍ଲକ୍ ର କେ.ସୀତାପୁର ଆଦି । ଏଠାରେ ଉଲ୍ଲେଖଯୋଗ୍ୟ, ୧୯୭୮ ପୂର୍ବରୁ ଏହି ବିବାଦୀୟ ଗ୍ରାମପୁଞ୍ଜର ସବିଶେଷ ତଥ୍ୟ ଓ ମ୍ୟାପ୍ ନଥିବା ଦର୍ଶାଇ ସମ୍ପୂର୍ଣ୍ଣ ସର୍ଭେ ପରେ ଗ୍ରାମଗୁଡ଼ିକର ମାଲିକାନା ନିର୍ଦ୍ଧାରଣ ପାଇଁ ଓଡ଼ିଶା ଓ ଆନ୍ଧ୍ର ସରକାର ନୀତିଗତ ନିଷ୍ପତ୍ତି ନେଇଥିଲେ ।

ଇତିମଧ୍ୟରେ ବିବାଦୀୟ ଗ୍ରାମଗୁଡ଼ିକରେ ସହଜ ଦଖଲ କରି ବର୍ତ୍ତମାନ ଆନ୍ଧ୍ର ସରକାର କୁଆଡ଼େ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ଼ ଓ ମହେନ୍ଦ୍ରତନୟା ନଦୀକୁ ନିଜ ପ୍ରଦେଶର ବୋଲି ସ୍ୱର ଉଠାଉଛନ୍ତି ।

ଏହି ପରିସ୍ଥିତିରେ ସରକାର ଚୁପ୍ ରହିଲେ ଓଡ଼ିଶା ସୀମା ତଥା ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ଆତ୍ମପରିଚୟ ଅଚିରେ ଲୋପ ପାଇଯିବ ।

ମାଲକାନଗିରି:

ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ପୂର୍ବପାଶ୍ୱର୍ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବାବେଳେ ଚିତ୍ରକୋଣ୍ଡା ତହସିଲ ଅଧିନସ୍ଥ କୁଡ଼ୁମୁଲୁଗୁମ୍ମା ବ୍ଲକ୍ର ୮ଟି ଗ୍ରାମ ପଞ୍ଚାୟତ ବାଲିମେଳା ଜଳଭଣ୍ଡାର ଅପରପାଶ୍ୱର୍ରେ ଅବସ୍ଥିତ ।

ଏହି କାରଣରୁ ଏହି ସବୁ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇ ରହିଛି । ଏଠାକୁ ଗମନାଗମନର ସୁବ୍ୟବସ୍ଥା ନଥିବାରୁ ଜଳଭଣ୍ଡାର ମଧ୍ୟରେ ଦୀର୍ଘ ୬୦କି.ମି. ଡଙ୍ଗା କିମ୍ବା ଲଞ୍ଚ୍ ରେ ବିପଦପୂର୍ଣ୍ଣ ଜଳଯାତ୍ରା କରିବାକୁ ପଡ଼ିଥାଏ ।

ଫଳରେ ବିଚ୍ଛିନ୍ନାଞ୍ଚଳରେ ଥିବା ଗ୍ରାମଗୁଡ଼ିକ ମଧ୍ୟରୁ ୧୫୧ଟି ଗ୍ରାମର ଲୋକେ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଜୀବନ ବିତାଉଛନ୍ତି ।

ଏହିସବୁ ସୀମାନ୍ତବର୍ତ୍ତୀ ଗ୍ରାମ ଓ ଜଙ୍ଗଲଗୁଡ଼ିକୁ ଜବରଦଖଲ କରିନେଇ ଆନ୍ଧ୍ର ନିଜରାଜ୍ୟରେ ସାମିଲ କରିଦେଉଥିବା ବେଳେ ମାଓବାଦୀମାନେ ଏହି ବିଚ୍ଛିନ୍ନାଞ୍ଚଳଗୁଡ଼ିକୁ ନିଜର ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ବାଛି ନେଇଛନ୍ତି । ଏସବୁ ମଧ୍ୟରେ ନୀରିହ ଗ୍ରାମବାସୀମାନେ ହିଁ କେବଳ ଶୋଷିତ ହେଉଛନ୍ତି ।

୧୯୭୨ ମସିହାରେ ଓଡ଼ିଶା ଓ ଆନ୍ଧ୍ରସରକାରଙ୍କ ମିଳିତ ଉଦ୍ୟମରେ ଚିତ୍ରକୋଣ୍ଡାଠାରେ ବୃହତ୍ ମାଟିବନ୍ଧ ଯୋଜନା କରାଯାଇ ବାଲିମେଳା ଜଳଭଣ୍ଡାରକୁ ୬୫କି.ମି. ପରିବ୍ୟାପ୍ତ କରାଯାଇଥିଲା ।

ଏହି ଜଳଭଣ୍ଡାର ପ୍ରତିଷ୍ଠା ହେବା ଦ୍ୱାରା ୧୧ଟି ଗ୍ରାମର ଲୋକମାନେ ଭିଟାମାଟି ହରାଇ ଜଳଭଣ୍ଡାରର ଅପରପାଶ୍ୱର୍ରେ ବିଚ୍ଛିନ୍ନ ହୋଇ ଦୀର୍ଘ ୪୦ବର୍ଷ ଧରି ରହିଛନ୍ତି ।

ସେମାନଙ୍କ ନିକଟରେ ବଞ୍ଚି ରହିବାର ସାମାନ୍ୟତମ ମୌଳିକ ସୁବିଧା ପହଞ୍ଚି ପାରୁନାହିଁ । ଜଳବନ୍ଦୀ ଜୀବନ ବିତାଉଥିବା ବିଚ୍ଛିନ୍ନାଞ୍ଚଳର ଏହି ଗ୍ରାମବାସୀମାନେ ପ୍ରତିଟି କ୍ଷେତ୍ରରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭରଶୀଳ ହେବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି । ଆନ୍ଧ୍ର ସରକାରଙ୍କ ପରି ଛତିଶଗଡ଼ ସରକାର ମଧ୍ୟ ଓଡ଼ିଶାର ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡ଼ିକ ଉପରେ ଆଖି ପକାଇଛନ୍ତି ।

ସୀମାନ୍ତ ସାବେରୀ ନଦୀ ପାର ହୋଇ କିଛି ଆଦିବାସୀ ସମ୍ପ୍ରଦାୟର ଲୋକ ଓଡ଼ିଶା ସୀମାନ୍ତବର୍ତ୍ତୀ ଜଙ୍ଗଲରେ କୁଡ଼ିଆ କରି ରହୁଥିବାରୁ ସେମାନଙ୍କର ଯାତାୟତ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ରାସ୍ତାଘାଟ ନିର୍ମାଣ ସହିତ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଉଛି ।

ଏଭଳି ଉନ୍ନୟନମୂଳକ କାର୍ଯ୍ୟ କରିବା ଆଳରେ ଓଡ଼ିଶାର କିଛି କିଛି ସୀମାନ୍ତବର୍ତ୍ତୀ ଗାଁକୁ ନିଜ ରାଜ୍ୟରେ ମିଶାଇବାକୁ ଚେଷ୍ଟା କରୁଛନ୍ତି ଛତିଶଗଡ଼ ସରକାର ।

ଓଡ଼ିଶା ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଗୋଟିଏ ପଟେ ଆନ୍ଧ୍ର ଓ ଅନ୍ୟପଟେ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ନିଜ ରାଜ୍ୟରେ ମିଶାଇ ଦେବାକୁ ଅଧିକ ଦିନ ଲାଗିବ ନାହିଁ ।

ଶିକ୍ଷାକ୍ଷେତ୍ରର ଅବସ୍ଥା:

ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଶ୍ରୀକାକୁଲମ୍, ବିଜୟନଗରମ୍ ଏବଂ ବିଶାଖାପାଟଣା ଅଞ୍ଚଳରେ ସେକେଣ୍ଡାରୀ ସ୍କୁଲସ୍ତରରେ ପାଠପଢ଼ୁଥିବା ଓଡ଼ିଶା ଛାତ୍ରଛାତ୍ରୀମାନେ ଦୁର୍ଦ୍ଦଶା ମଧ୍ୟରେ ଶିକ୍ଷାଗ୍ରହଣ କରୁଛନ୍ତି ।

ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ତ୍ରିଭାଷା ଶିକ୍ଷାନୀତିରେ ଦ୍ୱିତୀୟ ଭାଷାଭାବେ ହିନ୍ଦୀଭାଷା ପରିବର୍ତ୍ତେ ତେଲୁଗୁ ପଢ଼ିବାକୁ ବାଧ୍ୟ କରାଯାଉଛି । ଫଳରେ ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି ।

ଆନ୍ଧ୍ରରେ ବସବାସ କରୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁବିଧାପାଇଁ ଏପରି ତ୍ରିଭାଷା ଫର୍ମୁଲାର ପରିବର୍ତ୍ତନ କରାଯାଇ ହିନ୍ଦୀକୁ ଦ୍ୱିତୀୟ ଭାଷାରୂପେ ରଖାଯିବାକୁ ଦାବିକରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଶିକ୍ଷାସଚିବ ଓ ଶିକ୍ଷା ନିର୍ଦ୍ଦେଶକଙ୍କୁ ଉତ୍ତର ଆନ୍ଧ୍ର ଓଡ଼ିଆ ସଂଖ୍ୟାଲଘୁ ସଙ୍ଗଠନ ପକ୍ଷରୁ ସ୍ମାରକପତ୍ର ଦିଆଯିବା ସହିତ ଏ ସମ୍ପର୍କରେ ଆନ୍ଧ୍ର ସରକାରଙ୍କ ସହିତ ଆଲୋଚନା କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ଶିକ୍ଷା ସଚିବଙ୍କୁ ଅନୁରୋଧ କରାଯାଇଛି ।

ଆନ୍ଧ୍ର ସରକାରଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ନିବେଦନ କରାଯାଇଛି, ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଶ୍ରୀକାକୁଲମ, ବିଜୟନଗରମ୍ ଏବଂ ବିଶାଖାପାଟଣା ଅଞ୍ଚଳରେ ପ୍ରତ୍ୟେକ ସ୍ତରରେ ୨୦୬ଟି ବିଦ୍ୟାଳୟ ରହିଥିବାବେଳେ ଏହି ବିଦ୍ୟାଳୟଗୁଡ଼ିକରେ ୩୦ ହଜାରରୁ ଊଦ୍ଧ୍ୱର୍ ଓଡ଼ିଆ ଛାତ୍ରଛାତ୍ରୀ ଓଡ଼ିଆରେ ଶିକ୍ଷାଗ୍ରହଣ କରୁଛନ୍ତି ।

ଏମାନେ ୨ୟ ଭାଷାଭାବେ ହିନ୍ଦୀ ପଢ଼ି ଆସୁଥିବାବେଳେ ପରବର୍ତ୍ତୀ ସମୟରେ ଆନ୍ଧ୍ର ସରକାରଙ୍କ ପ୍ରବର୍ତ୍ତିତ ଶିକ୍ଷାନୀତି (୨୦୦୩) ପ୍ରକାରେ କିଛି ପରିବର୍ତ୍ତନ ଅଣାଯାଇ ୨ୟ ଭାଷାଭାବେ ଚଳିଆସୁଥିବା ହିନ୍ଦୀକୁ ଉଠାଇ ଦିଆଯିବାରୁ ୨୦୦୭ ପରୀକ୍ଷାରେ କେହି ଜଣେ ହେଲେ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇପାରି ନଥିଲେ ।

ପରବର୍ତ୍ତୀ ପଦକ୍ଷେପସ୍ୱରୂପ ଆନ୍ଧ୍ର ସରକାରଙ୍କ ସରକାରୀ ଆଦେଶନାମା (୮୬) ପ୍ରକାରେ ପୁନର୍ବାର ହିନ୍ଦୀ ପଢ଼ିବାପାଇଁ ଅନୁମତି ପ୍ରଦାନ କରିବା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଥିଲେ ।

ମାତ୍ର ଦୁର୍ଭାଗ୍ୟବଶତଃ ସରକାର ପୁନର୍ବାର ୨୦୦୯ରେ ଅନ୍ୟଗୋଟିଏ ସରକାରୀ ନିର୍ଦ୍ଦେଶନାମା (ଜି.ଓ)-୩୯ର ପ୍ରଣୟନ କରିବା ପୂର୍ବକ ଜିଓ-୮୬ରେ କିଛିଟା ପରିବର୍ତ୍ତନ ଆଣି ଆଦେଶନାମା (୬୩)ରୁ ପ୍ରତ୍ୟାହାର କରିନେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରୁ ହିନ୍ଦୀଶିକ୍ଷାକୁ ସମ୍ପୂର୍ଣ୍ଣ ବାଦ୍ ଦେଇଥିଲେ ।

ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକରୁ ହିନ୍ଦୀ ଶିକ୍ଷା ବାଦ୍ ପଡ଼ିଯିବା ଫଳରେ ଛାତ୍ରଛାତ୍ରୀ ହିନ୍ଦୀ ଶିକ୍ଷା ପାଇବାରୁ ବଞ୍ଚିତ  ହୋଇଯିବା ଫଳରେ କେନ୍ଦ୍ର ପ୍ରାୟୋଜିତ ନିଯୁକ୍ତି ସୁଯୋଗ ମିଳିବ ନାହିଁ । ଏହା ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ପଢ଼ୁଥିବା ପିଲାଙ୍କ ପ୍ରତି ଅବିଚାର ବୋଲି ବିବେଚିତ ହେଉଛି ।

(ପ୍ରକାଶିତ ବିଚାର ଲେଖକଙ୍କ ନିଜସ୍ଵ )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରୋକ ଠୋକ Tagged With: ଆନ୍ଧ୍ର, ଓଡିଶା, ସୀମାନ୍ତବର୍ତ୍ତୀ

ନନ୍ଦନକାନନ ସମ୍ପର୍କରେ କେତେକ ତଥ୍ୟ ଯାହା ସମସ୍ତେ ଜାଣିବାକୁ ଚାହାନ୍ତି

December 30, 2017 by ଓଡିଶା ଡଟ କମ Leave a Comment

ବିଘ୍ନେଶ୍ଵର ସାହୁ 

ଚଳିତ ଡିସେମ୍ବର ୩୦ ତାରିଖ ଶନିବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ୪୦୦ ହେକ୍ଟର ପରିମିତ ଅଂଚଳରେ ଅବସ୍ଥିତ ନନ୍ଦନକାନନ ଚିଡ଼ିଆଖାନା ତାର ପ୍ରତିଷ୍ଠାର ୫୮ ବର୍ଷ ପାଳନ କରିଛି।

ଦେଶର ଅନ୍ଯତମ ମନୋରମ ସ୍ଥାନ ଭାବେ ଜଣାଶୁଣା ଏହି ଚିଡିଆଖାନା ସମ୍ପର୍କରେ ପ୍ରସ୍ତୁତ କରୁଛୁ କେତେକ ତଥ୍ୟ ଯାହା ସମସ୍ତେ ଜାଣିବାକୁ ଚାହାନ୍ତି ।

୧- ୧୯୬୦ ମସିହାରେ ଏହି ଚିଡିଆ ଖାନା ସ୍ଥାପିତ ହୋଇଥିଲା ଓ ୧୯୭୯ ମସିହାରେ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଗଲା । ୨୦୦୯ ମସିହାରେ ନନ୍ଦନକାନନ ଚିଡ଼ିଆଖାନା ବିଶ୍ୱ ଚିଡ଼ିଆଖାନା ସଂଘର World Association of Zoos and Aquariums (WAZA) ସଦସ୍ୟତା ଲାଭ କରିବାରେ ଭାରତର ପ୍ରଥମ ଚିଡ଼ିଆଖାନା ।

୨- ଏହାର ସମଗ୍ର ପରିବେଷ୍ଟିତ ଅଂଚଳ ହେଉଛି ପାଖାପାଖି ୪.୩୭ ବର୍ଗ କିମି ।୨୦୧୬ ମସିହାର ପଶୁ ଜନଗଣନା ଅନୁସାରେ ଏହି ଚିଡିଆଖାନାରେ ୨୬୬୯ ଟି ବିଭିନ୍ନ ପ୍ରକାର ପଶୁ ରହିଛନ୍ତି ।

୩- ଏହି ଚିଡ଼ିଆଖାନାରେ ୨୧୦ଟି ପଶୁ ଏନ୍କ୍ଲୋଜେର ରହିଛି । ଉଭୟ ପିଞ୍ଜରା ଏବଂ ଖୋଲା ଅଂଚଳରେ ବିଭିନ୍ନ ଜନ୍ତୁମାନଙ୍କୁ ରହିଛି । ୧୧୬ଟି ପିଞ୍ଜରା ଏବଂ ୯୪ଟି ଖୋଲା ପରିବଦ୍ଧ ଅଂଚଳରେ ପଶୁମାନଙ୍କ ମୁକ୍ତ ବିଚରଣର ବ୍ୟବସ୍ଥା ରହିଛି ।

୪- ୩୦୦୪ ପ୍ରଜାତିର ଜୀବଜନ୍ତୁ, ୧୫୪୬ ପ୍ରଜାତିର ପକ୍ଷୀ, ୨୬୨ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୬୨ ପ୍ରଜାତିର ସରୀସୃପ ଏବଂ ୨୧ ପ୍ରଜାତିର ଉଭୟଚର ପ୍ରାଣୀ ରହିଛନ୍ତି । ଅଧିକାଂଶ ସମୟରେ ବିଭିନ୍ନ ଦେଶରୁ ଓ ଆନ୍ତଃରାଜ୍ୟ ଚିଡ଼ିଆଖାନାରୁ ଅଦଳ ବଦଳ ପ୍ରକ୍ରିୟାରେ ନୂଆ ନୂଆ ପଶୁପକ୍ଷୀ ଅଣାଯାଇଥାଏ ।

୫- ଏଠାରେ ୧୫ ପ୍ରକାର ସ୍ୱତନ୍ତ୍ର ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୧୨୦ ପ୍ରଜାତିର ସ୍ୱତନ୍ତ୍ର ପକ୍ଷୀ ଏବଂ ୧୫ ପ୍ରଜାତିର ସରୀସୃପ, ୮୫ ପ୍ରଜାତିର ପ୍ରଜାପତି ଇତ୍ୟାଦି ରହିଛନ୍ତି ।

୬- ନନ୍ଦନକାନନରେ ସ୍ୱତନ୍ତ୍ର ଧରଣର ପାତି ମାଙ୍କଡ଼, ରୋସେଲା, ଷ୍ଟର୍କ ପକ୍ଷୀ ଅନନ୍ୟ ଆକର୍ଷଣ । ଓରାଂଉଟନ୍, ବୟସ୍କ ଶାଗୁଣା, ପାଙ୍ଗେ୍ାଲିନ୍, ଚିତ୍ରିତ ବାଘ, ବର୍ମିଜ ପାଇଥନ୍ ମଧ୍ୟ ଏହାର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ।

୭- ୧୯୮୦ ମସିହାରେ ଧଳାବାଘ ଓ ଘଡ଼ିଆଳ କୁମ୍ଭୀର ପାଇଁ ନନ୍ଦନକାନନର ପରିଚିତି ଓ ପ୍ରସିଦ୍ଧି ବ୍ୟାପକ ହୋଇଥିଲା ।

ପୃଥିବୀରେ ପ୍ରଥମ ଧଳାବାଘ ଜନ୍ମ ହୋଇଛନ୍ତି ନନ୍ଦନକାନନରେ, ଫଳରେ ଏହାର ପରିଚିତି ବିଶ୍ୱବ୍ୟାପୀ ହୋଇପାରିଥିଲା ।୧ ଅକ୍ଟୋବର ୧୯୯୧ ରେ ନନ୍ଦନ କାନନରେ ଧଳାବାଘ ସଫାରି ପ୍ରତିଷ୍ଠା ହୋଇଥିଲା ।

୮ – ରହିଥିବା ଅନ୍ୟ ବିରଳ ପ୍ରାଣୀ ମାନଙ୍କ ମଧ୍ୟରେ ରହିଛନ୍ତି ଇଣ୍ଡିଆନ୍ ପାଙ୍ଗୋଲିନ୍, ମୂଷା ହରିଣ, ବିରାଟ ଗୁଣ୍ଡୁଚି ମୂଷା, ସିମ୍ପାଞ୍ଜି, ସ୍ଲଥ ଭାଲୁ, ମୁଗେର, ହିମାଳୟ ଭାଲୁ, ସିଂହଲାଞ୍ଜି ମାଙ୍କଡ଼, ଧଳାବେକର ଷ୍ଟର୍କ, ପରକ୍ୟୁପାଇନ୍ ଓ ଜଳଜ ଝିଟିପିଟି । ଠିକ ସେହିପରି ପାଙ୍ଗୋଲିନ୍ ଓ ଧଳାବେଗ ଶାଗୁଣାଙ୍କ ପ୍ରଜନନ କେନ୍ଦ୍ର ହୋଇଛି ନନ୍ଦନକାନନ।

୯- ଘଡ଼ିଆଳ କୁମ୍ଭୀର ଓ ହିପୋପଟାମସ୍ ସକାଶେ ସବୁଠୁ ଅଧିକା ଏନ୍କ୍ଲୋଜେର ତିଆରି ହୋଇଛି ।

୧୦- ୩୩ଏକର ପରିମିତ ଅଂଚଳରେ ପଶୁମାନଙ୍କ ସକାଶେ ଖାଦ୍ୟ ଉତ୍ପାଦନ କ୍ଷେତ୍ର ଏବଂ ମାଂସାସୀ ପ୍ରାଣୀମାନଙ୍କ ସକାଶେ କଂସେଇଖାନା ରହିଛି ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା, ପର୍ଯଟନ, ବିଶେଷ ଖବର Tagged With: ଓଡିଶା, ଚିଡିଆଖାନା, ନନ୍ଦନକାନନ, ବିଘ୍ନେଶ୍ଵର ସାହୁ, ଭୁବନେଶ୍ବର

ଭାବ ଓ ଭକ୍ତିର କାଳାତୀତ ସ୍ଵର ; ଦଶଟି ଜଗନ୍ନାଥ ଜଣାଣ

November 5, 2017 by ଓଡିଶା ଡଟ କମ 1 Comment

 

janana

କେଦାର ମିଶ୍ର

ସମୁଦ୍ର ବେଳାରେ ଠିଆ ହୋଇ ସବୁଠୁ ସୁନ୍ଦର ଲହଡି ଗଣିବା ସମ୍ଭବପର କି? ଆମେ ପ୍ରୟାସ କଲେ ବି ସବୁ ସୁନ୍ଦର ଭିତରୁ ସୁନ୍ଦରତରକୁ ବାଛିବା ସମ୍ଭବ ହେବନାହିଁ। ଓଡିଆ ଭାବରେ ଆମର ଜୀବନ ସହିତ ଜଗନ୍ନାଥ ଜଣାଣ ଏକୀଭୁତ ହୋଇ ରହିଛି ।

ଏହା ଯେତିକି ଧାର୍ମିକ, ତାଠୁ ଅଧିକ ଭାବଗତ।ଆପଣ ଆସ୍ତିକ ହୁଅନ୍ତୁ ବା ନାସ୍ତିକ, ସ୍ଵର ର ମାଧୁର୍ଯ୍ୟରେ ପ୍ରତ୍ୟେକ ବ୍ୟକ୍ତି ବିମୋହିତ ହେବାକୁ ବାଧ୍ୟ।

ଭାରତୀୟ ଶାସ୍ତ୍ରୀୟ ସଂଗୀତରେ ଭକ୍ତି ଭାବର ପ୍ରାବଲ୍ୟ ରହିଥିବା ବେଳେ ଓଡିଶାରେ ଭକ୍ତି ଗୀତର ଧାରା ବହୁମୁଖୀ ଓ ବିବିଧ।ଭଜନ. କୀର୍ତନ ଓ ଜଣାଣ ଭିତରେ ଭାବଗତ ମୌଳିକ ପାର୍ଥକ୍ୟ ରହିଛି ।

ଭଜନରେ ଭକ୍ତ ସ୍ତୁତି କରେ, ସ୍ମରଣ କରେ କିମ୍ବା ଆତ୍ମ ସମର୍ପଣ କରେ ।ଜଣାଣ କିନ୍ତୁ ଅଧିକ ଲୌକିକ। ଏଠି ଭକ୍ତ ଓ ଭଗବାନ ସତେକି ପରସ୍ପରର ସମ୍ପର୍କୀୟ। ଜଗନ୍ନାଥ ଜଣାଣରେ ଜଗନ୍ନାଥ ମହାପ୍ରଭୁଂକୁ ଭକ୍ତ ନିଜ କଥା ଜଣାଏ । ମାନ ଓ ଅଭିମାନ ବି କରେ ।

ତେଣୁ ଜଣାଣ ଗାୟନର ପରମ୍ପରା ଅଧିକ ଭାବ ଭିତ୍ତିକ। ଯଦିଓ ଏସବୁ ଗାୟନରେ ଶାସ୍ତ୍ରୀୟ ରାଗ ରାଗିଣୀର ପ୍ରୟୋଗ ଥାଏ, ତେବେ ସେଠି ରାଗର ବ୍ୟାକରଣ ଓ ପ୍ରୟୋଗ ବେଶୀ ଗୁରୁତ୍ଵ ପାଏ ନାହିଁ ।

ଜଣାଣର ଆତ୍ମା ହେଉଛି ଭାବ ଓ ଆବେଗ। ଓଡିଶାରେ ଜଗନ୍ନାଥ ଜଣାଣର ପରମ୍ପରା ବହୁ ପ୍ରାଚୀନ । ତେବେ ଲୋକଶୃତି ରେ କାଳଜୟୀ ଦଶଟି ଜଣାଣର ଆଲୋଚନା ଆମେ କରିବା-

୧. ଜଗନ୍ନାଥାଷ୍ଟକମ୍ – ସୁନନ୍ଦା ପଟ୍ଟନାୟକ । ଶଂକରାଚାର୍ଯ୍ୟ ବିରଚିତ ଜଗନ୍ନାଥାଷ୍ଟକମ୍ ହେଉଛି ଜଗନ୍ନାଥ ସଂସ୍କୃତିର ଅନ୍ୟତମ ମୌଳିକ ସ୍ତୋତ୍ର।ଏହାର ଗାୟନ ଓ ପଠନ ର ବହୁ ଶୈଳୀ ରହିଛି।

http://dl.blugaa.com/cdn3.blugaa.com/ab810490509fa6f9645955610b00ff84/vnetv/Jagannath%20Swami%20Sunanda%20Patnaik-(Mr-Jatt.com).mp3

କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଏବର ସମୟର ବହୁ ଶିଳ୍ପୀ ଏହି ସଂସ୍କୃତ ସ୍ତବ ପାଠ କରିଛନ୍ତି।ହେଲେ ସୁନନ୍ଦା ପଟ୍ଟନାୟକ ନିଆରା ଗାୟକିର ଅଧିକାରୀ।

ହିନ୍ଦୁସ୍ତାନୀ ଶୈଳୀର ଗାୟନ ସହିତ ଭାବ ବିନ୍ୟାସରେ ଅତି ଅନ୍ତରଂଗ ଭାବ ଏହି ଗୀତ ରେ ରହିଛି। ଗୋଆଲିଅର୍ ଘରାନାର ଗାୟକୀ ସହିତ ଓଡିଶୀ ଭାବର ତନ୍ମୟ ମିଶ୍ରଣ ଯୋଗୁଁ ଏହି ଗୀତ ର କୌଣସି ତୁଳନା ନାହିଁ।

୨. ପତିତ ଜନଂକୁ ଉଦ୍ଧରିବା ପାଇଁ ଉଡାଉଅଛ ପତାକା – ନିମାଇଁ ହରିଚନ୍ଦନ।ନିମାଇଁ ହରିଚନ୍ଦନ ଓଡିଆ ଜଣାଣ ପରମ୍ପରାର ଶ୍ରେଷ୍ଠତମ ଦିଗପାଳ।ତାଂକ କଣ୍ଠରେ ଆର୍ତ୍ତୀ ଓ ଆକୁଳତା ର ବିରଳ ବିନ୍ୟାସ ରହିଛି। ମହାବାହୁ ହେ ….ବୋଲି ସେ ଯେତେବେଳେ ଡାକ ଦିଅନ୍ତି, ସତେକି ତାହା ପ୍ରତ୍ୟେକ ଶ୍ରୋତାଂକ ଅନ୍ତରର ଡାକ।

ତାଂକର ଅଜସ୍ର ଜଣାଣ ଭିତରୁ ଏହି ଜଣାଣରେ ବ୍ୟାକୁଳ ପ୍ରାଣର ବ୍ୟଥା ଓ ବେଦନା ଅତ୍ୟନ୍ତ ମର୍ମସ୍ପର୍ଶୀ।

https://youtu.be/fAFlYmuus4c?t=36

୩. ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ – ରଘୁନାଥ ପାଣିଗ୍ରାହୀ । ଏହା ଗୀତ ନୁହଁ, ଗୋଟେ ଐତିହାସିକ ଜୀବନବୋଧ । ଯବନ କବି ସାଲବେଗଂକ ତନ୍ମୟ ଭକ୍ତିର ଅପୂର୍ବ ଭାବ ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ ନବଜନ୍ମ ପାଇଛି। ପ୍ରାଚୀନ ଓଡିଶୀ ସ୍ଵରରେ ସାମାନ୍ୟ ଦକ୍ଷିଣୀ ଶୈଳୀର ସାର୍ଥକ ମିଶ୍ରଣ ଏହି ଗୀତକୁ କାଳଜୟୀ କରିଛି ।

୪. ଦୀନବନ୍ଧୁ ଏହି ଅଳି ଶ୍ରୀ ଛାମୁରେ – ବାଳକୃଷ୍ଣ ଦାଶ ।ସେ ଗୀତ ନୁହଁ , ଗୋଟେ ଆକୁଳ ପ୍ରାଣର ଅଳି। ଦୀନବନ୍ଧୁଂକ ପାଖରେ ସାଧାରଣ ମଣିଷର ବିଷାଦ ଗାୟନ। ବାଳକୃଷ୍ଣ ଦାଶଂକ କଣ୍ଠ ବେଶୀ ମିଠା ନୁହଁ, କିନ୍ତୁ ଅପୂର୍ବ ଗମ୍ଭୀର।ତାଂକ ସ୍ଵର ସିଧା ଆତ୍ମାର ବାମ୍ଫ ପରି ଆଛନ୍ନ କରେ ।

 

ଦାନାକନା ପଛେ ମନା ହେଉ ମୋତେ ……ଏତିକି କହିଲା ବେଳେ ଯେମିତି କେହି ଜଣେ ହୃଦୟକୁ ମଂଥି ଦେଉଛି ।ଭାବ ର ମଉଡମଣି ବାଳକୃଷ୍ଣ ଦାଶ। ଏ ଗୀତ ଶୁଣିବା ସମ୍ଭବ ନୁହଁ, ୟାକୁ ଅନ୍ତର ଭିତରେ ଅନୁଭବିବାକୁ ହୁଏ ।

୫. ଚକାନୟନକୁ ପତିତ କେହି – ରଘୁନାଥ ପାଣିଗ୍ରାହୀ। ଚନ୍ଦନ ହଜୁରିଂକ ଏହି ବିରଳ ଜଣାଣରେ ଅଳି ଓ ଅଭିମାନର ଭାଷା କୁ ରଘୁନାଥ ପାଣିଗ୍ରାହୀ ତାଂକର ମଖମଲୀ ସ୍ଵରର ଗୋଟେ ଅପୂର୍ବ ପ୍ରଭାବ ରହିଛି।

https://www.youtube.com/watch?v=PZclDhklOZc

ଛନ୍ଦ ଛାଡ ଦେବରାଜେ ହେ, ନନ୍ଦ ନନ୍ଦନ ଶ୍ରୀ ଚରଣାରବିନ୍ଦେ ଚନ୍ଦନ ହଜୁରୀ ଭଜେ ହେ….ଗାଇଲା ବେଳେ ଅଭିଯୋଗ ଓ ଅଭିମାନ ର ଏକ ମଧୁର ସ୍ଵର ଶୁଣିଲା ବେଳେ ମନେହୁଏ – ଏ ଗୀତ କେବେ ବି ସରନ୍ତା ନାହିଁ ଯେମିତି !!

୬. ଭୁଜତଳେ ମୋତେ ରଖ ମହାବାହୁ – ପ୍ରଫୁଲ୍ଲ କର । ଗଜପତି ବୀରକେଶରୀ ଦେବଂକ ଏହି ଜଣାଣ କେବେ ଶୁଣୁ ଶୁଣୁ ଆପଣଙ୍କୁ ହୁଏତ ଲାଗିପାରେ ଯେମିତି ଗୋଟେ ଅଦୃଶ୍ୟ ବଳିୟାର ଭୁଜ ଆପଣଂକୁ ଆଶ୍ରିତ କରି ରଖିଛି ।ପ୍ରଫୁଲ୍ଲ କରଂକ କଣ୍ଠରେ ଏଇ ଗୀତର ଆବେଦନ ନିଆରା।

୭. ଜୟ ଜୟ ଜଗନ୍ନାଥ ଚଢି ନନ୍ଦିଘୋଷ ରଥ- କାଶୀନାଥ ପୂଜାପଣ୍ଡା। ଅନେକଂକ ଲାଗି କାଶୀନାଥ ପୂଜାପଣ୍ଡା ଟିକେ ନୁଆ ନାଁ ଭଳି ଲାଗି ପାରନ୍ତି।ପଚାଶ ଦଶକର ଆକାଶବାଣୀରେ ଯେଉଁ ମାନେ କାଶିନାଥଂକୁ ଶୁଣିନଥିବେ, ସେମାନେ ଏକ ବିରଳ ସୌଭାଗ୍ୟରୁ ବଂଚିତ ବୋଲି କହିବାରେ ଅସୁବିଧା ନାହିଁ।

ପ୍ରାଚୀନ ଓଡିଶୀ ଗୟନର ଶୁଦ୍ଧତା ଓ ପ୍ରବନ୍ଧ ଶୈଳୀ ର ଅନୁପମ ଗାୟକ ସେ ।ଏହି ଗୀତ ରଭାବ ସହିତ ଚୋଖୀ ରାଗର ପ୍ରାଚୀନ ଦେଶୀପଣକୁ ଅତି ସହଜରେ ଅନୁଭବ କରିହୁଏ ।

https://youtu.be/mpjuYhkO04Y

୮. ପତିତପାବନ ବାନା ଆଉ କେତେ ବେଳକୁ – ସିକନ୍ଦର ଆଲାମ୍ ।ତାଂକ କଣ୍ଠ ଯେମିତି ମହୁର ସୁରେଇ। ସିକନ୍ଦର ଆଲାମ ଆମ ସମୟର ସାଲବେଗ।ପତିତପାବନ ବାନା ଆଉ କେତେ ବେଳକୁ……ସେ କେବଳ ପ୍ରଶ୍ନ ନୁହଁ, ଗୋଟେ ଆତୁର ଆର୍ତ୍ତି ।

ଓଡିଆ ଶବ୍ଦର ଉଚାରଣରେ ତାଂକର ସ୍ପଷ୍ଟତା ଓ ଭାବ ପ୍ରବଣତାକୁ ଏହି ଜଣାଣରେ ଅନୁଭବୀ ହୁଏ ।

୯. କେଣେ ଘେନି ଯାଉଚ୍ଛ ଜଗନ୍ନାଥଂକୁ –ଅକ୍ଷୟ ମହାନ୍ତି ।ଇଏ ସେଇ ଅକ୍ଷୟ ମହାନ୍ତି ନୁହନ୍ତି, ଯିଏ ଚପଳ ପ୍ରଜାପତିର ଡେଣାରେ ରଂଗ ମାଖି ଫୁଲରୁ ଫୁଲକୁ ଘୂରୁଥାଏ । ଏ ଗୀତ ଗାଇଲା ବେଳେ ଏକ ଐତିହାସିକ ବିପର୍ଯ୍ୟୟକୁ ଦେଖିଥିବା ସାଲବେଗଂକ କଣ୍ଠ ର ଜୀବନ୍ତ ସାକ୍ଷୀ ଅକ୍ଷୟ ମହାନ୍ତି ।

ମୋଗଲ ଆକ୍ରମଣରୁ ରକ୍ଷା କରିବାକୁ ଶ୍ରୀ ଜଗନ୍ନାଥଂକୁ ଯେତେବେଳେ ମନ୍ଦିରରୁ ଗୋପନ କରି ନିଆ ଯାଉଛି, ସେତେବେଳର ଛାତିଫ଼ଟା ଚିତ୍କାର ଏ ଜଣାଣ। ଅକ୍ଷୟ ମହାନ୍ତି ସତେକି ଚାରି ଶହ ବର୍ଷ ତଳର ସେ ବିଷାଦ ବେଳାର ଗାୟକ। ଏ ଗୀତର କୌଣସି ବିକଳ୍ପ ନାହିଁ ।

୧୦. କୋଠ ଭୋଗ ଖିଆ ମୋ ଚକା ଆଖିଆ ଉଠ ହେ ପହଡ ଭାଂଗି – ଭିକାରୀ ବଳ । ଭଜନ ଥିଲା ତାଂକର ଏକମାତ୍ର ପରିଚୟ ।ତାଂକର ଶହ ଶହ ଭାଜନ ଭିତରୁ ଏଇ ଜଣାଣ ଟି ଭକ୍ତ ର ନୁହଁ, ବରଂ ସେବକର ।ଟିକେ ଅଥୟ ଓ ନିରୀହ ଏ ଗୀତର ପ୍ରବାହ।

ମଧୁର ସେବା ଓ ସ୍ଵରର ଅନାବିଳ ବିନ୍ୟାସ ପାଇଁ ଏହା ସବୁବେଳେ ଆମକୁ ତନ୍ମୟ କରି ରଖିବ ।
https://www.youtube.com/watch?v=BsUZ_KhhJRQ

( ଏଇ ଦଶଟି ଜଣାଣ କଥା ଲେଖିଲାବେଳେ ଆହୁରି ଶହ ଶହ ଜଣାଣ ମନକୁ ଆସୁଛି ।ସିଂହାରୀ ଶ୍ୟାମସୁନ୍ଦର କର, ମାର୍କଣ୍ଡେୟ ମହାପାତ୍ର, ସୁମତି ଦେବୀ, ନିର୍ମଳା ମିଶ୍ର, ପ୍ରଣବ ପଟ୍ଟନାୟକ,ଚିତ୍ତ ଜେନା, ଫକିର ପଟ୍ଟନାୟକ ଓ ଆହୁରି ଅନେକ ଗାୟକ ଗାୟିକାଂକ କଣ୍ଠ ଉଦବେଳିତ କରୁଛି ।

ତେବେ ବିବିଧତା ଓ ଗାମ୍ଭିର୍ଯ୍ୟର ମାପକାଠିରେ ଏଇ ଦଶଟି ଜଣାଣକୁ ବାଛିଲି।କେବେ ଶୁଣିବେ ଯଦି, ସ୍ଵର ସମୁଦ୍ରରେ ତଲ୍ଲୀନ ହେବେ ନିଶ୍ଚୟ )

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଧର୍ମ Tagged With: ଓଡିଶା, କୋଠା ଭୋଗ ଖିଆ, ଭକ୍ତି ସଂଗୀତ

ଅକ୍ଷୟ ମହାଂତିଙ୍କ ଗୀତ ଓ ଓଡିଶାର ସାମାଜିକ ଇତିହାସ

October 12, 2017 by ନିଉଜ ଡେସ୍କ 2 Comments

2016-12-10-11-42-39କେଦାର ମିଶ୍ର

ଥରେ କେହି ଜଣେ କହିଥିଲେ- ଓଡିଶାରେ ଦୁଇ ପ୍ରକାର ଲୋକ ଅଛନ୍ତି, ୧- ଯେଉଁମାନେ ଅକ୍ଷୟ ମହାଂତିଂକୁ ଶୁଣିଛନ୍ତି ଓ ୨. ଯେଉଁ ମାନେ ଅକ୍ଷୟ ମହାଂତିଂକୁ ଶୁଣିଛନ୍ତି, ଅଥଚ ଜାଣି ନାହାନ୍ତି ସେ ଅକ୍ଷୟ ମହାନ୍ତି ବୋଲି।

ସତକଥା କହିବାକୁ ଗଲେ ଓଡିଶାରେ ଅକ୍ଷୟ ମହାଂତିଂକ ଗୀତ ଶୁଣିନଥିବା ଲୋକ କେହି ନଥାନ୍ତି। ଓଡିଶାର ସାମାଜିକ ଜୀବନରେ ଅକ୍ଷୟ ମହାନ୍ତି, ଏକ କିମ୍ବଦନ୍ତି, ଅନେକ କାହାଣୀର ନାୟକ, ଅନେକ ପାପ ଓ ପୂଣ୍ୟର ମୂର୍ଛନା।

କେବେ ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ଵନୀ ପରି ଆତୁର କରୁଥିବା ଏକ ସ୍ଵର, ପୁଣିକେବେ ମହାନଦୀରେ ଭାସି ଯାଉଥିବା ଡଂଗା ପରି ଟଳମଳ।

ଅକ୍ଷୟ ମହାନ୍ତି ବିନା ଆମର ପ୍ରେମ,ବିରହ,ସ୍ମୃତି, ଗାଲୁଗପ, ଆମର ଖଟି,ଆମର ଇତିହାସ ଓ ଆମର ଆସର- କିଛି ବି ଚାଲିପାରିବ ନାହିଁ ।

ତାଂକ କଣ୍ଠସ୍ବର ସର୍ବବ୍ୟାପୀ ଓ ସବୁ କିଛିକୁ ସମ୍ମୋହିତ କରି ରଖିଲା ପରି। ଅକ୍ଷୟ ମହାନ୍ତି କେବଳ ଗାୟକ ବା ଗୀତିକାର ନଥିଲେ, ସେଥିଲେ ତାଂକ ସମୟର ପ୍ରତିନିଧି । ନିଜ ସମୟର ସମାଜ ଓ ତାର ବିଭାବକୁ ଗୀତ କରି ଗାଇ ପାରିବାର କୌଶଳ ତାଂକୁ ଜଣାଥିଲା ।

ତେଣୁ ସେ ବୋଧେ ଓଡିଶାର ଏକ ମାତ୍ର ଗାୟକ ଯାହାଂକ ଗୀତରେ ଓଡିଶାର ଚାହାଣୀ,ଚଳନୀ,ଚମକ,ଛଇ,ଛଟା ସମେତ ଓଡିଶାର ଇତିହାସ ଓ ଐତିହ୍ୟ ର ସ୍ପଷ୍ଟ ପ୍ରତିଫଳନ ବାରୀ ହୋଇପଡେ ।

ଓଡିଶାରେ ବହୁ ବଡ ବଡ ଗାୟକ ଆସିଛନ୍ତି ଓ ଏବେବି ଅଛନ୍ତି, ହେଲେ ଜଣେ ଗାୟକର ଗୀତକୁ ନେଇ ଇତିହାସ ରଚନା ହେବାର ସମ୍ଭାବନା, କେବଳ ଜଣକ ପାଖରେ- ସେ ଆଉ କେହି ନୁହନ୍ତି, ସେ ଅକ୍ଷୟ ମହାନ୍ତି ଓରଫ୍ ଖୋକା ଭାଇ ।

ତାଂକ ଗୀତକୁ ନେଇ ସମକାଳୀନ ଓଡିଶାର ସମାଜକୁ ଖୋଜିବା ଆସନ୍ତୁ-

୧. ଅକ୍ଷୟ ମହାନ୍ତି, ଜନ୍ମ କଟକ ସହର ରେ ୧୨ ଅକ୍ଟୋବର ୧୯୩୭ ଓ ଦେହାବସାନ ୧୭ ନଭେମ୍ବର ୨୦୦୨ । ୬୬ ବର୍ଷର ଜୀବନକାଳରେ ଓଡିଶାର ସବୁ ହୃଦୟକୁ ଆନ୍ଦୋଳିତ କରିଥିବା ଅକ୍ଷୟ ମହାନ୍ତି, ଓଡିଶାର ଇତିହାସକୁ ନିଜ ସର୍ତ୍ତରେ ରଚନା କରିଛନ୍ତି ।

ସେ ଇତିହାସ ତାରିଖ, ତାଳପତ୍ର ପୋଥି, ଗୁମ୍ଫା ଚିତ୍ର କି ଶିଳାଲିପି ର ଇତିହାସ ନୁହଁ । ତାଂକ ଗୀତରେ ସାଧାରଣ ଓଡିଆ ର ଜୀବନ ଜୀବିକା ଓ ଜୀଜୀବିଷାର କମ୍ପନ ରହିଛି ।

୨. ମହାନଦୀ କଥା କହିଲେ “ଯା ରେ ଭାସି ଯା, ନୌକା ମୋର ଭାସିଯା’ ଗୀତଟି ମାନେ ପଡିବାକୁ ବାଧ୍ୟ ।

ଶିବବ୍ରତ ଦାଶଂକ ରଚିତ ଏଇ ଗୀତ ଅକ୍ଷୟ ମହାଂତିଂକ କଣ୍ଠରେ ଗୋଟେ ଇତିହାସ ରଚନା କରିଛି।

ମହାନଦୀ କେବଳ ସାରା ଓଡିଶାକୁ ଗୋଟିଏ ସୂତାରେ ଗୁନ୍ଥିନାହିଁ, ଏହା ଓଡିଶାର ବିବିଧ ସାଂସ୍କୃତିକ ଜୀବନବୋଧକୁ ନିଜ ପ୍ରବାହରେ ଏକାଠି କରିଛି ।

ସମ୍ବଲପୁରୀ ନୁନୀ ର ମହାନଦୀ ଓ କଟକିଆଣୀ ର ମହାନଦୀକୁ ଗୋଟିଏ ସୁରରେ ବାନ୍ଧି ରଖିଥିବା ଏ ଗୀତ ମହାନଦୀ ପାଇଁ ସବୁଠୁ ବଡ କୃତଜ୍ଞତା ।

ଅକ୍ଷୟ ମହାନ୍ତିଙ୍କୁ ଶୁଣନ୍ତୁ

୩. କଟକ ସହର ଓ ଅକ୍ଷୟ ମହାନ୍ତି- ଗୋଟିଏ ଅସ୍ତିତ୍ଵ । କଟକର ପାନ ଦୋକାନ, ଗଳି, ଘାଟ,ବଜାର,ଛକ, କଟକ ସହରର ଦାଦା ଟୋକା, ମାଇଚିଆ, ସୁଖଭୋଗୀ ମଧ୍ୟବିତ୍ତ,ଫୁଲେଇ ସୁନ୍ଦରୀ ଝିଅ ଓ ରସିକତା ର ଗୋଟି ଗୋଟି ଉଦାହରଣ ତାଂକ ଗୀତରେ ଆସିଛି ।

୪. ଲେଇ ଲେଇକା ଲଚକମଣୀ ଲବଂଗ ଦିଆ ପାନ….. ତହୁଁ କାଂଜୀ ଗଲା ଖରେ…ଏ ଗୀତ ସବୁ ହୁଏତ ହାଲକା ଫୁଲକା ଲାଗି ପାରନ୍ତି, ହେଲେ ସବୁ ଗୀତରେ କଟକୀ ଜୀବନର ଛନ୍ଦ ଓ ଉନ୍ମାଦନା ଭାରୀ ରହିଛି ।

ଷଣ୍ଢ ଟି ଖାଲି କଟକରେ ବାଇଆ ହୋଇ ବୁଲୁନାହିଁ, ସେ ମାଲ ଗୋଦାମ, ଛତ୍ର ବଜାର, କଲେଜ ଛକ, ଚୌଧୁରୀ ବଜାର ଦେଇ ପୁରା କଟକୀ ଜୀବନ କୁ ବୟାନ୍ କରୁଛି । ଷଣ୍ଢ  ଏଠି ଗୋଟେ ପ୍ରତୀକ ପାଲଟି ଯାଉଚି ଓ ସାରା କଟକ ସହରର ଜୀବନ କାହାଣୀ କୁ କହିଦେଉଛି ।

୫. ଗାଥା କବିତା କୁ ଗୀତ କରି ଅକ୍ଷୟ ମହାନ୍ତି ଓଡିଶାର ଇତିହାସକୁ ଜୀବନ୍ତ କରିଛନ୍ତି । ଓଡିଆ ପରିଚୟ ଓ ଅସ୍ମିତା କୁ ଗଢିବାରେ ଏ ଗାଥା ସବୁର ଅତୁଳନୀୟ ଅବଦାନ ରହିଛି । କାଂଚୀ ଅଭିଯାନ, କୋଣାର୍କ ଗାଥା ଓ ମହାନଦୀ ତାର ଏକ ଏକ ଉଦାହରଣ ।

୬. ଫକୀର ମୋହନଂକ “ରାଣ୍ଡି ପୁଅ ଅନନ୍ତା” ଓ “ପେଟେଣ୍ଟ ମେଡିସିନ୍” ଗୀତି କାବ୍ୟ ର ରୂପ ନେଇ ଆମ ସାମାଜିକ ଜୀବନର ଅନେକ ସତ୍ୟ କୁ ଆବିଷ୍କାର କରନ୍ତି ।

୭. କଟକ ଯେତେବେଳେ ତାର ରାଜଧାନୀ ପରିଚୟ ହରାଉଛି ଓ ୨୫ କିଲୋମିଟର ଦୂରରେ ନୁଆ ରାଜଧାନୀ ଭୁବନେଶ୍ଵର ଗଢି ଉଠୁଛି, ଏ ଦୁଇ ସହର ର ନାଗରିକଂକ ମାନସିକ ସଂଘାତ ତଥା ଭାବ-ଅଭାବ ର କଥା ଅକ୍ଷୟ ଯେମିତି କହିଛନ୍ତି, ସେ ଐତିହାସିକ ଦୃଷ୍ଟିରୁ ବେଶୀ ଗୁରୁତ୍ଵପୁର୍ଣ୍ଣ ।

ରାଜା ଝିଅ ସଂଗେ କରିଥିଲି ଭାବ….ବା..ବା..ରେ କାପିଟାଲ୍…କୁ ହାଲକା ରେ ନ ନେଇ ଟିକେ ଗଭୀର ଭାବେ ଶୁଣିଲେ, ନୁଆ କିଛି ଆବିଷ୍କାର କରାଯାଇ ପାରିବ ।

୮. ଅଧା ଗଢା ଦିଅ ର ଚକା ଚକା ଆଖିକୁ……ଏମିତି ଏକ ଗୀତ ଯେଉଁଠି ସମଗ୍ର ଜଗନାଥ ମଂଦିର ଓ ତାର ପ୍ରଥା ଓ ପରମ୍ପରା ର ବର୍ଣ୍ଣନା ରହିଛି । ଏପରିକି ସାଲାବେଗଙ୍କ  ରଚନାରୁ କେଣେ ଘେନି ଯାଉଚ୍ଛ ଜଗନାଥଂକୁ ..ଗାଇଲା ବେଳେ ଇତିହାସର ଏକ ଅନ୍ଧାର ଅଧ୍ୟାୟ ର ବିଫଳତା କୁ ସେ ଅତି ଚମତ୍କାର ଭାବେ ଗାଇ ପାରନ୍ତି ।

୯. ଭୀମ ଭୋଇ, ସାଲବେଗ, ଜଗନ୍ନାଥ ଦାସଂକୁ ଗାଇଲା ବେଳେ ସେ ଯେତିକି ଗମ୍ଭୀର ନୁଆ ଜମାନା ର ଗୀତରେ ସେତିକି ସହଜିଆ । ଗୀତ ରଚନା କଲାବେଳେ ଓଡିଶାର ଜନଜୀବନ ଓ ପାଣିପାଗ ତାଂକୁ କେବେବି ଛାଡ଼ି ନାହିଁ । କାଲି ଯଦି କଟକର ନୁଆ ଇତିହାସ ଲେଖାହେବ, ସେଠି ଅକ୍ଷୟ ମହାଂତିଂକ ଗୀତ ଗୋଟେ ବଡ ଉତ୍ସ ନିଶ୍ଚୟ ।

୧୦. ବହୁ ଗାୟକଂକ ଗଳା ସୁନ୍ଦର, ସେମାନଂକ ପରିବେଷଣ ମଧୁର, ହୁଏତ ସଂଗୀତ ଶାସ୍ତ୍ରରେ ସେମାନେ ବେଶ୍ ଧୁରୀଣ- ହେଲେ ଅକ୍ଷୟ ନିଆରା । ତାଂକ ଗୀତ ଓଡିଆ ଜୀବନର ଦଲିଲ୍, ଆଉ ସେ ଦଲିଲ୍ ଅକ୍ଷୟ ଓ ଅମର ।

 

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଓଡିଆ ଚଳଚିତ୍ର, ମନୋରଞ୍ଜନ Tagged With: ଅକ୍ଷୟ ମହାଂତି, ଓଡିଶା, କଣ୍ଠସ୍ବର, ଖୋକା ଭାଇ, ଗାୟକ, ଗୀତ, ଗୀତିକାର, ମହାନଦୀ, ସାମାଜିକ ଇତିହାସ

ଓଡିଶାର ଦେବୀ ପରମ୍ପରା ସମ୍ପର୍କରେ କେତୋଟି ତଥ୍ୟ

October 10, 2017 by ନିଉଜ ଡେସ୍କ 1 Comment

maa-hingula19

କେଦାର ମିଶ୍ର

ପ୍ରାଚୀନ ଭାରତୀୟ ସାଂସ୍କୃତିକ ଜୀବନରେ ଦୁଇଟି ଧାରାର ସଂଘାତ ଓ ସମାଗମ ସବୁବେଳେ ଘଟି ଆସୁଥିଲା ।

ନିଗମ ଓ ଆଗମ ନିଗମ ଧାରା ସହ ବୈଦିକ ବ୍ରାହ୍ମଣ୍ୟ ଧାରା ର ସମ୍ପର୍କ ରହିଥିବା ବେଳେ ଆଗମ ମୂଳତଃ ଅବୈଦିକ । ଅନେକାଂଶରେ ଏହା ବେଦ ବା ନିଗମର ବିକଳ୍ପ ବା ବିରୋଧୀ ।

ବୈଦିକ ଧାରାରେ ଜାତି, ବର୍ଣ୍ଣ, ଆଚରଣ ଓ କୂଳାଚାରର ବନ୍ଧନ ରହିଥିବାବେଳେ ଆଗମ ବା ତନ୍ତ୍ର ଧାରାରେ ଏହାର କୌଣସି ଉପଯୋଗିତା ନଥିଲା ।

ତନ୍ତ୍ର ହେଉଛି ଭାରତର ପ୍ରଥମ ସର୍ବୋଦୟୀ ଓ ସମତା ଭିତ୍ତିକ ବିଚାରର ଭିତ୍ତିଭୂମି । ଭାରତର ଉତ୍ତର ଖଣ୍ଡରେ ନିଗମ ର ପ୍ରଭାବ ଅଧିକ ରହିଥିବା ବେଳେ ଆଗମ ବା ତନ୍ତ୍ର ମତର ପ୍ରଭାବ ପୂର୍ବ ଭାରତରେ ପ୍ରଭାବଶାଳୀ ।

ଓଡିଶାରେ ତନ୍ତ୍ର ଓ ଶାକ୍ତ ମତର ପ୍ରମାଣସିଦ୍ଧ ପରମ୍ପରା ଅନ୍ତତଃ ୨୦୦୦ ବର୍ଷର । ଶାସ୍ତ୍ର, ସ୍ଥାପତ୍ୟ, ଉପଚାର ଓ ପ୍ରତିଷ୍ଠା ଭିତରେ ତନ୍ତ୍ରର ପ୍ରଭାବ ତ ରହିଛି, ତା’ ବାହାରେ ଲୋକାଚାରରେ ଓ ଲୋକକଳ୍ପନାରେ ତନ୍ତ୍ର ର ଭୂମିକା ବେଶ୍ ପ୍ରଭାବଶାଳୀ । ଓଡିଶାର ଦେବୀ ପରମ୍ପରା ଓ ତାରଲୌକିକ କଳ୍ପନା କୁ ନେଇ ଦଶଟି କଥା –

୧. ଓଡିଶାର ପ୍ରାଚୀନତମ ଶକ୍ତି ପୀଠ ଭାବରେ ବିରଜା କ୍ଷେତ୍ର ବା ଯାଜପୁରର ର ପ୍ରମାଣସିଦ୍ଧ ଇତିହାସ ରହିଛି । ପ୍ରଥମ ରୁ ଦଶମ ଶତାବ୍ଦୀରେ ଓଡିଶାରେ ବହୁ ଧାରା ର ତନ୍ତ୍ର ଉପାସନା ଦେଖିବାକୁ ମିଳିଥିଲା ।

ଶୈଲୋଦଭବ, ଭୌମକର, ସୁଲୁକୀ,ଭଂଜ ଇତ୍ୟାଦି ରାଜବଂଶ ଗୁଡିକ ଲୋକତନ୍ତ୍ର ଓ କୌଳତନ୍ତ୍ରର ସମନ୍ୱୟ ବିଧାନ କରିଥିଲେ ।

୨. ତେବେ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ସ୍ତମ୍ଭେଶ୍ଵରୀ ବା ଖମ୍ବେଶ୍ଵରୀ ଉପାସନା ବହୁ ଆଗରୁ ରହି ଆସିଥିଲା ।

ଆସ୍କା, ସୁବର୍ଣ୍ଣପୁର,ବୌଦ୍ଧ, ଆଠମଲ୍ଲିକ ଓ କଳାହାଣ୍ଡି ରେ ସ୍ତମ୍ଭ ଉପାସନା ର ଧାରା ବହୁ ପ୍ରାଚୀନ ସ୍ତମ୍ଭେଶ୍ଵରୀ ପରମ୍ପରା ସହ ନୃସିଂହ ପରମ୍ପରାର ସମ୍ପର୍କକୁ ଅନେକ ଐତିହାସିକ ଗୁରୁତ୍ଵ ଦେଇଥାନ୍ତି ।

ସେହି ସୂତ୍ରରେ ପୂରୀ ଜଗନାଥଂକ ପୂଜା ଉପାସନା ସହ ନୃସିଂହ ମନ୍ତ୍ର ର ସମ୍ପର୍କ ଯୋଗୁଁ ତାଂକୁ ତନ୍ତ୍ର ଦେବତା ଭାବରେ ମଧ୍ୟ ଗ୍ରହଣ କରାଯାଇଥାଏ ।

୩. ପୂରୀ ପୂର୍ବ ଉପକୁଳର ସର୍ବ ଶ୍ରେଷ୍ଠ ବିଷ୍ଣୁପୀଠ ହୋଇଥିଲେ ମଧ୍ୟ ଏହାର କ୍ଷେତ୍ରାଧିଶ୍ଵରୀ ହେଉଛନ୍ତି ବିମଳା ।

କ୍ଷେତ୍ରେ ତୁ ବିମଳା ସ୍ଵୟଂ ଜଗନାଥସ୍ତୁ ଭୈରବ । ଜଗନାଥଂକୁ ଘେରି ବିମଳା, କମଳା, ଭୁବନେଶ୍ଵରୀ, କାଳୀ ଓ ନୀଳ ସରସ୍ଵତୀ ରହିଛନ୍ତି । ଏମାନେ ସମସ୍ତେ ତନ୍ତ୍ର ଦେବୀ ଅନେକ ସମୟରେ ଜଗନାଥଂକୁ ଦକ୍ଷିଣ କାଳିକା ବୋଲି ମଧ୍ୟ କୁହା ଯାଇଛି।

୪. ତନ୍ତ୍ର ଶାସ୍ତ୍ର ର କୌଳ ମତ ଅନୁଯାୟୀ ଓଡିଶା ବା ଓଡିୟାନ ପୀଠର ମହତ୍ତ୍ଵ ଅଧିକ କ୍ଷେତ୍ରରେ ବିମଳା, ଯାଜପୁରରେ ବିରଜା, କାକଟପୁରରେ ମଂଗଳା, ଝଂକଡରେ ଶାରଳା, ବାଣପୁରରେ ଭଗବତୀ, ଭୁଶଣ୍ଡପୁରରେ ଉଗ୍ରତାରା, ବାଂକିରେ ଚର୍ଚୀକା, ସମ୍ବଲପୁରରେ ସମଲାଇ, ସୁବର୍ଣ୍ଣପୁରରେ ସୁରେଶ୍ଵରୀ, ପାଟଣା ରେ ପାଟମେଶ୍ଵରୀ, କଳାହାଣ୍ଡିରେ ମାଣୀକେଶ୍ଵରୀ ଓ ଆହୁରି ଅନେକ ।

୫. ଓଡିଶାରେ ଦଶ ମହାବିଦ୍ୟା (କାଳୀ, ତାରା,ଭୁବନେଶ୍ଵରୀ,ବଗଳା, ମାତଂଗୀ,ଛିନ୍ନମସ୍ତା,ତ୍ରିପୁର ସୁନ୍ଦରୀ,,ଭୈରବୀ,ଧୁମାବତୀ ଓ କମଳା), ସପ୍ତ ମାତୃକା (ସ୍ଥାନ ଭେଦରେ ଅଷ୍ଟ ମାତୃକା)- ବ୍ରହ୍ମାଣୀ, ମାହେଶ୍ଵରୀ,କୌମାରୀ, ବୈଷ୍ଣବୀ,ଇନ୍ଦ୍ରାଣୀ,ବାରାହୀ ଓ ଚାମୁଣ୍ଡା ତଥା ଚୌଶଠି ଯୋଗିନୀ ପରମ୍ପରା ଓଡିଶାର ବିଭିନ୍ନ ସ୍ଥାନରେ ଆଜି ମଧ୍ୟ ବିଦ୍ୟମାନ ରହିଛି ।

୬. ଏହାଠୁ ଭିନ୍ନ ଲୋକାଚାରରେ ସାତ ଭଉଣୀ ପରମ୍ପରା ମଧ୍ୟ ବେଶ୍ ଲୋକପ୍ରିୟ । ସମଗ୍ର ଓଡିଶାରେ ଶୁଦ୍ର ତଥା ଦଳିତ ଜାତିର ଏହି ସାତ ଭଉଣୀ ସବୁଠୁ ଶକ୍ତିଶାଳୀ ଦେବୀ ଭାବରେ ପୂଜିତ ହୁଅନ୍ତି । ପାଟଣାଗଡ ଓ ସୋନପୁରରେ ସାତ ଭଉଣୀ ପରମ୍ପରାର ସାଧନା ଆଜି ମଧ୍ୟ ଦେଖିବାକୁ ମିଳେ ।

୭. କୁହାଯାଏ ସାତ ଭଉଣୀ ସାଧନା କରି ଓଡିଶାରେ ଗଂଗ ବଂଶ ସ୍ଥାପିତ ହୋଇଥିଲା । ଜ୍ଞାନଦେଇ ମାଲୁଣୀ, ନିତେଇ ଧୋବଣୀ, ପତର ଶଉରୁଣୀ,ଶୁଆ ତେଲୁଣୀ, ଗାଂଗୀ ଗଉଡୁଣୀ, ଲୁହୁକୁଟି ଲୁହୁରୁଣୀ ଓ ଶୁକୁଟି ଚମାରୁଣୀ ।

ଏଇ ସାତ ଭଉଣୀ ଓଡିଆ ଜନ ଜୀବନରେ କେବଳ ନାରୀ ଶକ୍ତିର ପ୍ରତୀକ ନୁହନ୍ତି, ସେମାନେ ସମାଜର ସବୁଠୁ ନିମ୍ନ ଜାତି ଭାବେ ପରିଗଣିତ ଆଦିବାସୀ ଓ ଦଳିତ ଶକ୍ତିର ପ୍ରତିନିଧି ମଧ୍ୟ ।

୮. ମନ୍ଦିର ଓ ପୀଠ ବାହାରେ ଗାଁ ରେ ଗ୍ରାମଦେବୀ, ନଗରରେ ସ୍ଥାନେଶ୍ଵରୀ ଓ ଜଂଗଲରେ ବନଦେବୀ ରୂପେ ଅସଂଖ୍ୟ ଦେବୀ ପୂଜା ପାଆନ୍ତି ।

ସାଧାରଣ ନାରୀ ଟିଏ ତାର ସଂଘର୍ଷ ଓସଂକଳ୍ପ କୁ ନେଇ ଦେବୀ ଭାବରେ ପୂଜା ପାଇଥାଏ ଯେମିତି ଚିଲିକାରେ କାଳିଜାଇ, ସୋନପୁରରେ ମେଟାକାନୀ, କେଉଁଠି ଷୋଳପୁଅ ମା ଭୁଆଶୁଣୀ ଓ ଆହୁରି ଅନେକ ଏମାନେ ଲୋକଂକର ଦେବୀ ଓ ଲୋକଂକ ବିଶ୍ଵାସ ର ପ୍ରତୀକ ।

୯. କାକୁଡି ଖାଇ, ବାସୁଳୀ,ଜାଗୁଳେଇ, କଂକାଲୀ,କଂଧେନ ବୁଢୀ,ପିତାବଲୀ,ଶୁଲିଆ,ଦ୍ଵାରସୁନୀ,ଡୋକରୀ, ମାଉଲୀ, ବେତାଲୀ, ମଝି ଘରିଆଣୀ, କରଲାପାଟ୍,ଶିଖରପାଟ୍, ଭିମ୍ ବୁଢା,ବରାଳ ଦେବୀ ଓ ଆହୁରି ଅନେକ ଅନେକ ନାମରେ ଦେବୀ ପୂଜାର ଏକ ବିଶାଳ ପରମ୍ପରା ଓଡିଶାରେ ରହିଛି ।

ଗୋଟିଏ ବାକ୍ୟରେ କହିଲେ” ଗାଁ ଗୋଟେ କୁ ଦେବୀ ଗୋଟେ ‘ ହେଉଛି ଓଡିଶାର ଅସଲ ପରିଚୟ ।

୧୦. ଓଡିଶାରେ ଦେବୀ ପରମ୍ପରାର ସବୁଠୁ ଉଲ୍ଲେଖନୀୟ ଦିଗ ହେଉଛି –ଏହାର ସମତା ଭିତ୍ତିକ ବିଚାର ଦେବୀ ମନ୍ଦିରରେ ଜାତି ର ବାରଣ ନଥାଏ ।

ପ୍ରାୟ ସବୁ ମନ୍ଦିର (ଅଳ୍ପ କେତୋଟି ପୀଠକୁ ବାଦ୍ ଦେଲେ)ରେ ପୂଜକ ଆଦିବାସୀ ନଚେତ ଶୁଦ୍ର ଜାତିର । ହିନ୍ଦୁ ବ୍ରାହ୍ମଣବାଦ ବିରୋଧରେ ଏହା ଏକ ଚରମ ପ୍ରତିବାଦ । ଦେବୀ ମନ୍ଦିରର ପୂଜକ, ଦେହେରୀ,ଝାଂକର ମାନେ ଅନେକାଂଶରେ ଆଦିବାସୀ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ, ମୁଖ୍ୟ ଖବର Tagged With: ଓଡିଶା, ତନ୍ତ୍ର, ଦକ୍ଷିଣ ଓଡିଶା, ଦେବୀ ପରମ୍ପରା, ପରମ୍ପରା, ପଶ୍ଚିମ ଓଡ଼ିଶା, ପୂର୍ବ ଓଡିଶା, ପ୍ରାଚୀନ, ଭାରତୀୟ, ଶାକ୍ତ, ସାଂସ୍କୃତିକ

ଗାନ୍ଧି ଓ ଓଡିଶା ; ଦଶଟି ପ୍ରମୁଖ ତଥ୍ୟ

October 3, 2017 by ନିଉଜ ଡେସ୍କ Leave a Comment

gandhi
କେଦାର ମିଶ୍ର
ଫଟୋ- ଡ. କୈଳାସ ଚନ୍ଦ୍ର ଦାଶ

ନାହମ୍ ତିଷ୍ଠାମି କଂଗ୍ରେସେ ନ ଚ ନେତୃଗଣାନ୍ତିକେ
ଅହିଂସା ସତ୍ୟ ତତ୍ତ୍ଵାନାମ୍ କର୍ମକ୍ଷେତ୍ରେ ବସାମ୍ୟହମ୍ ।

ମହାତ୍ମାଗାନ୍ଧୀଙ୍କ ଓଡିଶା ସହ ସମ୍ପର୍କର ଅନୁସନ୍ଧାନ କଲାବେଳେ ଐତିହାସିକ ତଥ୍ୟ ତୁଳନାରେ ସାହିତ୍ୟ ଓ ପ୍ରଚାର ଗୀତରୁ ଗାଂଧିଂକ ପ୍ରତି ଓଡିଆଂକର ଭାବପ୍ରବଣ ସମ୍ପର୍କକୁ ବେଶ୍ ଆକଳନ କରିହେବ ।

ଓଡିଶା ରାଜନୀତିରେ ଗାଂଧିଂକ ପ୍ରଭାବ ଓ ସାମାଜିକ ଜୀବନରେ ତାଂକ ବ୍ୟକ୍ତିତ୍ଵର ପ୍ରତିଷ୍ଠା ବିଷୟରେ କେତୋଟି ଚମତ୍କାର ତଥ୍ୟ ଉପସ୍ଥାପନ କରିଛନ୍ତି ଆମ ସମୟର ଜଣେ ଗୁଣୀ ଐତିହାସିକ ତଥା ଗବେଷକ ଡ. କୈଳାସ ଚନ୍ଦ୍ର ଦାଶ । ଗାନ୍ଧି ଓଡିଆ କବିଂକ କବିତାରେ କେଉଁଠି ଦେବତା, ପୁଣି କେଉଁଠି ନେତା ।

ତାଂକ ପ୍ରଶଂସାରେ ମହାପୁରାଣ ବି ଲେଖା ହୋଇଛି ଓଡିଆରେ । ଓଡିଆ ସଂସ୍କୃତ ପଣ୍ଡିତ ମାନେ ଲେଖିଛନ୍ତି ଗାନ୍ଧି ଗୀତା ଓ ଗାନ୍ଧି ଚାରିତାମୃତ । ଏହି ସବୁ ଅଳ୍ପ ଚର୍ଚିତ ଅଥଚ ମୂଲ୍ୟବାନ ତଥ୍ୟ କୁ ନେଇ ଦଶଟି କଥା –

୧. ଓଡିଶାରେ ଗାଂଧିଂକ ରହଣୀ ଖୁବ ବେଶୀ ଦିନର ନୁହଁ । ୧୯୨୧ ରୁ ୧୯୪୬, ୨୫ ବର୍ଷ ଭିତରେ ଗାନ୍ଧି ସାତ ଥର ଓଡିଶାକୁ ଆସିଛନ୍ତି । ସାତ ଥର ଯାତ୍ରା ରେ ତାଂକର ସମୁଦାୟ ଓଡିଶା ରହଣୀ ଦିବସ ହେଉଛି ୬୯ ଦିନ ।

2 ୧୯୨୧ ମାର୍ଚ୍ଚ ୨୩ ତାରିଖ ଦିନ କଟକର କଦମ୍ ରସୁଲ୍ ଠାରେ ଗାନ୍ଧି ତାଂକ ପତ୍ନୀ କସ୍ତୁରବାଂକ ସହ ଆସି ହିନ୍ଦୁ ମୁସଲମାନ୍ ଏକତା ସମ୍ପର୍କରେ ତାଂକର ଭାଷଣ ରଖିଥିଲେ । ପ୍ରଥମ ଯାତ୍ରାରେ ସେ କଟକ, ପୁରୀ, ଭଦ୍ରଖ ଓ ବ୍ରହ୍ମପୁର ଠାରେ ଭାସଣ ଦେଇଥିଲେ ।

୨. ତାପରେ ୧୯୨୫ ଡିସେମ୍ବର ମାସରେ ଓଡିଶା ଆସି ସେ ମଧୁସୁଦନ ଦାସଂକ ଉତ୍କଳ ଟାନେରୀ ପରିଦର୍ଶନ କରିଥିଲେ । ୧୯୨୭ ଡିସେମ୍ବର ମାସରେ ପୁଣିଥରେ ମଧୁ ବାବୁଂକ ଆତିଥ୍ୟ ସ୍ଵୀକାର କରିଥିଲେ ।

3୩.୧୯୨୮ ମସିହାରେ ପଶ୍ଚିମ ଓଡିଶାର ଝାରସୁଗୁଡ଼ା ଓ ସମ୍ବଲପୁର ଠାରେ ସେ ଜନସଭା କୁ ଉଦବୋଧନ ଦେଇଥିଲେ ।

୧୯୩୪ ରେ ଓଡିଶାରେ ଗାନ୍ଧି ତାଂକର ପଦଯାତ୍ରା ଆରମ୍ଭ କରିବା ସହିତ ପୁରୀ ବଡଦାଣ୍ଡ ଠାରେ ଉତ୍କଳ ମଣି ଗୋପବନ୍ଧୁ ଦାସଂକ ପ୍ରତମୂର୍ତୀ କୁ ମାର୍ଚ୍ଚ ୮ ତାରିଖ ଦିନ ଉନ୍ମୋଚନ କରିଥିଲେ । ପୁଣି ୧୯୩୮ ଓ ୧୯୪୬ ରେ ଗାନ୍ଧି ଓଡିଶା ଗସ୍ତ କରିଥିଲେ ।

୪. ଓଡିଶାର ଦାରିଦ୍ର୍ୟ ତାଂକୁ ବିଚଳିତ କରିଥିଲା ଓ ରଚନାତ୍ମକ କାର୍ଯ୍ୟ ମାଧ୍ୟମରେ ଓଡିଶା ସ୍ଵାବଲମ୍ବୀ ହୋଇପାରିବ ବୋଲି ସେ ଚିନ୍ତା କରୁଥିଲେ ଓ ଖଦି କୁ ଏକ ବିକାଶର ମାଧ୍ୟମ ବୋଲି କହିଥିଲେ । ଏ ସମ୍ପର୍କରେ ହରିଜନ ଓ ୟଂଗ ଇଣ୍ଡିଆ ରେ ସେ ଅନେକ ଲେଖା ମଧ୍ୟ ଲେଖିଥିଲେ ।

୫. ଗାନ୍ଧି ଓଡିଶା ଓ ଓଡିଆଂକ ବିଷୟରେ କଂ ଭାବୁଥିଲେ ତାର ଐତିହାସିକ ମୂଲ୍ୟ ନିହାତି ରହିଛି ।

4ତେବେ ଗାଂଧିଂକ ବିଷୟରେ ଓଡିଆଂକ ଚିନ୍ତନ ଓ ସମ୍ମାନ ର ପୂର୍ନାଂଗ ଆକଳନ ଆଜି ଯାଏ ହୋଇପାରିନାହିଁ ।

ଗାଂଧିଂକ ରଚନା ଓଡିଆ ଭାଷାକୁ ତିରିଶ ଦଶକ ରୁ ଅନୁବାଦ ହେବା ଆରମ୍ଭ କଲାଣି । ତା ସହିତ ଗାନ୍ଧି ଦର୍ଶନ, ବିଚାର ଓ ତାଂକ ସହ ଦେଖା ହେବାର ଅନୁଭବ କୁ ନେଇ ମଧ୍ୟ ବହୁ ଲେଖା ପ୍ରକାଶିତ ହୋଇଛି ।

୬. ୧୯୩୬ ମସିହାରେ ପଣ୍ଡିତ ନୀଳକଣ୍ଠ ରଥ “ଗାନ୍ଧି ମହାପୁରାଣ” ନାମରେ ଏକ ଦୀର୍ଘ ଚରିତ କାବ୍ୟ ରଚନା କରିଥିଲେ । ପଣ୍ଡିତ ରଥ ଏହା ବ୍ୟତୀତ ଗାନ୍ଧି ପୁରାଣ, ଗାନ୍ଧି ସଂହିତା ଓ ଗାନ୍ଧି ଗୀତା ରଚନା କରିଥିବାର ଜଣାଯାଏ ।

ସେହିପରି ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର “ଶ୍ରୀମଦ୍ ଗାନ୍ଧିଚରିତାମୃତମ୍” ନାମରେ ଏକ ସଂସ୍କୃତ ଖଣ୍ଡକାବ୍ୟ ଲେଖିଥିଲେ ।

5୭.ବାପୁଂକ ଆତ୍ମଜୀବନୀ “ସତ୍ୟର ପ୍ରୟୋଗ” କୁ ଓଡିଆରେ ପ୍ରଥମେ ଅନୁବାଦ କରିଥିଲେ ଗୋପବନ୍ଧୁ ଚୌଧୁରୀ । ଏହା ପ୍ରଥମେ ଦୁଇ ଭାଗରେ ପ୍ରକାଶ ପାଇଥିଲା । ଗାନ୍ଧୀ ରଚନା କୁ ଓଡିଆ ରେ ଅନୁବାଦ କରିବାରେ ବିନୋଦ କାନୁନଗୋ ଅନ୍ୟତମ ପ୍ରମୁଖ ଭୂମିକା ନେଇଥିଲେ ।

୮. ତେବେ ଗାନ୍ଧି ଗୋଟେ ନିର୍ଦ୍ଦିଷ୍ଟ ବର୍ଗ ବା ରାଜନୈତିକ ଗୋଷ୍ଠୀ ର ପ୍ରିୟପାତ୍ର ନଥିଲେ । କେନ୍ଦ୍ର ରେ ସାମ୍ୟବାଦୀ ମାନଂକ ସହ ତାଂକର ମତଭେଦ ଥିବା ବେଳେ ଓଡିଶାର ବହୁ ସାମ୍ୟବାଦୀ କବି ଗାଂଧିଜିଂକ ସ୍ମୃତିରେ କବିତା ଲେଖିଛନ୍ତି ।

ଅନନ୍ତ ପଟ୍ଟନାୟକ, ସଚ୍ଚି ରାଉତରାୟ ଓ ମୁରାରୀ ଜେନାଂକ ପରି ବିପ୍ଲବୀ ଲେଖକ ଗାଂଧିଜିଂକ ଜୀବନର ଜୟଗାନ କରିଛନ୍ତି ।

୯. ଚରିତ ଓ ସ୍ମୃତିଲେଖ ମାଧ୍ୟମରେ ଇତିହାସ ର ଅନେକ ତଥ୍ୟ ଲୋକ ଲୋଚନକୁ ଆସିଥାଏ । ଗାନ୍ଧି ଚରିତ କୁ ନେଇ ଲେଖା ଯାଇଥିବା ଅନେକ ଓଡିଆ କବିତାରେ ଆମ ସମାଜ ଓ ରାଜନୀତିର ଚିତ୍ର ଖୋଜା ଯାଇ ପାରିବ ।

6ଗୋପବନ୍ଧୁ ଚୌଧୁରିଂକ “ଚାଷୀ ମୁଲିଆ ଗାନ୍ଧି”, ବିନୋଦ କାନୁନଗୋଂକ “ସୂତା ଖିଅକରେ ସ୍ଵରାଜ୍ୟ ଝୁଲୁଛି”, ବଲରାମ ମିଶ୍ରଂକ “ବେପାରୀ ପୁଅ”- ଏମିତି କିଛି ବହି ଯାହାର ପ୍ରଚୁର ଐତିହାସିକ ମୂଲ୍ୟ ରହିଛି ।

୧୦. ତେବେ ଖାଲି ଯେ ଗାଂଧିଜିଂକ ପ୍ରଶଂସାରେ ବହି ବାହାରିଛି ତା ନୁହଁ, ତଂକୁ ବିରୋଧ କରି କାଁ ଭାଁ ବହି ଓ ପ୍ରଚାର ପତ୍ର ବାହାରିଥିଲା । ପୁରୀର କେତେଜଣ ରକ୍ଷଣଶୀଳ ମହନ୍ତ ଏମିତି ଏକ ପ୍ରଚାରପତ୍ର ଛାପି ବାଣ୍ଟିଥିଲେ, ଯାହାକି ଲୋକଂକ ଦ୍ଵାରା ଆଦୃତ ହୋଇ ନଥିଲା ।

ଓଡିଆଂକ ଗାନ୍ଧି ପ୍ରୀତିର ନିଦର୍ଶନ ପ୍ରସ୍ତୁତ କରିବାକୁ ଯାଇ ପ୍ରଖ୍ୟାତ କବି ମାୟାଧର ମାନସିଂହ ଲେଖିଥିଲେ- “ସେ ଯେଉଁ ଆଡେ ଯାଉଥିଲେ ସେଠି ମାଟିରେ ପଦ୍ମ ଫୁଟି ଯାଉଥିଲା। ଜଡ ଜୀବନ୍ତ ହେଉଥିଲା, ମୂକ କଥା କହୁଥିଲା । ତାଂକର ମୃତ୍ୟୁରେ କେବଳ ଏ ଦେଶ ନୁହଁ ସମଗ୍ର ପୃଥିବୀର ମାଟି ପଥର ବି କାଂଦିଛି । ”

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଜଣା ଅଜଣା Tagged With: ଉତ୍କଳ ମଣି, ଓଡିଆ, ଓଡିଶା, ଗାନ୍ଧି, ଗୋପବନ୍ଧୁ ଦାସ, ନ୍ଧି ଗୀତା ଓ ଗାନ୍ଧି ଚରିତାମୃତ, ପ୍ରଚାର ଗୀତ, ମଧୁ ବାବୁ, ମହାପୁରାଣ, ସଂସ୍କୃତ, ସାହିତ୍ୟ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 9
  • Go to Next Page »

Primary Sidebar

RSS LATEST

  • ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ବଛାବଛା ୧୦ଟି ଓଡିଆ ସିନେମା
  • 9th International Art of Giving Day Celebrated
  • ମଦୁଆ ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ
  • ଝାରସୁଗୁଡାରେ ଆଜିକାର ତାପମାତ୍ରା ୩୯ ଡିଗ୍ରୀ
  • ହୀରାକୁଦରେ ଆଜିକାର ତାପମାତ୍ରା ୩୯.୧ ଡିଗ୍ରୀ
  • ଭବାନୀପାଟଣାରେ ଆଜିକାର ତାପମାତ୍ରା ୪୧ ଡିଗ୍ରୀ
  • ଟିଟିଲାଗଡ଼ରେ ଆଜିକାର ତାପମାତ୍ରା ୪୧ ଡିଗ୍ରୀ
  • ସୋନପୁରରେ ଆଜିକାର ତାପମାତ୍ରା ୪୦.୩ ଡିଗ୍ରୀ
  • ନୟାଗଡରେ ଆଜିକାର ତାପମାତ୍ରା ୪୦ ଡିଗ୍ରୀ
  • ସୁନ୍ଦରଗଡ଼ରେ ଆଜିକାର ତାପମାତ୍ରା ୪୨ ଡିଗ୍ରୀ