• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଶା

ଓଡ଼ିଶାର ସର୍ବସାଧାରଣ ଜମି ଜଳବାୟୁ ପରିବର୍ତନ ସମସ୍ୟା ମୁକାବିଲା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ

December 1, 2024 by ଓଡିଶା ଡଟ କମ Leave a Comment

ଓଡ଼ିଶାର ସର୍ବସାଧାରଣ ଜମିର ଆକଳିତ ବାର୍ଷିକ ମୂଲ୍ୟ ୩୬,୮୯୦ କୋଟି ଟଙ୍କା ଯାହା, ଜଳବାୟୁ ପରିବର୍ତନ ସମସ୍ୟା ମୁକାବିଲା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ : ସଂକ୍ଷିପ୍ତରେ ଅର୍ଥନୀତି ଏବଂ ପରିବେଶ ଦିଗରେ ପ୍ରମୂଖ ଭୂମକିର ଏକ ନୂତନ ଦିଗ ଉପରେ ଆଲୋକପାତ

ଭୂବନେଶ୍ୱର, ଓଡ଼ିଶା – ଫାଉଣ୍ଡେସନ ଫର ଉକୋଲୋଜିକାଲ ସିକ୍ୟୁରିଟି (ଏଫ୍‌ଇଏସ୍‌), ଇଂଟରନେସନାଲ ଫୁଡ଼୍ ପଲିସି ରିସର୍ଚ୍ଚ ଇନଷ୍ଟିଚଟୁ (ଆଇଏଫ୍‌ପିଆରଆଇ), ଫେଡେରେସନ ୟୁନଭିରସିଟ,ି ଅଷ୍ଟ୍ରେଲଅିା଼ ଏବଂ କମନ୍ ଗ୍ରାଉଣ୍ଡଙ୍କ ମିଳିତ ଉଦ୍ୟମରେ ନିକଟରେ ପ୍ରସ୍ତୁତ କରାଯାଇଥିବା “ଓଡ଼ିଶାର ସର୍ବସାଧାରଣ ଜମିର ଅର୍ଥନୈତକି ମୂଲ୍ୟବୋଧ” ସନ୍ଦର୍ଭର ମୁଖ୍ୟାଂଶ ଅନୁଯାୟୀ ଓଡ଼଼ିଶାରେ ପ୍ରାୟ ୫ ନିୟୁତ ହେକ୍ଟର ସର୍ବସାଧାରଣ ଜମି ରହିଛି ଯାହାର ମୂଲ୍ୟ ପ୍ରାୟ ୩୬,୮୯୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ସର୍ବସାଧାରଣ ଜମି ସମସ୍ତ ଗୋଷ୍ଠୀ / ସମ୍ପ୍ରଦାୟ / ବର୍ଗର ସଦସ୍ୟମାନେ ବ୍ୟବହାର କରାଯାଇଥାଏ । ଜଙ୍ଗଲ, ଗୋଚର ଏବଂ ପତିତ ଜମି ଆଦିକୁ ସର୍ବସାଧାରଣ ଜମି ରୂପେ ଗଣନା କରାଯାଇଥାଏ । ଏହା ବିଶ୍ୱସ୍ତରରେ କୋଟି କୋଟି ଜନତାଙ୍କର ଜୀବନଜୀବିକାରେ ସହାୟତା ପ୍ରଦାନ ସ୍ୱରୂପ ଗୁରୁତ୍ୱପୂର୍ଣ୍ଣ ପାରିପାଶ୍ୱିର୍କ ସେବା ଯୋଗାଇଥାଏ ।

ବିଶେଷତଃ ଏହିପରି ସର୍ବସାଧାରଣ ସମ୍ବଳ ଏବଂ ତାହର ମୂଲ୍ୟାୟନ ଅଂଚଳର ସଂପ୍ରଦାୟ / ଗୋଷ୍ଠୀ / ଅଧିବାସୀମାନଙ୍କର ପ୍ରଚଳିତ ପରିଚାଳନା ବ୍ୟବସ୍ଥା ଏବଂ ଚିରନ୍ତନୀ ବ୍ୟବହାର ପ୍ରଣାଳୀ ଉପରେ ନିର୍ଭର କରିଥାଏ । ଆଦିବାସୀ ବହୁଳ ଅଂଚଳରେ ଏହା ଏକ ପ୍ରଥା ରୂପେ ପରିଗଣିତ ହୋଇଆସୁଛି ।

ଏହି ସ୍ୱ-ପରିଚାଳନା ବ୍ୟବସ୍ଥାର ତୃଣମୂଣ ଗଣତନ୍ତ୍ରିକ ବ୍ୟବସ୍ଥାରେ ସାମିଲୀକରଣ ଓ ପ୍ରତିନିଧିତ୍ୱ ଦିଗରେ ଏକ ପ୍ରମୂଖ ଭୁମିକା ରହିଛି । ବିଶେଷଭାବରେ ଯେଉଁଠି ସମ୍ବଳ ପରିଚାଳନା ନିମନ୍ତେ ପାରମ୍ପରିକ ପ୍ରଥା ନିୟନ୍ତ୍ରିତ କରୁଛି ସେ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ।

ଓଡ଼ିଶା ଅର୍ଥନୀତି ଏବଂ ସାମାଜିକ ବ୍ୟବସ୍ଥାରେ ସର୍ସାଧାରଣ ଜମିର ଯୋଗଦାନ / ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ମୂଲ୍ୟାୟନ ଏକ ପରିମାଣାତ୍ମକ ଆଧାର ରୂପେ ପରିଗଣିତ ହୋଇଥାଏ । ଏହି ଗୁରୁତ୍ୱପୂର୍ଣ୍ଣ ସମ୍ବଳଗୁଡି଼କର ସ୍ଥାୟୀ ପରିଚାଳନା ଏବଂ ସୁରକ୍ଷାକୁ ସୁନଶ୍ଚିିତ କରିବା ନିମନ୍ତେ ସର୍ବସାଧାରଣ ଜମିର ଅଥିର୍କ ମୂଲ୍ୟକୁ ନୀତି-ପ୍ରଣୟନ ଓ ଜମି ଅଧିଗ୍ରହଣ ପ୍ରକ୍ରୟିାରେ ଅର୍ନ୍ତଭୁକ୍ତ କରିବା ଜରୁରୀ ହୋଇଯାଇଛି ।

କୃଷି ଏବଂ ପ୍ରାକୃତକି ସମ୍ବଳ ଉପରେ ନିର୍ଭର କରୁଥବିା ଓଡ଼ିଶା ବର୍ତମାନ ଜଳବାୟୁ ପରିବର୍ତନ ଦ୍ୱାରା ପ୍ରଭାବିତ ହେଉଥିବା ଦେଶର ସମ୍ବେଦନଶୀଳ ଆଠଟି ରାଜ୍ୟ ମଧ୍ୟରୁ ଅନ୍ୟତମ ରାଜ୍ୟ ଭାବେ ଚିହି୍ନତ । ରାଜ୍ୟର ଅର୍ଥନୀତି ଏବଂ ସାମାଜିକ ସ୍ଥିତି କୃଷି ଓ ଜଙ୍ଗଲ ପରି ପ୍ରାକୃତକି ସମ୍ବଳ ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ହୋଇଥିଲା ବେଳେ ଏହା ପ୍ରାୟ ୨୬ଟି ଜିଲ୍ଲାର ୩୬ଲକ୍ଷ ଲୋକଙ୍କର ଆବାସ ସ୍ଥଳୀ ଯାହା ବନ୍ୟା, ବାତ୍ୟା ଏବଂ ମରୁଡି଼ ପ୍ରବଣ ଅଟେ ।

ଏଥିରେ ଦିଆଯାଇଥିବା ତଥ୍ୟ ଏବଂ ବିବରଣୀ ହର୍‌ପନ୍ଦିର ସନ୍ଧୁ ଓ ଅନ୍ୟମାନଙ୍କ ଦ୍ୱାରା ଏନଭାରମେଂଟ ରିସର୍ଚ୍ଚ ଲେଟରସ “ଭ୍ୟାଲୁଇଙ୍ଗ ଇକୋସିଷ୍ଟମ ସରଭିସେସ୍ ପ୍ରୋଭାଇଡେଡ଼଼ ବାଏ ଲ୍ୟାଣ୍ଡ କମନ୍ସ ଇନ୍ ଇଣ୍ଡିଆ: ଇମ୍ପ୍ଲିକେସନ୍ସ ଫର ରିସର୍ଚ୍ଚ ଆଣ୍ଡ ପଲିସି” , ନାମକ ଗବେଷଣା ସନ୍ଦର୍ଭ (ପେପର)ରୁ ଉଦ୍ଧୃତ ହୋଇଅଛି ।

ଏହି ସଂକ୍ଷିପ୍ତ ବିବରଣୀରୁ ମିଳିଥବିା ପ୍ରମୁଖ୍ୟ ତଥ୍ୟଗୁଡି଼କ ନିମ୍େନର ପ୍ରଦାନ କରାଯାଇଛି

ସମୁଦାୟ ସର୍ବସାଧାରଣ ଜମି: ଓଡ଼଼ିଶାରେ ପ୍ରାୟ ୫ଲକ୍ଷ ହେକ୍ଟର ସର୍ବସାଧାରଣ ଜମି ରହିଛି ଯାହା ଗ୍ରାମୀଣ ଅର୍ଥନୀତି ଏବଂ ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେଉଛି ।  ବାର୍ଷିକ ଅର୍ଥନୈତିକ ମୂଲ୍ୟ: ଓଡ଼଼ଶିାରେ ଥିବା ଏହି ସମସ୍ତ ସର୍ବସାଧାରଣ ଜମିର ସମୁଦାୟ ଆର୍ଥକି ମୂଲ୍ୟ ବାର୍ଷିକ ୩୬,୮୯୦ କୋଟି ଟଙ୍କା (୫ ନିୟୁତ ଡ଼ଲାର) ବୋଲି ହିସାବ କରାଯାଇଛି ଯାହା ବିଭନି୍ନ ପରିପାଶ୍ୱିର୍କ ସେବାକୁ ଗଣନା କରାଯାଇ ବାହାର କରାଯାଇଛି ।

ସାରା ଭାରତବର୍ଷ ନିମନ୍ତେ ପାରିପାଶ୍ୱର୍ିକ ସେବାଗୁଡି଼କର ବର୍ଗୀକରଣ: ୧. ଯୋଗାଣ ସେବା (ପରିବେଶରୁ ମିଳୁଥବିା ନିତ୍ୟ ବ୍ୟବହାର୍ଯ୍ୟ ଉତ୍ପାଦ ଏହି ସେବାର ଅନ୍ତର୍ଗତ)- ଯାହାର ମୂଲ୍ୟ ହେକ୍ଟର ପ୍ରତି ବାର୍ଷିକ ୬୫,୪୧୧ଟଙ୍କା (୮୯୧.୮୧ ଡ଼ଲାର) ।

୨. ନିୟନ୍ତ୍ରଣାତ୍ମକ ସେବା (ଏହା ପରିବେଶର ବିଭିନ୍ନ ପ୍ରକ୍ରିୟାର ନିୟନ୍ତ୍‌ଣ ନିମନ୍ତେ ଲାଭଦାୟକ ସେବାକୁ ବୁଝାଇଥାଏ ଯେପରି ଜଳବାୟୁ ନିୟନ୍ତ୍‌ଣ, ମୃତକିା ଉର୍ବରତା ଏବଂ ଜଳ ବିଶଦ୍ଧୁକିରଣ ଆଦି ) – ଏହାର ହେକ୍ଟର ପ୍ରତି ବାର୍ଷିକ ମୂଲ୍ୟ ୬୦,୬୯୮ଟଙ୍କା (୮୨୭.୭୪ ଡ଼ଲାର) ।

୩. ସହାୟତା ସେବା (ମୃତିକା ପ୍ରସ୍ତୁତ,ି ବସତି ବ୍ୟବସ୍ଥା ଭଳି ଅଅବଶ୍ୟକୀୟ ସେବାକୁ ଦର୍ଶାଏ) -ହେକ୍ଟର ପ୍ରତି ଏହାର ବାର୍ଷିକ ମୂଲ୍ୟ ୨୪,୦୭୮ଟଙ୍କା (୩୨୮.୨୭ ଡ଼ଲାର)

୪. ସାଂସ୍କୃତିକ ସେବା (ଲୋକମାନଙ୍କୁ ପରିବେଶରୁ ମିଳୁଥବିା ବିଭନି୍ନ ଅବସ୍ତୁବାଦୀ ଲାଭକୁ ଏହା ବୁଝାଇଥାଏ ଯାହାଦ୍ୱାରା ଆଧ୍ୟାତ୍ମିକ ଗୁଣବତାର ଅଭ୍ୟୁଦୟ ଓ ସକରାତ୍ମକ ସଜ୍ଞାନର ବିକାଶ ହୋଇଥାଏ )- ହେକ୍ଟର ପ୍ରତି ଏହାର ବାର୍ଷିକ ମୂଲ୍ୟ ୪,୪୫୬ଟଙ୍କା (୬୦.୭୯ ଡ଼ଲାର) ।

ଏହି ବିବରଣୀ ସର୍ବସାଧାରଣ ଜମିଗୁଡ଼କି ନିମନ୍ତେ କିପରି ଅତ୍ୟଧିକ ବ୍ୟବହାର, ହ୍ରାସ, ଜବରଦଖଲ ଏବଂ ଅନୁପଯୁକ୍ତ ପ୍ରଶାସନିକ ବ୍ୟବସ୍ଥା ଆଦି ଅନେକ ସମସ୍ୟା ରହିଛି ସେ ଦିଗରେ ଆଲୋକପାତ କରିଛି । ଏହି ସମସ୍ତ ସମସ୍ୟା ହେତୁ ମୂଲ୍ୟବାନ ପାରିପାଶ୍ୱର୍ିକ ସେବା କ୍ଷତିଗ୍ରସ୍ତ ହେଉଛି ଯାହା ଫଳରେ ଏହା ଉପରେ ନିର୍ଭର କରୁଥବିା ଲକ୍ଷ ଲକ୍ଷ ଲୋକଙ୍କର ଜୀବନଜୀବିକା ପ୍ରଭାବିତ ହେଉଛି ।

ସର୍ବସାଧରଣ ଜମିର ସଂରକ୍ଷଣ ନିମନ୍ତେ ନୀତିଗତ ଏବଂ ଆନୁଷ୍ଠାନିକ ଢ଼ାଂଚାରେ ପରିବର୍ତନ ତଥା ଚିରନ୍ତନୀ (ଅବିରାମ) ପରିଚାଳନା ବ୍ୟବସ୍ଥା ଏବଂ ଗୋଷ୍ଠୀ ଭିତତ୍‌ିଜ ପରିଚାଳନା ଉପରେ ଏହା ଗୁରୁତ୍ୱାରୋପ କରିଛି ।

ପୁନଶ୍ଚ, ଏହି ବିବରଣୀ ସର୍ବସାଧରଣ ଜମିର ଅର୍ଥନୈତକି ମୂଲ୍ୟବୋଧକୁ ରାଜ୍ୟ କୋଷରେ ସମନ୍ୱୟ କରିବା ଏବଂ ଚିରନ୍ତନୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଯୋଗଦାନ ଉଦ୍ଦେଶ୍ୟରେ ନୀତିଗତ ନିଷ୍ପତି ପ୍ରକ୍ରିୟାରେ ସାମିଲ କରିବା ନିମନ୍ତେ ମଧ୍ୟ ଓଳିଲାତି କରେ / ଯୁକ୍ତି ବାଢ଼େ ।

ଏଥିରେ ଉତ୍‌ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥ ବାତାବରଣ, ମର୍ଯ୍ୟଦାପୂର୍ଣ୍ଣ କାର୍ଯ୍ୟ ଏବଂ ଅର୍ଥନୈତକି ଅଭିବୃଦ୍ଧ,ି ଅସମାନତାର ହ୍ରାସ, ଦାୟିତପ୍ୱୂର୍ଣ୍ଣ ଉତ୍ପାଦନ ଏବଂ ଉପଯେଜନ, ସର୍ବୋପରେ ଭବିଷ୍ୟତ ବଂଶଧରମାନଙ୍କର ନିମନ୍ତେ ସୁସ୍ଥ ବାତାବରଣ ନିଶ୍ଚିତ କରିବା ଆଦି ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି ।

ଏହି ବିବରଣୀ ନୀତି ପ୍ରଣୟନକାରୀ, ପରିବେଶବିତ୍ ଏବଂ ସଂପ୍ରଦାୟର ନେତୃତ୍ୱ ନେଉଥିବା ଲୋକମାନଙ୍କ ନିମନ୍ତେ ଏକ ମୂଲ୍ୟବାନ ସମ୍ବଳ ହେବ ଯଦ୍ୱାରା ସେମାନେ ଓଡ଼ିଶାର ସର୍ବସାଧାରଣ ଜମିର ମୂଲ୍ୟକୁ ବୁଝପିାରିବେ ଓ ସାମାଜିକ-ପାରିପାଶ୍ୱର୍ିକ ସ୍ଥିତିର ସୁରକ୍ଷା ନିମନ୍ତେ ଆଗଭର ହେବେ ।

ଏହି ସଂକ୍ଷିପ୍ତ ବିବରଣୀରେ ପ୍ରଦାନ କରାଯାଇଥିବା ତଥ୍ୟ ୨୦୨୩ ରେ ଏନଭାରମେଂଟ ରିସର୍ଚ୍ଚ ଲେକ୍‌ଚର ୧୮ ୦୧୩୦୦୧ରେ ହର୍‌ପିନ୍ଦର ସନ୍ଧୁ ଓ ଅନ୍ୟମାନଙ୍କ ଦ୍ୱାରା “ଭ୍ୟାଲୁଇଙ୍ଗ ଇକୋସିଷ୍ଟମ ସରଭିସେସ୍ ପ୍ରୋଭାଇଡେଡ଼଼ ବାଏ ଲ୍ୟାଣ୍ଡ କମନ୍ସ ଇନ୍ ଇଣ୍ଡିଆ: ଇମ୍ପ୍ଲିକେସନ୍ସ ଫର ରିସର୍ଚ୍ଚ ଆଣ୍ଡ ପଲିସି”, ନାମକ ଗବେଷଣା ସନ୍ଦର୍ଭ (ପେପର)ରୁ ଉଦ୍ଧୃତ ହୋଇଅଛି ।

ହ୍ରଷ୍ଟବ୍ୟ: ହର୍‌ପିନ୍ଦର ସନ୍ଧୁ ଓ ଅନ୍ୟମାନଙ୍କ ଦ୍ୱାରା ୨୦୨୩ ଏନଭାରମେଂଟ ରିସର୍ଚ୍ଚ ଲେକ୍‌ଚର ରେ “ଭ୍ୟାଲୁଇଙ୍ଗ ଇକୋସିଷ୍ଟମ ସରଭିସେସ୍ ପ୍ରୋଭାଇଡେଡ଼଼ ବାଏ ଲ୍ୟାଣ୍ଡ କମନ୍ସ ଇନ୍ ଇଣ୍ଡିଆ: ଇମ୍ପ୍ଲେିକସନ୍ସ ଫର ରିସର୍ଚ୍ଚ ଆଣ୍ଡ ପଲିସି”, ଗବେଷଣା ସନ୍ଦର୍ଭ (ପେପର)ରୁ ଉଦ୍ଧୃତ ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ୧ ଅମେରିକୀୟ ଡ଼ଲାରର ମୂଲ୍ୟ ବଦଳରେ ୭୩.୩୪ଟଙ୍କା ମୂଲ୍ୟାଙ୍କନ/ ହିସାବ କରିବା ନିମନ୍ତେ ବ୍ୟବହାର କରାଯାଇଛି ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ପରିବେଶ Tagged With: ଓଡିଶା

ନାମରେ ରହିଛି ଅନେକ ମହତ୍ତ୍ୱ : ଯାହା ଡେଲାଙ୍ଗ ସୂଚାଏ

June 16, 2023 by ବିଷ୍ଣୁପଦ ସେଠୀ Leave a Comment

କଥାକଥିତ ବିକଶିତ ଏବଂ ଆଧୁନିକ ଦେଶମାନଙ୍କରେ ବହୁ ପୂରାତନ ଐତିହ୍ୟରାଜି କ୍ୱଚିତ୍ ଭାବରେ ଦୃଷ୍ଟିକୁ ଆସିଥାଏ । ତୁଳନାତ୍ମକ ଭାବରେ ଭାରତ ପରି ଦେଶରେ ମାନବ ସଭ୍ୟତାର ଏସବୁ ଚିହ୍ନଗୁଡ଼ିକ ସାଧାରଣ ଭାବରେ ପରିଲକ୍ଷିତ ହୁଏ ।

ଆମ ରାଜ୍ୟ ଓଡ଼ିଶାର ଗୋଟିଏ କୋଣରୁ ଅନ୍ୟ ଏକ କୋଣକୁ ଯାତ୍ରା କଲାବେଳେ ଅତି କମ୍‌ରେ ତିନି ହଜାର ବର୍ଷର ପ୍ରାଚୀନ ସଭ୍ୟତାର ଅନେକ ସ୍ମାରକୀ ପରିଦୃଷ୍ଟ ହୋଇଥାଏ ।

ମାନବ ସମାଜର ଇତିହାସରେ ସମୟକ୍ରମେ ଭୌଗଳିକ ସୀମାରେଖାର ଅନେକ ପରିବର୍ତ୍ତନ ଘଟିଛି ।

ଶକ୍ତିଶାଳୀ ଗୋଷ୍ଠୀମାନଙ୍କର ବିଜୟ କାରଣରୁ କେତେ କେତେ ସ୍ଥାନ ଓ ଅଞ୍ଚଳର ନାମକୁ ପ୍ରସିଦ୍ଧ ବ୍ୟକ୍ତି ବିଶେଷଙ୍କ ନାମରେ ନାମିତ କରିବାର ପ୍ରଥା ବହୁ କାଳରୁ ଅନୁସୃତ ହୋଇ ଆସୁଅଛି ।

ସେମାନଙ୍କର ଖ୍ୟାତି, କାର୍ଯ୍ୟକଳାପ ଓ ଅନ୍ୟାନ୍ୟ କାରଣ ଉପରେ ନିର୍ଭର କରି ବହୁ ସ୍ଥାନର ନାମ ବହୁ ଶତାବ୍ଦୀ ଧରି ଅପରିବର୍ତ୍ତିତ ମଧ୍ୟ ରହିଛି ।

ଅନେକ ସମୟରେ ସେଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ, ଯାହାଙ୍କ ନାମରେ କୌଣସି ସ୍ଥାନର ନାମକରଣ ହୋଇଥିବ, ଆମେ ପାସୋରିଯାଉ ।

ଏହା ସତ୍ୟ ଯେ ହଜାରରୁ ଅଧିକ ବର୍ଷ ଧରି ମହାନ୍ ବ୍ୟକ୍ତିମାନଙ୍କୁ ଅମର କରି ରଖିଛି, ତାଙ୍କ ନାମରେ ନାମିତ ଅନେକ ଇଲାକା । ସମୟର ସଂଯୋଗରୁ ସେଗୁଡ଼ିକ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ।

ଏଠାରେ ମୁଁ ସୂଚାଇ ଦେବାକୁ ଚାହେଁ ଯେ, ଭୁବନେଶ୍ୱରଠାରୁ ମାତ୍ର ତିରିଶି କିଲୋମିଟର ଦୂରରେ ରହିଛି ଏକ ଐତିହାସିକ ସ୍ଥାନ ଯାହା ଡେଲାଙ୍ଗ ନାମରେ ସୁପରିଚିତ ।

ଗାନ୍ଧିଜୀ, ସ୍ୱାଧୀନତା ସଂଗ୍ରାମ ବେଳେ ଏହି ସ୍ଥାନକୁ ବୁଲି ଆସିଥିଲେ ।

ଡେଲାଙ୍ଗ ବ୍ଲକ୍ ଅଧୀନସ୍ଥ ବେରବୋଇ ଗ୍ରାମରେ ଗାନ୍ଧୀ ସେବାସଂଘର ଚତୁର୍ଥ
ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଠାରେ ଗାନ୍ଧିଜୀ ୧୯୩୮ ମସିହାରେ ସପରିବାରେ ଓ ଅଖଣ୍ଡ ଭାରତ ବର୍ଷର ଅନ୍ୟନେତାଙ୍କ ସହ ପ୍ରାୟ ସାତଦିନ କଟାଇଥିଲେ ।

ତାତ୍ପର୍ଯ୍ୟପୂର୍ଣ୍ଣ ଏହିକି ଡେଲାଙ୍ଗ ସେହିଦିନଠାରୁ ସୁଖ୍ୟାତି ଅର୍ଜନ କରିବାରେ ସମର୍ଥ ହୋଇଛି । କିନ୍ତୁ ପୂର୍ବବର୍ତ୍ତୀ କାଳରେ ଏହି ସ୍ଥାନଟି ଖ୍ୟାତି ଅର୍ଜନ କରିଥିଲା ଜଣେ ବିଶ୍ୱବିଖ୍ୟାତ ବୌଦ୍ଧ ପଣ୍ଡିତଙ୍କ ପାଇଁ ଯେ କି ଖ୍ରୀ ୪୮୦ରୁ ଖ୍ରୀ ୫୪୦ ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରିଥିଲେ ।ଯାହାଙ୍କର ନାମ ଥିଲା ଦିଗ୍‌ନାଙ୍ଗ ଏବଂ ସେ ମଧ୍ୟ ସ୍ଥାନୀୟ ଜନମାନସରେ ଦିନ୍ନାଗ ନାମରେ ପରିଚିତ ଥିଲେ । ଏଥିପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଓ ତାତ୍ପର୍ଯ୍ୟପୂର୍ଣ୍ଣ ଏହିକି ଯେ, ତାଙ୍କ ନାମରେ ନାମିତ ଏହି ସ୍ଥାନର ନାମ ଯାହା ଆଜି ଯାଏ ଅପରିବର୍ତ୍ତିତ ରହିଆସିଛି ।

ମାତ୍ର ଭାଷା ଓ ଉଚ୍ଚାରଣର କ୍ରମ ବିକାଶ ଫଳରେ ସ୍ଥାନର ନାମରେ ସାମାନ୍ୟ ପରିବର୍ତ୍ତିତ ହୋଇ ଡେଲାଙ୍ଗ ନାମରେ ଏବେ ଜଣାଯାଏ । ସମୟର ପରିବର୍ତ୍ତନରେ ଲୋକମାନେ ଭୁଲିଗଲେଣି ଯେ, ଏଠାକୁ ଗାନ୍ଧିଜୀ ଦିନେ ଆଗମନ କରିଥିଲେ ।

ଆଧୁନିକ ପିଢ଼ି ଏ ଅଞ୍ଚଳର ଐତିହାସିକ ଓ ସାଂସ୍କୃତିକ ମହତ୍ତ୍ୱକୁ ଉପଲବ୍ଧି କରିବାର ଆବଶ୍ୟକତା ରହିଛି । ପୁରୀ ଜିଲ୍ଲାର ଢେଲାଙ୍ଗରେ ଥିବା ଏକ ବୌଦ୍ଧ ବିହାରରେ ଆଚାର୍ଯ୍ୟ ଦିଗ୍‌ନାଙ୍ଗ ଥିଲେ ଜଣେ ଆଦର୍ଶ ଗୁରୁ । ପରବର୍ତ୍ତୀ କାଳରେ ସେ ଜଣେ ବିଶ୍ୱବିଖ୍ୟାତ ତର୍କବିଶାରଦ ହେଲେ ‘ପ୍ରମାଣ ସମୁଚୟ’ ଗ୍ରନ୍ଥ ପାଇଁ । ଭଦ୍ରପାଳିତ ଯେ ଥିଲେ କଳିଙ୍ଗ ରାଜ୍ୟର ଜଣେ ପ୍ରମୁଖ ଅଧିକାରୀ, ସେ ଆଚାର୍ଯ୍ୟ ଦିଗ୍‌ନାଙ୍ଗଙ୍କ ପରମ ଅନୁଗାମୀ ହୋଇଥିଲେ ।

ସେ ଆଧ୍ୟାତ୍ମିକ ଭାବଧାରାରେ ଗୁରୁଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଓ କଳିଙ୍ଗ ରାଜ୍ୟରେ ଅନେକ ‘ବୌଦ୍ଧ ବିହାର’ ନିର୍ମାଣ କରାଇଥିଲେ । ପ୍ରଖ୍ୟାତ ଚୀନ୍ ପରିବ୍ରାଜକ ହୁଏନ୍‌ସାଂଙ୍କ ବିବରଣୀରୁ ଜାଣିବାକୁ ପାଉ ଯେ ପ୍ରାଚୀନ ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରଭୁତ୍ୱ ବହୁ ମାତ୍ରାରେ ଥିଲା । ପ୍ରାୟ ଏକ ହଜାର
ବୌଦ୍ଧ ମଠ ଓ ଦଶ ହଜାର ମହାଯାନ ସନ୍ନ୍ୟାସୀ ଏ ରାଜ୍ୟରେ ଅବସ୍ଥାନ କରୁଥିଲେ । ଦିଗ୍‌ନାଙ୍ଗ ଥିଲେ ବାସୁବନ୍ଧୁଙ୍କର ପ୍ରଧାନ ଶିଷ୍ୟ । ନିଜର ଚର୍ଚ୍ଚିତ ତଥା ଅନ୍ତଃର୍ନିହିତ ଜ୍ଞାନ ପାଇଁ ସେ ତତ୍କାଳୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବରେ କାର୍ଯ୍ୟ କରିଥିଲେ ।

ଯେତେବେଳେ ସେ ଅଳ୍ପ ସମୟ ପାଇଁ ଉକ୍ତ ପଦବୀରେ ଥିଲେ, ସେ ଅନେକ ସୂତ୍ର ପ୍ରତିପାଦନ କରିବା ସହ ଶାସ୍ତ୍ର ଓ ତର୍କଶାସ୍ତ୍ରରେ ଆଧ୍ୟାତ୍ମିକ ମତବାଦ ରଚନା କରିଥିଲେ । ପରେ ପରେ ସେ ଡେଲାଙ୍ଗ ଚାଲିଆସିଥିଲେ ଏବଂ ସେ ବୌଦ୍ଧ ଧର୍ମର ଜ୍ଞାନ ସମ୍ବନ୍ଧୀୟ ବିଚାରଧାରାର ସିଦ୍ଧାନ୍ତ ପ୍ରଦାନ କରିଥିଲେ ।

ଏଠାରେ ସେ ବୌଦ୍ଧ ଧର୍ମର ମୂଳତତ୍ତ୍ୱ ରୂପେ ପରିଚିତ ‘ପ୍ରମାଣ ସମୁଚୟ’ର ରଚନା କରିଥିଲେ ଏବଂ ତତ୍କାଳୀନ ସମୟରେ ସମକାଳୀନ ବିଦ୍ୱାନମଣ୍ଡଳୀଙ୍କ ମଧ୍ୟରେ ଏକ ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରିଥିଲା । ଡେଲାଙ୍ଗ ବୌଦ୍ଧ ବିହାରରେ ଅନ୍ୟ ଏକ ବିରୋଧୀ ପଣ୍ଡିତ ଯାହାଙ୍କର ନାମ ହେଉଛି ଈଶ୍ୱରକ୍ରିଷ୍ଣା ସେ ଦିଗ୍‌ନାଗଙ୍କ ଦ୍ୱାରା ପରାଜିତ ହୋଇଥିଲେ । ତର୍କ ପ୍ରତିଯୋଗିତାରେ ଦିଗ୍‌ନାଗ
ବିଜୟୀ ହୋଇଥିବାର ଜଣାଯାଏ ।

ଏହା କୁହାଯାଏ ଯେ, ଆଧୁନିକ ଐତିହାସିକ ଓ ଗବେଷକମାନେ ଦିଗ୍‌ନାଗଙ୍କ ବହୁ ଉଚ୍ଚାଙ୍ଗ ଗବେଷଣାତ୍ମକ ତଥ୍ୟକୁ ପାଇପାରିଛନ୍ତି । ତାଙ୍କ କୌଣସି ଗବେଷଣାତ୍ମକ ତଥ୍ୟ ମୂଳ ସଂସ୍କୃତ ବା ଦିବତାନ୍ ଧର୍ମଶାସ୍ତ୍ରରେ ମିଳୁନାହିଁ ।

କିନ୍ତୁ କିଛି ଚୀନ୍‌ର ଅନୁବାଦରେ ତାଙ୍କ ମୂଳ ରଚନାରୁ ବହୁ ପାର୍ଥକ୍ୟ ଥିବା ଜଣାଯାଏ । ପରବର୍ତ୍ତୀ ସମାଲୋଚକ ଯଥା ଧର୍ମକୀର୍ତ୍ତି ଓ ଭାରତୀୟ, ତିବତାନ୍ ଅନୁବାଦକମାନେ ତାଙ୍କ ସୃଷ୍ଟିର ସମ୍ୟକ୍
ଜ୍ଞାନକୁ ଅନୁଭବ କରିପାରିଛନ୍ତି ।

ତିବତାନ୍ ବୌଦ୍ଧ ସଂସ୍କୃତି ଓ ପରମ୍ପରାରେ ଓ ଚୀନ୍‌ର ଧାର୍ମିକ ପରମ୍ପରାରେ ଦିଗ୍‌ନାଙ୍ଗ ସର୍ବଦା ମନେରହିବେ । ଦିଗ୍‌ନାଙ୍ଗଙ୍କ ପ୍ରଭାବରେ ଡେଲାଙ୍ଗ ଅଞ୍ଚଳରେ ଅନେକ ଗ୍ରନ୍ଥ ପ୍ରକାଶିତ ହୋଇ ତାର ସୂକ୍ଷ୍ମ ଆଲୋଚନା ହେଉଥିଲା ।

ପ୍ରାୟ ସାତଗୋଟି କ୍ଷୂଦ୍ର ପାହାଡ଼ ଯଥା: ପାନରା, ସାନ୍‌ଲା, ଯମୁନା ଝାରପଡ଼ା, ବଣୀ ବକ୍ରେଶ୍ୱର, ଅରାଗଡ଼, ବିନ୍ଧେଶ୍ୱରୀ ଏବଂ ଧଉଳିରେ ବହୁ ସଂଖ୍ୟାର ବୌଦ୍ଧ ସନ୍ନ୍ୟାସୀ ଅବସ୍ଥାନ କରୁଥିଲେ ।

ପ୍ରତ୍ନତାତ୍ତ୍ୱିକ ଖନନ ଦ୍ୱାରା ଉକ୍ତ ପାହାଡ଼ରୁ କଛି ଭଗ୍ନ କୀର୍ତ୍ତିରାଜି ଯଥା: କ୍ଷେତ୍ରପାଳ, ଅସ୍ତିକା, ଜଗତ୍‌କାରୁ, ହରପାର୍ବତୀ ପ୍ରଭୃତି ଉଦ୍ଧାର ହୋଇଛନ୍ତି ।

ବିଶ୍ୱନାଥ ପାହାଡ଼ର ଶୀର୍ଷରେ ଥିବା ବିଶ୍ୱବାଥ ମନ୍ଦିର ପାଖ ଛୋଟ
ପଥର ଗୁମ୍ଫା ଯାହା ମୁଖ୍ୟ ଗୁମ୍ଫାର ବର୍ହିଃଗମନ ଅଟେ, ତାହା ପରବର୍ତ୍ତୀ କାଳରେ ଧ୍ୱଂସ ପାଇଯାଇଛି ।

ଏହା ବିଶ୍ୱାସ କରାଯାଏ ଯେ, ଏହା ଦିଗ୍‌ନାଙ୍ଗଙ୍କ ବାସସ୍ଥାନ ଥିଲା ।
‘ସ୍କୁଲ ଅଫ୍ ଦିଗ୍‌ନାଙ୍ଗ’ ଭାବରେ ଏକ ବୌଦ୍ଧଧର୍ମ ତତ୍ତ୍ୱ ସମ୍ବନ୍ଧୀୟ ବିଦ୍ୟାଳୟ ଯାହାର ପ୍ରତିଷ୍ଠାତା ଥିଲେ ଦିଗ୍‌ନାଙ୍ଗ, ସେ ଏଠାରେ ବୌଦ୍ଧ ଧର୍ମର ବାଖ୍ୟା କରିଥିଲେ । ଦୁଇଟି ସାଧନ, ଯଥା: ‘ଉପଲବ୍ଧ’ ସୂକ୍ଷ୍ମାନୁଭୂତି, ସିଦ୍ଧାନ୍ତ-ବିଚାରଯୁକ୍ତ, ଜ୍ଞାନ ଆହରଣ ପାଇଁ ଆବଶ୍ୟକ । ତାଙ୍କର ମହାନ୍ କୃତି ମଧ୍ୟରେ ହେତୁଚକ୍ର, ଅଲାମବାନ-ପରୀକ୍ଷା, ଅଭିଧର୍ମ କୋଷ-ମର୍ମ-ପ୍ରଦୀପ, ତ୍ରିକାଳ-ପରୀକ୍ଷା, ନ୍ୟାୟ-ମୁଖର ପ୍ରଭାବ ପକାଇଥିଲା ବୌଦ୍ଧ ମାଧ୍ୟମକ ବିଦ୍ୟାଳୟମାନଙ୍କରେ । ଯାହାର ଫଳ ସ୍ୱରୂପ ଷଷ୍ଠ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ ବୌଦ୍ଧ ଧର୍ମର ଦ୍ରୁତ ଉନ୍ନତି ଘଟିଥିଲା ।

ଦିଗ୍‌ନାଙ୍ଗ ଓ ଧର୍ମକୀର୍ତ୍ତିଙ୍କ ସୂକ୍ଷ୍ମାନୁଭୂତି ଓ ସିଦ୍ଧାନ୍ତ ବିଚାରକୁ ଅବଲମ୍ବନ କରି ଅନେକ ତିବତାନ୍ ବିଦ୍ୱାନମାନେ ବୌଦ୍ଧ ମାଧ୍ୟମକ ବିଦ୍ୟାଳୟମାନଙ୍କରେ ବହୁବର୍ଷ ଧରି ଉକ୍ତ ତାତ୍ତ୍ୱିକ ଶିକ୍ଷାକୁ ପ୍ରଚଳନ କରିଆସିଥିଲେ । ଦିଗ୍‌ନାଙ୍ଗ ମଧ୍ୟ ସଂସ୍କୃତ ପଣ୍ଡିତମାନଙ୍କୁ ଅନୁପ୍ରାଣିତ ଓ ପ୍ରଭାବିତ କରିପାରିଥିଲେ ।

ସେ ଭାରତୀୟ ଦର୍ଶନରେ ଏକ ଜ୍ଞାନର ଭିତ୍ତିଭୂମି ପ୍ରତିଷ୍ଠା କରିପାରିଥିଲେ । ବିଦ୍ୱାନମାନଙ୍କ ଅନୁସାରେ ଭାରତୀୟ ଦାର୍ଶନିକମାନେ ଦିଗ୍‌ନାଙ୍ଗଙ୍କ ବହୁ ଜ୍ଞାନ ତତ୍ତ୍ୱକୁ ଅକ୍ଷୁର୍ଣ୍ଣ ରଖିପାରିଥିଲେ ।ବିଶ୍ୱ ବୌଦ୍ଧ ଧର୍ମ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର । ଯଦିଓ ଭଗବାନ ବୁଦ୍ଧ ତାଙ୍କ ଜୀବଦ୍ଦଶାରେ କେବେ ଓଡ଼ିଶା ଆସିନଥିଲେ, ତଥାପି ଡେଲାଙ୍ଗ ବୌଦ୍ଧ ଧର୍ମ ଓ ସଂସ୍କୃତି କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲା କହିଲେ ଭୁଲ ହେବନାହିଁ । ଓଡ଼ିଶାରେ ଦୁଇଶହରୁ ଊର୍ଦ୍ଧ୍ୱ ବୌଦ୍ଧ ବିହାର ନିର୍ମିତ ହୋଇଥିବାର ଜଣାଯାଏ ।

ଷଷ୍ଠ ଶତାବ୍ଦୀରୁ ଶୋଡ଼ଷ ଶତାବ୍ଦୀ ମଧ୍ୟରେ ବୌଦ୍ଧ ଧର୍ମର ଦ୍ରୁତ ଉନ୍ନତି ଘଟିଥିଲା । ପରେ ଗୌତମ ବୁଦ୍ଧଙ୍କ ଅନୁଗାମୀ ଦୁଇ ଭାଗରେ ବିଭକ୍ତ ହେଲେ । ଯଥା: ‘ହୀନଯାନ’ ଓ ‘ମହାଯାନ’ । ‘ବଜ୍ରଯାନ’ଟି ଓଡ଼ିଶା
ମାଟିରୁ ବିକଶିତ ହୋଇଥିବା ଜଣାଯାଏ ଏବଂ ଆଧୁନିକ ଯାଜପୁର ହେଉଛି, ‘ମହାଯାନ’ର ଉତ୍ପତ୍ତିସ୍ଥଳୀ । ବିଭିନ୍ନ ଐତିହାସିକ ଗବେଷଣାମାନଙ୍କରୁ ଜଣାଯାଇଛି ମହାଯାନ ତନ୍ତ୍ର ହିଁ ଭୌମକରଙ୍କ ଅମଳରେ ଓଡ଼ିଶାରୁ
ଉତ୍ପତ୍ତି ଓ ବିକଶିତ ହୋଇଥିଲା ।ଓଡ଼ିଶା ଇତିହାସରୁ ଜଣାଯାଏ ଯେ, ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ବର୍ଷ ଧରି ବୌଦ୍ଧ ଧର୍ମ ଓ ଦର୍ଶନର ପ୍ରଚାର ପ୍ରସାର, ସୁଖ୍ୟାତି ଓ ବିବର୍ତ୍ତନ ହୋଇଆସିଛି । ଏହାର ଆଧ୍ୟାତ୍ମିକ, ଦାର୍ଶନିକ ଦିଗ ବିଶ୍ୱମୁଖୀ ହୋଇପାରିଛି ।

ଅଧିକ ଗବେଷଣା, ପ୍ରତ୍ନତାତ୍ତ୍ୱିକ ଖନନ ଓ ପ୍ରକାଶନ, ଶିକ୍ଷା ପ୍ରଦାନ ଓ ସଂରକ୍ଷଣ ମାଧ୍ୟମରେ ଅତୀତର ଗୌରବକୁ ବର୍ତ୍ତମାନର ପିଢ଼ି ନିକଟରେ ପହଞ୍ଚାଇବା, ଜନସାଧାରଣଙ୍କୁ ଆମର ବଳିଷ୍ଠ ପରମ୍ପରା ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ପ୍ରଦାନ କରାଇବାର ଆବଶ୍ୟକତା ରହିଛି ।

ଯେତେବେଳେ ବିଶ୍ୱର ଅଧିକାଂଶ ଭାଗ ଅନ୍ଧକାରରେ ଆଚ୍ଛନ୍ନ ହୋଇ ରହିଥିଲା, ସେତେବେଳେ ଆମ ଡେଲାଙ୍ଗରେ ବିକଶିତ ଜ୍ଞାନ ବିଶ୍ୱକୁ ନୂତନ ଆଲୋକବର୍ତ୍ତିକା ପ୍ରଦାନ କରୁଥିଲା । ଏହାଠୁ ବଳି ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଗୌରବମଣ୍ଡିତ କଥା ଆଉ କିଛି ହୋଇ ନପାରେ ।

ବିଷ୍ଣୁପଦ ସେଠୀ
ବିଷ୍ଣୁପଦ ସେଠୀ

Filed Under: ଓଡିଶା ଖବର, କଳା ଓ ସଂସ୍କୃତି Tagged With: ଓଡିଶା, ଭୁବନେଶ୍ୱର

ପ୍ରବଳ ଉତ୍ସାହ ସହ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଉଦଯାପିତ

October 16, 2022 by Jharana Jena Leave a Comment

ଭୁବନେଶ୍ୱର: ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ଆୟୋଜିତ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଭୁବନେଶ୍ୱର (ଆଇଡିଏଫ୍‌ଏଫ୍‌ବି) ୨୦୨୨ ଉତ୍ସାହର ସହ ଆଜି ଉଦଯାପିତ ହୋଇଛି ।

ଏହି ତିନିଦିନିଆ ବୃତଚିତ୍ର ଫିଲ୍ମ ଫେଷ୍ଟିଭାଲ୍‌ରେ ଦର୍ଶକମାନେ ଜୀବନର ବିଭିନ୍ନ ରଙ୍ଗକୁ ଦେଖିବା ଓ ଉପଭୋଗ କରିବାର ସୁଯୋଗ ପାଇଥିଲେ ।

ସିନେମାଗୁଡ଼ିକୁ ଅତ୍ୟନ୍ତ ଅଣ ପାରମ୍ପରିକ ବିଷୟ ଯଥା ତୃତୀୟ ଲିଙ୍ଗୀ ଓ ସମଲିଙ୍ଗୀଙ୍କ ଜୀବନୀ ଉପରେ ଆଧାରିତ ଥିଲା । ହିନ୍ଦୀ, ଇଂରାଜି, ବାଲାଂ ଓ ମଣିପୁରୀ ଭାଷାରେ ସିନେମାଗୁଡ଼ିକ ପ୍ରଦର୍ଶିତ ହୋଇଛି ।

ଓଡ଼ିଶୀ ରିସର୍ଚ ସେଂଟର୍‌ରେ ଆୟୋଜନ କରାଯାଇଥିବା ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ମୋଟ ୩୪ଟି ଫିଲ୍ମ ଏହି ତିନି ଦିନରେ ପ୍ରଦର୍ଶିତ ହୋଇଛି । ସେଥିରୁ ୧୨ଟି ଫିଲ୍ମକୁ ମହିଳା ସିନେ ନିର୍ମାତାମାନେ ତିଆରି କରିଛନ୍ତି ।

ଆୟୋଜନ ସ୍ଥଳରେ ଦୁଇଟି ଜୋନ୍ ରହିଛି । ଉଭୟ ଜୋନ୍‌ରେ ସମାନ୍ତରାଳ ଭାବେ ସିନେମା ପ୍ରଦର୍ଶିତ ହେଉଥିଲା ।

ଆଜି ତୃତୀୟ ତଥା ଶେଷ ଦିନର ମୁଖ୍ୟ ଆକର୍ଷଣ ଥିଲା ସିନେ ନିର୍ମାତା ସପ୍‌ନା ଭବନାନିଙ୍କ ସିନ୍ଧୁସ୍ଥାନ ଓ ସୁରଭି ଦିୱାନଙ୍କ ଟ୍ରାନ୍ସ କାଶ୍ମୀର । ଉଭୟ ସିନେମା କାଶ୍ମୀର ଉପରେ ଆଧାରିତ ଥିଲା ।

ଆଜି ଉଭୟ ସୁରଭି ଓ ସପ୍‌ନା ନିଜ ସିନେମାର କାହାଣୀ ଉପରେ ଆଲୋଚନା କରିଥିଲେ । ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ତୃତୀୟ ଦିନର ପ୍ରଥମ ସିନେମା ଥିଲା ମଧୁଲିକା ଜଲାଲିଙ୍କ ଘର କା ପତା । ତାହା ମଧ୍ୟ କାଶ୍ମୀର ଉପରେ ଆଧାରିତ ଥିଲା ।

ସେଠାକାର ଲୋକମାନଙ୍କ ଚଳନୀ ଏବଂ ସେମାନେ ସାମ୍ନା କରୁଥିବା କଠିନ ପରିସ୍ଥିତି ଏବଂ କାଶ୍ମୀରର ସୌନ୍ଦର୍ଯ୍ୟକୁ ଅତି ଚମତ୍କାର ଢଙ୍ଗରେ ସିନେମାରେ ପ୍ରଦର୍ଶିତ କରାଯାଇଥିଲା ।

ସପ୍‌ନା ଭବନାନିଙ୍କ ସିନ୍ଧୁସ୍ତାନ ସର୍ବବୃହତ ସାଂସ୍କୃତିକ ଦେଶାନ୍ତର ଉପରେ ଆଧାରିତ ଥିଲା । ଏଥିରେ ସିନ୍ଧୁମାନଙ୍କ ଦେଶାନ୍ତର କାହାଣୀକୁ ପ୍ରଦର୍ଶିତ କରାଯାଇଛି ।

ଆଜି ପ୍ରଦର୍ଶନ କରାଯାଇଥିବା ଅନ୍ୟ ସିନେମାଗୁଡ଼ିକ ହେଉଛି ସୌରଭ ଷଡ଼ଙ୍ଗୀଙ୍କ କରବାଲା ମେମୋୟର୍ସ ଓ ବିଶାଲ ସ୍ୱାର୍ଗିଆରିରଙ୍କ ଗୋସାଇଁ ।

ମୁନ୍ତାହ ଅମିନଙ୍କ ସିଜ୍ ଇନ୍ ଦି ଏୟାର, ସୌନକ ସେନ୍‌ଙ୍କ ଅଲ ଦାଟ୍ ବ୍ରିଦ୍‌ସ, ସୃଷ୍ଟି ଲାଖେରାଙ୍କ ଏକ୍ ଥା ଗାଓଁ, ନିଲେଂଶ ମିତ୍ରଙ୍କ ବୁବାତି ନଦିର ଡୋର, ଅଭିଜିତ ଦାସଙ୍କ ଛମ୍‌କୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ।

ଭୁବନେଶ୍ୱର ଫିଲ୍ମ ସୋସାଇଟିର ଇଶ୍ୱର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଇଣ୍ଡିଆନ ଫାଉଣ୍ଡେସନ ଫର ଦିନ ଆର୍ଟସ୍‌ର ଆର୍ଟସ୍ ପ୍ରୋଗ୍ରାମ୍ ପକ୍ଷରୁ ଅନୁଦାନ ଲାଗି ଆବେଦନ ପାଇଁ କିଭଳି ପ୍ରସ୍ତାବ ଲେଖାଯିବ ତାହା ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ନିର୍ଦେଶିକା ସପ୍‌ନା ଭବନାନି, ସୁରଭି ଦିୱାନ ଓ ଜନ୍ ଭାଜିୟର ଅଂଶଗ୍ରହଣ କରିଥିଲେ ।

Jharana Jena
Jharana Jena

Filed Under: ଓଡିଶା ଖବର Tagged With: ଓଡିଶା

ଚାନ୍ଦବାଲିରେ ଗୁଜରାଟୀ ସମାଜ ଦ୍ୱାରା ପବିତ୍ର ନବରାତ୍ରୀ ପର୍ବ ପାଳନ

October 7, 2022 by Jharana Jena Leave a Comment

ଚାନ୍ଦବାଲି ରେ “ଗୁଜରାଟୀ ସମାଜ ଚାନ୍ଦବାଲି” ଆନୁକୂଲ୍ୟରେ ପବିତ୍ର ନବରାତ୍ରୀ ପର୍ବ ମହାସମାରୋହ ରେ ପାଳନ କରାଯାଇଛି ।

ଚାନ୍ଦବାଲି ରେ ବାସ କରୁଥିବା ଗୁଜରାଟୀ ପରିବାରର ସମସ୍ତ ସଦସ୍ୟ ମାନେ ଏହି ଉତ୍ସବ ନଅ ଦିନ ଧରି ମା’ଙ୍କ ଆରାଧନା କରିବା ସହିତ ପାରମ୍ପାରିକ ଗରବା ଓ ଦାଣ୍ଡିଆ ନୃତ୍ୟରେ ର ଆୟୋଜନ କରିଥିଲେ।

ମା ଦୁର୍ଗାଙ୍କ ଶାରଦୀୟ ଦୁର୍ଗାପୂଜାକୁ ନେଇ ପୁରପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ହୋଇଉଠିଛି ଉତ୍ସବ ମୁଖର।

ମା’ଙ୍କ ପାର୍ବଣ ପୂଜା କୁ ସାରା ଭାରତବର୍ଷ ରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ଓଡିଶାରେ ଦୁର୍ଗାପୂଜାକୁ ଧୂମଧାମରେ ପାଳନ କରାଯାଉଥିବା ବେଳେ ଗୁଜରାଟରେ ନବରାତ୍ରୀ ପୂଜାକୁ ବଡ ଧୂମଧାମ ରେ ପାଳନ କରାଯାଏ।

ଏହି ନବରାତ୍ରୀ ଅବସରରେ ଗୁଜୁରାଟ ର ଗରବା ସହ ଦାଣ୍ଡିଆ ନୃତ୍ୟ ମହୋତ୍ସବ ପାଳନ କରାଯାଇଥାଏ, ନଅଦିନ ଧରି ନବରାତ୍ରି ପାଳନ କରିବା ସହିତ ଉପବାସ ରଖି ଏହି ନବରାତ୍ରି ସମୟରେ ଦାଣ୍ଡିଆ, ଗରବା ଖେଳି ନଅ ଦିନର ଉତ୍ସବ କୁ ଆନନ୍ଦ ଉଲ୍ଲାସ ର ସହିତ ମହାଆଡମ୍ବର ସହକାରେ ପାଳନ କରିଥାନ୍ତି।

ମା’ଙ୍କ ଆଗମନ ସହିତ ପାରମ୍ପାରିକ ଗରବା ଓ ଦାଣ୍ଡିଆ ମହୋତ୍ସବ ରେ ସମସ୍ତେ ସାମିଲ ହୋଇ ଆନନ୍ଦ ଉଲ୍ଲାସ ର ସହିତ ପର୍ବଟିକୁ ପାଳନ କରାଯାଇଛି ବୋଲି “ଗୁଜରାଟୀ ସମାଜ ଚାନ୍ଦବାଲି” ସାଧାରଣ ସମ୍ପାଦକ ୟୋଗେଶ ଭାୟାଣୀ କହିଛନ୍ତି।

ସମାଜ ର ସଭାପତି ପ୍ରତାପ ଠକ୍କର କହିଥିଲେ ଯେ କରୋନା କଟକଣା ର ଦୁଇ ବର୍ଷ ବ୍ୟବଧାନ ପରେ ଏହି ଉତ୍ସବ ପୁଣି ଥରେ ଧୁମଧାମରେ ପାଳନ ହୋଇଥିବାରୁ ସମସ୍ତେ ଉତ୍ସାହିତ ଅଛନ୍ତି।

ସମସ୍ତେ ଏକାଠି ହୋଇ ଏହି ପବିତ୍ର ଉତ୍ସବ ଟିକୁ ସୁନ୍ଦର ଭାବେ ପାନଳ କରିଥିବାରୁ, ସମାଜର ପୂର୍ବତ୍ତନ ସମ୍ପାଦକ ଭରତ ବାରାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Jharana Jena
Jharana Jena

Filed Under: ପର୍ବପର୍ବାଣୀ Tagged With: ଓଡିଶା

ଉତ୍କଳରେ ଆନ୍ତର୍ଜାତୀୟ ବୃଦ୍ଧ ବ୍ୟକ୍ତି ଦିବସ ପାଳିତ

October 1, 2022 by Jharana Jena Leave a Comment

ଭୁବନେଶ୍ୱର: ବୃଦ୍ଧ ମହିଳାମାନେ ସେମାନଙ୍କର ଦୈନନ୍ଦିନ ସାମାଜିକ ଏବଂ ସାଂସ୍କୃତିକ ଜୀବନରେ ଅର୍ଥପୂର୍ଣ୍ଣ ଭାବରେ ଅବଦାନ ଜାରି ରଖିଛନ୍ତି |

କିନ୍ତୁ ସେମାନଙ୍କର ଅବଦାନ ଏବଂ ଅଭିଜ୍ଞତା ମୁଖ୍ୟତ ଅଦୃଶ୍ୟ ଏବଂ ଅବହେଳିତ ଯାହା ଲିଙ୍ଗଗତ ଭେଦଭାବ ଦ୍ୱାରା ସୀମିତ ରହିଛି ବୋଲି ବିଶେଷଜ୍ଞମାନେ ଆଜି ଅନୁଷ୍ଠିତ ଆନ୍ତର୍ଜାତୀୟ ବୃଦ୍ଧ ବ୍ୟକ୍ତି ଦିବସ ପାଳନ ଅବସରରେ ମତ ବ୍ୟକ୍ତ କରିଛନ୍ତି |

ହେଲ୍ପ ଏଜ୍ ଇଣ୍ଡିଆର ସହଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ଏବଂ ମନୋବିଜ୍ଞାନ ବିଭାଗ ଦ୍ୱାରା ଆୟୋଜିତ ହୋଇଥିବା ‘ବୟସ୍କ ମହିଳାଙ୍କ ସ୍ଥିରତା ଏବଂ ଅବଦାନ’ ଉପରେ କର୍ମଶାଳାରେ ଯୋଗ ଦେଇ ବିଶେଷଜ୍ଞମାନେ କହିଛନ୍ତି ଯେ ବୟସ ଏବଂ ଲିଙ୍ଗ ଉପରେ ଆଧାରିତ ଭେଦଭାବ ଏକ ଅସମାନତା ଓ ନକାରାତ୍ମକ ସମାଜ ତିଆରି କରୁଛି | ଏହାକୁ ରୋକିବା ପାଇଁ ଆଜି ଦିନର ଏହା ଏକ ବଡ ଆହ୍ୱାନ |

ମନୋବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଭାସ୍ଵତୀ ପଟ୍ଟନାୟକ ମାନସିକ ବୃଦ୍ଧାବସ୍ଥା ଏବଂ ସେମାନଙ୍କ ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ବ୍ରତତି ହରିଚନ୍ଦନ, ଯୁଗ୍ମ ନିର୍ଦ୍ଦେଶକ ତଥା ହେଲ୍ପ ଏଜ୍ ଇଣ୍ଡିଆର ରାଜ୍ୟ ମୁଖ୍ୟ ଭାରତୀ ଚକ୍ର, ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ସେବା ମହାପାତ୍ର ଏବଂ ପ୍ରଖ୍ୟାତ ମହିଳା ଅଧିକାର କର୍ମୀ ବିଶାଖା ଭଞ୍ଜ ସେମାନଙ୍କର ବହୁ ମୂଲ୍ୟ ମତାମତ ରଖିଥିଲେ ।

ସହକାରୀ ପ୍ରଫେସର ତନୟା ମହାନ୍ତି ବକ୍ତା ମାନଙ୍କୁ ସ୍ୱାଗତ ଏବଂ ପରିଚିତ କରାଇଥିବାବେଳେ ମନୋବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ମୌସୁମୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମାଜବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ରବୀନ୍ଦ୍ର ଗରଡା ଏକ ବୈଷୟିକ ଅଧିବେଶନର ପରିଚାଳନା କରିଥିଲେ।

ହେଲ୍ପ ଏଜ୍ ଇଣ୍ଡିଆର ଦେବଶ୍ରୀ ବ୍ରହ୍ମା, ସମାଜବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଅତସୀ ରଥ, ରମା ଦେବୀ ବିଶ୍ୱବିଦ୍ୟାଳୟର ସସ୍ମିତା ସୋରେନ୍ ଏବଂ ସମାଜବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଲୁସି ହେମ୍ବ୍ରମ ଏବଂ ସୁନନ୍ଦ ପଟ୍ଟନାୟକ ଉପସ୍ଥିତ ଥିଲେ। ସମାଜବିଜ୍ଞାନର ସହକାରୀ ପ୍ରଫେସର ଡକ୍ଟର ପାପେଶ କୁମାର ଲେଙ୍କା ବୈଷୟିକ ଅଧିବେଶନର ବକ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Jharana Jena
Jharana Jena

Filed Under: ସଭା ସମିତି Tagged With: ଓଡିଶା

ସ୍ବର୍ଗତ ଭାଗବତ ପ୍ରସାଦ ନନ୍ଦ ଥିଲେ ବିରଳ ଓ ଅନନ୍ୟ ପ୍ରତିଭା ର ଅଧିକାରୀ

September 25, 2022 by Jharana Jena Leave a Comment

ପୂଜ୍ୟ ପୂଜା ପରମ୍ପରା ର ପୂଜାରୀ ସାରସ୍ୱତ ସାଧକ,ସମାଜସେବୀ କର୍ମଯୋଗୀ ସ୍ବର୍ଗତ ଭାଗବତ ପ୍ରସାଦ ନନ୍ଦ ଥିଲେ ବିରଳ ଓ ଅନନ୍ୟ ପ୍ରତିଭା ର ଅଧିକାରୀ ଥିଲେ ବୋଲି ବରଗଡ଼ ସାମ୍ବାଦିକ ସଂଘ ଓ ଭାଗବତ ନନ୍ଦ ସ୍ମୃତି କମିଟି ଆନୁକୂଲ୍ୟ ରେ ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ ହଲ ଠାରେ ଆୟୋଜିତ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ରେ ବିଶିଷ୍ଟ ବକ୍ତାଗଣ ମତ ପ୍ରକାଶ ପାଇଛି ।

ବରିଷ୍ଟ ସାମ୍ବାଦିକ ପ୍ରସନ୍ନ କୁମାର ମିଶ୍ର ଙ୍କ ଉଦ୍ୟେଶ୍ୟ ଜ୍ଞାପନ ପରେ ବିଶିଷ୍ଟ କଣ୍ଠଶିଳ୍ପୀ ଅଜିତ ପାଣିଗ୍ରାହୀ ସଙ୍ଗୀତ ଶ୍ରଦ୍ଧାଅଞ୍ଜଳି ଅର୍ପଣ କରିଥିଲେ ।

ସାମ୍ବାଦିକ ସଂଘ ର ସଭାପତି ଶଙ୍କର ବଲ୍ଲଭ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଡ଼ଃ ଗୌରୀ ଦାସ ପ୍ରଧାନ ସଂଯୋଜନା କରିଥିଲେ ଏହି ଅବସର ରେ ଅଧ୍ୟାପକ ଟେକଚାନ୍ଦ ଦୁଆନ ଭାଗବତ ବାବୁ ଙ୍କ ଏ ଅଂଚକ ସହିତ ରହିଥିବା ସମ୍ପର୍କ ରେ ଆଲୋକପାତ କରିଥିବା ବେଳେ ପ୍ରଫେସର କାମଦେବ ସାହୁ ସେ ବହୁ ପଦ ପଦବୀ ରେ ଥାଇ ମଧ୍ୟ ଜଣେ ସଫଳ କର୍ମଯୋଗୀ ଥିଲେ ସେ ବିଷୟ ରେ ବିସ୍ତୃତ ବର୍ଣ୍ଣନା କରିଥିଲେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସ୍ବର୍ଗତ ନନ୍ଦ କିପରି ଜଣେ ଅସାଧାରଣ ବ୍ୟକ୍ତିତ୍ବ ର ଅଧିକାରୀ ଥିଲେ ଉଲ୍ଲେଖ କରିଥିବା ବେଳେ ସାଂସଦ ସୁରେଶ ପୂଜାରୀ ତାଙ୍କ ବକ୍ତବ୍ୟ ରେ ସ୍ବର୍ଗତ ନନ୍ଦ ସାମାଜିକ କର୍ମୀ ଙ୍କ ପାଇଁ ଆଶ୍ଵାସନା ର କେନ୍ଦ୍ର ବିନ୍ଦୁ ଥିବା ବେଳେ ଆମ ସମସ୍ତ ଙ୍କ ପାଇଁ ଚିରକାଳ ର ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ ।

ଅନ୍ୟ ତମ ସାରସ୍ୱତ ବକ୍ତା ପ୍ରଦେଶ କଂଗ୍ରେସ ଉପ ସଭାପତି ଜଗଞେଶ୍ୱର ବାବୁ ଭାଗବତ ବାବୁ ଙ୍କୁ ଜଣେ ନିର୍ଭୀକ ସାମ୍ବାଦିକ ଥିଲେ ବୋଲି ପ୍ରକାଶ କରିଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଯୋଗଦେଇ ସ୍ବର୍ଗତ ଭାଗବତ ପ୍ରସାଦ ନନ୍ଦ କିପରି ବିରଳ ଓ ଅସାଧାରଣ ପ୍ରତିଭା ଅଧିକାରୀ ଥିଲେ ସେ ବିଷୟ ରେ ବିସ୍ତୃତ ଆଲୋଚନା କରି ପୂଜ୍ୟପୂଜା ର ପରମ୍ପରା କୁ ସମ୍ମାନ ଜଣାଇ ଏଭଳି ଆୟୋଜନ କରିଥିବା ବରଗଡ଼ ମାଟି ଓ ଜନ ସାଧାରଣ ଙ୍କୁ ଭୁୟସୀ ପ୍ରସଂଶା କରିଥିଲେ ।

ପୂର୍ବତନ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟ ରେ ସ୍ବର୍ଗତ ନନ୍ଦ ଙ୍କୁ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ କୁ ଯୋଡିବାର ମାଧ୍ୟମ ସୂତ୍ରଧର ଥିଲେ ବୋଲି ଉଲ୍ଲେଖ କରି ସକ୍ରିୟ ରାଜନୀତି ରେ ସମ୍ପୃକ୍ତ ନ ଥାଇ ରାଜନୀତି କୁ ଦିକଦର୍ଶନ ଦେଇପାରୁଥିବା ମଣିଷ ପରି ମଣିଷ ଟିଏ ଥିଲେ ବୋଲି ଉଲ୍ଲେଖ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ଅବସର ରେ ବରଗଡ଼ ଜିଲ୍ଲା ତରଫରୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଗଭୀର ଶ୍ରଦ୍ଧାଅଞ୍ଜଳି ଅର୍ପଣ କରାଯାଇଥିଲା ।

Jharana Jena
Jharana Jena

Filed Under: ସଭା ସମିତି Tagged With: ଓଡିଶା

ନେଟ ଜିରୋ ବିଶ୍ଵ ଗଠନ ପାଇଁ କ୍ଲାଇମେଟ ପ୍ଲେଜରେ ଓଡ଼ିଶାର ସିଏସଏମ

September 21, 2022 by Rameswar 1 Comment

ଭୁବନେଶ୍ୱର,ସେପ୍ଟେମ୍ବର ୨୧(ଲୋକାଲ ୱାୟାର) ସିଏସଏମ ଟେକ୍ ଏକ ଭାରତୀୟ ଆଇଟି କନସଲଟିଂ ଫାର୍ମ ଭାବରେ ଆଫ୍ରିକା, ୟୁଏସ ଏବଂ ଦୁବାଇରେ ନିଜର ବ୍ୟବସାୟ କରିବା ସହ ୨୦୪୦ ମଧ୍ୟରେ ନେଟ୍ ଜିରୋ ବିଶ୍ୱ ଗଠନ କରିବା ପାଇଁ କ୍ଲାଇମେଟ୍ ପ୍ଲେଜ୍ ହସ୍ତାକ୍ଷର କରିବା ପାଇଁ ୩୭୬ ହସ୍ତାକ୍ଷରକାରୀଙ୍କୁ ସାମିଲ କରିଛି। ସିଏସଏମ ୭ମ ଭାରତୀୟ ତଥା ଓଡି଼ଶାର ପ୍ରଥମ କମ୍ପାନୀ ଭାବରେ ଏହି କାର୍ଯ୍ୟ କରିଛି।

ସିଏସଏମ ୩୭୬ ସଂଗଠନ ସମୂହରେ ସାମିଲ ହେବାର ସୌଭାଗ୍ୟ ଅର୍ଜନ କରିଛି। ଯେଉଁଥିରେ ଆମାଜନ, ମାଇକ୍ରୋସଫ୍ଟ, ଉବେର, ସାଇମେନସ୍, କୋକାକୋଲା, ଆଇବିଏମ, ଫିଲିପ୍ସ ଓ ଭିସା ଭଳି ବଡ଼ ବଡ଼ କମ୍ପାନୀ ସାମିଲ ଅଛନ୍ତି। ଏହି ସବୁ କମ୍ପାନୀ ବିଶ୍ୱକୁ ସୁରକ୍ଷା ଦେବା ଏବଂ ଏକ ସବୁଜ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରତିଜ୍ଞା କରିଛନ୍ତି। ସେପ୍ଟେମ୍ୱର ୧୯ ତାରିଖରେ ନ୍ୟୁୟର୍କରେ ହୋଇଥିବା ଜଳବାୟୁ ସପ୍ତାହ ଏନୱାଇସି ମଧ୍ୟରେ ଏହା ଘୋଷଣା କରିବା ବେଶ ମହତ୍ତ୍ୱ ବହନ କରୁଛି।

ଜଳବାୟୁ ସପ୍ତାହ ଏନୱାଇସି ୨୦୨୨ ଏହାର ୧୪ତମ ବର୍ଷକୁ ସର୍ବ ବୃହତ ବିଶ୍ୱ ଜଳବାୟୁ ଇଭେଣ୍ଟ ଭାବରେ ଚିହ୍ନଟ କରେ। ମିଳିତ ଜାତିସଂଘର ସାଧାରଣ ସଭା ଏବଂ ନ୍ୟୁୟର୍କ ସହର ସହିତ ମିଳିତ ଭାବରେ ଜଳବାୟୁ ସପ୍ତାହ ଏନୱାଇସି ବ୍ୟବସାୟ, ସରକାର ଏବଂ ଜଳବାୟୁ ସମୁଦାୟର ବହୁ ପ୍ରଭାବଶାଳୀ ନେତାଙ୍କୁ ଏକତ୍ରିତ କରି ନିର୍ଣ୍ଣାୟକ ଜଳବାୟୁ କାର୍ଯ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ସୃଷ୍ଟି କରିବ।

ସିଏସଏମ ଟେକ୍ ର ପ୍ରତିଷ୍ଠାତା ତଥା ସିଇଓ ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି ’’ବିଶ୍ୱର କେତେକ ଦାୟିତ୍ୱବାନ ସଂଗଠନ ସହିତ କ୍ଲାଇମେଟ୍ ପ୍ଲେଜ୍ ରେ ଯୋଗ ଦେଇ ଆମେ ବେଶ ଖୁସି । ଏକ ସବୁଜ , ସ୍ଥାୟୀ ପୃଥିବୀ ପାଇଁ ଆମ ପ୍ରୟାସକୁ ପୁନଃ ଜୀବିତ କରିବା ପ୍ରତିଶ୍ରୁତି ଆମକୁ ଉତ୍ସାହିତ କରିବ। ଜଳବାୟୁ ପରିବର୍ତ୍ତନର କ୍ଷତିକାରକ ପ୍ରଭାବ ବିଷୟରେ ଆମେ ସମ୍ପୂର୍ଣ୍ଣ ଭାବେ ସଚେତନ। ସ୍ମାର୍ଟ ଟେକ୍ନୋଲୋଜି ଏହି ସବୁ ଅସୁବିଧାକୁ ଯଥେଷ୍ଟମାତ୍ରାରେ ହ୍ରାସ କରିପାରିବ। ଆମର ବିଶୃଙ୍ଖଳିତ ସମାଧାନ ମାଧ୍ୟମରେ ଆମେ କ୍ଲିନ୍ ଟେକ୍ ବ୍ୟବହାରକୁ ପ୍ରୋତ୍ସାହିତ କରୁଛୁ ଏବଂ ସ୍ଥାୟୀ ସମାଧାନର ଏହି ଯାତ୍ରା ଜାରି ରଖିବୁ।’’

ଏହାପୂର୍ବରୁ ସିଏସଏମ ଟେକ୍ କ୍ଲାଇମେଟ ନ୍ୟୁଟ୍ରାଲର ଅଂଶଗ୍ରହଣକାରୀ ଭାବେ ତାଲିକାଭୁକ୍ତ ହୋଇଥିଲା। କ୍ଲାଇମେଟ ନ୍ୟୁଟ୍ରାଲ ବର୍ତ୍ତମାନ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନର ଉପକ୍ରମ ଅଟେ। କ୍ଲାଇମେଟ୍ ନ୍ୟୁଟ୍ରାଲ ନାଓକୁ ୨୦୧୫ ମସିହାରେ ସମାଜର ସମସ୍ତ ସ୍ତରକୁ ପ୍ରୋତ୍ସାହିତ କରିବା ଓ ସମର୍ଥନ ଦେବା ପାଇଁ ଆରମ୍ଭ କରାଯାଇଥିଲା। ଯାହା ମଧ୍ୟ ଶତାବ୍ଦୀ ବେଳକୁ ନେଟ୍ ଜିରୋ ବିଶ୍ୱ ଗଠନ କରିବା ପାଇଁ ପ୍ରୋତ୍ସାହିତ କରୁଥିଲା। ଏହା ସେହି ବର୍ଷ ପ୍ୟାରିସ ଚୁକ୍ତିରେ ମଧ୍ୟ ଦର୍ଶାଯାଇଥିଲା ।

୨୦୪୦ ସୁଦ୍ଧା ନେଟ୍ ଜିରୋ ବିଶ୍ୱ ସହ କାର୍ବନ ନିର୍ଗମନରେ ପହଞ୍ଚିବା ପାଇଁ ଜଳବାୟୁ ପ୍ରତିଶ୍ରୁତି ଏକ ପ୍ରତିବଦ୍ଧତା। ଯାହା ପ୍ୟାରିସ ଚୁକ୍ତିଠାରୁ ଧାର୍ଯ୍ୟ ସମୟସୀମାଠାରୁ ୧୦ ବର୍ଷ ଆଗରେ ରହିଛି। ୨୦୧୯ ମସିହାରେ ଗ୍ଲୋବାଲ ଅପ୍ଟିମିଜିମ ସହ ସହ-ସଂସ୍ଥାପକ ହେବା ପରେ ଆମାଜନ ପ୍ରଥମ କମ୍ପାନୀଭାବେ କ୍ଲାଇମେଟ୍ ପ୍ଲେଜ୍ ରେ ହସ୍ତାକ୍ଷର କରିଥିଲା । ଏହାର ଉଦ୍ଦେଶ୍ୟ ହେଉଛି କମ୍ପାନୀ, ସଂଗଠନ, ବ୍ୟକ୍ତି ବିଶେଷ ଏବଂ ସହଭାଗୀମାନଙ୍କୁ ନେଇ ଏକ କ୍ରସ ସେକ୍ଟର ସମ୍ପ୍ରଦାୟ ଗଠନ କରିବା। ଏହା ଜଳବାୟୁ ସଙ୍କଟକୁ ଦୂର କରିବା ପାଇଁ ମିଳିମିଶି କାମ କରିବ, ଏହାସହ ଆମର ଅର୍ଥବ୍ୟବସ୍ଥାକୁ କାର୍ବନ ମୁକ୍ତ କରିବା ପାଇଁ ରହିଥିବା ଆହ୍ୱାନର ସମାଧାନ କରିବ।

କ୍ଲାଇମେଟ୍ ପ୍ଲେଜ୍ କୁ ସମସ୍ତ ୩୭୬ ଦସ୍ତଖସ୍ତକାରୀ ଜିଏଚଜି ନିର୍ଗମନକୁ ମାପିବା ଏବଂ ରିପୋର୍ଟ କରିବା , କାର୍ବନ ମୁକ୍ତ ରଣନୀତି ପ୍ରସ୍ତୁତ କରିବା ଏବଂ ବିଶ୍ୱାସଯୋଗ୍ୟ ଅଫସେଟ ସହିତ ଅବଶିଷ୍ଟ ନିର୍ଗମନକୁ ନିରପେକ୍ଷ କରିବା ପାଇଁ ପ୍ରତିବଦ୍ଧ।

Rameswar
Rameswar

Filed Under: ଓଡିଶା ଖବର Tagged With: ଓଡିଶା, ଭୁବନେଶ୍ୱର

କୁଲତା ସମାଜ କଲ୍ୟାଣ ସଙ୍ଗଠନର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

September 18, 2022 by Jharana Jena 1 Comment

ଭୁବନେଶ୍ୱର, ୧୮/୯: ସ୍ଥାନୀୟ ଡିପ୍ଲୋମା ଇଂଜିନିୟର୍ସ ସଂଘର ସମ୍ମିଳନୀକକ୍ଷରେ କୁଲତା ସମାଜ କଲ୍ୟାଣ ସଙ୍ଗଠନ, ଭୁବନେଶ୍ୱରର ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସକାଳେ କୁଲତା ସମାଜର ଇଷ୍ଟଦେବୀ ମା ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ପରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ସଙ୍ଗଠନର ପୂର୍ବତନ ଉପଦେ‌ଷ୍ଟା ତଥା ପ୍ରତ୍ନତତ୍ତ୍ବବିତ୍‌ ଦେବରାଜ ପ୍ରଧାନଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା।

ସଙ୍ଗଠନର ସାଧାରଣ ସଂପାଦକ ମହେନ୍ଦ୍ର କୁମାର ବଢ଼ାଇ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ସୁଶାନ୍ତ କୁମାର ପ୍ରଧାନ ନିଜର ବକ୍ତବ୍ୟ ରଖିଥିଲେ ।

ସଙ୍ଗଠନର ମୁଖ୍ୟ ପୃଷ୍ଠପୋଷକ ଡକ୍ଟର ତ୍ରିବିକ୍ରମ ପ୍ରଧାନ ଏବଂ ଉପଦେଷ୍ଟା ଜଗଦୀଶ ପ୍ରଧାନ, ମାଧବ ଚନ୍ଦ୍ର ପ୍ରଧାନ ଏବଂ ଶିକ୍ଷାବିତ୍ ଅର୍ଜୁନ ସାହୁ କୁଲତା ଜାତିର ଇତିହାସ ଏବଂ ସଙ୍ଗଠନର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ।

ନିଜ ବକ୍ତବ୍ୟରେ ସଂପାଦକ ଶ୍ରୀ ବଢ଼ାଇ କହିଥିଲେ ଯେ କେଏସ୍‌କେଏସ୍ ଗତ ବର୍ଷକ ମଧ୍ୟରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ୭୨ଟି ହୁଇଲ୍ ଚେୟାର ପ୍ରଦାନ କରିଛି ।

୪ଟି ଅକ୍ସିଜେନ୍ ସିଲିଣ୍ଡର ଯୋଗାଇବା ସହିତ ଭୁବନେଶ୍ୱର ଓ କଟକରେ ୨୪୦ ଜଣଙ୍କୁ ତଥା ବୁର୍ଲା ମେଡିକାଲରେ ୧୫୭ ଜଣଙ୍କୁ ସାହାଯ୍ୟ କରାଯାଇଛି।

୭୩ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ନାଁ ଲେଖାଇବାରେ ସାହାଯ୍ୟ କରାଯାଇଛି। ବରିଷ୍ଠ ସାମ୍ବାଦିକ ଅଶୋକ ପ୍ରଧାନ, ଯୁବ ଲେଖକ କ୍ଷେତ୍ରବାସୀ ନାଏକ ଏବଂ ସିମ୍‌ରନ୍ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପଦ୍ମପୁରର ସଙ୍ଗୀତ ସମିତି ଅନୁଷ୍ଠାନ ଲୋକନୃତ୍ୟ ପ୍ରଦର୍ଶନ କରିଥିବାବେଳେ ପିଲାମାନଙ୍କୁ ନେଇ ଚିତ୍ରାଙ୍କନ, ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସହସଂପାଦକ ଜୟଜଗତ ସାହୁ, କୋଷାଧ୍ୟକ୍ଷ କ୍ଷୀରସାଗର ଦୁଆନ, କାର୍ଯ୍ୟନିର୍ବାହୀ ସଦସ୍ୟ ତୀର୍ଥବାସୀ ସାହୁ, ସୁନୀଲ କୁମାର ପ୍ରଧାନ, ସରୋଜ ସାହୁ, ଶଙ୍କର ପ୍ରଧାନ, ସନ୍ତୋଷ ନାଏକ, ମଂଜୁଶ୍ରୀ ବଢ଼ାଇ, ସ୍ନିଗ୍ଧାରାଣୀ ସାହୁ, ତାପସୀ ପ୍ରଧାନ ଏବଂ ବିନତା ନାଏକ ।

Jharana Jena
Jharana Jena

Filed Under: ପର୍ବପର୍ବାଣୀ Tagged With: ଓଡିଶା, ମୁଖ୍ୟ ଖବର

ବୟସ୍କମାନଙ୍କ ବର୍ତ୍ତମାନ ସ୍ଥିତି, ଆଧୁନିକ ଭାରତର ଏକ ଦୁଖଦଃ ବାସ୍ତବତାକୁ ପ୍ରତିଫଳିତ କରେ: ବିଶେଷଜ୍ଞ

September 14, 2022 by Jharana Jena Leave a Comment

ଭୁବନେଶ୍ୱର: ଯେତେବେଳେ ବୟସ୍କ ଏବଂ ଯୁବକମାନେ ଅର୍ଥପୂର୍ଣ୍ଣ ସମ୍ପର୍କ ଗଠନ କରନ୍ତି, ଏହା ଉଭୟ ଗୋଷ୍ଠୀର ସୁସ୍ଥତାକୁ ଉନ୍ନତ କରିଥାଏ |

ବୟସ୍କମାନେ ନିଜର ଅଭିଜ୍ଞତା ଓ ଜ୍ଞାନକୁ ପ୍ରଦାନ କରିଥାନ୍ତି ଏବଂ ଯୁବଗୋଷ୍ଠୀ ସେମାନଙ୍କର ବିଚ୍ଛିନ୍ନତା ଏବଂ ଏକାକୀତାକୁ ଏଡ଼ାଇବାରେ ସାହାଯ୍ୟ କରିଥାନ୍ତି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ ଆଜି ଏକ କର୍ମଶାଳାରେ ମତବ୍ୟକ୍ତ କରିଛନ୍ତି |

ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଉଚ୍ଚଶିକ୍ଷା କାର୍ଯ୍ୟକ୍ରମ ପାଇଁ ଉତ୍କର୍ଷ ଏବଂ ଇକ୍ୱିଟି (ଓ.ଏଚ.ଇ.ପି.ଇ.ଇ.) ସହଯୋଗରେ ସମାଜବିଜ୍ଞାନ ବିଭାଗ ଏବଂ ନୃତତ୍ତ୍ବ ବିଭାଗ ଦ୍ୱାରା ଆୟୋଜିତ “ବୃଦ୍ଧ ଏବଂ ବହିଷ୍କାର: ଅନ୍ତର୍ଭୂକ୍ତ ପାଇଁ ଏକ ମାର୍ଗ” ଉପରେ ଏକ ଆନ୍ତର୍ଜାତୀୟ କର୍ମଶାଳାରେ ଯୋଗ ଦେଇ ସେ କହିଛନ୍ତି ଆଜିର ଦିନରେ ପ୍ରାପ୍ତବୟସ୍କ ବ୍ୟକ୍ତିମାନେ ପ୍ରାୟତ ଅଣଦେଖା ଏବଂ ଭେଦଭାବରେ ଶିକାର ହେଉଛନ୍ତି |

ଉତ୍ତରାଖଣ୍ଡରେ ହରିଦ୍ୱାରର ଘଟଣାକୁ ଉଲ୍ଲେଖ କରି ସେ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିରେ ଅଭିଭାବକମାନେ କେବଳ ସେମାନଙ୍କ ପିଲାମାନଙ୍କର ଶିକ୍ଷା ବିଷୟରେ ଚିନ୍ତିତ |

ସେମାନେ ଭୁଲି ଯାଇଛନ୍ତି ଯେ ପିଲାମାନଙ୍କ ମନରେ ସାମାଜିକ ତଥା ପାରିବାରିକ ମୂଲ୍ୟବୋଧ ଦେବା ମଧ୍ୟ ସେମାନଙ୍କର କର୍ତ୍ତବ୍ୟ |

ହରିଦ୍ୱାରରେ ଏକ ଦମ୍ପତିଙ୍କ ପିତାମାତା ସେମାନଙ୍କର ଏକମାତ୍ର ପୁଅ ଏବଂ ତାଙ୍କ ପତ୍ନୀଙ୍କୁ ବିବାହର ଦୀର୍ଘ ବର୍ଷ ପରେ ନାତି ନଦେବା ଅଭିଯୋଗରେ ସ୍ଥାନୀୟ କୋର୍ଟରେ ମକଦ୍ଦମା କରିଥିଲେ |

ମିଳିତ ପରିବାର ବ୍ୟବସ୍ଥାର ପତନ ଏଭଳି ଘଟଣାର ମୁଖ୍ୟ କାରଣ ବୋଲି ସେ କହିଥିଲେ |

ଏହି କର୍ମଶାଳାକୁ ସମ୍ବୋଧିତ କରି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ବୃଦ୍ଧ ମହିଳାଙ୍କ ଅବସ୍ଥା ସହରାଞ୍ଚଳ, ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅଧିକରୁ ଅଧିକ ବରିଷ୍ଠ ନାଗରିକମାନେ ନିଜ ପୁଅ ଏବଂ ବୋହୂ ଦ୍ୱାରା ପରିତ୍ୟକ୍ତ ହୋଇ ସହରଗୁଡିକରେ ଵୃଦ୍ଧାଶ୍ରମକୁ ଯାଉଛନ୍ତି |

ଆଜିକାଲି ପିଲାମାନେ ସେମାନଙ୍କର ନିର୍ଭରଶୀଳ ପିତାମାତାଙ୍କର ଯତ୍ନ ନେବାକୁ ଚାହାଁନ୍ତି ନାହିଁ | ଅନ୍ୟ ପଟେ ଆଦିବାସୀମାନେ ସେମାନଙ୍କ ପିତାମାତାଙ୍କ ସହ ରୁହନ୍ତି | ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଅପେକ୍ଷା ଆଦିବାସୀ ସମାଜ ବହୁତ ଭଲ ବୋଲି ସେ କହିଛନ୍ତି।

ପିଜି ପରିଷଦର ଅଧ୍ୟକ୍ଷ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ ନିଜର ଉଦବେଗ ପ୍ରକାଶ କରି କହିଛନ୍ତି ଯେ ଆମର ଜୀବନଚର୍ଯ୍ୟାରେ ବ୍ୟାପକ ପରିବର୍ତ୍ତନ ହିଁ ଏଭଳି ଏକ ପରିସ୍ଥିତି ସୃଷ୍ଟି କରିଛି |

ଅଧିକାଂଶ ଲୋକ ସୁସ୍ଥ ଜୀବନଯାପନ କରୁନଥିବାବେଳେ ସହରୀ ଲୋକମାନେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ। ଯୁବ ପିଢ଼ି ବୃଦ୍ଧଙ୍କୁ ସମ୍ମାନ ଦେବା ଏବଂ ଯତ୍ନ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଓ.ଏଚ.ଇ.ପି.ଇ.ଇ.ର ସଂଯୋଜକ ପ୍ରଫେସର ନିଗମାନନ୍ଦ ଦାସ କହିଛନ୍ତି ଯେ ଭାରତରେ ବୟସ୍କଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଉଚିତ |

ସମାଜବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ନବନୀତା ରଥ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ |

ନୃତତ୍ତ୍ବ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର କାହ୍ନୁ ଚରଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ସମ୍ପର୍କ ଶାଖା ଏହାକୁ ସଂଯୋଜନା କରିଥିଲା ।

ସମାଜବିଜ୍ଞାନର ଆସୋସିଏଟ୍ ପ୍ରଫେସର ଡ଼.ରବୀନ୍ଦ୍ର ଗରାଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନ୍ୟ ଏକ ବୈଷୟିକ ଅଧିବେଶନରେ ପ୍ରଫେସର ପାଣ୍ଡେ, କିଟ୍ ଅନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷା ଡ. ମୋନାଲିସା ବଳ ଏବଂ ନୃତତ୍ତ୍ବ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ପ୍ରସନ୍ନ କୁମାର ପାତ୍ର ‘ବୃଦ୍ଧଙ୍କ ସାମାଜିକ ବହିଷ୍କାର’ ବିଷୟରେ ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ନୃତତ୍ତ୍ବ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସୁରେଶ ଚନ୍ଦ୍ର ମୁର୍ମୁ ଏବଂ ସହକାରୀ ପ୍ରଫେସର ଡକ୍ଟର ପ୍ରିୟଙ୍କା ଖୁରାନା ଉପସ୍ଥିତ ଥିଲେ।

Jharana Jena
Jharana Jena

Filed Under: ମତାମତ Tagged With: ଓଡିଶା

‘ନାମ ଅକ୍ଷୟ – କୃତୀ ଅକ୍ଷୟ’

September 11, 2022 by Harihar Kanungo Leave a Comment

ସେଦିନ ୨୨ ମସିହା ସେପ୍ଟେମ୍ବର ୨ ତାରିଖ, ସକାଳ ୮ ଟା ଉତ୍କଳ ବିଶ୍ୱବିଦ୍ୟାଳୟର ଚିତ୍ତରଞ୍ଜନ ବାବୁ ମୋ ଫୋନ୍‌ ନମ୍ବର ନ ପାଇ ବାଣୀବିହାର ହାଇସ୍କୁଲର ସାର୍‌ ଚକ୍ରଧର ତ୍ରିପାଠୀଙ୍କୁ କହିଲେ କାନୁନ୍‌ଗୋ ସାର୍‌ଙ୍କୁ କହିଦେବେ ଅକ୍ଷୟ ବାବୁ ଚାଲିଗଲେ ।

ତାଙ୍କଠାରୁ ଏକଥା ଶୁଣି ମୁଁ ବିଶ୍ୱାସ କରିପାରିଲି ନାହିଁ । ଏକଥା ତାଙ୍କ ଧର୍ମପତ୍ନୀଙ୍କୁ ଫୋନ୍‌ କରିବାରୁ ସେ କହିଲେ ଆଜି ସକାଳ ୭ଟା ବେଳେ ଚାଲିଗଲେ ।

ଯଦିଓ ସ୍ନାୟୁଜନିତ ରୋଗରେ ଦୀର୍ଘ ୩୪ ମାସ ଧରି ପୀଡ଼ିତ ଥିଲେ, କଥାବାର୍ତ୍ତା ଓ ଭାବର ଆଦାନ ପ୍ରଦାନ ସବୁ ତାଙ୍କର ଠିକ୍‌ ଥିଲା । ଡ଼ାକ୍ତର କିନ୍ତୁ ସବୁବେଳେ କହୁଥିଲେ ତାଙ୍କର ରୋଗ କିଛି ନାହିଁ, ମୁଁ ତା’ ପୂର୍ବରୁ ସପରିବାର ତାଙ୍କ ଘରକୁ ଯାଇ ଦେଖି ଆସିଥିଲି, ସେ ଭଲ ଥିଲେ ଏବଂ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ମୋର ଦୃଢ ଆଶା ଓ ବିଶ୍ୱାସ ଥିଲା; ମାତ୍ର ବିଧାତାର ବିଧାନ ବଡ଼ ବିଚିତ୍ର ।

୮୩ ବର୍ଷ ବୟସରେ ତାଙ୍କୁ ଈଶ୍ୱର ଆମମାନଙ୍କ ଗହଣରୁ ନେଇଗଲେ ସେପାରିକି । ଏ କଳିଯୁଗରେ ଯାହାର ପୁଣ୍ୟା ଓ ଧର୍ମବଳ ଥାଏ, ସେ ୮୦ ବର୍ଷ ବୟସ ଟପି ଆଗକୁ ଯାଏ ।

କାରଣ କଳିଯୁଗର ପରମାୟୁ ସାଧାରଣତଃ ୧୦୦ ବର୍ଷ । ଶୃଙ୍ଖଳିତ ଜୀବନଶୈଳୀ, ନିୟମିତ ରୁଚିପୂର୍ଣ୍ଣ ଭୋଜନ ଏବଂ ପାରିପାଶ୍ୱିର୍କ ପରିବେଶ ମଣିଷକୁ ନୀରୋଗ ଓ ଦୀର୍ଘାୟୁ କରି ରଖେ । ଦୀର୍ଘ ୮୩ ବର୍ଷ ଧରି ଏ କଳିଯୁଗରେ ବଞ୍ଚିବା ମଧ୍ୟ ଇଶ୍ୱରଙ୍କ କୃପା ଓ ଆଶୀର୍ବାଦ ।

ଅକ୍ଷୟ ବାବୁ ଥିଲେ ଜଣେ ଧର୍ମନିଷ୍ଠ, ନିଃସ୍ୱାର୍ଥପର ପରୋପକାରୀ, ସ୍ନେହୀ, ବନ୍ଧୁବତ୍ସଳ ମଣିଷ ସେ କଟକ ସହର ଚୌଧୁରୀ ବଜାର ନନ୍ଦିସାହିରେ ୧୯୪୨ ମସିହା ଜାନୁୟାରୀ ୪ ତାରିଖରେ ପିତା ଓ ଦୁର୍ଗାଚରଣ ମାତା କୋଳମଣ୍ଡନ କରି ଭୂମିଷ୍ଠ ହୋଇଥିଲେ । ବିଷ୍ଣୁପ୍ରିୟା ତାଙ୍କ ପରିବାର କଟକ ସହରର ଜଣେ ବିଖ୍ୟାତ ଆଭିଜାତ୍ୟସମ୍ପନ୍ନ ପରିବାର ବୋଲି ସମସ୍ତେ ଖାତିର କରନ୍ତି ।

ତାଙ୍କ ପରିବାର ଓଡ଼ିଶା ତଥା ଭାରତ ଓ ଭାରତ ବାହାରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଅକ୍ଷୟବାବୁ ମନସ୍ତତ୍ତ୍ୱ ବିଭାଗରେ ସ୍ନାତକୋତ୍ତର ଡ଼ିଗ୍ରୀ ହାସଲ କରି ଓଡ଼ିଶାର ଉଚ୍ଚଶିକ୍ଷା ମନସ୍ତତ୍ତ୍ୱ ବିଭାଗରେ ପ୍ରଥମେ ଅଧ୍ୟାପକ କାର୍ଯ୍ୟ କରିଥିଲେ । ତାପରେ ତାକୁଛାଡ଼ି ଓଡ଼ିଶା ରାଜ୍ୟ କର୍ମନିୟୋଜନ ସଂସ୍ଥା (Employment dept) ସଂସ୍ଥାରେ Vocational guidance ଭାବେ କାର୍ଯ୍ୟ କଲେ ।

ଏହି ସମୟ କାଳ ଭିତରେ ଧନ୍ଦାମୂଳକ ସ୍ୱତନ୍ତ୍ର ତାଲିମ ନେଇ କର୍ମ ନିଯୁକ୍ତି ପରିଚାଳନା କ୍ଷେତ୍ରରେ ଦିଲ୍ଲୀର କେନ୍ଦ୍ରୀୟ ଗବେଷଣା ଓ ତାଲିମ ସଂସ୍ଥାନରୁ ସେ ତାଲିମ ନେଲେ ।

ଏହା ବ୍ୟତୀତ ଓଡ଼ିଶାର ବିଭିନ୍ନ ଶିଳ୍ପତାଲିମ ଅନୁଷ୍ଠାନ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି । କର୍ମ ନିଯୁକ୍ତି ଚୟନ ରେ ସଦଶ୍ୟ ରହି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ରେ ଚୟନ କମିଟି ପୂର୍ବକ ନିଯୁକ୍ତି ସୃଷ୍ଟି କରିପାରିଥିଲେ ।

ଏହି ଚାକିରୀକୁ ପରିତ୍ୟାଗ କରି ୧୯୭୩ ରେ ଭାରତ ସରକାରଙ୍କ ଦୂରଦର୍ଶନ କେନ୍ଦ୍ରରେ producer ଭାବେ ଯୋଗ ଦେଲେ । ଦୀର୍ଘ ୨୮ ବର୍ଷ ଧରି ଏହି ଦୂରଦର୍ଶନ ସଂସ୍ଥାରେ ଦକ୍ଷତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

ପ୍ରଥମେ ସେ S.I.T.E (Satelite Instructional Television Experiment Programme) ଓଡ଼ିଆ ଓ ହିନ୍ଦି ଭାଷାରେ ଗ୍ରାମୀଣ ଭାରତର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଥିଲେ ଦୀର୍ଘ ୧୭ ବର୍ଷଧରି ।

ଗୋଟିଏ ଭିଡ଼ିଓ ଓ ଦୁଇଟି ଅଡ଼ିଓ ମାଧ୍ୟମରେ ଦୂରଦର୍ଶନର Instructional Programme ଉପରେ ପରୀକ୍ଷା ନିରିକ୍ଷା କ୍ଷେତ୍ରରେ ସଫଳ ହୋଇଛନ୍ତି ଏତଦ୍‌ ବ୍ୟତୀତ ବିଭିନ୍ନ ସିରିଏଲ୍‌ ଓ କାର୍ଯ୍ୟକ୍ରମର ବିଷୟ ବସ୍ତୁ ବା କଥା ବସ୍ତୁ ଲେଖି ନିଦେ୍ର୍ଦଶନା ଦେଇ ନିଜସ୍ୱ କଳା କୌଶଳର ଦୂରଦର୍ଶନର ଦୈନିକ Transmission ରେ ନିଜର ଦକ୍ଷତା ଓ ନିପୁଣତା ପ୍ରଦର୍ଶିତ କରିଛନ୍ତି ।

ଏପରିକି ସଙ୍ଗୀତ, ନୃତ୍ୟ ଉପରେ ତିନି ମାସରେ ଜାତୀୟ ସ୍ତରରେ ଟେଲିକାଷ୍ଟ କରି ନିଜ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି । ଦୂରଦର୍ଶନର ନିୟନ୍ତ୍ରକ କାର୍ଯ୍ୟକ୍ରମ ବ୍ୟତୀତ ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯଥା – ଏକ ସୁ ମୁଲାକାତ, Great Masters ଆଦି ସିରିଜ ସିରିଏଲ୍‌ ନିର୍ମାଣ କରି ଓଡ଼ିଶାର ଜାତୀୟ ଆର୍ନ୍ତଜାତୀୟ ବିଖ୍ୟାତ ବ୍ୟକ୍ତିମାନଙ୍କୁ ଜାତୀୟ ନେଟ୍‌ୱାର୍କ ମାଧ୍ୟମରେ ସାମିଲ କରିପାରିଥିଲେ ।

ମସ୍କୋରେ ଅନୁଷ୍ଠିତ Festival of India କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ପ୍ରକୃତି ସମ୍ବନ୍ଧୀୟ ଦୃଶ୍ୟାବଳୀକୁ Live Telecast ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟକୁ ଜିଣି ପାରିଛନ୍ତି ।

ଏସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ ଦକ୍ଷତା ଓ ପ୍ରତିଭାକୁ ଆଧାର କରି ସଫଳ ରୂପାୟନ ନିମନ୍ତେ ତାଙ୍କ ଦକ୍ଷତା ଓ ପ୍ରତିଭାକୁ ୧୯୯୦ ରେ ଦିଲ୍ଲୀ ଦୂରଦର୍ଶନର ମହା ନିଦେ୍ର୍ଦଶକ ତାଙ୍କୁ (Asst. Controler Programme), କାର୍ଯ୍ୟକ୍ରମ ସହକାରୀ ନିୟନ୍ତ୍ରକ ଭାବେ ନିଯୁକ୍ତି ଦେଲେ ।

ତା’ର କିଛି ବର୍ଷାପରେ ତାଙ୍କୁ ପୁଣିଥରେ Deputy Controler Programme ବା Executive Producer ଭାବେ ପଦୋନ୍ନତି ଦେଇ ସ୍ୱତନ୍ତ୍ର ପରିଚାଳନା ଦାୟିତ୍ୱ ଦେଲେ ।

ଏହିଭଳି ଭାବେ ଦୀର୍ଘ ୨୮ ବର୍ଷ ଧରି ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଓ ବିଭିନ୍ନ ସିରିଏଲ୍‌ ଗୁଡ଼ିକର ଦୃଶ୍ୟପଟର ସଫଳ ରୂପାୟନ କ୍ଷେତ୍ରରେ ତାଙ୍କର ଦକ୍ଷତା,ଅଭିଜ୍ଞତା ଓ ପାରଦର୍ଶିତାର ପରିଚୟ ଦେଇଛନ୍ତି ।

୨୦୦୨ ମସିହା ଜାନୁୟାରୀ ମାସରେ ସରକାରୀ ·କିରୀରୁ ଅବସର ନେଲେ । ପ୍ରଶାସନିକ ଦକ୍ଷତା ଏବଂ ବିକାଶର ସଫଳ ରୂପାୟନ କାର୍ଯ୍ୟ ଏହି ସମୟ କାଳ ମଧ୍ୟରେ ସଂଭବ ହୋଇଥିଲା ।

ଶୁଭାରମ୍ଭୀ କେନ୍ଦ୍ର ସମ୍ବଲପୁର, ବ୍ରହ୍ମପୁର ଦୂରଦର୍ଶନ କେନ୍ଦ୍ର, ରାୟପୁର ଦୂରଦର୍ଶନ କେନ୍ଦ୍ରର ଆଧୁନିକୀକରଣ ଓ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କର ଦକ୍ଷତା ଓ ଅଭିଜ୍ଞତା ବେଶ୍‌ ପ୍ରଶଂସନୀୟ ।

ପୁଣି ଜାମ୍ମୁ, କାଶ୍ମୀର ଶ୍ରୀନଗରର ଚାନେଲ ର କାର୍ଯ୍ୟକ୍ରମ ନକସାର Engrugation କରି ନିଜର ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି । ସରକାରଙ୍କ ଦୂରଦର୍ଶନରୁ ଅବସର ନେଇ ଭାରତର ପ୍ରସିଦ୍ଧ ଓ ବିଖ୍ୟାତ ସାଟାଲାଇଟ ଉଷାକିରଣ ଟେଲିଭିଜନ ବା ଇ.ଟି.ଭି ଚାନେଲ ରେ ହାଇଦ୍ରାବାଦ୍‌ସ୍ଥିତ ରାମୋଜୀ ଫିଲ୍ମସିଟି ରେ ବରିଷ୍ଠ ପରାମର୍ଶଦାତା ଭାବେ ଯୋଗଦେଇ ଚାନେଲର ବହୁ ଉନ୍ନତି ସାଧନ କରିଛନ୍ତି ।

ବିଶେଷକର ଇ.ଟି.ଭି ଓଡ଼ିଆ ଚାନେଲର ଆଧୁନୀକିକରଣ ଓ କାର୍ଯ୍ୟକ୍ରମ ର ସଫଳ ରୂପାୟନ ଦିଗରେ ତାଙ୍କର ଅବଦାନ ଏ ଜାତି କେବେ ଭୁଲିପାରିବ ନାହିଁ ।

୧୯୫୦ ରୁ ଆକାଶବାଣୀ କଟକ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ କାର୍ଯ୍ୟକ୍ରମ -ନାଟ୍ୟକାର ଏବଂ କାର୍ଯ୍ୟକ୍ରମ ନିଷ୍କାଦକ ଭାବେ ସଫଳତା ହାସଲ କରିଛନ୍ତି ।

ସେ ଏକାଧାରାରେ ଜଣେ ନାଟ୍ୟକାର, ଔପନ୍ୟାସିକ ଓ ଗାଳ୍ପିକ ଭାବରେ ଓଡ଼ିଶାର ପୁରପଲ୍ଲିରେ ସୁପରିଚିତ ।

ଆକାଶବାଣୀ, ଦୂରଦର୍ଶନରେ ପ୍ରସାରିତ ନାଟକ ଭିତରୁ ବନ୍ୟା, ଚୋରାବାଲି, ସ୍ୱାକ୍ଷର, ମାନସୀ ସନ୍ଧାନ, ବିଗତ ବୁଦ୍ଧ, ସ୍ୱପ୍ନକଣିକା, ଦ୍ୱିପହର ଧୂପ ଆଜି ଧାରାବାହିକ ଭାବେ ପ୍ରସାରିତ ହୋଇଛି ।

ସେହିଭଳି ଦୂରଦର୍ଶନରେ ସଞ୍ଜଦିଘଡ଼ି, ଧାରାବାହିକ ସକଳତୀର୍ଥ, ବେଗମ୍‌ ଭାଷଣ ଶିକ୍ଷା ଓ ଘର ଆଦି ପ୍ରସାରିତ ହୋଇ ଦର୍ଶକ ମାନଙ୍କର ମନ ଓ ହୃଦୟକୁ ଛୁଇଁ ପାରିଛି ।

ଅକ୍ଷୟ କୁମାର ମହାନ୍ତିଙ୍କ ରଚିତ ୧୦ ଟି ପୂର୍ଣ୍ଣାଙ୍ଗ ନାଟକ, ଗୋଟିଏ ଛୋଟ ନାଟକ ସଂକଳନ, ଗୋଟିଏ ବ୍ୟଙ୍ଗ ନାଟକ ଧାରାବାହିକ ଓ ୫ ଟି ରସସ୍ୟଧର୍ମୀ ଉପନ୍ୟାସ ଓ ୨ଟି କ୍ଷୁଦ୍ରଗଳ୍ପ ସଂକଳନ ମୌଳିକ ସୁଜନଶୀଳ ସାହିତ୍ୟ ପ୍ରତିଭାର ପରିଚୟ ଦିଏ ।

ଏହିଭଳି ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କର ଅକାଳ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅପୂର୍ଣ୍ଣ ହୋଇ ରହିଗଲା । ସେ ଅପୂର୍ଣ୍ଣତା ହୁଏତ ଆଉ ପୂରଣ ତ ହେବ ନାହିଁ;

ବରଂ ତାଙ୍କର କୃତି ଓ କୀର୍ତ୍ତି ଓଡ଼ିଶାର ସମସ୍ତ ପାଠକ ଓ ଦର୍ଶକଙ୍କ ହୃଦୟରେ ଅଭୁଲା ଓ ସ୍ମରଣୀୟ ହୋଇ ରହିବ ।

ସେ ଥିଲେ ଜଣେ ଅଜାତଶତ୍ରୁ ମାର୍ଜିତ, ଭଦ୍ର, ସରଳ, ମିଷ୍ଟଭାଷୀ ଓ ଅମାୟିକ ବ୍ୟକ୍ତିତ୍ୱ ଅଗଣିତ ସୁହୃଦ ଛାତ୍ର ଗବେଷକ, ସହୋଦର ତଥା ସମଧର୍ମୀ ମାନଙ୍କର ସେ ଥିଲେ ସତରେ ଜଣେ ପ୍ରେରଣାର ଉତ୍ସ ।

ସେଥିଲେ ସମାଜ ସଂସ୍କାରକ, ନୀତି ନୈତିକତା ଆଧାରିତ ଜୀବନ ଗଠନର ସ୍ୱପ୍ନ ସେ ଦେଖୁଥିଲେ । ତାଙ୍କର ପ୍ରତିଟି ସୃଷ୍ଟିରେ ସେ ରେଡ଼ିଓ, ଦୂରଦର୍ଶନ ତଥା ସାହିତ୍ୟ ରଚନା କ୍ଷେତ୍ରରେ ତାଙ୍କ ଲେଖନୀ ସ୍ୱତନ୍ତ୍ର ବାସ୍ତବରେ ସେ ଥିଲେ ବାଗଦେବୀ ସରସ୍ୱତୀଙ୍କ ବରପୁତ୍ର ସେ ମରି ମଧ୍ୟ ଅମର । ତାଙ୍କ ନାମ ମଧ୍ୟ ଅକ୍ଷୟ – କୀର୍ତ୍ତି ମଧ୍ୟ ଅକ୍ଷୟ ।

Harihar Kanungo
Harihar Kanungo

Filed Under: ବିଶେଷ ଖବର, ମୁଖ୍ୟ ଖବର Tagged With: ଓଡିଶା

  • Page 1
  • Page 2
  • Page 3
  • Interim pages omitted …
  • Page 10
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ