• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗଣମାଧ୍ୟମ

ଋଣ ଶୁଝି ନପାରି ଚାଷୀଙ୍କ ଆତ୍ମହତ୍ୟା

January 17, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ରାଇଘର, ଜାନୁଆରୀ ୧୭(ଓଡିଶା ଡଟ୍ କମ୍)-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ସରଗୁଲି ଗ୍ରାମର ମୃତ୍ୟୁଞ୍ଜୟ ଦେ ଙ୍କ ଫସଲ କ୍ଷତିହୋଇଥିବାବେଳେ ଋଣଭାର ସହ୍ୟ କରିନପାରି ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚାର ବିଷୟ ହୋଇଛି ।

ସରଗୁଲି ଗ୍ରାମର ମୃତ୍ୟୁଞ୍ଜୟ ନିଜର ୫ ଏକର ଜମିର ମକା,ବାଇଗଣ,ଫୁଲକୋବି ଆଦି ଚାଷ କରିଥିଲେ । ପାଣିର ଅଭାବ ଓ ବିଭିନ୍ନ କାରଣରୁ ଫସଲ ନଷ୍ଟ ହୋଇଯିବା ଯୋଗୁଁ ସେ ଋଣ ଶୁଝି ନପାରିବାରୁ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଗ୍ରାମବାସୀ ଓ ମୃତ୍ୟୁଞ୍ଜୟଙ୍କ ବଡଭାଇ ଗଣମାଧ୍ୟମକୁ କହିଛନ୍ତି ଯେ,ମୃତ୍ୟୁଞ୍ଜୟର ଗୋଟିଏ ପୁଅ,ଗୋଟିଏ ଝିଅ । ସେ ଫସଲ ନଷ୍ଟ ହେବାଯୋଗୁଁ ସେ ଆତ୍ମହତ୍ୟା କରିଥାଇପାରେ ।

ରାଇଘର ପୋଲିସ ପକ୍ଷରୁ ଏସଆଇ ଅକ୍ଷୟ କୁମାର ରାଉଳ ଶବକୁ ଜବତ କରିବା ସହ ଏକ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଏହି ଘଟଣା ପରେ ଶବରଖି ଲୋକମାନେ ଉମରକୋଟ-ରାଇଘର ରାସ୍ତା ଅବରୋଧ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗଣମାଧ୍ୟମ, ଚାଷୀ ଆତ୍ମହତ୍ୟା

ନିଜର ସ୍ଥିତି ଜାଣିବାକୁ ସୁପ୍ରିମକୋର୍ଟ ଗଲେ ପ୍ୟାରୀମୋହନ

December 10, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୦(ଓଡିଶା ଡଟ୍ କମ୍)- ବିଜେଡିରୁ ବହିଷ୍କାର ହେବାପରେ ରାଜ୍ୟ ସଭାରେ ତାଙ୍କର ସ୍ଥିତି କଣ ଜାଣିବା ପାଇଁ ସୋମବାର ସୁପ୍ରୀମ କୋର୍ଟର ଆଶ୍ରୟ ନେଇଛନ୍ତି ସାଂସଦ ପ୍ୟାରୀମୋହନ ମହାପାତ୍ର ।

ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ,୧୬ ନଭେମ୍ବର ୨୦୧୨ରେ ବିଜେଡି କାର୍ଯ୍ୟକାରିଣୀ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା । ହେଲେ ସେହି ବହିଷ୍କାର ଚିଠି ଏ ପର୍ଯ୍ୟନ୍ତ ପାଇନାହାଁନ୍ତି ।

ରାଜ୍ୟସଭାର ସଦସ୍ୟ ହୋଇଥିବାରୁ ଦଳରୁ ବହିଷ୍କୃତ ଖବର ତୁରନ୍ତ ରାଜ୍ୟସଭା ସେକ୍ରେଟେରୀଏଟ୍କୁ ଜଣାଇ ଦିଆଯିବା କଥା । ଯାହା ବର୍ତମାନ ସୁଦ୍ଧା ହୋଇନାହିଁ । ଏଭଳି ପରିସ୍ଥିତିରେ ରାଜ୍ୟ ସଭାରେ ତାଙ୍କର ସ୍ଥିତି କଣ ଜାଣିବା ପାଇଁ ସେ ନିବେଦନ କରିଛନ୍ତି ।

ଗତ ଶୁକ୍ରବାର ଦିନ ପ୍ୟାରୀମୋହନ ସୁପ୍ରୀମକୋର୍ଟ ଯିବେ ବୋଲି ଗଣମାଧ୍ୟମକୁ ଜଣାଇଥିଲେ । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ ।

ଗତ ମେ ୨୯ ତାରିଖ ରାତିରେ ତଥାକଥିତ ମିଡ୍ନାଇଟ ଅପରେସନ ପରେ ତାଙ୍କୁ ଦଳରୁ ପ୍ରଥମେ ନିଲମ୍ବନ ଓ ପରେ ନଭେମ୍ବର ୧୬ ତାରିଖରେ ବହିଷ୍କାର କରାଯାଇଥିଲା । ଏହାପରେ ପ୍ୟାରୀ ଓଡିଶା ଜନମୋର୍ଚ୍ଚା ଗଠନ କରି ସଭ୍ୟ ସଂଗ୍ରହ କରିବାରେ ଲାଗିପଡିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓଡିଶା ଜନମୋର୍ଚ୍ଚା, ଗଣମାଧ୍ୟମ, ପ୍ୟାରୀମୋହନ, ବିଜେଡ଼ି, ରାଜ୍ୟସଭା, ସାମ୍ବାଦିକ ସମ୍ମିଳନୀ, ସୁପ୍ରିମକୋର୍ଟ

ଅନାହାର ମୃତ୍ୟୁକୁ ନେଇ ବିଧାନସଭାରେ ଆଲୋଚନା

December 8, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୮(ଓଡିଶା ଡଟ୍ କମ୍)-ରାଜ୍ୟରେ ଅନାହାର ମୁତ୍ୟୁ ଉଦ୍ବେଗ ଜନକ ପରିସ୍ଥିତି ସୃଷ୍ଟି କରିଛି । ସରକାରଙ୍କ ଅବହେଳା ପାଇଁ ଏହା କ୍ରମଶଃ ବୃଦ୍ଧି ପାଉଛି ବୋଲି ଶୁକ୍ରବାର ଦିନ ବିରୋଧୀ ଦଳ ପକ୍ଷରୁ ବିଧାନ ସଭାରେ ଅଭିଯୋଗ କରାଯାଇଛି ।

ରାଜସ୍ୱମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏ ସଂପର୍କରେ କହିଲେ ବର୍ତମାନ ଯେଉଁ ସବୁ କାର୍ଯ୍ୟକ୍ରମ ସରକାରଙ୍କ ତରଫରୁ ଗ୍ରହଣ କରାଯାଉଛି ସେଥିରେ କେହି ଅନାହାର ମୃତ୍ୟୁବରଣ କରିବା ହାସ୍ୟାସ୍ପଦ ।

ଅନାହାର ମୃତ୍ୟୁ ସମ୍ପର୍କରେ ଗଣମାଧ୍ୟମରୁ ଖବର ପାଇବାର ୪୮ ଘଣ୍ଟା ମଧ୍ୟରେ ତାହାର ତଦନ୍ତ କରାଯାଉଛି । ହେଲେ ଏହି ଘଟଣା ସଂପର୍କରେ କେବେ କୌଣସି ବିଧାୟକ କି ଲୋକପ୍ରତିନିଧି ଟେଲି ଫୋନ କରି ଜଣାଇ ନାହାଁନ୍ତି ।

ମୁଲତବୀ ଆଲୋଚନା ଆରମ୍ଭ କରି କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ,ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି । କିନ୍ତୁ ରାଜ୍ୟ ସରକାର ତାକୁ ଠିକ୍ ଭାବେ କାର୍ଯ୍ୟକାରୀ କରୁନାହିଁନ୍ତି । ଫଳରେ ଗରିବ ଲୋକ ଅନାହାରରେ ମରୁଛନ୍ତି ।

ବିରୋଧିଦଳ ନେତା ଭୂପିନ୍ଦର ସିଂ କହିଲେ ଯେ,ଯଦି ଜଣଙ୍କର ଜୀବନହାନି ହୁଏ ସେଥିପାଇଁ ସରକାର ଦାୟୀ । କେନ୍ଦ୍ର ସରକାର ଗରୀବ ହଟାଇବା ପାଇଁ ସବୁ ଯୋଜନା କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଠିକ୍ ଭାବେ କାର୍ଯ୍ୟକାରୀ କରିନାହିାଁନ୍ତି ।

ଭାଜପା ସଦସ୍ୟ ହିତେଶ କୁମାର ବଗର୍ତି କହିଥିଲେ ଯେ,ଏବେ ବି ନୂଆପଡାରେ ୮୦ ପ୍ରତିଶତ ଲୋକ ଗରିବର ତାଡନାରେ ଶଢୁଛନ୍ତି ।

ଦୃଷ୍ଟି ଆକର୍ଷଣକାରୀ ନୋଟିସ୍ ଜରିଆରେ ଶାସକ ଦଳର ସଭ୍ୟ ଅନନ୍ତ ଦାସ କହିଲେ ଯେ,ଯେଉଁ ଅଞ୍ଚଳରେ ଅନାହାର ମୁତ୍ୟୁ ହେଉଛି ସେଥିପାଇଁ ସେ ଅଞ୍ଚଳର ବିଧାୟକ ଦାୟୀ । କାରଣ ସେ ତାଙ୍କ ଲୋକଙ୍କ ପ୍ରତି ଧ୍ୟାନ ଦେଉନାହାଁନ୍ତି । ଲୋକଙ୍କ କଥା ଭୁଲି ଯାଉଛନ୍ତି ।

କେବଳ ଦାୟୀକଲେ ହେବନାହିଁ । ତାଙ୍କ ବିରୋଧରେ ୩୦୨ ଦଫାରେ ମାମଲା ହେବା ଆବଶ୍ୟକ । ଲୋକପ୍ରତିନିଧିଙ୍କୁ ଉତରଦାୟୀ ବ୍ୟବସ୍ଥା ରହିଲେ ସବୁ ଠିକ୍ ହୋଇଯିବ । କିନ୍ତୁ ଅନାହାର ମୃତ୍ୟୁ ହେବା ଅଭିଯୋଗ ସତ୍ୟ ନୁହେଁ ବୋଲି ଶ୍ରୀ ଦାସ ଦର୍ଶାଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅନାହାର ମୃତ୍ୟୁ, ଗଣମାଧ୍ୟମ, ବିଧାନସଭା

ବିଜେଡିରୁ ବହିଷ୍କାର ନିଷ୍ପତିକୁ ପ୍ୟାରୀଙ୍କ ଚ୍ୟାଲେଞ୍ଜ

December 6, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୬(ଓଡିଶା ଡଟ୍ କମ୍)-ବିଜେଡିରୁ ବହିଷ୍କାର ନିଷ୍ପତିକୁ ସୁପ୍ରୀମ କୋର୍ଟରେ ଚ୍ୟାଲେଞ୍ଜ କରିବେ ସାଂସଦ ପ୍ୟାରୀମୋହନ ମହାପାତ୍ର । ଗଣମାଧ୍ୟମକୁ ଆଜି ଏ ସଂପର୍କରେ ସେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ତାଙ୍କୁ ଯେଉଁ ଭଳି ଭାବରେ ବହିଷ୍କୃତ କରାଯାଇଛି ତାହା ବେଆଇନ । ସେ ଖବ୍ ଶୀଘ୍ର ଅଦାଲତର ଆଶ୍ରୟ ନେବେ ।

ଗତ ମେ ତଥାକଥିତ ମିଡ୍ ନାଇଟ ଅପରେସନ ପରେ ପ୍ୟାରୀମୋହନଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଏ ସଂପର୍କରେ ଘୋଷଣା କରିଥିଲେ ବିଜେଡି ସୁପ୍ରୀମୋ ନବୀନ ପଟ୍ଟନାୟକ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗଣମାଧ୍ୟମ, ନବୀନ ପଟ୍ଟନାୟକ, ପ୍ୟାରୀମୋହନ ମହାପାତ୍ର, ବିଜେଡ଼ି, ସୁପ୍ରୀମ କୋର୍ଟ

ଦୁର୍ନୀତିମୁକ୍ତ ଅଭିଯାନରେ ସାମ୍ବାଦିକ ସୈନିକ ଭୂମିକା ତୁଲାନ୍ତୁ: ଆନ୍ନା

December 1, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧(ଓଡିଶା ଡଟ୍ କମ୍)-ଦୁର୍ନିୀତିମୁକ୍ତ ସମାଜ ଗଠନ ଦିଗରେ ସାମ୍ବାଦିକମାନେ ଆଗୁଆ ସୈନିକର ଭୂମିକା ତୁଲାଇବାକୁ ଖ୍ୟାତନାମା ସମାଜସେବୀ ଆନ୍ନା ହଜାରେ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା ଗସ୍ତରେ ଆସିଥିବା ଏହି ବିଶିଷ୍ଟ ଗାନ୍ଧୀବାଦୀ ନେତାଙ୍କ ସହ ଶନିବାର ଓଡ଼ିଶା ସାମ୍ବାଦିକ ୟୁନିଅନ (ଓ.ୟୁ.ଜେ)ର ଏକ ପ୍ରତିନିଧି ଦଳ ସାକ୍ଷାତ କରି ରାଜ୍ୟରେ ଗଣମାଧ୍ୟମର ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।

ପ୍ରତିନିଧି ଦଳର ନେତୃତ୍ୱ ନେଇ ଜାତୀୟ ସାମ୍ବାଦିକ ୟୁନିଅନ୍ (ଏନ୍.ୟୁ.ଜେ) ଉପସଭାପତି ତଥା ଓ.ୟୁ.ଜେ ସଭାପତି ପ୍ରସନ୍ନ ମହାନ୍ତି ରାଜ୍ୟରେ ସାମ୍ବାଦିକମାନଙ୍କ କଣ୍ଠରୋଧ କରିବା ପାଇଁ ପ୍ରଶାସନିକ ସ୍ତରରେ ଚାଲିଥିବା ଦମନଲୀଳା ସଂପର୍କରେ ଆନ୍ନାଙ୍କୁ ଅବଗତ କରାଇବା ସହ ସାନି ଓଡ଼ିଶା ଗସ୍ତରେ ଆସିବାକୁ ଆମନ୍ତ୍ରଣ କରିଥିଲେ ।

କୌଣସି ଚାପର ବଶବର୍ତ୍ତୀ ନହେଇ ସାମ୍ବାଦିକମାନେ ରାଜ୍ୟରେ ଚାଲିଥିବା କମ୍ପାନୀରାଜ ବିରୋଧରେ ସ୍ୱର ଉଠାଇବା ସହ ସାଧାରଣଲୋକଙ୍କ ପ୍ରତିବାଦକୁ ପ୍ରାଧାନ୍ୟ ଦେବାପାଇଁ ଆନ୍ନା ଏହି ଅବସରରେ ପରାମର୍ଶ ଦେଇଥିଲେ ।

ପ୍ରତିନିଧି ଦଳରେ ଓ.ୟୁ.ଜେ କାର୍ଯ୍ୟାଳୟ ସଂପାଦକ ସୁଧାଂଶୁ ଶେଖର ପରିଡ଼ା, ଦିପକ ମହାପାତ୍ର ପ୍ରମୁଖ ଆନ୍ନାଙ୍କୁ ସାକ୍ଷାତ କରି ଆଲୋଚନାରେ ଭାଗ ନେଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆନ୍ନା ହଜାରେ, ଗଣମାଧ୍ୟମ

ଡାକ୍ତରଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ହାଇକୋର୍ଟ ନୋଟିସ

November 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) -ଆୟୁଷ ଡାକ୍ତର ମାଧବୀଲତା ପ୍ରଧାନଙ୍କ ସନ୍ଦେହଜନକ ମୃତୁ ଘଟଣାରେ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ହୋଇକୋର୍ଟ । ତଦନ୍ତ ପ୍ରକ୍ରୀୟାରେ କଣ ଅଗ୍ରଗତି ଘଟିଛି ସେ ସଂପର୍କରେ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ବିଚାରପତି ଜଷ୍ଟିସ୍ ଭି.ଗୋପାଳ ଗୌଡ ଓ ଜଷ୍ଟିସ ବିରକିଶୋର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ମାମଲାର ଶୁଣାଳୀ କରିଥିଲେ ।

ମାଧବୀଙ୍କ ମୃତ ତଦନ୍ତ ପାଇଁ ପୋଲିସ ଦ୍ୱାରାହେଉଥିବା ତଦନ୍ତ ଉପରେ ଭରସା ନକରି ସିବିଆଇ ତଦନ୍ତ ପାଇଁ ମୃତକଙ୍କ ଭାଇ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ଅନ୍ୟପଟେ ଏହି ଘଟଣାରେ ପୁରୀରେ କ୍ରାଇମବ୍ରାଂଚ ତଦନ୍ତ ଜାରିରଖିଛି ।

ତେବେ ବଦଳି ଚାପ ଏବଂ ପ୍ରେମଜନିତ କାରଣରୁ ମାଧବୀ ଟ୍ରେନ ସମ୍ମୁଖରେ ଶୋଇ ଆତ୍ମହତ୍ୟା କରିଥିବା ଜିଆରପି ପୁଲିସ ଗଣମାଧ୍ୟମକୁ କହିଛି ।ଗତ ୨୬ଦିନ ଧରି ଅନ୍ଧାରରେ ବାଡିବୁଲାଉଥିବା ରେଳବାଇ ପୁଲିସ ମଙ୍ଗଳବାର ଦିନ କ୍ରାଇମବ୍ରାଞ୍ଚକୁ ତଦନ୍ତ ରେକର୍ଡ ହସ୍ତାନ୍ତର କରିବା ପୂର୍ବରୁ ଏପରି ସୂଚନାଦେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ଡିଏସପି ଆଲୋକ ଦାସଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଦଳ ମଙ୍ଗଳବାର ଦିନ ପୁରୀ ଜିଆରପି ଫାଣ୍ଡିରେ ପହଞ୍ଚି ଶବ ବ୍ୟବଚ୍ଛେଦ ରିପୋର୍ଟ ସମେତ ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସର ଡ୍ରାଇଭର, ଗାର୍ଡ ଏବଂ ମାଳତୀପାଟପୁର ରେଳ ଷ୍ଟେସନର ଫ୍ଲାଗମ୍ୟାନଙ୍କ ଲିଖିତ ବୟାନକୁ ଟିକିନିଖିଭାବେ ଯାଞ୍ଚ କରିଥିଲେ ।

ଜିଆରପି ପୁଲିସକୁ ସାଥୀରେ ଧରି କ୍ରାଇମବ୍ରାଞ୍ଚ ଟିମ ଶବ ପୋତାଯାଇଥିବା ଶ୍ମଶାନକୁ ଯାଇଥିଲେ । ସଂପୃକ୍ତ ସ୍ଥାନକୁ ଖୋଳାଯାଇଥିଲେ ମଧ୍ୟ ସେଠାରେ ଶବର ଚିହ୍ନବର୍ଣ୍ଣ ମିଳିନଥିଲା । ବୁଧବାର ଦିନ ଟିମ୍ ସଦସ୍ୟମାନେ ସଂଗ୍ରହ କରିଥିବା ତଥ୍ୟର ଯାଞ୍ଚ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗଣମାଧ୍ୟମ, ପୋଲିସ, ମାଧବୀଲତାଙ୍କ ମୃତ, ରାଜ୍ୟ ସରକାର, ହାଇକୋର୍ଟ

ପ୍ୟାରୀଙ୍କ ଅଭିଯୋଗ ଭିତିହୀନ ଓ ମିଥ୍ୟା: ନବୀନ

October 31, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୩୧(ଓଡ଼ିଶା ଡ଼ଟ୍ କମ୍) –ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିଲ୍ଲୀ ଗସ୍ତରୁ ଫେରିବାପରେ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ୟାରୀମୋହନଙ୍କ ଅଭିଯୋଗ ଭିତିହୀନ ଓ ମିଥ୍ୟା ଓ ଏଥିରେ କୌଣସି ସତ୍ୟାସତ୍ୟ ନାହିଁ ।

ଏଥିସହିତ ସେ କହିଥିଲେ ଯେ, ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ପ୍ୟାରୀମୋହନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ତାଙ୍କର ସମସ୍ତ କାର୍ଯ୍ୟକଳାପକୁ ଅନୁଧ୍ୟାନ କରିବେ ଏବଂ ଠିକଣା ସମୟରେ ନିଷ୍ପତ ନେବେ ।

ପଟ୍ଟନାୟକ ଓ ମହାପାତ୍ର ଏୟାର ଇଣ୍ଡିଆନ ବିମାନରେ ଦୁଇ ଜଣ ସାଙ୍ଗହୋଇ ଆସିଥିଲେ ମଧ୍ୟ ବିମାନ ମଧ୍ୟରେ କୌଣସି କଥାବାର୍ତା ହୋଇନାହିଁନ୍ତି ବୋଲି ପ୍ୟାରୀମୋହନ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ୨୮ ତାରିଖରେ ବିଜେଡିରୁ ନିଲମ୍ବିତ ସାଂସଦ ତଥା ଓଡିଶା ଜନମୋର୍ଚ୍ଚାର ଅଧ୍ୟକ୍ଷ ପ୍ୟାରୀମୋହନ ମହାପାତ୍ର କ୍ରାନ୍ତି ସମାବେଶରେ ବିଜେଡି କୋଇଲା ବ୍ଲକ ଆବଣ୍ଟନରେ ସଂପୃକ୍ତ ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ଏଥିସହିତ ସେ କହିଥିଲେ ଯେ, ମୋର୍ଚ୍ଚା କଂଗ୍ରେସର ବି ଟିମ୍ ନୁହେଁ । ବିଜେଡି କୋଇଲା ବ୍ଲକ ସୁପାରିଶରେ ସଂପୃକ୍ତ ଥିବାରୁ କଂଗ୍ରେସ ସହିତ ସଲାସୁତୁରା କରୁଛି । ତେଣୁ ବିଜେଡି କଂଗ୍ରେସର ବି ଟିମ୍ ବୋଲି ଅଭିଯୋଗ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, ଗଣମାଧ୍ୟମ, ଜନମୋର୍ଚ୍ଚା, ପ୍ୟାରୀମୋହନ ମହାପାତ୍ର, ବିଜେଡ଼ି, ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ

କୋମାରେ ସମାଜବାଦ, ବଞ୍ଚେଇବାକୁ ହେଲେ ସେବା ଆବଶ୍ୟକ:ମତ

September 28, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) –ଗତ ୮୦ ଦଶକର ଶେଷ ଭାଗରେ ସମାଜବାଦକୁ ନୀରବରେ ‘କବର’ ଭିତରକୁ ଠେଲି ଦିଆ ଯାଇଛିି ବୋଲି ଯାହା କୁହାଯାଉଛି, ତାହା ଠିକ ନୁହେଁ । ସମାଜବାଦର ମୃତ୍ୟୁ ନାହିଁ । ବରଂ ସମାଜବାଦ ଏବେ ‘କୋମା’ରେ ଅଛି ବୋଲି କୁହାଯାଇପାରେ ।

ଉପଯୁକ୍ତ ସେବା ପାଇଲେ ସେ ପୁଣି ସଳଖି ଠିଆ ହୋଇପାରିବ । ଆଜିର ମୁଖ୍ୟଧାରା ଗଣମାଧ୍ୟମରୁ କେବେବି ସେପରି ସେବା ଆଶା କରାଯାଇ ନ ପାରେ । ଆଜିକାଲି ସମ୍ବାଦ ଗଣମାଧ୍ୟମର ଉତ୍ପାଦନ ନୁହେଁ । ବରଂ, ପାଠକ, ଦର୍ଶକମାନେ ବିଞ୍ଜାପନଦାତାଙ୍କ ପାଇଁ ପଣ୍ୟଦ୍ରବ୍ୟରେ ପରିଣତ ହୋଇଛନ୍ତି ।

ପ୍ରଗତିଶୀଳ ଓଡ଼ିଆ ସମ୍ବାଦ ପତ୍ରିକା ‘ଜନତନ୍ତ୍ର’ବାର୍ଷିକ ଉତ୍ସବରେ ଅନୁଷ୍ଠିତ ଆଜିର ପରିସ୍ଥିତିରେ ସମାଜବାଦକୁ ବିକଳ୍ପ ରୂପେ ଆଗକୁ ଆଣିବାରେ ଗଣମାଧ୍ୟମ ବିତର୍କ ଆରମ୍ଭ କରି ପାରିବ କି?‛- ଶୀର୍ଷକ ଆଲୋଚନାରେ ଉପରୋକ୍ତ ମତ ପ୍ରକାଶ ପାଇଛି ।

ମୁଖ୍ୟଅତିଥି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଳୟ କାନୁନ୍ଗୋ କହିଲେ -ସମାଜବାଦ କେବେ ମରିପାରେନା । ରୋଗଗ୍ରସ୍ତ ହୋଇ ମୁମୁର୍ଷ (କୋମା) ଅବସ୍ଥାରେ ଶଯ୍ୟାଶାୟୀ । ସେବା ଶୁଶ୍ରୁଷା ଟିକେ ପାଇଲେ ସେ ପୁଣି ଉଠିବ ।

ବର୍ତମାନ ବିଶ୍ୱରେ ବିଭିନ୍ନ ସ୍ଥାନରେ ବିଶେଷତଃ, ପୁଞ୍ଜିବାଦୀ ରାଷ୍ଟ୍ର ଆମେରିକାରେ ‘ୱାଲ୍ଷ୍ଟ୍ରିଟ ଦଖଲ କର’ ଅଭିଯାନ ଦର୍ଶାଉଛି ଯେ ସମାଜବାଦ ପାଇଁ ପୁଣି ଏକ ଅନୁକୂଳ ପରିବେଶ ସୃଷ୍ଟି ହେଉଛି ।

ଏ କଥା ସତ ଯେ, ଅତି ଚତୁରତାର ସହିତ ପୁଞ୍ଜିବାଦ ତା ପ୍ରତି ସମ୍ଭାବ୍ୟ ବିପଦକୁ ଟାଳିଦେଇ ପାରୁଛି । ପୁଞ୍ଜିିବାଦର ଚତୁର ଆଚରଣ ପ୍ରତି ଦୃଷ୍ଟି ଆକର୍ଷଣ କରି ସେ କହିଲେ ଯେ ନିରୋଳା ସମାଜବାଦର ପ୍ରତିଷ୍ଠାକୁ ବାଧାଦେବା ପାଇଁ ବିଶ୍ୱ ପୁଞ୍ଜିବାଦ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରେ ।

ପୁଞ୍ଜିିବାଦ ଭିତରେ ବି ସମାଜବାଦର ଲକ୍ଷ୍ୟରେ ପହଞ୍ଚିବା ସମ୍ଭବ ବୋଲି,ଏକ ଭ୍ରମ ସୃଷ୍ଟି କରେ । ସେ ଦୃଷ୍ଟାନ୍ତ ଦେଇ କହିଲେ ଯେ ପ୍ରସ୍ତାବିତ ଗ୍ଳୋବାଲ ସୋସିଆଲ ଡେମୋକ୍ରାସି ଏହିପରି ଏକ କୌଶଳ ।

ସମାଜବାଦକୁ କେନ୍ଦ୍ରୀୟ ଆଦର୍ଶ କରି ଗଢ଼ି ଉଠୁଥିବା ସଂଗଠନ ଭିତରେ ନିଷ୍ପତି ପ୍ରକ୍ରିୟାର ବିକେନ୍ଦ୍ରୀକରଣ ଉପରେ କାନୁନଗୋ ଗୁରୁତ୍ୱ ଦେଇଥିଲେ । ସମାଜବାଦ ଆଦର୍ଶରେ ବିଶ୍ୱାସ କରୁଥିବା କରୁଥିବା ବ୍ୟକ୍ତିଙ୍କ ଭିତରେ ସମ୍ପତି ଠୁଳୀକରଣ ମାନସିକତା ଦେଖାଦେଲେ- ସମାଜବାଦର ପ୍ରତିଷ୍ଠା ଅସମ୍ଭବ ହୋଇପଡ଼ିବ ।

ସମାଜବାଦରେ ବିଶ୍ୱାସ କରୁଥିବା ଲୋକେ ପ୍ରଥମେ ସେମାନଙ୍କ ଜୀବନରେ ଆଚରଣରେ ସମାଜବାଦୀ ହେବା ଦରକାର । ସମାଜବାଦ ବଂଚିଲେ ତ ଗଣମାଧ୍ୟମରେ ଆଲୋଚନା ପ୍ରୋତ୍ସାହନ ପାଇବ କି ନାହିଁ ସେ ପ୍ରଶ୍ନ ଉଠିବ!

ତେଣୁ ସମାଜବାଦକୁ ବଞ୍ଚାଇ ରଖିବାର ଉଦ୍ୟମ ଅବ୍ୟାହତ ରହିବା ଦରକାର । ସମାଜବାଦୀ ଆନ୍ଦୋଳନରେ ଅଧିକରୁ ଅଧିକ ଲୋକଙ୍କର ଅଂଶଗ୍ରହଣକୁ ନିଶ୍ଚିିତ କରାଯିବା ଦରକାର ବୋଲି ପ୍ରଫେସର କାନୁନଗୋ କହିଥିଲେ ।

ମୁଖ୍ୟ ବକ୍ତା ଡ. ବୀରେନ୍ଦ୍ର ନାୟକ ନିଜର ମତ ଦେଇ କହିଲେ ଯେ ଆଜିକାର ମୁଖ୍ୟଧାରା ଗଣମାଧ୍ୟମରୁ ଏପରି ଆଶା ଏକ ବ୍ୟର୍ଥ ପ୍ରତ୍ୟାଶା । ଆଜିକାର ଗଣମାଧ୍ୟମର ସ୍ୱରୂପ ଓ ଚରିତ୍ର ଯାହା-ସେଠାରେ ସମାଜବାଦ ଉପରେ ଆଲୋଚନା ପ୍ରୋତ୍ସାହନ ପାଇବା ସମ୍ଭବ ନୁହେଁ ।

ଆଜିକାର ବିଜ୍ଞାପନ ସର୍ବସ୍ୱ ଗଣମାଧ୍ୟମରେ ବିଜ୍ଞାପନ ଦାତା ଅର୍ଥାତ୍ ବଡ଼ ବଡ଼ କମ୍ପାନୀମାନେ ହିଁ ପରୋକ୍ଷ ଭାବେ ନିୟନ୍ତ୍ରଣ କରିଥାନ୍ତି ସମ୍ବାଦର ପ୍ରକାଶନ । ଯେଉଁ ସମ୍ବାଦ ବା ଆଲୋଚନା ବିଜ୍ଞାପନ ଦାତାଙ୍କର ସ୍ୱାର୍ଥ ପ୍ରତି ବିପଦ ସୃଷ୍ଟି କରେ ସେ ପ୍ରକାର ସମ୍ବାଦ ପ୍ରକାଶ ନ ପାଉଥିବାର କେତୋଟି ଉଦାହରଣ ଦେଇ ଦର୍ଶାଇଥିଲେ ।

ପୁଞ୍ଜିବାଦୀ ବ୍ୟବସ୍ଥାର ହାତବାରିସୀ ହୋଇଥିବା ଗଣମାଧ୍ୟମରେ ସମାଜବାଦ ପ୍ରୋସôାହିତ ହେବା ଅସମ୍ଭବ ବୋଲି ସେ କହିଥିଲେ । ମୁକ୍ତ ବଜାର ଅର୍ଥନୀତିର ପରିବେଶରେ କ୍ରେତା ସୃଷ୍ଟି ହିଁ ଆଜିକାର ଗଣମାଧ୍ୟମର ମୁଖ୍ୟ ଉଦେ୍ଧଶ୍ୟ ।

ତେଣୁ ଆଜିକାର ଗଣମାଧ୍ୟମ ସମାଜବାଦର ଆଲୋଚନାକୁ କଦାପି ପ୍ରୋସôାହିତ କରିବ ନାହିଁ । ସେ ଐତିହାସିକ ଦୃଷ୍ଟାନ୍ତ ଦେଇ କହିଲେ ଯେ ଏକଦା ଶ୍ରମିକମାନଙ୍କୁ ସଂଗଠିତ କରି ସମାଜରେ ଏକ ବୈପ୍ଳବିକ ପରିବତ•ର୍ନ ଆଣିବାର ସମ୍ଭାବନା ଯାହା ଗଣମାଧ୍ୟମ ବିଲାତ ଦେଶରେ ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସୃଷ୍ଟି କରିଥିଲା, ତାହାକୁ ତତ୍କାଳୀନ ଶାସକ ଶ୍ରେଣୀ ବିଭିନ୍ନ ପ୍ରକାର କଟକଣା ଜରିଆରେ ବିକଳାଙ୍ଗ କରିଦେଲା ।

କ୍ରମଶଃ ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରୟୋଗ ପ୍ରକାଶନକୁ ଖର୍ଚ୍ଚବହୁଳ କରିଦେଲେ । ଯାହା ଫଳରେ ଏହିଭଳି ପ୍ରକାଶନ ଗୁଡ଼ିକ କ୍ରମଶଃ ବନ୍ଦ ହେଲା । ସେ ବିଶିଷ୍ଟ ଚିନ୍ତା ନାୟକ ନୋମ ଚୌମ୍ସ୍କିିଙ୍କ ବକ୍ତବ୍ୟ ଉଦ୍ଧାର କରି କହିଲେ ଯେ ଆଜିର ଗଣମାଧ୍ୟମର ଆଦର୍ଶ ଯେତେବେଳେ ସାମ୍ୟବାଦ ବିରୋଧୀ ସେତେବେଳେ ସମାଜବାଦର ଆଲୋଚନା ଆଜିକାର ଗଣମାଧ୍ୟମରେ ଆଶା କରିବା ବୃଥା ।

ଆମେରିକାର ଗଣମାଧ୍ୟରେ ସମାଜବାଦ ଏକ ବର୍ଜନୀୟ ଶବ୍ଦ । ଭାରତ ଆଜି ଯେତେବେଳେ ଆମେରିକାର ଅନୁଗତ ରାଷ୍ଟ୍ର ସେତେବେଳେ ଏ ପ୍ରକାର ଗଣମାଧ୍ୟମ ଆମେରୀକୀୟ ଗଣମାଧ୍ୟମଠାରୁ ଅନ୍ୟଥା ବା କହିଁକି ହେବ?

ତେଣୁ ଆଜିକାର ଗଣମାଧ୍ୟମ କଦାପି ସମାଜବାଦର ଆଲୋଚନାକୁ ପ୍ରୋତ୍ସାହିତ କରିବ ନାହିଁ ବୋଲି ଡ. ନାୟକ ପ୍ରତିପାଦନ କରିଥିଲେ ଏବଂ କେବଳ ଛୋଟ ଛୋଟ ପତ୍ରିକା ହିଁ ଏହା କରିପାରିବ ବୋଲି ମତ ଦେଇଥିଲେ ।

ପ୍ରଫେସର ନୀଳମଣି ସାହୁ କହିଲେ, ସମାଜବାଦୀ ଆନ୍ଦୋଳନରେ ଅଧିକରୁ ଅଧିକ ଲୋକ ଅଂଶଗ୍ରହଣ କଲେ ଆଜିକାର ଗଣମାଧ୍ୟମ ତାହାକୁ କେବେ ଅଣଦେଖା କରିପାରିବ ନାହିଁ । ଉଚ୍ଚାରଣ ଅପେକ୍ଷା ଆଚରଣ ଉପରେ ଗୁରୁତ୍ୱ ଆରୋପ ମଧ୍ୟ କରିଥିଲେ ।

ପ୍ରଥମେ ଜନତନ୍ତ୍ର ସମ୍ପାଦକ ବିବେକାନନ୍ଦ ଦାଶ ଆଲୋଚନା ଆରମ୍ଭ କରି କହିଲେ, ଭାରତର ଦୁଇ ମୁଖ୍ୟ ଦଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ସମାଜବାଦ ପ୍ରତି ଅଙ୍ଗୀକାରବଦ୍ଧ ବୋଲି ଘୋଷଣା କରିଛନ୍ତି ।

ଆମ ସମ୍ବିଧାନ ବି ମୁଖବନ୍ଧରେ କହିଛି ଯେ, ଭାରତ ଏକ ସାର୍ବଭୌମ ସମାଜବାଦୀ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର । ଅଥଚ, ସମାଜବାଦକୁ ନୀରବରେ କବର ଦିଆ ହୋଇଯାଇଛି ।

ସଭାରେ ଅଧ୍ୟକ୍ଷତାକରି କାର୍ଯ୍ୟନିର୍ବାହୀ ସମ୍ପାଦକ ବାସୁଦେବ ମହାପାତ୍ର କହିଲେ, କପୋରେଟ ସିଟିଜେନସିପ ନାମରେ କର୍ପୋରେଟ ହାଉସ ବ୍ୟକ୍ତି ଓ ମାନବିକ ଅଧିକାରକୁ କବଜା କରିବା ଆରମ୍ଭ କରିଛନ୍ତି । ତେବେ, ଗଣମାଧ୍ୟମ ନୈତିକତା ଓ ଦାୟିତ୍ୱବୋଧ ବଜାୟ ରଖି କାମକଲେ ହୁଏତ ଏଭଳି ଆଲୋଚନାର ଆବଶ୍ୟକତା ରହିବନାହିଁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ଗଣମାଧ୍ୟମ, ସମାଜବାଦ, ସମ୍ବିଧାନ

କଂଗ୍ରେସର ନବୀନ ହଟାଅ,ଓଡିଶା ବଞ୍ଚାଅ ପାଲଟିଲା ରଣକ୍ଷେତ୍ର

September 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୬ (ଓଡ଼ିଶା ଡ଼ଟ୍ କମ୍)-ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ନବୀନ ହଟାଅ ଓ ବିଜେଡି ହଟାଅ ନେଇ ମହାସମାବେଶର ଆୟୋଜନ କରାଯାଇ ବିଧାନସଭା ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା ।

ବିଜେଡି ସରକାରଙ୍କ ବିରୋଧରେ ପିପିଲି ଗଣବଳତ୍କାର, ରଣପୁର ଅଙ୍ଗନଓା୍ୱଡି ଶିଶୁ ମୃତ୍ୟୁ ଘଟଣା,ଳିତଙ୍କ ଉପରେ ଅତ୍ୟାଚାର, ଗତବର୍ଷ ମାନବକୃତ ବନ୍ୟା ,କୋଇଲା ଦୁର୍ନୀତି ଅଭିଯୋଗ ଆଣି କଂଗ୍ରେସ ଏହି ଘେରାଉ ସମାବେଶ କରୁଥିବାବେଳେ ମହାତ୍ମା ଗାନ୍ଧୀ ମାର୍ଗ ରଣକ୍ଷେତ୍ର ପାଲଟି ଯାଇଥିଲା । ଏହି ରଣକ୍ଷେତ୍ରରୁ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ବାଦ ପଡିନଥିଲେ ।

ଏହି ସମାବେଶରେଯୋଗ ହଜାର ହଜାର କର୍ମୀ ଯୋଗେଇଥିଲେ । କଂଗ୍ରେସ କର୍ମୀଙ୍କ ଆଗରେ ପୋଲିସ କର୍ମୀଥିଲେ ନଗଣ୍ୟ । ଏତେ ସଂଖ୍ୟାର ସମାବେଶ ହେବ ବୋଲି ପୋଲିସ ଆକଳନ କରିପାରିନଥିଲା ।

ଦଳୀୟ ନେତାଙ୍କ ଆହ୍ୱାନରେ କଂଗ୍ରେସ କର୍ମୀମାନେ ବ୍ୟାରିକେଟ ତାରବାଡ ଭାଙ୍ଗି ବିଧାନ ସଭାକୁ ଘେରାଉ କରିବାକୁ ଯାଉଥିବା ବେଳେ ଆଗରୁ ପ୍ରସ୍ତୁତ ହୋଇ ବ୍ୟାରିକେଟ ନିକଟରେ ଥିବା ପୋଲିସ ପ୍ରଥମେ ପାଣିମାଡ କରିଥିଲେ ।

ଏହାକୁ ଖାତିର କରିନଥିଲେ କଂଗ୍ରେସ କର୍ମୀ । ଏହାପରେ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରା ଯାଇଥିଲା । ପୋଲିସଙ୍କ ଉପରକୁ କଂଗ୍ରେସ କର୍ମୀମାନେ ଢେଲାମାଡ କରିବାରୁ ପୋଲିସ ଲାଠିମାଡ କରିଥିଲା ବୋଲି ପୋଲିସ କହିଛି । ପ୍ରାୟ ଅଢେଇ ଘଂଟା ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ଓ ପୋଲିସଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଚାଲିଥିଲା ।

କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ଇମ୍ପୋସିସ୍ ଥାନାର ଜଣେ ମହିଳା କନେଷ୍ଟବଳ ଗୁରୁତ୍ୱର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଉ ୧୦ରୁ ଉର୍ଦ୍ଧ କନେଷ୍ଟବଳ ଆହତ ହୋଇଛନ୍ତି ।

ସେହିପରି କଂଗ୍ରେସ ଅଭିଯୋଗ କରିଛି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୦୦ କର୍ମୀ ଆହତ ହୋଇଛନ୍ତି ।

କମିଶନରେଟ ପୋଲିସ ଧର୍ଯ୍ୟ ଓ ସଫଳତାର ସହିତ କାର୍ଯ୍ୟ ସଂପାନ କରିଛନ୍ତି ,କେବଳ ପାଣିମାଡ ଓ ଲୁହବୁହା ବାସ୍ପ ପ୍ରୟୋଗ ବ୍ୟତୀତ ଲାଠି ମାଡ ହୋଇ ନାହିଁ ବୋଲି ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ପ୍ରକାଶ କରିଛନ୍ତି ।

ସରକାରଙ୍କ ବିରୋଧରେ ଏହା ଏକ ବିଶାଳ ସମାବେଶ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । କମିଶନରେଟ ପୁଲିସ ପକ୍ଷରୁ ବିଧାନସଭା ସାମନା ଓ ଧାରଣାସ୍ଥଳରେ ବିକ୍ଷୋଭାକାରୀଙ୍କୁ ରୋକିବା ନିମନ୍ତେ ରାସ୍ତା ଉପରେ ଟାଣୁଆ ବାଉଁଶ ପୋତାଯାିଥିଲା ।

ସରକାରଙ୍କ ବିରୋଧରେ କଂଗ୍ରେସ ଏହାପୂର୍ବରୁ ଯେତେଗୋଟି ସମାବେଶ କରିଥିଲା କେଉଁଥିରେ ସଫଳ ହୋଇ ନ ଥିଲା । ଏଥର କିନ୍ତୁ ଏହି ସମାବେଶକୁ ସଫଳ କରିଛି ବୋଲି କଂଗ୍ରେସ ଦାବୀକରିଛି ।

ସରକାରଙ୍କ ବିରୋଧରେ ବିଧାନସଭା ଘେରାଉ କରି କଂଗ୍ରେସଳ ତାର ସ୍ଥିତି ଜାହିର କରିବା ସହ କର୍ମୀମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି ।

ମହିଳା କଂଗ୍ରେସ, ଛାତ୍ରକଂଗ୍ରେସ, ଯୁବ କଂଗ୍ରେସ ଏବଂ ୩୩ଗୋଟି ସାଙ୍ଗଠନିକ ଜିଲାର ସଭାପତିଙ୍କୁ ସପଳ କରିବା ପାଇଁ ଏହି ଦାୟିତ୍ୱ ଦିଆଯାଇଥିଲା । ପୋଲିସର ମାତ୍ରାଧିକ କାର୍ଯ୍ୟ ଯୋଗୁଁ କଂଗ୍ରେସ ନିରପେକ୍ଷତନ୍ତ ଦାବୀକରିଛି । ସେଥିପାଇଁ ଆସନ୍ତା ୧୦ ତାରିଖରେ ଓଡିଶା ବନ୍ଦ ପାଇଁ ଆହ୍ୱାନ ଦେଇଛି ।

ଆଜି ସକାଳୁ ରସୁଲଗଡ, ଏଜି ଛକ, କଳ୍ପନାଛକ, ଗଙ୍ଗନଗର ଇତ୍ୟାଦି ଛକ ଦେଇ ରାଜ୍ୟର ସବୁ ଅଂଚଳରୁ କଂଗ୍ରେସ କର୍ମୀମାନେ ଶୋଭା ଯାତ୍ରାରେ ଆସି ଲୋୟର ପିଏମ୍ଜି ଠାରେ ପହଂଚିବାପରେ ୧୨ଟା ବେଳେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହି ସମାବେଶରେ ଦଳର ରାଜ୍ୟ ପ୍ରଭାରୀ ଜଗୀଶ ଟାଇଟଲର, ବରିଷ୍ଠ ନେତା ଜୟଦେବ ଜେନା, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଶରତ ପଟ୍ଟନାୟକ, ସୌମ୍ୟ ରଂଜନ ପଟ୍ଟନାୟକ, ଚିରଜିଂବୀ ବିଶ୍ୱାଳ, ମହିଳା କଂଗ୍ରେସ ନେତୀ ବିଜୟ ଲକ୍ଷମୀ ସାହୁ ସମେତ ବହୁ ବରିଷ୍ଠ ନେତା ଓ ଛାତ୍ର ଏବଂ ଯୁବ କଂଗ୍ରେସ ନେତାମାନେ ବକ୍ତବ୍ୟ ରଖି ନବୀନ ସରକାର ହଟାଇ ଏକ ସ୍ୱଚ୍ଛ ସରକାର ପ୍ରତିଷ୍ଠାପାଇଁ ଆହ୍ୱାନ ଦେଇଥିଲେ ।

୨୦୧୪ ହେବ ପରିବର୍ତନର ବର୍ଷ । ଗତ ୧୨ବର୍ଷ ହେବ ରାଜ୍ୟରେ ଗୋଟିଏ ସ୍ଥାଣୁ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ରାଜ୍ୟରେ ଚାଲିଛି । ବିଜେଡି ସରକାରଙ୍କୁ ଲୋକପାଳ, ଓଡ଼ିଶା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଭିନ୍ନ ସମୟରେ ଭର୍ତ୍ସନା କରିଥିଲେ ମଧ୍ୟ ଏହି ସରକାରଙ୍କ ଉପରେ ତାର କୌଣସି ପ୍ରଭାବ ପଡୁନାହିଁ ।

ବିଜେଡି ସରକାର ପାଣି, ଖଣି, ଡାଲି, ଏମନରେଗା, ବିପିଏଲ ଚାଉଳ, ଇନ୍ଦିରାଆବାସ ଓ କୋଇଲା ଭଳି ଅନେକ ଦୁର୍ନୀତିରେ ସିଧାସଳଖ ସମ୍ପୃକ୍ତ ଅଛନ୍ତି । କେନ୍ଦ୍ର ସରକାର ଦେଉଥିବା ଅନୁାନ ଠିକଣା ଭାବେ ଖର୍ଚ୍ଚ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

ରାଜ୍ୟ ପ୍ରଶାସନ ଦୁର୍ନୀତି, ପ୍ରଶାସନିକ ଅପାରଗତା, ଭ୍ରଷ୍ଟାଚାର ଆଦି କ୍ଷେତ୍ରରେ ଉବୁଟୁବୁ ହେଉଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ ।

ବିଧାନ ସଭା ଭିତରେ ମଧ୍ୟ ଏହିଘଟଣାକୁ ନେଇ ସରଗରମ ହୋଇଥିଲା । କଂଗ୍ରେସ ବିଧାୟକମାନେ ଗୃହମଧ୍ୟରେ ହୋହାଲ୍ଲା କରିବା ସହିତ ବାଚସ୍ପତିଙ୍କ ପୋଡୟମ ଉପରକୁ ଚଢି ଯାଇଥିଲେ । ବାଚସ୍ପତି ବାଧ୍ୟହୋଇ ଆସନ୍ତା କାଲି ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ରଖିଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

admin
admin

Filed Under: ଓଡିଶା ଖବର, ବିଶେଷ ଖବର, ମୁଖ୍ୟ ଖବର Tagged With: କଂଗ୍ରେସ କର୍ମୀ, କମିଶନରେଟ ପୋଲିସ, ଗଣମାଧ୍ୟମ, ମହାତ୍ମା ଗାନ୍ଧୀ

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଖବରକୁ ନବୀନଙ୍କ ଅସ୍ୱୀକାର

April 30, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୩୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅସ୍ୱୀକାର କରିଛନ୍ତି ।

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଏବେ ଚିନ୍ତା କରାଯାଇ ନାହିଁ କିମ୍ବା ଏନେଇ ମୋର ଯୋଜନା ନାହିଁ । ସମୟ ଆସିଲେ ଆପଣମାନଙ୍କୁ ଜଣାଇ ଦିଆଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।

ପିପିଲି ଘଟଣାକୁ ନେଇ ମନ୍ତ୍ରୀମଣ୍ଡଳରୁ ପ୍ରଦୀପ ମହାରଥୀ ଓ ଔଷଧ ମଦ ମୃତ୍ୟୁକୁ ନେଇ ଅନଙ୍ଗ ଉଦୟ ସିଂହଦେଓ ଇସ୍ତଫା ଦେବାପରେ ଦୁଇଟି ମନ୍ତ୍ରୀ ପଦ ଖାଲି ପଡ଼ିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଣମାଧ୍ୟମ, ମନ୍ତ୍ରୀମଣ୍ଡଳ, ମୁଖ୍ୟମନ୍ତ୍ରୀ

  • « Go to Previous Page
  • Page 1
  • Page 2
  • Page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ