• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପୋସ୍କୋ

ପୋସ୍କୋ: କେନ୍ଦ୍ର ନିକଟରେ ସରକାରଙ୍କ ଜବାବ୍ ଦ।ଖଲ

April 14, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ଅପ୍ରେଲ ୧୩(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରେ କୌଣସି ଜଙ୍ଗଲ ଆଇନ ଉଲଂଘନ କରାଯାଇ ନାହିଁ ଓ ସେଠାରେ ଆଦିବାସୀ କିମ୍ବା ପାରମ୍ପରିକ ଜଙ୍ଗଲ ଅଧିବାସୀ ବସବାସ କରୁନାହାନ୍ତି ବୋଲି ରାଜ୍ୟ ସରକାର ବୁଧବାର କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ନିକଟରେ ଜବାବ୍ ଦ।ଖଲ କରିଛନ୍ତି ।

ପ୍ରସ୍ତାବିତ ଅଞ୍ଚଳରେ ଜଙ୍ଗଲ ଅଧିକାର ଆଇନ ୨୦୦୬ର ସଠିକ୍ କାର୍ଯ୍ୟକାରୀ କରାଯାଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ମନ୍ତ୍ରାଳୟକୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି ।

ସଂପୃକ୍ତ ଅଞ୍ଚଳରେ ଜଙ୍ଗଲ ଜମି ଅଧିକାର ଆଇନ ଉଲ୍ଲଂଘନ କରାଯାଇଥିବା ବେଳେ ସେଠାରେ ଆଦିବାସୀ ଅଛନ୍ତି ବୋଲି ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ଅଭିଯୋଗ ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ ଏସଂପର୍କରେ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ । ଏହି ଅଭିଯୋଗ ସଂପର୍କରେ ଜଗତସିଂହପୁର ଜିଲ୍ଲାପାଳ ଓ ହରିଜନ, ଆଦିବାସୀ କଲ୍ୟାଣ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା

କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଗତ ଜାନୁୟାରୀ ୩୧ରେ ପୋସ୍କୋ ପ୍ରକଳ୍ପକୁ ସର୍ତ୍ତମୂଳକ ପରିବେଶ ମଞ୍ଜୁରୀ ପ୍ରଦାନ କରିଥିଲେ । ତେବେ ପ୍ରକଳ୍ପକୁ ଚୁଡ଼ାନ୍ତ ମଞ୍ଜୁରୀ ବୋ ପାଇଁ ସରକାରଙ୍କ ପକ୍ଷରୁ ଏହି ଜବାବ୍ ଦ।ଖଲ କରାଯାଇଛି ।

ପ୍ରକଳ୍ପ ପାଇଁ ୪୦୦୦ ଏକର ଜମି ଆବଶ୍ୟକ ଥିବା ବେଳେ ସେଥି ମଧ୍ୟରୁ ପ୍ରାୟ ୨୯୦୦ ଏକ ଜଙ୍ଗଲ ଜମି ରହିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଙ୍ଗଲ ଆଇନ, ପୋସ୍କୋ, ମୁଖ୍ୟ ଖବର

ପୋସ୍କୋ ପ୍ରକଳ୍ପ ଅଞ୍ଚଳରେ ରାସ୍ତା ଖୋଳିଲେ ବିରୋଧୀ

February 16, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପୋସ୍କୋର ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳକୁ ବରିଷ୍ଠ ଅଧିକାରୀ ଗସ୍ତ କରି ପାଚେରୀ ଓ ରାସ୍ତା ନିର୍ମାଣ ପାଇଁ ସୂଚନା ଦେବା ପରେ ବିରୋଧୀମାନେ କେତେକ ସ୍ଥାନରେ ରାସ୍ତା ଖୋଳିଦେଇଛନ୍ତି ।

ସରକାରଙ୍କ ଜମି ଅଧିଗ୍ରହଣ ନିଷ୍ପତ୍ତିକୁ ବିରୋଧ କରି ରବିବାର ଢିଙ୍କିଆ, ଗୋବିନ୍ଦପୁର, ପାଟଣା ଓ ନୋଳିଆ ସାହିର ଲୋକମାନେ ଜଟାଧାରୀ ମୁହାଣରୁ ଢିଙ୍କିଆ ପର୍ଯ୍ୟନ୍ତ ୧୫ଟି ସ୍ଥାନରେ ରାସ୍ତା ଖୋଳି ଯୋଗାଯୋଗ ବିଚ୍ଛିନ୍ନ କରିଦେଇଛନ୍ତି ।

ଉକ୍ତ ରାସ୍ତା ପାରାଦ୍ଵୀପରୁ ପ୍ରସ୍ତାବିତ ପୋସ୍କୋ ଅଞ୍ଚଳ ଜଟାଧାରୀ ଓ ଢିଙ୍କିଆକୁ ସଂଯୋଗ କରିଥାଏ ।

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ ଓ ପୋସ୍କୋ ନୋଡ଼ାଲ ଅଫିସର ପ୍ରିୟବ୍ରତ ପଟ୍ଟନାୟକ ଶନିବାର ଉକ୍ତ ଅଞ୍ଚଳ ଗସ୍ତରେ ଯାଇଥିଲେ ।

ଢିଙ୍କିଆ ଅଞ୍ଚଳରେ ପୋଲିସକୁ ପ୍ରବେଶ କରାଇନଦେବାକୁ ଶତାଧିକ ଗ୍ରାମବାସୀ ଏହି ରାସ୍ତା ଖୋଳିଥିବା ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ସଭାପତି ଅଭୟ ସାହୁ କହିଛନ୍ତି । ପ୍ରଶାସନର ଜମି ଅଧିଗ୍ରହଣକୁ ବିରୋଧ କରି ଲୋକମାନେ ପ୍ରବେଶପଥରେ ଦିନରାତି ଜଗି ରହିବେ, ସେ କହିଛନ୍ତି ।

ଅନ୍ୟପକ୍ଷରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କମ୍ପାନୀ କର୍ତ୍ତୃପକ୍ଷ ଓ ସରକାର ପ୍ରଭାବିତ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ପାରାଦ୍ଵୀପ, ପୋସ୍କୋ, ମୁଖ୍ୟ ଖବର

ପୋସ୍କୋକୁ ପରିବେଶ ମଞ୍ଜୁରୀ ବିରୋଧରେ ସମାବେଶ

February 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପୋସ୍କୋର ପ୍ରସ୍ତାବିତ ପ୍ରକଳ୍ପକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ମଞ୍ଜୁରୀ ଦେବାକୁ ବିରୋଧ କରି ପ୍ରକଳ୍ପ ବିରୋଧିମାନେ ମଙ୍ଗଳବାର ଏକ ସମାବେଶର ଆୟୋଜନ କରିଛନ୍ତି ।

ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଢିଙ୍କିଆ ପଞ୍ଚାୟତର ପାଟଣା ଗ୍ରାମରେ ଆୟୋଜିତ ଏହି ସମାବେଶରେ ବିଭିନ୍ନ ବିସ୍ଥାପନ ବିରୋଧି ସଂଗଠନ ଓ ରାଜନୈତିକ ଦଳ ସାମିଲ ହୋଇଛନ୍ତି ।

ଢିଙ୍କିଆ, ଗଡ଼କୁଜଙ୍ଗ ଓ ନୂଆଗାଁ ପଞ୍ଚାୟତର ଶତାଧିକ ମହିଳା, ପୁରୁଷ ଓ ଶିଶୁମାନେ ବ୍ୟାନର ପୋଷ୍ଟର ଧରି ନିଜ ଗ୍ରାମରୁ ଶୋଭାଯାତ୍ରାରେ ବାହାରି ସମାବେଶ ସ୍ଥଳରେ ଏକତ୍ରିତ ହୋଇଛନ୍ତି ।

ଚାଷ କରି ଆମେ ପରିବାର ଚଳାଉଥିବା ବେଳେ ପ୍ରକଳ୍ପ ପାଇଁ କାହିଁକି ଜମି ଦେବୁ । ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରିବାକୁ ଦିଆଯିବ ନାହିଁ ।

ଗତ ପାଞ୍ଚ ବର୍ଷ ଧରି ଯେମିତି ଆନ୍ଦୋଳନ ଚାଲିଛି ଆଗାମୀ ଦିନରେ ମଧ୍ୟ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ଜଣେ ନେତା କହିଛନ୍ତି ।

ଶାନ୍ତି ଶୃଙ୍ଖଳାର ଶହ ସମାବେଶ ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ସୋମବାର କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଉକ୍ତ ପ୍ରକଳ୍ପ ପାଇଁ ସର୍ତ୍ତମୂଳକ ମଞ୍ଜୁରୀ ପ୍ରଦାନ କରିଥିଲେ । ୫୧ ହଜାର କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ସ୍ଥାପନ ପାଇଁ ଦକ୍ଷିଣକୋରିଆ କମ୍ପାନୀ ପୋସ୍କୋ ଗତ ୨୦୦୫ ଜୁନ୍ ୨୨ରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ପୋସ୍କୋ, ବିସ୍ଥାପନ ବିରୋଧି, ମୁଖ୍ୟ ଖବର

ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ

February 1, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୩୧(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପୋସ୍କୋର ପ୍ରସ୍ତାବିତ ପ୍ରକଳ୍ପ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ସୋମବାର ପରିବେଶ ମଞ୍ଜୁରୀ ପ୍ରଦାନ କରିଛି ।

ଅତିରିକ୍ତ ସର୍ତ୍ତରେ ମନ୍ତ୍ରଣାଳୟ ପୋସ୍କୋର ଇସ୍ପାତ ପ୍ରକଳ୍ପ ଓ ବନ୍ଦର ପ୍ରକଳ୍ପକୁ ଏହି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଇସ୍ପାତ ପ୍ରକଳ୍ପ ପାଇଁ ୨୮ଟି ଅତିରିକ୍ତ ସର୍ତ୍ତ ରଖାଯାଇଥିବା ବେଳେ ବନ୍ଦର ପାଇଁ ୩୨ଟି ସର୍ତ୍ତ ରଖାଯାଇଛି ।

ପ୍ରକଳ୍ପ ଅଞ୍ଚଳରେ ଜଙ୍ଗଲ ଜମି ଆଇନର କାର୍ଯ୍ୟକାରୀ କରାଯାଇନଥିବା ଅଭିଯୋଗ ହେବା ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଦୁଇଟି କମିଟି ସଂପୃକ୍ତ ଅଞ୍ଚଳ ପରିଦର୍ଶନରେ ଆସିଥିଲେ ।

ସଂପୃକ୍ତ ଅଞ୍ଚଳରେ ଜଙ୍ଗଲ ଆଇନ ଉଲଂଘନ କରାଯାଇଥିବା ଜାଣିବା ପରେ ଜମି ଅଧିଗ୍ରହଣ ସମେତ ଅନ୍ୟ କାର୍ଯ୍ୟ ବନ୍ଦ କରିବାକୁ ଏହି କମିଟି ସୁପାରିଶ କରିଥିଲେ ।

ପରେ ଅଗଷ୍ଟ ୬ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପ୍ରକଳ୍ପ ପାଇଁ ହେଉଥିବା ସମସ୍ତ ଜଙ୍ଗଲ ଜମି ଏବଂ ଅଣଜଙ୍ଗଲ ଜମି ଅଧିଗ୍ରହଣ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜଗତସିଂହପୁର ଜିଲ୍ଲାରେ ୫୨ ହଜାର କୋଟି ଟଙ୍କା ବ୍ୟୟରେ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଦକ୍ଷିଣକୋରିଆ କମ୍ପାନୀ ପୋସ୍କୋ ୨୦୦୫ ଜୁଲାଇ ୨୨ରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

“ବିଳମ୍ବ ହେଲେ ମଧ୍ୟ ପୋସ୍କୋ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଆମେ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛୁ” ନିଜ ପ୍ରତିକ୍ରିୟାରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ରଘୁନାଥ ମହାନ୍ତି କହିଛନ୍ତି । ଏହି ପ୍ରକଳ୍ପ ଦ୍ଵାରା କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷ ଲାଭବାନ ହେବ । ପ୍ରକଳ୍ପ ପାଇଁ ଯଥାଶିଘ୍ର ଜମି ଅଧିଗ୍ରହଣ କାର୍ଯ୍ୟ କରାଯିବ, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ଜଙ୍ଗଲ ଓ ପରିବେଶ, ପୋସ୍କୋ, ମୁଖ୍ୟ ଖବର

ତିନି ବର୍ଷ ଧରି ଡ଼ାକ ସେବାରୁ ଗ୍ରାମବାସୀ ବଞ୍ଚିତ

November 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଅକ୍ଟୋବର ୮(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ପୋସ୍କୋ ପ୍ରସ୍ତାବିତ ଅଞ୍ଚଳରେ ପରିସ୍ଥିତି ସ୍ୱାଭାବିକ ଥିବା ବେଳେ ଉକ୍ତ ଅଞ୍ଚଳର ଲୋକମାନେ ଗତ ତିନି ବର୍ଷ ହେଲା ଡ଼ାକ ସେବାରୁ ବଞ୍ଚିତ ହୋଇଛନ୍ତି ।

ଡ଼ାକ ବିଭାଗର ଅବହେଳା ଓ ଅନିଚ୍ଛା ଯୋଗୁଁ ଢିଙ୍କିଆରେ ଏହି ସେବା ପାଇବାରୁ ଗ୍ରାମବାସୀ ବଞ୍ଚିତ ହୋଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଏକମାତ୍ର ଡ଼ାକଘର ଢିଙ୍କିଆ, ତ୍ରିଲୋଚନପୁର ଏବଂ ଗୋବିନ୍ଦପୁର ଗ୍ରାମବାସୀଙ୍କ ଆବଶ୍ୟକତା ପୂରଣ କରୁଥିବା ବେଳେ ପୋସ୍କୋ ହିଂସା ଯୋଗୁଁ ଗତ ତିନି ବର୍ଷ ହେଲା ଏହା ବନ୍ଦ ହୋଇ ରହିଛି ।

ପୋସ୍କୋ ବିରୋଧୀଙ୍କ ବିରୋଧ ଯୋଗୁଁ ଗତ ଡ଼ିସେମ୍ବର ୨୦୦୭ ରୁ ଡ଼ାକ ସେବା ବନ୍ଦ ଥିବା ବିଭାଗ ପକ୍ଷରୁ କୁହାଯାଇଛି । ଉକ୍ତ ଡ଼ାକ ଘରର ପୋଷ୍ଟମାଷ୍ଟର ପୋସ୍କୋ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ବିରୁଦ୍ଧରେ ୧୫ରୁ ଅଧିକ ମାମଲା ରହିଛି ।

ତାଙ୍କ ବିରୁଦ୍ଧରେ ଜାମିନ ବୀହିନ ଗିରଫ ପରୱାନା ମଧ୍ୟ ଜାରି କରାଯାଇପୋଲିସ ପକ୍ଷରୁ ପଳାତକ ଘୋଷଣା କରାଯାଇଛି । ତାଙ୍କ ବିରୋଧରେ ବିଭିନ୍ନ ମାମଲା ଥିବାରୁ ଚାକିରିରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଡ଼ାକ ବିଭାଗ ତାଙ୍କ ସ୍ଥାନରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏହି ଡ଼ାକଘରେ ନିଯୁକ୍ତ କରିଥିଲା ।

କିନ୍ତୁ ପୋସ୍କୋ ବିରୋଧୀମାନେ ନିଲମ୍ବିତ ଅଧିକାରୀଙ୍କୁ ପୁନଃ ନିଯୁକ୍ତ କରିବାକୁ ଜିଦ୍ ଧରିବାରୁ ନବନିଯୁକ୍ତ ପୋଷ୍ଟ ମାଷ୍ଟର ଏଠାରେ ଯୋଗ ଦେଇପାରିଲେ ନାହିଁ । ବିରୋଧୀଙ୍କ ଦାବୀ ପୂରଣ କରିବାକୁ ସଂପୃକ୍ତ ବିଭାଗ ମନା କରିବୋରୁ ସେହି ଦିନ ଠାରୁ ଉକ୍ତ ଡ଼ାକଘର ବନ୍ଦ ହୋଇ ରହିଛି ।

ସଂପୃକ୍ତ ଅଞ୍ଚଳରେ ଡ଼ାକ ସେବା ବ୍ୟତୀତ ଅନ୍ୟ ସବୁ ଠିକ୍ ଠାକ୍ ଚାଲିଛି । ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଡ଼ାକଘର ବନ୍ଦ ରହିଛି ବୋଲି ଢିଙ୍କିଆ ସରପଞ୍ଚ ଶିଶିର ମହାପାତ୍ର କହିଛନ୍ତି ।

କୁଜଙ୍ଗ ଡ଼ାକଘର ଢିଙ୍କିଆ ଠାରୁ ଦଶ କିମି ଦୂରରେ ଥିବାରୁ ରକାରୀ ଚିଠିପତ୍ର, ମନିଅର୍ଡ଼ର, ପାର୍ସଲ ଇତ୍ୟାଦି ପାଇବା ପାଇଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେବା ସହ ବଞ୍ଚିତ ମଧ୍ୟ ହେଉଛନ୍ତି ।

ଏହି ଘଟଣା ବିଷୟରେ ଦିଲ୍ଲୀ ସ୍ଥିତ ବିଭାଗୀୟ ମହାନିଦେ୍ର୍ଧଶକଙ୍କୁ ଅବଗତ କରାଯାଇଛି । ଯଦି ପୋସ୍କୋ ବିରୋଧୀ ପ୍ରତିବାଦ ନକରିବେ ତେବେ ଜଣେ ନୂଆ ପୋଷ୍ଟ ମାଷ୍ଟରଙ୍କୁ ନିଯୁକ୍ତ କରି ଡ଼ାକଘର ପୁନଃ ଖୋଲାଯିବ ବୋଲି କଟକ ଡ଼ାକ ଅଧିକ୍ଷକ ସୁବାଷ ଚନ୍ଦ୍ର ବାରିକ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ଢିଙ୍କିଆ, ପୋସ୍କୋ, ବିଶେଷ, ମୁଖ୍ୟ ଖବର

ପୋସ୍କୋରେ ଚାକିରୀ ଦେବା ନାଁରେ ଠକାମି ଅଭିଯୋଗ

November 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ହେବା ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ ଏହି ପ୍ରକଳ୍ପରେ ଚାକିରୀ କରାଇଦେବା ନାଁରେ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି ।

ସଂପୃକ୍ତ ପ୍ରକଳ୍ପ ନାଁରେ ପାରାଦ୍ଵୀପ, କେନ୍ଦ୍ରାପଡ଼ା, ଜଗତସିଂହପୁର, କୁଜଙ୍ଗ ଆଦି ସ୍ଥାନରେ କେତେକ ୟୁନିଅନ ଓ ସଂଗଠନ ଗଠନ କରାଯାଇଛି । ଏହି ସଂଗଠନ ଓ ୟୁନିୟନ ଦ୍ୱାରା ସ୍ଥାନୀୟ ଯୁବକଙ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରାଯାଉଛି ।

ଚାକିରୀ କରାଇ ଦେବା ପାଇଁ ସଂଗଠନ ଗୁଡ଼ିକ ପ୍ରଚାରପତ୍ର ଓ ପୋଷ୍ଟର ବାଣ୍ଟୁଥିବା ବେଳେ ବାହାର ରାଜ୍ୟର ଯୁବକଙ୍କ ଅପେକ୍ଷା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ପ୍ରତିଶୃତି ଦେଇଥିବା ସେମାନେ କହୁଛନ୍ତି, ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ପାରାୀପ ଅଞ୍ଚଳରେ ହେଉଥିବା ସମସ୍ତ ଶିଳ୍ପାନୁଷ୍ଠାନର କ୍ଷତିଗ୍ରସ୍ତ ଲୋକଙ୍କୁ ୯୦ ପ୍ରତିଶତ ଅଣକୁଶଳୀ, ୬୦ ପ୍ରତିଶତ କୁଶଳୀ ଏବଂ ୩୦ ପ୍ରତିଶତ ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେମାନେ ସଚେତନତା ସୃଷ୍ଟି କରୁଛନ୍ତି ।

ବିଭିନ୍ନ ପ୍ରକାର ଚାକିରୀ ପାଇଁ ଉକ୍ତ ସଂଗଠନ ଗୁଡ଼ିକ ୫୦ ହଜାର, ୨୦ ହଜାର ଓ ୩୦ ହଜାର ଟଙ୍କା ନେବା ପାଇଁ ସ୍ଥିର କରିଛନ୍ତି ।

“ପୋସ୍କୋର ପ୍ରସ୍ତାବିତ ପ୍ରକଳ୍ପ ଓ ବନ୍ଦରରେ ବେକାର ଯୁବକଙ୍କୁ ଚାକିରି କରାଇ ଦେବା ନାଁରେ ବର୍ତ୍ତମାନ ଉକ୍ତ ଜିଲ୍ଲାରେ ଏକ ର୍ୟାକେଟ ସକ୍ରିୟ” ଥିବା ପୋଲିସ କହିଛି ।

ପ୍ରସନ୍ନ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି କୁଜଙ୍ଗ ଅଞ୍ଚଳରେ ପୋସ୍କୋ ଇଣ୍ଡିଆ ପୋର୍ଟ ପ୍ଲାଣ୍ଟ ୱାର୍କରସ୍ ୟୁନିୟନ ନାଁରେ ଏକ ସଂଗଠନ କରିଥିବା ପୋଲିସ କହିଛି ।

ସଂଗଠନର ସଭାପତି ଭାବେ କାର୍ଯ୍ୟ କରୁଥିବା କାଳିଆପାଟ୍ ଅଞ୍ଚଳର ଏହି ବ୍ୟକ୍ତି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଯୁବକଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି ।

ପଟ୍ଟାମୁଣ୍ଡାଇ ଅଞ୍ଚଳର କେତେକ ଯୁବକଙ୍କୁ ସେ ନକଲି ରସିଦ ଦେଇ ଟଙ୍କା ଆଦାୟ କରିଥିବା ବେଳେ ପୋଲିସ ତା ଠାରୁ ରସି ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିବା ସହ ସଂପୃକ୍ତ ବ୍ୟକ୍ତିକୁ ଅଟକ ରଖିଛି, ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ରଶ୍ମିରଂଜନ ସାହୁ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ପୋସ୍କୋ, ମୁଖ୍ୟ ଖବର

ଓଡ଼ିଶାର ବିକାଶ ପାଇଁ ଦରକାର ଜଣେ ସଦ୍ଧାମ ହୁସେନ (ସାକ୍ଷାତକାର)

August 21, 2005 by ନିଉଜ ଡେସ୍କ Leave a Comment

ପୁରୀ,ଅଗଷ୍ଟ ୨୧ (ଓଡ଼ିଶା ଡ଼ଟ୍ କମ୍)

ତାଇୱାନ ରେଳବାଇର ପରାମର୍ଶଦାତା ଭାବେ ତାଇୱାନରେ କାମ କରୁଥିବା ଓଡ଼ିଶାର ପୁରୀ ଜିଲ୍ଲାର ଅକ୍ଷୟ କୁମାର ଦାସଙ୍କ ସହ ଓଡ଼ିଶା ଡ଼ଟ୍ କମ୍ ର ବିଶେଷ ସାକ୍ଷାତକାର ।

୧୯୪୨ ମସିହାରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଅକ୍ଷୟ କୁମାର ଦାସ ସଂପ୍ରତି ତାଇୱାନ ରେଲୱେରେ ଜଣେ କନ୍ସଲଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ସେ ୧୯୬୫ରେ ରାଉରକେଲା ଇଂଜିନିୟରିଂ କଲେଜରୁ ସ୍ନାତକ ଡ଼ିଗ୍ରୀ ହାସଲ କରିବା ପରେ ଭାରତୀୟ ରେଳ ସେବାରେ ଜଣେ ଇଂଜିନିୟର ଭାବରେ କାର୍ଯ୍ୟ କରିଥିଲେ ।

ତାପରେ ଇରକନ ଇଣ୍ଟରନ୍ୟାସନାଲରେ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ । ଦଶ ବର୍ଷ ପୂର୍ବରୁ ଭାରତ ଛାଡ଼ି ବିଦେଶରେ ରହୁଥିବା ଦାସ ଓଡ଼ିଶା ଡ଼ଟ୍ କମ୍ କୁ ଦେଇଥିବା ବିଶେଷ ସାକ୍ଷାତକାରର ମୁଖ୍ୟ ଅଂଶ ।

ଆପଣ କାର୍ଯ୍ୟ କରୁଥିବା ସ୍ଥାନରେ କୌଣସି ଓଡ଼ିଆ ସଂଗଠନ ଅଛିକି ?

ନା। ତେବେ ଏଠାରେ ଥିବା ଓଡ଼ିଆ ମାନଙ୍କ ଭିତରେ ଏମିତି ମୋର ବ୍ୟକ୍ତିଗତ ସଂପର୍କ ରହିଛି ।

ସେଠାରେ ଥିବା ଓଡ଼ିଆ ଲୋକମାନେ କେଉଁ ଓଡ଼ିଆ ପର୍ବ ପାଳନ କରନ୍ତି ?

ନା ସେମିତି କୌଣସି ପର୍ବପର୍ବାଣୀ ପାଳନ କରନ୍ତି ନାହିଁ ।

କ’ଣ ପାଇଁ ଆପଣ ଓଡ଼ିଶା ଛାଡ଼ିଥିଲେ ?

ମୁଁ ୧୯୬୮ରେ ଓଡ଼ିଶା ଓ ୧୯୯୭ରେ ଭାରତ ଛାଡ଼ିଥିଲି । ସର୍ବ ଭାରତୀୟ ସ୍ତରରେ ଚାକିରୀ ପାଇଁ ଓଡ଼ିଶା ଛାଡ଼ିଥିଲି ।

ଓଡ଼ିଶାର ଉନ୍ନତି ପାଇଁ ଆପଣ କୌଣସି କ୍ଷେତ୍ରରେ କାମ କରିବା ପାଇଁ ଚିନ୍ତା କରିଛନ୍ତି କି ?

ହଁ , ଖୁବ୍ ଦୃଢତାର ସହିତ ମୁଁ ଚିନ୍ତା କରୁଛି ।

ଏବେ ଓଡ଼ିଶା ମୁଖ୍ୟତଃ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛି ? ଏମିତି ଅବସ୍ଥା ପାଇଁ ଆପଣ କାହାକୁ ଦାୟୀ କରିବେ ?

ପ୍ରବାସୀ ଓଡ଼ିଆମାନେ ସବୁବେଳେ ଚାହାନ୍ତି ଓଡ଼ିଶାର ସ୍ୱାସ୍ଥ୍ୟ ତଥା ନିର୍ମାଣ କ୍ଷେତ୍ରରେ ସହଯୋଗ କରିବେ । ମାତ୍ର ମୁଁ ଭାବୁଛି ଓଡ଼ିଶାରେ ସେମିତି କିଏ ବ୍ୟକ୍ତି ଅଛି ,ଯିଏ ସେମାନଙ୍କର ସ୍ୱପ୍ନକୁ ସାକାର କରିବ ?

ଓଡ଼ିଶା ଏବେ ଦୁର୍ନୀତି ଓ ସର୍ବସାଧାରଣଙ୍କ ଅର୍ଥ ହଡ଼ପ କରିବା କ୍ଷେତ୍ରରେ ଆଗୁଆ ଅଛି । ତେଣୁ ସେମାନଙ୍କର (ପ୍ରବାସୀ ଓଡ଼ିଆ ମାନଙ୍କର) କଷ୍ଟଲବ୍ଧ ଧନ ସେଠାରେ ଠକ ମାନଙ୍କ ଦ୍ୱାରା ବାଟମାରଣା ହୋଇଯିବାର ବହୁ ସମ୍ଭାବନା ରହିଛି ।

ଓଡ଼ିଆମାନଙ୍କର ଏମିତ ମନୋବୃତ୍ତି ସଂପର୍କରେ ମୋର ଧାରଣା ହେଲା ଯ।

୧- ଓଡ଼ିଶାର ଲୋକମାନେ ରାତାରାତି ଧନୀ ହୋଇଯିବାକୁ ଚାହାନ୍ତି । ମାତ୍ର ଜଣେ ଯଦି ଅସତ୍ ଉପାୟରେ ଅର୍ଥ ରୋଜଗାର କଲା ତାହେଲେ ତା ପରିବାର ତରଫରୁ ତାକୁ ବିରୋଧ କରାନଯାଇ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଅତଏବ ପ୍ରତ୍ୟେକ ଲୋକ ଟଙ୍କା ପଛରେ ଗୋଡ଼ାଉଛନ୍ତି । ତେଣୁ ଓଡ଼ିଶାର ପରିବର୍ତ୍ତନ ପାଇଁ କିଏ ବାହାରୁଛି ?

୨- ଯୁବକମାନଙ୍କୁ ଅନୁପ୍ରାଣିତ କରିବା ପାଇଁ କେହି ଆଦର୍ଶସ୍ଥାନୀୟ ନେତା ନାହାନ୍ତି । ସେଠାରେ ବିଶୃଙ୍ଖଳା କରିବା ଯେମିତି ଏକ ଲକ୍ଷ୍ୟ ପାଲଟି ଯାଇଛି । ଗତ କେତେଦିନ ତଳେ କଟକ ରେଳ ଷ୍ଟେସନରେ ରେଭେନ୍ସା କଲେଜ ଛାତ୍ରମାନେ ଯେମିତି ବିଶୃଙ୍ଖଳା ଆଚରଣ କଲେ ସେଥିପାଇଁ ମୁଁ ନିଜକୁ ଲଜ୍ଜିତ ମନେକରୁଛି ।

୩- ଶ୍ରମିକ ସଂଗଠନ କ୍ଷେତ୍ରରେ ଆମେ କେରଳ ପଶ୍ଚିମବଙ୍ଗର ଖରାପ କଥା ସବୁକୁ ଅନୁକରଣ କରୁଛୁ । ସେଥିପାଇଁ ବାହାରର ଶିଳ୍ପପତିମାନେ ଏଠାରେ ନିଜକୁ ପ୍ରତିଷ୍ଠା କରୁନାହାନ୍ତି ଓ କେହି ଶିଳ୍ପପତି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ନିଜକୁ ନିରାପଦ ମଣୁନାହାନ୍ତି ।

୪- ମୁଁ ରେଳ ବିଭାଗରେ ଚାକିରି କରିଥିବାରୁ ବ୍ୟକ୍ତଗତ ଭାବେ ଟିସ୍କୋ,ସେସ୍କୋ,ନୀଳାଚଳ, କଳିଙ୍ଗ ଇତ୍ୟାଦି ଶିଳ୍ପ ସଂସ୍ଥା ସହିତ ସଂପୃକ୍ତ । ମାତ୍ର ସେମାନେ ଏବେ ଓଡ଼ିଶାର କେଉଁଠି ଅଛନ୍ତି ? ଏବେ ପୋସ୍କୋ ପାରାଦୀପରେ ପ୍ରତିଷ୍ଠା ହେବାକୁ ଯାଉଛି ।

ସେଠାରେ କେଉଁପ୍ରକାର ଶ୍ରମିକ ସଂଗଠନ ଅଛି ,ସେହି କମ୍ପାନୀ କ’ଣ ସେଠି ତିଷ୍ଠି ରହିପାରିବ ? ମୋର ମନେ ହେଉଛି ନେରନ୍ କମ୍ପାନୀର ଯେଉଁଭଳି ଅବସ୍ଥା ହେଲା ପୋସ୍କୋର କାହିଁକି ସେଭଳି ଅବସ୍ଥା ନହେବ । ରାଜନୈତିକ ଫାଇଦା ହାସଲ ପାଇଁ ମଧ୍ୟ ଏଠାରେ ବିଭିନ୍ନ ରାଜନୈତିକ ଦଳ ନିଜ ଇଚ୍ଛା ମୁତାବକ କମ୍ପାନୀ ଚାଲିବାକୁ କିମ୍ବା ବନ୍ଦ କରିବାକୁ ଚାହୁଁଛନ୍ତି ।

ତେବେ ଏସବୁ ସମସ୍ୟାର ସମାଧାନ ପାଇଁ ମୋର ବ୍ୟକ୍ତଗତ ମତ ହେଲା ଏଠାରେ ଜଣେ ସଦ୍ଧାମ ହୁସେନ କିଛିଦିନ ପାଇଁ ଶାସନ କ୍ଷମତାରେ ରହିବା ଆବଶ୍ୟକ । କିଛିଦିନ ପାଇଁ ମୁଁ ଇରାକରେ ଥିବାରୁ ଏମିତି କଥା କହୁଛି । ଆମ ଲୋକଙ୍କୁ ଶାସନ କରିବା ପାଇଁ “ଦେଖିବା ମାତ୍ରେ ଗୁଳି” ଭଳି ଶାସନ ଦରକାର ।

ଏବେକାର ଶାସନ ବ୍ୟବସ୍ଥାରେ ଓଡ଼ିଶା କୌଣସି ଉନ୍ନତି କରୁଛି ନା ତାର ଅବନତି ଘଟୁଛି ? ଏହି କ୍ଷେତ୍ରରେ କୌଣସି ପରିବର୍ତ୍ତନ ଲୋଡ଼ା ବୋଲି ଆପଣ ଭାବୁଛନ୍ତି କି ?

ଉନ୍ନତି ହେବା ଏକ ସାଧାରଣ ପ୍ରକ୍ରିୟା । ଏଥିରେ କୌଣସି ସରକାରଙ୍କର ବିଶେଷ ଭୂମିକା ନଥାଏ । ମାତ୍ର ଓଡ଼ିଶା ଯେଉଁ ଉନ୍ନତି କରିଛି , ତାର ପ୍ରତିଶତ କେତେ ? ଏହା ଯଦି ବେଲୁନ ଭଳି ଫୁଲୁଥାଏ ତେବେ କେତେବେଳେବି ଫାଟିଯିବ । କାରଣ ଏହାର ଭିତ୍ତିଭୂମି ଭାରି ଦୁର୍ବଳ । ସେତେବେଳେ ବଦନାମ ସାଧାରଣ ଲୋକଙ୍କ ପାଖକୁ ଯିବ । କାରଣ ଏଠାରେ କୌଣସି ବ୍ୟକ୍ତି ତାର ଉତ୍ତରପୁରୁଷଙ୍କୁ ଭଲ ମଣିଷଟିଏ କରି ଗଢୁନାହିଁ ।

ତେବେ ଆପଣଙ୍କ ଭଳି ଜଣେ ସଚେତନ ବ୍ୟକ୍ତି ଏହି କ୍ଷେତ୍ରରେ କିଛି ଭୂମିକା ନିଅନ୍ତୁ । ପ୍ରତ୍ୟେକ ପ୍ରବାସୀ ଓଡ଼ିଆଙ୍କର ମତାମତ ନେଇ ଏକ ସଂଗଠନ ତିଆରି କରନ୍ତୁ । ଓଡ଼ିଶାର ଉନ୍ନତି ପାଇଁ ଏକ ଭିତ୍ତିଭୂମି ପ୍ରତିଷ୍ଠା କରନ୍ତୁା

ତେବେ ରାତାରାତି ତ ପରିବର୍ତ୍ତନ ହେବନାହିଁ । ତେଣୁ ସେଥିପାଇଁ ଉଦ୍ୟମ ଆରମ୍ଭ ହେଉ ।

ଓଡ଼ିଶାର ଉନ୍ନତି କ୍ଷେତ୍ରରେ ପ୍ରବାସୀ ଓଡ଼ିଆମାନେ ସଠିକ ଭୂମିକା ନେଇ ପାରିବେ ବୋଲି ଆପଣ ଭାବୁଛନ୍ତି କି ? ଯଦି ହଁ ତେବେ ସେମାନେ ଏକ୍ଷେତ୍ରରେ କାହିଁକି ଅସଫଳ ହୋଇଛନ୍ତି । ସେମାନେ ସେଠାରେ ସେମିତି କାମ କରିବା ପାଇଁ ସୁଯୋଗ ରହିଛି କି ?

ଆପଣ ଓଡ଼ିଶା ଛାଡ଼ିବା ପରଠାରୁ ଅଦ୍ୟାବଧି ଓଡ଼ିଶାରେ କ’ଣ ଉନ୍ନତି ହୋଇଛି ବୋଲି ଲକ୍ଷ୍ୟ କରିଛନ୍ତି ?

ଗୋଟେ ପଟରେ ଉନ୍ନତି ହୋଇଥିଲେ ମଧ୍ୟ ଅନ୍ୟ ପଟରେ ଦୁର୍ନୀତି,ବିଶୃଙ୍ଖଳା ,ଅପରାଧ ଇତ୍ୟାଦି ବୃଦ୍ଧି ପାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ଏଠାରେ ଢିଲା । ସମସ୍ତେ ସେମାନଙ୍କ ଉଚ୍ଛା ଅନୁସାରେ କାମ କରିବା ପାଇଁ ସ୍ୱାଧିନତା ପାଉଛନ୍ତି । ଏହା କଣ ଉଚିତ୍ ।

ତାଇୱାନ,ସିଂଗାପୁର,ହଂକଂ ପ୍ରଭୁତି ଦେଶରେ କିଛି ଆଧାର ନଥିଲେ ମଧ୍ୟ ସେମାନଙ୍କର ଅର୍ଥନୈତିକ ଉନ୍ନତି ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଛି । ମୋତେ ଦୁଃଖ ଲାଗୁଛି ଯେ ଓଡ଼ିଶାରେ ଏତେ ପ୍ରକୃତି ବୈଭବ ଥିବା ସତ୍ୱେ ମଧ୍ୟ ଏଠାରେ କିଛି ହୋଇପାରୁନାହିଁ । ସେସବୁ ଦେଶରେ ଶୃଙ୍ଖଳା,ଦୃଢ ଆଇନ ବ୍ୟବସ୍ଥା ତଥା ନାମକୁ ମାତ୍ର ଦୁର୍ନୀତି ଥିବାରୁ ଏସବୁ ସମ୍ଭବ ହୋଇ ପାରୁଛିା

ଓଡ଼ିଶାର ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ପ୍ରଗତି ପାଇଁ କ’ଣ ଜରୁରୀ ବୋଲି ଆପଣଙ୍କ ମତ ?

ଏହି କ୍ଷେତ୍ରରେ ପ୍ରବାସୀ ଓଡ଼ିଆମାନଙ୍କ ଉପରେ ନିର୍ଭର କରିବାକୁ ହେଲେ ଓଡ଼ିଶାରେ ସାଧୁ,ସଚ୍ଚୋଟ ତଥା ଅଙ୍ଗିକାରବଦ୍ଧ ବ୍ୟକ୍ତିମାନଙ୍କୁ ନେଇ ଏକ ସଂଗଠନ ତିଆରି କରିବାକୁ ହେବ । ସେହି ସଂଗଠନ ଯଦି ଠିକ ଭାବରେ କାମ କରିବ ତାହାହେଲେ ଓଡ଼ିଶାର ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ କିଛି ପ୍ରଗତି ହୋଇପାରିବ ।

ମୋ ମତ ହେଲା ଓଡ଼ିଆ ଲୋକଙ୍କୁ ମାଛ ଦିଅ ନାହିଁ, ସେମାନଙ୍କୁ ମାଛ ଧରିବା ପାଇଁ ଶିକ୍ଷା ଦିଅ । ମନେରଖ ଜଙ୍ଗଲରେ ଯେଉଁ ନିଆଁ ଲାଗେ ତାହା ଏକ ସାଧାରଣ ସଂଘର୍ଷରୁ ଘଟିଥାଏ, ମାତ୍ର ଅନୁକୂଳ ପବନ ତାକୁ ଜଙ୍ଗଲସାରା ବ୍ୟାପ୍ତ କରିଦିଏ ।

ଷ୍ଟିଲ କାରଖାନା ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାର ଏବେ ୪୦ଟି କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଆପଣ କ’ଣ ଭାବୁଛନ୍ତି ଏହା ଓଡ଼ିଶା ପାଇଁ ସମୃଦ୍ଧି ଆଣିପାରିବ ?

ଆପଣଙ୍କ ଦୃଷ୍ଟିରେ ଏବେ ଓଡ଼ିଶାର ପ୍ରଗତି ପାଇଁ କଣ ଜରୁରୀ?

ସ୍ୱାସ୍ଥ୍ୟସେବା ଓ ନିର୍ମାଣ । ଯୁବକମାନଙ୍କୁ ନିଯୁକ୍ତି ଦେଇ ଉପଯୁକ୍ତ ଦିଗଦର୍ଶନ ଦେବା ।

ଆପଣ ଭାବୁଛନ୍ତି କି ଓଡ଼ିଶା କୌଣସି କ୍ଷେତ୍ରରେ ଅବହେଳାର ଶିକାର ହେଉଛି ?

ନିଶ୍ଚିତ ଭାବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅବହେଳାର ଶିକାର ହେଉଛି । ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଯଥେଷ୍ଟ ଧ୍ୟାନ ଦେଉନାହାନ୍ତି । ମାତ୍ର ସେଥିପାଇଁ କାହାକୁ ଦାୟୀ କରିବା ? ଆରାମରେ ଥିବା ଓଡ଼ିଶାର ରାନୈତିକ ନେତାମାନଙ୍କୁ ? ତେବେ ଏହି କ୍ଷେତ୍ରରେ ଶୋଇ ରହିଥିବା ଓଡ଼ିଆମାନଙ୍କର କାର୍ଯ୍ୟକଳାପ ଭାରି ଦୁଃଖଦାୟକ ।

ଆପଣ ଏମିତି କିଛି କହିବାକୁ ଚାହାନ୍ତି କି, ଯାହା ଆପଣଙ୍କୁ ପ୍ରଶ୍ନରେ ପଚରାଯାଇନାହିଁ ?

ହଁ,ସମୟ ଅତିକ୍ରମ କରିଯାଇଛି । କୌଣସି କାର୍ଯ୍ୟର ସମୟ ଗଡ଼ିଯିବା ପୂର୍ବରୁ ହିଁ ସେହି କାର୍ଯ୍ୟ ଆରମ୍ଭ କରନ୍ତୁ । ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଏକ ନ୍ୟୁକ୍ଲିୟସ ସଂଗଠନ ଆରମ୍ଭ କରି କାର୍ଯ୍ୟ କରନ୍ତୁ । ଆପଣଙ୍କୁ ଧନ୍ୟବାଦ ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ପୋସ୍କୋ, ସଦ୍ଧାମ ହୁସେନ, ସାକ୍ଷାତକାର

  • « Go to Previous Page
  • Page 1
  • Interim pages omitted …
  • Page 4
  • Page 5
  • Page 6

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ