• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପ୍ରଧାନମନ୍ତ୍ରୀ

ନବୀନଙ୍କୁ ଯାଞ୍ଚ ଅନ୍ତର୍ଭୂକ୍ତ କରିବା ପାଇଁ ହୋଇଥିବା ଆବେଦନ ଖାରଜ

April 6, 2015 by ନିଉଜ ଡେସ୍କ Leave a Comment

ନୂଆଦିଲ୍ଲୀ, ଏପ୍ରିଲ ୬ (ଓଡିଶା ଡଟକମ) ବହୁ ଚର୍ଚିତ ତଲାବିରା କୋଇଲା ଖଣି ଦୁର୍ନୀତିରେ ନବୀନ ପଟନାୟକଙ୍କୁ ଏକ ଅଭିଯୁକ୍ତ ଭାବେ ଅନ୍ତର୍ଭୂକ୍ତ କରିବାକୁ ଦାବିକରି ଜଣେ ବ୍ୟକ୍ତିଙ୍କ ଦ୍ଵାରା ରୁଜୁ କରାଯାଇଥିବା ଏକ ମାମଲାକୁ ସୁପ୍ରିମ କୋର୍ଟ ସୋମବାର ଖାରଜ କରିଦେଇଛନ୍ତି ।

ଜଷ୍ଟିସ ଭି ଗୋପାଳ ଗୌଡ ଓ ସି ନାଗପାନଙ୍କୁ ନେଇ ଗଠିତ ଖଣ୍ଡପୀଠ ମାର୍ଚ ୧୧ରେ ଦାଖଲ ହୋଇଥିବା ଏହି ମାମଲାକୁ ଖାରଜ କରିବା ସହ ଆବେଦନକାରୀ ପୂର୍ଣଚନ୍ଦ୍ର ସାହୁଙ୍କ ଉପରେ ଏକଲକ୍ଷ ଟଙ୍କାର ଜୋରିମାନା ଘୋଷଣା କରିଛନ୍ତି ।

ପଟନାୟକ ହିଣ୍ଡ।ଲକୋ ସପକ୍ଷରେ ଅନଗୁଳରେ ଥିବା ଏହି ଖଣି ସୁପାରିଶ କରି ଉକ୍ତ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଦର୍ଶାଇ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାପାଇଁସାହୁ ନିଜ ଆବେଦନରେ ଦର୍ଶାଇଥିଲେ ।

ଯେହେତୁ ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିରୁଦ୍ଧରେ ମକଦ୍ଦମା ଦାୟର କରାଯାଇଛି ପଟନାୟକଙ୍କ ବିରୁଦ୍ଧରେ ମଧ୍ୟ ସିବିଆଇ ଅନୁରୂପ ମାମଲା ଦାୟର କରିବାର ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଥିଲେ । ଏହି ଖଣି ପାଇଁ ସୁପାରିଶ କରିଥିବାରୁ ପଟନାୟକ ମଧ୍ୟ ଏହି ମାମଲାରେ ସମଭାବରେ ଦାୟୀ , ସେ ଦର୍ଶାଇଥିଲେ।

ଏହି ଆବେଦନ ଗ୍ରହଣଯୋଗ୍ୟ ହେବକି ନାହି ସେ ସମ୍ପର୍କରେ ଶୁଣାଣି କରିବାକୁ ସୋମବାର କୋର୍ଟ ତିଥି ସ୍ଥିର କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟଯେ ଅଗଷ୍ଟ ୨୦୦୫ ରେ ପଟନାୟକ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖି ତଲାବିରା-୨ କୋଇଲା ଖଣି ହିଣ୍ଡ।ଲକୋକୁ ଦିଆଯିବା ପାଇଁ ପୁନର୍ବିଚାର କରିବାପାଇଁ କହିଥିଲେ ।

ଓଡିଶା ଡଟକମ

Filed Under: ରାଜନୀତି Tagged With: କୋଇଲା ଖଣି, ଜୋରିମାନା, ଦୁର୍ନୀତି, ନବୀନ ପଟନାୟକ, ପ୍ରଧାନମନ୍ତ୍ରୀ, ସୁପ୍ରିମ କୋର୍ଟ

ରାଉରକେଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

April 1, 2015 by ନିଉଜ ଡେସ୍କ Leave a Comment

Filed Under: ଅର୍ଥ-ବ୍ୟବସାୟ Tagged With: ପ୍ରଧାନମନ୍ତ୍ରୀ, ରାଉରକେଲା

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ରାଉରକେଲା ଷ୍ଟିଲ ପ୍ଳାଣ୍ଟ ସମ୍ପ୍ରସାରିତ ଇଉନିଟର ଲୋକାର୍ପଣ

April 1, 2015 by ନିଉଜ ଡେସ୍କ Leave a Comment

ରାଉରକେଲା, ଏପ୍ରିଲ ୧ (ଓଡିଶା ଡଟ କମ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୁଧବାର ତାଙ୍କର ଦିନିକିଆ ରାଉରକେଲା ଗସ୍ତ ଆରମ୍ଭକରି ସେଠାରେ ୧୨,୦୦୦ କୋଟି ଟଙ୍କା ବ୍ୟୟରେ ରାଉରକେଲା ଷ୍ଟିଲ ପ୍ଳାଣ୍ଟର ଆଧୁନିକିକରଣ ଓ ବିସ୍ତାର କରାଯାଇଥିବା ଇଉନିଟର ଲୋକାର୍ପଣ କରିଛନ୍ତି ।

RSPଏହା ଦ୍ଵାରା ଷ୍ଟିଲ ପ୍ଳାଣ୍ଟର ବାର୍ଷିକ କ୍ଷମତା ଦୁଇ ମିଲିୟନ ଟନରୁ ୪.୫ ମିଲିୟନ ଟନ କୁ ବୃଦ୍ଧି ପାଇଛି। ମୋଦି ଏଇ ଅବସରରେ ଆୟୋଜିତ ଏକ ଜନ ସଭା କୁ ସମ୍ବୋଧିତ କରିବା ସହ ସ୍ଷ୍ଟିଲ ଅଥରିଟୀ ଅଫ ଇଣ୍ଡିଆ ଭିଜନ- ୨୦୨୫ ମଧ୍ୟ ଉନ୍ମୋଚନ କରିବାର କାର୍ଯକ୍ରମ ରହିଛି ।

ସ୍ଵତନ୍ତ୍ର ଗ୍ରେଡର ଇସ୍ପାତ ନିର୍ମାଣ ତଥା କଠିନ ଗୁଣବତ୍ତା ସୁନିଶ୍ଚିତ କରୁଥିବା ପାଇଁ ରାଉରକେଲାର ଏକ ସ୍ଵତନ୍ତ୍ର ପରିଚୟ ରହିଛି, ଯେଉଁଥିପାଇଁ କାରଖାନା ପ୍ରତିରକ୍ଷା ବିଭାଗ ସମେତ ଅନେକ ପ୍ରତିବଦ୍ଧ ଗ୍ରାହକ ସୃଷ୍ଟି କରିପାରିଛି । ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧପୋତ ବହନକାରୀ ଆଇଏନଏସ ବିକ୍ରାନ୍ତ ଏବଂ ଯୁଦ୍ଧ ଟ୍ୟାଙ୍କ ଅର୍ଜ୍ଜୁନ ଏହାର ଜ୍ଜ୍ଵଳନ୍ତ ପ୍ରତିଫଳନ ମାତ୍ର ।

ଏହି ନୂତନ ପ୍ଳାଣ୍ଟ ଗୁଡିକ କାର୍ଯ୍ୟକ୍ଷମ ହେବା ସହିତ ଆରଏସପି ପରିବର୍ଦ୍ଧିତ ଗ୍ରାହକଙ୍କଠାରୁ ଆପେକ୍ଷିତ ଅଧିକ ସ୍ଵତନ୍ତ୍ର ଓ ନିର୍ଦ୍ଧିଷ୍ଟ ଆବଶ୍ୟକତା ଗୁଡିକ ପୂର୍ଣ୍ଣ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ଏହି କ୍ରମରେ ସ୍ଥାପିତ ହୋଇଥିବା ଅନ୍ୟ ପ୍ରମୁଖ ୟୁନିଟ ଗୁଡିକ ହେଉଛି, ନୂତନ ର’ମେଟେରିୟାଲ ହ୍ୟାଣ୍ଡଲିଙ୍ଗ ପ୍ଳାଣ୍ଟ, ନୂତନ ସିଣ୍ଟର ପ୍ଳାଣ୍ଟ, ନୂତନ କୋକ ଓଭନ ବ୍ୟାଟେରୀ-୬, ଏକ ନୂତନ ବେସିକ ଅକ୍ସିଜେନ ଫର୍ଣ୍ଣେସ, ଏକ ନୂତନ ସ୍ଲାବ କାଷ୍ଟର ଏବଂ ଏକ ନୂତନ ପ୍ଳେଟ ମିଲ ।

ଉତ୍ପାଦନ ପରିମାଣରେ ବୃଦ୍ଧି ଆଣିବା ସହିତ ଉନ୍ନତ ଗୁଣମାନ, କମ ଉତ୍ପାଦନ ଖର୍ଚ୍ଚ , ପରିବର୍ଦ୍ଧିତ ଗ୍ରାହକ ସୀମା ଏବଂ ଉନ୍ନତତର ପରିବେଶ ପରିଚାଳନା ଇତ୍ୟାଦି ଏହି ଆଧୂନିକୀକରଣ ଏବଂ ସଂପ୍ରସାରଣର ଅନ୍ୟତମ ବୈଶିଷ୍ଟ୍ୟ ଅଟେ ।

ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ Tagged With: ଉତ୍ପାଦନ, ପ୍ରଧାନମନ୍ତ୍ରୀ

କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ

March 28, 2015 by ଓଡିଶା ଡଟ କମ Leave a Comment

ରାଉରକେଲା, ୨୮ ମାର୍ଚ (ଓଡିଶା ଡଟ କମ) କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଜ୍ୟମନ୍ତ୍ରୀ (ସ୍ଵାଧୀନ), ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଦିନିକିଆ ଗସ୍ତରେ ଆସି ଶନିବାର ରାଉରକେଲା ପହଞ୍ଚିଥିଲେ ।

GBS_6508

ତାଙ୍କ ସହିତ ସେଲ ଅଧ୍ୟକ୍ଷ, ସି ଏସ ବର୍ମା, ସେଲ ବୈଷୟିକ ନିର୍ଦ୍ଦେଶକ, ଏସ ଏସ ମହାନ୍ତି, ଇସ୍ପାତ ଯୁଗ୍ମ ସଚିବ, ଏସ ଆବାସୀ ଏବଂ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ, ନିକୁଞ୍ଜ ଶ୍ରୀବାସ୍ତବ ମଧ୍ୟ ଗସ୍ତରେ ସାମିଲ ଅଛନ୍ତି ।

ଅତିଥି ମାନଙ୍କୁ ବିମାନ ବନ୍ଦର ଠାରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ, ଶ୍ରୀ ଜୁଏଲ ଓରାମ, ରାଉରକେଲା ବିଧାୟକ ଦିଲୀପ ରାୟ, ଆରଏସପିର ସିଇଓ, ଜି ଏସ ପ୍ରସାଦ, ସୁନ୍ଦରଗଡ ଜିଲ୍ଲାପାଳ, ବି ଏସ ପୂନିୟା, ରାଉରକେଲା ଏସପି, ଅନିରୁଦ୍ଧ ସିଂହ, ଆରଏସପିର ନିର୍ବାହୀ ନିର୍ଦ୍ଦେଶକଗଣ ତଥା ଆରଏସପି ଓ ସିଆଇଏସଏଫର ଅନ୍ୟ ବହୁ ବରିଷ୍ଠ ଅଧିକାରୀ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଅତିଥି ମାନେ ଆରଏସପିର ସିଇଓ ପ୍ରସାଦ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପ୍ରସ୍ତାବିତ ଗସ୍ତ ନିମନ୍ତେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ ଏବଂ ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପରେ ପରିଦର୍ଶନକାରୀ ଅତିଥିଗଣ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କେରିଥିଲେ। ତାଙ୍କୁ ବିମାନ ବନ୍ଦର ଠାରେ ରାଉରକେଲାର ବହୁ ଗଣ୍ୟମାନ୍ୟ ବ୍ୟକ୍ତିମାନେ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।

ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ମୁଖ୍ୟ ଖବର Tagged With: ପ୍ରଧାନମନ୍ତ୍ରୀ, ରାଉରକେଲା, ଶ୍ରୀ ଜୁଏଲ ଓରାମ

କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରତିବାଦରେ ବିଜେପିର ରାଜ୍ୟରେ ବିକ୍ଷୋଭ

January 24, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୪(ଓଡିଶା ଡଟ୍ କମ୍)-କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଜୟପୁରରେ କଂଗ୍ରେସର ଚିନ୍ତନ ବୈଠକରେ , ଦେଶରେ ଗୈରିକ ଆତଙ୍କବାଦ ବିଜେପି ଓ ସଂଘ ତାଲିମରେ ଚାଲିଛି ।

ଦେଶରେ ଏଭଳି ଆତଙ୍କବାଦର ବିସ୍ତାର ଲାଗି ଉଭୟ ବିଜେପି ଓ ସଂଘ ‘ଉଗ୍ରବାଦୀ ଶିବିର’ ଚଳାଇଛନ୍ତି ବୋଲି ମନ୍ତବ୍ୟ ଦେଇଥିଲେ । ଗୃହମନ୍ତ୍ରୀଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଯୋଗୁ ଗୁରୁବାର ଦିନ ଦେଶବ୍ୟାପୀ ଯୋରଦାର ବିକ୍ଷୋଭ କରିଛି ବିଜେପି । ଆଜି ରାଜ୍ୟରେ ମଧ୍ୟ ବିକ୍ଷୋଭ କରାଯାଇଛି । ରାଜରାସ୍ତାକୁ ଓହ୍ଲାଇଛନ୍ତି ନେତା ଓ କର୍ମୀ ।

ରାଜଧାନୀ ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ରାମ ମନ୍ଦିର ଛକରେ ବିକ୍ଷୋଭ କରିଥିଲେ । କର୍ମୀ ସେଠାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ ।

ଗୃହମନ୍ତ୍ରୀ ତାଙ୍କର ମନ୍ତବ୍ୟ ଫେରାଇ ନନେଲେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଓ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ବିଜେପି ଧମକ ଦେଇଛି ।

ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଭାରତର ଆଧ୍ୟାତ୍ମ ଓ ଧାର୍ମିକ ଐତିହ୍ୟର ପଥପ୍ରଦର୍ଶକ ତଥା ପ୍ରତୀକ ହେଉଛି ଗୈରକ । ଗୈରକକୁ ଉଗ୍ରବାଦ ସହ ତୁଳନା କରି ଭାରତୀୟ ସାଧୁସନ୍ଥଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ସିନ୍ଦେ ଅପମାନିତ କରିଛନ୍ତି । ତେଣୁ ସେ ତାଙ୍କ ପଦରୁ ପଦରୁ ଇସ୍ତଫା ଦିଅନ୍ତୁ ଏବଂ କ୍ଷମାମାଗନ୍ତୁ ବୋଲି ସେ ଦାବୀ କରିଛନ୍ତି ।

ବ୍ରହ୍ମପୁର ମଧ୍ୟ ବିରୋଧ କରାଯିବା ସହିତ ଗୃହମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଜୟ ସ୍ୱାଇଁ କହିଛନ୍ତି ଗୃହମନ୍ତ୍ରୀଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ପାକିସ୍ତାନ ପାୟୋଜିତ ଆତଙ୍କବାଦକୁ ଅଧିକ ପ୍ରୋତ୍ସାହିତ କରିବ ।

ଏଭଳି ମନ୍ତବ୍ୟ ଦେଇ ପ୍ରକୃତ ଉଗ୍ରବାଦୀଙ୍କୁ ଗୃହମନ୍ତ୍ରୀ ସିନ୍ଦେ ପ୍ରକାରାନ୍ତରେ କ୍ଲିନଚିଟ ଦେଇଛନ୍ତି । ଏହା ଭାରତ ବିରୋଧୀ ଉଗ୍ରବାଦୀ ଗୋଷ୍ଠୀକୁ ଶକ୍ତିଶାଳୀ କରିବ । ଅନେକ ସମୟରେ କଂଗ୍ରେସ ପକ୍ଷରୁ ଆସୁଥିବା ଏଭଳି ମନ୍ତବ୍ୟକୁ ଶୁଣିବା ପରେ କଂଗ୍ରେସ ଯେ ଏକ କାପୁରଷ ଗୋଷ୍ଠୀରେ ପରିଣତ ହୋଇଛି ତାହା ସେ ବେଳେବେଳେ ଅନୁଭବ କରୁଥିବା ସ୍ୱାଇଁ ସମାଲୋଚନା କରିଛନ୍ତି ।

ପାରଳାଖେମୁଣ୍ଡିରେ ମଧ୍ୟ ବନ୍ଦ ପାଳନ କରାଯାଇଛି । ଫାୟାରଷ୍ଟେସନ ଛକରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କୁଶପୁତଳିକା ମଧ୍ୟ ଦାହ କରାଯାଇଛି । ଅନୁଗୁଳ ଜିଲ୍ଲାରେ ମଧ୍ୟ ବିଜେପି ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବାଇପାସ୍ ଛକଠାରେ ବିକ୍ଷୋଭ ପଦର୍ଶନ କରାଯାଇଛି ।

କଳାହାଣ୍ଡି ଜିଲ୍ଲା ବିଜେପି ଶାଖା ପକ୍ଷରୁ ପ୍ରତିବାଦ ସଭା କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯାଜପୁର,କେନ୍ଦ୍ରାପଡା ଆଦି ରାଜ୍ୟର ଅନେକ ସ୍ଥାନରେ ମଧ୍ୟ ଯୋରଦାର ବିରୋଧ କରାଯାଇଛି ।

 

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: ଆତଙ୍କବାଦ, କେନ୍ଦ୍ର ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ବିଜେପି, ରାମ ମନ୍ଦିର

ଚାଉଳ ସଂଗ୍ରହରେ ଅବହେଳା ନେଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

May 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୧(ଓଡ଼ିଶା ଡ଼ଟ୍ କମ୍) ଚାଉଳ ସଂଗ୍ରହ କ୍ଷେତ୍ରରେ ଭାରତୀୟ ଖାଦ୍ୟ ନିଗମ ଅବହେଳା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ।

ଏଫ୍ସିଆଇ ପ୍ରତି ମାସରେ ଏକଲକ୍ଷ ଟନ୍ ଚାଉଳ ଅନ୍ୟ ଉପଭୋକ୍ତା ରାଜ୍ୟକୁ ଉଠାଇ ନେଉ ବୋଲି ସେ ଦାବି କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ଥିବା ଗୋଦାମ ଘର ଖାଲି ହେବ ଏବଂ ରବି ଋତୁର ଚାଉଳ ସଂଗ୍ରହ ପାଇଁ ସୁବିଧା ହେବ ବୋଲି ସେ କହିଛନ୍ତି ।

୨୦୦୩-୦୪ରୁ ସରକାରୀ ଭାବେ ଧାନ ଓ ଚାଉଳ ସଂଗ୍ରହ କରାଯାଉଛି । ଏହାଦ୍ୱାରାଚାଷୀମାନେ ଉପଯୁକ୍ତ ସହାୟକ ମୂଲ୍ୟ ପାଇପାରୁଛନ୍ତି । ସରକାରୀ ଏଜେନ୍ସି ଜରିଆରେ ଧାନ ସଂଗ୍ରହ କରାଯିବା ପରେ ତାହାକୁ ଚାଉଳ କରାଯାଇ ଏଫ୍ସିଆଇକୁ ଦିଆଯାଉଛି ।

୨୦୧୧-୧୨ ଖରିପ ଋତୁର ଅପ୍ରେଲ ୩୦ ତାରିଖ ମଧ୍ୟରେ ୨୧ଲକ୍ଷ ୬୧ହଜାର ଟନ୍ ଚାଉଳ ସଂଗ୍ରହ ହୋଇଛି । ଫଳରେ ଯୋଗାଣ ନିଗମ ଓ ଗୋଦାମ ଘର ଗୁଡ଼ିକରେ ଚାଉଳ ଭର୍ତ୍ତି ହୋଇ ରହିଛି ।

ଗୋଦାମ ଘର ଅଭାବ ଚାଉଳ ସଂଗ୍ରହ କରିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଛି । ରାଜ୍ୟର ଯୋଗାଣ ମନ୍ତ୍ରୀ ଏ ସମ୍ପର୍କରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ଗତ ଅପ୍ରେଲ ଓ ମଇ ମାସରେ ଏଫ୍ସିଆଇ କୌଣସି ଚାଉଳ ଅନ୍ୟ ରାଜ୍ୟକୁ ପଠାଇ ନାହିଁ । ୨୦୧୧ ଅକ୍ଟୋବର ମାସରେ ଏଫ୍ସିଆଇ ୭୨ହଜାର ଟନ୍ ଚାଉଳ ଅନ୍ୟ ରାଜ୍ୟକୁ ପଠାଇଥିଲା ।

ଓଡ଼ିଶାରୁ ସଂଗ୍ରହ ହେଉଥିବା ଚାଉଳ ପାଇଁ ଗୋଦାମ ଘର ଅଭାବ ଥିବାବେଳେ ଏଫ୍ସିଆଇ ଅନ୍ୟ ରାଜ୍ୟ ପାଇଁ ଉର୍ଦ୍ଧିଷ୍ଟ ଥିବା ୨ଲକ୍ଷ ଟନ୍ ଚାଉଳ ଏଠାରେ ମହଜୁଦ ରଖିଛି ।

ତେଣୁ ପରିସ୍ଥିତିର ମୁକାବିଲା ପାଇଁ ଏଫ୍ସିଆଇ ପ୍ରତି ମାସରେ ୧ଲକ୍ଷ ଟନ୍ ଚାଉଳ ଅନ୍ୟ ରାଜ୍ୟକୁ ପଠାଇବା ଆବଶ୍ୟକ ହେଉଛି । ତେଣୁ ଏଫ୍ସିଆଇକୁ ନିର୍ଦ୍ଦେଶ ଦେବାପାଇଁ ନବୀନ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଏଫ୍ସିଆଇ, ପ୍ରଧାନମନ୍ତ୍ରୀ

ଖଣି ଲାଭାଂଶ ଉପରେ ଟ୍ୟାକ୍ସ ଲାଗୁ କରିବାକୁ ଦାବି

May 2, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨(ଓଡ଼ିଶା ଡ଼ଟ୍ କମ୍) ଖଣି ମାଲିକମାନେ ବିପୁଳ ଲାଭ ପାଉଥିବାରୁ ଏହି ଲାଭାଂଶ ଉପରେ କେନ୍ଦ୍ର ସରକାର ଟ୍ୟାକ୍ସ ଲାଗୁକରି ଏହାକୁ ଗରିବ ଲୋକଙ୍କ ପାଇଁ ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ପୁଣି ପତ୍ର ଲେଖିଛନ୍ତି ।

ଖଣି ଅଞ୍ଚଳର ଆଦିବାସୀ ଲୋକଙ୍କ କଲ୍ୟାଣ, ଭିତ୍ତିଭୂମିର ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିରେ ବିନିଯୋଗ ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଦାବି କରି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଆସିଛନ୍ତି ।

ମିନେରାଲ ରିସୋର୍ସେସ ଟ୍ୟାକ୍ସ ସଂପର୍କରେ ରାଜ୍ୟ ସରକାରଙ୍କ ଦାବି ଉପରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଉତ୍ତରରେ ଅସନ୍ତୋଷ ବ୍ୟକ୍ତକରି ଖଣି ମାଲିକଙ୍କ ବିପୁଳ ଲାଭାଂଶ ଉପରେ ୫୦ ପ୍ରତିଶତ ଟିକସ ବସାଇବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ସମୀକ୍ଷା କରି ନିଷ୍ପତି ନେବାକୁ ନବୀନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

୨୦୧୨ ମାର୍ଚ୍ଚ ୧୯ରେ ଅଷ୍ଟ୍ରେଲିଆ ପାର୍ଲିଆମେଣ୍ଟ ଲୁହାପଥର ଓ କୋଇଲା ଉପରେ ମିନେରାଲ ରିସୋର୍ସେସ ଟ୍ୟାକ୍ସ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି ଏବଂ ଏହା ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସେଠାକାର ସରକାର ନେଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇ ସେ ପତ୍ରରେ ଦର୍ଶାଇଛନ୍ତି ।

ତେଣୁ ଏ ସଂପର୍କରେ କେନ୍ଦ୍ର ଖଣି ମନ୍ତ୍ରଣାଳୟର ଅଭିମୁଖ୍ୟ କେବଳ ମୁଷ୍ଟିମେୟ ଖଣି ମାଲିକଙ୍କୁ ସହାୟକ ହେବ ବୋଲି ମତ ଦେଇ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବରେ ସମୀକ୍ଷା କରି ଶୀଘ୍ର ନିଷ୍ପତି ନେବାକୁ ସେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଖଣି ଲାଭାଂଶ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମେୟର ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ବିମାନବନ୍ଦରରେ ବିଦାୟ ସମ୍ବର୍ଦ୍ଧନା ଜଣାଉଛନ୍ତି ।

January 3, 2012 by ଓଡିଶା ଡଟ କମ Leave a Comment

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମେୟର ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ବିମାନବନ୍ଦରରେ ବିଦାୟ ସମ୍ବର୍ଦ୍ଧନା ଜଣାଉଛନ୍ତି ।

Filed Under: ମୁଖ୍ୟ ଖବର Tagged With: ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରାବିଜ୍ଞାନ କଂଗ୍ରେସ ଉଦଘାଟିତ

January 3, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୩(ଓଡ଼ିଶା ଡ଼ଟ୍ କମ୍) କିଟ୍ ବିଶ୍ୱବ୍ୟିାଳୟରେ ୯୯ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉଦଘାଟନ କରିଛନ୍ତି ।

ଉ୍ ଘାଟନ ଉତ୍ସବବରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ,
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ବିଳାସ ରାଓ ଦେଶମୁଖ,
ଭାରତୀୟ ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷା ଗୀତା ବାଲି ପ୍ରମୁଖ ଉପସ୍ଥିତ ଥିଲେ ।

କୃଷି, ଜଳ, ଶକ୍ତି ଏବଂ ସୌରଶକ୍ତି ଉପରେ ଅଧିକ ଗବେଷଣା କରାଯିବ ଏବଂ ବୈଜ୍ଞାନିକ
ଗବେଷଣାକୁ ୧୨ତମ ପଂଚ ବାର୍ଷିକ ଯୋଜନାରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।

ବିଜ୍ଞାନକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ଏବଂ ଏହାର ଗବେଷଣା କ୍ଷେତ୍ରରେ ବୃତି ବ୍ୟବସ୍ଥା କରାଯିବା ସହ ଜିଡ଼ିପିର ଦୁଇ ପ୍ରତିଶତ ଗବେଷଣାରେ ଖର୍ଚ୍ଚ ହେବ, ସେ କହିଛନ୍ତି ।

ସାମାଜିକ ବିକାଶ ଦିଗରେ ବିଜ୍ଞାନ ମୁଖ୍ୟ ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଆୟୋଜିତ ଉତ୍ସବରେ ସଫଳ ଓଡ଼ିଆ ଆଦିବାସୀ ଚାଷୀ ଭାବରେ କୋରାପୁଟ ଜିଲ୍ଲାର ରଚିତା ମୁୁଲି ଏବଂ ଚନ୍ଦ୍ର ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନୀତ କରିଛନ୍ତି ।

ଜାନୁୟାରୀ ୩-୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି କଂଗ୍ରେସରେ ୧୧ଜଣ ନୋବେଲ୍ ବିଜେତା ଓ
ବୈଜ୍ଞାନିକଙ୍କ ସହ ପ୍ରାୟ ୧୫,୦୦୦ ଅତିଥି ଯୋଗ ଦେଇଛନ୍ତି ।

ନ୍ୟାସନାଲ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ସାଇନ୍ସ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ନାଇଜର) ଏବଂ କିଟ୍
ବିଶ୍ୱବିଦ୍ୟାଳୟ ଦ୍ୱାରାମିଳିତ ଭାବରେ ଏହାର ଆୟୋଜନ କରାଯାଇଛି । ଦୀର୍ଘ ୩୪ ବର୍ଷ ପରେ ଓଡିଶାରେ ଏହା ଆୟୋଜିତ ହେଉଛି ।

ଏହାର ଅଧିବେଶନ ପ୍ରତିବର୍ଷ ଜାନୁୟାରୀ ୩ ତାରିଖରେ ଭାରତର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥାଏ । ୧୯୧୪ ମସିହାରେ ପ୍ରଥମଥର ପାଇଁ କୋଲକାତାରେ ଏହି ଅଧିବେଶନ ଆୟୋଜିତ ହୋଇଥିଲା ।

ବୁଧବାର ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେବ । ଏହାକୁ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବୁଲ କାଲାମ ଉଦଘାଟନ କରିବେ । ଏଥିରେ ମାନବସମ୍ବଳ ବିକାଶ କେନ୍ଦ୍ରମନ୍ତ୍ରୀ କପିଳ ସିବଲ, କେନ୍ଦ୍ରମନ୍ତ୍ରୀ ବିଳାସରାଓ ଦେଶମୁଖ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଗୁରୁବାର ଆୟୋଜିତ ମହିଳା ବିଜ୍ଞାନ କଂଗ୍ରେସକୁ ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରୂତ ନିରୂପମା ରାଓଉଦଘାଟନ କରିବେ ।

ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ୍, ସମ୍ମାନୀୟ ଅତିଥି ଭାବେ ମାନବସମ୍ବଳ ରାଷ୍ଟମନ୍ତ୍ରୀ ଡି.
ପୁରନ୍ଦେଶ୍ୱରୀ,ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ତଥା ବିଜ୍ଞାନ ଓ ପ୍ରଯୁକ୍ତିମନ୍ତ୍ରୀ ଉଷା ଦେବୀ, ୟୁନେସ୍କୋର
ନେଚୁରାଲ୍ ସାଇନ୍ସର ଡାଇରେକ୍ଟର ଜେନେରାଲ ଓ ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷା ପ୍ରଫେସର ଗୀତା ବାଲି ଯୋଗ ଦେବେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କଂଗ୍ରେସ, ପ୍ରଧାନମନ୍ତ୍ରୀ

୨ ଜାନୁୟାରୀ ୨୦୧୨ ସୋମବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ତାଙ୍କୁ ସ୍ୱାଗତ କରୁଛନ୍ତି ।

January 2, 2012 by ଓଡିଶା ଡଟ କମ Leave a Comment

୨ ଜାନୁୟାରୀ ୨୦୧୨ ସୋମବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭୁବନେଶ୍ୱ ବିମାନବନ୍ଦରରେ ପହଂଚିବା ପରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ତାଙ୍କୁ ସ୍ୱାଗତ କରୁଛନ୍ତି ।

Filed Under: ମୁଖ୍ୟ ଖବର Tagged With: ପ୍ରଧାନମନ୍ତ୍ରୀ

  • Go to page 1
  • Go to page 2
  • Go to Next Page »

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ