• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭଦ୍ରକ

ବିଷ୍ଣୁ ଖିଲାର: ବୃକ୍ଷ ରୋପଣ ଯାହାଙ୍କ ଜୀବନର ମୂଳମନ୍ତ୍ର

May 29, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୨୯(ଓଡ଼ିଶା ଡ଼ଟ୍ କମ୍) ସମଗ୍ର ଦେଶରେ ଗ୍ରୀଷ୍ମପ୍ରବାହ, ଅନାବୃଷ୍ଟି, ପରିବେଶ ପ୍ରଦୂଷଣ ଜନଜୀବନକୁ ପ୍ରଭାବିତ କରିଚାଲିଥିବା ବେଳେ ଭଦ୍ରକ ଜିଲ୍ଲାର ବିଷ୍ଣୁ ଖିଲାର ବୃକ୍ଷ ରୋପଣକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରିଛନ୍ତି ।

ବନ୍ତ ବ୍ଲକ ତୋଡ଼ଙ୍ଗା ଗ୍ରାମପଞ୍ଚାୟତର ଖିଲାରଙ୍କ ଏଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ଜନସାଧାରଣ ତଥା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି । ବିନା ସ୍ୱାର୍ଥରେ ସେ ଆଜି ପର୍ଯ୍ୟନ୍ତ ସରକାରୀ ଜମିରେ ଦୁଇ ହଜାରରୁ ଉର୍ଦ୍ଧ ଗଛ ଲଗାଇ ରକ୍ଷଣାବେକ୍ଷଣ କରିଆସୁଛନ୍ତି ।

ତାଙ୍କର ଏହି ଗୁଣ ପାଇଁ ସ୍ଥାନୀୟ ବନ୍ୟପ୍ରାଣୀ ବିଭାଗ ବିଶ୍ୱବ୍ୟାଙ୍କ ସହାୟତାରେ ଲଗାଯାଇଥିବା ରାସ୍ତା ପାଶ୍ୱର ବୃକ୍ଷ ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ତାଙ୍କୁ ହସ୍ତାନ୍ତର କରିଛି ।

ବିଶେଷକରି ବର,ନିମ୍ବ,ଆମ୍ବ,ଜାମୁ,କରଞ୍ଜ ଓ ଆକାଶୀ ଭଳି ଗଛ ରୋପଣ କ୍ଷେତ୍ରରେ ସେ କୌଣସି ନର୍ସରୀ କିମ୍ବା ସରକାରୀ ଅନୁଷ୍ଠାନ ସହାୟତା ଲୋଡ଼ିନାହାନ୍ତି । ନିଜ ବାଡ଼ିରେ ଛୋଟ ନର୍ସରୀଟିଏ କରି ବିଭିନ୍ନ ମଞ୍ଜି ସଂଗ୍ରହକରି ଚାରା ତିଆରି କରନ୍ତି ।

ତାହା ଲଗାଇବା ଉପଯୋଗୀ ହୋଇଗଲେ ରାସ୍ତାପାଶ୍ୱରେ, ଛକସ୍ଥାନ କିମ୍ବା ସରକାରୀ ପଡ଼ିଆ ଜମିରେ ଗାତଖୋଳି ଗୋବର ଖତ ଦେଇ ନିଜେ ଲଗାନ୍ତି । କେବଳ ଏତିକିରେ ତାଙ୍କ କାମ ସରେନାହିଁ ।

ଚାରାଗୁଡ଼ିକ କିଭଳି ବଞ୍ଚିବ ସେଥିପାଇଁ ବାଉଁଶ ବତା ଓ କଣିରେ ଘେରି ମୁଣ୍ଡୁଳା ନିର୍ମାଣ କରି ସେଗୁଡ଼ିକୁ ଆବଦ୍ଧ କରିଥାନ୍ତି । ମୁଖ୍ୟତଃ ବର୍ଷାଦିନରେ ବିଷ୍ଣୁ ଏହି କାର୍ଯ୍ୟ ହାତକୁ ନେଇଥାନ୍ତି ।

କିଛିିଦିନ ପରେ ଗଛମୂଳରେ ହୋଇଥିବା ଅନାବନା ଘାସବାଛି ସେଥିରେ ଅଣୁସାର ଓ ଗୋବର ଖତ ଦେବାସହ ପତ୍ର କାଣ୍ଡରେ ଗୋମୂତ୍ରରୁ ଏକପ୍ରକାର କୀଟନାଶକ ତିଆରି ସିଞ୍ଚନ କରିଥାନ୍ତି । ଖରାଦିନରେ ଟ୍ରଲିରେ ପାଣିନେଇ ଦିନ କୁ ଦୁଇଓଳି ସେ ଗଛମୂଳରେ ଢ଼ାଳିଥାନ୍ତି ।

ବିସ୍ମୟର କଥା ଆଜି ପର୍ଯ୍ୟନ୍ତ ଏହି ମହାନ କାର୍ଯ୍ୟ ପାଇଁ କେହି ତାଙ୍କୁ ସମ୍ନାନ କିମ୍ବା ଅଭ୍ୟର୍ଥନ କରିନାହାନ୍ତି । ଏକା ଏକା ନୀତିରେ ବିଶ୍ୱାସ କରୁଥିବା ବିଷ୍ଣୁ ପଛକୁ ନଅନାଇ ଏଭଳି ମହତ କାମକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଚାଲିଛନ୍ତି ।

ଏଭଳି ଏକ ଜନହିତକାର କାର୍ଯ୍ୟ ଦେଖି ହରିପୁର ଗ୍ରାମର ଯୁବ ସମାଜସେବୀ ତଥା ଯୋଗଗୁରୁ ସଞ୍ଜିବ ନାୟକ ତାଙ୍କ ସହ ହାତ ମିଳାଇ ସମ୍ନାନ ସହ ଅର୍ଥର ବନ୍ଦୋବସ୍ତ ମଧ୍ୟ କଲେ ।

କେବଳ ସଞ୍ଜିବ ନୁହଁନ୍ତି, ଭଦ୍ରକ ନେହେରୁ ଷ୍ଟାଡ଼ିୟମର କିଛି ଯୁବକ ମଧ୍ୟ ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ହାତ ବଢ଼ାଇଛନ୍ତି । ଏମାନେ ସମସ୍ତେ ମିଶି ଏବେ ଖିଲାରଙ୍କୁ ବୃକ୍ଷରୋପଣ କାର୍ଯ୍ୟରେ ସହାୟତା କରୁଛନ୍ତି ।

ଅମ୍ଳଜାନ ଗ୍ୟାସ ଆମକୁ ମାଗଣାରେ ମିଳିଯାଉଛି ସତ, କିନ୍ତୁ ଆମେ ଭଗବାନ ଓ ତାଙ୍କ ସୃଷ୍ଟି ପରିବେଶ ଉପରେ ଧାରୁଆ ହୋଇ ରହିଯାଉଛୁ । ତେଣୁ ସେମାନଙ୍କ ଠାରୁ ଋଣମୁକ୍ତ ହେବା ପାଇଁ ଆଜିଠାରୁ ଆମେ ବର୍ଷରେ ଗୋଟିଏ ଲେଖାଏଁ ଗଛ ଲଗାଇବା ନିତ୍ୟାନ୍ତ ଜରୁରୀ ବୋଲି ବିଷ୍ଣୁ ଖିଲାର କହିଛନ୍ତି ।

ଏକ ଗ୍ରାମୀଣ ପରିବେଶରେ ବିଷ୍ଣୁ ଯେଭଳି ଆଜିର ମନୁଷ୍ୟକୃତ ସନ୍ତୁଳିତ ପରିବେଶକୁ ତାଙ୍କର ବୃକ୍ଷରୋପଣ ରୂପକ ସଞ୍ଜିବନୀ ପ୍ରଦାନ କରିଚାଲିଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ଶିକ୍ଷଣୀୟ ନିଶ୍ଚୟ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: ଅମ୍ଳଜାନ ଗ୍ୟାସ, ଗଛ ରୋପଣ, ଗ୍ରାମପଞ୍ଚାୟତ, ଗ୍ରୀଷ୍ମପ୍ରବାହ, ଜନସାଧାରଣ, ବନ୍ୟପ୍ରାଣୀ, ବିଷ୍ଣୁ ଖିଲାର, ବୃକ୍ଷ ରୋପଣ, ଭଦ୍ରକ

ଭଦ୍ରକ: ଗୋରୁ ବୋଝେଇ ଗାଡ଼ି ଜବତ, ୩ ଅଟକ

May 28, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୨୮(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକଜିଲ୍ଲା ଦିନକୁଦିନ ଚୋରା ଗୋରୁ ଚାଲାଣକାରୀଙ୍କ ଭୂସ୍ୱର୍ଗ ପାଲଟିଥିବାବେଳେ ସୋମବାର ପୁଣି ଏକ ଗୋରୁ ବୋଝେଇ ଗାଡ଼ି ପୋଲିସ ଜବତ କରିବା ସହ ତିନି ଜଣଙ୍କୁ ଅଟକ ରଖିଛି ।

ପୁରୁଣା ବଜାର ଥାନା ଅଧିନସ୍ଥ ସନ୍ଥିଆ ନିଳକଣ୍ଠପୁର ନିବାସୀ ସେକ୍ ସୋହେଲ ଏବଂ ସେହି ଥାନା ଅଧିନସ୍ଥ ଦୁଇ ଗୋରୁ ବେପାରୀ ସୁକିନ୍ଦାରୁ ଏକ ଗାଡିରେ ୧୨ଟି ଗୋରୁ ବୋଝେଇ କରି ଭଦ୍ରକ ସନ୍ଥିଆ ଆଣୁଥିବା ବେଳେ ସଂଧ୍ୟାରେ ପୋଲିସ ପେଟ୍ରୋଲିଂ ଗାଡ଼ି ସେମାନଙ୍କୁ ଧରିଥିଲା ।

ପୋଲିସ ଏକ ମାମଲା ରୁଜୁ କରିବା ସହ ଗାଈଗୋରୁ ଗୁଡ଼ିକୁ ସ୍ଥାନୀୟ ଗୋଶାଳାରେ ରଖାଯାଇ ଗାଡିକୁ ଜବତ କରିଛି ଏବଂ ତିନି ଅଭିଯୁକ୍ତଙ୍କୁ ଅଟକ ରଖିଛି ।

ଗୋରୁ ଚାଲାଣର ପେଣ୍ଠସ୍ଥଳୀ ହୋଇଥିବା ଭଦ୍ରକରୁ ପଡୋଶୀ ରାଜ୍ୟ ପଶ୍ଚିମବଂଗ ସମେତ ବହୁ ଅଂଚଳକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଗୋରୁ ଗୁଡ଼ିକ ବୋଝେଇ ହୋଇ ଚୋରା ଚାଲାଣ ହୋଇଥାଏ ।

ନିକଟରେ ଏହି ଚୋରା ଗୋରୁ ଚାଲାଣକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଓ ରାଜ୍ୟ ବଜରଂଗ ଦଳର କେତେକ ପ୍ରମୁଖଙ୍କ ସହ ଚୋରା ବେପାରୀଙ୍କ ଗଣ୍ଡଗୋଳ ହୋଇଥିଲା । ଏସ୍ପିଙ୍କ ହସ୍ତକ୍ଷେପ ପରେ ଗଣ୍ଡଗୋଳ ଶାନ୍ତ ହୋଇଥିଲା ।

ଏହି ଘଟଣା ପରେ ଏସ୍ପି ଗୋରୁ ଚୋରା ଚାଲାଣ ରୋକିବା ଦିଗରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଗତଦୁଇମାସ ମଧ୍ୟରେ ଶତାଧିକ ଗୋରୁ ଜବତ କରି ସ୍ଥାନୀୟ ଗୋଶାଳାକୁ ହସ୍ତାନ୍ତର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଗଣ୍ଡଗୋଳ, ଗୋରୁ ଚାଲାଣ, ପୋଲିସ, ଭଦ୍ରକ

ଦୁର୍ଘଟଣାରୁ ଅଳ୍ପକେ ବର୍ତିଲା ଅଷ୍ଟ୍ରେଲୀୟ ଜାହାଜ

May 23, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୨୩(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ବୁଧବାର ଏକ ଅଷ୍ଟ୍ରେଲୀୟ ଜାହାଜ ଜେଟିରେ ଲାଗିଥିବା ବେଳେ ପ୍ରବଳ ସାମୁ୍ରିକ ସ୍ରୋତ ଯୋଗୁଁ ଆୟତ୍ତ ବାହାରକୁ ଚାଲିଯିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛି ।

ତେବେ ବନ୍ଦର ପାଇଲଟ୍ ଏବଂ ମୁରିଙ୍ଗ୍ କର୍ମଚାରୀ ଜୁଆରିଆ ସମୁ୍ରରେ ଉକ୍ତ ଜାହାଜକୁ ସ୍ଥିର ଅବସ୍ଥାକୁ ଆଣିବାରେ ସଫଳ ହୋଇଛନ୍ତି ।

ଏହାପରେ ଜାହାଜଟିକୁ ଏକ ନିରାପତ୍ତା ସ୍ଥାନରେ ସ୍ଥିର ଅବସ୍ଥାରେ ପଣ୍ୟ ଖଲାସ୍ ପାଇଁ ରଖା ଯାଇଥିଲା । ନିର୍ଦ୍ଧିଷ୍ଟ ପରିମାଣର ମାଲ୍ ଖଲାସ କରାଯିବା ପରେ ଜାହାଜଟି ପ୍ରତ୍ୟାବର୍ତନ କରିବ ବୋଲି ବନ୍ଦର ପକ୍ଷରୁ କୁହାଯାଇଛି ।

ଅଷ୍ଟ୍ରେଲିଆରୁ ୧.୬ ଲକ୍ଷ ଟନ୍ କୋଇଲା ଧରି ଆସିଥିବା ଏମ୍ଭିଲୋ ଲ୍ୟାଣ୍ଡ୍ ଅର୍କିଡ୍ ନାମକ ଜାହାଜ ମଙ୍ଗଳବାର ଅପରାହ୍ନରେ ଧାମରା ବନ୍ଦରରେ ଲାଗିଥିଲା । ତେବେ ବୁଧବାର ସକାଳରୁ କନିକା ବାଲି୍ୱୀପ ଏବଂ ଧାମରା ବନ୍ଦର ଅଂଚଳରେ ବଙ୍ଗୋପସାଗରରେ ପ୍ରବଳ ସାମୁ୍ରିକ ଜୁଆର ଏବଂ ସାମୁ୍ରିକ ସ୍ରୋତ ଯୋଗୁଁ ସମୁ୍ର ଅଶାନ୍ତ ହୋଇପଡିଥିଲା ।

ସକାଳ ପ୍ରାୟ ୭.୩୦ ସମୟରେ ଏହି ସାମୁ୍ରିକ ସ୍ରୋତ ଯୋଗୁଁ ମାଲ୍ବାହୀ ଜାହାଜଟି ମୁରିଙ୍ଗ୍ ରଶିରୁ ବିଚ୍ଛିନ୍ନ ହୋଇ ଆୟତ୍ତ ବାହରକୁ ଚାଲିଯାଇ କ୍ଷିଣ ଦିଗରେ ବନ୍ଦରର ଟର୍ଣ୍ଣିଙ୍ଗ୍ ସର୍କଲ୍ ଆଡକୁ ମୁହାଁଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଧାମରା, ଭଦ୍ରକ

ବେଆଇନ ଗୋରୁ ବୋଝେଇ ଟ୍ରକ୍ ଜବତ, ଡ଼୍ରାଇଭର ଗିରଫ

May 22, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୨୨(ଓଡ଼ିଶା ଡ଼ଟ୍ କମ୍) କୋଲକାତା ଯାଉଥିବା ଏକ ଗୋରୁ ବୋଝେଇ ଟ୍ରକକୁ ମଙ୍ଗଳବାର ପୋଲିସ ଭଦ୍ରକ ଠାରେ ଜବତ କରିବା ସହ ଏହାର ଡ଼୍ରାଇଭରକୁ ଗିରଫ କରିଛି ।

କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ପୋଲିସର ଏକଦଳ ଖୋର୍ଦ୍ଧା ବେଗୁନିଆରୁ ଆସୁଥିବା ଏହି ଟ୍ରକ୍କୁ ୫ନମ୍ବର ଜାତୀୟ ରାଜପଥର ଡ଼ାହାଣୀଗଡ଼ିଆ ଛକଠାରେ ଜବତ କରିଛନ୍ତି ।

ଜିଲ୍ଲା ପୋଲିସ ମୁଖ୍ୟଙ୍କ ନିର୍ଦ୍ଦେଶରେ ଟାଉନ ଥାନାଧିକାରୀ ଗୋରୁ ଗୁଡ଼ିକୁ ଉଦ୍ଧାର କରି ରାଜଘାଟ ଛକ ସ୍ଥିତ ଗୋଶାଳାରେ ଛାଡ଼ିଦେଇଛନ୍ତି । ସଂପୃକ୍ତ ଡ଼୍ରାଇଭର ଧାମନଗର ଥାନା ବଜାରସାହି ନିବାସୀ ନୁର ଅହମ୍ମଦକୁ କୋର୍ଟ ଚାଲାଣ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ବେଆଇନ ଗୋରୁ ଚାଲାଣର ମୁଖ୍ୟ ପେଣ୍ଠ ସ୍ଥଳ ଭଦ୍ରକ ହୋଇଥିବା ବେଳେ ଚାଲାଣକାରୀଙ୍କ ସହ ହାତ ମିଳାଇଥିବା କେତେକ ପୋଲିସ କର୍ମଚାରୀଙ୍କ ମୋବାଇଲ ଟ୍ରାକିଂ କରି ଏସ୍ପି ସେମାନଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କୋଲକାତା, ଥାନା, ଭଦ୍ରକ

କାରାଗାରରେ ମହିଳାଙ୍କ ସାବିତ୍ରୀ ବ୍ରତ ପାଳନ

May 20, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୨୦(ଓଡ଼ିଶା ଡ଼ଟ୍ କମ୍) ରବିବାର ସମଗ୍ର ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ ହୋଇଥିବା ବେଳେ ଭଦ୍ରକ ସ୍ଥିତ କାରାଗାରରେ ଥିବା ମହିଳାମାନେ ମଧ୍ୟ ସାବିତ୍ରୀ ବ୍ରତ କରିଛନ୍ତି ।

ବିଭିନ୍ନ ପରିସ୍ଥିତି ଓ ଘଟଣା ଚକ୍ରରେ ପଡ଼ି ଜେଲର ଚାରିକାନ୍ଥ ଭିତରେ ଜୀବନ ବିତାଉଥିବା ବହୁ ବିବାହିତା ମହିଳାମାନେ ପତିଙ୍କ ମଙ୍ଗଳ କାମନା କରି ଜେଲ ବାହାରେ ଥିବା ମହଦଦାବୀର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଶୁକ ମହାଳିକ ଏବଂ ବିଚାରଧିନ ବନ୍ଦୀଭାବେ ଜୟନ୍ତୀ ବେହେରା, ଭାରତୀ ଜେନା, ରଙ୍ଗଲତା ସାହୁ, ରଜନୀ ଦାସ, ଚମ୍ପା ଗାହାଣ ନିୟମାନୁସାରେ ଉପବାସ ରହି ନବବସ୍ତ୍ର ପରିଧାନକରି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।

ଏହି ମହିଳା ଅନ୍ତେବାସୀଙ୍କ ପାଇଁ ଜେଲ ପକ୍ଷରୁ ସମସ୍ତ ବ୍ରତ ଉପକରଣ ଓ ନବବସ୍ତ୍ର ଯୋଗାଇ ଦିଆଯାଇଥିଲା । ପୂଜାର୍ଚ୍ଚନା ସମୟରେ ଜେଲ ଅଧିକ୍ଷକ ଓ ଅନ୍ୟମାନେ ଉପସ୍ଥିତ ରହି ସେମାନଙ୍କୁ ସହଯୋଗ କରିଥିଲେ । ଗତ ଆଠ ବର୍ଷ ଧରି ମହିଳାମାନେ ଏହି ଜେଲ୍ ରେ ସାବିତ୍ରୀ ବ୍ରତ ପାଳନ କରିଆସୁଛନ୍ତି ।

ଜେଲ ଭିତରେ କେବଳ ସାବିତ୍ରୀ ବ୍ରତ ନୁହେଁ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କ ପାଇଁ ବର୍ଷର ପ୍ରତ୍ୟେକ ମାସରେ ପାଳନ କରାଯାଉଥିବା ପର୍ବପର୍ବାଣୀ ଏମାନେ ପାଳନ କରିଥାନ୍ତି ।

ସେହିପରି ସ୍ୱଳ୍ପ ରହଣୀ ଆବାସିକ କେନ୍ଦ୍ର “ଆସିୟାନା’ ଏବଂ “ଫେଲୋସିପ’ର ଆଶ୍ରୟରେ ଅବସ୍ଥାନ କରୁଥିବା ବିଭିନ୍ନ ବର୍ଗର ନିର୍ଯ୍ୟାତିତା ମହିଳା ମଧ୍ୟ ପତିଙ୍କ ଉଦ୍ଦେଶ୍ୟରେ ଏହି ବ୍ରତ ପାଳନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: କାରାଗାର, ଭଦ୍ରକ, ସାବିତ୍ରୀ

ମୂଲ୍ୟାୟନରେ ଅନୁପସ୍ଥିତ ଯୋଗୁଁ ୨୫ ଶିକ୍ଷକଙ୍କ ଦରମା ବନ୍ଦ

May 17, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୧୭(ଓଡ଼ିଶା ଡ଼ଟ୍ କମ୍) ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରେ ଏହି କାର୍ଯ୍ୟରେ ନିୟୋଜିତ ୨୫ ଜଣ ଶିକ୍ଷକ ଅନୁପସ୍ଥିତ ରହିଥିବାରୁ ସେମାନଙ୍କର ଦରମା ବନ୍ଦ କରାଯାଇଛି ।

ଜିଲ୍ଲା ଶିକ୍ଷା ମଣ୍ଡଳାଧିଶ ସତ୍ୟ ମୋହନ ସେନାପତି କର୍ତବ୍ୟରେ ଅବହେଳା ପାଇଁ ଏହି ଶିକ୍ଷକ ମାନଙ୍କ
ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦରମା ବନ୍ଦ କରିଛନ୍ତି ।

ଗତ ୧ତାରିଖ ଠାରୁ ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଜିଲ୍ଲା ସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହୋଇଥିଲା । ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୪୬ଜଣ ଓ ଜିଲ୍ଲା ସ୍କୁଲରେ ୩୫୬ଜଣଙ୍କୁ ନିୟୋଜିତ କରାଯାଇଥିଲା ।

ତେବେ ସମଗ୍ର ମୂଲ୍ୟାୟନ ପ୍ରକ୍ରିୟାରୁ ଏହି ଶିକ୍ଷକମାନେ ଅନୁପସ୍ଥିତ ରହିଥିବା ଜଣାପଡ଼ିଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ପରୀକ୍ଷା, ଭଦ୍ରକ

କର୍ତ୍ତବ୍ୟରେ ଅବହେଳା, ୬ ପୋଲିସ କର୍ମଚାରୀ ନିଲମ୍ବିତ

May 15, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୧୫(ଓଡ଼ିଶା ଡ଼ଟ୍ କମ୍) କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଭଦ୍ରକ ଜିଲ୍ଲାର ଛଅ ଜଣ ପୋଲିସ କର୍ମଚାରୀଙ୍କୁ ମଙ୍ଗଳବାର ବିଭାଗୀୟ କର୍ତୃପକ୍ଷ ନିଲମ୍ବିତ କରିଛନ୍ତି ।

ରିଜର୍ଭ ପୋଲିସ ଜେଲରୁ ଜଣେ ମହିଳା ସମେତ ୧୨ଜଣ ବିଚାରାଧିନ ଅଭିଯୁକ୍ତଙ୍କୁ ବିଭିନ୍ନ ମାମଲାର ବିଚାର ନିମନ୍ତେ ଚାନ୍ଦବାଲି ଜେଏମ୍ଏଫସି କୋର୍ଟକୁ ନିଆଯାଇଥିବା ବେଳେ ଡ଼କାୟତି ମାମଲାରେ ଗିରଫ ଦୁଇ ଅଭିଯୁକ୍ତ ଫେରିବା ରାସ୍ତାରେ ଫେରାର ହୋଇଯାଇଥିଲେ ।

ତେଣୁ ଜଣେ ମହିଳା କନଷ୍ଟେବଳଙ୍କ ସମେତ ଛଅ ଜଣଙ୍କ ଦାୟିତ୍ୱହୀନତା ଯୋଗୁଁ ଦୁଇ ଅଭିଯୁକ୍ତ ଫେରାର ହେବାର ସକ୍ଷମ ହୋଇଥିରୁ ପୂର୍ବାଞ୍ଚଳର ଡ଼ିଆଇଜି ସଂଜୟ କୁମାର ହାବିଲଦାର ପ୍ରଶାନ୍ତ ପାତ୍ର, ଡ଼୍ରାଇଭର ଅରୁଣ ମିତ୍ର, ଏପିଆର କନଷ୍ଟେବଳ ପ୍ରତାପ କୁମାରା ତ୍ରିପାଠୀ, କୃଷ୍ଣଚନ୍ଦ୍ର ରାଉତ, ଅଶ୍ୱିନୀ କୁମାର ସେଠୀ ଓ ସୁବାଷିନୀ ଲେଙ୍କାଙ୍କୁ ନିଲମ୍ବିତ କରିଛନ୍ତି ।

ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଆଜି ସକାଳୁ ଚାନ୍ଦବାଲି ନିକଟସ୍ଥ ଧାନଖଣିଆ ଘାଟ ନିକଟରେ ପହଞ୍ଚିଥିଲେ ।

ସେଠାରେ ଉପରୋକ୍ତ ଦୁଇ ଅପରାଧି ନଦୀପାର ହୋଇ କଟକ ଯିବାକୁ ଡ଼ଙ୍ଗାକୁୁ ଅପେକ୍ଷା କରିଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ନିଲମ୍ବିତ, ପୋଲିସ, ଭଦ୍ରକ

ଭଦ୍ରକ: ପୁଣି ଚର୍ଚ୍ଚାରେ କୁନି ଦୌଡ଼ରାଣୀ ରାଜେଶ୍ୱରୀ

May 15, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୧୫(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାର କୁନି ଦୌଡ଼ରାଣୀ ରାଜେଶ୍ୱରୀ ଦାସ ପୂର୍ବତନ ଉପ ରାଷ୍ଟ୍ରପତି ସ୍ୱର୍ଗତ ଭୈରୋଁ ସିଂ ଶେଖାୱତଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ମଙ୍ଗଳବାର ତାଙ୍କ ଆତ୍ମାର ସ୍ଗତି ନିମନ୍ତେ ପାଞ୍ଚ କିମି ରାସ୍ତା ଦୌଡ଼ି ମା’ ତାରିଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟରତ ବୈକୁଣ୍ଠ ନାଥ ଦାସଙ୍କ କନ୍ୟା ରାଜେଶ୍ୱରୀ ୨୦୦୭ରେ ବିରଳ ମାରାଥନ ୌଡ଼ ଭଦ୍ରକରୁ ବିରଜା ମନ୍ଦିର ପର୍ଯ୍ୟନ୍ତ ୬୦ କିଲୋମିଟର ଦୌଡ଼ି ରେକର୍ଡ଼ ସୃଷ୍ଟି କରିଥିଲେ ।

ଏଥିପାଇଁ ସେତେବେଳର ଉପରାଷ୍ଟ୍ରପତି ଶେଖାୱତ ତାଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କର ଉନ୍ନତି କାମନାକରିଥିଲେ ।

ତେଣୁ ଶ୍ରାଦ୍ଧବାର୍ଷିକୀରେ ଭଦ୍ରକର ଚରମ୍ପାରୁ କଚେରୀ ବଜାର ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଦୌଡ଼ି ପୂଜାର୍ଚ୍ଚନା କରିବାକୁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଥିଲେ ।

ଫଳରେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଟାଉନ ଥାନାର ସହଯୋଗରେ ଏହି ଦୌଡ଼ ଅନୁଷ୍ଠିତ ହୋଇଥିଲା ।

ଆଜିର ଏହି ଦୌଡ଼କୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦ୍ଦଘାଟନ  କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଭଦ୍ରକ, ରେକର୍ଡ଼

କେମିତି ଚାଲିଛି ସରକାରଙ୍କ କୁଷ୍ଠରୋଗ ନିରାକରଣ ଯୋଜନା !

May 14, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୧୪(ଓଡ଼ିଶା ଡ଼ଟ୍ କମ୍) ସରକାରୀ ଓ ବେସରକାରୀ ସ୍ତରରେ କୁଷ୍ଠ ନିରାକରଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ଭଦ୍ରକ ଜିଲ୍ଲାରେ ଏହାର ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ ପ୍ରମାଣିତ ହୋଇଛି ।

ଚାନ୍ଦବାଲି ବ୍ଲକ ଅଧିନସ୍ଥ ବାଲିଗାଁ ପଞ୍ଚାୟତର ନରସିଂହପୁର ଗ୍ରାମର ନରେନ୍ଦ୍ର ଏହି ଯୋଜନାରୁ ବଞ୍ଚିତ ହୋଇ ଗତ ପ୍ରାୟ ୬ମାସ ହେବ ପରପିଣ୍ଡାରେ ଆଶ୍ରୟ ନେଇଛନ୍ତି ।

ରାଜ୍ୟ ତଥା ଦେଶକୁ ସମ୍ପୂର୍ଣ୍ଣ କୁଷ୍ଠରୋଗ ମୁକ୍ତ କରି ଗଢ଼ି ତୋଳିବାକୁ ସରକାରୀ ସ୍ତରରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇ ଚାଲିଥିବା ବେଳେ ନରେନ୍ଦ୍ରଙ୍କ ପରିବାର ବର୍ତମାନ ଦୁର୍ଦ୍ଧିନରେ କାଳାତିପାତ କରୁଛନ୍ତି ।

ନରେନ୍ଦ୍ରଙ୍କ ପତ୍ନୀ ପ୍ରମିଳା ପଢ଼ିଆରୀ ନିଜର ଦୁଃଖ ସଂପର୍କରେ ବର୍ଣ୍ଣନା କରିଛନ୍ତି । ପ୍ରମିଳା ନରସିଂପୁର ଗ୍ରାମର ନରେନ୍ଦ୍ର ପଢ଼ିଆରୀଙ୍କୁ ବିବାହ କରିଥିଲେ । ଆଖିରେ ଆଖିଏ ସ୍ୱପ୍ନ ନେଇ ସେ ଆରମ୍ଭ କରିଥିଲେ ନିଜର ସଂସାର । ମାତ୍ର ଅଦିନ ମେଘ ପରି ମାଡ଼ିଆସିଥିଲା ତାଙ୍କ ସଂସାର ଉପରକୁ କଳାବାଦଲ ।

ବିଭିନ୍ନ ସ୍ଥାନରେଦିନ ମଜୁରୀଆ ଭାବେ କାର୍ଯ୍ୟ କରୁଥିବା ନରେନ୍ଦ୍ର ହଠାତ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇପଡ଼ିଲେ । ଗ୍ରାମାଞ୍ଚଳରେ କୁଷ୍ଠ ନିରାକରଣ ଦିଗରେ କାର୍ଯ୍ୟକରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଦୃଷ୍ଟିର ଆଢ଼ୁଆଳରେ ରହିଗଲେ ସେ ।

ସଚେତନତା ତଥା ଶିକ୍ଷାର ଅଭାବରୁ ସେ ସରକାରୀ ସହାୟତାରୁ ବଞ୍ଚିତ ହୋଇ କ୍ରମେ ଅକର୍ମଣ୍ୟ ହୋଇପଡ଼ିଲେ । ୩ ଝିଅ, ପୁଅ ଓ ପତ୍ନୀଙ୍କୁ ନେଇ ନରେନ୍ଦ୍ରଙ୍କ ପରିବାର ।

ନରେନ୍ଦ୍ର ସମ୍ପୂର୍ଣ୍ଣ ଅକର୍ମଣ୍ୟ ହେବାପରେ ଅସହାୟ ହୋଇପଡ଼ିଛନ୍ତି ପ୍ରମିଳା । ପିଲାଙ୍କ ପାଠପଢ଼ା, ଔଷଧ ଓ ଦୈନନ୍ଦିନ ଖର୍ଚ୍ଚ ପାଇଁ ସେ ବିଭିନ୍ନ ଲୋକଙ୍କ ଘରେ ଗାଈ ଗୁହାଳ କାମ କରିବା ସହ ନିଜର ଏକମାତ୍ର ଗାଈର କ୍ଷୀର ବିକ୍ରୀ କରି ରୋଜଗାରର ପନ୍ଥା ବାଛିଛନ୍ତି ।

ନିଜର ଘର ନଥିବାରୁ ଏବଂ ଘର ତିଆରି ପାଇଁ ସମ୍ବଳର ଅଭାବ ପାଇଁ ଗତ ପ୍ରାୟ ୬ମାସ ହେବ ସେ ଓ ପରିବାରର ଅନ୍ୟ ୫ଜଣ ସଦସ୍ୟ ଗ୍ରାମର ଜଣେ ବ୍ୟକ୍ତିଙ୍କ ସ୍ଥାନରେ ପଲିଥିନ ଟାଣି ଆଶ୍ରୟ ନେଇଛନ୍ତି ।

କିନ୍ତୁ ଆଜିର ଏହି ସଭ୍ୟ ସମାଜ ଏକ କୁଷ୍ଠ ରୋଗମୁକ୍ତ ସୁନ୍ଦର ପୃଥିବୀ ଗଠନର ସ୍ୱପ୍ନ ଦେଖୁଥିବା ବେଳେ ଏହି ଅସହାୟ ପରିବାର ସମସ୍ତ ସୁବିଧାରୁ ବଞ୍ଚିତ ହୋଇଥିବାରୁ ସରକାରଙ୍କ ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗକୁ ବର୍ଷାଦିନ ଆସୁଥିବାରୁ ସେମାନେ କିପରି ଚଳିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି । ତେଣୁ ନରେନ୍ଦ୍ର ଏବଂ ତାଙ୍କ ପରିବାର ଲୋକଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇବୋକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଭଦ୍ରକ, ଯୋଜନା

ଭଦ୍ରକ: ବଢ଼ିଚାଲିଛି ନକଲି ଡ଼ାକ୍ତରଙ୍କ କୁପ୍ରଭାବ

May 13, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୧୩(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳରେ ଏବେ କ୍ରମଶଃ ନକଲି ଔଷଧ କାରବାର ଓ ନକଲି ଡ଼ାକ୍ତରଙ୍କ କୁପ୍ରଭାବ ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହା ଦେଖି ନଦେଖିବାଭଳି ରହୁଥିବା ଅଭିଯୋଗ ହୋଇଛି ।

ଜିଲ୍ଲାର ଅନ୍ନପାଳ, ଧୁଷୁରୀ, ଅସୁରାଳି, ବେତାଳି ଗାଁ, ଆରଡ଼ି, ଦୋଳସାହି, ନନ୍ଦପୁର, ତିହିଡ଼ି, ପିରାହାଟ, ମତୋ, ସାବରଙ୍ଗ ଆଦି ବହୁସ୍ଥାନରେ ଡ଼ାକ୍ତରଙ୍କ ଅନୁପସ୍ଥିତିର ସୁଯୋଗ ନେଇ କେତେକ କ୍ୱାକ କୋଲକାତାରୁ ରେଜିଷ୍ଟ୍ରେଡ଼ ମେଡ଼ିକାଲ ପ୍ରାକଟିସନର ପ୍ରମାଣପତ୍ର ଆଣି ଗ୍ରମାଞ୍ଚଳରେ ଚିକିତ୍ସାଳୟ ଖୋଲି ରୋଗୀ ମାନଙ୍କୁ ଶୋଷଣ କରିଚାଲିଛନ୍ତି ।

ଗ୍ରାମାଞ୍ଚଳ ଛତୁ ଫୁଟିବା ଭଳି ନକଲି ଡ଼ାକ୍ତରଙ୍କ ଆର୍ବିଭାବ ହେଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ସେହି ନକଲି ଡ଼ାକ୍ତରମାନେ ରୋଗୀଙ୍କୁ ଉପଯୁକ୍ତ ସେବା ଯୋଗାଇ ପାରୁ ନଥବାରୁ ଅଧିକାଂଶ ରୋଗୀ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଶେଷ ମୁହୂର୍ତରେ ବିଶେଷଜ୍ଞ ଡ଼ାକ୍ତରଙ୍କ ପରାମର୍ଶ ନେଉଛନ୍ତି ।

ଏହାସହ ବହୁ ନକଲି ହୋମିଓପାଥିକ ଓ ଆର୍ୟୁୁବେିଦିକ ଚିକିତ୍ସାଳୟ ଖୋଲି ନିଜର ଚିକିତ୍ସାଳୟ ଚଳାଇଛନ୍ତି । କେତେକ ଯୁବକ କୌଣସି ନର୍ସିଂହୋମରେ କାମ କରିବା ପରେ ଡ଼ାକ୍ତର ପାଲଟି ଯାଉଥିବା ବେଳେ ଅନ୍ୟ କେତେକ ଔଷଧ ଦୋକାନରେ କିଛିିନକାମ କରି ଡ଼ାକ୍ତର ପାଲଟି ଯାଉଛନ୍ତି ।

ଏହି ତଥାକଥିତ ନକଲି ଡ଼ାକ୍ତର ମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି କେତେକ ଅସାଧୁ ଔଷଧ ଦୋକାନୀ । ବହୁ ନିମ୍ନମାନର କମ୍ପାନୀ ଔଷଧ ବିକ୍ରୀ କରି ସେମାନେ ମଧ୍ୟ ବେଶ ଦୁଇ ପଇସା ମୁନାଫା କମାଉଛନ୍ତି ।

କେବଳ ଯେ ଏହି ନକଲି ଡ଼ାକ୍ତରମାନେ ସାଧାରଣ ଚିକିତ୍ସା କରୁଛନ୍ତି ତାହାନୁହେଁ ବରଂ ଗର୍ଭପାତ ଭଳି ବିପଦଜନକ କାର୍ଯ୍ୟ ମଧ୍ୟ ସେମାନେ କରିବାକୁ ପଛାଉ ନାହାନ୍ତି ।

ସ୍ୱାସ୍ଥ୍ୟ ବିଭାଗର କେତେକ ବିଭାଗୀୟ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ନିର୍ଭୟରେ ଏମାନେ ଏପରି ବିପଦଜନକ ବ୍ୟବସାୟ ଚଳାଇ ଆସୁଥିବା ଅଭିଯୋଗ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ନକଲି ଡ଼ାକ୍ତର, ଭଦ୍ରକ, ସ୍ୱାସ୍ଥ୍ୟ ବିଭାଗ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Interim pages omitted …
  • Go to page 10
  • Go to Next Page »

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ