• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଜଧାନୀ

ଛାତ୍ର ସଂସଦ ନିର୍ବାଚନ: କଲେଜ ପରିସର ଚଳଚଞ୍ଚଳ

October 3, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୩(ଓଡ଼ିଶା ଡ଼ଟ୍ କମ୍) –ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ । ଏନେଇ ଭୁବନେଶ୍ୱରରେ ବିଭିନ୍ନ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି ।

୧୯ ତାରିଖରେ ନିର୍ବାଚନ ହେବା ଘୋଷଣା ହେବା ପରେ ପ୍ରଥମ ଦିନରେ ବଜେବି, ରମାଦେବୀ, ରାଜଧାନୀ, କମଳା ନେହେରୁ, ସିଟି ୱିମେନ, ବେସିକ ସାଇନ୍ସ ପ୍ରଭୃତି କଲେଜରେ ଚଞ୍ଚଳ ହୋଇଉଠିଛି । ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରମୁଖ ଛାତ୍ର ସଂଗଠନ ପକ୍ଷରୁ ଜୋରଦାର ପ୍ରସ୍ତୁିତି ପର୍ବ ।

ଆଶାୟୀ ଓ ତାଙ୍କ ସହଯୋଗୀମାନେ ଏବେଠାରୁ କଲେଜ ପରିସରରେ କ୍ୟାମ୍ପେନ ଆରମ୍ଭ କରିଦେଇଛନ୍ତି । କଲେଜ ଭିତରେ ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟାନର ଓ ପୋଷ୍ଟର ମଧ୍ୟ ଏବେ ଠାରୁ ଛାଇ ହୋଇଗଲାଣି । ନିଜନିଜ ସପକ୍ଷରେ ଛାତ୍ରଛାତ୍ରୀମାନଙ୍କୁ ମନେଇବା ପାଇଁ ଲାଗିପଡିଲେଣି ଆଶାୟୀ ।

ଜ୍ଞାନ,ଚରିତ୍ର ଓ ଏକତାକୁ ଆଧାରକରି ଅଖିଳ ଭାରତୀୟ ବିଦ୍ୟାଥୀ ପରିଷଦ ଏହି ନିବାଚନ ମଇଦାନକୁ ଓହ୍ଲାଇବ ବୋଲି ସଂଗଠନର ରାଜ୍ୟ ସଂଗଠନ ସଂପାଦକ ଗୋବିନ୍ଦ ନାୟକ ଓଡିଶା ଡଟ୍ କମ୍ କୁ କହିଛନ୍ତି ।

କଂଗ୍ରେସ ଛାତ୍ର ସଂଗଠନ କଲେଜରେ ଶିକ୍ଷକ ମରୁଡି ସମସ୍ୟା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇ ରାଜ୍ୟ ସରକାରଙ୍କ ଅପାରଗତା ବିଷୟରେ କାର୍ଯ୍ୟକ୍ରମ ଜାରି ରଖିବ ବୋଲି ସଭାପତି ଚିନ୍ମୟ ସାହୁ କହିଛନ୍ତି ।

ସେହିପରି କେନ୍ଦ୍ରର ଉପା ସରକାର କିଭଳି ଓଡିଶା ପ୍ରତି ବୈମାତୃକ ମନୋଭାବ ରଖି ରାଜ୍ୟକୁ ହତାଦର କରୁଛି ସେ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅଗବତ କରାଇବ ବୋଲି ଛାତ୍ର ବିଜଦ ସଭାପତି ବ୍ୟୋମକେଶ ରାୟ ମତରଖିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରାଜନୀତି Tagged With: କମଳା ନେହେରୁ, ଛାତ୍ର ସଂସଦ ନିର୍ବାଚନ, ଛାତ୍ରଛାତ୍ରୀ, ବଜେବି, ରମାଦେବୀ, ରାଜଧାନୀ, ସିଟି ୱିମେନ

ତୃତୀୟ ନୟନ: ପ୍ରଦୂଷଣର ରାଜଧାନୀ

September 30, 2012 by ଓଡିଶା ଡଟ କମ 1 Comment

ପ୍ରଶାନ୍ତ ପଟ୍ଟନାୟକ

ଏହି ସ୍ତମ୍ଭରେ “ସରକାରୀ ନିର୍ଯ୍ୟାତନାର ଶେଷ କେବେ?” ଶୀର୍ଷକ ଲେଖା ପଢ଼ିବାପରେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ନେତା ମତେ ଫୋନ୍ କରି କହିଲେ, “ଆପଣ ଆମମାନଙ୍କ ଗଣତାନ୍ତ୍ରିକ ଅଧିକାର ଛିନ୍ନ କରିବା ଉଦ୍ଦେଶ୍ୟରେ ଏଭଳି ଏକ ଲେଖା ଲେଖିବେ ବୋଲି ଆମେ ଆଶାକରୁ ନଥିଲୁ ।

Prasanta-Closeupଆମ୍ଭେମାନେ ଏହା ବିରୁଦ୍ଧରେ ପ୍ରତିବାଦ କରିବୁ ଏବଂ ବିକ୍ଷୋଭ, ଧାରଣା ଓ ସଭାସମିତିର ସ୍ଥଳ ମହାତ୍ମାଗାନ୍ଧୀ ମାର୍ଗ ବା ଲୋଏର୍ ପି.ଏମ୍.ଜିରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାନଯିବାଲାଗି ସରକାରଙ୍କ ନିକଟରେ ଦୃଢ଼ଦାବୀକରିବୁ ।”

ମୁଁ ତାଙ୍କ କଥା ଶୁଣି କହିଲି, “କାହାର ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣକରିବା ଉଦେ୍ଧଶ୍ୟରେ ମୋ ଲେଖାଟି ଆଦୌ ଉଦ୍ଧିଷ୍ଟ ନଥିଲା । ୟୁନିଟ୍-୨ ଓ ୟୁନିଟ୍-୩ ଭଳି ଘଞ୍ଚ ଜନବସତି ଅଂଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ପରିବେଶ ପ୍ରଦୂଷଣରୁ ମୁକ୍ତକରି ସେମାନଙ୍କୁ ସୁସ୍ଥଭାବରେ ବଞ୍ଚି ରହିବାର ଅଧିକାର ଦେବାଲାଗି ମୁଁ ଉଲ୍ଲେଖ କରିଥିଲି ।

ଏଥିରେ ଆପଣମାନଙ୍କର ପ୍ରତିବାଦ କରିବାର ବା ଦାବି ଜଣାଇବାର ଗଣତାନ୍ତ୍ରିକ ଅଧିକାର ଛିନ୍ନ ହେଉଛି କେଉଁଠି? ସରକାର ଯଦି ଏଥିପାଇଁ ବିକଳ୍ପ ସ୍ଥାନଟିଏ ଠିକ୍ କରିବେ ତେବେ ଆପଣମାନେ ସେଠି ମଧ୍ୟ ଆପଣଙ୍କର ବୈପ୍ଳବୀକ କାର୍ଯ୍ୟକ୍ରମ ଚାଲୁରଖିପାରିବେ ।”

ମୋ କଥାଶୁଣି ସଂପୃକ୍ତ ନେତା ବିରକ୍ତି ପ୍ରକାଶ କରି କହିଲେ, “ନା ଆମେ ଆମର ନାର୍ଯ୍ୟ ଅଧିକାର ଛାଡ଼ିବୁନି । ମହାତ୍ମାଗାନ୍ଧୀ ମାର୍ଗରେ ହିଁ ଆମେ ପ୍ରତିବାଦ, ଧାରଣା, ଧର୍ମଘଟ, ବିକ୍ଷୋଭ ଚାଲୁରଖିବୁ, ଆପଣ ଜାଣନ୍ତି ଏହା ଆମ ପାଇଁ କେତେ ସୁବିଧା ଜନକ, ରେଳ ଷ୍ଟେସନ୍ ଓ ସିଟି ବସ୍ ଷ୍ଟାଣ୍ଡରୁ ପାଖ ହୋଇଥିବାରୁ ସବୁ ଅଂଚଳରୁ ବିକ୍ଷୋଭକାରୀମାନେ ସହଜରେ ଆସି ଯୋଗ ଦେଇପାରୁଛନ୍ତି ।

ତା’ଛଡ଼ା ‘କଂଗ୍ରେସ ଭବନ’, ‘ଭଗବତୀ ଭବନ’, ‘ନାଗଭୂଷଣ ଭବନ’, ‘ସେନା ଭବନ’, ବି.ଜେ.ପି. ପାର୍ଟି ଅଫିସ୍ ପ୍ରଭୃତିର ନିକଟତମ ସ୍ଥାନ ହୋଇଥିବାରୁ ଏଠାରେ ପହଞ୍ଚିବା ସହଜ ହେଉଛି । ଏଠୁ ଦୂର ସ୍ଥାନକୁ ଗଲେ ଆମର ବହୁତ ଅସୁବିଧା ହେବ । ତା’ଛଡ଼ା ଏଇଟା ଗୋଟାଏ ମୁଖ୍ୟ ରାସ୍ତା ହୋଇଥିବାରୁ ଆମର ବିକ୍ଷୋଭ ବେଳେ ଏଇ ରାସ୍ତାରେ ଗାଡ଼ି ମଟର ଓ ଜନସାଧାରଣଙ୍କ ଯାତାୟତ ବନ୍ଦ ହୋଇ ଯାଉଛି, ଫଳରେ ସରକାରଙ୍କ ଉପରେ ଏହି ଜନ ଅସନ୍ତୋଷର ପ୍ରଭାବ ପଡ଼ୁଛି ।”

ମୁଁ କହିଲି, “ଜନସାଧାରଣଙ୍କୁ ହଟହଟା କଲେ ଏହାର ପ୍ରଭାବ ସରକାରଙ୍କଉପରେ ପଡ଼ୁଛି କିପରି? ଆପଣମାନେ ଡ଼ାକବାଜି ଯନ୍ତ୍ର ଲଗାଇ ଯେତେ ଜୋର ରେ ଚିକ୍ରାର କଲେ ତା’ କଣ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ ବା ରାଜ୍ୟପାଳଙ୍କ କାନରେ ପଡ଼ୁଛି?

ବରଂ ଗୋଟିଏ ନିର୍ଦ୍ଧିଷ୍ଟ ଓ ନିରାପଦ ସ୍ଥାନକୁ ଏହା ସ୍ଥାନାନ୍ତରିତ ହେଲେ ସେହି ସ୍ଥାନରୁ ସରକରୀ ପ୍ରତିନିଧିମାନେ ଆପଣମାନଙ୍କ ଦଦଦାବୀପତ୍ର ଗ୍ରହଣ କରି ପାରନ୍ତେ, ଅଥବା ଆପଣମାନଙ୍କର ଏକ ପ୍ରତିନିଧିଦଳକୁ ଆଲୋଚନା ପାଇଁ ସଚିବାଳୟକୁ ନେଇ ଯିବାର ବ୍ୟବସ୍ଥା କରାଯାଇ ପାରନ୍ତା ।

ମୋ କଥାଶୁଣି ନେତାଜଣକ ପ୍ରଚଣ୍ଡ ବିରକ୍ତି ସୂଚକ ସ୍ୱରରେ କହିଲେ, “ଆପଣ ଜଣେ ସ୍ୱାର୍ଥପର ଲୋକ । ସେହି ଅଂଚଳରେ ଅନେକ ସାମ୍ବାଦିକ, ଅଫିସର, ବିଚାରପତି ରହୁଛନ୍ତି କାହାର ଅସୁବିଧା ହେଉନି, ଆପଣଙ୍କର ଖାଲି ଅସୁବିଧା ହେଉଛି?ଟ୍ଟ.. ଆପଣଙ୍କ ଦଦଦାବୀରେ ଯଥାର୍ଥତା ନାହିଁବୋଲି ୨୦୦୬ ମସିହାରୁ ଆପଣ ବାରମ୍ବାର ଦଦଦଦଦାବୀଜଣାଇଲେ ମଧ୍ୟ ସରକାର ସେଥିପ୍ରତି ଭୃକ୍ଷେପ କରୁନାହାନ୍ତିଁ ।

ନେତା ମହାଶୟଙ୍କ କଥାଶୁଣି ମୁଁ କହିଲି, “ସବୁ ଦଳର ପ୍ରମୁଖ ନେତାମାନେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଘରୋଇ ସଚିବ ଓ ପୋଲିସ୍ ମହାନିର୍ଦ୍ଧଶକଙ୍କୁ ବିଧାନସଭା ଅଧିବେଶନ ସମୟରେ ଏହି ଅଂଚଳରେ ମାତ୍ର ୪୮ ଘଣ୍ଟା ରହିବା ଲାଗି ବ୍ୟବସ୍ଥା କରାଯାଉ ସେମାନେ ଯଦି ସହଜରେ ଏ ଅଞ୍ଚଳରୁ ହେଉଥିବା ଭୟଙ୍କର ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ପରିବେଷ ପ୍ରଦୂଷଣକୁ ବରଦାସ୍ତ କରିଦେବେ କିମ୍ବା ତୁରନ୍ତ ଏ ଅଞ୍ଚଳରୁ ବିକ୍ଷୋଭ ସ୍ଥଳ ପରିବର୍ତ୍ତନ ଲାଗି ପଦକ୍ଷେପ ନେବେ ତାହାହିଁ ଦେଖିବା କଥା ।

ଖୋଦ୍ ମୁଖ୍ୟମନ୍ତ୍ରୀ ରାଜଧାନୀକୁ “ସରସ ସୁନ୍ଦର- ଭୁବନେଶ୍ୱର କରିବା ଲାଗି ସ୍ୱପ୍ନ ଦେଖୁଥିଲେ ମଧ୍ୟ ପ୍ରଶାସନିକ କଳର ଅସହଯୋଗରୁ ତାହା ହୁଏତ ସମ୍ଭବପର ହେଉନି ।”

ପଞ୍ଜାବର ରାଜଧାନୀ ଚଂଡ଼ିଗଡ଼ ଓ ଆମ ରାଜଧାନୀ ଭୁବନେଶ୍ୱର ଏକ ସମୟରେ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ, ଚଂଡ଼ିଗଡ଼କୁ ସରସ ସୁନ୍ଦର ଓ ପ୍ରଦୂଷଣ ମୁକ୍ତ କରିବା ଲାଗି ସେଠାକାର ରାଜନେତାଙ୍କର ଇଚ୍ଛାଶକ୍ତି ସାଙ୍ଗକୁ ସରକାରୀ କଳ ଓ ଜନସାଧାରଣଙ୍କ ସହଯୋଗ ଯୋଗୁ ଏବେ ତାହା ଆମ ଦେଶର ସବୁଠାରୁ ସୁନ୍ଦର ଓ ଆଦର୍ଶ ସହର ହୋଇ ପାରିଥିଲେ ମଧ୍ୟ, ଆମ ରାଜନେତାମାନଙ୍କର ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ ଜମି ବାଡ଼ି ହଡ଼ପ୍ କରିବାର ନିଶା ଏବଂ ଏଥିରେ ଅମଲାତନ୍ତ୍ରୀ ମାନଙ୍କର ସହଯୋଗ ତଥା ଜନସାଧାରଣଙ୍କଉଦାସୀନତା ଯୋଗୁଁ ଆଜି ଆମ ରାଜଧାନୀ ଏଭଳି ଘୋର ଦୁର୍ଦ୍ଧଶାର ସମ୍ମୁଖୀନ ହୋଇଛି ।

ରାଜଧାନୀକୁ ସୁନ୍ଦର ଓ ପ୍ରଦୂଷଣ ମୁକ୍ତ କରିବା ଲାଗି ଆରମ୍ଭରୁ ଯେଉଁ ନକ୍ସା ପ୍ରସ୍ତୁତ କରାଯାଇଥିଲା ତାହା ବାରମ୍ବାର ଖିଲାପ କରାଯାଇଛି । କେତେକ ରାଜନେତା ଓ ପ୍ରଭାବଶାଳୀ ଅମଲାତନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ଲାଗି ଶହୀଦ ନଗର ସରକାରୀ ମାର୍କେଟ ସମ୍ମୁଖରେ ପାର୍କିଂ ଓ ପାର୍କ ପାଇଁ ଉଦ୍ଧିଷ୍ଟ ଥିବା ସ୍ଥାନ ବାଣ୍ଟି ଦିଆଯାଇଛି ।

ସେହିଭଳି ରାଜଧାନୀର ବିଭିନ୍ନ ୟୁନିଟରେ କ୍ଷୁଦ୍ର ପାର୍କ ପାଇଁ ଉଦ୍ଧିଷ୍ଟ ସ୍ଥାନ ଗୁଡ଼ିକ ପରବର୍ତ୍ତୀ କାଳରେ ଜବର ଦଖଲ ହୋଇଛି ଅଥବା ମରୁଭୂମିରେ ପରିଣତ ହୋଇଛି । ୟୁନିଟ୍-୧ ସ୍ଥିତ ଶିଶୁ ଉଦ୍ୟାନ ଏବଂ ୟୁନିଟ୍-୩ ସ୍ଥିତ ପାର୍କ ପାଇଁ ନିରୂପିତ ସ୍ଥାନ ଏହାର ଜ୍ୱଳନ୍ତ ଉଦାହରଣ ।

ରାଜଧାନୀରେ ସରକାରୀ ଜମିର ସୁରକ୍ଷା ପାଇଁ ସାଧାରଣ ପ୍ରଶାସନ ବିଭାଗ, ଭୁବନେଶ୍ୱର ଉନ୍ନୟନ ନିଗମ, ମୁ୍ୟନିସ୍ ପାଲଟି ଓ ରାଜସ୍ୱ ବିଭାଗ ଯେଭଳି ପଦକ୍ଷେପ ନେବା କଥା ତାହା ନେଉଥିବାରୁ ଶହଶହ ଏକର ସରକାରୀ ଜମି ଜବର ଦଖଲ ହୋଇ ଚାଲିଛି ।

ନଳା, ନର୍ଦ୍ଧମାକୁ ଅବରୋଧ କରି ବେଆଇନ ଭାବରେ ବିଲ୍ଡ଼ର୍ ଏବଂ ଜନ ସାଧାରଣ ଘରତୋଳି ଚାଲିଥିବାରୁ ରାଜଧାନୀରୁ ଜଳ ନିସ୍କାଷିତ ହୋଇ ନପାରି ସାଧାରଣ ଅସରାଟିଏ ବର୍ଷା ହେଲେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇ ଜନସାଧାରଣଙ୍କ ଧନ ଜୀବନ ବିପନ୍ନ ହୋଇ ପଡ଼ୁଛି । ତଥାପି କାହାର ନିଦ ଭାଙ୍ଗୁନାହିଁ ।

ମୁଖ୍ୟମନ୍ତ୍ରୀଙ୍କୁ ଏବାବଦରେ ସଜାଗ କରାଇବା ଲାଗି ତାଙ୍କର ଆଖି କାନ ଭାବରେ କାମ କରିବା ପାଇଁ ଉଦ୍ଧିଷ୍ଟ ରାଜନେତା, ଅମଲାତନ୍ତ୍ରୀ ଓ ସର୍ବୋପରି ଗଣମାଧ୍ୟମ ମଧ୍ୟ ଏଦିଗରେ ନିଜର କର୍ତ୍ତବ୍ୟ ସୂଚାରୁରୂପେ ପ୍ରତିପାଦନ କରିବା ଭଳି ମନେହୁଏ ନାହିଁ ।

ଫଳରେ ରାଜଧାନୀରେ କେବଳ ଯେ ସରକାରୀ ଜମିର ସୀମା ସଙ୍କୁଚିତ ହୋଇ ଚାଲିଛି ତାହା ନୁହେଁ, ଏହା କ୍ରମେ ପ୍ରଦୂଷଣର ରାଜଧାନୀରେ ପରିଣତ ହେବାକୁ ବସିଲାଣି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ସୌଖୀନ ଓ ସୁନ୍ଦରତା ପ୍ରେମୀ ହୋଇଥିବାରୁ ଧ୍ୱଂସାଭିମୂଖ ଐତିହାସିକ ବିନ୍ଦୁସରୋବରର ପୁନରୁଦ୍ଧାର ଓ ତାହାର ସୈନ୍ଦର୍ଯ୍ୟକରଣ ସହ ତାହା ଉପକୂଳରେ ଏକ ଦୁର୍ଲଭ ଔଷଧୀୟ ବୃକ୍ଷର, ଗୁଳ୍ମର ଉଦ୍ୟାନ ପ୍ରତିଷ୍ଠା ଲାଗି ବିଶେଷ ଯତ୍ନବାନ ହୋଇଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଏହାକୁ ଏକ ଦର୍ଶନୀୟ ସ୍ଥଳରେ ପରିଣତ କରିବା ଲାଗି ଉଦ୍ୟମ ହେଉଛି ।

ନିଜର ଭି.ଆଇ.ପି ଅତିଥିମାନଙ୍କୁ ମଧ୍ୟଖୋଦ୍ ମୁଖ୍ୟମନ୍ତ୍ରୀ ଏହି ଉଦ୍ୟାନ ବୁଲାଇ ଦେଖାଉଛନ୍ତି । ରାଜଧାନୀର ସୈାନ୍ଦର୍ଯ୍ୟକରଣ ଯୋଜନାରେ ହେଉ ଅଥବା ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରାଇବା ଲାଗି “ନବୀନ ନିବାସ” ଠାରୁ କଳିଙ୍ଗ ଷ୍ଟାଡ଼ିୟମ୍ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଥିବା ସରକାରୀ ଘର ଓ ଦପ୍ତରର କାନ୍ଥଗୁଡିକ ଚିତି୍ରତ କରାଯିବା ସଙ୍ଗେ ସଙ୍ଗେ କେତେକ ସ୍ଥାନରେ ପ୍ରସ୍ତର ଓ ମୃଣ୍ମୟ ମୂର୍ତ୍ତୀ ମଧ୍ୟ ସ୍ଥାପନ କରାଯାଇଛି ।

ଏଥିନିମନ୍ତେ କେତେକ ସରକାରୀ ନିଗମ ଓ ଘରୋଇ ବ୍ୟବସାୟୀକ ସଂସ୍ଥା ଲକ୍ଷ ଲକ୍ଷ ଟଙ୍କା ବ୍ୟୟକରି ନିଜ ସଂସ୍ଥାକୁ ବିଜ୍ଞାପିତ କରାଉଛନ୍ତି । ରାଜଭବନ ଠାରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାକୁ ବହୁମୂଲ୍ୟର ଉଜ୍ୱଳ ଆଲୋକରେ ମଧ୍ୟ ସଜ୍ଜିତ କରାଯାଇଛି ।

ଅପରପକ୍ଷେ ରାଜଧାନୀବାସୀ ଅଥବା ଏଠାକୁ ଆସୁଥିବା ପ୍ରତ୍ୟହ ହଜାର ହଜାର ଲୋକଙ୍କ ପାଇଁ ସର୍ବନିମ୍ନ ସୁବିଧା, ଯଥା ସର୍ବସାଧାରଣ ସୌଚାଳୟ ଓ ପାନୀୟଜଳ ଯୋଗଣ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ହୋଇପାରିନି ।

ଫଳରେ ରାସ୍ତାଘାଟର ପ୍ରଦୂଷଣ ଘଟିଚାଲିଛି । ଏଥିପ୍ରତି କାହାର ଦୃଷ୍ଟି ନାହିଁ । କେହି ମଧ୍ୟ ଏ ସଂପର୍କରେ ପ୍ରତିବାଦର ସ୍ୱର ଉତ୍ତୋଳନ କରୁନାହାନ୍ତି ।

ରାଜଧାନୀର ଶୋଭା ବର୍ଦ୍ଧନକାରୀ ଏହି ରଂଗୀନ୍ ୱାଲ୍ ପେଣ୍ଟିଂ, ପ୍ରସ୍ତରର ଅଧୁନିକ ସ୍ଥାପତ୍ୟ, ଆଦିବାସୀ ମହିଳାମାନଙ୍କର ମୃଣ୍ମୟ ମୂର୍ତ୍ତୀ, ରାଜଧାନୀ ରାସ୍ତାଘାଟର ଶୋଭାବର୍ଦ୍ଧନରେ କିଛି ପରିମାଣରେ ସହାୟକ ହେଉଛି ନିଶ୍ଚୟ, ମାତ୍ର ରାଜଧାନୀର ପ୍ରଦୂଷଣ ଦୂର କରିବାରେ ସାମାନ୍ୟତମ ସହାୟକ ହୋଇପାରୁନାହିଁ ।

ଏହି ଦୁର୍ଲଭ ଚିତ୍ର ଓ ସ୍ଥାପତ୍ୟର ପୃଷ୍ଟଭୂମିରେ ଭିକ୍ଷା ଥଳିଧରି ବୁଲୁଥିବା ନଗ୍ନ, ଅର୍ଦ୍ଧନଗ୍ନ, ବୁଭୂକ୍ଷୁ ଶିଶୁ ଓ ମହିଳାମାନଙ୍କର ଭିକ୍ଷାପାଇଁ ଆକୁଳ ନିବେଦନ ପରିବେଶକୁ ଅଧିକ ଶୋଚନୀୟ କରୁଥିବାରୁ ଦେଖାଯାଉଛି ।

ରାଜଧାନୀକୁ ସୁନ୍ଦର ଓ ପ୍ରଦୂଷଣ ମୁକ୍ତ କରିବା ଲାଗି ଆରମ୍ଭରୁ ଯେଉଁ ନକ୍ସା ପ୍ରସ୍ତୁତ କରାଯାଇଥିଲା ତାହା ବାରମ୍ବାର ଖିଲାପ କରାଯାଇଛି । କେତେକ ରାଜନେତା ଓ ପ୍ରଭାବଶାଳୀ ଅମଲାତନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ଲାଗି ଶହୀଦ ନଗର ସରକାରୀ ମାର୍କେଟ ସମ୍ମୁଖରେ ପାର୍କିଂ ଓ ପାର୍କ ପାଇଁ ଉଦ୍ଧିଷ୍ଟ ଥିବା ସ୍ଥାନ ବାଂଟି ଦିଆଯାଇଛି ।

ଆସୋସିଏଟେଡ଼ ମିଡ଼ିଆ
୫ ଆର୍ ଏଫ/୫, ମହାତ୍ମାଗନ୍ଧୀ ମାର୍ଗ
ଭୁବନେଶ୍ୱର-୭୫୧୦୦୧
ଫୋନ-୯୪୩୭୦୦୫୧୧୮

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ତୃତୀୟ ନୟନ Tagged With: ପ୍ରଦୂଷଣ, ରାଜଧାନୀ, ଶହୀଦ ନଗର

ରାଜଧାନୀରେ ପୁଣି ହାଜତ ମୃତ୍ୟୁ ଅଭିଯୋଗ

July 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୪(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱରରେ ବୁଧବାର ଥାନା ହାଜତରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ଏହାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ପାଇଁ ସୁପାରିସ କରାଯାଇଛି ।

ବାଲିଅନ୍ତା ଥାନା ଅନ୍ତର୍ଗତ ବଇଁଚୁଆ ଗାଁର ସଞ୍ଜୟ ଦାସ ନାମକ ବ୍ୟକ୍ତି ମଙ୍ଗଳବାର ସଂଧ୍ୟାରେ ରସୁଲଗଡ଼ ଛକରେ ଛିଡ଼ା ହୋଇଥିବା ଏକ ଟ୍ରକ୍ କୁ ବ୍ୟାଟାରୀ ଚୋରି କରୁଥିବା ବେଳେ କେତେକ ଡ୍ରାଇଭର ଓ ହେଲ୍ପର ତାଙ୍କୁ ଧରି ମାଡ଼ ମାରିଥିବା ପୋଲିସ କହିଛି ।

ସେଠାରୁ ପୋଲିସ ତାଙ୍କୁ ମଞ୍ଚେଶ୍ୱର ଥାନାକୁ ଆଣିଥିଲା ଓ ସେ ଅସୁସ୍ଥ ଅନୁଭବ କରିବାରୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲା । ଚିକିତ୍ସା ପରେ ସଙ୍ଗେ ସଙ୍ଗେ ତାକୁ ହାଜତରେ ଆଣି ରଖାଯାଇଥିଲା ।

ଆଜି ପୁଣି ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେବାରୁ ଏକ ଘରୋଇ ଡ଼ାକ୍ତରଖାନାକୁ ନିଆଯାଇଥିଲା ଓ ସେଠାରେ ପହଞ୍ଚିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସଞ୍ଜୟଙ୍କୁ ଥାନା ହାଜତରେ ପିଟି ପିଟି ମାରି ଦିଆଯାଇଥିଲା ତାଙ୍କର ବଡ଼ଭାଇ ଅଜୟ ଦାସ ଅଭିଯୋଗ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ରାଜଧାନୀ, ହାଜତ ମୃତ୍ୟୁ

୪୦ ବର୍ଷର ରେକର୍ଡ଼ ଭାଙ୍ଗିଲା ରାଜଧାନୀ ତାପମାତ୍ରା

June 5, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୫(ଓଡ଼ିଶା ଡ଼ଟ୍ କମ୍) ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଗତ ୪୦ ବର୍ଷର ରେକର୍ଡ଼ ଭଙ୍ଗ କରିଥିବା ବେଳେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୬ ଡ଼ିଗୀ ଉପରେ ରହିଛି ।

୧୯୭୨ ମଇ ୨୨ରେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୬.୫ ଡ଼ିଗ୍ରୀ ରହିଥିବା ବେଳେ ସୋମବାର ୪୫.୯ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିଲା ।

ଦିନ ୧୦ଟାରୁ୫ଟା ପର୍ଯ୍ୟନ୍ତ ଅସହ୍ୟ ଗରମ ଅନୁଭୂତ ହେଉଥିବା ବେଳେ ଏହି ସମୟରେ ସହରର ରାସ୍ତା ମଧ୍ୟ ଶୁନଶାନ୍ ହୋଇପଡୁଛି ।

ତାଳଚେରର ସର୍ବୋଚ୍ଚ ତାପମାତ୍ରା ୪୭.୩ ଡ଼ିଗ୍ରୀ ରହିଥିବା ବେଳେ ଚାନ୍ଦବାଲି ୪୭.୨, ଟିଟିଲାଗଡ଼ ୪୭.୦, ବାରିପା ୪୬.୧, ବାଲେଶ୍ୱର ୪୬.୦, ଅନୁଗୁଳ ୪୫.୯ ଏବଂ ସମ୍ବଲପୁରର ତାପମାତ୍ରା ୪୫.୩ ଡ଼ିଗ୍ରୀ ସେଲ୍ସିୟସ ରେକର୍ଡ଼ କରାଯାଇଥିବା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ତାପମାତ୍ରା, ରାଜଧାନୀ

ରାଜ୍ୟରେ ଅତ୍ୟାଧୁନିକ ଡ଼ାଟା ସେଂଟର ଉଦଘାଟିତ

November 3, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱର ସ୍ଥିତ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର(ଓକାକ୍) ପରିସରରେ ନିର୍ମିତ ଅତ୍ୟାଧୁନିକ ଡ଼ାଟା ସେଂଟରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଉଦଘାଟନ କରିଛନ୍ତି ।

୨୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଡ଼ାଟା ସେଂଟରରେ ୨୪ ଘଂଟିଆ ବିଦ୍ୟୁତ୍ ଯୋଗାଣ, ଏସି, ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି ।

୨୨୦ଟି ସର୍ଭରକୁ ଚିହ୍ନଟ କରିବା ପାଇଁ ୨୮ଟି ର୍ୟାକ୍ ରହିଥିବା ବେଳେ ଏହାର କେନ୍ଦ୍ରୀୟ ଷ୍ଟୋରେଜ ସ୍ପେସ୍ ୮୦ ଟେରାବାଇଟ୍ । ଏହାଦ୍ୱାରାଇଲେକ୍ଟ୍ରୋନିକ୍ ମୋଡ଼ରେ ୨୪ ଘଂଟିଆ ସେବା ପ୍ରଦାନ କରାଯାଇପାରିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଅତ୍ୟାଧୁନିକ ଡ଼ାଟା, ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ, ରାଜଧାନୀ

ସଂଗୀତ ମହାବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

November 3, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ସଂଗୀତ
ମହାବିଦ୍ୟାଳୟର ଅତିଥି ଅଧ୍ୟାପକଙ୍କ ଇସ୍ତଫାକୁ ବିରୋଧ କରି ସେମାନଙ୍କୁ ଫେରାଇ ଆଣିବା ଦାବିରେ ଛାତ୍ରଛାତ୍ରୀମାନେ ଗୁରୁବାର ମହାବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ।

ମୋଟ୍ ୨୨ ଜଣ ଅତିଥି ଅଧ୍ୟାପକ ଏଠାରେ କାର୍ଯ୍ୟ କରୁଥିବା ବେଳେ କଲେଜ କର୍ତୃପକ୍ଷଙ୍କ ଆଚରଣକୁ ବିରୋଧ କରି ବୁଧବାର ୧୭ ଜଣ ଅଧ୍ୟାପକ ଇସ୍ତଫା ଦେଇଥିଲେ ।

ତେବେ ଅଧ୍ୟାପକଙ୍କ ଇସ୍ତଫା ଗ୍ରହଣ କରାଯାଇ ନାହିଁ ଏବଂ ସେମାନଙ୍କର ଯାହା ସମସ୍ୟା ରହିଛି ସେଗୁଡ଼ିକର ସାମଧାନ କରାଯିବ । କାର୍ଯ୍ୟରେ ଯୋଗବୋକୁ ଅଧ୍ୟାପକ ମାନଙ୍କୁ ଅନୁରୋଧ କରାଯାଇଛି ବୋଲି କଲେଜ କର୍ତୃପକ୍ଷ କହିଛନ୍ତି ।

ପୂର୍ବରୁ ଗତ ୨୮ ତାରିଖରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଶ୍ରେଣୀ ବର୍ଜନ କରିବା ସହ ଆନ୍ଦୋଳନ କରିଥିଲେ । ପରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ରାଜଧାନୀ, ସଂଗୀତମହାବିଦ୍ୟାଳୟ

ଭୁବନେଶ୍ୱର ନିକଟରେ ମୃଦୁ ଭୂକମ୍ପ ଅନୁଭୂତ

April 20, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୯(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ଏକ ସ୍ଥାନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ମଙ୍ଗଳବାର ଜଣେ ଅଧିକାରୀ କହିଛନ୍ତି ।

ଖୋର୍ଦ୍ଧା ନିକଟସ୍ଥ ନିରାକାରପୁର ଠାରେ ଭୋର ପ୍ରାୟ ୩.୧୪ରେ ଏହା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୯ ବୋଲି ପାଣିପାଗ କାର୍ଯ୍ୟାଳୟର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ଭୁବନେଶ୍ୱରର ଦକ୍ଷିଣ-ପଶ୍ଚିମ ର ୫୦ କିମି ଦୂରରେ ଏହାର କେନ୍ଦ୍ର ରହିଥିଲା । ତେବେ ଏହାର ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇନଥିବା ରାଜସ୍ୱ ନିୟନ୍ତ୍ରଣ କକ୍ଷର ଜଣେ ଅଧିକାରୀ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଖୋର୍ଦ୍ଧା, ଭୁବନେଶ୍ୱର, ମୁଖ୍ୟ ଖବର, ରାଜଧାନୀ

ଗ୍ରାମବାସୀଙ୍କ ମାଡ଼ରେ ଚିତା ବାଘର ମୃତ୍ୟୁ

January 13, 2011 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ଏକ ଗ୍ରାମରେ ଗୁରୁବାର ସ୍ଥାନୀୟ ଲୋକଙ୍କ ମାଡ଼ରେ ଗୋଟିଏ ଚିତା ବାଘର ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ଭୋର ସକାଳୁ ଗଣ୍ଡରପୁର ଗାଁର ଲୋକମାନେ ବାଘଟିକୁ ଖେିଥିଲେ । ବାଘଟି ଅନିଦା ରାଉତ ଓ ବିଜୟ ରାଉତ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ଉତ୍ତ୍ୟକ୍ତ ଲୋକଙ୍କ କ୍ରିକେଟ ବ୍ୟାଟ ଓ କାଠ ଫାଳିଆ ମାଡ଼ରେ ବାଘର ମୃତ୍ୟୁ ହୋଇଥିଲା ।

ଆତ୍ମରକ୍ଷା ପାଇଁ ବାଘକୁ ମାରି ଦିଆଯାଇଥିବା ଗ୍ରାମବାସୀମାନେ କହିଥିବା ବେଳେ ଏସଂପର୍କରେ ତଦନ୍ତ ଚାଲିଥିବା ବନ୍ୟପ୍ରାଣୀ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ବାଘର ମୃତ ଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ଜଣେ ଜଙ୍ଗଲ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ମୁଖ୍ୟ ଖବର, ରାଜଧାନୀ

  • « Go to Previous Page
  • Page 1
  • Page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ