• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶ୍ରୀମନ୍ଦିର

ଶ୍ରୀମନ୍ଦିରରେ ପାନ, ଗୁଟ୍କା ଖାଇଲେ କର୍ମଚାରୀଙ୍କ ଦରମା ବନ୍ଦ

May 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ମଇ ୧୪(ଓଡ଼ିଶା ଡ଼ଟ୍ କମ୍) ଶ୍ରୀମନ୍ଦିର ବେଢା ମଧ୍ୟରେ କୌଣସି କର୍ମଚାରୀ ପାନ, ଗୁଟ୍କା କିମ୍ବା ସିଗାରେଟ୍ ଖାଉଥିବା ନଜରକୁ ଆସିଲେ ତାଙ୍କର ଗୋଟିଏ ଦିନର ଦରମା ବନ୍ଦ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶନାମା ଜାରି କରାଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ରବିବାର ଦାୟୀତ୍ୱ ଗ୍ରହଣ କରିବା ପରେ କେନ୍ଦ୍ରାଞ୍ଚଳ ଆରଡ଼ିସି ଅରବିନ୍ଦ ପାଢୀ ଏହି ନିର୍ଦ୍ଧେଶ ଦେଇଛନ୍ତି ।

ମନ୍ଦିର ପରିସରରେ ପାନଛେପ ପକାଇ ଅପରିସ୍କାର କରାଯାଉଥିବା ନେଇ ବିଭିନ୍ନ ମହଲରେ ଉଦ୍ଦବେଗ ପ୍ରକାଶ ପାଉଥିଲା । ଏସଂକ୍ରାନ୍ତର ଶୀଘ୍ର ସେବାୟତ ମାନଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।

ମନ୍ଦିରରରେ ପାନଛେପ ପକାଇଲେ ପାଞ୍ଚ ଟଙ୍କା ଜୋରିମାନା ଆଦାୟ କରିବାକୁ ପୂର୍ବରୁ ପରିଚାଳନା କମିଟି ବୈଠକର ସ୍ଥିର କରାଯାଇଥିଲା । କିନ୍ତୁ ଏହାସତ୍ୱେ ପାନଛେପ ପକାଇବା ବନ୍ଦ ନହେବାରୁ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକରେ ଜୋରିମାନା ଅର୍ଥ ୧୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆରଡ଼ିସି, ଶ୍ରୀମନ୍ଦିର

ପରିମାଣିକ ଦର୍ଶନ ନେଇ ପ୍ରଶାସନ-ସେବାୟତ ବିବାଦ

March 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ,ମାର୍ଚ୍ଚ ୨୧(ଓଡ଼ିଶା ଡ଼ଟ୍ କମ୍) ଶ୍ରୀମନ୍ଦିରରେ ପରିମାଣିକ ଦର୍ଶନ ପାଇଁ କରାଯାଇଥିବା ନୂତନ ବ୍ୟବସ୍ଥାକୁ ବିରୋଧ କରି ବୁଧବାର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ମନ୍ଦିରରେ ନୀତି ବନ୍ଦ ହୋଇଛି ।

ଶ୍ରୀମନ୍ଦିରର ଜୟବିଜୟ ଦ୍ଵାର ଖୋଲା ଯାଇନାହିଁ କିମ୍ବା ଠାକୁରଙ୍କ ପହଡ଼ ଭଙ୍ଗା ଯାଇନାହିଁ । ଠାକୁରଙ୍କ ମଙ୍ଗଳ ଆଳତୀ ନୀତି ମଧ୍ୟ ସଂପନ୍ନ ହୋଇନାହିଁ ଫଳରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ।

ଜିଲ୍ଲାପାଳ, ଅରକ୍ଷୀ ଅଧିକ୍ଷକ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସେବାୟତଙ୍କ ସହ ଦୀର୍ଘ
ସମୟ ଧରି ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ସୂତ୍ର ବାହାରି ନଥିଲା ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ଗର୍ଭଗୃହରେ ପରିମାଣିକ ଟିକେଟ୍ଧାରୀଙ୍କୁ ଦର୍ଶନର ସୁଯୋଗ ଦିଆଯିବା ଫଳରେ ଳାଚକଟା ଭଳି ଅଘଟଣା ଘଟିବାର ଆଶଙ୍କା ରହିଛି ବୋଲି ଦର୍ଶାଇ ବିଭିନ୍ନ ସମୟରେ ଗଠିତ ଉଚ୍ଚସ୍ତରୀୟ କମିଶନ ଓ କମିଟିଙ୍କ ପକ୍ଷରୁ ଏହା ବନ୍ଦ କରିବା ପାଇଁ ସୁପାରିଶ କରାଯାଇଥିଲା ।

ତଦନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ଏ ସଂକ୍ରାନ୍ତରେ ବିଭିନ୍ନ ନିଯୋଗର କର୍ମକର୍ତା ଓ ସେବାୟତଙ୍କ ସହିତ ବାରମ୍ବାର ଆଲୋଚନା କରିଥିଲେ । ପରିମାଣିକ ଦର୍ଶନ ଦ୍ୱାରାନୀତି ବିଳମ୍ବ ହେଉଥିବାରୁ ଗର୍ଭଗୃହ ପରିବର୍ତେ ଭିତର କାଠ ସାମ୍ନାରେ ପରିମାଣିକ ଦର୍ଶନ କରିବା ପାଇଁ ନିଷ୍ପତି ନିଆଯାଇଥିଲା ।

ଗତ ୩ ତାରିଖ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବଜେଟ୍ ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ଯଥାଶୀଘ୍ର ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

ତେବେ ଆଜିଠାରୁ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାରୁ ସେବାୟତମାନେ ବିରୋଧ କରିଥିଲେ, ଫଳରେ ନୀତି ବନ୍ଦ ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୁରୀ, ଶ୍ରୀମନ୍ଦିର

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଠ ଜବରଦଖଲ ଉଚ୍ଛେଦ

March 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ମାର୍ଚ୍ଚ ୧୬(ଓଡ଼ିଶା ଡ଼ଟ୍ କମ୍) ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟ ଓ ମେଘନାଦ ପାଚେରୀ ସଂଲଗ୍ନ ଛାଉଣୀ ମଠର ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶୁକ୍ରବାର ଆରମ୍ଭ ହୋଇଛି ।

ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଛାଉଣୀ ମଠର ଶ୍ରୀମନ୍ଦିର ଗୁମୁଟ ଓ ମେଘନାଦ ପାଚେରୀକୁ ଲାଗି ରହିଥିବା ଅଂଶକୁ ଭଙ୍ଗାଯାଇଛି ।

ମଠ ମହନ୍ତ ମଧ୍ୟ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟରେ ସହଯୋଗ କରିଛନ୍ତି । ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଉଚ୍ଛେଦ କାର୍ଯ୍ୟ ଶେଷ ହେବ ବୋଲି ଜିଲ୍ଲା ପ୍ରଶାସନ ଓ ଏଏସ୍ଆଇ ପକ୍ଷରୁ କୁହାଯାଇଛି ।

ଶ୍ରୀମନ୍ଦିରର ସିଂହଦ୍ଵାର ଓ ମେଘନାଦ ପାଚେରିର ସୁରକ୍ଷା ପାଇଁ ହାଇକୋର୍ଟ ବିଚାରପତି ପ୍ରଦୀପ ମହାନ୍ତି ଓ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ମଠର ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଏହି ମାମଲାରେ ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରାଯିବା ସହ ଛାଉଣୀ ମଠ, ପ୍ରତିହାରୀ ନିଯୋଗ ଓ ବଡ଼ଛତା ମଠ ସିଂହଦ୍ଵାର ଗୁମୁଟ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହି ସୌଧ ଗୁଡ଼ିକୁ ଭାଙ୍ଗିଦେବା ପାଇଁ ଉଲ୍ଲେଖ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୁରୀ, ଶ୍ରୀମନ୍ଦିର, ସିଂହଦ୍ଵାର, ହାଇକୋଟ

ପୁରୀ: ବିଦେଶୀ ପର୍ଯ୍ୟଟକଙ୍କୁ ଆକ୍ରମଣ ଅଭିଯୋଗ

December 10, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଡ଼ିସେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ଶନିବାର ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ପୁରୀରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

କୋରିଆ ସ୍ଥିତ ଇନ୍ହା ବିଶ୍ୱବିଦ୍ୟାଳୟର ଛାତ୍ର କଙ୍ଗ-ୟଙ୍ଗ ପୁରୀ ଭ୍ରମଣରେ ଆସିଥିବା ବେଳେ ଦକ୍ଷିଣ ଦ୍ଵାର ସମ୍ମୁଖରେ ଶ୍ରୀମନ୍ଦିରର ଫଟୋ ଉଠାଉଥିଲେ ।

ତେବେ ଏହି ସମୟରେ ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ସଂପୃକ୍ତ ପର୍ଯ୍ୟଟକ ସିଂହ୍ୱାର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଯୁବକକୁ ଗିରଫ କରିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ଶ୍ରୀମନ୍ଦିର

ଶ୍ରୀମନ୍ଦିର ପ୍ରବେଶ ଦାବିରେ ଇସ୍କନ ଭକ୍ତଙ୍କ ଧାରଣା

December 10, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଡ଼ିସେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ପୁରୀ ସ୍ଥିତ ଶ୍ରୀମନ୍ଦିରକୁ ପ୍ରବେଶ କରିବା ଦାବିରେ ଶନିବାର ଇସ୍କନ ଭକ୍ତମାନେ ସିଂହଦ୍ୱାର ସମ୍ମୁଖରେ ଧାରଣା ଦେଇଛନ୍ତି ।

ଇଟାଲୀ, କାନାଡା, ଫ୍ରାନ୍ସରୁ ଆସିଥିବା ପ୍ରାୟ ୩୦ ଜଣ ବିଦେଶୀ ଭକ୍ତ ଶ୍ରୀମନ୍ଦିର ପ୍ରବେଶ ପାଇଁ ଚେଷ୍ଟା କରିଥିବା ବେଳେ ଅନ୍ୟ କେତେକ ମନ୍ଦିର ସୂଚନା ଅଧିକାରୀଙ୍କ ସହ ଏସଂପର୍କରେ ଆଲୋଚନା କରିଥିଲେ ।

କେବଳ ହିନ୍ଦୁମାନେ ଶ୍ରୀମନ୍ଦିର ପ୍ରବେଶ କରିପାରିବେ ବୋଲି ଅଧିକାରୀ ଜଣକ କହିବା ପରେ
ସେମାନେ ସିଂହ୍ୱାର ସମ୍ମୁଖରେ ଧାରଣା ଦେଇଥିଲେ ।

ତେବେ କିଛି ସମୟ ପରେ ମନ୍ଦିର ପ୍ରଶାସନ ଓ ପୋଲିସ ବୁଝାସୁଝା କରିବାରୁ ସେମାନେ ଧାରଣାରୁ
ଉଠିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୁରୀ, ଶ୍ରୀମନ୍ଦିର

“ଆଟାକ୍ସ ଆଣ୍ଡ ରବରିଜ୍’ ପୁସ୍ତକ ଉନ୍ମୋଚିତ(ଭିଡ଼ିଓ ସହ)

November 28, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ନଭେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ଶ୍ରୀମନ୍ଦିର ଉପରେ ଡ଼ା.ସୁରେନ୍ଦ୍ର କୁମାର ମିଶ୍ରଙ୍କ ଦ୍ୱାରାଲିଖିତ ପୁସ୍ତକ ଆଟାକ୍ସ ଆଣ୍ଡ ରବରିଜ୍ ନୂଆଦିଲ୍ଲୀ ଠାରେ ଉନ୍ମୋଚିତ ହୋଇଛି ।

ସୋମବାର ହଉଜ୍ ଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରେ ଉନ୍ମୋଚିତ ଏହି ପୁସ୍ତକର ଇଂରାଜୀ ଅନୁବାଦ  କରିଛନ୍ତି ଶାନ୍ତନୁ ମିଶ୍ର । ପ୍ରଶାନ୍ତ କୁମାର ମହାକୁଡ଼ ଏହି ପୁସ୍ତକର ସମ୍ମୁଖ ପୃଷ୍ଠା ଡ଼ିଜାଇନ କରିଥିବା ବେଳେ ଇମେଲ ଦ୍ୱାରାଅର୍ଡ଼ର ଦେଇ ଏହା ମିଳିପାରିବ ।

ଉନ୍ମୋଚନ ସମୟରେ ପୁସ୍ତକର ଲେଖକ ଶାନ୍ତନୁ ମିଶ୍ର ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ବର୍ମା  ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଶ୍ରୀମନ୍ଦିର

ଶ୍ରୀମନ୍ଦିର ଗୁମୁଟରେ ନୂତନ ପଥର ସ୍ଥାପନ

November 11, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ,ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଗୁମୁଟରୁ ଖସିପଡ଼ିଥିବା ପଥର ସ୍ଥାନରେ ନୂତନ ପଥର ସ୍ଥାପନ କରାଯାଇଥିବା ବେଳେ ଅନ୍ୟ ମରାମତି କାର୍ଯ୍ୟ ଜାରି ରହିଛି ।

ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର କର୍ମଚାରୀଙ୍କ
ତତ୍ୱାବଧାନରେ ପଥର ଖସିଥିବା ସ୍ଥାନରେ ଶୁକ୍ରବାର ନୂତନ ପଥର ସ୍ଥାପନ କରାଯାଇଛି ।

ଗତ ୧ ତାରିଖରେ ପଶ୍ଚିମଦ୍ୱାର ଗୁମୁଟ ଅଁଳାବେଢ଼ାରୁ ପ୍ରାୟ ଏକ ଟନ୍ ଓଜନର ପଥର ଖସି ପଡ଼ିଥିଲା ଓ ଏଥିରେ ଜଣେ ଭକ୍ତ ଆହତ ହୋଇଥିଲେ ।

ଏହି ଘଟଣା ପରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର ବିଶେଷଜ୍ଞ ଏବଂ ଅଧୀକ୍ଷକ ପଥର ଖସିଥିବା ସ୍ଥାନ ପରିଦର୍ଶନ କରିଥିଲେ । ପଥର ଖସିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଦେଗ ପ୍ରକାଶ କରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପଶ୍ଚିମଦ୍ୱାର, ଶ୍ରୀମନ୍ଦିର

ଶ୍ରୀମନ୍ଦିରରୁ ପଥର ଖସିବା ନେଇ ଅଧିକାରୀଙ୍କ ଅନୁଧ୍ୟାନ

November 2, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଗୁମୁଟରୁ ପଥର ଖସିବା ପରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀମାନେ ଏନେଇ ଅନୁଧ୍ୟାନ କରିଛନ୍ତି ।

ବୁଧବାର ଅଧିକାରୀଙ୍କ ସହ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର ଯନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ପ୍ରତ୍ନତତ୍ୱ
ବିଭାଗ ଅଧିକ୍ଷକ ମଧ୍ୟ ପଥର ଖସି ପଡ଼ିଥିବା ସ୍ଥାନ ପରିର୍ଶନ କରିବା ସହ ଗୁମୁଟର ଅବସ୍ଥା ସଂପର୍କରେ ଅନୁଧ୍ୟାନ କରିଛନ୍ତି ।

ମଙ୍ଗଳବାର ପଶ୍ଚିମଦ୍ୱାର ଗୁମୁଟର ଅଁଳା ବେଢ଼ାରୁ ପ୍ରାୟ ଏକ ଟନ୍ ଓଜନର ପଥର ଖସିଡ଼ିଥିଲା ଏବଂ ଜଣେ ଭକ୍ତ ଆହତ ହୋଇଥିଲେ । ଏହି ଘଟଣା ପରେ ସେବାୟତ, ବୁଦ୍ଧିଜୀବୀ ଓ ଭକ୍ତ ମହଲରେ ଗଭୀର ଉଦେଗ ପ୍ରକାଶ ପାଇଥିଲା ।

୧୫ଦିନ ମଧ୍ୟରେ ପଥର ଖସିଡ଼ିଥିବା ସ୍ଥାନର ମରାମତି କରିବା ପାଇଁ ସରକାର ଭାରତୀୟ ପ୍ରତ୍ନତତ୍ୱ ସଂସ୍ଥାକୁ କହିଥିବା ଜଣେ ଅଧିକାରୀ କହିଛନ୍ତି ।

ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ପ୍ରତ୍ନତତ୍ୱ ସଂସ୍ଥାର ଅବହେଳା ଯୋଗୁଁ ଏଭଳି ପଥର ଖସିଥିବା ଅଭିଯୋଗ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପଶ୍ଚିମ ଦ୍ୱାର, ଶ୍ରୀମନ୍ଦିର

  • « Go to Previous Page
  • Go to page 1
  • Go to page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ