• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନିଉଜ ଡେସ୍କ

ଆଇନଜୀବିଙ୍କ ସାମାଜିକ ଦାୟିତ୍ୱବୋଧ (ରୋକ୍ ଠୋକ୍)

December 28, 2015 by ନିଉଜ ଡେସ୍କ Leave a Comment

ବିଭୁ ପ୍ରସାଦ ତ୍ରିପାଠୀ

ଭାରତବର୍ଷର ସ୍ୱାଧୀନତା ସଂଗ୍ରାମର ଇତିହାସର ଦୀର୍ଘ ଯାତ୍ରାକୁ ଅବଲୋକନ କଲେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ମାନଙ୍କ ଯେଉଁ ଅବଦାନ ଥିଲା ସେଥିରେ ଆଇନଜୀବି ମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଓଡ଼ିଶାର ଆଇନଜୀବିମାନେ ମଧ୍ୟ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

bibhu1ଗଂଜାମର ଆଇନଜୀବି ଏମ୍ ବିଶ୍ୱନାଥ ଆୟାର ଛବିଶ ଡିସେମ୍ବର ୧୮୮୫ ମସିହାରେ କଂଗ୍ରେସର ପ୍ରଥମ ଅଧିବେଶନରେ ୭୨ ଜଣ ପ୍ରତିନିଧିଙ୍କ ମଧ୍ୟରେ ଅନ୍ୟତମ ପ୍ରତିନିଧି ଭାବେ ଯୋଗଦେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ମଧୁସୂଦନ ଦାସ ମଧ୍ୟ କଲିକତା ଅଧିବେଶନରେ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ ।

ସ୍ୱାଧୀନତା ସଂଗ୍ରାମରେ ବାରିଷ୍ଟର ଭି.ଭି.ଗିରି, ଆଇନଜୀବି ବିଶ୍ୱନାଥ ଦାଶ, ପଣ୍ଡିତ ଗୋପବନ୍ଧୁ ଦାସ, ରାଜକିଶୋର ଦାସ ବୀରକିଶୋର ରାୟ, ଲିଙ୍ଗରାଜ ପାଣିଗ୍ରାହୀ, ବୋଧରାମ ଦୁବେ, ଚନ୍ଦ୍ର ଶେଖର ବେହେରା, ବାଲୁକେଶ୍ୱର ମିଶ୍ର, ମୁକ୍ତାର ରାମଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ  । ଏହି ବରିଷ୍ଠ ଆଇନଜୀବି ମାନେ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାର ନଜିର ଅଛି ।

ଦେଶ ସ୍ୱାଧୀନ ହେବା ପୂର୍ବରୁ ଓଡ଼ିଶାରେ ସ୍ୱତନ୍ତ୍ର ହାଇକୋର୍ଟ ପ୍ରତିଷ୍ଠା ହେବା ପାଇଁ ୧୯୪୨ ମସିହାରେ ତତ୍କାଳୀନ ଆଡ୍ଭୋକେଟ୍ ଜେନେରାଲ ବୀର କିଶୋର ରାୟ ଯେକି ପରବର୍ତ୍ତୀ ଅବସ୍ଥାରେ ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାର ପତି ହୋଇଥିଲେ, ତାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅଗଷ୍ଟ ମାସରେ ରାଜ୍ୟ ସରକାର ଗଠନ କରିଥିଲେ  ।

କଟକରେ ପ୍ରଥମଥର ପାଇଁ ୨୭ମାର୍ଚ୍ଚ ୧୯୪୮ ମସିହାରେ ରାୟବାହାଦୂର ଚିନ୍ତାମଣି ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ଅଭ୍ୟର୍ଥନା କମିଟିର ଗଠନ କରାଯାଇ ତାର ଦାୟିତ୍ୱରେ ଆଇନଜୀବି ମାନଙ୍କର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ସେତେବେଳେ ଏହି ସମ୍ମିଳନୀକୁ ତତ୍କାଳୀନ ରାଜ୍ୟପାଳ କୈଳାସ ନାଥ କାଟ୍ଜୁ ଉଦ୍ଘାଟନ କରିଥିଲେ ଓ ଏହି ସମ୍ମିଳନୀରେ ସ୍ୱାମୀ ବିଚିତ୍ରାନନ୍ଦ ଦାସ ଅଧ୍ୟକ୍ଷତା କରିଥିଲେ । ତତ୍କାଳୀନ ଆଡଭୋକେଟ ଜେନେରାଲ ଲିଙ୍ଗରାଜ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇ ଆଇନଜୀବି ମାନଙ୍କ ପେଶାକୁ ଦେଶର ସର୍ବୋତ୍ତମ ପେଶାଭାବେ ଅଭିହିତ କରି ଆଇନ ମନ୍ଦିରର ପୂଜକ ମାନେ, ଆଇନଜୀବି ମାନେ ଗୁରୁଦାୟିତ୍ୱ ବହନ କରିବାକୁ ଆହା୍ୱନ ଦେଇଥିଲେ ।

ସେହି ସମ୍ମିଳନୀରେ ଭିତ୍ତିଭୂମି ଥିଲା ନିଖିଳ ଓଡ଼ିଶା ଆଇନଜୀବି ସଂଘ । ପରବର୍ତ୍ତୀ ଅବସ୍ଥାରେ ଏହାର ଦ୍ୱିତୀୟ ସମ୍ମିଳନୀ ୧୯୪୯ ମସିହାରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା । ୧୯୬୧ ମସିହାରେ ଆଇନଜୀବି ପରିଷଦ ଗଠନ ହେବାପରେ ଏହି ସଂଘ କିଛି ବର୍ଷ ପାଇଁ ଏହାର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ କରିପାରିନଥିଲେ ମଧ୍ୟ ୧୯୬୩ ମସିହାରେ ସ୍ୱର୍ଗତ ବିଶ୍ୱନାଥ ପଶାୟତଙ୍କ ମୃତ୍ୟୁପରେ ବିଶେଷ ଭାବେ ଆଖିଦୃଷ୍ଟିଆ କାର୍ଯ୍ୟକ୍ରମ ହାତକୁ ନେଇପାରିନଥିଲା ।

ଏହାର କିଛି ବର୍ଷ ପୂର୍ବରୁ ନ୍ୟାୟମୂର୍ତ୍ତି ଗତିକୃଷ୍ଣ ମିଶ୍ର, ଆଡ୍ଭୋକେଟ୍ ଜେନେରାଲ ଗଙ୍ଗାଧର ରଥ, ଗୌରଗୋପାଳ ଦାଶ ଏହି ସଂଗଠନ କୁ ଆଇନଜୀବି ମାନଙ୍କ ପେଶାର ସ୍ୱାଧୀନତା ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନେଇଥିବାର ବିଷୟ ବିଭିନ୍ନ ସମ୍ମିଳନୀର ବହୁ ଆଇନଜିବୀମାନେ ସେତେବେଳେ ପ୍ରକାଶ ପାଉଥିବା ସ୍ମରଣିକାରେ ଉଲ୍ଲେଖ କରିଛନ୍ତି ।

ବାରିଷ୍ଟର ରଣଜିତ ମହାନ୍ତି, ନ୍ୟାୟମୂର୍ତ୍ତି ଲିଙ୍ଗରାଜ ରଥ, ନ୍ୟାୟମୂର୍ତ୍ତି ଶରତଚନ୍ଦ୍ର ମହାପାତ୍ର, ନ୍ୟାୟମୂର୍ତ୍ତି ଅର୍ଜିତ ପଶାୟତ, ବସନ୍ତ ପାଣିଗ୍ରାହୀ, ନ୍ୟାୟମୂର୍ତ୍ତି ଏ.ଏସ୍. ନାଇଡୁ , ବରିଷ୍ଠ ଆଇନଜୀବି ବିପିନ୍ ବିହାରି ରଥଏହି ସଂଗଠନର ବିଭିନ୍ନ ଅଧିବେଶନରେ ଯୋଗଦେଇ ସଂଗଠନର କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବିଭିନ୍ନ ପଦପଦବୀରେ ମଧ୍ୟ ରହିଥିଲେ ।

ଆଇନଜୀବି ମାନଙ୍କର ସାମାଜିକ ଦାୟିତ୍ୱବୋଧ ସଂପର୍କରେ ଏଭଳି ଏକ ଉପକ୍ରମଣିକା ଲେଖିବାର ଆବାଶ୍ୟକତା ହେଉଛି ଆଜିର ସମାଜରେ ଆଇନଜୀବି ମାନଙ୍କ ସାମୁହିକ ସମସ୍ୟାକୁ ସମସ୍ତ ରାଜନୈତିକ ଦଳର ସ୍ୱାର୍ଥ ଠାରୁ ଓ ବ୍ୟକ୍ତିଗତ ସ୍ୱାର୍ଥଠାରୁ ଅଲଗାରଖି କାର୍ଯ୍ୟ କରିବା ଦିଗରେ ଆମ ମାନଙ୍କର ଆଗତ ଓ ଆମ ମାନଙ୍କର ପୂର୍ବସ୍ୱରୀ ମାନଙ୍କର ସାମାଜିକ ପ୍ରତିବଦ୍ଧତା ମଧ୍ୟରେ କଣ ପାର୍ଥକ୍ୟଥିଲା ସେ ସଂପର୍କରେ ଆତ୍ମସମୀକ୍ଷା କରିବାର ସମୟ ଆସିଛି ।

୧୯୮୨ ମସିହାର ଡିସେମ୍ବର ଶେଷ ସପ୍ତାହରେ ପଶ୍ଚିମ ଓଡ଼ିଶାର ସଂସ୍କୃତିର ପ୍ରାଣକେନ୍ଦ୍ର ସମ୍ବଲପୁର ଠାରେ ଆୟୋଜିତ ଏହି ଆଇନଜୀବି ସଂଘର ବାର୍ଷିକ ସମ୍ମିଳନୀରେ ପୂର୍ବତନ ଆଡ୍ଭୋକେଟ୍ ଜେନେରାଲ ଗଙ୍ଗାଧର ରଥ ଏହି ସମ୍ମିଳନୀର ମୁଖ୍ୟ ଆୟୋଜକ ଭାବେ ଓ ସଭାପତି ଅଭିଭାଷଣରେ ଆଇନଜୀବି ଓ ରାଜନୀତି ସଂପର୍କରେ ଏକ କ୍ଷୁଦ୍ର ଭାଷଣ ଦେଇ କହିଥିଲେ ଯେ ଆଇନଜୀବି ମାନେ ସମାଜର ଆଇନ ବ୍ୟବସ୍ଥାର ଅଭିଭାବକ ।

ସେମାନେ ଯେକୌଣସି ରାଜନୈତିକ ଦଳ ସହ ସଂପୃକ୍ତ ହେଲେ ମଧ୍ୟ ଆଇନଜୀବି ମାନଙ୍କର ସମ୍ମାନ ମର୍ଯ୍ୟାଦା ଓ ସୁରକ୍ଷା ପାଇଁ ରାଜନୈତିକ ଦଳରେ ଉଦ୍ଧ୍ୱର୍ରେ ରହି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।

ସମାଜ ପ୍ରତି ଆଇନଜୀବିର ନୈତିକ ଓ ସାମଜିକ ଦାୟିତ୍ୱ ରହିଛି । କେବଳ ସେହି ଦାୟିତ୍ୱ ନିଜ ମହକିଲଙ୍କ ପ୍ରତି, କୋର୍ଟ ପ୍ରତି ରଖିବାର ଯେତିକି ଆବଶ୍ୟକତା ଅଛି ସମାଜରେ ଆଇନ ବ୍ୟବସ୍ଥାକୁ ଅର୍ଥ ଅଭାବ ଦୃଷ୍ଟିରୁ ବ୍ୟବହାର କରି ପାରୁନଥିବା ବ୍ୟକ୍ତିଟି ପାଇଁ କି ମଧ୍ୟ ସମପରିମାଣର ଦାୟିତ୍ୱ ରହିଛି ।

ସମାଜରେ ପ୍ରକୃତ ଆଇନର ଶାସନ ସେ ଦିନ ସମ୍ଭବ ଯେଉଁ ଦିନ ନ୍ୟାୟ ସମାନ ଭାବେ ସମସ୍ତଙ୍କୁ ମିଳି ପାରିବ । ଆଜି ଆମ ସମାଜରେ ଆଇନ ସହାୟତା ଖୋଜୁଥିବା ବ୍ୟକ୍ତି ଓ ଗୁଣାତ୍ମକ ଆଇନସେବା ଯୋଗାଇପାରିବାକୁ ସକ୍ଷମଥିବା ଆଇନଜୀବି ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଆଇନପେଶାର ସହାୟତା ପାଇଁ ହାତ ବଢ଼ାଉଥିବା ବ୍ୟକ୍ତି କିମ୍ବା ଆଇନ୍କୁ ବ୍ୟବହାର କରି ପାରୁନଥିବା ବ୍ୟକ୍ତି ଅଥବା ଆଇନ ସମ୍ପର୍କରେ ସଚେତନ ନଥିବା ବ୍ୟକ୍ତି ପାଇଁ ଆଇନ ସେବା ଯୋଗାଇବା ପାଇଁ ଆଇନ୍ ପେଶାରେ ଥିବା ବରିଷ୍ଠ ଅଭିଜ୍ଞ ଆଇନଜୀବି ମାନଙ୍କର ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।

କେବଳ ଜଣେ ଅଧିକ ଅର୍ଥ ଉପାର୍ଜନକାରୀ ଆଇନଜୀବିକୁ ସମାଜର ବିଭିନ୍ନ ସ୍ତରରେ ଆମେ ଯେଉଁ ସ୍ୱୀକୃତି ପ୍ରଦାନ କରୁଛନ୍ତି ଏବଂ ସମ୍ମାନର ପାତ୍ର ଭାବେ ଅଭିହିତ କରୁଛନ୍ତି ଠିକ୍ ସେହି ସମୟରେ ସମାଜର ଦଳିତ ଆଦିବାସୀ ଅବହେଳିତ ବର୍ଗପାଇଁ କୋର୍ଟରେ ପ୍ରତିନିଧିତ୍ୱ କରୁଥିବା ଆଇନଜୀବିଙ୍କର ମର୍ଯ୍ୟାଦା ଓ ସମ୍ମାନ ପାଇଁ ସେହିଭଳି ଉଦ୍ୟମ ଆରମ୍ଭ କରାଯାଉ ନାହିଁ ।

ସେଥିପାଇଁ ସାମାଜିକ ଦାୟିତ୍ୱବୋଧ ସମ୍ପନ୍ନ ଆଇନଜୀବି ମାନେ ମଧ୍ୟ ଜୀବନର ଶେଷଭାଗରେ ସେମାନଙ୍କର ସାମାଜିକ ପ୍ରତିବଦ୍ଧତା ପାଇଁ ନିଜେ ଗର୍ବ ଅନୁଭବ କରି ଅନ୍ୟ ମାନଙ୍କୁ ଅନୁପ୍ରାଣିତ କରିବା ବଦଳରେ ନିଜର ଉସôର୍ଗୀକୃତ ଜୀବନ ପାଇଁ ପଶ୍ଚାତାପ କରିବା ସହିତ ଅନ୍ୟ ଯୁବ ଆଇନଜୀବି ମାନଙ୍କୁ ଏହି ପଥ ପ୍ରତି ଅନାଗ୍ରହ ପ୍ରକାଶ କରିବା ପାଇଁ ମତଦେଉଛନ୍ତି ।

ଏଥିପାଇଁ ଆମ ଦେଶର ବିଭିନ୍ନ ଆଇନଜୀବି ସମ୍ମିଳନୀ ମାନଙ୍କରେ ଯୁବ ଆଇନଜୀବି ମାନଙ୍କୁ ପ୍ରେରଣା ଦେବାଲାଗି ସେମାନଙ୍କୁ ଆଇନସେବାକୁ ବ୍ରତ ଭାବେ ଗ୍ରହଣ କରିବା ଲାଗି ଓ ସାମାଜିକ ଦାୟିତ୍ୱ ବୋଧ ଥିବା ନାଗରିକ ଭାବେ ପେଶାର ଗୁରୁଦାୟିତ୍ୱ ତୁଲାଇବା ଲାଗି ଯେଉଁ ଆହ୍ୱାନ ଦିଆଯାଉଛି ଏହାର କୌଣସି ପ୍ରଭାବ ପରିଲିକ୍ଷିତ ହେଉନାହିଁ ।

ଆଇନ ପେଶାକୁ କେବଳ ନିଜ ଉଦ୍ଦେଶ୍ୟରେ ନୁହେଁ ସମାଜ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି ମଧ୍ୟ ଯୁବ ଆଇନଜୀବି ମାନେ ଆଗଭର ହେଉନାହାଁନ୍ତି । ଆଇନଜୀବି ମାନଙ୍କ ଭୂମିକା କେବଳ କୋର୍ଟ କଚେରୀ ମଧ୍ୟରେ ସୀମିତ ନରହି ଆଇନ ତିଆରି କରିବା ଠାରୁ  ଆରମ୍ଭ କରି ଆଇନରେ ସଂଶୋଧନ କରିବା ପର୍ଯ୍ୟନ୍ତ ଓ ଦେଶରେ ସୁପ୍ରଶାସନ ମଧ୍ୟ ଉଦ୍ଧିଷ୍ଟ ହେବାର ଆବଶ୍ୟକତା ରହିଛି ।

ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ସେମାନେ ହିଁ ଛାମୁଆ ବାହିନୀ ଭାବେ ମଧ୍ୟ କାର୍ଯ୍ୟ କରିବାର ଗୁରୁତ୍ୱତା ଏବେ ଉପଲବ୍ଧ ହେଇଛି । ଆମ ସମାଜରେ ଆଇନଜୀବିମାନଙ୍କ ସଂପର୍କରେ ସାଧାରଣଲୋକ ମାନଙ୍କ ଯେଉଁ ଧାରଣା ଅଛି ସେଥିରେ ପରିବର୍ତ୍ତନ ଲାଗି ଓ ଆଇନଜୀବି ମାନଙ୍କ ଭାବମୂର୍ତ୍ତିରେ ମଧ୍ୟ ପରିବର୍ତ୍ତନ ପାଇଁ ଗଣତାନ୍ତ୍ରିକ ରାଷ୍ଟ୍ର ବ୍ୟବସ୍ଥାରେ ଆଇନଜୀବି ମାନେ ସେମାନଙ୍କ ସାମାଜିକ ଦାୟିତ୍ୱ ଦିଗଟିକୁ ଗୁରୁତ୍ୱ ଦେବାକୁ ପଡ଼ିବ ।

ନିଖିଳ ଓଡ଼ିଶା ଆଇନଜୀବି ସଂଘର ଚଉରାଳିଶିତମ ସାଧାରଣ ଅଧିବେଶନରେ କଟକ ଠାରେ ୧୯୮୭ ମସିହା ପରେ ଓଡ଼ିଶା ହାଇ କୋର୍ଟ ବାରଆସୋସିଏସନ୍ ପକ୍ଷରୁ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ଆଇନଜୀବିମାନେ ସେମାନଙ୍କ ପେଶାର ସୁରକ୍ଷା, ସ୍ୱାଧୀନତା, ସାମାଜିକ ନିରାପତ୍ତା ଦିଗରେ ଆଇନଗତ ତର୍ଜମା କଲାବେଳେ ମଧ୍ୟ ସାଂପ୍ରତିକ ଜଗତୀକରଣ ସମାଜରେ ସେମାନଙ୍କର ସାମାଜିକ ଦାୟିତ୍ୱବୋଧ ସଂପର୍କରେ ମଧ୍ୟ ଆଲୋଚନା କରିବା ସେମାନଙ୍କ ପାଇଁ ମଧ୍ୟ ଏକ ପ୍ରମୁଖ ଆହ୍ୱାନ ।

ରାଜ୍ୟସାଧାରଣ ସଂପାଦକ

ନିଖିଳ ଓଡ଼ିଶା ଆଇନଜୀବି ସଂଘ
(ନିଖିଳ ଓଡ଼ିଶା ଆଇନଜୀବି ସଂଘର ୪୪ତମ ବାର୍ଷିକ ଅଧିବେଶନ ଅବସରରେ)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଆଇନ, ବିଭୁ ପ୍ରସାଦ ତ୍ରିପାଠୀ

ଓଡିଶାରୁ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଗିରଫ

December 17, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସଂବାଦ ଦାତା

ଭୁବନେଶ୍ଵର, ଡିସେମ୍ବର ୧୬ (ଓଡିଶା ଡଟ୍ କମ୍) କଟକ ଜିଲ୍ଲାର ଏକ ଗାଁରେ ଚଢଉକରି ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ପୁଲିସ ବୁଧବାର କହିଛି ।

abdulଜଗତପୁର ଥାନାଠାରୁ ୫ କିଲୋମିଟର ଦୂର ପଶ୍ଚିମକଛ ଗାଁରୁ ଗିରଫ ହୋଇଥିବା ୩୭ ବର୍ଷ ବୟସ୍କ ଏହି ବ୍ୟକ୍ତିଙ୍କ ନାଁ ହେଲା ମୌଲବୀ ମହମ୍ମଦ ଅବଦୁଲ ରେହମାନ ।

ସେ ପାକିସ୍ତାନ, ଦୁବାଇ, ସାଉଦି ଆରବ ଆଦି ସ୍ଥାନ ଭ୍ରମଣ କରିବା ସହ ଆଫଗାନିସ୍ଥାନ ସୀମାରେ ଆତଙ୍କବାଦ ତାଲିମ ହାସଲ କରିଥିବା ପୁଲିସ ସନ୍ଦେହ କରୁଛି ।

ରାଜ୍ୟ ଓ ଦିଲ୍ଲୀ ପୁଲିସ ମିଳିତ ଭାବେ କରିଥିବା ଏହି ଚଢାଉରେ ରେହମାନ ଘରୁ ମୋବାଇଲ୍ ଫୋନ, ଟାବଲେଟ୍ , ପାସପୋର୍ଟ ଆଦି ଜବତ କରାଯାଇଛି ।

୨୦୧୪ରେ ଭାରତରେ ଆତଙ୍କବାଦୀ ଗତିବିଧି କରିବା ପାଇଁ ଅଲକାଏଦା ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍ (ଏକ୍ୟୁଆଇଏସ୍) ନାମକ ସଂଗଠନ ଗଠନ କରିଥିଲା । ଅବଦୁଲ ଏହି ସଂଗଠନରେ ଯୋଗ ଦେବା ପାଇଁ ଲୋକଙ୍କୁ ମତଉଥିଲା ବୋଲି ପୁଲିସ ଜାଣିବାକୁ ପାଇଛି ।

ଦିଲ୍ଲୀ ପୁଲିସ ନିକଟରେ ମହମ୍ମଦ ଆସିଫ ନାମକ ଜଣେ ସନ୍ଦିଗ୍ଧ ଆତଙ୍କବାଦିକୁ ଉତ୍ତରପ୍ରଦେଶରୁ ଗିରଫ କରିଛି । ଆସିଫ ଓ ଅନ୍ୟ ଦୁଇଜଣଙ୍କ ସହ ଅବଦୁଲ ୨୩ ଜୁନ୍ ୨୦୧୩ରେ ତାଲିମ ପାଇଁ ପାଇଁ ପାକିସ୍ତାନ ଯାଇଥିଲେ ବୋଲି ପୋଲିସ ସୂଚନା ଦେଇଛି ।

ରେହମାନଙ୍କ ଟାଙ୍ଗୀ ଅଞ୍ଚଳରେ ଏକ ମଦ୍ରାସା ରହିଛି। ସେଠାରେ ପଢୁଥିବା ଅଧିକାଂଶ ଛାତ୍ର ହେଲେ ଝାଡ଼ଖଣ୍ଡର । ରାଜ୍ୟର ଏକ ଅଦାଲତରେ ତାକୁ ହାଜର କରାଯିବା  ପରେ ପୋଲିସ ଅଧିକ ପଚରା ଉଚୁରା ପାଇଁ ତାକୁ ଦିଲ୍ଲୀ ନେଇଛି ।

୨୦୦୧ରେ ଅବଦୁଲଙ୍କ ବଡ଼ଭାଇ ତାହିର ଅଲ୍ଲୀଙ୍କୁ କଲିକତାରେ ଥିବା ଆମେରିକାର ଦୂତାବାସ ନିକଟରେ ହୋଇଥିବା ଏକ ବିସ୍ଫୋରଣ ଘଟଣାରେ ଗିରଫ କରାଯାଇଥିଲା ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: ଅଲକାଏଦା, ଆତଙ୍କବାଦ, କଟକ, ତାଲିମ

ଇଚ୍ଛାଶକ୍ତି ସାମ୍ନାରେ ହାର ମାନିଛି ଶାରୀରିକ ଅକ୍ଷମତା

December 14, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସଂବାଦ ଦାତା

ଭୁବନେଶ୍ଵର, ଡିସେମ୍ବର ୧୩ (ଓଡିଶା ଡଟ୍ କମ୍) ଶାରୀରିକ ଅକ୍ଷମତା ଯୋଗୁଁ ସବୁ ବେଳେ ହୁଇଲ ଚେୟାର ସହାୟତାରେ ଚଳ ପ୍ରଚଳ କରୁଥିବା ବରଗଡ ଜିଲ୍ଲାର ଜିତେନ୍ଦ୍ର କୁମାର ବିଶ୍ଵାଳ ନିଜ ଇଚ୍ଛା ଶକ୍ତି ବଳରେ ୩୫ ମିନିଟର ଏକ କ୍ଷୁଦ୍ର ଚଳଚିତ୍ରର କାହାଣୀ ଲେଖିବା ସହ ସେଥିରେ ମୁଖ୍ୟ ଭୂମିକାରେ ଅଭିନୟ କରି ସୃଷ୍ଟି କରିଛନ୍ତି ଅନ୍ୟ ମାନଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ।

14-12-odisha2ତାଙ୍କ ଧୈର୍ଯ୍ୟ, କାମ କରିବାର ପ୍ରବଳ ମାନସିକତା ଓ ଦୃଢ ଇଚ୍ଛା ଶକ୍ତି ସାମ୍ନାରେ ହାର ମାନିଛି ଜନ୍ମ ସମୟରୁ ରହିଆସିଥିବା ତାଙ୍କର ଏହି ଶାରୀରିକ ଅକ୍ଷମତା । ଆଇନରେ ଡିଗ୍ରୀ ତଥା ବିଜନେସ ମ୍ୟାନେଜମେଣ୍ଟରେ ଏକ ସାର୍ଟିଫିକେଟ କୋର୍ସ କରିଥିବା ୪୪ ବର୍ଷ ବୟସ୍କ ବିଶ୍ଵାଳଙ୍କ ଏହି କ୍ଷୁଦ୍ରଚଳଚିତ୍ର ‘ଡିଜାଏର’ ବା ‘ଇଚ୍ଛା’ର ସୁଟିଙ୍ଗ ନିକଟରେ କୋଣାର୍କ ଓ ଏହାର ଆଖପାଖରେ ସମ୍ପୂର୍ଣ ହୋଇଛି ।

ଏହି କ୍ଷୁଦ୍ର ଚଳଚିତ୍ର ତିଆରି କରିବା ପାଇଁ ଯେତେବେଳେ ତାଙ୍କର ଆଗ୍ରହ ହେଲା ସେତେବେଳେ ତାଙ୍କ ପାଖରେ ଅର୍ଥ ନ ଥିଲା । ମୁମ୍ବାଇରେ ରହୁଥିବା ପ୍ରବାସୀ ଓଡିଆ ତଥା ଫିଲ୍ମ ନିର୍ମାତା ଅବିନାଶ ନନ୍ଦ କେବଳ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ତା ନୁହେଁ, ସେ ଭୁବନେଶ୍ଵର ଠାରେ ଥିବା ତାଙ୍କର ଦୁଇ ଜଣ ଶିଳ୍ପୋଦ୍ୟୋଗୀ ବନ୍ଧୁଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଅନୁରୋଧ କଲେ ।

ଅବିନାଶ ଙ୍କ ଦୁଇ ବନ୍ଧୁ ରାଜିନ୍ଦର ସିଂ ଭାଟିଆ ଓ ରାଜେଶ ମହାନ୍ତି ଏହି କ୍ଷୁଦ୍ର ଚଳଚିତ୍ର ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ସହାୟତା କରିବା ପାଇଁ ରାଜି ହେଲେ।12-14-odisha3

ଏପରିକି ଜଣାଶୁଣା ଓଡିଆ ମଡେଲ ତଥା ସ୍ଵେଚ୍ଛାସେବୀ ସ୍ଵପ୍ନା ପତି ମଧ୍ୟ ଏହି ଉଦ୍ୟମରେ ଉତ୍ସାହିତ ହୋଇ ନିଜେ ଏଥିରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିବାପାଇଁ ରାଜି ହେଲେ। ଏହି ପରି ଭାବରେ ଆରମ୍ଭ ହେଲା ଏହି କ୍ଷୁଦ୍ର ଚଳଚିତ୍ରର ନିର୍ମାଣ।

ଶାରୀରିକ ଅକ୍ଷମ ହୋଇଥିବା ଜଣେ ବ୍ୟକ୍ତି ସବୁ ଦିଗରୁ ସୁସ୍ଥ ଥିବା ଜଣେ ମହିଳାଙ୍କୁ ଭଲ ପାଇବାରେ ସଫଳ ହେବା ହେଉଛି ଡିଜାଏର ଚଳଚିତ୍ରର ବିଷୟ ବସ୍ତୁ ।14-12-odisha

ଯେ କୌଣସି ସାଧାରଣ ବ୍ୟକ୍ତିଙ୍କ ପରି ଶାରୀରିକ ଅକ୍ଷମ ବ୍ୟକ୍ତି ମାନଙ୍କ ଭିତରେ ମଧ୍ୟ ଭଲ ପାଇବାର ଭାବନା, ଇଚ୍ଛା ରହିଛି ଓ ସମାଜ ଏହାକୁ ସ୍ଵୀକାର କରି ସେମାନଙ୍କ ଭାବନାକୁ ସମ୍ମାନ ଦେବାର ସମୟ ଆସିଛି ବୋଲି ଜିତେନ୍ଦ୍ର କହିଛନ୍ତି।

ଜିତେନ୍ଦ୍ରଙ୍କ ପାଖରେ ପ୍ରବଳ ସୃଜନଶୀଳତା ଓ ଇଚ୍ଛା ଶକ୍ତି ରହିଛି ଓ ଏହା ମୋତେ ଖୁବ ପ୍ରଭାବିତ କରିଛି, ଚଳଚିତ୍ର ନିର୍ମାତା ଅବିନାଶ ନନ୍ଦ କହିଛନ୍ତି।12-14-odisha4

ଉଲ୍ଲେଖଯୋଗ୍ୟଯେ ଗତ ମଇ ମାସରେ ମାଇଁ ଏଟିଚ୍ୟୁଡ , ମାଇଁ ଲାଇଫ ଡେସ୍ପାଇଟ ମାଇଁ ଡିଜାବିଲିଟି ଶୀର୍ଷକରେ ଇଉଟ୍ୟୁବରେ ଜିତେନ୍ଦ୍ର ପୋଷ୍ଟ କରିଥିବା ଅନେକ ଫଟୋଚିତ୍ର ଓ କଣ୍ଠସ୍ଵର ବହୁ ଦର୍ଶକଙ୍କୁ ପ୍ରଭାବିତ କରିଥିଲା ।

ଏପରିକି କଂଗ୍ରେସ ଏମପି ଶଶୀ ଥରୁର , ଟିଭି ବ୍ୟକ୍ତିତ୍ଵ ବରଖା ଦତ୍ତ ଓ ରାଜଦୀପ ସରଦେଶାଇ ପ୍ରମୁଖ ଏହାର ଖୁବ ପ୍ରଶଂସା କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟଯେ ଜିତେନ୍ଦ୍ର ଶରୀରର ଅନ୍ୟ ଅଙ୍ଗ ଦ୍ଵାରା ବିଶେଷତଃ କିଛି କାର୍ଯ୍ୟ କରିପାରୁନଥିବା ବେଳେ ତାଙ୍କର ଡାହାଣ ହାତ ଦ୍ଵାରା ସେ କେବଳ ଲେଖିବା ତଥା ମୋବାଇଲ ଫୋନ ବ୍ୟବହାର କରି ପାରନ୍ତି ।

ସବୁବେଳେ ହୁଇଲ ଚେୟାର ଉପରେ ନିର୍ଭର କରି ଚାଲୁଥିବା ଜିତେନ୍ଦ୍ର ନିଜ ଦୈନନ୍ଦିନ ଜୀବନରେ ଚଳପ୍ରଚଳ ପାଇଁ ସବୁବେଳେ ଦୁଇଜଣ ବ୍ୟକ୍ତିଙ୍କ ସହାୟତା ନେବାର ଆବଶ୍ୟକତା ପଡିଥାଏ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: କ୍ଷୁଦ୍ର ଚଳଚିତ୍ର, ଜିତେନ୍ଦ୍ର କୁମାର ବିଶ୍ଵାଳ, ଡିଜାଏର

ମାନବାଧିକାର କର୍ମୀଙ୍କ ସମ୍ପର୍କରେ ଭୁଲ ଧାରଣା କାହିଁକି ?

December 11, 2015 by ନିଉଜ ଡେସ୍କ Leave a Comment

ଅଖଣ୍ଡ

ମାନବାଧିକାର କର୍ମୀ କହିଲେ ବିଭିନ୍ନ ଉପାୟରେ ମାନବ ଅଧିକାରଗୁଡିକୁ ସୁରକ୍ଷା, ପ୍ରୋତ୍ସାହନ ଓ ପ୍ରଚାର କରୁଥିବା ବ୍ୟକ୍ତିବିଶେଷକୁ ବୁଝାଏ । ଯେମିତିକି ଜଣେ ଶିଶୁମାନଙ୍କ ପାଇଁ କାମ କରୁଥିବା ବ୍ୟକ୍ତି, ମହିଳାଙ୍କ ଅଧିକାର ଉପରେ ଲଢୁଥିବା କର୍ମୀ, ଭିନ୍ନକ୍ଷମମାନଙ୍କ ବିକାଶ ପାଇଁ କାମ କରୁଥିବା ସାମାଜିକ କର୍ମୀ, ପୁଲିସ୍ ଅତ୍ୟାଚାର ବିରୋଧରେ ସ୍ୱର ଉଠାଉଥିବା ବ୍ୟକ୍ତି ଆଦି ଅନେକ ଏହି ଶ୍ରେଣୀଭୁକ୍ତ ।

akhandକେବଳ ଏତିକି ନୁହେଁ, ମାନବାଧିକାରକୁ ବିଭିନ୍ନ ଉପାୟରେ ପ୍ରଚାର ଓ ପ୍ରୋତ୍ସାହନ କରୁଥିବା ବ୍ୟକ୍ତିମାନେ ମଧ୍ୟ ଜଣେ ଜଣେ ମାନବାଧିକାର କର୍ମୀ । ଯେମିତିକି – ସାମ୍ବାଦିକ, କାର୍ଟୁନିଷ୍ଟ, ବ୍ଲଗର କିମ୍ବା ସେସିଆଲ୍ ମେଡିଆରେ ଏହି ପ୍ରସଙ୍ଗଗୁଡିକୁ ଉଠାଉଥିବା ବ୍ୟକ୍ତି ।

ତେଣୁ ଏହି ମାନବାଧିକାର ସଂଜ୍ଞା ମଧ୍ୟରେ ଅନେକ କର୍ମୀ ଆସନ୍ତି । କିନ୍ତୁ ଆମ ଆଖି ଆଢୁଆଳରେ ସେମାନେ ପରିଚୟ ଦିଅନ୍ତି ନାହିଁ । କାରଣ ମାନବାଧିକାର କର୍ମୀ କହିଲା ମାତ୍ରେ ସମସ୍ତେ ବୁଝନ୍ତି ପୁଲିସ୍ ଓ ପ୍ରଶାସନ ବିରୋଧରେ ଲଢୁଥିବା କର୍ମୀ ।

କିନ୍ତୁ ମାନବାଧିକାରର ପରିଭାଷା ଯେ ଏହାଠାରୁ ଢେର୍ ଉଚ୍ଚରେ ତାହା ଜାଣିବା ପାଇଁ କମ୍ ଲୋକଙ୍କର ଆଗ୍ରହ ରହିଛି । ଆଉ ମାନବାଧିକାର କର୍ମୀମାନଙ୍କ ଉପରେ ପୁଲିସ୍ ଓ ପ୍ରଶାସନର ତୀକ୍ଷ୍ଣ ନଜର ମଧ୍ୟ ରହିଛି ।

ଏମାନଙ୍କୁ ନେଇ ସରକାରଙ୍କ ବିଚାର ସେତେଟା ଭଲ ନୁହେଁ । ଗୁଇନ୍ଦାବାଲା ଦେଶରେ ଅରାଜକତା ବଢାଉଥିବା ତତ୍ୱମାନଙ୍କ ବିଷୟରେ ସିନା ଖବର ରଖିପାରନ୍ତି ନାହିଁ, କିନ୍ତୁ ସେମାନେ ସହଜରେ ଉପଲବ୍ଧ ହେଉଥିବା ମାନବାଧିକାର କର୍ମୀମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାରେ ବ୍ୟସ୍ତ ଥାନ୍ତି । ଆମ ଦେଶରେ ଅନେକ ମାନବାଧିକାର କର୍ମୀଙ୍କୁ ‘ଦେଶ ବିରୋଧୀ’ ବୋଲି ଆଖ୍ୟ ଦିଆଯାଇଛି ।

ଦେଶରେ ଥିବା ମାନବାଧିକାର ସଂସ୍ଥାଗୁଡିକର କାମ ହେଉଛି ଯେଉଁଠି ପୁଲିସ୍, ସୁରକ୍ଷାକର୍ମୀ କିମ୍ବା ଅନ୍ୟ କୌଣସି ସରକାରୀ ଅଧିକାରୀଙ୍କ ଦ୍ୱାରା ମାନବାଧିକାର ଉଲଂଘନ ହେଉଛି, ତାହାକୁ ବିଚାର କରିବା । ଆଉ ଏଥିରେ ମାନବାଧିକାର କର୍ମୀମାନେ ହିଁ ସାହାଯ୍ୟ କରିଥାନ୍ତି । ସେମାନେ ଆଇନ ଅନୁଯାୟୀ ତଥ୍ୟ ସଂଗ୍ରହ କରି ବିଭିନ୍ନ ମାନବାଧିକାର ସଂସ୍ଥାକୁ ଜଣାଇଥାନ୍ତି ।

କିନ୍ତୁ ଏଥିରେ ସରକାର ଖୁସୀ ନୁହନ୍ତି । ସେମାନେ ଭାବନ୍ତି କାହିଁକି ସରକାରଙ୍କ ବିରୋଧରେ କୌଣସି ବ୍ୟକ୍ତି କମିଶନଙ୍କୁ ସୂଚନା ଦେଉଛନ୍ତି ? ତାହେଲେ ଏ ଦେଶରେ କଣ ମାନବାଧିକାର କମିଶନଗୁଡିକୁ ବନ୍ଦ କରି ଦିଆଯିବା ଉଚିତ୍ ? ଏ କ୍ଷମତା ମଧ୍ୟ ସରକାରଙ୍କର ଅଛି । ଯେ କୌଣସି ପୁଲିସ୍ କିମ୍ବା ସୁରକ୍ଷାବଳ ଦ୍ୱାରା ହେଉଥିବା ଏନକାଉଂଟର୍ ବା ହାଜତ ମୃତ୍ୟୁ ବିଷୟରେ ମାନବାଧିକାର କମିଶନଙ୍କୁ ଜଣାଇବା ବାଧ୍ୟତାମୂଳକ ।

କିନ୍ତୁ ଜଣେ ମାନବାଧିକାର କର୍ମୀ ଯଦି ଏ ବିଷୟରେ ଅଭିଯୋଗ କରେ, ସେ ପୁଲିସ୍ ଓ ପ୍ରଶାସନ ପାଇଁ ହୋଇଯାଏ ‘ଦେଶ ବିରୋଧୀ’ । ଜଣେ ଗୁଇନ୍ଦା ଅଧିକାରୀ ମୋତେ କହିଲେ, “ଆପଣ ଜନସ୍ୱାର୍ଥ ପାଇଁ ଭଲ ଭଲ ମାମଲା ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ କରୁଛନ୍ତି । କିନ୍ତୁ ନକ୍ସଲ ଏନକାଉଂଟର କେଶ୍ କରିବା ବେଳେ ଟିକେ ସତର୍କ ରହିବେ । ଦଶଟା କେସ୍ରୁ ଗୋଟିଏ କେସ୍ ଏ ସମ୍ପର୍କରେ ହେଲେ ଚଳିବ ।

କିନ୍ତୁ ଅଧିକ ହେଲେ ଟିକେ ଅସୁବିଧା ।” ତା ଅର୍ଥ ଦେଶରେ ଥିବା ମାନବାଧିକାର ସୁରକ୍ଷା ଆଇନ ଅନୁଯାୟୀ କାମ କଲେ ମଧ୍ୟ ଆପଣ ଦେଶପ୍ରେମୀ ନୁହଁନ୍ତି ବଂର ଦେଶ ବିରୋଧୀ ବୋଲି ଧରାଯିବେ ! ବର୍ତମାନ ଅନେକ ମାନବାଧିକାର ସଂସ୍ଥା ଉପରେ କଟକଣା ଜାରି କରାଯାଇଛି । ଦାନ ଅର୍ଥ ଉପରେ ଅଂକୁଶ ଲଗାଯାଉଛି । ଗୋଇନ୍ଦା ରିପୋର୍ଟରେ ଅନେକ ସଂସ୍ଥାକୁ ଲୋକଲୋଚନକୁ ଆଣି ଆଗୁଆ ସେମାନଙ୍କୁ ସତର୍କ ଓ ଭୟଭିତ କରାଯାଉଛି ।

ଏସବୁ ଭିତରେ ମଧ୍ୟ ମାନବାଧିକାର କର୍ମୀମାନେ ସେମାନଙ୍କ ଗୁରୁଦାୟିତ୍ୱ ନିଭାଇଚାଲିଛନ୍ତି । ମାନବାଧିକର ସୁରକ୍ଷା ଦିଗରେ ଲଢି ଚାଲିଛନ୍ତି । ସମାଜରେ ମାନବାଧିକର ସୁରକ୍ଷା ସଂସ୍କୃତିକୁ ଆଗକୁ ବଢାଇ ଚାଲିଛନ୍ତି । ଆଜି ମେଡିକାଲ୍ରେ ରୋଗୀଙ୍କୁ ଫଳ ବାଂଟିବା ପାଇଁ ଲୋକଙ୍କ ବେଶୀ ଭିଡ । କିନ୍ତୁ ରୋଗୀଙ୍କୁ ଖାଦ୍ୟ ନ ମିଳିବା ଓ ଚିକିତ୍ସାରେ ଅବହେଳା ହେଉଥିବା କହିବାକୁ ସାମାଜିକ କର୍ମୀ ବାହାରୁ ନାହନ୍ତି ।

ଜେଲ୍ ରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ସଂସ୍ଥା ଆଗ୍ରହୀ । କିନ୍ତୁ ସେଠାରେ ହେଉଥିବା ଅତ୍ୟାଚାର ବିରୋଧରେ ପାଟି ଫିଟାଇବାକୁ ଡର । ଗଛ ଲଗାଇବାକୁ ସମସ୍ତେ ପସନ୍ଦ କରିବା ଭଲ କଥା । କିନ୍ତୁ ଗଛ ଓ ପରିବେଶ ନଷ୍ଟ କରୁଥିବା ବିଭିନ୍ନ ସଂସ୍ଥା ବିରୋଧରେ ସ୍ୱର ଉଠାଇବାକୁ ଭୟ କାହିଁକି ? ଆଉ ଏହି କାମ କରୁଛନ୍ତି ମାନବାଧିକାର କର୍ମୀମାନେ ।

ସେମାନେ ଦେଶର ସମସ୍ୟାର ମୂଳକୁ ଉପାଡି ଫିଙ୍ଗିବାକୁ ସଂଗ୍ରାମ କରୁଛନ୍ତି । ବ୍ୟବସ୍ଥାରେ ଥିବା ସରକାରୀ ଅଧିକାରୀମାନେ କିଭଳି ଠିକ୍ ଭାବେ ଲୋକଙ୍କୁ ସେବା ଦେବେ, ତାହା ଉପରେ ନଜର ରଖୁଛନ୍ତି । ସେମାନଙ୍କୁ ଆମେ କଣ କହିବା ? ଦେଶପ୍ରେମୀ ।

ସାମ୍ବାଦିକ ତଥା ମାନବାଧିକାର କର୍ମୀ

ଫୋନ୍ – ୯୯୩୮୮୭୧୯୮୯

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମାନବାଧିକାର Tagged With: ଅଖଣ୍ଡ, ବିଶ୍ୱମାନବାଧିକାର ଦିବସ, ମାନବାଧିକାର

ବିଶ୍ଵ ଶାନ୍ତି ଉପରେ ମାନବ ଶୃଙ୍ଖଳ କରି କିସର ବିଶ୍ଵ ରେକର୍ଡ

December 9, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ଡିସେମ୍ବର ୧୦ ( ଓଡିଶା ଡଟ କମ) ବିଶ୍ଵ ମାନବାଧିକାର ଦିବସ ଉପଲକ୍ଷେ ଭୁବନେଶ୍ଵରରେ ତିରିଶ କିଲୋମିଟର ବ୍ୟାପୀ ଏକ ମାନବ ଶୃଙ୍ଖଳ ତିଆରି କରି କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ) (କିସ) ଛାତ୍ର ଛାତ୍ରୀ ମାନେ ଗୁରୁବାର ପୁଣି ଏକ ବିଶ୍ଵ ରେକର୍ଡ ହାସଲ କରିଛନ୍ତି।kiss-1

ଆତଙ୍କବାଦ ବିରୁଦ୍ଧରେ ହୋଇଥିବା ଏହି ମାନବ ଶୃଙ୍ଖଳକୁ ସମବାୟ ମନ୍ତ୍ରୀ ଦାମୋଦର ରାଉତ, ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ, କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କ ସମେତ ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ ରାଜ୍ୟପାଳ ଏସ ସି ଜମିର ।kiss

ପରେ କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ଉଦଯାପନ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ରାଜ୍ୟର ବହୁ ବିଧାୟକ ଓ ସ୍ଥାନୀୟ ଲୋକ ସଭା ସାଂସଦ ପ୍ରସନ୍ନ ପାଟଶାଣି ।kiss4

ସମାନ ଲକ୍ଷ୍ୟ ରଖି ଏହା ପୂର୍ବରୁ ସେମାନେ ବୁଧବାର କିସ ପରିସରରେ ଦୁଇଟି  ମାନବ ଶୃଙ୍ଖଳ କରି ବିଶ୍ଵ ରେକର୍ଡ ହାସଲ କରିଥିଲେ ।

kissଆତଙ୍କବାଦ ବିରୋଧରେ ଏହି ଆବାସିକ ସ୍କୁଲର ୧୫୨୨୫ ଛାତ୍ର ଓ ଛାତ୍ରୀ ଗିନିଜ ବୁକ ଅଫ ରେକର୍ଡ ଅଧିକାରୀଙ୍କ ଫୋର୍ଟୁନା ଲିସା ବୁର୍କାଙ୍କ ଉପସ୍ଥିତିରେ ବିଶ୍ଵ  ମାନବାଧିକାର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏହି ମାନବ ଶୃଙ୍ଖଳ କରିଥିଲେ ।

ଠିକ ସେହି ପରି ଅନୁଷ୍ଠାନର ୨୫୧୫୧ ଛାତ୍ର ଛାତ୍ରୀ  ମାନବ ଶୃଙ୍ଖଳରେ ‘ଉଇ ଅର୍ଗ ଫର ୱାର୍ଲ୍ଡ ପିସ’ ତିଆରି କରି ଆଉ ଏକ ବିଶ୍ଵ ରେକର୍ଡ କରିଥିଲେ ।

DCIM100MEDIADJI_0003.JPG

ଗତ ୨୫ ନଭେମ୍ବରରେ ଦୂବାଇରେ ହୋଇଥିବା ୬୮୫୮ ଲୋକଙ୍କ ଏକ ମାନବ ଶୃଙ୍ଖଳ ପୂର୍ବରୁ ବିଶ୍ଵ  ରେକର୍ଡ ହାସଲ କରିଥିଲା । କିସର ମାନବ ଶୃଙ୍ଖଳ ରେ ଏହାର ଦୁଇଗୁଣରୁ ଊର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଭାଗ ନେଇଥିବାରୁ ଏହା ପୂର୍ବ ରେକର୍ଡ କୁ ଭାଙ୍ଗିଥିବା ଗିନିଜ ବୁକ ଅଫ ରେକର୍ଡ କହିଛି ।

kiss2

 

ଗତ ୨୯ ଅଗଷ୍ଟ ରେ କାନାଡାରେ ୭୨୩୮ ଲୋକ ହାତ ସହ ହାତ ମିଶାଇ ପୂର୍ବରୁ ସର୍ବାଧିକ ଲମ୍ବ ବିଶିଷ୍ଟ ମାନବ ଶୃଙ୍ଖଳର ବିଶ୍ଵ ରେକର୍ଡ କରିଥିଲେ । କିସ ଏହି ରେକର୍ଡ କୁ ମଧ୍ୟ ଭାଙ୍ଗି ଥିବାରୁ ଅନୁଷ୍ଠାନର ପ୍ରତିଷ୍ଠାତା ଡାଃ ଅଚ୍ୟୁତ ସାମନ୍ତ ଛାତ୍ର ଛାତ୍ରୀ ଓ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇ ଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଶିକ୍ଷା Tagged With: କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ, କିସ, ମାନବ ଶୃଙ୍ଖଳ

ଲୋକଙ୍କ ଉଦ୍ୟମରେ ପରିଚାଳିତ ସଫଳ ପନିପରିବା ବଜାର

December 7, 2015 by ନିଉଜ ଡେସ୍କ Leave a Comment

ଜଗଦୀଶ ପ୍ରଧାନ

ଗତ ୨୩ ନଭେମ୍ବର ଦିନ ବନ୍ଧୁ ନଟବର ଖୁଣ୍ଟିଆ (ସ୍ତମ୍ଭକାର) ଏବଂ ସୁଧାଂଶୁ ଶେଖର ଦେଓ (ସାମାଜିକ କର୍ମୀ)ଙ୍କ ସହିତ ଯାଜପୁର ଜିଲ୍ଲାର ବାରବାଟୀ ନିକଟବର୍ତ୍ତୀ ଓଡ଼ଙ୍ଗ ବଜାରକୁ ଗସ୍ତଅବସରରେ କେତେକ ପନିପରିବା ଚାଷୀ ଓ ବ୍ୟବସାୟୀମାନଙ୍କ ସହିତ ସ୍ଥାନୀୟ ଚାଷବାସ ତଥା  ପନିପରିବା ବ୍ୟବସାୟ ସଂପର୍କରେ କେତେକ ଚର୍ଚ୍ଚା କରିବାର ସୁଯୋଗ ମିଳିଥିଲା ।

jagdish
ଜଗଦୀଶ ପ୍ରଧାନ

ପାଞ୍ଚ ନମ୍ବର ଜାତୀୟ ରାଜପଥ କଟକରୁ ପ୍ରାୟ୪୦ କି.ମି. ଯିବାପରେ ଚଣ୍ଡିଖୋଲ ଆଗକୁ ରାଜପଥର କଡ଼ରେ ଓଡ଼ଙ୍ଗ ପନିପରିବା ବଜାର । ଏହା ବାରବାଟୀ ଗ୍ରାମ ପଞ୍ଚାୟତରେ ଅବସ୍ଥିତ । ବାରବାଟୀରେ ବହୁଦିନରୁ ଏକ ସାପ୍ତାହିକ ବଜାର ରହି ଆସିଛି ଏବଂ ୧୯୮୦-୮୫ ବେଳକୁ ସେଠାରେ ପନିପରିବାର ଏକ ଦୈନିକ ବଜାର ମଧ୍ୟ ଆରମ୍ଭ ହୋଇଥିଲା ।

ବାରବାଟୀ ଅଞ୍ଚଳରେ ବର୍ଷତମାମ ପ୍ରଚୁର ପନିପରିବା ଚାଷ ହୋଇଥାଏ ତଥା ଏଠାକୁ କେନ୍ଦୁଝର ଜିଲ୍ଲାର ଚାଷୀମାନେ ମଧ୍ୟ ପନିପରିବା ବିକ୍ରି କରିବାକୁ ଆସିଥାନ୍ତି । ତେଣୁ ବାରବାଟୀ ବଜାରରେ ପନିପରିବାର କାରବାର ଦିନକୁ ଦିନ ବଢ଼ିବାକୁ ଲାଗିଲା । କିନ୍ତୁ ସେଠାରେ ପନିପରିବା ବ୍ୟବସାୟୀ ଓ ଦଲାଲମାନଙ୍କର ଶୋଷଣ ଓ ଦୌରାତ୍ମ୍ୟ ମଧ୍ୟ ଦିନକୁ ଦିନ ବଢ଼ିବାକୁ ଲାଗିଲା ।

ଏହାର ପ୍ରତିବାଦ କରି ଓଡ଼ଙ୍ଗ ଓ ଆଖପାଖ ଗାଁର କିଛି ଚାଷୀ ନେତୃତ୍ୱ ନେଇ ୧୯୯୩ ନଭେମ୍ବର ୨୯ ତାରିଖ ଦିନ ଓଡ଼ଙ୍ଗ ନିକଟରେ ଏକ ନୂତନ ପରିବା ବଜାର ଆରମ୍ଭ କଲେ ।

ଏହି ନୂତନ ବଜାର ଆରମ୍ଭ କରିବାରେ ତତ୍କାଳୀନ ବିଧାୟକ ଗୁରୁଚରଣ ଟିକାୟତ ମଧ୍ୟ ଚାଷୀମାନଙ୍କୁ ସାହାଯ୍ୟ କଲେ କିନ୍ତୁ ବାରବାଟୀ ହାଟରେ ସଂପୃକ୍ତ ଦଲାଲ, ପରିବା ବ୍ୟବସାୟୀ ଓ ତତ୍କାଳୀନ ସରପଞ୍ଚ ଏହି ନୂତନ ବଜାର ବିରୁଦ୍ଧରେvagitables ଯାଇ ଗଣ୍ଡଗୋଳ କରି ବଜାର କରାଇ ନଦେବାକୁ ଏଠାରେ ୧୪୪ ଧାରା ଘୋଷଣା କରାଇଥିଲେ ।

ଉକ୍ତ ନୂତନ ବଜାର ନିମନ୍ତେ ନେତୃତ୍ୱ ନେଉଥିବା କୃଷକନେତା ନାରାୟଣ ଚନ୍ଦ୍ର ସ୍ୱାଇଁ, କାର୍ତ୍ତିକ ଚରଣ ସ୍ୱାଇଁ, ବାବାଜୀ ମଲ୍ଲିକ, ରାମଚନ୍ଦ୍ର ମଲ୍ଲିକ, ବ୍ରଜକିଶୋର ସ୍ୱାଇଁ ଏବଂ ଅନ୍ୟ ଅନେକ ବ୍ୟକ୍ତିଙ୍କୁ ୧୪୪ ଧାରା ଭଙ୍ଗ କରିଥିବା ଅଭିଯୋଗରେ ପୋଲିସ ଗିରଫ କରି ଜେଲ ହାଜତକୁ ପଠାଇଲା ।

ଏହି ନୂତନ ବଜାର କରାଇ ନଦେବା ପଛରେ ଯୁକ୍ତିଥିଲା ଯେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ଅନୁଯାୟୀ କୁଆଡ଼େ ଗୋଟିଏ ପଞ୍ଚାୟତରେ ଗୋଟିଏ ମାତ୍ର ବଜାର ରହିବ ଏବଂ ପଞ୍ଚାୟତିରାଜ ବିଭାଗରେ ନିବନ୍ଧିତ ନହେଲେ କେହି ବଜାର ପରିଚାଳନା କରିପାରିବେ ନାହିଁ ।

ତେବେ ଚାଷୀ ନେତାମାନଙ୍କର ଏହି ଗିରଫଦାରୀ ଖବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପାଖରେ ପହଞ୍ଚିବା କ୍ଷଣି ସେ ତୁରନ୍ତ ଚାଷୀ ନେତାମାନଙ୍କୁ ବିନା ସର୍ତ୍ତରେ ଖଲାସ କରିବା ନିର୍ଦ୍ଦେଶ ଦେଇ ଏହି ହାଟ ଯେମିତି ଚାଲୁ ରହିବ ସେଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଏବଂ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ସହ ପଢନ୍ତୁ

ଜଗଦୀଶ ପ୍ରଧାନଙ୍କ ଅନ୍ୟ ଲେଖା  

ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉତ୍ସାହ ପାଇବା ପରେ ଚାଷୀମାନେ “ଆଞ୍ଚଳିକ କୃଷକ ସେବା ସମିତି” ନାମରେ ଏକ ସଂଗଠନ ଗଢ଼ି ୧୯୯୫ ରେ ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ – ୧୮୬୦ ଅନୁଯାୟୀ ନିବନ୍ଧିତ କରାଇ ଥିଲେ ଏବଂଚାଷୀମାନଙ୍କ ଚାନ୍ଦାରେ ବଜାର ନିମନ୍ତେ ଜାତୀୟ ରାଜପଥ କଡ଼ରେ ପ୍ରଥମେ ଏ୦.୨୫ ଏବଂ ପରେ ପରେ ପ୍ରାୟ ୨ ଏକର ଜମି କିଣିଥିଲେ । ଏହି ଜମିରେ ଏବେ ପନିପରିବା ମଣ୍ଡି ତଥା ଖୁଚୁରା ବଜାର ଚାଲୁଅଛି ।

ବଜାର ଜମିରେ କିଛି ବ୍ୟବସାୟୀ ନିଜସ୍ୱ ଅର୍ଥ ବିନିଯୋଗ କରି ନିଜ ନିଜ ଗୋଦାମଘର ନିର୍ମାଣ କରିଛନ୍ତି । ଏହି ସମିତିର ପ୍ରଥମ ସଭାପତି ଥିଲେ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ ଏବଂ ସଂପାଦିକା ଥିଲେ ଶ୍ରୀମତୀ ଦେବକୀ ସ୍ୱାଇଁ ।

ଆଞ୍ଚଳିକ କୃଷକ ସେବା ସମିତି ବ୍ୟବସାୟୀ ତଥା ଖୁଚୁରା ଦୋକାନୀମାନଙ୍କ ଠାରୁ ବର୍ଷକୁ ପ୍ରାୟ ୨୫ ଲକ୍ଷ ଟଙ୍କାର ଚାନ୍ଦା ଓ ଘରଭଡ଼ା ସଂଗ୍ରହ କରିଥାଏ । ଏହି ଟଙ୍କାକୁ ସମିତି ବଜାରର ତଥା ଅଞ୍ଚଳର ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟରେ ବିନିଯୋଗ କରିଥାଏ ।

ପ୍ରତ୍ୟେକ ବର୍ଷ ସମିତିର ବାର୍ଷିକଉତ୍ସବ ସ୍ୱରୂପ କାର୍ତ୍ତିକ ପୂର୍ଣ୍ଣିମାରେ କାର୍ତ୍ତିକେଶ୍ୱର ପୂଜା ଧୂମଧାମରେ ପାଳନ କରାଯାଏ ଏବଂ ଅକ୍ଷୟ ତୃତୀୟା ପାଳନ ଅବସରରେ ୫୦୦ ଜଣ ଚାଷୀଙ୍କୁ ବିଭିନ୍ନ କୃଷି ଉପକରଣ ବଣ୍ଟନ କରାଯାଇଥାଏ । ଏହା ବ୍ୟତୀତ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଲୁଗାବଣ୍ଟନ, ଦୁଃସ୍ଥରୋଗୀ ଏବଂ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଦିଆଯାଇଥାଏ ।

ଓଡ଼ଙ୍ଗ ବଜାରର ନାମ ‘ଗଣେଶ ବଜାର’ ରଖାଯାଇଅଛି ଏବଂ ଏହା ସମିତିର ନିୟମାବଳୀ ଅନୁଯାୟୀ ସଦସ୍ୟ ଚାଷୀମାନଙ୍କ ଏକ ନିର୍ବାଚିତ ବୋର୍ଡ଼ ଦ୍ୱାରା ପରିଚାଳିତ ହୋଇଥାଏ । ବଜାରର ଗୋଟିଏ ପାଶ୍ୱର୍ରେ ସମିତିର ଏକ ନିଜସ୍ୱ ଅଫିସ ଗୃହ ତଥା ସୁସଜ୍ଜିତ ସଭାଗୃହ ରହିଅଛି । ଅଫିସକୁ ଲାଗି କାର୍ତ୍ତିକେଶ୍ୱରଙ୍କ ପୂଜାମଣ୍ଡପ ଓ ମନ୍ଦିର ରହିଅଛି ।

ଓଡ଼ଙ୍ଗ ବଜାର ପ୍ରତିଦିନ ସକାଳ ୪ଟା ପୂର୍ବରୁ ଆରମ୍ଭ ହୋଇଯାଏ । ଋତୁ ଅନୁଯାୟୀ ଏଠାକୁ କେନ୍ଦୁଝର ତଥା ଯାଜପୁର ଓ ଭଦ୍ରକର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ପ୍ରକାର ପନିପରିବା ଆସେ । ସ୍ଥାନୀୟ ପନିପରିବା ବ୍ୟତୀତ ବାଙ୍ଗାଲୋର, ରାୟପୁର, କଲିକତା, ରାଞ୍ଚି ,ବରଗଡ଼ ପ୍ରଭୃତି ଅଞ୍ଚଳରୁ ମଧ୍ୟ ନିୟମିତ ଅନେକ ରକମର ପନିପରିବା ଆସେ ଏବଂ ଏଠାରୁ ମଧ୍ୟ ସେସବୁ ଅଞ୍ଚଳକୁ ବିଭିନ୍ନ ପନିପରିବା ପଠାଯାଇଥାଏ ।

ଓଡ଼ଙ୍ଗ ବଜାରରୁ କେନ୍ଦ୍ରାପଡ଼ା, ଚଣ୍ଡିଖୋଲ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ପାରାଦ୍ୱୀପ ସମେତ କଟକ ଓ ଭୁବନେଶ୍ୱର ମୁଖ୍ୟ ହାଟମାନଙ୍କୁ ମଧ୍ୟ ପନିପରିବା ଯୋଗାଣ ହୋଇଥାଏ । ଆମେ ଥିବା ସମୟରେ ଦେଖିଲୁ ଯେ ସେହିଦିନ ଛତିଶଗଡ଼ ଓ ବାଙ୍ଗାଲୋରରୁ ବଡ଼ ବଡ଼ ଟ୍ରକ ରେ ଆସିଥିବା ଟମାଟୋ ଓ ବନ୍ଧାକେବି ଏଠାରେ ଅନ ଲୋଡ ହେଉଥାଏ ।

ବାଙ୍ଗାଲୋର ଟମାଟୋର ପାଇକାରୀ ଦର କ୍ରେଟ୍ ପ୍ରତି (୨୫ କିଲୋକୁ) ଟ.୪୦୦ ରୁ ୪୫୦ ଥିବାବେଳେ ଛତିଶଗଡ଼ରୁ ଆସିଥିବା ଟମାଟୋ କ୍ରେଟ୍ ପ୍ରତି (୩୦ କିଲୋକୁ) ଟ.୫୦୦ ରୁ ଟ.୬୦୦ଙ୍କା । ଛତିଶଗଡ଼ରୁ ଆସୁଥିବା ଟମାଟୋକୁ ଦେଶୀ (?) ଟମାଟୋ କହି କିଲୋପ୍ରତି ଦୁଇ ଚାରି ଟଙ୍କା ଅଧିକ ଦିଆଯାଇଥାଏ ।

ଓଡ଼ିଶା ବଜାରରେ ଏହି ଦେଶୀ ଟମାଟୋର ଚାହିଦା ବାଙ୍ଗାଲୋର ଟମାଟୋ ଠାରୁ ଅଧିକ । ଅନ୍ୟପକ୍ଷରେ ବାଙ୍ଗାଲୋରରୁ ଆସିଥିବା ବନ୍ଧାକୋବି ରାୟପୁର ଓ କନ୍ଧମାଳରୁ ଆସୁଥିବା ବନ୍ଧା କୋବିଠାରୁ ଅଧିକ ଦିନ ରହୁଥିବାରୁ ତାହାର ମୂଲ୍ୟ ମଧ୍ୟ ସାମାନ୍ୟ ଅଧିକ ରହିଥାଏ ଯଦିଓ ରାୟପୁର ଓ କନ୍ଧମାଳ କୋବିର ସ୍ୱାଦ ଅଧିକ ଥାଏ ।

ବାଙ୍ଗାଲୋରଠାରୁ ଏଠାକୁ ନିୟମିତ ଟମାଟୋ ଗାଜର, ବନ୍ଧାକୋବି, ବୀଟ, ସିମ୍ଲା ଲଙ୍କା ଆସୁଥିବା ସମୟରେ ରାଞ୍ଚି ଠାରୁ ବୀନ୍ସ, ମୂଳା, ଫୁଲକୋବି, କାକୁଡ଼ି, ସିମ୍ଲାଲଙ୍କା ଇତ୍ୟାଦି ଆସିଥାଏ । ବରଗଡ଼ ନିକଟବର୍ତ୍ତୀ ପାଏନ୍ ଛତର ହାଟରୁ ଏଠାକୁ ମୁଖ୍ୟତଃ ବାଇଗଣ, ପୋଟଳ, ଫୁଲକୋବି, ଲଙ୍କା, ଧନିଆପତ୍ର ଆସିଥାଏ ।

ଶୀତଦିନରେ ରାୟପୁରରରୁ ଏବଂ ଛତିଶଗଡ଼ରେ ବିଭିନ୍ନ ଅଞ୍ଚଳରୁ ମଟର ଛୁଇଁ, ବୀନ୍ସ ଓ ଟମାଟୋ ଆସିଥାଏ । ପଶ୍ଚିମ ବଙ୍ଗର ବନଗାଁ ଓ ନଦିଆ ଅଞ୍ଚଳରୁ ମଧ୍ୟ ବଜାର ଦର ଦେଖି ଟମାଟୋ ବ୍ୟତୀତ ଅନ୍ୟ ସମସ୍ତ ରକମର ପନିପରିବା ଆସିଥାଏ ।

ଆଳୁ ପାଇଁ ମୁଖ୍ୟତଃ ପଶ୍ଚିମବଙ୍ଗ ଓ ପିଆଜ ପାଇଁ ନାସିକର ବ୍ୟବସାୟୀମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ । କଳାହାଣ୍ଡି-ନୂଆପଡ଼ା ଓ ବଲାଙ୍ଗିରର ପିଆଜ ଅତିବେଶିରେ ମାସେ ଦୁଇମାସ ହିଁ ମିଳିଥାଏ କିନ୍ତୁ ତାହାବି ଖେତରୁ ସିଧା ଆସୁଥିବାରୁ ଉତ୍ତମ ଗୁଣମାନର ହୋଇନଥାଏ ବୋଲି ଶୁଣିବାକୁ ମିଳିଲା । ଦେଓଗଡ଼ ଅଞ୍ଚଳରୁ ଓଡ଼ଙ୍ଗ ଦେଇ ତରଭୁଜ ବିଭିନ୍ନ ସହରକୁ ଯାଇଥାଏ ।

ଏବେ ଓଡ଼ଙ୍ଗ ଅଞ୍ଚଳରେ ମଧ୍ୟ ତରଭୁଜ ପଚୁର ପରିମାଣର ଉତ୍ପାଦନ ହେଲାଣି ଓ ସେ ସବୁକୁ ମଧ୍ୟ ଏଠାରୁ ବିଭିନ୍ନ ବଜାରକୁ ପଠାଯାଇଥାଏ । ଏଭଳି ଭାବେ ଓଡ଼ଙ୍ଗ ବଜାର ସହିତ ଦେଶର ବିଭିନ୍ନ ବଜାର ଓ ଉତ୍ପାଦନ କେନ୍ଦ୍ରମାନଙ୍କର ଯୋଗସୂତ୍ର ସ୍ଥାପନ ହୋଇସାରିଛି ।

ଓଡ଼ଙ୍ଗର ସକାଳ ବଜାର ସରିଆସିବା ବେଳକୁ ଆମେ ଆଞ୍ଚଳିକ କୃଷକ ସେବା ସମିତିର ସଭାପତି, ସଂପାଦକ, କିଛି ମୁଖ୍ୟ ସଦସ୍ୟ ଏବଂ ଅନ୍ୟତମ ଉପଦେଷ୍ଟା ନାରାୟଣ ସ୍ୱାଇଁ ପ୍ରମୁଖଙ୍କ ସହିତ ସମିତିର ସଭାଗୃହରେ ଏକ ଅନୌପଚାରିକ ଚର୍ଚ୍ଚା କରି ଏହି ବଜାର ତଥା ସ୍ଥାନୀୟ ଚାଷୀ ଓ ଚାଷବାସ ସଂପର୍କରେ ଅନେକ ମହତ୍ତ୍ୱପୂର୍ଣ୍ଣ ସୂଚନା ଜାଣିବାକୁ ପାଇଥିଲୁ ।

ଏହି ବଜାର ଯେ ସ୍ଥାନୀୟ ଚାଷୀ ତଥା ଖାଉଟିମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରୁଛି ସେଥିରେ କାହାରିକୁ ଦ୍ୱିମତ ହେବାର ନାହିଁ । କିନ୍ତୁ ଏବେ ମଧ୍ୟ ସ୍ଥାନୀୟ ଚାଷୀମାନେ ସେମାନଙ୍କ ଉତ୍ପାଦିତ ବିଭିନ୍ନ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରୁନାହାନ୍ତି ଏବଂ ସମୟ ସମୟରେ ନିଜର ମୂଳ ମଜୁରି ମଧ୍ୟ ଉଠାଇ ପାରୁନାହାନ୍ତି ।

ଏହି ସମସ୍ୟାର ସମାଧାନ ଦିଗରେ ସ୍ଥାନୀୟ ଚାଷୀମାନଙ୍କର ଏକ ନିଜସ୍ୱ ଉତ୍ପାଦକ ସଂଗଠନ (କମ୍ପାନୀ) ସଂଗଠିତ କରାଗଲେ ତାହା କେତେଦୂର ସହାୟକ ହୋଇପାରିବ ସେ ନେଇ ସାମାନ୍ୟ ଚର୍ଚ୍ଚା କରାଯାଇଥିଲା । ଏ ଦିଗରେ ସମିତିର ସଦସ୍ୟମାନେ ଆଗକୁ ଅଧିକ ଚର୍ଚ୍ଚା କରିବେ ବୋଳି ସ୍ଥିର ହୋଇଥିଲା ।

ଓଡ଼ଙ୍ଗ ବଜାର ଠାରୁ ଅଳ୍ପଦୂରରେ ବାରବାଟୀ ପୁରୁଣା ହାଟଠାରେ ନିକଟରେ ରାଜ୍ୟ ସରକାର କୃଷକ ବଜାର ନାମରେ ପ୍ରଚୁର ଟଙ୍କା ଖର୍ଚ୍ଚ କରି ଗୁଡ଼ାଏ ଘରଦ୍ୱାର, ବଜାର ପ୍ରାଙ୍ଗଣ ଇତ୍ୟାଦି ନିର୍ମାଣ କରିଛନ୍ତି କିନ୍ତୁ ସେ ସବୁର ବ୍ୟବହାର କେହି କରନ୍ତି ନାହିଁ ବୋଲି ଲୋକେ କହୁଥିଲେ ।

ଏଭଳିଭାବେ ସରକାରଙ୍କ ଅନେକ କାର୍ଯ୍ୟକ୍ରମ ରାଜନୈତିକ କାରଣରୁ କିମ୍ବା ଅନ୍ୟାନ୍ୟ କାରଣରୁ ଲୋକାଭିମୂଖି ହୋଇପାରେ ନାହିଁ । ଅନ୍ୟପକ୍ଷରେ ଓଡ଼ଙ୍ଗ ବଜାର ଭଳି ଲୋକଙ୍କ ଉଦ୍ୟମରେ ପ୍ରତିଷ୍ଠିତ ବଜାର ଅଧିକ ଭାବରେ ଲୋକାଭିମୂଖି ହୋଇପାରିଥାଏ ।

 

-0-

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଓଡଙ୍ଗ, ଚଣ୍ଡୀଖୋଲ, ଜଗଦୀଶ ପ୍ରଧାନ, ବଜାର

ଦେଶୀ ଗାଈଙ୍କ ବିକାଶ ଉପରେ ସରକାରଙ୍କ ଗୁରୁତ୍ଵ: ମୁଖ୍ୟମନ୍ତ୍ରୀ

December 6, 2015 by ନିଉଜ ଡେସ୍କ Leave a Comment

ପ୍ରଫୁଲ୍ଲ ଦାସ

ଭୁବନେଶ୍ଵର, ଡ଼ିସେମ୍ବର ୬ (ଓଡିଶା ଡଟ କମ) ବିଂଝାରପୁରୀ , ମୋଟୁ ସମେତ ଓଡିଶାରେ ରହିଥିବା ବିଭିନ୍ନ ପ୍ରଜାତିର ଦେଶୀ ଗାଈଙ୍କର ଗୁଣାତ୍ମକ କ୍ରମବିକାଶ କରାଯିବା ଓ ଗୋ ପାଳନ ଉଦ୍ୟୋଗକୁ କିପରି ଏକ ଲାଭ ଜଣକ ବ୍ୟବସାୟରେ ପରିଣତ  କରାଯାଇପାରିବ ସେ ଦିଗରେ ସରକାର ଗୁରୁତ୍ଵ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

olrds-5-12-6 olrds-5-12-9ଶନିବାର ଭୁବନେଶ୍ଵରର ଜୟଦେବ ଭବନ ଠାରେ ପଶୁସମ୍ପଦ ବିକାଶ ଦ୍ଵାରା ଆୟୋଜିତ ଏକ କର୍ମଶାଳା ଉଦଘାଟନ କରି ସେ କହିଥିଲେ ରାଜ୍ୟର ସାମଗ୍ରିକ ଓ ଅର୍ଥନୈତିକ ବିକାଶ ଦିଗରେ ପ୍ରାଣୀଧନ କ୍ଷେତ୍ରର ଏକ ମହତ୍ଵପୂର୍ଣ ଯୋଗଦାନ ରହିଛି ।

ଏହି ବିକାଶ ଧାରାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସରକାର ଗୋ-ମହିଷାଦୀ ପ୍ରଜନନ ନୀତି -୨୦୧୫ ପ୍ରଣୟନ କରିଥିବା ଦର୍ଶାଇ ସେ କହିଥିଲେ ରାଜ୍ୟର ଦୁଗ୍ଧ ଶିଳ୍ପ ସହିତ ଜଡିତ ଚାଷୀ ମାନଙ୍କ ଲାଭ ଦୃଷ୍ଟିରୁ ଏହି ନୀତିର ସଠିକ ଉପଯୋଗ କରାଯିବ ଆବଶ୍ୟକ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗୋ-ମହିଷାଦୀ ମାନଙ୍କର ଅନୁବଂଶୀୟ ଗୁଣର ଉନ୍ନତି ପାଇଁ ଉଦ୍ଦିଷ୍ଟ ଏହି ନୀତିରେ ଆଧୁନିକ ପ୍ରଜନନ କୌଶଳ ଏବଂ ପ୍ରଯୁକ୍ତି ବିଜ୍ଞାନ ସହାୟତାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଲକ୍ଷ ରକ୍ଷା ଯାଇଛି ।

bishnuମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଙ୍କ ଉଦ୍ୟମରେ ହୋଇଥିବା ଏହି ନୀତିରେ ଯେଉଁ ଅଞ୍ଚଳରେ ପ୍ରାଣୀ ଚିକିତ୍ସା ସେବା ଓ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ କ୍ଷୀର ବିକ୍ରିବଟା ପାଇଁ ସୁବିଧା ନଥିବ ସେହି ସ୍ଥଳରେ ଭାରତୀୟ ପ୍ରଜାତି ଯଥା ଗିର,  ସାହିୱାଲ, ଥାରପାରକର, ବିଞ୍ଝାରପୁରୀ, ହରିୟାଣା ଓ ଲାଲ ସିନ୍ଧି ପ୍ରଭୁତି ଷଣ୍ଢ ମାନଙ୍କର ଶୁକ୍ର ବ୍ୟବହାର କରି ଦେଶୀ ଗାଈଙ୍କର ଗୁଣାତ୍ମକ କ୍ରମବିକାଶ କରାଯିବା ବ୍ୟବସ୍ଥା ରହିଛି ।

ରାଜ୍ୟରେ ଦେଖାଯାଉଥିବା ଜାତୀୟ ସ୍ତରୀୟ ମାନ୍ୟତା ପ୍ରାପ୍ତ ଗାଈ ଯଥା ବିଞ୍ଝାରପୁରୀ, ଘୁମୁସୁରୀ, ଖରିୟାର ଓ ମୋଟୁ ଏବଂ ମଇଁଷି ଯଥା ଚିଲିକା ଓ କଳାହାଣ୍ଡି ପ୍ରଭୁତି ପ୍ରଜାତିଙ୍କର ସଂରକ୍ଷଣ ଓ ଉନ୍ନତି କରଣ ନିମନ୍ତେ ସ୍ଵତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯିବା ଲକ୍ଷ ରହିଛି ।

ଗତ ଆର୍ଥିକ ବର୍ଷରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ଛଅ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ) ରାଜ୍ୟର ଦୁଗ୍ଧ ଚାଷୀଙ୍କ ଠାରୁ ବାଇଶ ପ୍ରତିଶତ ଅଧିକ ଦୁଗ୍ଧ ସଂଗ୍ରହ କରିଥିବା ସେ ପ୍ରକାଶ କରିଥିଲେ ।

ଓମଫେଡ ଖୁବ ଶୀଘ୍ର ବିଞ୍ଝାରପୁରୀ ପ୍ରଜାତିର ଗାଈଙ୍କ କ୍ଷୀର ଓ ଚିଲିକା ମଇଷିଙ୍କ କ୍ଷୀର ସଂଗ୍ରହ କରି ନିଜ ବ୍ରାଣ୍ଡ ରେ ବିକ୍ରୟ କରିବ ବୋଲି ମଧ୍ୟ ସେ କହିଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଗୋ-ମହିଷାଦୀ ପ୍ରଜନନ ନୀତି -୨୦୧୫, ଦେଶୀ ଗାଈଙ୍କ ବିକାଶ, ବିଷ୍ଣୁପଦ ସେଠୀ

ସାମ୍ବାଦିକଙ୍କ ସଂଖ୍ୟା ଗଣନା ହୋଇପାରୁନାହିଁ କାହିଁକି ?

December 6, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ: କପିଳାସ ଭୂୟାଁ

ଓଡିଶାରେ କାର୍ଯରତ ସାମ୍ବାଦିକଙ୍କ ସଂଖ୍ୟା କେତେ ତାହା ରାଜ୍ୟ ସରକାରଙ୍କୁ ଜଣାନାହିଁ। ସାମ୍ବାଦିକଙ୍କ ସଂଖ୍ୟା ଗଣନା ହୋଇସାରିଲେ ହିଁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବୀମା ଓ ପେନସନ ପ୍ରଦାନ କରିବାକୁ ହୁଏତ ପଦକ୍ଷେପ ନିଆଯାଇ ପାରିବ। କିନ୍ତୁ ବାରମ୍ବାର ଚେଷ୍ଟା କରି ସରକାର ସାମ୍ବାଦିକଙ୍କ ସଂଖ୍ୟା ଗଣନା କରିବାରେ ବିଫଳ ହେଉଛନ୍ତି।

dilip
ଦିଲିପ ରାୟ

ସରକାର କହୁଛନ୍ତି ସାମ୍ବାଦିକଙ୍କ ସଂଖ୍ୟା ଗଣନା ଚାଲିଛି ମାତ୍ର ତାହା ଶେଷ ହେଉନାହିଁ। କେବେ ଶେଷ ହେବ ସରକାର ନିର୍ଦ୍ଧିଷ୍ଟ ଭାବେ କିଛି କହି ପାରୁନାହାନ୍ତି। ଗତ ଶୁକ୍ରବାର ଦିନ ବିଜେପି ବିଧାୟକ ଦିଲୀପ ରାୟଙ୍କ ଏକ ଅଣତାରକା ଯୁକ୍ତ ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯେଉଁ ସୂଚନା ଦେଇଛନ୍ତି ସେଥିରୁ ଏହା ଜଣାପଡିଛି।journalism

ରାଜ୍ୟରେ ସାମ୍ବାଦିକ ଗଣନା ପ୍ରକ୍ରିୟା କେବେ ଠାରୁ ଆରମ୍ଭ ହୋଇଛି ଓ ଏହା କେବେ ସରିବ ଏବଂ ଏବେ ରାଜ୍ୟରେ କେତେ ସାମ୍ବାଦିକ ଅଛନ୍ତି, ସାମ୍ବାଦିକ ମାନଙ୍କ ପାଇଁ ସରକାର ସ୍ୱାସ୍ଥ୍ୟ ବୀମା ଓ ପେନସନ ଯୋଜନା କେବେଠାରୁ ଲାଗୁ କରିବେ ତାହା ବିଧାୟକ ଶ୍ରୀ ରାୟ ଜାଣିବାକୁ ଚାହିଁଥିଲେ।

ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଉତ୍ତରରେ ଜଣାଇଛନ୍ତି ଯେ ଅତୀତରେ ବହୁବାର ଚେଷ୍ଟା କରି ସାମ୍ବାଦିକମାନଙ୍କ ସଂଖ୍ୟା ଗଣନା କରାଯାଇ ପାରିନାହିଁ। ତେବେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ଅନୁଯାୟୀ ପୁନଶ୍ଚ ଏହା ୨୦୧୪ରୁ ଆରମ୍ଭ ହୋଇଛି।

ବିଭିନ୍ନ ଜିଲ୍ଲାରୁ ମିଳିଥିବା ସାମ୍ବାଦିକଙ୍କ ଦରଖାସ୍ତଗୁଡିକ ଯାଞ୍ଚ ପରେ ଏହା ଚୁଡାନ୍ତ ହେବ। ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ପାଇଁ ବିହିତ ପଦକ୍ଷେପ ନିଆଯାଉଛି, ଏବଂ ସାମ୍ବାଦିକ ଗଣନା ପରେ ପେନସନ ଯୋଜନା ପ୍ରଚାଳନ ପାଇଁ ବିଚାର କରାଯିବ।

ଏହି ଭଳି ଉତ୍ତରରୁ କବି ଯଦୁମଣିଙ୍କ ଚଉପଦୀ ମନେ ପଡେ,
“ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ,
ଏମନ୍ତ ଭୁଇଁ, ଚାକୁଣ୍ଡା ବୁଣିଲେ ଉଠଇ ନାହିଁ“।

ମନ୍ତ୍ରୀଙ୍କ ଏଭଳି ଉତ୍ତରର ପ୍ରତିକ୍ରିୟାରେ ବିଧାନ ସଭା ବାହାରେ ବିଧାୟକ ଶ୍ରୀ ରାୟ ଅତି ରୋଚକ ଟିପ୍ପଣୀ ଦେଇ କହିଲେ ଯେ ଓଡିଶା ସମେତ ସାରା ଦେଶର ଜନ ସଂଖ୍ୟା କେତେ ତାହା ପ୍ରତି ଦଶ ବର୍ଷରେ ଥରେ ଗଣାଯାଇ ପାରୁଛି। ଓଡ଼ିଶାର ଜଙ୍ଗଲରେ କେତେ ବାଘ-ହାତୀ ଅଛନ୍ତି ଓ କେଉଁ ନଈରେ କେତେ କୁମ୍ଭୀର ଅଛନ୍ତି ତାହା ସରକାର ଗଣି ପାରୁଛନ୍ତି।

atanu
ଅତନୁ ସବ୍ୟସାଚୀ

ଚିଲିକାକୁ କେତେ ପକ୍ଷୀ ଆସୁଛନ୍ତି ତାହା ବି ଗଣାଯାଇ ପାରୁଛି। ସାରା ରାଜ୍ୟରେ କେତେ ଗୃହପାଳିତ ପଶୁପକ୍ଷୀ ଅଛନ୍ତି ତାର ବି ଗଣନା କରି ରିପୋର୍ଟ ଦେଇ ପାରୁଛନ୍ତି, ଅଥଚ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଉଥିବା ଗଣମାଧ୍ୟମରେ କେତେ ସାମ୍ବାଦିକ କାର୍ଯ୍ୟରତ ଅଛନ୍ତି ତାହା ସରକାର ଗଣନା କରିପାରୁ ନାହାନ୍ତି।

ଏହା ବାସ୍ତବରେ ଏକ ଚିନ୍ତାର ବିଷୟ। କାରଣ ଗୋଟିଏ ପଟେ ସାମ୍ବାଦିକଙ୍କୁ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ କୁହ ଯାଉଥିବା ବେଳେ, ଅନ୍ୟ ପଟେ ସରକାରଙ୍କର ସେମାନଙ୍କ ପ୍ରତି ବହୁ ମାତ୍ରାରେ ବୈମାତୃକ ମନୋଭାବ ରହିଛି। ଅଧିକାଂଶରେ କାର୍ଯ୍ୟକାଳ ଭିତରେ ବହୁ ଓଡିଆ ସାମ୍ବାଦିକ ଉଚିତ ଦରମା ନପାଇ ହନ୍ତସନ୍ତ ହେଉଥିବା ବେଳେ, ଅବସର ପରେ ତା’ ପାଇଁ ଜୀବନ ବଞ୍ଚିବାର କୌଣସି ରାହା ନଥାଏ।

ଅସୁସ୍ଥତା ବେଳେ ତା’ ନିଜର ଓ ପରିବାରର ଚିକିତ୍ସା ପାଇଁ ଜଣେ ସାମ୍ବାଦିକ କଣ କରିବ ଜାଣେ ନାହିଁ। ଏହି ପରିପ୍ରେକ୍ଷୀରେ ସରକାର ବର୍ଷ ବର୍ଷ ଧରି ସାମ୍ବାଦିକଙ୍କ ସଂଖ୍ୟା ଗଣନା କରାଯାଇ ପାରିନଥିବା ବାହାନାରେ ସ୍ୱାସ୍ଥ୍ୟ ବୀମା ଓ ପେନସନ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିବାକୁ କାଳ କ୍ଷେପଣ କରି ଚାଲିବା ନିଶ୍ଚୟ ଅତି ନିର୍ଦ୍ଦୟ ମାନସିକତାର ପରିଚୟ ଦେଉଛି ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

ଉଲ୍ଲେଖନୀୟ କି ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଅନୁମୋଦନ ପାଇଥିବା ଦୈନିକ, ସାପ୍ତାହିକ, ପାକ୍ଷିକ ଓ ମାସିକ ଖବରକାଗଜ ଓ ପତ୍ର ପତ୍ରିକାର ସମୁଦାୟ ସଂଖ୍ୟା ୧୯୨। କିନ୍ତୁ ରାଜ୍ୟରେ କାମ କରୁଥିବା ବୈଦ୍ୟୁତିକ ଗଣମାଧ୍ୟମର ସଂଖ୍ୟା ସୂଚନା ଓ ଲୋକସମ୍ପର୍କ ବିଭାଗ ପାଖରେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଉତ୍ତରରେ କହିଛନ୍ତି।

ଏହା ଆଚମ୍ବିତ କରିଦେଲା ପରି କଥାଟିଏ ନୁହେଁ କି? ଯଦି କୌଣସି ବୈଦ୍ୟୁତିକ ଗଣମାଧ୍ୟମ ବିଭାଗ ଦ୍ଵାରା ଅନୁମୋଦିତ ନୁହେଁ, ତେବେ ସେମାନଙ୍କର ଏକାଧିକ ପ୍ରତିନିଧି ଓ ଟିମକୁ ପ୍ରତିଦିନ କିଭଳି ରାଜ୍ୟ ସଚିବାଳୟ ଓ ସମ୍ପ୍ରତି ବିଧାନସଭାରେ ଦେଖିବାକୁ ମିଳୁଛି?

ମନ୍ତ୍ରୀ ଶ୍ରୀ ନାୟକ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ଅଧିସ୍ଵୀକୃତିପ୍ରାପ୍ତ ସାମ୍ବାଦିକଙ୍କ ସମୁଦାୟ ସଂଖ୍ୟା ୧୯୫। ଅନ୍ତତଃ ପକ୍ଷେ ସରକାରଙ୍କ ନିକଟରେ ଏହି ନିର୍ଦ୍ଧିଷ୍ଟ ହିସାବ ତ ରହିଛି। ତେବେ ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଓ ପେନସନ ବ୍ୟବସ୍ଥା ଏହି ସଂଖ୍ୟା ଆଧାରରେ ଆରମ୍ଭ କରାଯାଉନାହିଁ କାହିଁକି?

କାହିଁକି ସରକାର ଭାବୁଛନ୍ତି ଯେ ସମୁଦାୟ ସାମ୍ବାଦିକଙ୍କ ସଂଖ୍ୟା ନିର୍ଧାରଣ ପରେ ହିଁ ସେମାନଙ୍କ ସ୍ୱାସ୍ଥ୍ୟ ବୀମା ଓ ପେନସନ ବ୍ୟବସ୍ଥା କଥା ସରକାର ଚିନ୍ତା କରିବେ? କୌଣସି ବ୍ୟବସ୍ଥା ତିଆରି କରିବା କ୍ଷେତ୍ରରେ ନିର୍ଦ୍ଧିଷ୍ଟ ସଂଖ୍ୟା ନଜାଣିଥିବା ଯୋଗୁ କିଭଳି ବା ଅନ୍ତରାୟ  ସୃଷ୍ଟି ହେଉଛି? ତେବେ କଣ ସରକାର ଜାଣିଶୁଣି ସାମ୍ବାଦିକଙ୍କ ସଂଖ୍ୟା ନିର୍ଧାରଣ କରିବାକୁ ଚାହୁଁ ନାହାନ୍ତି ? ଯଦି ଚାହୁଁ ନାହାନ୍ତି ତେବେ କଣ ପାଇଁ ?

ଅତ୍ୟନ୍ତ କ୍ଷୋଭର ସହ ବିଧାୟକ ଦିଲୀପ ରାୟ ମତ ଦିଅନ୍ତି, “କାର୍ଯ୍ୟରତ ସାମ୍ବାଦିକଙ୍କ ଗଣନା କରି ନପାରିବା କେବଳ ସରକାରଙ୍କ ଅପାରଗତା ନୁହେଁ, ବରଂ ସାମ୍ବାଦିକମାନଙ୍କ ପ୍ରତି ସରକାରୀ କଳର ହେୟ ମନୋଭାବର ପରିଚାୟକ”।

ସରକାର ଶୁଣି ପାରୁଛନ୍ତି ତ?

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅତନୁ ସବ୍ୟସାଚୀ, କପିଳାସ ଭୂୟାଁ, ଗଣନା, ସରକାର, ସାମ୍ବାଦିକ

9 Things That Are Deeply Disappointing Every Single Time

December 4, 2015 by ନିଉଜ ଡେସ୍କ Leave a Comment

Far far away, behind the word mountains, far from the countries Vokalia and Consonantia, there live the blind texts. Separated they live in Bookmarksgrove right at the coast of the Semantics, a large language ocean.

1. Image with share buttons

A small river named Duden flows. Source: MediaSource

Far far away, behind the word mountains, far from the countries Vokalia and Consonantia, there live the blind texts. Separated they live in Bookmarksgrove right at the coast of the Semantics, a large language ocean.

2. Image With Your Watermark

Far far away, behind the word mountains, far from the countries Vokalia and Consonantia, there live the blind texts. Separated they live in Bookmarksgrove right at the coast of the Semantics, a large language ocean.

3. Photomixes Without Photoshop

Far far away, behind the word mountains, far from the countries Vokalia and Consonantia, there live the blind texts. Separated they live in Bookmarksgrove right at the coast of the Semantics, a large language ocean.

4. Advanced GIF control

Far far away. Source: MediaSource

Far far away, behind the word mountains, far from the countries Vokalia and Consonantia, there live the blind texts. Separated they live in Bookmarksgrove right at the coast of the Semantics, a large language ocean.

5. Self hosted responsive video

/wp-content/themes/bimber/dummy-data/main/images/single_content_mp4_v01-demo.mp4

6. YouTube responsive embed

Behind the word mountains, far from the countries Vokalia and Consonantia, there live the blind texts. Separated they live in Bookmarksgrove right at the coast of the Semantics, a large language ocean.

8. Instagram responsive embed

https://www.instagram.com/p/Bg24YSYBeYj/

Behind the word mountains, far from the countries Vokalia and Consonantia, there live the blind texts. Separated they live in Bookmarksgrove right at the coast of the Semantics, a large language ocean.

9. Twitter responsive embed

Big day here at @TwitterUK – we're launching Moments! Look out for the lightning bolt on your account soon ⚡️ pic.twitter.com/98tqlmecpV

— UK (@XUK) December 15, 2015

Behind the word mountains, far from the countries Vokalia and Consonantia, there live the blind texts. Separated they live in Bookmarksgrove right at the coast of the Semantics, a large language ocean.

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: WTF Tagged With: boxed, curly, Featured: 2 equal - boxed, Featured: 2 equal - stretched, Featured: 3 equal - boxed, Featured: 3 equal - stretched, Featured: 3 mixed v1 - boxed, Featured: 3 mixed v1 - stretched, Featured: 3 mixed v2 - boxed, Featured: 3 mixed v2 - stretched, Featured: 3 mixed v3 - boxed, Featured: 4 equal - boxed, Featured: 4 equal - stretched, Featured: 4 mixed v1 - stretched, Featured: 5 mixed v1 - boxed, Featured: 5 mixed v1 - stretched, hair, Header gradient, Header: Background image, Header: Background pattern, Header: Background Solid, Header: Style v1, Header: Style v2, Header: Style v3, Header: Text on background image, Pagination: Infinite Scroll, Pagination: Infinite Scroll (First load via click), Pagination: Load More, Pagination: Page Links, stretched, Template: Classic with Sidebar, Template: Classic with Sidebar Left, Template: Grid, Template: Grid with Sidebar, Template: Large Grid, Template: Large Grid with 2 Sidebars, Template: List with Sidebar, Template: Masonry, Template: Small Grid, Template: Small List, Template: Stream, Template: Stream with Sidebar, Template: Zigzag

A Little Photoshoot Gone Wrong And The Internet Is Exploding

December 4, 2015 by ନିଉଜ ଡେସ୍କ Leave a Comment

Far far away, behind the word mountains, far from the countries Vokalia and Consonantia, there live the blind texts. Separated they live in Bookmarksgrove right at the coast of the Semantics, a large language ocean.

1. Image with share buttons

A small river named Duden flows. Source: MediaSource

Far far away, behind the word mountains, far from the countries Vokalia and Consonantia, there live the blind texts. Separated they live in Bookmarksgrove right at the coast of the Semantics, a large language ocean.

ନିଉଜ ଡେସ୍କ
ନିଉଜ ଡେସ୍କ
Pages: Page 1 Page 2 Page 3 Page 4 Page 5 Page 6 Page 7 Page 8 Page 9

Filed Under: WTF Tagged With: featured, Pagination: Infinite Scroll, Pagination: Infinite Scroll (First load via click), Pagination: Load More, Pagination: Page Links, Template: Small Grid

  • « Go to Previous Page
  • Page 1
  • Interim pages omitted …
  • Page 3
  • Page 4
  • Page 5
  • Page 6
  • Page 7
  • Interim pages omitted …
  • Page 33
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ