• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନିଉଜ ଡେସ୍କ

କୋଣାର୍କରେ ପ୍ରାଚୀନ ସଭ୍ୟତାର ସୂଚନା!

April 23, 2016 by ନିଉଜ ଡେସ୍କ Leave a Comment

konark-4ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖସ୍ଥ ହେଲିପ୍ୟାଡ଼ ନିକଟରୁ ୧୨୦୦ ଶତାବ୍ଦୀର ଲୋକଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ସାମଗ୍ରୀର ସନ୍ଧାନ ମିଳିଥିବା ଅନୁମାନ କରାଯାଇଛି।

ଏଠାରେ ଏକ ମନ୍ଦିର ନିର୍ମାଣ ପାଇଁ ଶ୍ରମିକମାନେ ବାଲି ଖୋଳୁଥିବା ସମୟରେ କାରୁକାର୍ଯ୍ୟପୂର୍ଣ୍ଣ ପଥର, ବାସଗୃହ, କୂଅ ଇଟା, ମାଟି ଦୀପ, ମାଟି ପାତ୍ର ଇତ୍ୟାଦିର ଦେଖିବାକୁ ପାଇଥିଲେ। ପ୍ରତ୍ନତତ୍ତ୍ୱ ବିଭାଗ ଏହି ସ୍ଥାନର ଚତୁଃପାର୍ଶ୍ୱକୁ ଖନନ କଲେ ଅଧିକ ତଥ୍ୟ ପଦାକୁ ଆସି ପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଐତିହାସିକ ତଥ୍ୟାନୁଯାୟୀ ପ୍ରାଚୀନ କାଳରେ ଉତ୍କଳର ନୌବାଣିଜ୍ୟ ଦେଶ ବିଦେଶରେ ପ୍ରସିଦ୍ଧ ଲାଭ କରିଥିଲା। ଓଡ଼ିଶାର ବୃହତ୍ତମ ବନ୍ଦରଗୁଡ଼ିକ ମଧ୍ୟରେ କୋଣାର୍କ ଥିଲା ଅନ୍ୟତମ।

କାଳକ୍ରମେ ଏଠାରେ ଚିତ୍ରୋତ୍ପଳା ଓ ଚନ୍ଦ୍ରଭାଗା ପ୍ରଭୃତି ଅନେକ ସୁନାବ୍ୟା ନଦୀ ପ୍ରବାହିତ ହୋଇ ଦେଶର ବିଭିନ୍ନ ଅଞ୍ଚଳ ସହିତ ଏହି ବନ୍ଦର ସଂଯୋଗ ରକ୍ଷା କରିଥିଲା। ଚୀନ ପରିବ୍ରାଜକ ହୁଏନସାଂ ସପ୍ତମ ଶତାଦ୍ଦୀରେ ଏହି ଚିତ୍ରୋତ୍ପଳା ବନ୍ଦର ଓ ନଗରୀର ସଂପର୍କରେ ବର୍ଣ୍ଣନା କରିଛନ୍ତି।

ଖ୍ରୀଷ୍ଟୀୟ ପ୍ରଥମ ଶତାଦ୍ଦୀରେ ଗ୍ରୀକ ଲେଖକ ତଥା ଦାର୍ଶନିକ ଟୋଲେମୀ ତାଙ୍କର ପୃଥିବୀ ଭୂଗୋଳ ପୁସ୍ତକରେ କୋନ୍ନାଗର ନଗରୀର ବର୍ଣ୍ଣନା କରିଛନ୍ତି। ଏହା ଏକ ବୃହତ ବନ୍ଦର ଥିବାର ସେ ଉଲ୍ଲେଖ କରିଛନ୍ତି। ସେହି କୋନ୍ନାଗର ପରବର୍ତ୍ତୀ କାଳରେ କୋଣାର୍କ ନାମରେ ପ୍ରସିଦ୍ଧ ଲାଭ କରିଥିଲା। ସାମୁଦ୍ରିକ ଝଡରେ ଏହି ବନ୍ଦର ସଂପୂର୍ଣ୍ଣ ନିଶ୍ଚିନ୍ନ ହୋଇ ଯାଇଥିଲା।konark

୧୨୬୪ ଖ୍ରଷ୍ଟାବ୍ଦରେ ରାଜା ନରସିଂହ ଦେବଙ୍କ ଦ୍ୱାରା ସୂର୍ଯ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୨ ବର୍ଷ ପରେ ୧୨୫୮ ଖ୍ରୀଷ୍ଟାଦ୍ଦରେ ଶେଷ ହୋଇଥିଲା। ଏହି ସମୟାବଧି ମଧ୍ୟରେ ସୂର୍ଯ୍ୟମନ୍ଦିର ନିର୍ମାଣ ପାଇଁ ନିୟୋଜିତ ୧୨୦୦ ବଢେଇ ଓ ଶ୍ରମିକ ଏଠାରେ ରହି ମନ୍ଦିର ନିର୍ମାଣ କରିଥିଲେ। ସୂର୍ଯ୍ୟମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ମନ୍ଦିରର ଚତୁଃପାର୍ଶ୍ୱରେ ଜନବସତି ଗଢି ଉଠିଥିଲା।

ପରବର୍ତ୍ତି ସମୟରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘଟି ଜନବସତି ଉପରେ ବାଲି ମାଡି ଯିବାରୁ ଏଠାରେ ମୁଣ୍ଡ ଟେକୁଥିବା ଜନପଦଟି ସଂପୃର୍ଣ୍ଣ ନିଶ୍ଚିହ୍ନ ହୋଇ ଯାଇଥିଲା। ଫଳରେ ବାଲିତଳେ ବହୁ କାରୁ କାର୍ଯ୍ୟପୂର୍ଣ୍ଣ ମୁର୍ତ୍ତି, ପଥର, ମାଟିପାତ୍ର, ସେସମୟରେ ଲୋକମାନେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ପୋତି ହୋଇଗଲା।

ଏବେ ବି ସୂର୍ଯ୍ୟମନ୍ଦିରର ଚତୁପାର୍ଶ୍ୱ ଓ ନିକଟବର୍ତ୍ତି ଗ୍ରାମମାନଙ୍କରେ ଗୃହ ନିର୍ମାଣ, ପୋଖରୀ ଖନନ ଓ ଘୃହାଦି ନିର୍ମାଣ ନିମନ୍ତେ ନିଅଁଖୋଳା ସମୟରେ ମାଟିତଳୁ ବିଭିନ୍ନ କାରୁକାର୍ଯ୍ୟପୂର୍ଣ୍ଣ ପଥର ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିବା ବେଳେ ଆହୁରି ଅନେକ କାରୁକାର୍ଯ୍ୟ ପୂର୍ଣ୍ଣ ପଥର ମାଟିତଳେ ପୋତି ହୋଇ ରହିଥିବା ପ୍ରମାଣ ମିଳିବାରେ ଲାଗିଛି।konark-2

୨୦୧୩ ମସିହା ମେ ମାସରେ କରମଙ୍ଗା ଗ୍ରାମର ପୂଷ୍କରିଣୀ ଖନନ କାର୍ଯ୍ୟ ଚାଲୁ ରହିଥିବା ସମୟରେ ପୁଷ୍କରିଣୀ ମଧ୍ୟରୁ ଅନେକ କାରୁକାର୍ଯ୍ୟପୂର୍ଣ୍ଣ ପଥର ମିଳିଥିବା ବେଳେ ଏହି ପୋଖରେ ତଳେ ଆହୁରି ଅଧିକ ପଥର ରହିଥିବା ଦେଖିବାକୁ ମିଳିଥିଲା।

ସେହିପରି କୋଣାର୍କ ହାଉସ୍କୁଲ ପଛପଟେ ଥିବା ବାଲିବନ୍ତିରୁ ଟ୍ରାକ୍ଟରେ ଯୋଗେ ବାଲି ବୁହାଯାଉଥିବା ସମୟରେ ଏକ ପୁରାତନ ମାଟି ନନ୍ଦର କୂଅ ଦେଖିବାକୁ ମିଳିଛି। କୋଣାର୍କ ସୂର୍ଯ୍ୟମନ୍ଦିର ଚତୁର୍ପାଶ୍ୱରେ ଏହି ଭଳି ଅନେକ କାରୁକାର୍ଯ୍ୟପୂର୍ଣ୍ଣ ପଥର ପୋତି ହୋଇ ରହିଥିବା ଦେଖିବାକୁ ମିଳୁଛି।

ଚଳିତ ମାସ କୋଣାର୍କ ହେଲିପ୍ୟାଡ ନିକଟରୁ ପ୍ରାଚୀନ ସଭ୍ୟତାର ଭଗ୍ନାବଶେଷ ସନ୍ଧାନ ସଂପର୍କରେ ସ୍ଥାନୀୟ ପ୍ରତ୍ନତତ୍ତ୍ୱ ବିଭାଗ ଓ ଭୁବନେଶ୍ୱର ପ୍ରତ୍ନତତ୍ତ୍ୱ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି।

ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏଠାରେ ଖନନ ଓ ଗବେଷଣା କରାଗଲେ ସୂର୍ଯ୍ୟମନ୍ଦିର ସଂପର୍କରେ ବହୁଐତିହାସିକ ତଥ୍ୟ ମିଳିପାରିବ ବୋଲି ସ୍ଥାନୀୟ ଗବେଶକମାନେ କହିଛନନ୍ତି। ଏଠାରେ ମିଳିଥିବା କାରୁକାର୍ଯ୍ୟପୂର୍ଣ୍ଣ ପଥରଗୁଡ଼ିକ ସୂର୍ଯ୍ୟମନ୍ଦିର ନିର୍ମାଣ ସମୟର ବୋଲି ଅନୁମାନ କରାଯାଉଛି।

(ସୌଜନ୍ୟ: ସାମାନ୍ୟ କଥନ)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ, ବିଶେଷ ଖବର Tagged With: କୋଣାର୍କ, ପୁରାତତ୍ଵ, ପ୍ରାଚୀନ ସଭ୍ୟତା

ଭୁବନେଶ୍ଵରରେ ପାରଦ ୪୫.୮ ଡିଗ୍ରୀ, ଏପ୍ରିଲର ସର୍ବକାଳୀନ ରେକର୍ଡ

April 11, 2016 by ନିଉଜ ଡେସ୍କ Leave a Comment

sunଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୧୧ (ଓଡିଶା ଡଟ କମ) ସୋମବାର ୪୫.୮ ଡିଗ୍ରୀ ସେଲସିଅସ ପଞ୍ଜୀକୃତ କରି ଭୁବନେଶ୍ଵର ଗରମରେ ଏପ୍ରିଲ ମାସର ସର୍ବକାଳୀନ ରେକର୍ଡକୁ ଭାଙ୍ଗିଛି ।

ପୂର୍ବରୁ ଏପ୍ରିଲ ୨୩ , ୧୯୮୫ ରେ ରାଜଧାନୀ ରେ ସର୍ବୋଛ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରଯାଇଥିଲା।  ଚଳିତ ଗ୍ରୀଷ୍ମ ରେ ଏ ପର୍ଯ୍ୟନ୍ତ ୧୬ ଜଣ ଅଂଶୁଘାତ ଜନିତ ମୃତ୍ୟୁ  ବରଣ କରିଥିବା ଅଭିଯୋଗ ହୋଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପରିବେଶ Tagged With: ଅଂଶୁଘାତ, ଉତ୍ତପ୍ତ, ପରିବେଶ, ଭୁବନେଶ୍ଵର

ହଳଧର ନାଗ ଏବଂ ତାଙ୍କର ଲୋକପ୍ରିୟ କବିତା

March 31, 2016 by ନିଉଜ ଡେସ୍କ 1 Comment

ଦେବେନ୍ଦ୍ର ପୃଷ୍ଟି

ଅବହେଳିତ ପଶ୍ଚିମ ଓଡ଼ିଶାର ବରଗଡ଼। ଏଇ ଜିଲ୍ଲାର ଘେଁସ ହେଉଛି ଏକ ଐତିହାସିକ ଜମିଦାରୀ।

ବ୍ରିଟିଶ ଶାସନ ବିରୋଧରେ ଘେଁସ ଜମିଦାରଙ୍କ ବିଦ୍ରୋହ ଓ ବଳିଦାନର କଥା ଉପକୂଳ ଓଡ଼ିଶାର ଲୋକଙ୍କୁ ଅଜଣା ହୋଇପାରେ, ମାତ୍ର ତାହା ଥିଲା ପରାଧୀନ ଭାରତର ବୀରତ୍ଵ ଓ ବିଦ୍ରୋହର ବିଶାଳ ଐତିହ୍ୟ।

ଘେଁସର ତତ୍କାଳୀନ ଜମିଦାର ମାଧବ ସିଂହ ବରିହବା ଓରଫ ମାଧୋ ସିଂହ ବରିହା ଏବଂ ତାଙ୍କର ପୂରା ପରିବାର ବ୍ରିଟିଶ ସରକାର ବିରୋଧରେ ବିଦ୍ରୋହ କରି ପ୍ରାଣବଳି ଦେଇଥିଲେ।

haladharaସେଇ ମାଟିର ଲୋକ ହେଉଛନ୍ତି ହଳଧର ନାଗ, ଲୋକ କବି ରତ୍ନ। ପଦ୍ମଶ୍ରୀ ହଳଧର ନାଗ। ପନ୍ଦର ଦିନ ତଳ ପର୍ଯ୍ୟନ୍ତ ହଳଧର ନାଗ କିଏ ପଚାରିଲେ ଓଡ଼ିଶାର ନବେ ପ୍ରତିଶତ ହୁଏତ ଉତ୍ତର ଦେଇପାରି ନଥାନ୍ତେ। ଜଣେ ସାଧାରଣ ଜଳଖିଆ ଓ ଷ୍ଟେସନାରୀ ଦୋକାନୀଙ୍କୁ କିଏ କାହିଁକି ଜାଣିଥାନ୍ତେ?

ଏବେ କିନ୍ତୁ ଓଡ଼ିଶାର ଘରେ ଘରେ ନହେଲେ ମଧ୍ୟ ଶିକ୍ଷିତ ଓ ସମ୍ଭ୍ରାନ୍ତ ମହଲରେ ସେ ଏକ ପରିଚିତ ନାମ। ପଦ୍ମଶ୍ରୀ ହଳଧର ନାଗ। ବେଶଭୂଷା ସଂପୂର୍ଣ୍ଣ ସରଳ। ଚାଳିଚଳନ ଓ କଥାବାର୍ତ୍ତା ବି ସେଇଆ। ନିହାତି ଦେହାତି ମଣିଷ ଜଣେ।

ଜୀବନ ଯେମିତି କବିତା ବି ସେମିତି। ନିହାତି ସାଧାରଣ ଲୋକ ବୁଝିପାରିଲା ଭଳି ଭାଷାରେ ଲେଖନ୍ତି ହଳଧର। ନିଜେ ତୃତୀୟ ଶ୍ରେଣୀରୁ ପାଠ ଛାଡ଼ିଛନ୍ତି। ତେଣୁ ନିଜ ଅଂଚଳର କଥିତ ଭାଷାରେ ର୍ହି ଲେଖିଛନ୍ତି ନିଜର ଓ ଲୋକଙ୍କର କଥା। ସମ୍ବଲପୁରୀ ବା କୋଶଳୀ ହେଉଛି ପଶ୍ଚିମ ଓଡ଼ିଶାର କଥିତ ଭାଷା। ସେଇ ଭାଷାରେ ଅଜସ୍ର କାବ୍ୟ ଓ କବିତା ଲେଖି ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।

ତାଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ବୟସ ତାଙ୍କ ବାପା ପରପୁରକୁ ଚାଲିଗଲେ। ବିଧବା ମା’ଙ୍କ ପକ୍ଷେ ତାଙ୍କୁ ପାଠ ପଢ଼ାଇବା କଷ୍ଟକର ହେଲା। ସେଇଠୁ ପାଠରେ ଡୋରି ବନ୍ଧାଗଲା। ହଳଧର ପାଠ ଛାଡ଼ି ଜୀବନ ସଂଗ୍ରାମରେ ଯୋଗଦେଲେ।haladhar-new

ଗୋଟେ ଜଳଖିଆ ଦୋକାନରେ ବାସନ ମାଜିବା ଥିଲା ତାଙ୍କର ପ୍ରଥମ କାମ। ସେଇଆ କରିବା ଭିତରେ କିଛି ବର୍ଷ ବିତିଗଲା। ଥରେ ତାଙ୍କ ଗାଁ ଅଂଚଳର ଜଣ ମୁଖିଆ ସ୍ଥାନୀୟ ଲୋକ ତାଙ୍କୁ ଡାକିନେଇ ଗୋଟେ ସ୍କୁଲରେ ମୁକରିର କରିଦେଲେ। କାମ ହେଉଛି ରୋଷେଇ।

ସ୍କୁଲ ରୋଷେୟା ଭାବରେ ସେ ପ୍ରାୟ ୧୬ ବର୍ଷ କାମ କଲେ। ସେତେବେଳଙ୍କୁ ତାଙ୍କ ଅଂଚଳରେ ଅନେକ ସ୍କୁଲ ଖୋଲିଲାଣି। ବହୁତ ପିଲା ପାଠ ପଢ଼ିଲେଣି। ସେ ୧୦୦୦ ଟଙ୍କା କରଜ କରି ସ୍କୁଲ ପିଲାଙ୍କ ପାଇଁ ଗୋଟେ ଦୋକାନ ଖୋଲିଲେ। ଦୋକାନ ମାନେ ପିଲାଙ୍କ ଦରକାରୀ ଖାତା, କଲମ, ପେନସିଲ ସହିତ କିଛି ଖାଇବା ଜିନିଷର ପସରା। ସେଇଥିରେ ଚଳିଗଳେ ହଳଧର।

କିନ୍ତୁ କେବଳ ଏଇଥିପାଇଁ ତ ସେ ଜନ୍ମ ହୋଇ ନଥିଲେ! ତାଙ୍କ ଆତ୍ମା ଡାକୁଥିଲା ଅନ୍ୟ କିଛି। ହୃଦୟ ଥିଲା ନରମ, ଦରଦୀ। ତେଣୁ କବିତାର ଭାବରେ ସେ ଅନେକ ସମୟରେ ବିଭୋର ରହୁଥିଲେ।

ମନ ଭିତରର ଭାବ ଓ ଭାବନାକୁ ଅଧିକ ଦିନ ଚାପି ନରଖି ସେ ନିଜର କଥିତ ଭାଷାରେ ଲେଖିବା ଆରମ୍ଭ କଲେ କବିତା, ଲୋକ ବୁଝିଲା ଭଳି କବିତା। ଇତିମଧ୍ୟରେ ସେ ଲେଖିସାରିଲେଣି ୨୦ ଖଣ୍ଡ କାବ୍ୟ ଓ ଅଗଣତି କବିତା। ସବୁ ତାଙ୍କ ମୁହଁରେ। କବିତାର ନାଁ ବା ବିଷୟ ନାଁ କହିଦେଲେ ଅନର୍ଗଳ ଆବୃତି କରିପାରନ୍ତି ହଳଧର।

ଜୀବନରେ କେବେ ବି ଚପଲ ପିନ୍ଧି ନାହାନ୍ତି ହଳଧର। ବୟସ ହେଲାଣି ୬୬। ଜନ୍ମ ୧୯୫୦ ମସିହାରେ। ଧଳା ରଙ୍ଗର ଧୋତି ଓ ଧଳା ଗଂଜିଟିଏ ହେଉଛି ତାଙ୍କର ନିତିଦିନିଆ ପୋଷାକ। ଚୁଲି ରୋଷେଇ, ମାଟିଘର। ଦାରିଦ୍ର୍ୟ ନୁହେଁ, ସରଳ ଜୀବନର ନିରାଡମ୍ବର ପରିପ୍ରକାଶ ହେଉଛି ହଳଧରଙ୍କ ଜୀବନ।

ଏଇ ନିକଟରେ ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ନିଜ ରଚନା ପାଇଁ ସେ କେବେ ବି ଓଡ଼ିଶା ସାହିତ୍ୟ ଏକାଡମୀ କିମ୍ବା ଓଡ଼ିଶାର ଅନ୍ୟ ବ‍ଡ଼ ବଡ଼ ସାହିତ୍ୟାନୁରାଗୀ ସଂସ୍ଥା ପ୍ରଦତ୍ତ ପୁରସ୍କାର ପାଇ ନାହାନ୍ତି। ଶାରଳା, ସାରଳା, ବିଷୁବ, ସାହିତ୍ୟ ଭାରତୀ ଆଦି ସମ୍ମାନ ଓ ପୁରସ୍କାର କ’ଣ ଜାଣନ୍ତି ନାହିଁ ହଳଧର, ଏସବୁ ପୁରସ୍କାର ବି ଜାଣନ୍ତି ନାହିଁ କିଏ ଏହି ହଳଧର।

ସେହିପରି ଓଡ଼ିଆର ଏକ ଉପଭାଷା ଭାବ ପରିଗୃହୀତ କୋଶଳୀକୁ ସାମ୍ବିଧାନିକ ମାନ୍ୟତା ମିଳି ନଥିବାରୁ  କେନ୍ଦ୍ର ସାହିତ୍ୟ ଏକାଡେମୀ ମଧ୍ୟ ହଳଧରିଙ୍କ ପ୍ରତିଭାକୁ ମାନ୍ୟତା ଦେଇନାହିଁ।

କିନ୍ତୁ ଭାରତ ସରକାର ତାଙ୍କୁ ପ୍ରଦାନ କରିଛନ୍ତି ପଦ୍ମଶ୍ରୀ ସମ୍ମାନ- ଭାରତ ରତ୍ନ, ପଦ୍ମ ବିଭୂଷଣ ଓ ପଦ୍ମ ଭୂଷଣ ପରେ ଭାରତର ଚତୁର୍ଥ ଶ୍ରେଷ୍ଠ ବେସାମରିକ ପୁରସ୍କାର। ତୃତୀୟ ଶ୍ରେଣୀରୁ ପାଠ ଛାଡ଼ିଥିବା ଏଇ ଲୋକଟି ଉପରେ ପିଏଚଡି କରିଛନ୍ତି ୫ ଜଣ ଅଧ୍ୟାପକ। ତାଙ୍କୁ ଯେତେବେଳେ

ତାଙ୍କ ଗ୍ରନ୍ଥ ପ୍ରକାଶନର ଦାୟିତ୍ଵ ନେଇଛି ସମ୍ବଲପୁର ବିଶ୍ଵବିଦ୍ୟାଳୟ। ଏବେ ପ୍ରତିଦିନ ପ୍ରାୟ ଚାରିଟି ଜାଗାରୁ ତାଙ୍କୁ ମିଳୁଛି କବିତା ଆବୃତିର ନିମନ୍ତ୍ରଣ। ଆଉ ଯୁବଗୋଷ୍ଠୀ ହିଁ ହେଉଛନ୍ତି ହଳଧରଙ୍କ କବିତାର ମୁଗ୍ଧ ଶ୍ରୋତା। ତାଙ୍କ କବିତାରେ ଅଛି ପ୍ରକୃତି ଓ ମାନବିକତାର କଥା। ଏହା ର୍ହି ତାଙ୍କ ଜୀବନର ଅନ୍ତଃସ୍ଵର।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଆମ ରୋସେଇ ଘରୁ, ସାହିତ୍ୟ Tagged With: କବି, ପଦ୍ମଶ୍ରୀ, ପୁରସ୍କାର, ସମ୍ମାନ, ହଲଧର ନାଗ

ହଳଧର ନାଗ, ନୀଳମାଧବ ପଣ୍ଡାଙ୍କୁ ମିଳିଲା ପଦ୍ମ ସମ୍ମାନ

March 28, 2016 by ନିଉଜ ଡେସ୍କ Leave a Comment

nilamadhabaଓଡିଶା ଡଟ କମ ସଂବାଦ ଦାତା

ନୂଆ ଦିଲ୍ଲୀ, ମାର୍ଚ ୨୮ (ଓଡିଶା ଡଟ କମ)  ଓଡିଶାର କବି ହଳଧର ନାଗ ଓ ପ୍ରସିଦ୍ଧ ଚଳଚିତ୍ର ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କୁ ସୋମବାର ଏକ ଭବ୍ୟ ସମାରୋହରେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ଠାରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି।

ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି  ହମିଦ ଆନସାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ନଗର ଉନ୍ନୟନ, ଗୃହ ନିର୍ମାଣ ଓ ସହରାଂଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରୀ ଏମ.ଭେଙ୍କେୟା ନାଇଡୁ ପ୍ରମୂଖ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ପଦ୍ମ ପୁରସ୍କାର, ମନୋରଞ୍ଜନ

ବିଜୁ ଜନ୍ମ ଶତବାର୍ଷିକୀ: ମୋ ଦୃଷ୍ଟିରେ ବିଜୁବାବୁ

March 5, 2016 by ନିଉଜ ଡେସ୍କ Leave a Comment

ପ୍ରଶାନ୍ତ ପଟ୍ଟନାୟକ

ଏକଦା ଜନୈକ ରାଜନୀତିଜ୍ଞଙ୍କ ସହ ଅ।ଲୋଚନା ସମୟରେ ସେ ମନ୍ତବ୍ୟ କରିଥିଲେ, “”ଓଡିଶାରେ ବିଜୁ ବାବୁଙ୍କର କେହି ବନ୍ଧୁ ନାହାନ୍ତି । କେବଳ ଅଛନ୍ତି ସ୍ତାବକ ଅଥବା ଶତ୍ରୁ” ।

ଯେଉଁ ରାଜନୀତିଜ୍ଞ ଏହି ମତବ୍ୟକ୍ତ କରିଥିଲେ, ସେ ନିଜେ ହେଉଛନ୍ତି ବିଜୁବାବୁଙ୍କର ଜଣେ କଟୁ ସମାଲୋଚକ । ନିକ ଉକ୍ତିର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ସେ କହିଥିଲେ, “ବିଜୁବାବୁ ଭଳି ଜଣେ ଲୋକ ଯାହାଙ୍କ ସହ ବନ୍ଧୁତା କରିବା ଲାଗି ଓଡ଼ିଶାର କୌଣସି  ରାଜନୀତିଜ୍ଞ ଅ।ଗେଇ ଅ।ସନ୍ତି ନାହିଁ । କାରଣ ସେ ଖୁବ୍ ରୋକ୍ଠୋକ୍ ଭାବରେ ମୁହେଁ ମୁହେଁ ଅନେକ ଅପ୍ରିୟ ସତ୍ୟ କହିପକାନ୍ତି ଓ ବେଳେ ବେଳେ କଠୋର ବ୍ୟବହାର ପ୍ରଦର୍ଶନ କରନ୍ତି ।biju-2

ବନ୍ଧୁ ଭାବରେ କେହି ତାଙ୍କୁ ପରାମର୍ଶ ଦେଲେ ସେ ପ୍ରାୟ ଗ୍ରହଣ କରନ୍ତି ନାହିଁ । ଫଳରେ ତାଙ୍କର କେହି ବନ୍ଧୁ ତିଷ୍ଠି ରହନ୍ତି ନାହିଁ । କେବଳ ଶତ୍ରୁ ଓ ସ୍ତାବକଙ୍କୁ ନେଇ ବିଜୁବାକୁ ରାଜନୀତି ଦୁନିଅ।ରେ ବଞ୍ଚି ରହିଛନ୍ତି । ତାଙ୍କର ମନ୍ତବ୍ୟ ଶୁଣି ସେଠାରେ ଉପସ୍ଥିତ ଥିବା ଜନୈକ ଅଣଓଡିଅ। ସାମ୍ବାଦିକ ବନ୍ଧୁ କହିଥିଲେ, “”ହଁ … ମୁଁ ଓଡ଼ିଶାକୁ ଅ।ସିବା ଦିନୁ ତାହାହିଁ ଦେଖୁଛି ।

ବିଜୁବାବୁଙ୍କ ଗୁଣମୁଗ୍ଧ ଅନେକ ସ୍ତାବକ ରହିଛନ୍ତି ଓ ଅନେକ ଅସହିଷ୍ଣୁ ଶତ୍ରୁ ମଧ୍ୟ ଅଛନ୍ତି । ବନ୍ଧୁ ହୁଏତ୍ କମ୍ । ପ୍ରକୃତ ବନ୍ଧୁ କିଏ ମୁଁ ଅଛନ୍ତି କି ନା ଜାଣେନା । କାରଣ ବନ୍ଧୁତା କେବଳ ସମାସ୍କନ୍ଧ ବ୍ୟକ୍ତି ସହ କରାଯାଇଥାଏ । ଓଡ଼ିଶାରେ ବିଜୁବାବୁଙ୍କ ଦୃଷ୍ଟିଭଙ୍ଗୀ, ଚିନ୍ତାଧାରା ଓ ବ୍ୟକ୍ତିତ୍ୱ ଦିଗରେ କିଏ ବା ସମକକ୍ଷ ଅଛନ୍ତି, ଯେ ସେ ତାଙ୍କ ସହ ଘନିଷ୍ଠ କରିବା ଲାଗି ଅ।ଗେଇ ଅ।ସିବେ ?

ଦୁଃଖର କଥା ଯେ, ବିଜୁବାବୁଙ୍କ ଭଳି ଜଣେ ବିରାଟ ଲୋକ ଓଡ଼ିଶା ଭଳି ଏକ କ୍ଷୁଦ୍ର ରାଜ୍ୟରେ ଜନ୍ମଗ୍ରହଣ କଲେ । ସେ ଯଦି ବଙ୍ଗଳା, ବମ୍ବେ, ଉତ୍ତରପ୍ରଦେଶ ବା ପଞ୍ଜାବରେ ଜନ୍ମ ହୋଇଥାନ୍ତେ, ତେବେ ଅ ।ଜି ଭାରତରେ ଅନେକ ଉଚ୍ଚପଦର ଅଧିକାର କରି ବସିଥାଅ।ନ୍ତେ ।”

ସାମ୍ବାଦିକ ବନ୍ଧୁଙ୍କର ଏହି ଉକ୍ତି ଶୁଣି, ରାଜନୈତିକ ବ୍ୟକ୍ତିଜଣକ କଥାର ମୋଡ଼ ବଦଳାଇଥିଲେ । ଏଇ କେଇ ବର୍ଷ ତଳର କଥା । ବୋଧହୁଏ ୧୯୭୩ ବା ୭୪ ମସିହାର କଥା । ବିଜୁବାବୁ ଓଡ଼ିଶା ରାଜନୀତିରେ ଜଣେ ବିବଦମାନ ବ୍ୟକ୍ତି ଭାବରେ ପ୍ରାୟ ତିନି ଦଶକରୁ ଉଦ୍ଧ୍ୱର୍ କାଳ ଧରି ଅ।ଲୋକିତ ଓ ସମାଲୋଚିତ ହୋଇ ଅ।ସିଛନ୍ତି ।

ଅନେକେ ତାଙ୍କୁ “ଓଡିଶାର ଗର୍ବ ଓ ଗୌରବ” ବୋଲି କହି ପ୍ରାକ୍ ସ୍ୱାଧୀନତା କାଳରେ ସେ ଇଂରେଜ ସରକାରଙ୍କ ଅଧୀନରେ ବୈମାନିକ ଥାଇ କିଭଳି ସ୍ୱାଧୀନତା ଆନ୍ଦୋଳନ କାରୀମାନଙ୍କୁ ସାହାଯ୍ୟ କରୁଥିଲେ ଓ ସ୍ୱାଧୀନତା ଅ।ନେ୍ଦାଳନରେ ଯୋଗ ଦେବାଲାଗି ଜନସାଧାରଣଙ୍କୁ ଅ।ହ୍ୱାନ ଦେଇ ପ୍ରଚାର ପତ୍ରମାନ ଦୁର୍ଗମ ଅଞ୍ଚଳ ସବୁରେ ଅ।କାଶମାର୍ଗରୁ ପକାଇବା ସଙ୍ଗେ ସଙ୍ଗେ ବ୍ରିଟିଶ ପୋଲିସ ଅ।ଖିରେ ଧୂଳିଦେଇ ବଣ ଜଙ୍ଗଲରେ ଲୁଚି ରହିଥିବା ବହୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କୁ ସାହାଯ୍ୟ କରୁଥିଲେ ତାହା ଉଲ୍ଲେଖ କରି ପ୍ରଶଂସାରେ ଶତମୁଖ ହୋଇ ଉଡିଥାଅ।ନ୍ତି ।

ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ସଂଗ୍ରାମୀମାନଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ବିଜୁବାବୁ ଗିରଫ ହୋଇ କାଶ୍ମୀର ଜେଲରେ ଥିବା ସମୟରେ ତାଙ୍କୁ ବରଫ ଉପରେ ଶୁଅ।ଇ କିଭଳି ଅତ୍ୟାଚାର କରାଯାଇଥିଲା, ତାହାର ବର୍ଣ୍ଣନା ମୁଁ “ପ୍ୟାଟ୍ରିୟଟ’ ସମ୍ବାଦପତ୍ରର ପୂର୍ବତନ ସମ୍ପାଦକ ଶ୍ରୀ ପି. ବିଶ୍ୱନାଥଙ୍କ ଠାରୁ ଶୁଣିଛି । ଶ୍ରୀ ବିଶ୍ୱନାଥ କାଶ୍ମୀର ଜେଲରେ ବିଜୁଙ୍କ ସହ ବନ୍ଦୀ ହୋଇଥିଲେ ।

biju2
ଲେଖକଙ୍କ ସହ ବିଜୁ ବାବୁ

ବିଜୁବାବୁଙ୍କ ଦୁଃସାହସିକ କାର୍ଯ୍ୟକଳାପ ସମ୍ପର୍କରେ ଶ୍ରୀମତୀ ଅରୁଣା ଅ।ସଫ୍ ଅଲ୍ଲୀଙ୍କ ଠାରୁ ବହୁ ରୋମାଞ୍ଚକର କାହାଣୀ ମଧ୍ୟ ଶୁଣିଛି । ଦିଲ୍ଲୀର ଓଲ୍ଡ୍ ଥିଏଟର ରୋଡ଼ରୁ ପ୍ରକାଶିତ “ଲିଙ୍କ’ ସମ୍ବାଦ ସାପ୍ତାହିତ ପତ୍ରିକା ବାହାଦୂର ସାହାଜାଫର ମାର୍ଗରେ ନିଜସ୍ୱ କୋଠା ନିର୍ମାଣ କରିବା ଲାଗି ଯେତେବେଳେ ପ୍ରସ୍ତାବ ହୋଇଥିଲା, ଡଃ ବାଲିଗା, ଅରୁଣାଜୀ, ଏଡ଼ାଟାଟା ନାରାୟଣ, ଭିକେ କ୍ରୀଷ୍ଣମେନନ୍, ପି. ବିଶ୍ୱନାଥ ଓ ବିଜୁବାବୁ ପ୍ରମୁଖ ବସି ଅ।ଲୋଚନା କରିବା ସମୟରେ ସମ୍ମୁଖରେ ପ୍ରସ୍ତାବିତ “ଲିଙ୍କ ହାଉସ୍’ର ନକ୍ସା ଉପସ୍ଥାପନା କରାଯାଇଥିଲା ।

ମାତ୍ର ତାହା ଦେଖିବା ମାତ୍ରେ ବିଜୁବାକୁ ପ୍ରତିକ୍ରିୟା ପ୍ର୍ରକାଶ କରି କହିଥିଲେ, “”ସମ୍ବାଦପତ୍ର ଅଫିସ ନା ଗୋଦାମ ଘରର ନକ୍ସା ? “”ଲିଙ୍କ ହାଉସ୍”ର ନକ୍ସା ବଦଳାଇବାକୁ ହେବ । ଅନୁ୍ୟନ ଏକ ଛଅମହଲା ବିଶିଷ୍ଟ ଘର କରିବାକୁ ପଡିବ ” । ତାଙ୍କ କଥା ଶୁଣି ଅରୁଣାଜୀ କହିଥିଲେ, “”ବିଜୁ ! ତୁମେ ଯେଭଳି ଡେଙ୍ଗାଲୋକ, ତୁମ ଚିନ୍ତାଧାରା ମଧ୍ୟ ଠିକ୍ ସେହିଭଳି ।

ଏକ ବଡ଼ କୋଠା ଲାଗି ଏତେ ଟଙ୍କା ଅ।ସିବ କୁଅ।ଡ଼ୁ ?”ବିଜୁବାବୁ ସେତେବେଳେ କହିଥିଲେ, “”ତାର ବ୍ୟବସ୍ଥା ଡଃ. ବାଲିଗା ଓ ମୁଁ କରିବୁ, ଅ।ମେ ବ୍ୟାଙ୍କରୁ ଋଣ ନେବା, ଲିଙ୍କର ସେୟାର ବିକିବା ।

ଟଙ୍କା ସମସ୍ୟା ରହିବ ନାହିଁ ।”ପ୍ରକୃତରେ ଟଙ୍କା “ଲିଙ୍କ ହାଉସ୍’ ନିର୍ମାଣ ଲାଗି ଅନ୍ତରାୟ ସୃଷ୍ଟି କରିନଥିଲା । ଅରୁଣାଜୀ ଯେବେ ବି ଏକଥା କହିବା ବେଳେ ଭାବପ୍ରବଣ ହୋଇ ଉଠନ୍ତି ଓ ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଉ ଉଠେ ବିଜୁବାବୁଙ୍କ ସମ୍ପର୍କରେ ବହୁ ନିନ୍ଦା ପ୍ରଶଂସା ଶୁଣିଛି ।

ତାଙ୍କ ରାଜନୈତିକ ଓ ଅର୍ଥନୈତିକ ଉତ୍ଥାନ ପତନ ମଧ୍ୟ ଦେଖିଛି । ସେ ହୁଏତ ଓଡ଼ିଶାର ଏକମାତ୍ର ରାଜନୀତିଜ୍ଞ ଯିଏ କି ରାଜନୀତି ଯୋଗୁ ନିଜର ସମସ୍ତ ବ୍ୟବସାୟ ଓ ଶିଳ୍ପକୁ ଜଳାଞ୍ଜଳି ଦେଇଛନ୍ତି । ଅନ୍ୟମାନେ ରାଜନୀତି କରି ପ୍ରଭୂତ ସମ୍ପତ୍ତିର ମାଲିକ ହୋଇଥିବା ସ୍ଥଳେ ବିଜୁବାବୁଙ୍କ କ୍ଷେତ୍ରରେ ତାହାର ବୈପରୀତ୍ୟ ଦେଖାଦେଇଛି ।

ଛାତ୍ର ଜୀବନରେ ୧୯୬୪ ମସିହାରେ ବିଜୁବାବୁଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ଆନ୍ଦୋଳନରେ ଯୋଗ ଦେଇ ଚନ୍ଦନ ପଡିଅ।ଠାରେ ତାଙ୍କ ଉପରେ ଶାରିରୀକ ଅ।କ୍ରମଣ କରିବାରେ ମଧ୍ୟ ମୁଁ ଭୂମିକା ଗ୍ରହଣ କରିଛି ।ବିଜୁବାବୁଙ୍କ ବ୍ୟକ୍ତିତ୍ୱକୁ ତାଙ୍କର ଶିଳ୍ପ ପ୍ରତିଷ୍ଠା ଓ ରାଜନୀତିର ସୀମା ମଧ୍ୟରେ ସୀମିତ ରଖି ସମସ୍ତେ ମୂଲ୍ୟାୟନ କରୁଥିବା ସମୟରେ ମୁଁ କେବଳ ଦେଖିଛି ତାଙ୍କର ସବୁଠାରୁ କୋମଳତମ ଦିଗଟିକୁ । ତାହାହିଁ ତାଙ୍କର ମାନବିକତା ।

କଳିଙ୍ଗ ଫାଉଣ୍ଡେସନ ତରଫରୁ ହଜାର ହଜାର ଗରିବ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଓ ସାହାଯ୍ୟ ପ୍ରଦାନ ପାଇଁ ନୁହେଁ, ଅଥବା ଅନେକ ଅସହାୟ ରୋଗୀଙ୍କୁ ଅ।ର୍ଥିକ ସାହାଯ୍ୟ ଦାନ କିମ୍ବା ଅନ୍ତର୍ଜାତୀୟ ଖ୍ୟାତିଲାଭ ପାଇଁ କଳିଙ୍ଗ ପୁରସ୍କାର ଘୋଷଣା କରିଥିବା ଯୋଗୁଁ ନୁହେଁ, ମୁଁ ବିଜୁବାବୁଙ୍କୁ ସମ୍ମାନ ଓ ଶ୍ରଦ୍ଧା କରିବାର ଏକମାତ୍ର କାରଣ ହେଉଛି ତାଙ୍କର ମାନସିକତା ।

ସୁଦୀର୍ଘ ସାମ୍ବାଦିକ ଜୀବନରେ ବହୁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସମ୍ପର୍କରେ ଅ ।ସିଛି ଓ ସେମାନଙ୍କ ଏକ ଏକତ୍ର ଗସ୍ତ କରିଛି । ଅନ୍ୟ ରାଜନୀତିଜ୍ଞମାନେ ଗସ୍ତ ସମୟରେ ବିଭିନ୍ନ ଅ।ୟୋଜିତ ଭୋଜି ଅଥବା ଲଞ୍ଚ ଓ ଡିନର ଖାଇ ଅ।ରାମରେ ବିଶ୍ରାମ କରିଥାଅ।ନ୍ତି । ଏକମାତ୍ର  ବିଜୁବାବୁ ହୁଏତ ଏକମାତ୍ର ବ୍ୟକ୍ତି ଯେ, କି ନିଜେ ଖାଇବା ପୂର୍ବରୁ ତାଙ୍କ ସହ ଯାଇଥିବା ପ୍ରତ୍ୟେକଙ୍କର ଖାଇବା କଥା ବୁଝନ୍ତି ।

ସେ ଖାଇବା ଅ।ଗରୁ ଡ୍ରାଇଭର ଓ ଅନ୍ୟମାନେ ଖାଇବା ଲାଗି ବ୍ୟବସ୍ଥା କରନ୍ତି ପରେ ଖାଅ।ନ୍ତି ଅଥବା ଏକତ୍ର ଖାଅ।ନ୍ତି ।ଭିଅ।ଇପିମାନଙ୍କ ନିମନ୍ତେ ଖାଇବାର ବ୍ୟବସ୍ଥା ସମୟରେ ସେମାନେ ଯେ, ଭିଅ।ଇପି ଏହା ପ୍ରତିପାଦନ ଲାଗି ଓଡ଼ିଶାର ଅଧିକାଂଶ ଭିଅ।ଇପିଙ୍କ ନିମନ୍ତେ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା ହୋଇଥାଏ ।

ଏପରିକି ମୁଁ ଅନେକ ଭିଅ।ଇପିଙ୍କୁ ଦେଖିଛି ସେମାନେ ପଂକ୍ତି ଭୋଜନରେ କେତେକ ସ୍ୱତନ୍ତ୍ର ଖାଦ୍ୟ ଖାଉଥିବା ସମୟରେ ଅନ୍ୟମାନଙ୍କ ପାଇଁ ଭିନ୍ନ ଖାଦ୍ୟ ପରିବେଷଣ କରାଯାଇଥାଏ ଓ ସେମାନଙ୍କ ପାଇଁ ଭିନ୍ନ ଖାଦ୍ୟ ପରିବେଷଣ କରାଯାଇଥାଏ ଓ ସେମାନେ ଏହି ସ୍ୱତନ୍ତ୍ର ଖାଦ୍ୟ ପାଇଁ ଗର୍ବ ଅନୁଭବ କରିଥାଅ।ନ୍ତି ।

ମାତ୍ର ବିଜୁବାବୁ ହେଉଛନ୍ତି ସେମାନଙ୍କଠାରୁ ଏକ ବ୍ୟତିକ୍ରମ । ପଂକ୍ତିଭୋଜନ ସମୟରେ ହେଉ ଅଥବା ସେ ଗସ୍ତ କରିବା ସମୟରେ ଖାଇବା ଲାଗି ଯେଉଁ ବ୍ୟବସ୍ଥା ହୋଇଥାଏ, ସେଥିରେ ତାଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା ହୋଇଥିଲେ ସେ ଉତ୍କ୍ଷିପ୍ତ ହୋଇଉଠନ୍ତି ଓ ତାହା ବର୍ଜନ କରୁଥିବା ବହୁ ଦୃଷ୍ଟାନ୍ତ ମୁଁ ଦେଖିଛି ।

୧୯୬୯ ମସିହା ଶେଷ ଭାବରେ ଓଡ଼ିଶାର ସ୍ୱତନ୍ତ୍ର ଜନକଂଗ୍ରେସ ସରକାର ବିରୁଦ୍ଧରେ “ଓଡିଶା ବଞ୍ଚାଅ’ ଅ।ନେ୍ଦାଳନ ଅ।ୟୋଜନ ଲାଗି ବିଜୁବାବୁ ଜନମତ ସୃଷ୍ଟି କରିବା ନିମନ୍ତେ ଓଡ଼ିଶା ସାରା ଗସ୍ତ କରୁଥାଅ।ନ୍ତି । ସେତେବେଳେ “କଳିଙ୍ଗ’ର ପ୍ରତିନିଧି ଭାବରେ ମତେ ଅନେକ ସମୟରେ ତାଙ୍କ ସହ ଗସ୍ତ କରିବାକୁ ପଡୁଥାଏ ।

ପୁରୀ ଜିଲ୍ଲା ଜରିପଡାରେ ପୂର୍ବତନ ବିଧାୟକ ଶ୍ରୀ ରଘୁନାଥ ରାୟ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଥାଅ।ନ୍ତି । ବିଜୁ ବାବୁ ଚିଙ୍ଗୁଡି ଖାଇବା ଲାଗି ଭଲ ପାଉଥିବାରୁ ତାଙ୍କ ପାଇଁ ଶ୍ରୀ ରାୟ ସ୍ୱତନ୍ତ୍ର ଭାବରେ କିଛି ବଡ଼ ଚିଙ୍ଗୁଡି ଭାଜିଥାଅ।ନ୍ତି । ଖାଇବା ପରଷା ଯିବା ସମୟରେ ବିଜୁବାବୁ ଖାଇବା ଅ।ଗରୁ ସମସ୍ତଙ୍କ ପତ୍ରକୁ ଚାହିଁଥିଲେ ଓ ଜାଣିପାରିଥିଲେ ଚିଙ୍ଗୁଡି ଭଜା କେବଳ ସ୍ୱତନ୍ତ୍ର ଭାବରେ ତାଙ୍କରି ପାଇଁ ହୋଇଛି ।

ସେ ତାହା ନ ଖାଇ ସଙ୍ଗେ ସଙ୍ଗେ ରଘୁବାବୁଙ୍କୁ ଡାକି ସେହି ଚିଙ୍ଗୁଡିକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦେବା ଲାଗି ପରାମର୍ଶ ଦେଇଥିଲେ । ମାତ୍ର ଅଳ୍ପ ଚିଙ୍ଗୁଡି ଥିବାରୁ ଶ୍ରୀ ରାୟ କୁଣ୍ଠିତ ହେବାରୁ ସେଗୁଡିକ କାହାକୁ ନ ଦେବାଲାଗି ବିଜୁବାବୁ ପରାମର୍ଶ ଦେଇଥିଲେ । ଫଳରେ ଶ୍ରୀ ରାୟ ବାଧ୍ୟ ହୋଇ ସମସ୍ତଙ୍କ ମଧ୍ୟରେ ଚିଙ୍ଗୁଡି ବାଣ୍ଟିଥିଲେ । କେବଳ ଗୋଟିଏ କ୍ଷେତ୍ରରେ ନୁହେଁ, ବହୁ କ୍ଷେତ୍ରରେ ମୁଁ ବିଜୁବାବୁଙ୍କର ଏଇ ମାନବିକତାର ପ୍ରମାଣ ପାଇଛି ।

 

ତାଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ପ୍ରକାଶ କଲେ ସେ ହସି ହସି କହନ୍ତି, “ଯାହା ହେଉ ତୁମେ ମତେ ଭୁଲି ନ ଯାଇ ମନେ ରଖିଛ ବୋଲି ତ ମୋ ବିରୁଦ୍ଧରେ ଲେଖୁଛ । ସେତଇପାଇଁ ମୁଁ ଖୁସି” । ସମ୍ବାଦପତ୍ର ପ୍ରତି ଏଭଳି ସହନଶୀଳତା ଓଡିଶାର ରାଜନୀତିଜ୍ଞମାନଙ୍କ ନିକଟରେ ହୁଏତ ବିରଳ ।

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ବିଜୁ ଜନ୍ମ ଶତବାର୍ଷିକୀ Tagged With: ବିଜୁ ଜନ୍ମ ଶତବାର୍ଷିକୀ

ସାମ୍ବାଦିକତା କ୍ଷେତ୍ରରେ ବିଜୁଙ୍କ ଅବଦାନ

March 5, 2016 by ନିଉଜ ଡେସ୍କ 1 Comment

ପ୍ରଶାନ୍ତ ପଟ୍ଟନାୟକ

ଜଣେ ଅତ୍ୟନ୍ତ ଦୁଃସାହସିକ, ବୈମାନିକ ଓ ଦୂରଦୃଷ୍ଟା ରାଷ୍ଟ୍ରନୀତିଜ୍ଞ ଭାବରେ ବିଜୁବାବୁଙ୍କୁ ସମସ୍ତେ ଜାଣନ୍ତି । କିନ୍ତୁ ସାମ୍ବାଦିକତା କ୍ଷେତ୍ରରେ ବିଜୁବାବୁଙ୍କର ଅବଦାନ ସମ୍ପର୍କ କେବେ ହେଲେ ଅ।ଲୋଚନା ହେଉନଥିବାରୁ ତାଙ୍କ ଜୀବନର ଏହି ଦିଗଟି ପ୍ରାୟ ଅନ୍ଧାରରେ ରହିଯାଇଛି ।

biju
ସାମ୍ବାଦିକ ପ୍ରଶାନ୍ତ ପଟନାୟକଙ୍କ ବାଇକରେ ବିଜୁ ପଟନାୟକ

ସ୍ୱାଧୀନତା ପୂର୍ବରୁ ଏବଂ ପରେ ପରେ ସମ୍ବାଦପତ୍ର ଗଣମାଧ୍ୟମ ଏକମାତ୍ର ଅସ୍ତ୍ର ରୂପେ ଥିବାରୁ ଏବଂ ଜନସାଧାରଣଙ୍କୁ ପ୍ରଭାବିତ କରିବା ଲାଗି ଅନ୍ୟ କୌଣସି ସମ୍ଭାବ୍ୟ ବିକଳ୍ପ ନଥିବାରୁ ବିଶିଷ୍ଟ ବାମପନ୍ଥୀ ନେତା ଓ ସାମ୍ବାଦିକ ଶ୍ରୀ ଏଡେଟାଟା ନାରାୟଣନ୍, ଡ. ଏଭି ବାଲିଗା, ଅରୁଣା ଅ।ସଫ ଅଲ୍ଲୀ ପ୍ରମୁଖ ଯେତେବେଳେ ଗୋଟିଏ ସପ୍ତାହିତ ସମ୍ବାଦପତ୍ର ପ୍ରକାଶ କରିବା ଲାଗି ଚିନ୍ତା କରିଥିଲେ, ସେମାନଙ୍କ ସହ ସାମିଲ ହୋଇଥିଲେ ବିଜୁ ପଟ୍ଟନାୟକ ।

ସେ ବ୍ରିଟିଶ ସରକାରଙ୍କ ଅଧିନସ୍ଥ ରୟାଲ ଇଣ୍ଡିଅ।ନ୍ ଏୟାରଫୋର୍ସରେ ପାଇଲଟ୍ ଥିବା ସମୟରେ ସ୍ୱାଧୀନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣ,ରାମ ମନୋହର ଲୋହିଅ ।, ଅରୁଣା ଅ।ସଫ ଅଲ୍ଲୀ ପ୍ରମୁଖଙ୍କୁ ଗୋପନରେ ନିରାପଦ ସ୍ଥାନକୁ ନେବା ଆଣିବା କରି ବହୁ ବିପ୍ଳବୀଙ୍କର ଏକାନ୍ତ ଅ।ସ୍ଥାଭାଜନ ହୋଇସାରିଥିଲେ ।

ଏହା ସହ ପଢନ୍ତୁ 

ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବ : ବିଜୁ ପଟ୍ଟନାୟକ

ତେଣୁ ଶ୍ରୀମତି ଅ।ସଫ୍ ଅଲ୍ଲୀ, ଡ. ବାଲିଗା, ଶ୍ରୀ ନାରାୟଣନ୍ ପ୍ରମୁଖ ବିଜୁଙ୍କ ସହଯୋଗରେ ଦିଲ୍ଲୀର ଓଲଡ୍ ଥିଏଟର ରୋଡ୍ ସ୍ଥିତ ଏକ ଗୋଦାମ ଘରୁ ଦେଶର ପ୍ରଥମ ସମ୍ବାଦ ସାପ୍ତାହିକ ପତ୍ରିକା “ଲିଙ୍କ୍’ ପ୍ରକାଶ ପାଇବା ଲାଗି ବ୍ୟବସ୍ଥା ହୋଇଥିଲା । ସେତେବେଳେ ବିଜୁ ସବୁପ୍ରକାର ସହଯୋଗ କରିବା ସହ ଦିଲ୍ଲୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବହୁତଳ ପ୍ରାସାଦରୁ ଏହି ପତ୍ରିକାଟି ପ୍ରକାଶ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

ତାଙ୍କ ପ୍ରସ୍ତାବ ଶୁଣି ଅରୁଣାଜୀ ଏବଂ ଅନ୍ୟମାନେ କହିଥିଲେ ” ତୁମର ଚେହେରା ଯେଭଳି ଉଚ୍ଚ ତୁମର ଚିନ୍ତାଧାରା ସେଭଳି ଉଚ୍ଚ, ମାତ୍ର ଏଥିପାଇଁ ଆବଶ୍ୟକ ଟଙ୍କା ଅ।ସିବ କେମିତି ?’ ବିଜୁ ସେତବେଳେ କହିଥିଲେ, “ଇଫ୍ ଦେୟାର ଇଜ୍ ଏ ଉଇଲ, ଦେୟାର ଉଇଲ ବି ଏ ୱେ’ ( ଅ।ମେ ଇଚ୍ଛା ଓ ଉଦ୍ୟମ କଲେ ପଇସାର ଅ।ଦୌ ଅଭାବ ରହିବ ନାହିଁ) ।

ସେତେବେଳେ ବିଜୁଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଏୟାରଲାଇନ୍ସ ନେପାଳର କାଠମାଣ୍ଡୁ ସମେତ ବିଭିନ୍ନ ସ୍ଥାନକୁ ଯାତ୍ରୀ ଓ ମାଲ ପରିବହନ କରି ବେଶ୍ ଅ।ଦୃତ ହୋଇଥିଲା ।

ତେଣୁ ଏହି ଏୟାରଲାଇନ୍ସର ଯୋଗାଯୋଗ ଥିବାର ବ୍ୟକ୍ତିମାନଙ୍କ ଠାରୁ ପ୍ରସ୍ତାବିତ “ଲିଙ୍କ’ ପାଇଁ ସାହାଯ୍ୟ ଓ ସହଯୋଗ ଲୋଡାଯାଇଥିଲା । ସେତେବେଳେ କଳିଙ୍ଗ ଏୟାରଲାଇନ୍ସର ନେପାଳ ଅଫିସ ଦାୟିତ୍ୱରେ ଥିଲେ ଉଚ୍ଚ ଶିକ୍ଷିତ ଓଡିଅ। ଯୁବକ ବଙ୍କିମ ଚନ୍ଦ୍ର ଦାସ ।

ବିଜୁଙ୍କ ପ୍ରତି ତାଙ୍କର ପ୍ରଚଣ୍ଡ ଅନୁରୋକ୍ତି ଏବଂ ସାମ୍ବାଦିକତା ପ୍ରତି ବିଶେଷ ଶ୍ରଦ୍ଧା ଥିବା ହେତୁ ସେ ଏହି ପତ୍ରିକାଟି ପ୍ରକାଶ କରିବା ନିମନ୍ତେ ଗଠିତ ୟୁନାଇଟେଡ୍ ଇଣ୍ଡିଅ। ପିରିଅଡିକାଲସ୍ ପ୍ରା. ଲି.ର ଅଂଶଧନ ବିକ୍ରି କରିବା ଦିଗରେ ଉଦ୍ୟମ ଅ।ରମ୍ଭ କରିଥିଲେ । ନିଜେ ବିଜୁବାବୁ ଓ ତାଙ୍କର ବନ୍ଧୁମାନେ ମଧ୍ୟ ଏହାର ଅଂଶଧନ ବିକ୍ରିପାଇଁ ଲାଗି ପଡିଥିଲେ ।

ଏହି ଉଦ୍ୟମରେ ସଫଳ ହେବା ଫଳରେ ଲିଙ୍କ୍ ପତ୍ରିକାଟି ଅ।ତ୍ମପ୍ରକାଶ କରି କେବଳ ଭାରତରେ ନୁହେଁ ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ରରେ ମଧ୍ୟ ଅ।ଦୃତ ହୋଇଥିଲା । ଇତି ମଧ୍ୟରେ ଦିଲ୍ଲୀର ବାହାଦୂର ଶାହ ଜାଫର ମାର୍ଗଠାରେ ଏକ ଜମି ନେଇ “ଲିଙ୍କ୍ ହାଉସ୍’ ନିର୍ମାଣ କରାଯାଇ ସେହିଠାରୁ ଦୈନିକ “ପ୍ୟାଟ୍ରିୟଟ୍’ ସମ୍ବାଦପତ୍ର ପ୍ରକାଶ ପାଇଁ ମଧ୍ୟ ପଦକ୍ଷେପ ନିଅ।ଗଲା ।

ବିଜୁଙ୍କ ସହଧର୍ମିଣୀ ଶ୍ରୀମତି ଜ୍ଞାନ ପଟ୍ଟନାୟକ ସଂପୃକ୍ତ ପ୍ରକାଶନ ସଂସ୍ଥାର ଅନ୍ୟତମ ନିଦେ୍ର୍ଦଶିକା ଭାବରେ ରହିଲେ । ପଣ୍ଡିତ ଜବାହାରଲାଲ ନେହେରୁଙ୍କ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ତଥା ଦେଶର ବୈଦେଶିକ ମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ଭିକେ କ୍ରିଷ୍ଣାମେନନ୍, ସମାଜବାଦୀ ଚିନ୍ତାଧାରାକୁ ବିଶ୍ୱାସ କରୁଥିବା ବହୁ କଂଗ୍ରେସ ନେତା ଏହି ପ୍ରକାଶନ ସଂସ୍ଥାର ଶୁଭଚିନ୍ତକ ଥିଲେ ।

ଏଡେଟାଟା ନାରାୟଣନ୍ ପ୍ୟାଟ୍ରିୟଟ ଦୈନିକ ଓ ଲିଙ୍କ୍ ସାପ୍ତାହିକର ମୁଖ୍ୟ ସଂପାଦକ ଏବଂ ସୁପରିଚିତ ସମାଜବାଦୀ ସାମ୍ବାଦିକ ପି ବିଶ୍ୱନାଥ ଏହାର ସଂପାଦକ ଭାବରେ ଦାୟିତ୍ୱ ତୁଲାଇଥିଲେ । ଦେଶର ପ୍ରଗତି ଓ ସମାଜବାଦୀ ଚିନ୍ତାଧାରାର ବାର୍ତ୍ତାବହ ଭାବରେ ଏହି ସମ୍ବାଦପତ୍ର ଓ ସାପ୍ତାହିକ ପତ୍ରିକା ଦିଲ୍ଲୀର ରାଜନୀତିକୁ ପ୍ରଭାବିତ କରିବାରେ କେତେକ ପରିମାଣରେ ସଫଳ ହୋଇପାରିଥିଲା ।

ବିଜୁଙ୍କ “ଲିଙ୍କ୍ ହାଉସ୍’ ନିର୍ମାଣର ସ୍ୱପ୍ନକୁ ପ୍ରଥମେ ପ୍ରଥମେ ଅରୁଣାଜୀ ମଧ୍ୟ ବିରୋଧ କରିଥିଲେ । ସେ କହିଥିଲେ, ହାତରେ ଧନ ନଥିବା ସମୟରେ ଏତେବଡ ସ୍ୱପ୍ନ ଦେଖିବା ଉଚିତ ହେବ ନାହିଁ । ମାତ୍ର ବିଜୁ ତାଙ୍କ ସ୍ୱଭାବ ସୁଲଭ ଭଙ୍ଗୀରେ କହୁଥିଲେ, ” ଅରୁଣାଜୀ, ଅ ।ପଣା ଅ।ଦୌ ହତାଶ ହୁଅନ୍ତୁ ନାହିଁ, ନିଜ ଉପରେ ଓ ମୋ ଭଳି ଅ।ପଣଙ୍କ ସହ ଥିବା ପ୍ରତିଟି “ସୈନିକ’ ଉପରେ ଅ।ସ୍ଥା ରଖନ୍ତୁ, ନିଶ୍ଚିତ ଭାବରେ ଏହିଠାରେ “ଟାଇମ୍ସ ଅଫ୍ ଇଣ୍ଡିଅ।’, “ଇଣ୍ଡିଅ।ନ୍ ଏକ୍ସପ୍ରେସ୍’ ପ୍ରଭୃତି ସମ୍ବାଦପତ୍ରର କାର୍ଯ୍ୟାଳୟ ନିକଟରେ ଲିଙ୍କ୍ ହାଉସ୍ ମୁଣ୍ଡଟେକି ଛିଡାହେବ ।’

ଏହି ସାମ୍ବାଦିକ ୧୯୬୭ ମସିହା ଠାରୁ ଲିଙ୍କ ଓ ପ୍ୟାଟ୍ରିୟଟ୍ ସହ ସଂପୃକ୍ତ ହେବା ପରେ ଯେତେବେଳେ ଶ୍ରୀମତି ଅ।ସଫ୍ ଅଲ୍ଲୀଙ୍କ ସହ ଦେଖାହୁଏ ସେ ସବୁବେଳେ ଲିଙ୍କ୍ ହାଉସ୍ ନିର୍ମାଣରେ ବିଜୁଙ୍କ ଅବଦାନ ସଂପର୍କରେ ମନେ ପକାଇ ଏଥିପାଇଁ ତାଙ୍କୁ ପ୍ରଶଂସା କରିବା ସମୟରେ ଯଥେଷ୍ଟ ପରିମାଣରେ ଭାବପ୍ରବଣ ହୋଇଉଠିଥାନ୍ତି ।

ଏହା ତ ଗଲା ଇଂରାଜୀ ସାମ୍ବାଦିକତା କ୍ଷେତ୍ରରେ ବିଜୁଙ୍କ ଅବଦାନ । ଓଡିଅ। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ମଧ୍ୟ ଅବିସ୍ମରଣୀୟ । ଓଡିଶାରୁ ପ୍ରକାଶ ପାଉଥିବା ସମାଜ, ପ୍ରଜାତନ୍ତ୍ର, ମାତୃଭୂମି, ଗଣତନ୍ତ୍ର ପ୍ରଭୃତି ସମ୍ବାଦପତ୍ରଗୁଡିକରେ ବହୁ ଉଚ୍ଚ ଶିକ୍ଷିତ ସାମ୍ବାଦିକ କାର୍ଯ୍ୟ କରୁଥିଲେ ମଧ୍ୟ ଏହି ପେଶା ପ୍ରତି ଶିକ୍ଷିତ ଯୁବକମାନଙ୍କୁ ଅ।କର୍ଷିତ କରିବା ଭଳି ଦରମା ମିଳୁନଥିବାରୁ ଅନେକ ଏଥିପ୍ରତି ଅ।ଗ୍ରହୀ ହେଉନଥିଲେ ।

ବହୁ କ୍ଷେତ୍ରରେ ଡ. ହରେକୃଷ୍ଣ ମହତାବ, ଡ. ରାଧାନାଥ ରଥ ପ୍ରମୁଖଙ୍କ ଅନୁଗାମୀମାନଙ୍କୁ ଏବଂ ଦଳୀୟ କର୍ମୀମାନଙ୍କୁ ସାମ୍ବାଦିକ ଭାବରେ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳୁଥିଲା । ସେହି ଦୃଷ୍ଟିରୁ ସାମ୍ବାଦିକତାକୁ ପେଶା ଭାବରେ ଗ୍ରହଣ କରିବା ପାଇଁ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ଅ।ଗ୍ରହ ପ୍ରକାଶ ପାଉନଥିଲା ।

ମାତ୍ର, ବିଜୁବାବୁ ଯେତବେଳେ “କଳିଙ୍ଗ’ ସମ୍ବାଦପତ୍ରଟି ପ୍ରକାଶ କରିବା ଲାଗି ସ୍ଥିର କଲେ ସେତେବେଳେ ରାଜ୍ୟର ଜଣାଶୁଣା କବି ଓ ସାହିତି୍ୟକ ତଥା ବାମପନ୍ଥୀ ନେତା ଶ୍ରୀ ମନମୋହନ ମିଶ୍ରଙ୍କୁ ଏହାର ସଂପାଦକ ଭାବରେ ନିଯୁକ୍ତି ଦେବା ସହ ବିଶିଷ୍ଟ କମୁ୍ୟନିଷ୍ଟ ନେତା ଶ୍ରୀ ବୈଦନାଥ ରଥଙ୍କୁ ଏହାର ଜେନେରାଲ ମ୍ୟାଜେନର ଭାବରେ ନିଯୁକ୍ତି ଦେଇଥିଲେ ।

ଏହି ସମ୍ବାଦପତ୍ରରେ ପ୍ରଖ୍ୟାତ କବି ଶ୍ରୀ ଜ୍ଞାନେନ୍ଦ୍ର ବର୍ମା, ଶ୍ରୀ ଭାନୁଜୀ ରାଓଙ୍କୁ ମଧ୍ୟ ସମ୍ମାନର ସହ ନିଯୁକ୍ତି ଦିଅ ।ଯାଇଥିଲା । ପରବର୍ତ୍ତୀ କାଳରେ ବିଶିଷ୍ଟ ଔପନାସିକ ଶ୍ରୀ ସୁରେନ୍ଦ୍ର ମହାନ୍ତି ଏହାର ସଂପାଦକ ଭାବରେ ଯୋଗ ଦେଇଥିଲେ । ସେ ସମୟରେ ଘରୋଇ କଲେଜର ଅଧ୍ୟାପକମାନଙ୍କ ଦରମା ମାତ୍ର ଦୁଇଶହ ଷାଠିଏ ଟଙ୍କା ଓ ସରକାରୀ କଲେଜର ଅଧ୍ୟାପକମାନଙ୍କ ଦରମା ଦୁଇଶହ ନବେ ଟଙ୍କାରୁ ଅ।ରମ୍ଭ ହେଉଥିଲା ।

ମାତ୍ର ଯେଉଁ ଉଚ୍ଚ ଶିକ୍ଷିତ ଯୁବକମାନେ କଳିଙ୍ଗରେ ସହ ସଂପାଦକ ଭାବରେ ଯୋଗ ଦେଇଥିଲେ ସେମାନଙ୍କୁ ସର୍ବନିମ୍ନ ତିନିଶହ ପଚାଶ ଟଙ୍କା ଦରମା ମିଳିବାରୁ ଶ୍ରୀ ଦୀପକ ମିଶ୍ର, ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ବହୁ ଉଚ୍ଚ ଶିକ୍ଷିତ ଯୁବକ ଅଧ୍ୟାପନାରୁ ଇସ୍ତଫା ଦେଇ କଳିଙ୍ଗ ସମ୍ବାଦପତ୍ରରେ ଯୋଗ ଦେଇଥିଲେ ।

କେବଳ ସେତିକି ନୁହେଁ, “କଳିଙ୍ଗ’କୁ ଏକ ସୁଦୃଶ୍ୟ ଓ ରୁଚିସୁଲଭ ସମ୍ବାଦପତ୍ର ଭାବେ ପ୍ରକାଶ କରିବା ଲାଗି ସେ ସର୍ବଦା ଚେଷ୍ଟିତ ଥିଲେ । ଫଳରେ କଳିଙ୍ଗ ଏକାଧିକବାର ସୁଦୃଶ୍ୟ ସମ୍ବାଦପତ୍ର ଭାବରେ ଜାତୀୟ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିଲା । ସାମ୍ବାଦିକ ମାନଙ୍କୁ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ଦେବା ଲାଗି ବିଜୁ କେବେ ହେଲେ କୁଣ୍ଠିତ ନଥିଲେ । ସମ୍ବାଦିକ ସମ୍ମିଳନୀ ସମୟରେ ସେ ରୁଚିଶୀଳ ଖାଦ୍ୟପେୟ ପରିବେଷଣ କରିବା ଲାଗି ବ୍ୟବସ୍ଥା କରୁଥିଲେ ।

ସାମ୍ବାଦିକମାନେ ବିପଦ ଅ।ପଦର ସମ୍ମୁଖୀନ ହେଲେ ବିଜୁ ସେମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଲାଗି ତତ୍ପର ହୋଇଉଠିଥିଲେ । ତାଙ୍କରି ଶାସନ କାଳରେ କୌଣସି ସାମ୍ବାଦିକ ସରକାରୀ ଦଳ ବା ସରକାରୀ କଳର ଅ।କ୍ରୋଶର ଶିକାର ହୋଇନଥିଲା । ପରବର୍ତ୍ତୀ  କାଳରେ ଯେତେବେଳେ ସାମ୍ବାଦିକମାନେ ଅ।କ୍ରୋଶର ଶିକାର ହୋଇଥିଲେ ସେତେବେଳେ ଖୋଦ୍ ବିଜୁବାବୁ ସେମାନଙ୍କ ନିରାପତ୍ତା ଦାବି କରିବା ଲାଗି ପଶ୍ଚାତ୍ପଦ ଦେଉନଥିଲେ ।

ସେ ଥିଲେ ସାମ୍ବାଦିକମାନଙ୍କ ପାଇଁ ଅସରନ୍ତି ପ୍ରେରଣା ଉତ୍ସ  ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ବିଜୁ ଜନ୍ମ ଶତବାର୍ଷିକୀ Tagged With: ବିଜୁ ଜନ୍ମ ଶତବାର୍ଷିକୀ, ସାମ୍ବାଦିକତା

ଧଳ ସାମନ୍ତଙ୍କ ସାମ୍ରାଜ୍ୟ ଓ ନେତାଙ୍କ ତଥାକଥିତ ନିରୀହତା

February 15, 2016 by ନିଉଜ ଡେସ୍କ 1 Comment

କେଦାର ମିଶ୍ର

– ମୁଁ ତାଙ୍କର ଅପରାଧୀ ପୃଷ୍ଠଭୂମି ବିଷୟରେ ଜାଣିଥିଲି, ହେଲେ ରକ୍ତଦାନ ଭଳି ମହାନ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଁ ଯାଇଥିଲି । ଏହା କୌଣସି ଅପରାଧ ନୁହେଁ । (ଦେବାଶିଷ ସାମନ୍ତରାୟ, ବିଧାୟକ, ବାରବାଟୀ, କଟକ)

ସାମାଜିକ ଜୀବନରେ ସବୁଲୋକଙ୍କର ସବୁକଥା ଜାଣିବା ସମ୍ଭବ ନୁହେଁ । ବନ୍ଧୁ ସମୀର୍ ଦେଙ୍କ କଥାରେ ମୁଁ ସେଠାକୁ ଯାଇଥିଲି । ଯାହାକି ମୋର ଭୁଲ୍ ଥିଲା । (ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ)
dhala12
ସେମାନେ ଯଦି ଅପରାଧୀ ତାଙ୍କୁ ପୋଲିସ୍ ଗିରଫ କରୁନଥିଲା କାହିଁକି ? ମୁଁ ଜାଣିଥିଲି ସେ ଅପରାଧ ସହ ଜଡ଼ିତ, ହେଲେ ତା’ ନାଁରେ ଆଉ କୌଣସି ମାମଲା ନାହିଁ ବୋଲି ସେ କହିଥିଲା (ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, କଂଗ୍ରେସ ନେତା)

ଜଣେ ବନ୍ଧୁ ମୋତେ ଡାକିଲେ, ଏକ ମହତ୍ କାର୍ଯ୍ୟରେ ଯୋଗଦେବାକୁ ମୁଁ ସେଠାକୁ ଯାଇଥିଲି । ତାଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ଚିହ୍ନିନଥିଲି  । (ଜଷ୍ଟିସ୍ ଏ.ଏସ୍. ନାଇଡୁ, ପୂର୍ବତନ ବିଚା ରପତି)dhala4

ଏସବୁ ମତ ଓ ମନ୍ତବ୍ୟ ଗତ ସପ୍ତାହେ ଧରି ଆମେ ଶୁଣିଆସୁଛୁ । ଫେବୃଆରୀ ପ୍ରଥମ ସପ୍ତାହରେ ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରି କଟକ-ଭୁବନେଶ୍ୱର ପୋଲିସ୍ କମିଶନର ଦୁଇଜଣ ବଡ଼ ଅପରାଧୀଙ୍କୁ ଗିରଫ କଲେ । ଗିରଫଦାରୀ ପରେ ଓଡ଼ିଶାର ମିଡ଼ିଆ ଜଗତରେ କାହାଣୀ ଲମ୍ବି ଚାଲିଲା ।DHALA14

ଦୁଇକୋଟି ତେଷଠି ଲକ୍ଷ ଟଙ୍କା ସମେତ ବହୁ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହେବାର ଛବି ପ୍ରକାଶ ପାଇଲା । କଟକର ଦୁଇ କୁଖ୍ୟାତ ଅପରାଧୀ ସୁଶୀଲ୍ ଓ ସୁଶାନ୍ତ ଧଳ ସାମନ୍ତଙ୍କୁ ପୋଲିସ୍ ଗିରଫ କରିବା ଘଟଣାକୁ ଏକ ବଡ଼ ସଫଳତା ବୋଲି ପ୍ରଚାର କରାଗଲା ।

ତେବେ ସୁଶାନ୍ତ ଓ ସୁଶୀଲ୍ ଧଳ ସାମନ୍ତ ମାଫିଆ ଡନ୍ ପରିଚୟ ପାଇବା ପୂର୍ବରୁ ସାଧାରଣ ଜୀବନରେ କେଉଁ ଭୂମିକାରେ ଥିଲେ, ଏହି ପ୍ରଶ୍ନ ଆଜି ପଚାରିବାକୁ ପଡ଼ିବ ।dhala8

ମାତ୍ର ୧୫ ଦିନ ଆଗରୁ ଏହି ଦୁଇଭାଇ ଥିଲେ ଗଣମାଧ୍ୟମରେ ବିଶିଷ୍ଟ ସମାଜସେବୀ । ସୁଶୀଳ ଧଳ ସାମନ୍ତଙ୍କ ନେତୃତ୍ୱରେ କଟକ ନଗର ଯୁବ ସଂଗଠନ ଜାନୁଆରୀ ୯ ଓ ୧୦ ତାରିଖ ଦୁଇଦିନ ବ୍ୟାପୀ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରିଥିଲା ।

ଏହି ଆୟୋଜନରେ ଓଡ଼ିଶାର ସବୁ ପ୍ରମୁଖ ରାଜନୈତିକ ଦଳର ମୁଣ୍ଡିଆଳମାନେ ଯୋଗଦେଇ ଧଳ ସାମନ୍ତଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଷାରେ ସୁଶୀଳ ଥିଲେ ତାଙ୍କର ସାନଭାଇ, ଯାହାକୁ ସହଯୋଗ କରିବା ତାଙ୍କର ନୈତିକ ଦାୟିତ୍ୱ ।dhala3

କେବଳ ରକ୍ତଦାନ ଶିବିର ନୁହେଁ, ଇଦ୍ ମିଳନ, ସାଇକେଲ୍ ଶୋଭାଯାତ୍ରା, ନେତାଜୀ ଓ ବିବେକାନନ୍ଦ ଜୟନ୍ତୀ ତଥା ଅନ୍ୟାନ୍ୟ ବହୁ ସାମାଜିକ କାର୍ଯ୍ୟରେ ଆୟୋଜନ ଧଳସାମନ୍ତ କରିଥିଲେ ଓ ସେଥିରେ ବହୁ ପଦସ୍ଥ ବ୍ୟକ୍ତି ଅତିଥି ଭାବରେ ଯୋଗଦେଇଛନ୍ତି ।

ଏହି ପଦସ୍ଥ ବ୍ୟକ୍ତିଙ୍କ ତାଲିକାରେ ଅଛନ୍ତି ଝାଡଖଣ୍ଡର ରାଜ୍ୟପାଳ, ପୂର୍ବତନ ହାଇକୋର୍ଟ ବିଚାରପତି, ପୂର୍ବତନ ପୋଲିସ୍ ମହାନିର୍ଦେଶକ, କେନ୍ଦ୍ରମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଆହୁରି ଅନେକ । ସମସ୍ତଙ୍କ ଫଟୋ ସୋସିଆଲ୍ ମିଡ଼ିଆରେ ବହୁ ପରିମାଣରେ ପ୍ରସାରିତ ।dhala1

ଜଣେ ତଥାକଥିତ କୁଖ୍ୟାତ ଅପରାଧୀ ଯାହାଙ୍କ ପାଖରେ ବହୁ ପରିମାଣରେ କଳାଟଙ୍କା ରହିଛି ଓ ବେଆଇନ୍ ଅସ୍ତ୍ରଶସ୍ତ୍ର ରହିଛି, ତାଙ୍କ ବିଷୟରେ ଏହି ବିଶିଷ୍ଟ ବ୍ୟକ୍ତିମାନେ କିଛି ଜାଣିନଥିଲେ ବୋଲି ଭାବିବା ନିର୍ବୋଧତା ହେବ । ଧଳ ସାମନ୍ତଙ୍କ କାର୍ଯ୍ୟ କଳାପ ସମ୍ପର୍କରେ ଊଣା ଅଧିକେ କଟକବାସୀ ଜାଣନ୍ତି ।

ସେଥିରେ ଲୋକପ୍ରତିନିଧି ଓ ବିଶିଷ୍ଟ ମାନେ ସେମାନଙ୍କ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି ଭାବିବା ସେମାନଙ୍କର ପ୍ରଜ୍ଞା ପ୍ରତି ଅବମାନନା ହେବ । ସରଳ ଭାଷାରେ କହିବାକୁ ଗଲେ, ସମସ୍ତେ ସବୁକିଛି ଜାଣି ସମାଜସେବା ଆଳରେ ତାଙ୍କୁ ସାମାଜିକ ପ୍ରତିଷ୍ଠା ଦେବାରେ ସହାୟତା କରୁଥିଲେ ।

ଏହା ମାନିବାକୁ ପଡ଼ିବ ଗତ କୋଡ଼ିଏ ବର୍ଷ ଧରି ବହୁ ହତ୍ୟାକାଣ୍ଡ, ରାହାଜାନି, ଟେଣ୍ଡର୍ ଫିକ୍ସିଂ ଇତ୍ୟାଦି ଅପରାଧ ସହ ଧଳସାମନ୍ତ ଭ୍ରାତା ଜଡ଼ିତ ଥିବା ପ୍ରଚାର ହୋଇଛି । ସେମାନଙ୍କ ନାଁରେ ବହୁ ମାମଲା ରହିଛି । ପୂର୍ବରୁ ସୁଶୀଳଙ୍କ ଉପରକୁ ପୋଲିସ୍ ଗୁଳି ମଧ୍ୟ ଚଳାଇଛି ।  ଯେଉଁ ପୋଲିସ୍ ଅଧିକାରୀ ସୁଶୀଳଙ୍କ ଉପରକୁ ଗୁଳି ଚଳାଇଥିଲେ ତାଙ୍କୁ ପ୍ରଶାସନରେ ବହୁମୂଲ୍ୟ ଦେବାକୁ ପଡ଼ିଛି ।

ମୋଟାମୋଟି କହିବାକୁ ଗଲେ, ଧଳସାମନ୍ତଙ୍କ ସାମ୍ରାଜ୍ୟ ବିସ୍ତାର କ୍ଷେତ୍ରରେ ରାଜନୈତିକ ନେତା, ପୋଲିସ୍ ଓ ପ୍ରଶାସନର ପରୋକ୍ଷ ସମର୍ଥନ ସବୁବେଳେ ରହିଆସିଛି । ଆଜି କଥା ପ୍ରଘଟ ହୋଇଗଲା ପରେ ସମସ୍ତେ ନିଜର ନିରୀହତା ଦେଖାଇବାକୁ ଚାହୁଁଛନ୍ତି । ତେବେ ଏହି ନିରୀହତା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ । ଅପରାଧୀମାନଙ୍କଠାରୁ ରାଜନୈତିକ ଫାଇଦା ଉଠାଇବା ଓ ସେମାନଙ୍କୁ ଭୋଟ୍ ରାଜନୀତିରେ ବ୍ୟବହାର କରିବା ପାଇଁ ନେତାମାନେ ସବୁବେଳେ ଉଦ୍ୟମ କରି ଆସିଛନ୍ତି ।

ତଥାକଥିତ ଲୋକସମର୍ଥନ ଯୋଗାଡ଼ରେ ବାହୁବଳୀମାନଙ୍କର ଭୂମିକା ସବୁବେଳେ ରହିଆସିଛି । ଦଳମତ ନିର୍ବିଶେଷରେ ସମସ୍ତେ ଅପରାଧୀମାନଙ୍କଠାରୁ ସାହାଯ୍ୟ ନିଅନ୍ତି ଓ ପ୍ରତିବଦଳରେ ସେମାନଙ୍କ ସାମ୍ରାଜ୍ୟକୁ ବିକଶିତ ହେବାରେ ସହଯୋଗ କରନ୍ତି ।dhala2

କଟକର ସବୁ ଛାମୁଆ ନେତା ଧଳ ସାମନ୍ତଙ୍କ କଳା ସାମ୍ରାଜ୍ୟରୁ କିଛି କିଛି ମହୁ ସଂଗ୍ରହ କରିଛନ୍ତି । ପ୍ରତିବଦଳରେ ଧଳସାମନ୍ତଙ୍କୁ ମହାପୁରୁଷ ବୋଲି ବନ୍ଦାଣ କରିଛନ୍ତି । ଆଜି ହଠାତ୍ ଗଣମାଧ୍ୟମରେ ନିନ୍ଦିତ ହେଲା ପରେ ନିଜ ଲାଜ ଲୁଚାଇବାକୁ ସେମାନଙ୍କ ନିରୀହତା ଲୋକଙ୍କ ଆଖିରେ ଛଳନା ହୋଇ ଦିଶୁଛି ।

ଧଳସାମନ୍ତ କେବଳ ସମାଜସେବୀ ନଥିଲେ, ସେମାନେ ନିଜ ତରଫରୁ ଗୋଟେ ଖବରକାଗଜ ମଧ୍ୟ ପ୍ରକାଶ କରୁଥିଲେ । ବର୍ଷ ବର୍ଷ ଧରି ସୁଶୀଳ ଧଳ ସାମନ୍ତ ଗୋଟେ ସାପ୍ତାହିକ ପତ୍ରିକାରେ ଦେଶର ରାଜନୀତି ଓ ଅର୍ଥନୀତିକୁ ନେଇ ବହୁ ପ୍ରବଚନ ଦେଇଛନ୍ତି ।

ତାଙ୍କ ପତ୍ରିକାରେ ଓଡ଼ିଶାର ବହୁ ବଡ଼ ବଡ଼ ସାମ୍ବାଦିକ ଓ ସ୍ତମ୍ଭକାର ଲେଖା ଛପାଇଛନ୍ତି । ଏପଟେ ପୋଲିସ୍ କହୁଛି ଏମାନେ ଥିଲେ ପଳାତକ ଅପରାଧୀ । କେଉଁଠିକୁ ଏମାନେ ପଳାଇଥିଲେ ? କଟକ, ଭୁବନେଶ୍ୱରର ସବୁଠୁ ପ୍ରଭାବଶାଳୀ ଲୋକମାନଙ୍କ ଗହଣରେ ଏମାନେ ଆତଯାତ ହେଉଥିଲେ ।dhala5

ୟାଙ୍କ କଳାଟଙ୍କା ସାହାଯ୍ୟରେ ରାଜନୈତିକ ସଭା ସମିତି ଆୟୋଜିତ ହେଉଥିଲା । ସବୁ ଦଳ ୟା’ଙ୍କ ସମର୍ଥନ ପାଉଥିଲେ ଓ ସମର୍ଥନ ଦେଉଥିଲେ । ତଥାପି ପୋଲିସ୍ ଏମାନଙ୍କୁ ଧରି ପାରୁନଥିଲା କାହିଁକି ?

ଏହି ଘଟଣାର ଆଉ ଏକ ଦିଗ ହେଉଛି ପୋଲିସ୍ ଜାଣିସିଆଣା ଆଚରଣ । ଧଳସାମନ୍ତଙ୍କର ଗୋଟେ ସହଯୋଗୀଙ୍କ ହତ୍ୟା ଅଭିଯୋଗ ଆସିବା ପରେ କଟକ ପୋଲିସ୍ ଏତଲା ରଖିନଥିବ ଅଭିଯୋଗ ହୋଇଥିଲା ।

ଏହି  ନିର୍ଦ୍ଦିଷ୍ଟ ମାମଲାରେ ଅଦାଲତଙ୍କ ନିର୍ଦ୍ଦେଶ ପରେ ଯାଇ ପୋଲିସ୍ ଧଳସାମନ୍ତଙ୍କୁ ଗିରଫ କରିଛି । ତେବେ ଏଥରର ଗିରଫଦାରୀ ନିଶ୍ଚିତ ଭାବରେ ପ୍ରଭାବଶାଳୀ । ଧଳ ସାମନ୍ତଙ୍କ କଳା ଅର୍ଥ କାରବାର ଓ ଅସ୍ତ୍ରଶସ୍ତ୍ର ଯୋଗାଡ଼କୁ ପୋଲିସ୍ ଭଣ୍ଡୁର କରିଛି । ଘଟଣାଟି କେବଳ ସେତିକିରେ ସୀମିତ ରହିଲେ ଚଳିବ ନାହିଁ ।

ଧଳ ସାମନ୍ତଙ୍କ ଛତ୍ରଛାୟାରେ କେଉଁ କେଉଁ ରାଜନୈତିକ ନେତା ଥିଲେ ଓ ସେମାନଙ୍କର କି’ପ୍ରକାର ଫାଇଦା ଏମାନଙ୍କୁ ଦେଇଛନ୍ତି, ତା’ର ସତ୍ୟାସତ୍ୟ ଅନୁସନ୍ଧାନ ହେବା ଜରୁରୀ । ପୂର୍ବରୁ ଚିଟ ଫଣ୍ଡ ମାମଲାରେ କମିଶରେଟ ପୋଲିସ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଯଥେଷ୍ଟ ରିହାତି ପ୍ରଦାନ କରିଥିଲା । ଏହି କ୍ଷେତ୍ରରେ ତାହାର ପୁନରାବୃତ୍ତି ହେବାର ସମ୍ଭାବନା ଅଧିକ । ତେଣୁ ପୋଲିସ୍ ତଦନ୍ତ ଉପରେ ଜନସାଧାରଣ ତୀକ୍ଷ୍ଣ ଆଖି ରଖିଛନ୍ତି ।dhala

ଏହି ପ୍ରସଙ୍ଗରେ ଗଣମାଧ୍ୟମର ଭୂମିକାକୁ ମଧ୍ୟ ଆକଳନ କରିବାକୁ ପଡ଼ିବ । ଆଜି ଯାହାକୁ ଆମେ ଡନ୍, ମାଫିଆ, କଳାସାମ୍ରାଜ୍ୟର ଅଧିକାରୀ ବୋଲି ଚିଲ୍ଲେଇ ଚାଲିଛୁ, ସେହିମାନଙ୍କୁ ଦୁଇସପ୍ତାହ ଆଗରୁ ଆମେ ନାୟକ ଭାବରେ ଉପସ୍ଥାପନା କରୁଥିଲେ ।

ସୁଶୀଳ ଧଳସାମନ୍ତଙ୍କ ଆଗରେ ଓଡ଼ିଶାର ପ୍ରାୟ ସମସ୍ତ ଟିଭି ଚ୍ୟାନେଲର  ବୁମ୍ ଲାଗିଥିଲା । ଯେତେବେଳେ ଅଦାଲତରେ ଜଣେ ପୀଡ଼ିତ ବାପା ନିଜ ପୁଅର ହତ୍ୟାକାଣ୍ଡ ପାଇଁ ସଂଘର୍ଷ କରୁଥିଲେ, ତାହା ଆମ ପାଇଁ ଆଦୌ ଖବର ନଥିଲା । ଅଦାଲତର ଯେଉଁ ରାୟ ଆଧାରରେ ଧଳସାମନ୍ତ ଭ୍ରାତାଙ୍କୁ ଗିରଫ କରିବାକୁ ପୋଲିସ୍ ବାଧ୍ୟ ହେଲା, ସେହି ମାମଲା ସଂପର୍କରେ ଧାଡ଼ିଏ ମଧ୍ୟ ଖବର କେଉଁଠି ବାହାରି ନଥିଲା ।

ଏଥିରୁ ଆମେ ସାମ୍ବାଦିକମାନେ ନ୍ୟାୟ ପ୍ରତି କେତେ ସମ୍ବେଦନଶୀଳ, ତାହା ବାରି ହୋଇପଡୁଛି । ପୋଲିସ୍ କିଛି ଗୋଟେ ଖୁଲାସା କଲା ପରେ ଯାଇ ଆମର ଜ୍ଞାନ ଉଦୟ ହେଉଛି । ତା’ ପୂର୍ବରୁ ଅପରାଧୀକୁ ଅପରାଧୀ ବୋଲି କହିବା ପାଇଁ ଆମ ଜିଭରେ ହାଡ଼ ନାହିଁ ।dhala9

ଧଳସାମନ୍ତ ପ୍ରସଙ୍ଗରେ ସମାଜର ସବୁ ଗୋଷ୍ଠୀ ଓ ବର୍ଗ ନିଜକୁ ଦୋଷୀ ଭାବରେ ପାଇବେ । ଅସାମାଜିକ ତତ୍ତ୍ୱକୁ ଏକଘରିକିଆ କରିବା ଓ ସେମାନଙ୍କୁ ସାମାଜିକ ସ୍ୱୀକୃତି ନଦେବା ଭଳି ସାହସ ଆମର ନାହିଁ ।

ରାଜନୀତିର କଦର୍ଯ୍ୟ ଚକ୍ରବ୍ୟୁହରେ ଅସାମାଜିକ ଅପରାଧୀମାନେ ନିଜକୁ ନାୟକ ଆସନରେ ଆସୀନ କଲାବେଳେ ଆମେ ସମସ୍ତେ ନିରବରେ ସମର୍ଥନ କରୁଛୁ । ଏହି ସମର୍ଥନର ପରିଣତି ସ୍ୱରୂପ ଅପରାଧୀଙ୍କ କଳା ସାମ୍ରାଜ୍ୟ ବଢିଚାଲିଛି ଓ ନେତାମାନଙ୍କର କଳାରଙ୍ଗର ନିରୀହତା ଆମକୁ ସବୁବେଳେ ଅପରାଧୀମାନଙ୍କୁ କ୍ଷମା କରିଦେବା ପାଇଁ ଅଭିପ୍ରେରିତ କରୁଛି ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଅପରାଧୀ, ଧଳ ସାମନ୍ତ, ପୁଲିସ, ରାଜନୀତି

ଧଉଳୀ-କଳିଙ୍ଗ ମହୋତ୍ସବ: ନୃତ୍ୟ, ସଙ୍ଗୀତରେ ଦର୍ଶକ ବିଭୋର

February 7, 2016 by ନିଉଜ ଡେସ୍କ Leave a Comment

ଧଉଳୀ , ଫେବୃଆରୀ ୭ (ଓଡିଶା ଡଟ କମ) ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୨ତମ ଧଉଳୀ କଳିଙ୍ଗ ମହୋତ୍ସବର ରବିବାର ଥିଲା ଦ୍ଵିତୀୟ ସଂଧ୍ୟା ରେ ଐତିହାସିକ ଧଉଳୀ ପାହାଡ଼ର ପାଦଦେଶରେ ଗୋଟୀପୁଅ ନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ସମିଶ୍ରଣ ସପ୍ତବର୍ଣ୍ଣା ସହିତ ସମରକଳା ନୃତ୍ୟ ସଙ୍ଗୀତରେ ଦର୍ଶକ ବିଭୋର ହୋଇଥିଲେ।


ଶହ ଶହ ଦର୍ଶକ ଉପସ୍ଥିତ ରହି ଶୀତୁଆ ସଂଧ୍ୟାରେ ଏହାକୁ ଉପଭୋଗ କରିଥିଲେ । ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ବୁଦ୍ଧଙ୍କ ବାଣୀରେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର କୁନି କୁନି ପିଲାଙ୍କୁ ନେଇ ଗୋଟୀପୁଅ ନୃତ୍ୟ ପରେ ପରେ ଭାରତର ସୁପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ସମିଶ୍ରଣ ସପ୍ତବର୍ଣ୍ଣ ।

ଇନ୍ଦ୍ରଧନୁର ସାତଟି ରଙ୍ଗ ଇନ୍ଦ୍ରଧନୁର ସାତଟି ରଙ୍ଗ ଭଳି ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ସାତ ସ୍ବରକୁ ଗୋଟିଏ ଅଞ୍ଚରେ ପରିବେଷଣ କରିଥିଲେ ଶିଳ୍ପୀମାନେ ଯାହାର ପରିକଳ୍ପନା ଓ ପରିଚାଳନା କରିଥିଲେ ଗୁରୁ ଅରୁଣା ମହାନ୍ତି ।DSC_3167

 

 

ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ମଧ୍ୟରେ ଥିଲା ପ୍ରୀତି ପଟେଲ ଓ ସାଥୀଙ୍କ ଦ୍ବାରା ମଣିପୁରି ନୃତ୍ୟ, ଅରୁଣା ମହାନ୍ତିଙ୍କ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ, ପରସ୍ବାନ୍ତ ଉପାଧ୍ୟାୟ ଓ ସାଥୀଙ୍କ ଦ୍ବାରା ଭାରତନାଟ୍ୟମ୍, ସନ୍ଦିପ ମଲ୍ଲୀକ ଓ ସାଥୀଙ୍କ ଦ୍ବାରା କଥକ ନୃତ୍ୟ, ଇମୋଚା ସିଂହ ଓ ସାଥୀଙ୍କ ଦ୍ବାରା ସମରକଳା ନୃତ୍ୟ ଥାଙ୍ଗ ତା, ମୋମ ଗାଙ୍ଗୁଲୀ ଓ ସାଥୀଙ୍କ ଦ୍ବାରା ମୋହିନୀଆଟମ୍ ଏବଂ ଗୁରୁ ରାମହରି ଦାସଙ୍କ ଦ୍ବାରା ଓଡ଼ିଶୀ ସଙ୍ଗୀତ ଓ ଗୁରୁ ଧନେସ୍ବର ସ୍ବାଇଁଙ୍କ ଦ୍ବାରା ମର୍ଦଳ ବାଦନ ।

ଏହି ସପ୍ତବର୍ଣ୍ଣ ନୃତ୍ୟକୁ ଦର୍ଶକ ମନୋଭରି ଉପଭୋଗ କରିଥିଲେ । ଶେଷରେ ସମରକଳା ନୃତ୍ୟ ପର୍ଯ୍ୟାୟରେ ମେଦିନାପୁରରୁ ଆସିଥିବା ସରାଭୁଜା ଡ଼୍ୟାନ୍ସ ଥ୍ୟାଟରର କଳାକାରଙ୍କ ଦ୍ବାରା ପଶ୍ଚିମ ବଙ୍ଗର ପ୍ରସିଦ୍ଧ ସମରକଳା ନୃତ୍ୟ ରାଇବେନ୍ସ ପରିବେଷଣ କରିଥିଲେ ।

ସଂଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଡ଼. ପ୍ରୀୟମ୍ବଦା ମହାନ୍ତି ହେଜମାଦୀ, ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଡ଼.ସୁବାସ ପାଣି, ଉନ୍ନୟନ କମିଶନର ଶ୍ରୀଯୁକ୍ତ ଆର. ବାଲକ୍ରୀର୍ଷ୍ଣ, ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଏସ୍.ପି.ଠାକୁର, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦକ ଗୁରୁ ଅରୁଣା ମହାନ୍ତି ଏବଂ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଆର୍ଟା ଭିଜନର ସମ୍ପାଦକ ଗୁରୁ ଇଲିୟାନା ସିତାରିଷ୍ଟ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସିନ୍ଧୁ ବ୍ରାଉନ୍ ଓ ଇଂ ଶ୍ରୀନିବାସ ଘଟୁଆରୀ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ଧଉଳି, ନୃତ୍ୟ, ମନୋରଞ୍ଜନ

ଦୃଷ୍ଟିପାତ:  ଶବ୍ଦର ବିଷ୍ଣୁପଦୀ: ବିଷ୍ଣୁପଦଙ୍କ କବିତା

January 24, 2016 by ନିଉଜ ଡେସ୍କ Leave a Comment

ପ୍ରଫେସର ବିଜୟ କୁମାର ଶତପଥୀ

“Art is the product of society as the pearl is the product of oyster, and to stand outside art is to stand inside society. The criticism of art differs from pure enjoyment or creation in that it contains a sociological component. In art criticism values are ranged and integrated in a perspective or worldview which is more general view of art from outside.

It is an active view implying an active living relation to art and not a cold contemplation of it, and implying therefore a view of art as active with an explosive, energetic content
and it is a view of art, not of society or of the mind” (1)

bishnupada
ବିଷ୍ଣୁପଦ ସେଠୀ

ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ପ୍ରସିଦ୍ଧ ସାହିତ୍ୟ ସମାଲୋଚକ ଖ୍ରୀଷ୍ଟୋଫର କଙ୍ଗୱେଲ ତାଙ୍କର ‘ଇଲ୍ୟୁଜନ ଆଣ୍ଡ ରିଏଲିଟି’ ଗ୍ରନ୍ଥରେ । କଳା ଓ ସାହିତ୍ୟର ସମାଜନିଷ୍ଠତା ଓ ଏହାର ଗଣ ଆବେଦନ ସମ୍ପର୍କରେ ସେ ଚର୍ଚ୍ଚା କଲାବେଳେ ସେ ସମୂହ ମାନସିକତା, ସମୂହ ଭାବାବେଗ କିପରି ସାର୍ଥକ ଓ ଉଚ୍ଚମାନର କବିତାଗୁଡିକରେ କ୍ରିୟାଶୀଳ ତାହା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

କବିତାଟିଏ ଲେଖିସାରିଲା ପରେ ତାହା ଆଉ କବିର ବ୍ୟକ୍ତିଗତ ସମ୍ପତ୍ତି ହୋଇ ରହେ ନାହିଁ । ତାହା ହୁଏ ସମାଜର ସମୂହ ମଣିଷର । ତେଣୁ ସାର୍ଥକ କବିତା ସବୁବେଳେ ସାମାଜିକ ବାସ୍ତବତାର କଥା କହେ । ଏ ପ୍ରସଙ୍ଗରେ ଆମେ ସ୍ମରଣ କରିବା ଠିକ ହେବ ଆଉ ଜଣେ କଳା ଓ ସାହିତ୍ୟର ବିଶିଷ୍ଟ ସମାଲୋଚକ ଅର୍ନଷ୍ଟ ଫିଶରକୁ ।

ତାଙ୍କ ମତରେ କଳା ଓ ସାହିତ୍ୟ ମଧ୍ୟରେ ନିହିତ ଏପରି କ୍ଷମତା ଯାହା ମଣିଷର ଖଣ୍ଡିତ ସତ୍ତାକୁ ପୂର୍ଣ୍ଣତା ଦେବାରେ ସମର୍ଥ ହୋଇଥାଏ । ସକଳ ମାନବିକ ସଂକଳ୍ପକୁ ଏହା ଦୃଢତର କରେ ଓ ବାସ୍ତବତାକୁ ନିବିଡ ଭାବରେ ଉପଲବ୍ଧି କରିବା ପାଇଁ ଏହା ସାହାଯ୍ୟ କରେ ।

Necessity of Art ଗ୍ରନ୍ଥରେ ସେଥିପାଇଁ ସେ କହନ୍ତି – “Art can raise man upfrom a fragmented stature into that of a whole, integrated being. Art enables man to comprehend reality and not only helps him to bear it, but increases his determination to make it more worthy of mankind” (2)

ଏହି ପ୍ରେକ୍ଷାପଟ୍ଟରେ ବିଚାର କରିବାକୁ ହେବ ସାଂପ୍ରତିକ କାଳର ଜଣେ ଯଶସ୍ୱୀ କବି ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀଙ୍କର କବିତା ସଂକଳନ ‘କୁଆଡେ ଯିବି’ର କବିତା ଗୁଡିକୁ । କବି ବିଷ୍ଣୁପଦଙ୍କ ବିଶେଷତ୍ୱ ହେଲା ଯେ ସେ ଜଣେ ଦ୍ୱିଭାଷୀ (bilingual) କବି । ଇଂରାଜୀ ଓ ଓଡିଆରେ ସେ କବିତା ଲେଖନ୍ତି । ଇଂରାଜୀରେ ପୁଣି ନିଜର ମାତୃଭାଷାରେ କବିତା ରଚନାର ଦକ୍ଷତା ହାସଲ କମ କଷ୍ଟସାଧ୍ୟ କଳା ନୁହେଁ ଯାହା ସେ ହାସଲ କରିଛନ୍ତି ।

ଓଡିଶାର ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ର ଏହି ଦକ୍ଷତା ପ୍ରଦର୍ଶନ କରି ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିସାରିଛନ୍ତି । କବି ବିଷ୍ଣୁପଦଙ୍କ କାବ୍ୟ ଭାବନା ସେହି ଦିଗରେ ଗତିଶୀଳ, ଏହା ଓଡିଶାର ପାଠକମଳନଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର କଥା । କାରଣ ତାଙ୍କର କବିତା ଗୁଡିକରେ ନିହିତ ଆମ ମାଟି, ପାଣି, ପବନର ଗାଥାକୁ ଇଂରାଜୀ ଭାଷା ମାଧ୍ୟମରେ ସେ ବିତରି ଚାଲିଛନ୍ତି ବିଶ୍ୱବାସୀଙ୍କ ଉଦେ୍ଧଶ୍ୟରେ ।

ତାଙ୍କର ଇଂରାଜୀ କବିତା ସଂକଳନ ‘‘Where Shall I Go’ (First Edition – 2005, Second Edition – 2007) My World of Words (2007), ‘ Beyond Feelings” (2012) , ପ୍ରଭୃତି ପ୍ରକାଶ ପାଇଛି ଓ ସେଗୁଡିକ ଏଳବିଂଶ ଶତକର ପ୍ରଥମ ଦୁଇଦଶନ୍ଧିରେ ଭାରତବର୍ଷ ତଥା ବିଦେଶରେ ଅଗଣିତ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିସାରିଛି । ଏପରିକି ‘Where Shall I Go” ର ଉର୍ଦୁ ଅନୁବାଦ ମଧ୍ୟ ୨୦୦୯ ମସିହାରେ ପ୍ରକାଶ ପାଇଛି ।

ଅନୁବାଦକ ହେଉଛନ୍ତି ସୋହାଇଲ୍ ଅଖଚ୍ଛାର । କବି ବିଷ୍ଣୁପଦଙ୍କର ଇଂରାଜୀ କବିତା ସଂକଳନ ‘Where Shall I Go’ ରେ ଥିବା ୭୫ ଟି କବିତା ମଧ୍ୟରୁ ସୁନିର୍ବାଚିତ କେତୋଟିକୁ ନେଇ ସେଗୁଡିକର ଅନୁବାଦ କରିଛନ୍ତି ଶ୍ରୀଯୁକ୍ତ ପର୍ଶୁରାମ ସ୍ୱାଇଁ । ଉକ୍ତ କବିତା ସଂକଳନ ସଂପର୍କରେ ପ୍ରସ୍ତୁତ ହୋଇଛି ଉକ୍ତ ଆଲେଖ୍ୟଟି ।

ତେବେ ବିଷ୍ଣୁପଦଙ୍କ କବିତା ସଂପର୍କରେ ଭାରତୀୟ ସାହିତ୍ୟର ଅଗ୍ରଗଣ୍ୟ ଲେଖକ ପଦ୍ମଶ୍ରୀ ମନୋଜ ଦାସ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଯଥାର୍ଥ ।

“ବିଷ୍ଣୁପଦ ସେଠୀଙ୍କ କବିତାରେ ଯାହା ମତେ ସବୁଠାରୁ ବେଶି ଆକର୍ଷିତ କଲା ଏବଂ ତାହା ଥିଲା ମୋ ପାଇଁ ଏକ ଚମତ୍କାର ଆବିଷ୍କାର । ସେ ହେଲା ଅତୀତର ଆବେଗପୂର୍ଣ୍ଣ ସ୍ମୃତିର ଭାବମୟ ପରିପ୍ରକାଶ ସହିତ ପ୍ରକୃତିର ମଧୁର ଅନୁଭୁତି ଏବଂ ମାନବୀୟ ସ୍ୱଭାବର ଏକ ଅପୂର୍ବ ସଂଯୋଗ ।”

ମୂଳ ଇଂରାଜୀ କବିତାଗୁଡିକ ପଢିବାର ସୌଭାଗ୍ୟ ଏହି ଆଲୋଚକର ହୋଇଛି । ନିର୍ବାଚିତ କବିତା ଗୁଡିକର ଅନୁବାଦ ପଢିଲା ପରେ ମନେ ହେଲା ଯେ ମୁଳ କବିତା ଗୁହିକର ବକ୍ତବ୍ୟ ଓ ଭାବଧର୍ମ ଅକ୍ଷୁର୍ଣ୍ଣ ରଖିବା ପାଇଁ ଚାହିଁଛନ୍ତି ଅନୁବାଦକ । ମନୋଜ ଦାସ ତାଙ୍କ ବକ୍ତବ୍ୟରେ ବିଷ୍ଣୁପଦଙ୍କ କବିତା ସଂପର୍କରେ ଯେଉଁ ‘ଚମତ୍କାର ଆବିଷ୍କାର’ କଥାଟି କହିଛନ୍ତି ଯାହା କବିଙ୍କର ତିନୋଟି ବୈଶିଷ୍ଟ୍ୟକୁ ଆଧାର କରି ଗଢିଉଠିଛି ବୋଲି ମନେହୁଏ ।

ସେଗୁଡିକ ହେଲା – (କ) ମୁଗ୍ଧ ଅତୀତର ଆବେଗପୂର୍ଣ୍ଣ ଅନୁଭବ ଗୁଡିକର ବାଙମୟ ପରିପ୍ରକାଶ, (ଖ) ପ୍ରକୃତି ସହ ଏକୀଭୁତ ହେବାର ଆକାଂକ୍ଷା, (ଗ) ଗଭୀର ମାନବବାଦୀ ଚିନ୍ତାଧାରାର କେରଳର ଆଉଜଣେ ବିଶିଷ୍ଟ ଦ୍ୱିଭାଷୀ କବି ଆଚୋମ ପୋଏଲି ରାଜୀବନ ବିଷ୍ଣୁପଦଙ୍କର କାବ୍ୟଚେତନା ସଂପର୍କରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଲକ୍ଷ୍ୟ କରାଯାଉ ।

““Bishnupada Sethi’s poem have a sort of primeval innocence and an urban strength in them. His inscape reminds us of an unihabited interior of a forest land, where everything is as fresh and unpolluted as “the first flow in the river during rains’ and the ‘drew drops on green leaves’. In him meet two streams: a refined lyricism which some times soars up into what can be called Tagorian mysticism, and the down-to-earth folk tradition that often contextualises time and space in terms of a society’s collective memory”

ଉକ୍ତ ଆଲୋଚନାର ପ୍ରାରମ୍ଭରେ ସମାଜ ଜୀବନରେ ନିହିତ ସମୂହ ମାନସିକତା ଓ ଯାହା ଉଚ୍ଚ ମଳନର କବିତାର ବୈଶିଷ୍ଟ୍ୟ ତାହାକୁ ହିଁ ସ୍ୱୀକାର କରଛନ୍ତି ଏଙ୍ଖାରେ କବି ରାଜୀବନ୍ ବିଷ୍ଣୁପଦଙ୍କ କବିତାଗୁଡିକ ପଢିସାରିଲା ପରେ । ସଂକଳନସ୍ଥ କବିତା ଗୁଡିକର ଶିରୋନାମା ରହିଛି ଓଡିଆ ଓ ଇଂରାଜୀ ଏହି ଉଭୟ ଭାଷାରେ ।

ଯେପରି ‘ସେଦିନ ଓ ଆଜି’ (That Day and Today) , ‘ମୁଁ କାନ୍ଦିବାକୁ ଚାହେଁ’ (I Wish to Cry), ‘ମୋ ପିତୃପୁରୁଷଙ୍କ ପୃଥିବୀ’ (My World of Spirits),), ‘ସେଇ ଜଂଗଲର ଲୋକମାନେ’ (The Man in the Jungle), ‘ଟାଇଲ ଦେହରେ ଲେଖା’ ((The Inscriptions on the Tiles), ‘ଅସମାହିତ ପ୍ରଶ୍ନ’ ((Unsolved Queries), ‘ଅଶାନ୍ତ ସମୁଦ୍ର’ (Restless Sea), ‘ପ୍ରିୟ ନିରବତା’ (The Silence I Love), ‘ପାର୍କରେ ପ୍ରଭାତ’ (Morning in the Park), ‘କ୍ଷୁଦ୍ର  ମତ୍ସ୍ୟକନ୍ୟା’ (Little Mermaid), ‘ଜୀବନଯାତ୍ରା’ ((Journey), ‘ବିଦାୟ ମୋ ପଞ୍ଜୁରୀର ପକ୍ଷୀ’ (Bye ! The Bird of my cage), ‘ମୁଁ ଉପଭୋଗ କରେ’ (I Enjoy), ‘ଆମେ ତିଷ୍ଠି ରହିଛେ’ ((We Exist), ‘ପୂଜା’ (Worship), ‘ମୋ ଫଟୋଚିତ୍ର’ (My Photographs), ‘ମୋ ଫୁଲମାଳ’ (My Garland), ‘ମୁଁ ଯେବେ କାନ୍ଦେ’ ((As I Cry), ‘ମୁଁ ଶୋଇଯାଇଛି’ (I Have Gone to Sleep), ‘ସ୍ୱପ୍ନରୁ ବାସ୍ତବତା’ (From Dream to Reality), ‘ମୃତ୍ୟୁ’ (Death), ‘ଶୀତ ରାତି’ (The Winter Night), ‘ଜୀବନର ଶକ୍ତି’ (Forces of Life), ‘ବୃଦ୍ଧ ବଟ ବୃକ୍ଷ’ (The Old Banyan Tree), ଓ ଗ୍ରନ୍ଥର ଶୀର୍ଷକ କବିତା ‘କୁଆଡେ ଯିବି’ (Where Shall I Go) ।

ଗ୍ରନ୍ଥର ଏହି ଶୀର୍ଷକ କବିତା ‘କୁଆଡେ ଯିବି’ର ସ୍ୱର ଅନନ୍ୟ । ମାଟି ମନସ୍କତା, ପରଂପରା ମୋହ, ନିବିଡ ତଥା ଅନ୍ତରଙ୍ଗ ଜୀବନ ଦୃଷ୍ଟି ଉକ୍ତ କବିତାଟିକୁ ଆବୋରି ରହିଛି । ଭିଟା ମାଟିକୂୁ ଛାଡି କେଉଁଆଡେ ଯିବ କାବ୍ୟ ନାୟକ? ଯେଉଁ ଭିଟା ମାଟି ତା’ ବାପା, ଗୋସେଇଁ ବାପା, ପୂର୍ବପୁରୁଷଗଣ ଓ ବୁନିଆଦିର ସତ୍ତାକୁ ଧରି ପଡିରହିଛି କେଉଁ ଅନାଦି କାଳରୁ । କାବ୍ୟ ନାୟକର ହୃଦୟର ସ୍ପନ୍ଦନ ସେଇ ଭିଟା ମାଟି ଖଣ୍ଡକ । ତା’ ନିକଟରେ ଥିବା ବରଗଛ, ଝରଣା (ଝୋଲା) ଏସବୁ କେଉଁ କାଳରୁ ରହିଛନ୍ତି ତା’ର ଓ ତା’ ପୂର୍ବପୁରୁଷର ଅସ୍ତିତ୍ୱର ସ୍ମାରକୀ ହୋଇ ।

ସେଠାରେ ଘୂରି ବୁଲୁଛନ୍ତି ତା’ର ପୂର୍ବପୁରୁଷର ଆତ୍ମାମାନ । କେମିତି ବା ସେ ଛାଡି ଦେଇଯିବ ତା’ର ଏ ପ୍ରିୟ ମାଟିକୁ? ନିଜ ଭିଟାମାଟିରୁ ବିସ୍ଥାପିତ ହେବାର ଦୁଃଖରେ ମ୍ରିୟମାଣ କାବ୍ୟ ନାୟକ । ଜଗତୀକରଣ ଆଣିଛି ବିସ୍ଥାପନ, ଉପଭୋକ୍ତାବାଦ ଓ ସାଂସ୍କୃତିକ ବିଘଟନ । ମଣିଷକୁ ଚ୍ଛିନ୍ନମୂଳ କରିବା ହେଉଛି ତା’ର ଅଭିପ୍ରାୟ । ପଲ୍ଲୀଭୂମିର ସରଳ କୃଷକ ଓ ବନଗହନ ଜଳେ ବଂଚୁଥିବା ନିରୀହ ଆଦିବାସୀ ଏମାନେ ବି ଜଗତୀକରଣର ପଞ୍ଝାରୁ ମୁକ୍ତ ନୁହନ୍ତି ।

ଚଚ୍ଛୁର୍ଦ୍ଧିଗରେ ତା’ର ଆଧିପତ୍ୟ । ଗାଁ ଗୋହିରୀ, ଆଦିବାସୀ କୁଡିଆ, ସାଧାରଣ ମଣିଷର ଜୀବନଜର୍ଯ୍ୟା ଜଗତୀକରଣର ବିଷାକ୍ତ ହାୱାରେ କଳୁଷିତ, ବିପର୍ଯ୍ୟସ୍ତ, ସୁସ୍ଥ ମୂଲ୍ୟବୋଧ ବିଡମ୍ବିତ । କବିତାର ବକ୍ତବ୍ୟରୁ ବୁଛାପଡୁଛି କାବ୍ୟନାୟକ ସରଳ ଆଦିବାସୀଟିଏ ନିଶ୍ଚୟ । ଦ୍ରୁତ ସହରୀକରଣ ଓ ଶିଳ୍ପାୟନର ଦୁର୍ଦ୍ଧଶା ଆସି ପହଞ୍ଚିଛି ତା’ ଜୀବନରେ । ତା’ ମାଟିରୁ ତାକୁ ଉଚ୍ଛେଦ କରିବାପାଇଁ ଯେପରି ଷଡଯନ୍ତ୍ରର ବ୍ୟୁହ ରଚନା କରାଯାଇଛି । ପ୍ରୋଟାଗୋନିଷ୍ଟକୁ କେବଳ ଆଦିବାସୀ କୁହାନଯାଇ ବିଷବାଷ୍ପରେ ଜଳିଜଳାନ୍ତ ହେଉଥିବା ମାଟିର ମଣିଷମାନଙ୍କୁ । ସେଇ ମାଟିର ମଣିଷ ଯେମିତି କହୁଛି ଏଇଠି –

“କିଏ ବିସ୍ଥାପିତ କରିବ ଏ ବରଗଛକୁ ଯାହାତଳେ

ଆମ ଗୋସେଇଁପାଙ୍କର ଆତ୍ମା ଘୂରି ବୁଲୁଛି

କ’ଣ ହେବ ଏ ଚପଳ ଛନ୍ଦା ଛରଣାର? ଯେ ଅନବରତ

ଅସ୍ତିତ୍ୱର ଓଁକାର ଗାନ କରଚଛି, ଆଉ ଏ

ପାହାଚ? ଯାହାର ସ୍ମୃତିର ମହୁଫେଣାମାନ ଯୁଗ

ଯୁଗରୁ ଦାନା ବାନ୍ଧି ଆସିଛି ।”

ମାଟି ମନସ୍କତା, ପରଂପରା ସହ ଏକୀଭୂତ ହୋଇ ମହତର ଜୀବନର ଜୟଗାନ ଓ ସର୍ବୋପରି ସୁସ୍ଥ ମୂଲ୍ୟବୋଧର ବିରୋଧୀ ସତାମାନଙ୍କର କବଳରୁ ମୁକ୍ତ ନେବାପାଇଁ ପ୍ରୟାସ ଏହି କବିତାରେ ପ୍ରତିଫଳିତ ହୋଇଥିବା ଯୋଗୁଁ ଏହାକୁ ଏକ ଉଚ୍ଚକୋଟୀର ଆଧୁନିକ କବିତା (post modern poetry) ଭାବରେ ଗ୍ରହଣ କରାଯାଇପାରିବ ।

କାବ୍ୟନାୟକ ପାଇଁ ତା’ର ପିତୃପୁରୁଷର ପୃଥିବୀ ହେଉଛି ମହାନ୍ । ସେଠି ଅଲିଖିତ ପିତୃପୁରୁଷଙ୍କ ସମ୍ବିଧାନ ପରଂପରାର ମନ୍ତ୍ରରେ ଅଭିମନ୍ତ୍ରିତ । ସେଠାରେ ମନ୍ଦିର ହେଉଛି ଗୋଷ୍ଠୀବଦ୍ଧ ଜୀବନ ଓ ଭଗବାନ ହେଉଛନ୍ତି ସେହି ଗୋଷ୍ଠୀବଦ୍ଧ ଜୀବନର ସମୂହ ସତା ବିଶେଷ । ସେଇ ମନ୍ଦିରରେ ନୀଦବ ମନ୍ତ୍ର ଉଚ୍ଚାରଣ କରନ୍ତି ସଦା ପିତୃପୁରୁଷଗଣ ।

‘ମୋ ପିତୃପୁରୁଷ ପୃଥିବୀ କବିତା’ରେ ମାଟି ମନସ୍କଚ୍ଛାର ଉଚ୍ଚରଣ ବେଶ୍ ତାପ୍ତର୍ଯ୍ୟପୂର୍ଣ୍ଣ । “ମୋ ପିତୃପୁରୁଷଙ୍କ ଅଲିଖିତ ସମ୍ବିଧାନ, ସଦା ଶିରୋଧାର୍ଯ୍ୟ ପରଂପରା ପ୍ରବାହିତ ସତ୍ୟ ସମୟର କଷଟିରେ ସଦା ପରୀକ୍ଷିତ । ପାହାଡ ମଥାନ ଆଉ ସୂର୍ଯ୍ୟ-ଚନ୍ଦ୍ର-ତାରା ଆମ ଭଗବାନ ସତ୍ୟ ସନାତନ ।”

ଅତୀତର ମୁଗ୍ଧ ଉଚ୍ଚାରଣ ସହ ଭବିଷ୍ୟତର ଦୃଶ୍ୟପଟ୍ଟକୁ ଉପସ୍ଥାପନ କରାଯାଇଛି ‘ସେଦିନ ଓ ଆଜି’ କବିତାରେ । କବିତାରେ ରୁପାୟିତ ଜୀିବନ ବୃତ୍ତର କାହାଣୀ । ଦୁଇଟି ସ୍ତବକ ରହିଛି କବିତାରେ । ପ୍ରଥମ ସ୍ତବକଟିରେ ଜୀବନର କୋଳାହଳ ମୁଖରିତ ଦିନ । ଜୀବନ ସାଥୀକୁ ଭେଟିବାର ଦିନ, ପରିଣୟ ପୀଠ ଉପରେ ଚାରିଚକ୍ଷୁ ବିସ୍ମିତ ମିଳନ ହେବାର ଦିନ ।

ନୂଆ ଜୀବନଟେ ଆରମ୍ଭ ହେଉଛି ସେହିଦିନଠାରୁୂ । ପ୍ରାଣ ସଙ୍ଗିନୀର ହାତଧରି ସୁଖ ଦୁଃଖର ଲମ୍ବା ରାସ୍ତାକୁ ଅତିକ୍ରମ କରିବାକୁ ପଡିଛି ସେହିଦିନଠାରୁ । ତେବେ ଆଜି ରାସ୍ତା ସବୁ ସରି ଯାଉଛି ।

ଜୀବନ ବୃତ୍ତର କାହାଣୀ ସରୁଛି ବିୟୋଗାନ୍ତକ ନାଟକର ଶେଷ ଦୃଶ୍ୟ ପରି । ପଡିଯାଉଛି ଜୀବନର ଯବନିକା । କବି ବିଷ୍ଣୁପଦ ତା’ରି ଚିତ୍ରପଟ୍ଟ ଥୋଇ ଦେଇଛନ୍ତି ଅନୁପମ ଶବ୍ଦ ସଂଯୋଜନା ମାଧ୍ୟମରେ । ସେଇ ଯବନିକାପାତର ଛାତିଫଟା ଦୁଃଖ ଓ ହାହାକାରର ଚିତ୍ର ଏହିପରି –

“ପାଟିତୁଣ୍ଡ ଓ ଗହଳ ଚହଳନାହିଁ, ତୁମେ ଲୋତକରେ

ଭିଜିଯାଇଛ ସେଠାରେ ଅନେକ ତୁମକୁ ସାନ୍ତ୍ୱନା

ଦେଉଛନ୍ତି ତୁମର କରୁଣ ଚିକ୍ରାର ନୀରବତାକୁ

ବିଦୀର୍ଣ୍ଣ କରୁଛି, ତୁମେ ଜାଣିବାକୁ ଚାହୁଁଛ

କିଛି ବର୍ଷ ଜଳେ ଗଢି ଉଠିଥିବା ସେହି ଆଶା

ସ୍ୱପ୍ନର ଓ ସଂପର୍କରେ ।”

ଉଲ୍ଲେଖ ଯୋଗ୍ୟ ଯେ ବିଷ୍ଣୁପଦଙ୍କ କବି ସତ୍ତାକୁ ଘେରି ରହିଛି ଏକ କାରୁଣ୍ୟ ଯେତେବେଳେ ସେ ଅତୀତର ସ୍ମୃତି ଚାରଣ କରୁଛନ୍ତି ତାଙ୍କର କବିତା ଗୁଡିକରେ । ଏହାକୁ (romantic pessimism) ବୋଲି ଅଭିହିତ କରିହେବ । ପୂର୍ବ ଆଲୋଚିତ କବିତା ‘ମୁଁ କାନ୍ଦିବାକୁ ଚାହେଁ’ କବିତାର କାବ୍ୟନାୟକକୁ କବି ଯେପରି ଭାବରେ ଉପସ୍ଥାପନ କରିଛନ୍ତି ତାହା ଆମ ବକ୍ତବ୍ୟର ସତ୍ୟତା ପ୍ରତିପାଦନ କରେ ।

ଅତୀତରେ ସାଇତା ହୋଇ ରହିଥାଏ ଗଲା ହଚିଲା ଦିନର ସ୍ମୃତି । ନିରୋଳାରେ ନିଃଶବ୍ଦରେ ଅତୀତର ପଦପାତ ମନରେ ଆଣେ ବେଦନା ମିଶ୍ରିତ ଆନନ୍ଦ ଯାହାକୁ (romantic pleasure) ବୋଲି କୁହାଯାଏ । ଏହାର ଅନୁଭବକୁ କବି ଯେପରି ପ୍ରକାଶ କରିଛନ୍ତି ତାର ପିୟଦଂଶ ଆଲୋଚ୍ୟ କବିତାରୁ ନିମ୍ନରେ ଦିଆଗଲା ।

“ସ୍କୁଲ ଦିନ ଗୁଡାକ ଭାରି ମନେ ପଡେ ଆଉ ମନେ

ପଡେ ବୋହୂ ଚୋରି, ବାଗୁଡିର ଦିନ ଜିତିବା,

ହାରିବାର ଦିନ, ଆଉ ସେଦିନ, ଯେବେ ପ୍ରିୟଜନ

ପାଖରେ ଛିଡାହୋଇ କାନ୍ଧରେ ହାତ ରଖିବାର ଦିନ ।

ସେମାନଙ୍କ ସମ୍ମାନାର୍ଥେ ଆଜି କାନ୍ଦିବାକୁ ଇକ୍ତା ହୁଏ ।”

ଆଜିର ମଣିଷ କାନ୍ଦିବାକୁ ଶିଖିନି । ପ୍ରାଣ ଖୋଲା ହସ ହସିବାକୁ ସେ ମଧ୍ୟ ଚାହୁଁନି । ଆଖିର ଅଶ୍ରୁଜଳରେ ଅତୀତର ପ୍ରତିବିମ୍ବ ଦେଖିବାପାଇଁ ସେ ବିମୁଖ । ଅତୀତ କିପରି ମଣିଷର ଗୋପନ ହୃଦୟରେ କଥା କହେ, ପ୍ରାଣକୁ କୁଣି କୁଲକିତ ଓ ଉଚ୍ଚକିତ କରେ – ସେ ଭାଷାକୁ ସେ ବୁଝିବା ପାଇଁ ଅସମର୍ଥ । ଜଡତ୍ୱ ଓ ଅଥର୍ବପଣିଆ ଗଆସ କରିଥିବା ଏଇ ଆଧୁନିକ ମଣିଷ ପାଇଁ ‘ମୁଁ କାନ୍ଦିବାକୁ ଚାହେଁ’ କବିତାର ମେସେଜ୍ ଖୁବ୍ ତାପ୍ତର୍ଯ୍ୟପୂର୍ଣ୍ଣ ।

ପ୍ରକୃତି ସହ ଏକାତ୍ମ ହେବାକୁ ଚାହାନ୍ତି କବି ବିଷ୍ଣୁପଦ । କବିଙ୍କର ଏହି ଭାବକୁ କବି Worldsworthଙ୍କର ଦୃଷ୍ଟିଭଙ୍ଗୀ ଅନୁଯାୟୀ Patnheism ବୋଲି କହିହେବ । କବି ପରି ଦୃଶ୍ୟମାନ ଜଗତକୁ ନୂଆ ନୂଆ ଢଙ୍ଗରେ ଅବଲୋକନ କରିଛନ୍ତି । ଏହା ତାଙ୍କର କବିତା ଗୁଡିକରେ ଆଣୁଛି ନୂଆ ପୁଲକ ଓ ଉନ୍ମାଦନା ।

Freshness ସହିତ spontaneity ମିଶି ରହିବା ଫଳରେ ଏହା ପାଠକର ମରମଛୁଆଁ ହୋଇପାରିଛି । ମଧ୍ୟେ ମଧ୍ୟେ ଦୃଶ୍ୟରୁ ଦୃଶ୍ୟାନ୍ତରକୁ ଗତି କଲାବେଳେ କବି ରହସ୍ୟବାଦୀ ହୋଇପଡିଛନ୍ତି । କବିଗୁରୁ ରବୀନ୍ଦ୍ର ନାଥ ଓ କବି ବୈକୁଣ୍ଠନାଥଙ୍କ ପରି ରୂପାତୀତ ସ ଦୃଶ୍ୟାତୀତର କଥା ସେ କହୁଛନ୍ତି ତାଙ୍କର ଶବ୍ଦ ଚିତ୍ର ଗୁଡିକରେ । ‘ପ୍ରିୟ ନୀରବତା’, ‘ପାର୍କରେ ପ୍ରଭାତ’, ‘ମୁଁ ଉପଭୋଗ କରେ’ ପ୍ରଭୃତି କବିତାରେ ଏହାର ଦୃଷ୍ଟାନ୍ତ ମିଳିବ ।

ଗଭୀର ନିର୍ଜନତା ସହ ଏଳାକାର ହୋଇଯିବା, ନୀରବ, ନିଥର ପ୍ରକୃତିର ଭାଷା ପଢିବାକୁ ଚାହିଁଛନ୍ତି କବି । ଝରଣା, ପଥର, ନିବିଡ ଅରଣ୍ୟାନୀ ତାଙ୍କ ଅନ୍ତରରେ ଗୋପନ କଥା କହିଛି । ତା’ରି ମଧ୍ୟରେ ରହିଛି ଈଶ୍ୱରଙ୍କ ଅସ୍ତିତ୍ୱ । ‘ପୂଜା’, ‘ଫୁଲମାଳ’ କବିତାରେ କବି ସେଇ ଐଶ୍ୱରିକ ସତ୍ତାର ଅନ୍ୱେଷଣ କରିଛନ୍ତି । ଯାଇଛନ୍ତି ରୂପରୁ ରୂପାତୀତକୁ, ଦୃଶ୍ୟରୁ ଦୃଶ୍ୟାତୀତକୁ । ଜୀବନୀ ଶକ୍ତିର ସନ୍ଧାନ ଓ ପ୍ରାଣ ପ୍ରାଚୁର୍ଯ୍ୟର ଆବାହନ ସେ ଶିଖିଛନ୍ତି ପ୍ରକୃତି କୋଳରୁ ।

‘ଜୀବନର ଶକ୍ତି’ ଓ ‘ବୁଦ୍ଧ ବଟବୃକ୍ଷ’ କବିତା ଦୁଇଟି ଏ ଦୃଷ୍ଟିରୁ ସ୍ୱତନ୍ତ୍ର ଆଲୋଚନାର ଅପେକ୍ଷା ରଖେ । ଉପତ୍ୟକାରବୁକୁଚିରି ବହିଯାଉଥିବା ଅବିଶ୍ରାନ୍ତ ଝରଣା, ନୂତନ ସକାଳର ଛବି, ସନ୍ଧ୍ୟାର ଶୀତଳ ମୃଦୁ ସମୀରଣ, ଗୋଧୁଳି ଭଗ୍ନ ଏସବୁ ଭରିଦିଏ କବି ପ୍ରାଣରେ ଅଫୁରନ୍ତ ଜୀବନୀଶକ୍ତି । କବିଙ୍କ ଭାଷାରେ –

“ସନ୍ଧ୍ୟାର ଶୀତଳ-ମୃଦୁ-ସମୀରଣ ତମ୍ତ ପୃଥିବୀକୁ

ବିଂଚି ବିଂଚି ଯାଏ ଯେତେବେଳେ ଏକ ପ୍ରଶସ୍ତ ସୂକ୍ଷ୍ମ

ପରଦା ଗୋଧୂଳି ସମୟକୁ ଆଚ୍ଛାଦିତ କରେ । ଏ ସବୁ

ଭିତରେ ମୁଁ ଖୋଜେ ଏକ ମୁଗ୍ଧ-ମଧୁର ସଂଗୀତର

ମୂର୍ଚ୍ଛନା ଏବଂ ଜୀବନର ଏହି ଶକ୍ତି ସମ୍ମୁଖରେ ମୋର

ମସ୍ତକ-ଅବନମିତ କରେ ।”

‘ବୁଦ୍ଧ ବରଗଛ’ କବିତାରେ ସେହିପରି ରହିଛି ସମୟରୁ ସମୟାତୀତ ହେବାର ପରିକଳ୍ପନା । ବରଗଛଟି ବୁଢା ହୋଇଯାଇପାରେ କିନ୍ତୁ ତାର ଓହଳ ଗୁଡିକ ମଧ୍ୟରୁ ପୁଣି କଅଁଳି ଉଠେ ଜୀବନୀ ଶକ୍ତି । ସେଥିରୁ ଜନ୍ମ ନିଏ ପୁଣି ଶାଖା ପ୍ରଶାଖାଯୁକ୍ତ ବୃକ୍ଷ । ତେଣୁ ଜୀବନର ଅସରନ୍ତି ଶୋଭାଯାତ୍ରା ତାର ଅସମ୍ଭବ ପ୍ରାଣଶକ୍ତି ସଂପର୍କରେ କବି ଏହି କବିତା ଦୁଇଟିରେ ବେଶ୍ ସଚେତନ ।

ସମଗ୍ରତଃ ‘କୁଆଡେ ଯିବି’ ସଂକଳନରେ ସ୍ଥାନିତ ହୋଇଛି ଜୀବନଧର୍ମୀ କବିତା ସମୂହ ଯାହା ବିଶାଳ ପ୍ରକୃତିକୁ ସମୂହ ମାନବକୁ ତାର ସକଳ ସୁଖ ଦୁଃଖକୁ କୋଳେଇ ନେବାରେ ସମର୍ଥ । ସାର୍ଥକ କବିତା ହେଉଛି ଶବ୍ଦର ଗଙ୍ଗୋତ୍ରୀ । ପବିତ୍ର ଗଙ୍ଗାଧର ପରି ସ୍ୱଚ୍ଛ, ନିର୍ମଳ କବିତ୍ୱର ପରିପ୍ରକାଶ ରହିଛି ଆଲୋଚ୍ୟ କବିତା ସଂକଳନର କବିତା ଗୁଡିକରେ ।

ପୁରି ।ବ୍ଦ ଓ ଅର୍ଥର ଲୁଚକାଳି ଖେଳକୁ ସରଳ, ସାଲୀଳ ଓ ପରିଛନ୍ନ ଶୈଳୀରେ ପ୍ରକାଶ କରିବା ଏକ ଆୟାସାଧ୍ୟ ବ୍ୟାପାର ନିଶ୍ଚୟ । କବି ବିଷ୍ଣୁପଦ ଏହି କ୍ମୃସାଧ୍ୟ କଳାକୁ ଆୟତ୍ତ କରିପାରିଛନ୍ତି ତାଙ୍କର ଏଇ ଜୀବନଧର୍ମୀ କବିତା ଗୁଡିକରେ ।

ସେ ଶବ୍ଦର, ଶୈଳୀର ମୁକ୍ତ ପ୍ରବାହ ରଚିଛନ୍ତି ବିଷ୍ଣୁପଦ ପରି ଓ ବିଷ୍ଣୁପଦୀର ପବିତ୍ର ପ୍ରବାହ ଆମର ପାଠକମାନଙ୍କ ପାଇଁ ଆଣିଛନ୍ତି ବୋଲି ସ୍ୱୀକାର କରିବାକୁ ହେବ । କବି ଇଞ୍ଜିନିୟରିଂ ପଢିଛନ୍ତି, ଭାରତୀୟ ପ୍ରଶାସନିକ ସେବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମାନ ସଫଳତାର ସହ ନିର୍ବାହ କରିଛନ୍ତି । ଏଇ ସବୁ ବ୍ୟସ୍ତତା ଓ ଜଂଜାଳ ମଧ୍ୟରେ ରହି ସେ ଜୀବନ ଓ ଜଗତକୁ ତାଙ୍କର ଅନ୍ତର୍ଚକ୍ଷୁ ନେଇ ଯେପରି ଦେଖି, ପରଖିଛନ୍ତି – ସେଇ କଥା କହିଛି ତାଙ୍କର କବିତା ସମୂହ, କୌଣସି କପଟଚ୍ଛା ଓ ଛଳନାର ଆଶ୍ରୟ ନ ନେଇ ।

କବିତା ସଂକଳନର ପ୍ରଚ୍ଛଦ ପାଇଁ ସେ ସଉରା ଆଦିବାସୀଙ୍କର କୁଡିଆର ଭିତର ଘରକୁ ସଜ୍ଜିତ କରିବାପାଇଁ ଚାଉଳ ଚୂନା ଓ ପାଣିର ମିଶ୍ୟଣରେ ହୋଇଥିବା ଚିତ୍ରଟିକୁ ନେଇଛନ୍ତି ଯାହା ବୈଶାଳୀ ସେଠୀଙ୍କର ନିପୁଣ ହାତରେ ହୋଇଛି ଅଙ୍କିତ । ଏହା କବିଙ୍କର ପ୍ରସାରିତ ଜୀବନଦୃ୍େୟି ଓ ମାନବ ସଂପ୍ରୀତିର ଉଜ୍ଜ୍ୱଳତମ ଦୃଷ୍ଟାନ୍ତ ।

କବିତାରେ ବିଷ୍ଣୁପଦୀର ପବିତ୍ର ପ୍ରବାହ ଆଣୁଥିବା ବିଷ୍ଣୁପଦ କାବ୍ୟ ଭାବନାକୁ ସେଥିପାଇଁ ଇଚ୍ଛାହୁଏ ଅନ୍ତରରେ ସାଇତି ରଖିବାପାଇଁ ।

Reference:
1. Illusion and Reality, – Introduction, P.P.H., New Delhi, 1956, page-XIV.
2. The Necessity of Art – Penguin Books Pvt. Ltd.- 1963, page-15
ସତସଙ୍ଗ ଲେନ୍ , ଦରଖାପାଟଣା
କଲ୍ୟାଣୀନଗର, କଟକ – ୧୩
ଦୂରଭାଷା – ୯୦୪୦୬୦୮୦୭୩

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: Where Shall I Go, କବିତା, ବିଷ୍ଣୁପଦ ସେଠୀ, ସାହିତ୍ୟ

କେତେ ମାଗଣା ଫେସବୁକର ଫ୍ରି ବେସିକ୍ସ?

January 5, 2016 by ନିଉଜ ଡେସ୍କ Leave a Comment

ଶୁଭାଶିଷ ପାଣିଗ୍ରାହୀ

ଗତ ଦୁଇ ସପ୍ତାହ ସାରା ଇଣ୍ଟରନେଟରେ ନିଆଁ ଲାଗିଛି । ସାରା ଦେଶରୁ ଲୋକେ ନିଆଁରେ ପତଙ୍ଗ ଝାସ ଦେଲା ଭଳି ଫେସବୁକର ନୂଆ ପ୍ରକଳ୍ପ ଫ୍ରି ବେସିକ (Free Basics) ବିରୋଧରେ ଭିନ୍ନ ଭିନ୍ନ ଧରଣର ମତ ଦେଇଚାଲିଛନ୍ତି । subhashis

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ କାଳରେ ସେଠାରେ ଜୁକରବର୍ଗଙ୍କ ସାଙ୍ଗେ ଭେଟି ଫେସବୁକର ମିଳିତ ସହଯୋଗରେ ଭାରତରେ ସାଧାରଣ ଲୋକଙ୍କ ପାଇଁ ଜ୍ଞାନ ବିତରଣ ଓ ସୂଚନା ପହଞ୍ଚାଇବା ବାବଦରେ ଆଲୋଚନ କରିଥିଲେ।

ଫେସବୁକ ଏହାକୁ  ଭାରତରେ ନିଜର ଚେର ମୋଟା କରିବାର ଏକ ସୁଯୋଗ ଭାବେ ବ୍ୟବହାର କରିବାକୁ ଉଦ୍ୟମ କଲା । ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏହି  ଫ୍ରି ବେସିକ୍ସ ସମ୍ପର୍କରେ ଘୋଷଣା କରିବାର ଦୁଇ ସପ୍ତାହ ନ ପୁରୁଣୁ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ପାଖରେ ସାଢ଼େ ଚାରି ଲକ୍ଷ ପାଖାପାଖି ଇମେଲ ଏହାକୁ ରୋକିବା ଲାଗି ପହଞ୍ଚି ସାରିଲାଣି ।

ଜନନେତା ଓ ଇନଫୋସିସର ସହ ପ୍ରତିଷ୍ଠାତା ନନ୍ଦନ ନୀଳକେଣିଙ୍କ ଠାରୁ ଆରମ୍ଭ କରି ମିଡ଼ିଆନାମାର ପ୍ରତିଷ୍ଠାତା ନିଖିଳ ପାଉଆ, ଭେଞ୍ଚର କ୍ୟାପିଟାଲିଷ୍ଟ ମହେଶ ମୂର୍ତ୍ତି, ଇଣ୍ଟରନେଟ ଆକ୍ଟିଭିଷ୍ଟ ସୁନୀଳ ଆବ୍ରାହାମ, ପ୍ରଣେଶ ପ୍ରକାଶଙ୍କ ଯାଏ ସଭିଏଁ ଏହା ପଛରେ ଫେସବୁକ ଲାଭକାରୀ ମନୋଭାବ ନିହିତ ଅଛି ବୋଲି ଦର୍ଶାଇ ଏହି ଉଦ୍ୟମକୁ କଡ଼ା ନିନ୍ଦା କରିଛନ୍ତି।

ତେବେ କଣ ଏ ଫ୍ରି ବେସିକ୍ସ? କାହିଁକି ଏତେ ବିବାଦ ?

ଫେସବୁକ ବ୍ୟବହାର କରୁଥିବା ଉଣାଅଧିକେ ସଭିଏଁ ଜାଣୁଥିବେ ସେ କେଡ଼େ ଅଠାକାଠି! ଫେସବୁକର ପ୍ରାୟ ବ୍ୟବହାକାରୀ ହେଲେ ଯୁବବର୍ଗର । ତେବେ ଅନ୍ୟ ବଯସର ଲୋକେ ମଧ୍ୟ ଫେସବୁକ ବ୍ୟବହାର କରିଥାନ୍ତି । ଖୁବ କମ ସମୟରେ ଅଧିକ ଲୋକଙ୍କ ସଙ୍ଗେ ମିଶିବା, ଗପିବା ଆଦି ସୁବିଧା ପାଇବା ଯୋଗୁଁ ଅନେକେ ଫେସବୁକ ପ୍ରେମରେ ପଡ଼ିଯାଆନ୍ତି ।

ସରଳ ଭାଷାରେ କହିଲେ ଫେସବୁକ ଇଣ୍ଟରନେଟରେ ଉପଲବ୍ଧ ଏକ ହାଟ ବଜାର । ଲୋକେ ସେଠି କିଛି ସମୟ କାଟିବା ପାଇଁ, ଚିହ୍ନା-ଅଚିହ୍ନା ଲୋକଙ୍କ ସହ ମିଶିବା ପାଇଁ, ଆଳାପ-ଆଲୋଚନା ପାଇଁ ଏକାଠି ହୁଅନ୍ତି । ଅଧିକାଂଶ ଆଲୋଚନା କେବଳ ମଜା ମଉଜ ପାଇଁ ହେଲା ବେଳେ କିଛି ଉପଯୋଗୀ ଆଲୋଚନା ମଧ୍ୟ ହୋଇଥାଏ ।

ଫେସବୁକ ଏକ ବିଶାଳ ଲାଭକାରୀ କମ୍ପାନି । ଏହାର ଆଉ ଏକ ସହ ପ୍ରକଳ୍ପ ହେଲା ହୁଆଟ୍ସ ଅପ । ଏହା ଅନଲାଇନ ଚାଟିଂ ପାଇଁ ବ୍ୟବହାର କରାଯାଏ । ଫଟୋ ଭିଡ଼ିଓରୁ ଆରମ୍ଭ କରି ସାଧାରଣ ଚାଟିଂ ନିମନ୍ତେ ଏହା ଖୁବ ଜଣା । ନିକଟରେ ଫେସବୁକ internet.org ନାମକ ଏକ ସହ-ସଙ୍ଗଠନ ଆରମ୍ଭ କରିଛି ।

ଫ୍ରି ବେସିକ୍ସ ହେଲା ଏ ଇଣ୍ଟରନେଟ ଡଟ ଅର୍ଗ ଅଧୀନରେ ଏକ ଯୋଜନା । ତେବେ ଫେସବୁକ ଓ ଫେସବୁକର ସହ-ପ୍ରକଳ୍ପସବୁକୁ ଅଭାବୀ ଦେଶମାନଙ୍କରେ ଅଧିକ ଲୋକପ୍ରିୟ କରିବା ଲାଗି ସେସବୁକୁ ବିନାମୂଲ୍ୟରେ ପହଞ୍ଚାଇବା ପାଇଁ ଏ ଫ୍ରି ବେସିକ୍ସ । ଭାରତ ସମେତ ଜଗତର ୩୦ଟି ଦେଶରେ ଫ୍ରି ବେସିକ୍ସ ଜରିଆରେ ମାଗଣା ସୀମିତ ଫେସବୁକ ସୁବିଧା ଦେବା ଏହାର ଉଦ୍ଦେଶ୍ୟ ।

ଫ୍ରି ବେସିକ୍ସ ଜରିଆରେ ଆଉ କିଛି ମାଗଣା ୱେବସାଇଟ ମଧ୍ୟ ଉପଲବ୍ଧ ହେବ । ତେବେ ଏଠାରେ ଅନେକ ପ୍ରଶ୍ନ ମନରେ ଉଙ୍କିମାରେ? ଏ ମାଗଣା ୱେବସାଇଟସବୁ ବ୍ୟବହାର ପାଇଁ ଲୋଡ଼ା କି ନାଁ ତା’ର ସିଦ୍ଧାନ୍ତ କିଏ ନେବ, ଫେସବୁକ ନାଁ ବ୍ୟବହାରକାରୀ ?

ଫ୍ରି ବେସିକ୍ସ ଅଧୁନା କିଛି ଦେଶରେ ଉପଲବ୍ଧ ହୋଇଥିବା ବେଳେ ଫିଲିପାଇନ୍ସରେ ରହୁଥିବା ଜଣେ ଭାରତୀୟ ଜିତେଶ ଗୋସ୍ୱାମୀ ନିକଟରେ ନିଜେ ନିଜ ମୋବାଇଲରେ ସେଠାର ଫ୍ରି ବେସିକ୍ସ ଇନଷ୍ଟଲ କରି ଯାହା ମତ ଦେଇଛନ୍ତି ତା’ ଭାରୀ ଚିନ୍ତାର ବିଷୟ । ସାଧାରଣ ଫେସବୁକର ଅଧାରୁ ଅଧିକ ସୁବିଧା ଫ୍ରି ବେସିକ୍ସରେ ନାହିଁ ।

ଏଥିରେ ଫେସବୁକ ବାହାରେ ଥିବା ଭିଡ଼ିଓ ମାଗଣାରେ ଦେଖିହେବନି କି ଖବର ଆଦି ସମ୍ପୂର୍ଣ୍ଣ ପଢ଼ିହେବନି । ପୁଣି ମାଗଣାରେ ମିଳିବାକୁ ଥିବା ବାକି ୱେବସାଇଟସବୁ ବାଛିବାରେ ଫେସବୁକର ଏକଚାଟିଆ ଅଧିକାର ରହିବ । ବ୍ୟବହାରକାରୀ  କଣ ଚାହାନ୍ତି ନ ଚାହାନ୍ତି ତାହା ଫେସବୁକ ନିର୍ଣ୍ଣୟ କରିବ ।

ଆଉ ଗରୀବ ମାଇପ ସବୁରି ଶାଳୀ ନ୍ୟାୟରେ ଗରୀବଙ୍କୁ ମାଗଣା ତିଅଣର ସୁଆଦ ଚଖାଇ ଫେସବୁକ ସେମାନଙ୍କୁ ଇଣ୍ଟରନେଟ ଯୋଗାଇବା ଆଳରେ କେବଳ ଫେସବୁକର ପରିଧି ଭିତରେ ବାନ୍ଧି ରଖିବ ।

ଫେସବୁକ ଉଇକିପିଡ଼ିଆ Mozilla ଭଳି ଖୋଲା ସଫ୍ଟଓଏର ବ୍ୟବହାର କରେନାହିଁ କି ଲୋକଙ୍କ ଉଦ୍ୟମରେ ତିଆରି ନୁହେଁ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଲାଭକାରୀ କମ୍ପାନି । ତେଣୁ ଫେସବୁକର ସବୁ କାମ ଲୋକଙ୍କ ସ୍ୱାର୍ଥ ନୁହେଁ ବରଂ ନିଜ ସ୍ୱାର୍ଥ ହାସଲ ପାଇଁ ।

ଅଭାବୀ ଦେଶର ଲୋକଙ୍କ ମନ ଜିଣିବା ପାଇଁ ଓ ନିଜର ବ୍ୟବହାର କାରୀଙ୍କ  ସଂଖ୍ୟା ବଢ଼ାଇବା ପାଇଁ ଏହା ଫେସବୁକର ଏକ ମସୁଧା ବୋଲି ଅନେକ ଚିନ୍ତାଶୀଳ ଲୋକେ ମତ ଦେଇଛନ୍ତି । ଫେସବୁକର ଏହି ଏକ ଚାଟିଆ କାମ ନେଟ ନିଉଟ୍ରାଲିଟି ବା ନେଟ ସମାନତାର ପକ୍ଷପାତୀ ।

ପକ୍ଷପାତ ନ କରି ସବୁ ୱେବସାଇଟକୁ ସମାନ ଭାବେ ଗଣିବା ନେଟ ସମାନତା ନାମରେ ଜଣା । ଫ୍ରି ବେସିକ୍ସରେ ଥିବା ନାନାଦି ଭୁଲ ବିଷୟକୁ ଭଲ ଭାବେ ତନଖି କରିବା ପାଇଁ ନିକଟରେ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ଫ୍ରି ବେସିକ୍ସକୁ କିଛି ସମୟ ପାଇଁ ବାସନ୍ଦ କରିଛି ।

ଚତୁର ଫେସବୁକ କେବେ ଚାଷୀମାନଙ୍କୁ ପାଣିପାଗ ଜାଣିବାରେ ଫ୍ରି ବେସିକ୍ସ ସାହାଯ୍ୟ କରିବ ତ କେବେ ଅଭାବୀ ଭାରତୀୟଙ୍କୁ ପରସ୍ପର ସହ ଯୋଡ଼ିବାରେ ସାହାଯ୍ୟ କରିବ ବୋଲି ଦେଶସାରା ସହର ବଜାର ସବୁଠି ଜୋରଦାର ପ୍ରଚାର ଚଳାଇଥିଲା ।

ସବୁ ଖବରକାଗଜରେ ପୂରା ଫର୍ଦ ବିଜ୍ଞାପନ ଆଉ ସବୁ ବସ ରହିବା ସ୍ଥାନରେ ବଡ଼ ବଡ଼ ହୋର୍ଡ଼ିଂ । ଆଉ ଏଥିରେ ସଭିଙ୍କୁ ଅନୁରୋଧ ଥିଲା ଏକ ନମ୍ବରକୁ ମିସ କଲ ଦେଇ ଫ୍ରି ବେସିକ୍ସକୁ ସମର୍ଥନ କରିବା ପାଇଁ । ଏ ପ୍ରଚାର ପ୍ରସାରରେ ୧୦୦ କୋଟିରୁ ଅଧିକ ବୋଧେ ଖର୍ଚ୍ଚ ହୋଇଥିବ! କେଉଁଠୁ ଆଦାୟ ହେବ ଏ ପଇସା? ଫ୍ରି ବେସିକ୍ସର ମାଗଣା ଫେସବୁକ ଓ ବାକି ୱେବସାଇଟକୁ ସୁବିଧା ଦେବାର ଏ ଆଳ ବିରୋଧରେ ଝଡ଼ ଉଠିଛି ।

Savetheinternet.in ନାମରେ ଏକ ୱେବସାଇଟ ତିଆରି କରି ଇଣ୍ଟରନେଟରେ ସମାନତା ପାଇଁ ଲଢ଼ୁଥିବା କର୍ମୀଏ ଏକରକମ ଆନ୍ଦୋଳନ ଆରମ୍ଭ କରିଛନ୍ତି ।

ଫେସବୁକର ମିସ କଲ ଅଭିଯାନର କଡ଼ା ଜବାବ ଦେବାପାଇଁ Savetheinternet.in ଓ fsmi.in ନାମକ ଦୁଇଟି ୱେବସାଇଟ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇ ଟ୍ରାଇ ପାଖକୁ ଇମେଲ ପଠାଇବା ଅନୁରୋଧ କରାଯାଇଥିଲା । ଫେସବୁକର କୋଟି କୋଟି ଟଙ୍କା ଖର୍ଚର ମିସ କଲ ଅଭିଯାନରୁ ୧୦ ଲକ୍ଷ ସମର୍ଥନ ମିଳିଥିବା ବେଳେ ବିନା ପଇସାରେ ସାଢ଼େ ଚାରି ଲକ୍ଷରୁ ଅଧିକ ଲୋକ ଇମେଲ ଜରିଆରେ ଫ୍ରି ବେସିକ୍ସକୁ ବିରୋଧ କରି ଟ୍ରାଇକୁ ଇମେଲ କରିଛନ୍ତି ।

ତେବେ ଫେସବୁକର ଏହି ସମର୍ଥନ ସଂଗ୍ରହକୁ ଟ୍ରାଇର ସଭାପତି ଆରଏସ ଶର୍ମା ଘୋର ନିନ୍ଦା କରି କହିଛନ୍ତି ଏଯାବତ ଫେସବୁକ ଯେଉଁ ୧୪ ଲକ୍ଷ ଲୋକଙ୍କୁ ପ୍ରଭାବିତ କରି ସେମାନଙ୍କୁ ମିସ କଲ ଜରିଆରେ ସମର୍ଥନ ଆଣିଛି ତା’ ମୂଲ୍ୟହୀନ ।

୧୦୦ କୋଟି ଟଙ୍କାର କି ଅପଚୟ! ସେତିକି ପଇସାରେ ଶହେ ହଜାର ଲୋକଙ୍କ ମାଗଣାରେ କିଛି ଉପଯୋଗୀ ସାଇଟ ଦେଖିବା ସୁଯୋଗ ଦେଇଥିଲେ ଆହୁରି ଭଲ ହୋଇଥାନ୍ତା ।

ଫ୍ରି ବେସିକ୍ସରେ ଲୁଚି ରହିଥିବା ସବୁଠୁ ବଡ଼ ବିପଦଟି ହେଲା ଫେସବୁକର ତଥ୍ୟ ସଂଗ୍ରହ କାରସାଦି । ବ୍ୟବହାର୍ରକାରୀ କି କି ସାଇଟ ଦେଖିଲେ, କାହା ସଙ୍ଗେ ଗପିଲେ ସେସବୁ ଏହା ତାଙ୍କ  ଅଗୋଚରେ ଟିକିନିଖି କରି ହିସାବ ରଖିଥାଏ । ସଳଖେ କହିଲେ ଫେସବୁକରେ ବ୍ୟବହାର କାରୀ ବାପୁଡ଼ାର ବ୍ୟକ୍ତିଗତ ବୋଲି କିଛି ରହିବ ନାହିଁ ।

ଫେସବୁକ ଆରମ୍ଭରୁ ଶବ୍ଦସମ୍ଭାରରେ ଭରା ଏକ ଲମ୍ବା ବିବରଣୀରେ ତଥ୍ୟ ସଂଗ୍ରହରେ ବ୍ୟବହାରକାରୀଙ୍କ କୌଣସି ଅଭିଯୋଗ ନାହିଁ ବୋଲି ଖୁବ ଚତୁର ଭାବେ ତାଙ୍କଠୁ ଅନୁମତି ନେଇଯାଏ । ଅନଭିଜ୍ଞ ବ୍ୟବହାରକାରୀ ପାଠ ଘର ଯାହା ସେଥିରେ ସେ ଏ ଫିକର ବୁଝିବ ବା କିପରି?

ଇଣ୍ଟରନେଟ ଓକିଲ ଇବେନ ମଗଲେନ ଓ ମିସି ଚୌଧୁରୀ ଏକ ଲେଖାରେ ଦୁହେଁ ତନ୍ନ ତନ୍ନ କରି ବିଶ୍ଳେଷଣ କରିଛନ୍ତି ଏ କଥା । ପ୍ରଶ୍ନ ଉଠେ ଯେ ଫେସବୁକ ଧନୀ ଦେଶରେ ଏଭଳି ବେପରୁଆ ଅପସାହସ କରିବକି?

ଏହି ଭଳି ଆଉ ଏକ କୁଟିଳ ବିଷୟ ଥିଲା ଏଆରଟେଲ ଜିରୋ । ଏଆରଟେଲ ଜିରୋ ଆଉ ଫ୍ରି ବେସିକ ଭିତରେ ବଡ଼ ସମାନତା ହେଉଛି ଉଭୟ କମ୍ପାନି କିଛି ୱେବସାଇଟଙ୍କଠାରୁ ବିପୁଳ ପରିମାଣରେ ପଇସା ନେଇ ସେ ୱେବସାଇଟସବୁକୁ ବ୍ୟବହାର କାରୀଙ୍କ ପାଇଁ ମାଗଣାରେ ଯୋଗାଇଥାନ୍ତି ।

ଏଥିରେ ସେବା ଯୋଗାଣକାରୀ ଓ ମାଗଣାରେ ବ୍ୟବହାର କାରୀଙ୍କ ପାଖେ ପହଞ୍ଚୁଥିବା ୱେବସାଇଟସବୁଙ୍କ ସିଧାସଳଖ ସ୍ୱାର୍ଥ ନିହିତ ଥାଏ । ପାଠକଙ୍କୁ ଜ୍ଞାନ ବିତରଣ କରିବାର ତୁଚ୍ଛା ବିଜ୍ଞାପନ ତଳେ ଯେ ଏତେ ଫନ୍ଦି ରହିଛି ତାହା ପାଠକ ବାପୁଡ଼ା ବା ଜାଣିବ କେମନ୍ତେ? ଆଉ ଧନୀ ଦେଶରେ ଏଭଳି ଫିକର ସହଜେ ଧରାପଡ଼ିବ ବୋଲି ଫେସବୁକ ଭଳି କମ୍ପାନି ୩୦ଟି ଅଭାବୀ ଦେଶକୁ ଥୋପ କରିଛି ।

ତେବେ ମାଗଣାରେ କିଛି ୱେବସାଇଟ ଉପଲବ୍ଧ କରାଇବା କିଛି ନୂଆ ନୁହେଁ । ଅତୀତରେ ବଙ୍ଗଳାଦେଶରେ Mozilla (ଫାୟାରଫକ୍ସ ଭଳି ନାନାଦି ଖୋଲା ସଫ୍ଟଓଏର ପରିଚାଳନା କରୁଥିବା ସଙ୍ଗଠନ) ଗ୍ରାମୀଣଫୋନ ନାମକ ଯୋଜନା ଜରିଆରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ ଦିନକୁ ୨୦ MBର ଡାଟା ଦେବା ସାରା ଜଗତରେ ଆଲୋଚନା ବିଷୟ ହୋଇଥିଲା ।

ମୋଜିଲା ଓ ମୋବାଇଲ ସେବା ଯୋଗାଣକାରୀ ଟେଲିନର ଏଥି ପାଇଁ ପ୍ରଶଂସାର ପାତ୍ର ହୋଇଥିଲେ । ଅନେକ ଦେଶରେ ସାଧାରଣ ଲୋକେ ବିଭିନ୍ନ ବିଷୟରେ ଜାଣିବାକୁ ପାଉନଥିବାରୁ ଏସଏସମେସ ଓ ଇଣ୍ଟରନେଟ ଯୋଗେ ସାଧାରଣ ଲୋକଙ୍କ ଦ୍ୱାରା ସମ୍ପାଦିତ ଅନଲାଇନ ଜ୍ଞାନକୋଷ ଉଇକିପିଡ଼ିଆ, ଉଇକିପିଡ଼ିଆ ଜିରୋ ପ୍ରକଳ୍ପ ଜରିଆରେ ମାଗଣାରେ ଯୋଗାଇଦିଆଯାଉଛି ।

ଭାରତରେ ମଧ୍ୟ ପରୀକ୍ଷାମୂଳକ ଭାବେ କିଛି ସ୍ଥାନରେ ଏହି ସୁବିଧା ଦିଆଯାଇଛି । ତେବେ ଜ୍ଞାନ ବିତରଣ ପାଇଁ ଏହି ଭଳି ଉଦ୍ୟମ ସବୁରି ଆଦର ପାଆନ୍ତି । କିନ୍ତୁ ନିଜ ସ୍ୱାର୍ଥ ହାସଲ ନିମନ୍ତେ ଜଗତର ହିତ ନାମରେ ଗରୀବଙ୍କ ଗରିବୀକୁ ଥୋପ କରି ଫେସବୁକର ଫ୍ରି ବେସିକ୍ସ କେବଳ ନିନ୍ଦା ପାଇଛି । ଲୋକଙ୍କ ସମର୍ଥନ ପାଇବାକୁ ହେଲେ କିଛି ପରିମାଣରେ ସଚ୍ଚା ହେବାକୁ ଯେ ପଡ଼ିବ ଏ କଥାଟି ଫେସବୁକ ଏବେଠୁ ହେଜିଲେ ଆଗକୁ ମଙ୍ଗଳ ହେବ ।

ଲେଖକ ପରିଚୟ:

ଶୁଭାଶିଷ ପାଣିଗ୍ରାହୀ ବେଙ୍ଗାଳୁରର ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିରେ ଭାରତୀୟ ଭାଷାରେ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ପ୍ରକଳ୍ପ ତଥା ସ୍ୱେଚ୍ଛାସେବୀ ସମୂହର ବିକାଶ ନିମନ୍ତେ ବିଗତ କିଛି ବର୍ଷ ଧରି କାମ କରୁଛନ୍ତି ।

ଆଗରୁ ଇଂରାଜୀ ସମେତ ବିଭିନ୍ନ ଦକ୍ଷିଣ ଏସୀୟ ଭାଷାରେ ଉଇକିପିଡ଼ିଆର ବିକାଶ ପାଇଁ ସେ ଉଇକିମିଡ଼ିଆ ଫାଉଣ୍ଡେସନରେ ସକ୍ରିୟ ଥିଲେ । ଉଇକିମାନିଆ ହଂକଂ, ଲଣ୍ଡନ ଓ ମେକ୍ସିକୋ ସିଟି, ଓପନ ନଲେଜ ଡେ ବର୍ଲିନ, ଗ୍ଲୋବାଲ ଭଏସେସ ସମିଟ ଫିଲିପାଇନ୍ସ ଆଦି ଦେଶବିଦେଶରେ ଭାଷାର କମ୍ପ୍ୟୁଟରୀକରଣ ଓ ଭାଷା ପାଇଁ ଟେକନୋଲୋଜି ବିକାଶ ସମ୍ବନ୍ଧରେ ସେ ବିଭିନ୍ନ ସମ୍ମିଳନୀରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି ।

ଦୀର୍ଘ ଦିନ ଧରି ଓଡ଼ିଆ ଉଇକିପିଡ଼ିଆ ସହିତ ମୋଜିଲା, ଓପନ ଗ୍ଲାମ, ଗ୍ଲୋବାଲ ଭଏସେସ, ଓପନସୋର୍ସ ଡଟ କମ ଆଦି ବିଶ୍ୱସ୍ତରୀୟ ପ୍ରକଳ୍ପ ସହ ସକ୍ରିୟ ଭାବେ ଜଡ଼ିତ । ଜଣେ ନିୟମିତ ସ୍ତମ୍ଭକାର ଭାବେ ସେ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ଖବରକାଗଜ, ବ୍ଲଗ ଆଦିରେ ଓ ନିଜ ବ୍ଲଗ http://psubhashish.comରେ ନିଜର ନିବନ୍ଧ ଲେଖନ୍ତି ।ଟୁଇଟରରେ ଶୁଭାଶିଷଙ୍କ ସହ @subhapa ରେ ଯୋଗାଯୋଗ କରିହେବ ।

ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି, ବେଙ୍ଗାଳୁର
psubhashish@gmail.com

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଫେସବୁକ, ବେଙ୍ଗାଳୁର, ଶୁଭାଶିଷ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Page 6
  • Interim pages omitted …
  • Page 33
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ