• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଶା ଡଟ କମ

ହିନ୍ଦୀ ଚଳଚ୍ଚିତ୍ର ପାଇଁ ଓଡ଼ିଆ ବ୍ୟକ୍ତିଙ୍କୁ ପୁରସ୍କାର

November 14, 2010 by ଓଡିଶା ଡଟ କମ Leave a Comment

କେନ୍ଦ୍ରାପଡ଼ା, ଅକ୍ଟୋବର ୨୪(ଓଡ଼ିଶା ଡ଼ଟ୍ କମ୍) ହିନ୍ଦୀ ଚଳଚ୍ଚିତ୍ର ପାଇଁ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ସୁବାସ ସାହୁଙ୍କୁ ୫୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ରାଷ୍ଟ୍ରପତି ପ୍ରତିଭା ପାଟିଲ ପୁରସ୍କୃତ କରିଛନ୍ତି ।

ଅରଜିବାଲୁରିଆ ଗ୍ରାମର ୪୫ ବର୍ଷ ବୟସ୍କ ସାହୁଙ୍କୁ ଚଳଚ୍ଚିତ୍ର ‘କମିନେ’ର ଓଡ଼ିଓଗ୍ରାଫି ପାଇଁ ଗତ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଉକ୍ତ ଚଳଚ୍ଚିତ୍ରର ସାଉଣ୍ଡ ରେକଡ଼ିଷ୍ଟ ଭାବେ ବେଷ୍ଟ ଅଟୋବାଇଓଗ୍ରାଫି ପୁରସ୍କାର ପାଇଥିବାରୁ ଏହା ସବୁଦିନ ପାଇଁ ମନେ ରହିବ ବୋଲି ସେ ପୁରସ୍କାର ଗ୍ରହଣ କରିବା ପରେ ନୂଆଦିଲ୍ଲୀରୁ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

୨୦୦୯ ବର୍ଷ ପାଇଁ କୌଣସି ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇନଥିବାରୁ ବହୁତ ଦୁଃଖ ଲାଗୁଛି, ସେ କହିଛନ୍ତି ।

ପୁରସ୍କାର ଗ୍ରହଣଦିନ ଉକ୍ତ ଗ୍ରାମର ସମସ୍ତ ଲୋକ ଟିଭି ଲଗାଇ ଏହି କାର୍ଯ୍ୟକ୍ରମ ଦେଖିଥିଲେ । ରାଷ୍ଟ୍ରପତିଙ୍କ ଠାରୁ ସୁବାସ ପୁରସ୍କାର ଗ୍ରହଣ କରିବା ଦେଖି ତାଙ୍କ ମା ଖୁସିରେ କାନ୍ଦି ପକାଇଥିଲେ ।

“ସେ ଗାଁ ଯାତ୍ରାରେ ଅଭିନୟ କରି ଜଣେ ଅଭିନେତା ହେବାକୁ ଲକ୍ଷ୍ୟ ରଖିଥିଲା କିନ୍ତୁ ଭାଗ୍ୟ ତାକୁ ଜଣେ ସଫଳ ସାଉଣ୍ଡ ରେକଡ଼ିଷ୍ଟ ଭାବେ ତିଆରି କଲା” ଗ୍ରାମର ଜଣେ ବ୍ୟକ୍ତି ପ୍ରଫୁଲ୍ଲ ନାୟକ କହିଛନ୍ତି ।

“ଏହି ସଫଳତା ପାଇଁ ଏକ ଉତ୍ସବରେ ତାଙ୍କୁ ଜିଲ୍ଲା ନାଗରିକ ଫୋରମ ପକ୍ଷରୁ ସମ୍ମାନୀତ କରାଯିବ” ନାଗରିକ ଫୋରମ ସଂଯୋଜକ ଅମର କୁମାର ବିଶ୍ୱାଳ କହିଛନ୍ତି ।

ଭିତରକନିକା ଜାତୀୟ ଉଦ୍ୟାନ ଓ ଅଭିଲ ରିଡ଼ଲେ କଇଁଛଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବି, ସୁବାସ କହିଛନ୍ତି ।

୧୯୮୨ରେ ଗାଁ ସ୍କୁଲରୁ ମ୍ୟାଟ୍ରିକ ପାସ୍ କରିବା ପରେ ସେ ଭୁବନେଶ୍ୱର ସ୍ଥିତ ମହର୍ଷି କଲେଜରୁ ଆଇଏସ୍ସି ପାସ୍ କରିବା ପରେ ଚେନ୍ନାଇରୁ ଇଲେକ୍ଟ୍ରୋନିକ ଓ କମ୍ୟୁନିକେଶନରେ ଡ଼ିଗ୍ରୀ ହାସଲ କରିଥିଲେ । ୧୯୯୪ରେ ପୁନେ ସ୍ଥିତ ଫିଲ୍ମ ଓ ଟିଭି ଇନଷ୍ଟିଚ୍ୟୁଟ ଡ଼ିଗ୍ରୀ ହାସଲ କରିବା ସହ ସାଉଣ୍ଡ ରେକଡ଼ିଂରେ ବିଶେଷ ଜ୍ଞାନ ଆହରଣ କରିଥିଲେ ।

ମୁମ୍ବାଇର ବିଶିଷ୍ଟ ସାଉଣ୍ଡ ରେକଡ଼ିଷ୍ଟ ନମିତା ନାୟକଙ୍କ ଅଧିନରେ “ସରଫୋରସ” ଓ “କରିପ” ସହ ସେ ଆଠଟି ଚଳଚ୍ଚିତ୍ରରେ କାମ କରିଛନ୍ତି ।

ଚକ୍ରଧର ସାହୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ନୀଳ ମାଷ୍ଟ୍ରାଣୀ’ ପାଇଁ ୧୯୯୬ରେ ସେ ରାଜ୍ୟ ପୁରସ୍କାର ପାଇବା ସହ ୨୦୦୦ରେ ଇଂରାଜୀ ଚଳଚ୍ଚିତ୍ର “ପରଫେକ୍ଟ ହଜ୍ବ୍ୟାଣ୍ଡ”ରେ ମଧ୍ୟ ସେ କାମ କରିଥିଲେ ।

ହିନ୍ଦୀ ଚଳଚ୍ଚିତ୍ର “ଓମ୍କାରା” ପାଇଁ ୨୦୦୬ରେ ଫିଲ୍ମ ଫେୟାର ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ବିଶାଳ ଭର୍ୱାଜଙ୍କ ଦ୍ୱାରା ନିଦେ୍ର୍ଧଶିତ”କମିନେ” ଚଳଚ୍ଚିତ୍ର ପାଇଁ ଷ୍ଟାର ସ୍କ୍ରିନ ଆୱାର୍ଡ଼ ମଧ୍ୟ ପାଇଛନ୍ତି ।

ଏହି ପୁରସ୍କାର ପ୍ରଦାନ ଉତ୍ସବରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅମ୍ବିକା ସୋନୀ, ଚଳଚ୍ଚିତ୍ର ଉତ୍ସବର ନିଦେ୍ର୍ଧଶକ ଏସ୍.ଏମ୍ ଖାନ୍, ଫିଚର ଫିଲ୍ମ ଜୁରି ଅଧ୍ୟକ୍ଷ ରମେଶ ସିପି ଓ ଚଳଚ୍ଚିତ୍ର ଜଗତର ବହୁ ଅଭିନେତା ଅଭିନେତ୍ରୀ ଯୋଗ ଦେଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା ଜିଲ୍ଲା, ମୁଖ୍ୟ ଖବର

ଲାଡ଼୍ଲି ମିଡ଼ିଆ ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ

November 14, 2010 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ବିଜ୍ଞାପନ, ପ୍ରିଣ୍ଟ ମିଡ଼ିଆ, ଇଲେକ୍ଟ୍ରୋନିକ୍ସ ମିଡ଼ିଆ, ସମ୍ବାଦ ସଂଗ୍ରହ, ଫିଚର କ୍ଷେତ୍ରରେ ଉଲ୍ଲେଖନୀୟତା ପାଇଁ ଦିଆଯାଉଥିବା ଲାଡ଼୍ଲି ମିଡ଼ିଆ ପୁରସ୍କାର ୨୦୧୦-୧୧ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି ।

ପପୁଲେସନ ଫାଷ୍ଟ ଏବଂ ୟୁନାଇଟେଡ଼ ନେସନ୍ସ ପପୁଲେସନ ଫଣ୍ଡ (ୟୁଏନ୍ଏଫ୍ପିଏ)ର ମିଳିତ ଉଦ୍ୟମରେ ୨୦୦୭ରୁ ଏହି ପୁରସ୍କାର ଭାରତର ଚାରୋଟି ଅଞ୍ଚଳରେ ଦିଆଯାଉଛି । ପୂର୍ବାଞ୍ଚଳ ରାଜ୍ୟ ମଧ୍ୟରେ ଅରୁଣାଚଳପ୍ରଦେଶ, ଆସାମ, ବିହାର, ଝାଡ଼ଖଣ୍ଡ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ସିକିମ୍, ତ୍ରିପୁରା ଏବଂ ପଶ୍ଚିମବଙ୍ଗ ରହିଛି ।

ପୂର୍ବାଞ୍ଚଳ ପାଇଁ ସଂଯୋଜକ ସଂସ୍ଥା ଓମେନ୍ସ ଆକ୍ସନ ରୋଟାରୀ ଏହି ପୁରସ୍କାର ନିମନ୍ତେ ସଂଯୋଜନା କରିଥାନ୍ତି । ପୁରସ୍କାର ପାଇଁ ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରୁ ଦରଖାସ୍ତ ଆହ୍ୱାନ କରାଯାଉଛି ।

ଗଣ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଏହାର ବିଚାରକମଣ୍ଡଳୀ ରଖାଯାଇଛି । ଜାନୁୟାରୀ ପହିଲା ୨୦୧୧ ଦରଖାସ୍ତ ଗ୍ରହଣର ଶେଷ ତାରିଖ ।

ଲାଡ଼୍ଲି ହେଉଛି ମୁମ୍ବାଇର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପପୁଲେସନ ଫାଷ୍ଟର ଶିଶୁକନ୍ୟା କ୍ୟାମ୍ପେନ । ଏହା ସ୍ୱାସ୍ଥ୍ୟ, ଜନସଂଖ୍ୟା ଏବଂ ମହିଳା ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ କାମ କରିଥାଏ ।

କନ୍ୟା ହ୍ରାସ ପାଉଥିବାରୁ ଏହି ସଂଖ୍ୟା କିପରି ବୃଦ୍ଧି ପାଇବ ସଂଗଠନ ପକ୍ଷରୁ ସେଦିଗରେ ସଚେତନତା ସୃଷ୍ଟି କରାଯାଉଛି । ୨୦୧୧ ଫେବୃୟାର ମଧ୍ୟ ଭାଗରେ ଭୁବନେଶ୍ୱରରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ପୂର୍ବାଞ୍ଚଳ ପୁରସ୍କାର ପାଇଁ ଦରଖାସ୍ତ ପଠାଇବା ଠିକଣା

ମଣିପଦ୍ମା ଜେନା
୧୯, ସତ୍ୟନଗର
ଭୁବନେଶ୍ୱର-୭୫୧୦୦୭
ଓଡ଼ିଶା
ମୋବାଇଲ: ୯୧ ୯୪୩୭୩୦୧୩୨୫

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ଲାଡ଼୍ଲି ମିଡ଼ିଆ ପୁରସ୍କାର

ବିକାଶଠୁ ବହୁ ଦୂରରେ ଅନୁଗୁଳର ପୱାଲା ଗ୍ରାମ

November 14, 2010 by ଓଡିଶା ଡଟ କମ Leave a Comment

ଅନୁଗୁଳ, ଜୁନ୍ ୨୯(ଓଡ଼ିଶା ଡ଼ଟ୍ କମ୍) ଗ୍ରାମାଞ୍ଚଳର ବିକାଶରେ ଦେଶର ବିକାଶ ବୋଲି ସବୁବେଳେ ଉଲ୍ଲେଖ କରାଯାଉଥିବା ବେଳେ ସ୍ୱାଧିନତାର ବହୁ ବର୍ଷ ପରେ ମଧ୍ୟ ଅନୁଗୁଳ ଜିଲ୍ଲାର ଏକ ଗ୍ରାମ ବିକାଶ ଠାରୁ ବହୁ ଦୂରରେ ରହିଛି ।

ଜିଲ୍ଲା ସଦରମହକୁମା ଠାରୁ ୪୦ କିମି ଦୂରରେ ଅବସ୍ଥିତ ଦୂଇ ଶହରୁ ଉର୍ଦ୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ପୱାଲା ଗ୍ରାମ । ଏଠାକାର ଲୋକଙ୍କ ଜୀବନ ଶୈଳୀରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ ।

ନିକଟରେ ବିଧାନସଭାରେ ଉପସ୍ଥାପିତ ୨୦୧୦ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ଅନୁଗୁଳ ଜିଲ୍ଲା ଦାରିଦ୍ର୍ୟ ସୀମାରେଖା ଉପରେ ରହିଛି ।

ଜିଲ୍ଲାରେ ଦୃତ ଶିଳ୍ପାୟନ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

ଚତୁଃପାର୍ଶ୍ଵରେ ବିଭିନ୍ନ କଳକାରଖାନା ଗଢି ଉଠିଥିଲେ ମଧ୍ୟ ଏହି ଗ୍ରାମରେ ବିକାଶର ଧାରା ପହଞ୍ଚି ପାରିନାହିଁ । ଉକ୍ତ ଗ୍ରାମବାସୀମାନେ ସାଧାରଣ ଅବଶ୍ୟକତା ଠାରୁ ବଞ୍ଚିତ ହେଉଛନ୍ତି ।

ପଛୁଆ ଅଞ୍ଚଳ ହୋଇଥିବାରୁ ଗ୍ରାମକୁ ଯୋଗାଯୋଗର ବ୍ୟବସ୍ଥା ନଥିବା ବେଳେ ସରକାରଙ୍କ ସ୍ୱାସ୍ଥ୍ୟ ସେବା ମଧ୍ୟ ପହଞ୍ଚି ପାରୁନାହିଁ । ଗମନାଗମନ ପାଇଁ ସବୁ ଦିନିଆ ରାସ୍ତା ମଧ୍ୟ ନାହିଁ । ଶିକ୍ଷା କ୍ଷେତ୍ରରେ ଗ୍ରାମଟି ବହୁ ପଛରେ । ଗାଁରେ ସ୍କୁଲ ଥିଲେ ମଧ୍ୟ ଶିକ୍ଷକ ନାହାନ୍ତି ତେଣୁ ଅଧିକାଶଂ ପିଲା ସ୍କୁଲ ଛାଡ଼ୁଛନ୍ତି ।

ଗାଁର ଅଧିକାଂଶ ଲୋକ କନ୍ଧ ସଂପ୍ରଦାୟର । ସଚେତନତାର ଅଭାବରୁ ସେମାନେ ସବୁବେଳେ ଖଜୁରୀ ତାଡ଼ି ପିଇଥାନ୍ତି ଓ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ।

ଏଥିଯୋଗୁଁ ଏଠାରେ ପ୍ରାୟ ୧୫ରୁ ଉର୍ଦ୍ଧ୍ଵ ବିଧବା ମହିଳା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି । ଜୀବନ ଜୀବିକା ନିର୍ବାହ କରିବା ପାଇଁ କୌଣସି ମାଧ୍ୟମ ନଥିବାରୁ ସେମାନେ ନିକଟସ୍ଥ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି ।

ଗାଁରେ ପ୍ରାୟ ସବୁବେଳେ ହାତୀଙ୍କ ପ୍ରବେଶ ଯୋଗୁଁ ସେମାନେ ଚାଷ କରିବାରୁ ବଞ୍ଚିତ ହେଉଛନ୍ତି ।

ସ୍ୱାସ୍ଥ୍ୟସେବା ପାଇଁ ସେମାନେ ଚେରମୂଳି ଔଷଧ ବ୍ୟବହାର କରନ୍ତି । ଡ଼ାକ୍ତରୀ ଔଷଧ ଉପରେ ସେମାନଙ୍କର ବିଶ୍ୱାସ ନଥିବା ବେଳେ ପ୍ରାଥମିକ ସ୍ୱାସ୍ଥ୍ୟସେବା ତାଙ୍କ ପାଇଁ ଉପଲବଧ ହୋଇପାରୁ ନାହିଁ ।

କୌଣସି ରାଜନୈତିକ ବ୍ୟକ୍ତି ବା ସରକାରୀ ଅଧିକାରୀ ଏହି ଅସୁବିଧା ସଂପର୍କରେ ଶୁଶୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିବା ବେଳେ କେବେ ପ୍ରଶାସନ ଏହି ଅଞ୍ଚଳରେ ପହଞ୍ଚିବ ତାହା ସେମାନେ ଅପେକ୍ଷା କରି ରହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅନୁଗୁଳ, ମୁଖ୍ୟ ଖବର

ଆଇଟା ଟ୍ୟାଲେଣ୍ଟ ସିରିଜରେ ଓଡ଼ିଆ ଝିଅ ଅଭୀପ୍ସା ଚମ୍ପିଆନ

November 14, 2010 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ୧୪ ଓ ୧୬ ବର୍ଷରୁ କମ୍ ଅଲ୍ ଇଣ୍ଡିଆ ଟେନିସ ଆସୋସିଏସନ୍(ଆଇଟା) ଟ୍ୟାଲେଣ୍ଟ ସିରିଜରେ ଓଡ଼ିଆ ଝିଅ ଅଭୀପ୍ସା ରଥ ଚମ୍ପିଆନ ହୋଇଛନ୍ତି ।

କର୍ଣ୍ଣାଟକ ପକ୍ଷରୁ ଖେଳୁଥିବା ଅଭୀପ୍ସା ବାଳିକା ବିଭାଗର ଦୁଇଟି ଫାଇନାଲରେ ୧୪ ବର୍ଷରୁ କମ୍ ସିଙ୍ଗଲ୍ସରେ ସୂର୍ଯ୍ୟାନାରାୟଣଙ୍କୁ ୬-୨, ୬-୪ ଏବଂ ୧୬ ବର୍ଷରୁ କମ୍ ଫାଇନାଲରେ ତାମିଲନାଡ଼ୁର ଜିଏସ୍ ବାସବୀଙ୍କୁ ୭-୫,୨-୬,୬-୨ ସେଟ୍ ରେ ପରାସ୍ତ କରି ଉଭୟ ଟାଇଟଲ ଜିତିଛନ୍ତି ।

ସିରିଜ ଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ ପୋଲିସ ମହାନିଦେ୍ର୍ଧଶକ ମନମୋହନ ପ୍ରହରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ ।

ବେଙ୍ଗାଲୁରୁ ମାଲେଶ୍ୱରମ୍ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଅଭୀପ୍ସା ହେଉଛନ୍ତି ନାବାର୍ଡ଼ ଯାଜପୁର ଶାଖାର ଉପ ମହାପ୍ରବନ୍ଧକ ଆଦିତ୍ୟ ବିକ୍ରମ ରଥ ଓ ଅତସୀ ରଥଙ୍କ କନିଷ୍ଠା କନ୍ୟା ।

ତାଙ୍କ ବଡ଼ ଭଉଣୀ ଅନନ୍ୟା ବର୍ତ୍ତମାନ ଇଂଜିନିୟରିଂ ପଢୁଛନ୍ତି । ଅଭୀପ୍ସାଙ୍କ ଜେଜେବାପା ବାଣପୁର ନିବାସୀ ସ୍ୱର୍ଗତ ଗଣେଶ୍ୱର ରଥ ଓ ଜେଜେମା ଶାନ୍ତିଲତା ରଥ ଓ ଅଜା ନିମାପଡ଼ା ନିବାସୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଓ ଆଈ ସ୍ୱର୍ଗତା ଇନ୍ଦୁପ୍ରଭା ତ୍ରିପାଠୀ ।

ଆମିଷ ଖାଦ୍ୟ ଖାଇବାକୁ ଭଲ ପାଉଥିବା ଅଭୀପ୍ସା ଦୀର୍ଘ ପାଞ୍ଚ ବର୍ଷ ହେଲା ଦୈନିକ ସକାଳେ ଓ ସଂଧ୍ୟାରେ ଚାରିଘଣ୍ଟା ବେଙ୍ଗାଲୁରୁ ସ୍ଥିତ ଟେନିସ ଆଡ଼୍ଭେନ୍ଟେଜ୍ କେନ୍ଦ୍ରରେ କୋଚ୍ ପିଟର ବିଜୟ କୁମାରଙ୍କ ତତ୍ୱାବଧାନରେ ଖେଳ ଜାରି ରଖିଛନ୍ତି । ଟେନିସ୍ ଖେଳିବା ସହ ବଗିଚା କାମ କରିବା ଓ ଗୀତ ଶୁଣିବାରେ ତାଙ୍କର ଋଚି ରହିଛି ।

“ଅଭୀପ୍ସା କେବଳ ଆମ ପାଇଁ ନୁହେଁ ସମଗ୍ର ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି” ଅଜା କୃଷ୍ଣଚନ୍ଦ୍ର ତ୍ରିପାଠୀ କହିଛନ୍ତି । ଭବିଷ୍ୟତରେ ଜଣେ ଭଲ ଟେନିସ୍ ଖେଳାଳି ହେବାକୁ ଅଭୀପ୍ସା ଲକ୍ଷ୍ୟ ରଖିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଟେନିସ୍ ଖେଳାଳି, ଭୁବନେଶ୍ୱର, ମୁଖ୍ୟ ଖବର

ଜୀବିକାନିର୍ବାହ କେନ୍ଦ୍ର ଜରିଆରେ ମହିଳାଙ୍କୁ ସହାୟତା

November 14, 2010 by ଓଡିଶା ଡଟ କମ Leave a Comment

ଜଗତସିଂହପୁର, ସେପ୍ଟେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ଜିବୀକାନିର୍ବାହ କେନ୍ଦ୍ର ଜରିଆରେ ବିଭିନ୍ନ ଉପାୟ ଅବଲମ୍ବନ କରି ଜଗତସିଂହପୁର ଜିଲ୍ଲା ମହିରା ଗ୍ରାମର ୩୫ ବର୍ଷ ବୟସ୍କା ଶିବାନୀ ମିଶ୍ର ସଫଳ ଉଦ୍ୟୋଗପତି ହେବା ସହ ଅନ୍ୟ ମହିଳାଙ୍କୁ ସହାୟତା କରିପାରିଛନ୍ତି ।

ରାଜ୍ୟ ସରକାର କୃଷକ ଓ ମହିଳାଙ୍କ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ସୃଷ୍ଟି କରିବା ପାଇଁ କର୍ମଚାରୀଙ୍କୁ ନିୟୋଜିତ କରୁଛନ୍ତି ।

କିନ୍ତୁ ଏହି ଅଧିକାରୀଙ୍କ ଅବହେଳା, ଅନିଚ୍ଛା ଯୋଗୁଁ ଲୋକମାନେ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି ଫଳରେ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।

ନିଜର ଭାବମୂର୍ତ୍ତୀ ବଜାୟ ରଖିବା ପାଇଁ କେତେକ ରାଜନୈତିକ ବ୍ୟକ୍ତି ଓ ସଂସ୍ଥା ସ୍ୱେଚ୍ଛାସେବୀ ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ କରୁଛନ୍ତି । ଫଳରେ ଗ୍ରାମାଞ୍ଚଳର ମହିଳା ଓ କୃଷକ ମାନଙ୍କ ଆର୍ଥିକ ସାମାଜିକ ଅବସ୍ଥାରେ ପରିବର୍ତ୍ତନ ହୋଇପାରୁ ନାହିଁ ।

ଏହାକୁ ଦୃଷ୍ଟିରେ ରଖି ଶିବାନୀ ଗତ ଦଶ ବର୍ଷ ହେଲା ନିଜ ଗ୍ରାମରେ ଜିବୀକା ନିର୍ବାହ ବିକାଶ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ଉକ୍ତ କେନ୍ଦ୍ରରେ କୃଷି ଓ ଅନ୍ୟ ଉପରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଉଛି ଫଳରେ ଏହାଦ୍ଵାରା ବେକାରୀ ଯୁବକ, କୃଷକ ଓ ମହିଳାମାନେ ଉପକୃତ ହେଉଛନ୍ତି ।

ଯଦି ଲୋକମାନେ ପୁସ୍ତକ ରଖିବା, ରେକର୍ଡ଼ ତଦାରଖ, କାର୍ଯ୍ୟ ପାଇଁ ଶିଳ୍ପ ଚୟନ ଆଦି କାର୍ଯ୍ୟରେ ସଚେତନ ନହେବେ ତେବେ ସ୍ୱୟଂସହାୟକ ଗୋଷ୍ଠୀ ଗଠନ ଦ୍ଵାରା ଲୋକଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥାରେ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି ।

ସଚେତନତା ଫଳରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ବ୍ୟାଙ୍କ ସହ ସିଧାସଳଖ ଯୋଗାଯୋଗ ରଖିପାରିବେ । ଇତିମଧ୍ୟରେ ଏହି କେନ୍ଦ୍ର ସ୍ଥାନୀୟ ଯୁବକ ଓ କୃଷକ, ଗରିବ ବେକାରୀ ମହିଳା ଓ ଅଶିକ୍ଷିତ ଲୋକଙ୍କୁ ତାଲିମ ଦେବା ଆରମ୍ଭ କରିଛି ।

୪୩୨୧ ମହିଳା ଓ କୃଷକ ସଂଗଠନ ଏହି କେନ୍ଦ୍ର ଜରିଆରେ ତାଲିମ ପାଇଛନ୍ତି । ୧୪୭ ସ୍ୱୟଂସହାୟକ ଗୋଷ୍ଠୀ ମଧ୍ୟରୁ ୪୩ଟି ବର୍ତ୍ତମାନ ଆର୍ଥିକ ସହାୟତା ପାଇଛନ୍ତି, ସେ କହିଛନ୍ତି ।

ଜିଲ୍ଲାରେ ପ୍ରଥମ ଥରପାଇଁ ଏହି କେନ୍ଦ୍ର ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଖୋଲିଥିବା ବେଳେ କମ୍ ମୂଲ୍ୟରେ ମହିଳା ମାନଙ୍କୁ ପ୍ରତି ମାସରେ ପ୍ରାୟ ତିରିଶ ହଜାର ଛତୁମଞ୍ଜି ବୋତଲ ଯୋଗାଇ ଦେଉଛି । ଚାହିଦା ଅନୁସାରେ ଆଗାମୀ ଦିନରେ ଏହା ଏକ ଲକ୍ଷ ବୋତଲ ମଞ୍ଜି ଉତ୍ପାନ କରିବାକୁ ଲକ୍ଷ୍ୟ ରଖିଛି ।

ପୂର୍ବରୁ ପାନବରଜରେ ଦିନ ମଜୁରୀଆ ଭାବେ କାର୍ଯ୍ୟ କରୁଥିବା ରଙ୍ଗଲତା ମିଶ୍ର ବର୍ତ୍ତମାନ ଛତୁଚାଷ କରି ମାସକୁ ୨୫୦୦ରୁ ୩୦୦୦ ଟଙ୍କା ରୋଜଗାର କରୁଛନ୍ତି ।

ମହିଳା ମାନଙ୍କ ଜରିଆରେ ସବୁଜ ସମାଜ ଗଠନ କରିବା ତାଙ୍କର ସ୍ୱପ୍ନ ତେଣୁ ଏଭଳି କୃଷି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରୁଛନ୍ତି ବୋଲି ଶିବାନୀ କହିଛନ୍ତି । ଏଭଳି କାର୍ଯ୍ୟ ଯୋଗୁଁ ସେ ଭିବିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଦିନ ମଜୁରୀଆ, ମୁଖ୍ୟ ଖବର

ପାରାଦ୍ଵୀପ ବନ୍ଦରକୁ “ପୋର୍ଟ ଅଫ୍ ଦି ଇୟର’’ ପୁରସ୍କାର

November 14, 2010 by ଓଡିଶା ଡଟ କମ Leave a Comment

ପାରାଦ୍ଵୀପ, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ଦେଶର ବୃହତ ବନ୍ଦର ଗୁଡ଼ିକ ମଧ୍ୟରେ ୨୦୦୯-୧୦ ଆର୍ଥିକ ବର୍ଷରେ ନିଜର ଦକ୍ଷତା, ମାଲ ପରିବହନ, ରପ୍ତାନୀ, ଆମଦାନୀ ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଇବାରେ ଅଗ୍ରଣୀ ହୋଇଥିବାରୁ ପାରାଦ୍ଵୀପ ବନ୍ଦରକୁ “ପୋର୍ଟ ଅଫ ଦି ଇୟର” ପୁରସ୍କାର ପ୍ରଦାନ କରାଯାଇଛି ।

ଜାହାଜ ଚଳାଚଳ ମନ୍ତ୍ରାଳୟର ପୂର୍ବତନ ସଚିବ ଏପିଭି ଏନ୍ ଶର୍ମା, ଭାରତୀୟ ବନ୍ଦର ସଂଘର ପରିଚାଳନା ନିର୍ଦ୍ଦେଶକ ଏ.ଜନାର୍ଦ୍ଧନ ରାଓ, କଲିକତା ବନ୍ଦର ଟ୍ରଷ୍ଟ ଅଧ୍ୟକ୍ଷ ଏମ୍.ଏଲ୍.ମୀନାଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ଅନ୍ୟ ବନ୍ଦର ଗୁଡ଼ିକର ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରି ପାରାଦ୍ଵୀପ ବନ୍ଦରକୁ ଏହି ପୁରସ୍କାର ପାଇଁ ମନୋନୀତ କରିଥିଲେ ।

ଏହି ଅବସରରେ ଗତ ୧୨ ତାରିଖରେ ମୁମ୍ବାଇ ଗେଟୱେ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ବନ୍ଦର ଅଧ୍ୟକ୍ଷ ବିପ୍ଳବ କୁମାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ଗତ ୨୦୦୯-୧୦ ଆର୍ଥିକ ବର୍ଷରେ ପାରାଦ୍ଵୀପ ବନ୍ଦର ପୂର୍ବ ବର୍ଷ ଅପେକ୍ଷା ୨୨.୮୪ ପ୍ରତିଶତ ଅଧିକ ମାଲ ପରିବହନ କରିଛି । ଏହି ମାଲ ପରିବହନ ଦେଶର ବୃହତ ବନ୍ଦର ମାନଙ୍କ ଠାରୁ ୫.୭୪ ପ୍ରତିଶତ ଅଧିକ ବୋଲି ବନ୍ଦର ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଓଡିଶା ଡଟ୍ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପାରାଦ୍ଵୀପ, ମୁଖ୍ୟ ଖବର

କାନାଡ଼ାରେ ସୁଦର୍ଶନଙ୍କ କଳାକୃତିକୁ ପୁରସ୍କାର

November 14, 2010 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ସେପ୍ଟେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) କାନାଡ଼ାରେ ଅନୁଷ୍ଠିତ ସିଏନ୍ଇ ପ୍ରଥମ ଅର୍ନ୍ତଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଓଡ଼ିଶାର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତିକୁ “ପିପୁଲ ଚଏସ୍ ପୁରସ୍କାର” ମିଳିଛି ।

ଟରଣ୍ଟୋ ସହରରେ ଅଗଷ୍ଟ ୨୦ରୁ ୨୫ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ପ୍ରତ୍ୟେକ ପ୍ରତିଯୋଗୀ ପାଞ୍ଚଦିନ ଧରି ଦଶ ଟନ୍ ବାଲିରେ କଳାକୃତି ତିଆରି କରିଥିଲେ ।

ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭାରତ ସମେତ ରୁଷିଆ, ନେଦରଲ୍ୟାଣ୍ଡ, କାନାଡ଼ା, ଯୁକ୍ତରାଷ୍ଟ୍ର ଆମେରିକା ଓ ସିଙ୍ଗାପୁରର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ ।

ପ୍ରଥମ ଥର ପାଇଁ କାନାଡ଼ାରେ ପିପୁଲ ଚଏସ୍ ପୁରସ୍କାର ପାଇଥିବାରୁ ମୁଁ ବହୁତ ଖୁସି । “ଗୋ ଗ୍ରୀନ” ବାର୍ତ୍ତା ଦେଇ ମୁଁ ଆଠ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଷଙ୍କ ଏକ ବାଲୁକା ପ୍ରତିମୂର୍ତ୍ତୀ ନିର୍ମାଣ କରିଥିଲି, ସୁଦର୍ଶନ କହିଛନ୍ତି ।

ଅଧିକ ଭୋଟ୍ ପାଇ ମୋ ଦ୍ଵାରା ପ୍ରସ୍ତୁତ କଳାକୃତି ଏହି ପୁରସ୍କାର ପାଇଥିବା ଆୟୋଜକ କମିଟି ବୁଧବାର ଇ-ମେଲ ଜରିଆରେ ମତେ ଜଣାଇଛନ୍ତି, ସେ କହିଛନ୍ତି ।

ସୁଦର୍ଶନ ପୂର୍ବରୁ ଜର୍ମାନୀରେ ପାଞ୍ଚଥର ଏହି ପୁରସ୍କାର ପାଇ ରେକର୍ଡ଼ କରିଥିବା ବେଳେ ବର୍ଲିନ, ମସ୍କୋରେ ମଧ୍ୟ ଏହି ପୁରସ୍କାର ପାଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଭୁବନେଶ୍ୱର, ମୁଖ୍ୟ ଖବର

ଏମ୍ସରେ ଜାନକୀଙ୍କ ସଫଳ ଅସ୍ତ୍ରୋପଚାର, ସ୍ୱାସ୍ଥ୍ୟବସ୍ଥା ଭଲ

November 14, 2010 by ଓଡିଶା ଡଟ କମ Leave a Comment

ନୂଆଦିଲ୍ଲୀ, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଗାଧୁଆ ଘରେ ଖସିପଡ଼ି ଆହତ ହୋଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସୋମବାର ଏମ୍ସରେ ଅସ୍ତ୍ରୋପଚାର କରାଯାଇଛି ।

ଆଜି ସକାଳୁ ଡ଼ା. ଗୋସ୍ୱାଲ ଓ ଡ଼ା. ମାଲହୋତ୍ରାଙ୍କ ନେତୃତ୍ୱରେ ଅନ୍ୟ ଚାରି ଜଣ ଡ଼ାକ୍ତର ତାଙ୍କ ଜଙ୍ଘ ଅସ୍ତ୍ରୋପଚାର କରିଛନ୍ତି । ଏହାପୂର୍ବରୁ ତାଙ୍କ ରକ୍ତ ଚାପ, ବ୍ଲଡ଼ ସୁଗାର, ହୃଦ ଚାଳନା ଆଦି ପରୀକ୍ଷା କରାଯାଇଥିଲା ।

ବର୍ତ୍ତମାନ ତାଙ୍କୁ ଆଇସିୟୁରେ ରଖାଯାଇଛି । ତିନି ଘଣ୍ଟା ଧରି ଚାଲିଥିବା ଅସ୍ତ୍ରୋପଚାର ସଫଳ ହୋଇଛି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି” ଜ୍ୱାଇଁ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ।

ଗତ ୮ ତାରିଖରେ ଜାନକୀ ସରକାରୀ ଗସ୍ତରେ ଦିବ୍ରୁଗଡ଼କୁ ଯାଇଥିବା ବେଳେ ସେଠାରେ ଅବସ୍ଥାନ କରୁଥିବା ସର୍କିଟ ହାଉସ ଗାଧୁଆ ଘରେ ଖସି ପଡ଼ିଥିଲେ । ତୁରନ୍ତ ତାଙ୍କୁ ଆସାମ ମେଡ଼ିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅସ୍ତ୍ରୋପଚାର, ଆଇସିୟୁ, ଏମ୍ସ, ଜାନକୀ ବଲ୍ଲଭ ପଟ୍ଟନାୟକ, ମୁଖ୍ୟ ଖବର

କେନ୍ଦ୍ରୀୟ ଉଦ୍ୟୋଗ ଯୋଗୁଁ ରାଜ୍ୟ ରାଜକୋଷ ସମୃଦ୍ଧ

November 14, 2010 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ବିଭିନ୍ନ କର ବାବଦରେ ଯେତିକି ଟିକସ ସଂଗୃହୀତ ହେଉଛି ଏହାର ଅଧିକାଂଶ ଟିକସ ଆଠଟି କେନ୍ଦ୍ରୀୟ ଉଦ୍ୟୋଗରୁ ମିଳୁଥିବା ଏକ ସମୀକ୍ଷା ବୈଠକରୁ ଜଣାପଡ଼ିଛି ।

ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରୁ ଜଣାପଡ଼ିଛି ଯେ ଅଧିକ କର ଦେଉଥିବା ଦଶଟି ପ୍ରମୁଖ ସଂସ୍ଥା ମଧ୍ୟରେ ଆଠଟି କେନ୍ଦ୍ରୀୟ ଉଦ୍ୟୋଗ ଓ ଦୁଇଟି ରାଜ୍ୟ ସରକାରଙ୍କ ଉଦ୍ୟୋଗ ।

ସେହି ପ୍ରମୁଖ କେନ୍ଦ୍ରୀୟ ଉଦ୍ୟୋଗ ଗୁଡ଼ିକ ହେଲା ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ, ଏପିସିଏଲ୍, ଏମ୍ସିଏଲ୍, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ଏମ୍ସିଏଲ୍(ଝାରସୁଗୁଡ଼ା) ଏବଂ ଟାଟା ମୋଟର୍ସ । ରାଜ୍ୟ ସରକାରୀ ଉଦ୍ୟୋଗଦୁଇଟି ହେଲା ଓଡ଼ିଶା ଖଣି ନିଗମ ଏବଂ ଓଡ଼ିଶା ସିମେଣ୍ଟ ଲିମିଟେଡ଼୍ ।

ସୂଚନାଯୋଗ୍ୟ ଯେ, ଚଳିତ ୨୦୧୦-୧୧ ଆର୍ଥିକ ବର୍ଷ ପାଇଁ ୭ ହଜାର ୬୫୫ କୋଟି ଟଙ୍କାର ଟିକସ ସଂଗ୍ରହ ନିମନ୍ତେ ଲକ୍ଷ ଧାର୍ଯ୍ୟ କରାଯାଇଛି । ତନ୍ମଧ୍ୟରେ ବିକ୍ରୀକର ବାବଦରେ ୬ ହଜାର ୬ କୋଟି ଟଙ୍କା, ପ୍ରବେଶକର ବାବରେ ନଅ ଶହ କୋଟି ଟଙ୍କା ଏବଂ ବୃତ୍ତିକର ବାବଦରେ ୧୫୦ କୋଟି ଟଙ୍କା ଅର୍ନ୍ତଭୁକ୍ତ ।

ଏହି ଲକ୍ଷ୍ୟଧାର୍ଯ୍ୟ ପରିମାଣର ୪୯.୬୯ ପ୍ରତିଶତ ଇତିମଧ୍ୟରେ ଆଦାୟ ହୋଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ମୁଖ୍ୟ ଖବର

ଓଡ଼ିଶା ଡ଼ଟ୍ କମ୍ ନୂଆ ରୂପ ଖୁବ୍ ଶୀଘ୍ର

November 14, 2010 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ଆଗାମୀ କେତେ ମାସ ଭିତରେ ଗତ ଛଅ ବର୍ଷ ଧରି ଓଡ଼ିଆରେ ସମ୍ବାଦ ପରିବେଷଣ କରିଆସୁଥିବା ଆପଣଙ୍କ ପ୍ରିୟ ଓଡ଼ିଶା ଡ଼ଟ୍ କମ୍ ନୂଆ ରୂପରେ ଆତ୍ମପ୍ରକାଶ କରିବାକୁ ଯାଉଛି ।

ସିଙ୍ଗାପୁରରେ କାର୍ଯ୍ୟରତ ତଥା ଓଡ଼ିଶା ଡ଼ଟ୍ କମ୍ ପରିବାରର ଜଣେ ଅଭିଜ୍ଞ ସଦସ୍ୟ ହିରଣ୍ମୟ ଦାଶଙ୍କ ଉଦ୍ୟମରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍ ର ମୁଖ୍ୟ ପୃଷ୍ଠା ଓ ଅନ୍ୟ ପୃଷ୍ଠା ଗୁଡ଼ିକର ଡ଼ିଜାଇନ ଯାହା ଆପଣ ଦେଖିଆସିଛନ୍ତି ତାହା ପଛରେ ଦାଶ ମୁଖ୍ୟ ଭୂମିକା ଗ୍ରହଣ କରିଆସିଛନ୍ତି ।

ତାଙ୍କ କହିବା କଥା ହେଲା ସମୟ ସହିତ ତାଳ ଦେଇ ଓଡ଼ିଶା ଡ଼ଟ୍ କମ୍ ର ଆମୂଳଚୁଳ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହି ସମ୍ବାଦ ୱେବସାଇଟ୍ ରେ ଖବର ସହ ଅଡ଼ିଓ ଏବଂ ଭିଡ଼ିଓ ପରିବେଷଣ, ପାଠକ ପାଠିକାଙ୍କ ମତାମତର ସୁବିଧା, ବ୍ଲଗିଂ ଆଦିର ସୁଯୋଗ ସୃଷ୍ଟି ହେବା ଦରକାର ।

ତାଙ୍କ ଉଦ୍ୟମରେ ଖୁବ୍ଶୀଘ୍ର ଆପଣ ନୂଆ ରୂପରେ ଓଡ଼ିଶା ଡ଼ଟ୍ କମ୍କୁ ଦେଖିବାର ଏବଂ ପଢିବାର ସୁଯୋଗ ପାଇବେ ଏହି ଆଶା ଆମର ରହିଛି ।

ଏହି ସବୁ କାର୍ଯ୍ୟ ଚାଲୁରହିଥିବାରୁ ଓଡ଼ିଶା ଡ଼ଟ୍ କମ୍ ର ବହୁ ପୁରୁଣା ପୃଷ୍ଠା, ଫଟୋଚିତ୍ର ଓ ଲିଙ୍କଗୁଡ଼ିକୁ ସାମୟୀକ ଭାବରେ ଉପଲବଧ ହେବାରେ ଅସୁବିଧା ସୃଷ୍ଟି ହୋଇପାରେ । ସେଥିପାଇଁ ପାଠକପାଠିକା ଆମକୁ ସହଯୋଗ କରିବେ ବୋଲି ଆଶା କରୁଛୁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଡ଼ଟ୍ କମ୍ ର ନୂଆ ରୂପ, ମୁଖ୍ୟ ଖବର

  • « Go to Previous Page
  • Page 1
  • Interim pages omitted …
  • Page 173
  • Page 174
  • Page 175
  • Page 176
  • Page 177
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ