• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଶା ଡଟ କମ

୨୦୧୧ ଜୁନ୍ ରୁ ରାଜ୍ୟରେ ଏକକ ପରିଚୟ ପତ୍ର

September 29, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ସେପ୍ଟେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ଡ଼ିସେମ୍ବର ମାସରୁ ରାଜ୍ୟବାସୀଙ୍କ ଏକକ ଫଟୋ ପରିଚୟ ପତ୍ର ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ କରାଯାଇ ୨୦୧୧ ଜୁନ୍ ରୁ ତାହାର ଆବଣ୍ଟନ କରାଯିବ ବୋଲି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।ଏହି ପରିଚୟ ପତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଫଟୋ ସହ ଟିପଚିହ୍ନ ଏବଂ ଆଖିଡ଼ୋଳାର ପ୍ରତିଛବି ମଧ୍ୟ ରହିବ ।

ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବୁଧବାର ମହାରାଷ୍ଟ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।ଏହି ଆଧାରରେ ଓଡ଼ିଶାରେ ତାହାର ସଫଳ କାର୍ଯ୍ୟକାରିତା ନିମନ୍ତେ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ନିଷ୍ପତ୍ତି ଅନୁସାରେ ୨୦୧୦ ଡ଼ିସେମ୍ବରରୁ ୨୦୧୧ ଡ଼ିସେମ୍ବର ମଧ୍ୟରେ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବ । ପ୍ରତ୍ୟେକ ନାଗରିକଙ୍କୁ ଏହି କେନ୍ଦ୍ରୀୟ ଯୋଜନାରେ ବାୟୋ-ମେଟ୍ରିକ କାର୍ଡ଼ ପ୍ରଦାନ କରାଯିବ ।ଏହି ପରିଚୟ ପତ୍ର ପ୍ରସ୍ତୁତ ନିମନ୍ତେ ବର୍ତ୍ତମାନ ଚାଲୁଥିବାର ଜନଗଣନା ସର୍ଭେରୁ ବହୁ ତଥ୍ୟ ମିଳିପାରିବ ।

ତେବେ ଅଧିକ ତଥ୍ୟ ଆହରଣ ପାଇଁ ରାଜସ୍ୱ ବିଭାଗର ତଳସ୍ତରର କର୍ମଚାରୀଙ୍କ ସହାୟତା ନିଆଯିବ । ତେଣୁ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଥିବା ୬୦୦ ଲୋକଙ୍କୁ ନେଇ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଗଣନା କେନ୍ଦ୍ର ସ୍ଥାପନ କରାଯିବ । ଏହି ପରିଚୟ ପତ୍ର ଟେଲିଫୋନ ସଂଯୋଗ, ଗ୍ୟାସ ସଂଯୋଗ, ପାସପୋର୍ଟ, ଭିସା, ଡ଼୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ଉପଯୋଗୀ ହେବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପରିଚୟ ପତ୍ର, ଭାରତ, ଭୁବନେଶ୍ୱର, ମୁଖ୍ୟ ଖବର

ଇଚ୍ଛାମୃତ୍ୟୁ ପାଇଁ ମହିଳାଙ୍କ ରାଷ୍ଟ୍ରପତିଙ୍କୁ ପତ୍ର

September 24, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ନରେଶ ପଟ୍ଟନାୟକ

କେନ୍ଦୁଝର, ସେପ୍ଟେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଦାରିଦ୍ର୍ୟର ତାଡ଼ନା ସହିନପାରି କେନ୍ଦୁଝର ଜିଲ୍ଲାର ଜଣେ ମହିଳା ଇଚ୍ଛା ମୃତ୍ୟୁ ପାଇଁ ଭାରତର ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ନିକଟକୁ ପତ୍ର ଲେଖିଛନ୍ତି ।

ତିନୋଟି ମାନସିକ ରୋଗଗ୍ରସ୍ତ ପିଲାଙ୍କୁ ଦୁଇ ଓଳି ଖାଇବାକୁ ଦେଇ ଚଳିବା ଭାରି କଷ୍ଟ ହୋଇପଡ଼ିଛି ଦୁଇ ବର୍ଷ ତଳେ ସ୍ୱାମୀଙ୍କୁ ହରାଇଥିବା ଅର୍ଶଳା ଗ୍ରାମର ତନଭୀର କୌଶରଙ୍କ ପକ୍ଷରେ ।

ମୋ ପାଖରେ ଟଙ୍କାଟିଏ ବି ନାହିଁ ଓ ମୁଁ ଛୁଆ ମାନଙ୍କ କଷ୍ଟ ଦେଖିପାରିବି ନାହିଁ ତେଣୁ ମରି ଯିବାକୁ ଚାହୁଁଛି, ଆତ୍ମହତ୍ୟା କରିବା ପାଇଁ ମୋତେ ଅନୁମତି ଦିଅନ୍ତୁ ବୋଲି ସେ ରାଷ୍ଟ୍ରପତିଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଗତ ବୁଧବାର ସେ ଏହି ପତ୍ର ଡ଼ାକ ମାଧ୍ୟମରେ ପଠାଇଥିବା କହିଛନ୍ତି ।ସଂପୃକ୍ତ ମହିଳା ଜଣକ ଦିନ ମଜୁରୀଆ ଭାବେ କାମ କରନ୍ତି । ତାଙ୍କର ଦୁଇ ଝିଅ ଓ ପୁଅ ଅଛନ୍ତି ।

ଏମାନଙ୍କ ମଧ୍ୟରୁ ଜଣେ ପୋଲିଓ ରୋଗରେ ଆକ୍ରାନ୍ତ । ଯେତେବେଳେ ସେ କାମ କରିବାକୁ ବାହାରକୁ ଯାଆନ୍ତି ପିଲା ମାନଙ୍କୁ ଉଡ଼ି ସାହାଯ୍ୟରେ ଖଟରେ ବାନ୍ଧି ଦିଅନ୍ତ ବୋଲି ସେ କହିଛନ୍ତି । ତନଭୀରଙ୍କ ନିଜ ଘର ନଥିବା ବେଳେ ସଂପର୍କୀୟଙ୍କ ଏକ ଅର୍ଦ୍ଧ ନିର୍ମିତ ଘରେ ପିଲା ମାନଙ୍କ ସହ ସେ ରହୁଛନ୍ତି ।

କାମ କରି ଯାହା ରୋଜଗାର କରନ୍ତି ସେସବୁ ପିଲା ମାନଙ୍କ ଚିକିତ୍ସାରେ ଖର୍ଚ୍ଚ କରିଦିଅନ୍ତି, ସେ କହିଛନ୍ତି । ସେ ଦାରିଦ୍ର୍ୟ ସୀମାରେଖା ତଳେ ଥିବାରୁ ସରକାରୀ ଭାବେ ତାଙ୍କୁ ବିପିଏଲ୍ କାର୍ଡ଼ ମିଳିଛି । ଏହି କାର୍ଡ଼ ଜରିଆରେ ତାଙ୍କୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ମିଳିବା କଥା କିନ୍ତୁ ଏଥିରୁ ସେ ବଞ୍ଚିତ ହୋଇଛନ୍ତି ।

ଏହାଦ୍ୱାରା ଏପର୍ଯ୍ୟନ୍ତ କୌଣସି ସୁବିଧା ପାଇନଥିବା ସେ ଅଭିଯୋଗ କରିଛନ୍ତି ।ସ୍ଥାନୀୟ ବିଡ଼ିଓ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଘଟଣା ସଂପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଭାଗବତ ପ୍ରସାଦ ମାଝୀ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇଚ୍ଛାମୃତ୍ୟୁ, ଦାରିଦ୍ର୍ୟ, ମୁଖ୍ୟ ଖବର, ରାଷ୍ଟ୍ରପତି, ସମାଜ, ସ୍ୱାସ୍ଥ୍ୟ

ପୋଲାଭରମ: ରହିତାଦେଶ ପାଇଁ ସରକାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ

September 4, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦେଇଥିବା ଚୁଡ଼ାନ୍ତ ଜଙ୍ଗଲ ଜମି ମଞ୍ଜୁରୀ ଉପରେ ରହିତାଦେଶ ପାଇଁ ଶନିବାର ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଅପିଲ କରିଛନ୍ତି ।

ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମତାମତ ନନେଇ କେନ୍ଦ୍ରୀୟ ଜଳ ଆୟୋଗ କେମିତି ପରିବର୍ଦ୍ଧିତ ଡ଼ିଜାଇନ ଦେଲେ ବୋଲି ଦାଖଲ କରାଯାଇଥିବା ପିଟିସନରେ ଉଲ୍ଲେଖ କରାଯାଇଛି ।

ସୁପ୍ରିମକୋର୍ଟରେ ମାମଲାର ଶୁଣାଣୀ ଚାଲିଥିବା ବେଳେ କିଭଳି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଚୁଡ଼ାନ୍ତ ମଞ୍ଜୁରୀ ପ୍ରଦାନ କଲେ ବୋଲି କୁହାଯାଇଛି । ଗତ ଜୁଲାଇ ୨୮ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଏହି ପ୍ରକଳ୍ପ ପାଇଁ ଚୁଡ଼ାନ୍ତ ଜଙ୍ଗଲ ଜମି ଅନୁମତି ଦେଇଥିଲେ ।

ଅଗଷ୍ଟ ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ଏସଂପର୍କରେ ଆଲୋଚନା କରି ଆନ୍ଧ୍ର ସରକାରଙ୍କ ପ୍ରସ୍ତାବିତ ପ୍ରକଳ୍ପ ଦ୍ୱାରା ଓଡ଼ିଶା କିଭଳି କ୍ଷତିଗ୍ରସ୍ତ ହେବ ତାହା ଅବଗତ କରାଇଥିଲେ ।

ଆନ୍ଧ୍ର ସରକାରଙ୍କୁ ପ୍ରକଳ୍ପ ପାଇଁ ଯେଉଁ ଚୂଡ଼ାନ୍ତ ପରିବେଶ ମଞ୍ଜୁରୀ ଦିଆଯାଇଛି ତାହା ଉପରେ ବିଚାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରତିଶୃତି ଦେଇଥିଲେ ।

ତେବେ ଗତ ୨୭ରେ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରତିଶୃତି ଦେବାପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

୨୦୦୮ରେ ମନ୍ତ୍ରାଳୟ ପ୍ରକଳ୍ପକୁ ମଧ୍ୟବର୍ତ୍ତୀକାଳିନ ମଞ୍ଜୁରୀ ପ୍ରାନ କରିବା ପରେ ସରକାର ପ୍ରଥମେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।

ଗୋଦାବରୀ ନଦୀରେ ହେଉଥିବା ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ଜିଲ୍ଲାର ବହୁ ଜମି ଜଳମଗ୍ନ ହେବା ସହ ପ୍ରାୟ ୬୦୦୦ ଆଦିବାସୀ ବାସଚ୍ୟୁତ ହେବାର ଆଶଂକା ରହଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ପୋଲାଭରମ୍, ବିଶେଷ ଖବର, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ସ୍ୱାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

September 3, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦ ଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ସ୍ୱାଇନ ଫ୍ଲୁରେ ପୁଣି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଥିବା ଶୁକ୍ରବାର ଜଣେ ଅଧିକାରୀ କହିଛନ୍ତି ।

ରାଜଧାନୀ ଭୁବନେଶ୍ୱର ସ୍ଥିତ ଦୁଇଟି ଘରୋଇ ଡ଼ାକ୍ତରଖାନାରେ ଆଜି ଏହି ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଓ ଜଣେ ବୃଦ୍ଧ ଅଛନ୍ତି ।

ଶିଶୁ ଦୁଇ ଜଣ ଗତ ୩୦ ତାରିଖରେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ବୃଦ୍ଧ ଜଣକ ଗତ ୧୨ ତାରିଖରୁ କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ରାଜ୍ୟରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ରେ ପହଞ୍ଚିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ମୁଖ୍ୟ ଖବର, ସ୍ୱାଇନ ଫ୍ଲୁ, ସ୍ୱାସ୍ଥ୍ୟ

ଭାରତୀୟ ଅର୍ଥସେବା ପରୀକ୍ଷା ଷଷ୍ଟ ସ୍ଥାନରେ ପ୍ରଜ୍ଞାସ୍ମିତା

September 3, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ସେପ୍ଟେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ଯୋଗୁଁ ଭାରତୀୟ ଅର୍ଥ ସେବା ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଜ୍ଞାସ୍ମିତା ସାହୁ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି ।ଜିଲ୍ଲା ସବ୍ ରେଜିଷ୍ଟ୍ରି କାର୍ଯ୍ୟାଳରେ କିରାଣୀ ଭାବେ କାର୍ଯ୍ୟ କରୁଥିବା କପଳେଶ୍ୱରପୁରର ନାରାୟଣ ସାହୁଙ୍କ ଝିଅ ପ୍ରଜ୍ଞାସ୍ମିତା ।

ସେ ପ୍ରଥମେ କେନ୍ଦ୍ରାପଡ଼ା ସହରରେ ଥିବା ଫ୍ରେଜର ବାଳିକା ବିଦ୍ୟାଳୟ ଓ ପରେ ସେଠାରେ ଥିବା କଲେଜରେ ପାଠ ପଢିଥିଲେ । ଉକ୍ତ କଲେଜରୁ ବିଏ ପାସ୍ କରିବା ପରେ ସେ ୨୦୦୪ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଏମ୍ଏ ପାସ୍ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ୨୦୦୯ରେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଚାକିରୀ ପାଇଥିଲେ ।

“ମୁଁ ଜଣେ କିରାଣୀ ଭାବେ କାର୍ଯ୍ୟ କରେ କିନ୍ତୁ ପ୍ରଜ୍ଞାସ୍ମିତା ସମେତ ଚାରି ଜଣ ପିଲାଙ୍କ ପାଠ ପଢାରେ କେବେ ମଧ୍ୟ ଅବହେଳା କରିନାହିଁ” ।

ମାତ୍ର ୨୬ ବର୍ଷ ବୟସରେ ସେ ଏହି ସଫଳତା ପାଇଛି । ବୁଦ୍ଧି ବଳରେ ସେ ଏହି ସଫଳତା ହାସଲ କରିଥିବା ବେଳେ ଇଂରାଜି ମାଧ୍ୟମ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ଦେଇଛି, ଫ୍ରେଜର ସ୍କୁଲ ଶିକ୍ଷୟତ୍ରୀ ସବିତା ପତି କହିଛନ୍ତି ।

ସେ ତା’ର କଠିନ ପରିଶ୍ରମର ଫଳ ପାଇଛି । ଆଜିକାଲି ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ କୋଚିଙ୍ଗ କ୍ଲାସର ସହାୟତା ନେଉଥିବା ବେଳେ ସେ କୌଣସି କୋଚିଙ୍ଗ କ୍ଲାସରେ ଯୋଗ ଦେଇନାହିଁ, ନାରାୟଣ କହିଛନ୍ତି ।

ସେ ପ୍ରତ୍ୟେକ ଦିନ ଛଅରୁ ସାତ ଘଣ୍ଟା ପରିଶ୍ରମ କରୁଥିଲା । ଗତକାଲି ରାତିରେ ଫୋନ କରି ଏବିଷୟରେ ମୋତେ ଜଣାଇଥିଲା, ପ୍ରଜ୍ଞାସ୍ମିତାଙ୍କ ମା ଶାନ୍ତିଲତା କହିଛନ୍ତି । ପ୍ରଜ୍ଞାସ୍ମିତାଙ୍କ ସଫଳତା ଖବର ପହଞ୍ଚିବା ପରେ ସମଗ୍ର ଗାଁ ତଥା ଆଖପାଖ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି ।

ତାଙ୍କ ସଫଳତାରେ ଶୁକ୍ରବାର ଗ୍ରାମବାସୀମାନେ ଖୁସି ମନାଇଛନ୍ତି । କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ମୁଖ୍ୟ ପରୀକ୍ଷା ପାଇଁ ବର୍ତ୍ତମାନ ମୁଁ ବ୍ୟସ୍ତ ଅଛି । ପରବର୍ତ୍ତୀ ସମୟରେ ଆଇଏଏସ୍ ପାଇଁ ଲକ୍ଷ୍ୟ ରଖିଛି ବୋଲି ଭୁବନେଶ୍ୱରରେ ପିଏଚଡ଼ି କରୁଥିବା ପ୍ରଜ୍ଞାସ୍ମିତା କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା, ନାରୀ, ଭାରତୀୟ ଅର୍ଥ ସେବା ପରୀକ୍ଷା, ମୁଖ୍ୟ ଖବର, ଶିକ୍ଷା

ଡ଼ାକ୍ତର ହେବାକୁ ମ୍ୟାଟ୍ରିକ ଅଷ୍ଟମ ଟପ୍ପରଙ୍କ ଇଚ୍ଛା

June 20, 2010 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜୁନ୍ ୨୦(ଓଡ଼ିଶା ଡ଼ଟ୍ କମ୍) ଡ଼ାକ୍ତର ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ୫୬୬ ନମ୍ବର ରଖି ସମଗ୍ର ରାଜ୍ୟରେ ଅଷ୍ଟମ ସ୍ଥାନ ହାସଲ କରିଥିବା ବରପାଲି ସରସ୍ୱତୀ ବିଦ୍ୟା ମନ୍ଦିର ର ଛାତ୍ର ଚନ୍ଦନ କୁମାର ।

ଚନ୍ଦନଙ୍କ ବାପା କାଳିଚରଣ ଜଣେ ଡ଼ାକ୍ତର ଓ ମା ଗୃହିଣୀ । ସେ ବ୍ରହ୍ମପୁରରେ ପଢିବା ପାଇଁ ଇଚ୍ଛା ରଖିଛନ୍ତି । ସେ ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିଲେ ।

ବିନା ଟିୟୁସନରେ ଏହି ସଫଳତା ପାଇଥିବା ବେଳେ ଏହା ପଛରେ ସ୍କୁଲ ଶିକ୍ଷକ ଓ ବାପା ମାଙ୍କ ପ୍ରେରଣା ରହିଥିବା ସେ କହିଛନ୍ତି ।

ବିଜ୍ଞାନ ବିଷୟ ପ୍ରତି ତାଙ୍କର ରୁଚି ରହିଛି । ବରଗଡ଼ରେ ଆୟୋଜିତ ବିଭିନ୍ନ ପ୍ରର୍ଶନୀରେ ସେ ଅଂଶ ଗ୍ରହଣ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

ଚାଟାର୍ଡ଼ ଆକାଉଣ୍ଟାଣ୍ଟ ହେବି: ବାଣିଜ୍ୟ ଟପ୍ପର

May 20, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମଇ ୨୦(ଓଡ଼ିଶା ଡ଼ଟ୍ କମ୍) ଭବିଷ୍ୟତରେ ଚାଟାର୍ଡ଼ ଆକାଉନ୍ଟାନ୍ଟ୍ ହେବି ବୋଲି କହିଛନ୍ତି ଚଳିତ ବର୍ଷ ଯୁକ୍ତଦୁଇ ବାଣିଜ୍ୟରେ ୫୪୮ ନମ୍ବର ରଖି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା କଟକ ସ୍ଥିତ କଳିଙ୍ଗ ଭାରତୀ ଆବାସିବ ମହାବିଦ୍ୟାଳୟର ଛାତ୍ରୀ ଭବାନୀ ଆଚାର୍ଯ୍ୟ ।

ସଫଳତା ପାଇଁ ବହୁତ ଖୁସି ବୋଲି କହିଛନ୍ତି କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଲୋକନାଥ ଆଚାର୍ଯ୍ୟ ଓ ଅଂଜୁଲତା ଆଚାର୍ଯ୍ୟଙ୍କ କନ୍ୟା ଭବାନୀ ।

ଅନୁଷ୍ଠାନର ଶିକ୍ଷକମାନଙ୍କ ସହଯୋଗ ଓ ମାଆ ବାପାଙ୍କ ଆର୍ଶୀବାଦ ଯୋଗୁଁ ଏହି ସଫଳତା ପାଇଥିବା ସେ କହିଛନ୍ତି ।

ପାଠପଢା ବ୍ୟତୀତ ନାଚ, ଗୀତ ଓ ବହି ପଢିବାରେ ରୁଚି ରଖୁଥିବା ଭବାନୀ ଚାଟାର୍ଡ଼ ଆକାଉନ୍ଟାନ୍ଟ୍ ପରେ ଭାରତୀୟ ପ୍ରଶାସନିକ ସେବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

ଇଂଜିନିୟର ହେବା ଯୁକ୍ତଦୁଇ ବିଜ୍ଞାନ ଟପ୍ପରଙ୍କ ଲକ୍ଷ୍ୟ

May 20, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମଇ ୨୦(ଓଡ଼ିଶା ଡ଼ଟ୍ କମ୍) ଆଇଆଇଟି ପଢି ଭବିଷ୍ୟତରେ ଇଂଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି ଚଳିତ ବର୍ଷ ଯୁକ୍ତଦୁଇ ବିଜ୍ଞାନରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା କଟକ ସ୍ଥିତ କଳିଙ୍ଗ ଭାରତୀ ଆବାସିକ ମହାବିଦ୍ୟାଳୟର ଛାତ୍ରୀ କିଟ୍ଟି ଜୈନ ।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିବାସୀ ମିଲଚାନ୍ଦ ଜୈନ ଓ ମୀନା ଜୈନଙ୍କ ଝିଅ କିଟ୍ଟି ମୋଟ୍ ୬୦୦ରୁ ୫୫୭ ନମ୍ବର ରଖି ଟପ୍ପର ହୋଇଛନ୍ତି । ବିନା କୋଚିଂରେ ମଧ୍ୟ କଠିନ ପରିଶ୍ରମ ଦ୍ୱାରାସଫଳତା ମିଳିପାରିବ ବୋଲି ସେ କହିଛନ୍ତି ।

ପରୀକ୍ଷା ପାଇଁ ସେଦିନକୁ ଛଅ ଘଣ୍ଟା ପରିଶ୍ରମ କରୁଥିବା ବେଳେ ଭଗବାନ, ମାଆ ବାପାଙ୍କ ଆର୍ଶୀବାଦ ଓ ସହପାଠୀ, ଶିକ୍ଷକଙ୍କ ପ୍ରେରଣା ଯୋଗୁଁ ଏହି ସଫଳତା ପାଇଥିବା କହିଛନ୍ତି ।

ପାଠପଢା ବ୍ୟତୀତ ଗୀତ, ନାଚ ଓ ଖେଳରେ ତାଙ୍କର ରୁଚି ରହିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

ଅଧ୍ୟାପକ ହେବା କଳା ସପ୍ତମ ଟପ୍ପରଙ୍କ ଇଚ୍ଛା

May 19, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶୀମାଞ୍ଚଳ ପଟ୍ଟନାୟକ

ଫୁଲବାଣୀ, ମଇ ୧୯(ଓଡ଼ିଶା ଡ଼ଟ୍ କମ୍) ଅଧ୍ୟାପକ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୁଧବାର ପ୍ରକାଶିତ ଯୁକ୍ତ ଦୁଇ କଳା ପରୀକ୍ଷାରେ ୪୯୧ ନମ୍ବର ରଖି ସପ୍ତମ ସ୍ଥାନ ଅଧିକାର କରିଥିବା ଫୁଲବାଣୀ ସରକାରୀ ଜୁନିୟର ମହାବି୍ୟାଳୟର ଛାତ୍ର ଗୋକୁଳାନନ୍ଦ ମହାପାତ୍ର ।

ଏହି ସଫଳତା ପଛରେ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ, ବାପା ମାଆ ଓ ପରିବାର ସସ୍ୟଙ୍କ ଅବାନ ରହିଥିବା ବେଳେ ସଫଳତା ପାଇଁ ଟୁ୍ୟସନର ଆବଶ୍ୟକତା ନାହିଁ ବୋଲି ସେ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ମାଆ ଗୋଲାପବାଲା ଓ ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ମହାମାତ୍ରଙ୍କ ପୁଅ ଗୋକୁଳାନନ୍ଦ । ଅଧ୍ୟାପକ ବବୀ ଖାଲି ପଡ଼ିଥିବା ଏହି ମହାବି୍ୟାଳୟର ଛାତ୍ରଙ୍କ ସଫଳତା ପାଇଁ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

ଖଣି ଦୁର୍ନୀତି ତଦନ୍ତ ପ୍ରହସନ: ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ଗଣମାଧ୍ୟମ

September 2, 2009 by ଓଡିଶା ଡଟ କମ

ପ୍ରଶାନ୍ତ ପଟ୍ଟନାୟକ

ଓଡିଶା ଖଣି ଦୁର୍ନୀତିର ପର୍ଦ୍ଧାଫାଶ ହୋଇ ଆଠ ଜଣ ସରକାରୀ କର୍ମଚାରୀ ଓ ଜନୈକ ଖଣି ବେପାରୀଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଗିରଫ କରିବା ପରେ ବିଭିନ୍ନ ସମ୍ବାଦପତ୍ର ଓ ଗଣ ମାଧ୍ୟମରେ ଚମକପ୍ରଦ ସମ୍ବାଦମାନ ପ୍ରକାଶ ପାଇଲା ।

ଖଣି ଦୁର୍ନୀତି କାରବାରରେ ପଚାଶ ହଜାର କୋଟିରୁ ଉର୍ଦ୍ଧ୍ଵ ପରିମାଣର ଅର୍ଥ ହେରଫେର୍ ହୋଇଛି ବୋଲି କେତେକ ରାଜନୈତିକ ନେତା ଅଭିଯୋଗ କରୁଥିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ଗଣ ମାଧ୍ୟମକୁ ଜଣାଇଥିଲେ ଯେ ସେମାନେ ଶହେ ଦଶ କୋଟି ଟଙ୍କାର ବେଆଇନ କାରବାର ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରି ସାରିଲେଣି ।

ଏହି ଖଣି ଦୁର୍ନୀତି ପ୍ରସଙ୍ଗ ସର୍ବତ୍ର ଆଲୋଚିତ ହେଉଥିବା ସମୟରେ ନିଜର ପରିଚୟ ଗୋପନ ରଖି ଜନୈକା ପାଠିକା ଫୋନ୍ କରି ଏହି ଖଣି ଦୁର୍ନୀତି ପ୍ରସଙ୍ଗରେ ଗଣମାଧ୍ୟମର ଭୂମିକାକୁ ଭୂୟସୀ ପ୍ରଶଂସା କରିବାକୁ ଆରମ୍ଭ କଲେ ।

ତାଙ୍କର ପ୍ରଶଂସା ଶୁଣି ଏହି ସାମ୍ବାଦିକର ଛାତି କୁଣ୍ଢେମୋଟ ହୋଇଯିବା ସ୍ୱଭାବିକ୍ । ଜନୈକା ପାଠିକା ଗଣମାଧ୍ୟମର ଗୁରୁତ୍ୱ ଉପଲବ୍ଧି କରି ବଧେଇ ଜଣାଇବା ଲାଗି ଫୋନ୍ କରିଥିବାରୁ ଏହି ସାମ୍ବାଦିକ ତାଙ୍କୁ ଧନ୍ୟବାଦ ଜଣାଇବା ଲାଗି ଉଦ୍ୟତ ହେବା ସମୟରେ ପାଠିକା କହିଲେ, “ମୋର”ଯେତେଦୂର ମନେହୁଏ ସାମ୍ବାଦିକମାନେ ମଧ୍ୟ ଏଭଳି ଦୁର୍ନୀତି ବ୍ୟାପାରରୁ ଆଦୌ ମୁକ୍ତ ନୁହଁନ୍ତି ।”

ପାଠିକାଙ୍କର ଏଭଳି ଆକସ୍ମିକ କଠୋର ମନ୍ତବ୍ୟ ଶୁଣି ମୁଁ ପ୍ରଶ୍ନକଲି,”ସାମ୍ବାଦିକମାନେ ଯେ ଏହି ଖଣି ଦୁର୍ନୀତିରେ ଲିପ୍ତ ଆପଣ ଏଭଳି ଅଭିଯୋଗ କରୁଛନ୍ତି କିପରି?”

ସେ କହିଲେ, “ନାଁ ଆଜ୍ଞା, ମୁଁ କରୁନି, “ସମ୍ବାଦ” ଭଳି ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ଏଭଳି ଅଭିଯୋଗ କରିଛି । ଆପଣ ପଢ଼ିଥିବେ, ଚାରି ନମ୍ବର ୟୁନିଟ୍ ରେ ରହୁଥିବା ଜନୈକ ପ୍ରଭାବଶାଳୀ ସାମ୍ବାଦିକ, ଯାହାଙ୍କର ଶହୀଦନଗର ସହ ଘନିଷ୍ଠ ସମ୍ପର୍କ, ସେ ଖଣି ବେପାରୀ ଶକ୍ତିରଞ୍ଜନ ଦାସଙ୍କ ସହ ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କର ପରିଚୟ କରାଇ ଥିଲେ ।

ଏହି ବ୍ୟକ୍ତିଙ୍କର କୃପା ଲାଭ କରି ଅଶୋକନଗର ସ୍ଥିତ ୧୩୭ଜି , ପ୍ରଥମ ମହଲାରେ ବାସ୍ତୁ ଓ ଫେଙ୍ଗସଦୁଇ ପରାମର୍ଶଦାତା ଭାବରେ ବ୍ୟବସାୟରତ ଶ୍ରୀ ଦାସ ଅଚାନକ ଭାବରେ କୋଟିପତି ହୋଇଯାଇଥିଲେ ବୋଲି ସମ୍ବାଦରେ ପ୍ରକାଶ ପାଇଥିଲା ।

ତାଙ୍କରି ପରାମର୍ଶକ୍ରମେ ଶହୀଦନଗରର ଏହି କ୍ଷମତାଶାଳୀ ବ୍ୟକ୍ତି ନିଜ କାର୍ର ରଙ୍ଗ ମଧ୍ୟ ବଦଳାଇ ଦେଇଥିଲେ ବୋଲି ସମ୍ବାଦରେ ଉଲ୍ଲେଖ କରାଯାଇଥିଲା ।

ପୁନଶ୍ଚ ଦୁର୍ନୀତି ଘଟୁଥିବା ସ୍ଥାନର ଠିକଣା ଶହୀଦନଗରରୁ ଖଣ୍ଡଗିରିସ୍ଥିତ ଏକ ମଠକୁ ସ୍ଥାନାନ୍ତରିତ ହୋଇଥିଲା । ଏବଂ ଏଥର ଚାରି ନମ୍ବର ୟୁନିଟ୍ ରେ ରହି ହଟଚମଟ ସୃଷ୍ଟି କରୁଥିବା ପ୍ରଭାବଶାଳୀ ସାମ୍ବାଦିକମାନଙ୍କ ଭୂମିକା ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇଥିଲା ।

ଏତିକି କହି ପାଠିକା ଟିକିଏ ରହିଲେ, ତା’ପରେ କହିଲେ, ଗଣମାଧ୍ୟମରେ ଯଦି ଦୁର୍ନୀତି ଅଭିଯୁକ୍ତ ସରକାରୀ କର୍ମଚାରୀ ଓ ଖଣି ବେପାରୀ ମାନଙ୍କ ନାମ ଉଲ୍ଲେଖ କରାଯାଇପାରିଲା, ତେବେ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସାମ୍ବାଦିକ ମାନଙ୍କ ପରିଚୟ ପ୍ରକାଶ କରିବା ଲାଗି ଗଣମାଧ୍ୟମ କୁଣ୍ଠିତ ହେବା କେତେଦୂର ଯଥାର୍ଥ?

ଯଦି ସଂପୃକ୍ତ ସାମ୍ବାଦିକ ମାନଙ୍କ ପରିଚୟ ଉପରୋକ୍ତ ସମ୍ବାଦପତ୍ରକୁ ଅଜଣା ଥିଲା । ତେବେ ସେମାନଙ୍କର କଳାକାରବାର ସମ୍ପର୍କରେ ଏତେ ତଥ୍ୟ ପ୍ରକାଶ କଲେ କିପରି ? କ’ଣ ଏହା ଥିଲା ମନଗଢ଼ା ?….ତଥ୍ୟ ଅଭାବରୁ ବା ସତ୍ସାହସ ଅଭାବରୁ ଗଣମାଧ୍ୟମ ଏଭଳି ରହସ୍ୟଜନକ ପଦକ୍ଷେପ ନେବାକୁ ଶ୍ରେୟସ୍କର ମନେକଲେ?

ନିଜକୁ ଓଡିଶାର ଏକ ନମ୍ବର ସମ୍ବାଦପତ୍ର ବୋଲି ଦାବି କରୁଥିବା ଖବରକାଗଜର ଅବସ୍ଥା ଯଦି ଏଭଳି ହୁଏ, ତେବେ ରାଜ୍ୟବାସୀ ଗଣମାଧ୍ୟମ ଠାରୁ କ’ଣ ବା ଆଶା କରିବେ?”

ଏହା କହିବାବେଳେ, ସଂପୃକ୍ତ ପାଠିକାଙ୍କ କଣ୍ଠସ୍ୱର ଭାବାବେଗରେ କନ୍ଦିତ ହୋଇ ଉଠୁଥିଲା ।

ମୁଁ କିଛି କହିବା ପୂର୍ବରୁ ସେ କହିଲେ, “ଶହୀଦନଗରର ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ଅଥବା ନାଲିବତୀ ଲାଗିଥିବା ଧଳା କାରରେ ଧଳା ଫୁଲ୍ ପ୍ୟାଣ୍ଟ ଓ ହାଫ୍ ସାର୍ଟ ପିନ୍ଧି ଯାଇଥିବା ଯେଉଁ ରାଜନେତା ସମ୍ପର୍କରେ ସମ୍ବାଦପତ୍ରରେ ଉଲ୍ଲେଖ କରାଯାଇଛି ।

ସେମାନଙ୍କ ପରିଚୟ କ’ଣ ସଂପୃକ୍ତ ସମ୍ବାଦପତ୍ରକୁ ଅଜଣା ଥିଲା ? ସଂପୃକ୍ତ ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପ
ସମ୍ପର୍କରେ ବିବରଣୀ ପ୍ରକାଶ କରୁଥିବା ଗଣମାଧ୍ୟମ ସେମାନଙ୍କ ପରିଚୟ ପ୍ରକାଶ କରିବା ଲାଗି କୁଣ୍ଠିତ ହେବା ଅତ୍ୟନ୍ତ ରହସ୍ୟମୟ ନୁହେଁ କି?

ଏହାପଛରେ ଲୁଚି ରହିଥିବା ତଥ୍ୟ ଓ ସତ୍ୟ ପ୍ରକାଶ କରିବା ଗଣମାଧ୍ୟମର ନୈତିକ ଦାୟିତ୍ୱ ନୁହେଁକି ? “ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ଅଥବା ନିଜକୁ ନିର୍ଭୀକ, ନିରପେକ୍ଷ କିମ୍ବା ଲୋକାଭିମୁଖି ସମ୍ବାଦପତ୍ର ବୋଲି ଦାବି କରୁଥିବା କୌଣସି ଖବରକାଗଜ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ନିରବ କାହିଁକି?

କୌଣସି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ସ୍ୱାର୍ଥ ସୁରକ୍ଷା ପାଇଁ ଅଥବା ନିଜର ନିରାପତ୍ତା ପାଇଁ ?”

ପାଠିକାଙ୍କ ଏତାଦୃଶ ତୀକ୍ଷ୍ମ ପ୍ରଶ୍ନ ଗୁଡିକର ଉତ୍ତର ଦେବା ପୂର୍ବରୁ ସେ କହିଲେ,””ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଲାଗି ପଦକ୍ଷେପ ନନେଇ, ରାଜ୍ୟ ଭିଜିଲାନ୍ସ ଦ୍ୱାରା ତଦନ୍ତ କରିବା ଆଦୌ ଯଥାର୍ଥ ନୁହେଁ । ସମସ୍ତ ଖଣିଜ ପଦାର୍ଥ କେନ୍ଦ୍ର ସରକାରଙ୍କ ସମ୍ପତି, ରାଜ୍ୟ ସରକାର ତା’ର ଜଗୁଆଳୀ ମାତ୍ର । ତେଣୁ ଏହି ଦୁର୍ନୀତିରେ କେନ୍ଦ୍ରୀୟ ନେତା ମାନଙ୍କର ସଂପୃକ୍ତି ରହିଛି କି?

ଆପଣତ ଜାଣିଥିବେ ବିଗତ ଦଶବର୍ଷ ମଧ୍ୟରେ ରାଜ୍ୟରେ ଯେତେଗୁଡିଏ ବଡ ଧରଣର ସ୍କାମ ବା ଅପରାଧ ହୋଇଛି ସେ ସବୁର ତଦନ୍ତ ଦାୟିତ୍ୱ ରାଜ୍ୟ ସରକାର ଭିଜିଲାନ୍ସ ବିଭାଗକୁ ଏବଂ କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ଦେଇଛନ୍ତି ।

ମାତ୍ର ତା’ର ଫଳାଫଳ କ’ଣ ହୋଇଛି ? କେତେଗୋଟି ଦୁର୍ନୀତି ବା ଅପରାଧ ଘଟଣାରେ କିଏ ଦଣ୍ଡ ପାଇଛି ? ଗ୍ରାମାଂଚଳ ଗୃହ ନିର୍ମାଣ କର୍ପୋରେସନ ଦୁର୍ନୀତି ଠାରୁ ଆରମ୍ଭ କରି ବିଶ୍ୱବ୍ୟାଙ୍କ ଋଣରେ କାର୍ଯ୍ୟକାରୀ ହୋଇଥିବା ସ୍ୱାସ୍ଥ୍ୟ ପ୍ରକଳ୍ପରେ କୋଟି କୋଟି ଟଙ୍କାର ଦୁର୍ନୀତି କରି ପର୍ଯ୍ୟାପ୍ତ ସମ୍ପତ୍ତିର ଅଧିକାରୀ ହୋଇଥିବା ବ୍ୟକ୍ତିମାନେ ଏକ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଗଣିତ ।

ସେମାନେ ଠୁଳ କରିଥିବା ଶହ ଶହ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରୁ ଗୋଟିଏ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ବିଭାଗ ବ୍ୟାଜାପ୍ତି କରିପାରିବନି । ଖାଲି କୋଟିପତି କିରାଣି, ପୋଲିସ୍, ଯନ୍ତ୍ରୀ, ଓ.ଏ.ଏସ୍ ଅଧିକାରୀ ମାନଙ୍କୁ ଠାବ କରିବାର ଆଳ ଦେଖାଇ ଗଣମାଧ୍ୟମରେ ବାହାବାଃ ନେଉଛନ୍ତି ।

ତେଣୁ ଭିଜିଲାନ୍ସ ବିଭାଗ ଯେ ଦୁର୍ନୀତି ଓ ପ୍ରିୟାପ୍ରୀତି ପୋଷଣ ଏବଂ ରାଜନୈତିକ ପ୍ରଭାବରୁ ସଂପୂର୍ଣ୍ଣ ମୁକ୍ତ ଏକଥା ଜନସାଧାରଣ ଆଉ ବିଶ୍ୱାସ କରୁନାହାଁନ୍ତି ।

ଏତିକି କହି ପାଠିକା ଟିକିଏ ଦମ୍ ନେଲେ, ଏହାର ସୁଯୋଗରେ ମୁଁ କହିଲି, ହଁ… ଆପଣ ଯାହା କହୁଛନ୍ତି ମୁଁ ସେଥିରେ ଅନେକାଂଶରେ ଏକମତ । ମାତ୍ର….” ମୋ ବକ୍ତବ୍ୟ ପୁରା ହେବା ପୂର୍ବରୁ ପାଠିକା ଟିକିଏ ବିରକ୍ତି ସୂଚକ ସ୍ୱରରେ କହିଲେ,”ଆପଣ ବା ମୁଁ ଏଥିରେ ସହମତ ହେଲେ କ’ଣ ସାଂପ୍ରତିକ ସ୍ଥିତିର ପରିବର୍ତ୍ତନ ଘଟିବ?

ଅନେକଙ୍କ ଭଳି ମୁଁ ମଧ୍ୟ ଚାହେଁ ଯେ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ହେଉ । ସରକାରୀ ଅଫିସର, ଖଣି ବେପାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ସାମ୍ବାଦିକମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହୁଅନ୍ତୁ ।

ସେମାନଙ୍କର ଅସଲରୂପ ଲୋକ ଲୋଚନକୁ ଆସୁ । ଏବଂ ଯେଉଁମାନେ ଏହି ଜାତୀୟ ସମ୍ପତି ଲୁଣ୍ଠନ, ଅପରାଧ ବା ଷଡଯନ୍ତ୍ରରେ ସଂପୃକ୍ତ ସେମାନେ କଠୋର ଦଣ୍ଡ ପାଆନ୍ତୁ ।

ତା’ହେଲେ ହୁଏତ ଭବିଷ୍ୟତରେ ଆଉ କୌଣସି ସରକାରୀ ପାଧିକାରୀ, ଖଣି ମାଲିକ, ଖଣି ଚୋରା
ବେପାରୀ, ରାଜନେତା ବା ସାମ୍ବାଦିକ ଏଭଳି ଅପରାଧ କରିବା ଲାଗି ସାହସ କରିବେ ନାହିଁ ।

ମୁଁ କୌଣସି ଉତ୍ତର ଦେବା ପୂର୍ବରୁ ପାଠିକା ଫୋନ୍ କାଟିଦେଲେ । ସେ କାଳେ ଆଉ ଫୋନ୍ କରିବେ ବୋଲି କିଛି ସମୟ ଅପେକ୍ଷା କଲି କିନ୍ତୁ ସେ ଆଉ ଫୋନ୍ କଲେନି ।

ତାଙ୍କର ଉକ୍ତି ସମ୍ପର୍କରେ ମୋ ମତାମତ ଜଣାଇବା ଲାଗି ମୋ ତରଫରୁ ମୁଁ ଫୋନ୍ କଲିନି । କରିଥିଲେ କ’ଣ ବା କହିଥାଆନ୍ତି ? ସେ ଯେଉଁମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ ମୁଁ ତ ସେମାନଙ୍କର ଅଭିଭାବକ ନୁହେଁ ଅଥବା ସିବିଆଇ ତଦନ୍ତ ଲାଗି ନିଦେ୍ର୍ଧଶ ଦେବାର କ୍ଷମତା ମୋର ନାହିଁ ।

ତେଣୁ କେବଳ ଏହି ସ୍ତମ୍ଭ ଜରୀଆରେ ତାଙ୍କ ଭାବାବେଗକୁ ଲିପିବଦ୍ଧ କରି ମୋର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଉଦ୍ୟମ କଲି ।

ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ସାବାଡ଼୍ କରିବା ପାଇଁ ସ୍ପେସାଲ କୋର୍ଟ ଆକ୍ଟ ପ୍ରଣୟନ କରିଥିଲେ । ଦୁର୍ନୀତି ମୂଳକ ଉପାୟରେ ଅର୍ଜିତ ସଂପତ୍ତିକୁ ବ୍ୟାଜ୍ୟାପ୍ତି କରିବା ଲାଗି ଏହି ଆକ୍ଟରେ ବ୍ୟବସ୍ଥା ଥିଲା । ମାତ୍ର ପରବର୍ତ୍ତୀ କାଳରେ ଜାନକୀ ସରକାର ଶାସନ କ୍ଷମତାକୁ ଆସିବା ପରେ ଏଭଳି ଏକ ଆଦର୍ଶ ଆଇନକୁ ରଦ୍ଧ କରାଯାଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଖଣି ଦୁର୍ନୀତି, ଗଣମାଧ୍ୟମ, ତୃତୀୟ ନୟନ

  • « Go to Previous Page
  • Page 1
  • Interim pages omitted …
  • Page 174
  • Page 175
  • Page 176
  • Page 177
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ