• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟ ଖବର

ପୋସ୍କୋରେ ଚାକିରୀ ଦେବା ନାଁରେ ଠକାମି ଅଭିଯୋଗ

November 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ହେବା ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ ଏହି ପ୍ରକଳ୍ପରେ ଚାକିରୀ କରାଇଦେବା ନାଁରେ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି ।

ସଂପୃକ୍ତ ପ୍ରକଳ୍ପ ନାଁରେ ପାରାଦ୍ଵୀପ, କେନ୍ଦ୍ରାପଡ଼ା, ଜଗତସିଂହପୁର, କୁଜଙ୍ଗ ଆଦି ସ୍ଥାନରେ କେତେକ ୟୁନିଅନ ଓ ସଂଗଠନ ଗଠନ କରାଯାଇଛି । ଏହି ସଂଗଠନ ଓ ୟୁନିୟନ ଦ୍ୱାରା ସ୍ଥାନୀୟ ଯୁବକଙ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରାଯାଉଛି ।

ଚାକିରୀ କରାଇ ଦେବା ପାଇଁ ସଂଗଠନ ଗୁଡ଼ିକ ପ୍ରଚାରପତ୍ର ଓ ପୋଷ୍ଟର ବାଣ୍ଟୁଥିବା ବେଳେ ବାହାର ରାଜ୍ୟର ଯୁବକଙ୍କ ଅପେକ୍ଷା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ପ୍ରତିଶୃତି ଦେଇଥିବା ସେମାନେ କହୁଛନ୍ତି, ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ପାରାୀପ ଅଞ୍ଚଳରେ ହେଉଥିବା ସମସ୍ତ ଶିଳ୍ପାନୁଷ୍ଠାନର କ୍ଷତିଗ୍ରସ୍ତ ଲୋକଙ୍କୁ ୯୦ ପ୍ରତିଶତ ଅଣକୁଶଳୀ, ୬୦ ପ୍ରତିଶତ କୁଶଳୀ ଏବଂ ୩୦ ପ୍ରତିଶତ ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେମାନେ ସଚେତନତା ସୃଷ୍ଟି କରୁଛନ୍ତି ।

ବିଭିନ୍ନ ପ୍ରକାର ଚାକିରୀ ପାଇଁ ଉକ୍ତ ସଂଗଠନ ଗୁଡ଼ିକ ୫୦ ହଜାର, ୨୦ ହଜାର ଓ ୩୦ ହଜାର ଟଙ୍କା ନେବା ପାଇଁ ସ୍ଥିର କରିଛନ୍ତି ।

“ପୋସ୍କୋର ପ୍ରସ୍ତାବିତ ପ୍ରକଳ୍ପ ଓ ବନ୍ଦରରେ ବେକାର ଯୁବକଙ୍କୁ ଚାକିରି କରାଇ ଦେବା ନାଁରେ ବର୍ତ୍ତମାନ ଉକ୍ତ ଜିଲ୍ଲାରେ ଏକ ର୍ୟାକେଟ ସକ୍ରିୟ” ଥିବା ପୋଲିସ କହିଛି ।

ପ୍ରସନ୍ନ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି କୁଜଙ୍ଗ ଅଞ୍ଚଳରେ ପୋସ୍କୋ ଇଣ୍ଡିଆ ପୋର୍ଟ ପ୍ଲାଣ୍ଟ ୱାର୍କରସ୍ ୟୁନିୟନ ନାଁରେ ଏକ ସଂଗଠନ କରିଥିବା ପୋଲିସ କହିଛି ।

ସଂଗଠନର ସଭାପତି ଭାବେ କାର୍ଯ୍ୟ କରୁଥିବା କାଳିଆପାଟ୍ ଅଞ୍ଚଳର ଏହି ବ୍ୟକ୍ତି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଯୁବକଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି ।

ପଟ୍ଟାମୁଣ୍ଡାଇ ଅଞ୍ଚଳର କେତେକ ଯୁବକଙ୍କୁ ସେ ନକଲି ରସିଦ ଦେଇ ଟଙ୍କା ଆଦାୟ କରିଥିବା ବେଳେ ପୋଲିସ ତା ଠାରୁ ରସି ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିବା ସହ ସଂପୃକ୍ତ ବ୍ୟକ୍ତିକୁ ଅଟକ ରଖିଛି, ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ରଶ୍ମିରଂଜନ ସାହୁ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ପୋସ୍କୋ, ମୁଖ୍ୟ ଖବର

ମହାବାତ୍ୟା କ୍ଷତିଗ୍ରସ୍ତ ପରିବାର କେନ୍ଦ୍ରୀୟ ସହାୟତାରୁ ବଞ୍ଚିତ

November 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଅକ୍ଟୋବର ୨୮(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ ହୋଇଥିବା ମହାବାତ୍ୟାର ୧୧ ବର୍ଷ ପରେ ମଧ୍ୟ ହଜାର ହଜାର କ୍ଷତିଗ୍ରସ୍ତ ପରିବାର କେନ୍ଦ୍ରୀୟ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଏହାଦ୍ଵାରା କେନ୍ଦ୍ର ସରକାର ରାଜ୍ୟ ପ୍ରତି ଅବହେଳା କରୁଥିବା ଅଭିଯୋଗ ପ୍ରମାଣିତ ହୋଇଥିବା ସ୍ଥାନୀୟ ଲୋକମାନେ କହୁଛନ୍ତି ।

କ୍ଷତିଗ୍ରସ୍ତ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୦ ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୫ ହଜାର ଟଙ୍କା ସହ ମୋଟ୍ ୭୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ।

ରାଜ୍ୟ ସରକାର ସହାୟତା ରାଶି ୨୫ ହଜାର ଟଙ୍କା ଲେଖାଏଁ କ୍ଷତିଗ୍ରସ୍ତ ପରିବାରକୁ ଦେଇ ସାରିଥିବା ବେଳେ
ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ଟଙ୍କା ଏ ପର୍ଯ୍ୟନ୍ତ ମିଳିନଥିବାରୁ ଉକ୍ତ ଲୋକମାନେ ବହୁ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି ।

ସହାୟତା ରାଶି ପାଇବାରେ ବିଳମ୍ବ ଯୋଗୁଁ ବାତ୍ୟା କ୍ଷତିଗ୍ରସ୍ତ ଏର୍ସମା ବ୍ଲକର ଲୋକଙ୍କ ଅବସ୍ଥା ଶୋଚନୀୟ
ହୋଇପଡ଼ିଛି । ଗରିବ ଶ୍ରେଣୀର ଲୋକମାନେ ଚଳିବା ପାଇଁ ଭିକ ମାଗୁଥିବା ବେଳେ ଅଧିକାଂଶ ବିଧବା ମହିଳା
ପାରାଦ୍ଵୀପରେ ଅନ୍ୟ ଲୋକଙ୍କ ଘରେ କାମ କରୁଛନ୍ତି ।

ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏମାନଙ୍କ ଦୁଃଖ ଶୁଣୁନଥିବା ଅଭିଯୋଗ ହୋଇଛି । ସହାୟତା ରାଶି ପାଇବା ପାଇଁ କ୍ଷତିଗ୍ରସ୍ତ ପରିବାର ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ରିଡ଼ ପିଟିସନ ଦାଖଲ କରିଛନ୍ତି । କିନ୍ତୁ ୧୧ ବର୍ଷ ପରେ ମଧ୍ୟ ପରିସ୍ଥିତିରେ କୌଣସି ଉନ୍ନତି ହୋଇନାହିଁ ।

“ସହାୟତା ରାଶି ନମିଳିବାରୁ ଆର୍ଥିକ ଅନାଟନରେ ଜୀବନ ବିତାଉଛୁ । ରାଜ୍ୟ ସରକାର ୨୫ ହଜାର ଟଙ୍କା ଦେଇଥିଲେ ମଧ୍ୟ କେନ୍ଦ୍ରୀୟ ସହାୟତା ପାଇବା ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ତେଣୁ ମୁଁ ଅନ୍ୟ ଲୋକଙ୍କ ଘରେ କାମକରି ପରିବାର ଚଳୁଛି” ଏର୍ସମାର ରେଣୁବାଳା ଦାସ କହିଛନ୍ତି ।

କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ହିବର ଗ୍ରାମର ଗୀତା ମଣ୍ଡଳ
ଅଭିଯୋଗ କରିଛନ୍ତି ।

୧୯୯୯ ମହାବାତ୍ୟାରେ ଜଗତସିଂହପୁର ଜିଲ୍ଲାର ପ୍ରାୟ ୮୦୯୦ ଜଣ ଲୋକ ପ୍ରାଣ ହରାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୪୨୩୨ ପରିବାରଙ୍କୁ ସମସ୍ତ କ୍ଷତିପୂରଣ ସହାୟତା ରାଶି ୭୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନ୍ୟ ୧୪୬୦ଟି ପରିବାର କେବଳ ରାଜ୍ୟ ସରକାରଙ୍କ ସହାୟତା ରାଶି ପାଇଥିବା ବେଳେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମିଳିବାକୁ ଥିବା ଅର୍ଥ ଏପର୍ଯ୍ୟନ୍ତ ପାଇନାହାନ୍ତି ।

ଏର୍ସମା ଓ କୁଜଙ୍ଗ ତହସିଲର ପ୍ରାୟ ଦୁଇ ହଜାର ଲୋକ ପାଇବାକୁ ଥିବା କେନ୍ଦ୍ରୀୟ ସହାୟତା ରାଶି ୫୦ ହଜାର ଟଙ୍କା ଲେଖାଏଁ ପାଇ ନାହାନ୍ତି ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସରୋଜ କାନ୍ତ ମହାନ୍ତି କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ମୁଖ୍ୟ ଖବର

ସୂଚନା କମିଶନ ଏକ ଥଇଥାନ କେନ୍ଦ୍ର: ଭୂପିନ୍ଦର

November 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ସୂଚନା କମିଶନ ପଦବୀରେ କେବଳ ଅବସରପ୍ରାପ୍ତ ପ୍ରଶାସକଙ୍କୁ ଅବସ୍ଥାପିତ କରାଯାଉଥିବାରୁ ଏହା ଏକ ଥଇଥାନ କେନ୍ଦ୍ରରେ ପରିଣତ ହୋଇଛି ବୋଲି ଏହି ପଦବୀ ନିମନ୍ତେ ଗଠିତ ମନୋନୟନ କମିଟିର ଅନ୍ୟତମ ସଦସ୍ୟ ତଥା ବିରୋଧୀ ଦଳନେତା ଭୂପିନ୍ଦର ସିଂହ କ୍ଷୋଭ ପ୍ରକାଶ କରିଛନ୍ତି ।

ମୁଖ୍ୟ ସୂଚନା କମିଶନର ପଦବୀରେ ତରୁଣକାନ୍ତି ମିଶ୍ରଙ୍କ ମନୋନୟନ ପରେ ଗଣମାଧ୍ୟମକୁ ବିବୃତି ଦେଇ ସେ କହିଲେ ଯେ ମୁଖ୍ୟ ସୂଚନା କମିଶନର ପଦବୀ ମନୋନୟନ ପୂର୍ବରୁ ସେ ନିଜେ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ତଥା ମନୋନୟନ କମିଟିର ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କୁ ଲେଖିଥିଲେ ।

ସେଥିରେ ଓଡ଼ିଶାରେ ଚାଲିଥିବା ମନୋନୟନ ପଦ୍ଧତିରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ବିଶେଷ କରି ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ରାଜ୍ୟ ତଥା ଜାତୀୟ ସ୍ତରରେ ଯେପରି ବ୍ୟବସ୍ଥା ଅନୁସାରେ ସିଧାସଳଖ ମୁଖ୍ୟ ସୂଚନାକମିଶନର ପଦବୀରେ ନିଯୁକ୍ତି ଦିଆଯାଉନାହିଁ ।

ବରଂ ତିନି ଜଣିଆ କମିଶନର ସଦସ୍ୟ ମାନଙ୍କ ମଧ୍ୟରୁ ବରିଷ୍ଠତା କ୍ରମରେ ମୁଖ୍ୟ ସୂଚନା କମିଶନରଙ୍କୁ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ରହିଛି । ବାସ୍ତବରେ ତାହା ଏକ ଉତ୍ତମ ପଦ୍ଧତି । ତାହା ଓଡ଼ିଶାରେ କାର୍ଯ୍ୟକାରୀ ହେବା ଉଚିତ ବୋଲି ଉକ୍ତ ଚିଠିରେ ଲେଖାଯାଇଥିବା ସିଂହ ଦର୍ଶାଇଛନ୍ତି ।

ବର୍ତ୍ତମାନ ଚାଲିଥିବା ପଦ୍ଧତିରେ କେବଳ ଅବସରପ୍ରାପ୍ତ ପ୍ରଶାସକଙ୍କୁ ନିଯୁକ୍ତି ଦିଆଯିବା ଆଦୌ ଠିକ୍ ହେଉନାହିଁ । କେବଳ ଅବସରପ୍ରାପ୍ତ ପ୍ରଶାସକଙ୍କୁ ସେହି ପଦବୀରେ ନିଯୁକ୍ତ ଦେବାର କିଛି ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣ ହୋଇନାହିଁ ।

ଏହି ପଦବୀ ନିମନ୍ତେ ଅନ୍ୟକ୍ଷେତ୍ରରୁ ଯଥା ଶିକ୍ଷାବିତ, ପ୍ରଫେସର, ସାମ୍ବାଦିକ, ବରିଷ୍ଠ ଇଞ୍ଜିନିୟର, ବିଚାରପତି, ବରିଷ୍ଠ ଓକିଲ ଏବଂ ବୁଦ୍ଧିଜୀବୀଙ୍କ ମଧ୍ୟରୁ ଜଣଙ୍କୁ ନିଯୁକ୍ତି ିଆଯାଇପାରିବ ।

ତେଣୁ ମନୋନୟନକୁ ତୀବ୍ର ବିରୋଧ କରିଥିଲେ ବୋଲି ସେ ଗଣମାଧ୍ୟମକୁ କହିଥିଲେ । ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀରଘୁନାଥ ମହାନ୍ତି ବିରୋଧୀଳ ନେତା ସିଂହଙ୍କ ମନ୍ତବ୍ୟକୁ ଖଣ୍ଡନ କରିଥିଲେ ।

ବିରୋଧୀ ଦଳ ନେତାଙ୍କ ପୂର୍ଣ୍ଣ ସହମତିରେ ମିଶ୍ରଙ୍କୁ ପରବର୍ତ୍ତୀ ସୂଚନା କମିଶନର ଭାବେ ମନୋନୀତ କରାଯାଇଛି ବୋଲି ମହାନ୍ତି କହିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ମୁଖ୍ୟ ଖବର

ପରୀକ୍ଷା ପ୍ରଶ୍ନ ନମୁନା ପ୍ରକାଶନରେ ବିଳମ୍ବ ଯୋଗୁଁ ଉଦବେଗ

November 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଇଣ୍ଡିଆନ୍ ମେଡ଼ିକାଲ କାଉନ୍ସିଲ ପକ୍ଷରୁ ଆଗାମୀ ବର୍ଷ ପ୍ରାରମ୍ଭରେ ଜାତୀୟ ସ୍ତରରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପରୀକ୍ଷାର ନମୁନା ପ୍ରଶ୍ନ ପ୍ରକାଶ ପାଇନଥିବାରୁ ଗଭୀର ଉଦବେଗ ପ୍ରକାଶ ପାଇଛି ।

ଏହି ମର୍ମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଲେଖାଯାଇଥିବା ଏକ ପତ୍ରରେ କୁହାଯାଇଛି ଯେ ଇଣ୍ଡିଆନ୍ ମେଡ଼ିକାଲ କାଉନ୍ସିଲର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଚଳିତ ନଭେମ୍ବର ଦ୍ଵୀତୀୟ ସପ୍ତାହ ସୁଦ୍ଧା ସମ୍ଭାବ୍ୟ ପ୍ରଶ୍ନ ପତ୍ରର ନମୁନା ପ୍ରକାଶ ପାଇବା କଥା, ମାତ୍ର ତାହା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ ।

ଅପରପକ୍ଷରେ ସେହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ହେବାକୁ ଆଉ ୪/୫ମାସ ବାକି ରହିଛି । ପ୍ରଶ୍ନପତ୍ରର ନମୁନା ବ୍ୟତୀତ ଏପର୍ଯ୍ୟନ୍ତ ସେହି ପରୀକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କ’ଣ ହେବ ତାହା ମଧ୍ୟ ନିର୍ଦ୍ଧାରଣ ହୋଇନାହିଁ ।

ପ୍ରବେଶିକା ଏବଂ ନାମଲେଖା ନିମନ୍ତେ ବୟସସୀମା କେତେ ହେବ ତାହା ମଧ୍ୟ ନିର୍ଦ୍ଧାରଣ ହୋଇନାହିଁ । ଯେଉଁଥିପାଇଁ ଆଶାୟୀ ଯୁବକ ଯୁବତୀଙ୍କ ମଧ୍ୟରେ ଏକ ଆଶଙ୍କାର ବାତାବରଣ ଲାଗିରହିଛି ।

ତେଣୁ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହୋଇନାହିଁ ବୋଲି ଦର୍ଶାଯାଇଛି । ଏହାଦ୍ୱାରା ଗ୍ରାମାଞ୍ଚଳର ଯୁବକ ଓ ଯୁବତୀମାନେ ବହୁଳ ଭାବେ କ୍ଷତିଗ୍ରସ୍ତ ହେବେ ବୋଲି ମଧ୍ୟ ଦର୍ଶାଯାଇଛି ।

ଉକ୍ତ ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ମାଧ୍ୟମରେ ଭାରତୀୟ ମେଡ଼ିକାଲ କାଉନ୍ସିଲଙ୍କ ପରାମର୍ଶ ଦିଆଯାଇ ଲେଖାଯାଇଛି ଯେ, ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଏବଂ ସଂରକ୍ଷଣ ବ୍ୟବସ୍ଥା ସଂପର୍କରେ ପ୍ରତ୍ୟେକ ରାଜ୍ୟକୁ ବହୁଆଗରୁ ଜଣାଇଦେବା ଉଚିତ୍ ।

ଓଡ଼ିଶା କ୍ଷେତ୍ରରେ ଉଦ୍ଧିଷ୍ଟ ସିଟ୍ ସଂଖ୍ୟା ହେଉଛି ମୋଟ ସିଟ୍ ସଂଖ୍ୟାର ୮୫ପ୍ରତିଶତ । ବାକି ୧୫ପ୍ରତିଶତରେ ଅନ୍ୟ ରାଜ୍ୟର ଯୁବକ ଯୁବତୀଙ୍କୁ ଦିଆଯିବାରେ କିଛି ଅସୁବିଧା ତଥା ଅଭିଯୋଗ ରହିବ ନାହିଁ ।

ସାମଗ୍ରିକ ଭାବେ କହିବାକୁ ଗଲେ ସର୍ବଭାରତୀୟ ପରୀକ୍ଷା ହେଲେ ବି ଓଡ଼ିଶାର ଯୁବକ ଯୁବତୀମାନଙ୍କ ପାଇଁ ରାଜ୍ୟର ୮୫ପ୍ରତିଶତ ସିଟ୍ ସଂରକ୍ଷିତ ରହୁ ଏବଂ ବାକି ୧୫ ପ୍ରତିଶତରେ ଅନ୍ୟାନ୍ୟ ରାଜ୍ୟ ତଥା ଦେଶର ପିଲାମାନେ ନାମ ଲେଖାଇ ପାରନ୍ତି ବୋଲି ଦର୍ଶାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇଣ୍ଡିଆନ୍ ମେଡ଼ିକାଲ କାଉନ୍ସିଲ, ପରୀକ୍ଷା, ଭୁବନେଶ୍ୱର, ମୁଖ୍ୟ ଖବର

ବାଣିଜ୍ୟିକ ସଂପର୍କ ସ୍ଥାପନ ପାଇଁ ‘ୱାସିଟ୍ରାକ୍’ର ଆଲୋଚନା

November 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ସହିତ ବାଣିଜ୍ୟିକ ସଂପର୍କ ପ୍ରତିଷ୍ଠା ପାଇଁ ଆମେରିକାର ୱାଶିଂଟନ ବାଣିଜ୍ୟ ପ୍ରତିନିଧି ଦଳ ‘ୱାସିଟ୍ରାକ୍’(ୱାଶିଂଟନ୍ ଷ୍ଟେଟ୍ ଇଣ୍ଡିଆ ଟ୍ରେଡ୍ ରିଲେସନ୍ସ୍ ଆକ୍ସନ୍ କମିଟି) ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ।

ବାଣିଜ୍ୟିକ ସୁଯୋଗ ଦୃଷ୍ଟିରୁ ଓଡ଼ିଶା ସହିତ ଅଧିକ ସଂପର୍କ ସ୍ଥାପନ ପାଇଁ ଆମେରିକରା କଂଗ୍ରେସ ସଦସ୍ୟ ଜିମ୍ ମ୍ୟାକଡରମଟ୍ ଏବଂ ୱାଶିଂଟନ୍ ଲେଫ୍ଟ୍ମେଣ୍ଟ ଗଭର୍ନର ବ୍ରାଡ୍ ଓଏନ୍ଙ୍କ ନେତୃତ୍ୱରେ ୧୩ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଷ୍ଟିଲ୍, ଆଲୁମିନିୟମ୍ ଓ ବିୁ୍ଦ୍ୟୁତ କ୍ଷେତ୍ରରେ ରାଜ୍ୟରେ ବହୁତ ଶିଳ୍ପ ପ୍ରତିଷ୍ଠା କରାଯାଉଛି ।

ପ୍ରଯୁକ୍ତି ବିଦ୍ୟା ଶିକ୍ଷା କ୍ଷେତ୍ରରେ ମଧ୍ୟ ଓଡ଼ିଶାରେ ବହୁତ ବିକାଶ ହୋଇଛି ବୋଲି ସେମାନଙ୍କୁ ସୂଚନା ଦିଆଯାଇଥିଲା । ପ୍ରତିନିଧି ଦଳର ସଦସ୍ୟମାନେ ଓଡ଼ିଶାର ବିକାଶରେ ସନ୍ତୋଷ ପ୍ରକାଶ କରି ଉଭୟ ରାଜ୍ୟ ମଧ୍ୟରେ ବାଣିଜ୍ୟିକ ସଂପର୍କ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ପ୍ରକାଶ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆମେରିକା, ବାଣିଜ୍ୟିକ ସଂପର୍କ, ଭୁବନେଶ୍ୱର, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ତରୁଣକାନ୍ତି ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର

November 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଅବସରପ୍ରାପ୍ତ ପ୍ରଶାସକ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ହେବେ । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ତିନି ଜଣିଆ କମିଟିରେ ମିଶ୍ରଙ୍କୁ ମନୋନୀତ କରାଯାଇଛି ।

କମିଟିର ଅନ୍ୟଦୁଇ ଜଣ ସଦସ୍ୟ ହେଲେ ବିରୋଧିଳ ନେତା ଭୂପିନ୍ଦର ସିଂହ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ରଘୁନାଥ ମହାନ୍ତି । ଏହି ମର୍ଯ୍ୟଦାଜନକ ତଥା ସାମ୍ବିଧାନିକ ପଦବୀ ନିମନ୍ତେ ଗୋଟିଏ ମାତ୍ର ନାମ ଆସିଥିଲା ।

କିଛି ସମୟର ଆଲୋଚନା ପରେ ବିନା ବିରୋଧରେ ମିଶ୍ର ମନୋନୀତ ହୋଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମହାନ୍ତି ସାମ୍ବାଦିକ ମାନଙ୍କୁ କହିଥିଲେ । ଏହି ପଦବୀରେ ଥିବା ଧିରେନ୍ଦ୍ର ନାଥ ପାଢୀଙ୍କ କାର୍ଯ୍ୟକାଳ ଚଳିତ ମାସ ୧୯ତାରିଖରେ ସମାପ୍ତ ହେଉଥିବାରୁ ସେହି ଦିନ ନୂତନ ମୁଖ୍ୟ ସୂଚନା କମିଶନର ଭାବେ ମିଶ୍ର ଦାୟିତ୍ୱ ଗ୍ରହଣ କରିବେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କମିଟ, ଭୁବନେଶ୍ୱର, ମୁଖ୍ୟ ଖବର, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ପାରାଦ୍ଵୀପ ବନ୍ଦରକୁ “ପୋର୍ଟ ଅଫ୍ ଦି ଇୟର” ପୁରସ୍କାର

November 16, 2010 by ଓଡିଶା ଡଟ କମ Leave a Comment

ପାରାଦ୍ଵୀପ, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ଦେଶର ବୃହତ ବନ୍ଦର ଗୁଡ଼ିକ ମଧ୍ୟରେ ୨୦୦୯-୧୦ ଆର୍ଥିକ ବର୍ଷରେ ନିଜର ଦକ୍ଷତା, ମାଲ ପରିବହନ, ରପ୍ତାନୀ, ଆମଦାନୀ ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଇବାରେ ଅଗ୍ରଣୀ ହୋଇଥିବାରୁ ପାରାଦ୍ଵୀପ ବନ୍ଦରକୁ “ପୋର୍ଟ ଅଫ ଦି ଇୟର” ପୁରସ୍କାର ପ୍ରଦାନ କରାଯାଇଛି ।

ଜାହାଜ ଚଳାଚଳ ମନ୍ତ୍ରାଳୟର ପୂର୍ବତନ ସଚିବ ଏପିଭିଏନ୍ ଶର୍ମା, ଭାରତୀୟ ବନ୍ଦର ସଂଘର ପରିଚାଳନା ନିଦେ୍ର୍ଧଶକ ଏ.ଜନାର୍ଦ୍ଧନ ରାଓ, କଲିକତା ବନ୍ଦର ଟ୍ରଷ୍ଟ ଅଧ୍ୟକ୍ଷ ଏମ୍.ଏଲ୍.ମୀନାଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ଅନ୍ୟ ବନ୍ଦର ଗୁଡ଼ିକର ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରି ପାରାଦ୍ଵୀପ ବନ୍ଦରକୁ ଏହି ପୁରସ୍କାର ପାଇଁ ମନୋନୀତ କରିଥିଲେ ।

ଏହି ଅବସରରେ ଗତ ୧୨ ତାରିଖରେ ମୁମ୍ବାଇ ଗେଟୱେ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ବନ୍ଦର ଅଧ୍ୟକ୍ଷ ବିପ୍ଳବ କୁମାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ଗତ ୨୦୦୯-୧୦ ଆର୍ଥିକ ବର୍ଷରେ ପାରାଦ୍ଵୀପ ବନ୍ଦର ପୂର୍ବ ବର୍ଷ ଅପେକ୍ଷା ୨୨.୮୪ ପ୍ରତିଶତ ଅଧିକ ମାଲ ପରିବହନ କରିଛି । ଏହି ମାଲ ପରିବହନ ଦେଶର ବୃହତ ବନ୍ଦର ମାନଙ୍କ ଠାରୁ ୫.୭୪ ପ୍ରତିଶତ ଅଧିକ ବୋଲି ବନ୍ଦର ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆମଦାନୀ, ପାରାଦ୍ଵୀପ ବନ୍ଦର, ମାଲ ପରିବହନ, ମୁଖ୍ୟ ଖବର, ରପ୍ତାନୀ

ଥାନା ଉପରେ ମାଓବାଦୀଙ୍କ ଆକ୍ରମଣ, ଜିପ୍ ପୋଡ଼ି

November 16, 2010 by ଓଡିଶା ଡଟ କମ Leave a Comment

କୋରାପୁଟ, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲାର ଏକ ଥାନା ଉପରେ ମାଓବାଦୀମାନେ ଆକ୍ରମଣ କରିଥିବା ପୋଲିସ ମଙ୍ଗଳବାର କହିଛି ।

ପ୍ରାୟ ୩୦ରୁ ୪୦ ଜଣ ଶସସ୍ତ୍ର ମାଓବାଦୀ ସୋମବାର ରାତିରେ କାକିରିଗୁଡା ଥାନା ଉପରେ ଆକ୍ରମଣ କରି ଆସବାବ ପତ୍ର, ରେକର୍ଡ଼ ଓ ଏକ ଜିପ୍ ପୋଡ଼ି ଦେବା ସହ ଥାନାର କବାଟ ଝରକା ତାଡ଼ି ଦେଇଥିବା ଜିଲ୍ଲା ପୋଲିସ ମୁଖ୍ୟ ଅନୁପ ସାହୁ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଆକ୍ରମଣ ସମୟରେ ଥାନାରେ କେହି ନଥିଲେ ବୋଲି ସେ କହିଛନ୍ତି । କାକିରିଗୁଡା ଥାନା ଜିଲ୍ଲା ସଦରମହକୁମା ଠାରୁ ପ୍ରାୟ ୪୫ କିମି ଦୁରରେ ଅବସ୍ଥିତ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କୋରାପୁଟ, ପୋଲିସ, ମାଓବାଦୀ, ମୁଖ୍ୟ ଖବର

ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ନିଆଯାଇଥିବା ଜମି ଫେରାଇବାକୁ ନିର୍ଦ୍ଦେଶ

November 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ହୋଇଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବେଆଇନ ଦର୍ଶାଇ ଓଡ଼ିଶା ହାଇକୋର୍ଟ ଜମି ମାଲିକଙ୍କୁ ସେମାନଙ୍କ ଜମି ଫେରାଇ ଦେବାକୁ ସରକାରଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ।

ଏକ ଜନସ୍ୱାର୍ଥ ମାମଲାର ବିଚାର କରି ମୁଖ୍ୟ ବିଚାରପତି ଭି.ଗୋପାଳ ଗୌଡ଼ ଏବଂ ବିଚାରପତି ବି.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଥିବା ଆବେଦନକାରୀଙ୍କ ଓକିଲ ସୁବୀର ପାଲିତ କହିଛନ୍ତି ।

ପ୍ରକଳ୍ପ ପାଇଁ ହୋଇଥିବା ଜମି ଅଧିଗ୍ରହଣ ବେଆଇନ ଏବଂ ଏହା ବୈଧ ନୁହେଁ ବୋଲି ହାଇକୋର୍ଟ ଦର୍ଶାଇବା ସହ ସଂପୃକ୍ତ ଜମିମାଲିକମାନଙ୍କୁ ଜମି ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଥିବା ସେ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ପ୍ରବାସୀ ଭାରତୀୟ ଶିଳ୍ପପତି ଅନୀଲ ଅଗ୍ରୱାଲଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପୁରୀ କୋଣାର୍କ ନିକଟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଯାଉଛି ।

ଏହି ବିଶ୍ୱବିଦ୍ୟାଳୟ ପାଇଁ ଛଅ ହଜାର ଏକରରୁ ଉର୍ଦ୍ଧ୍ଵ ଜମି କମ୍ପାନୀ ଚାହିଁଥିବା ବେଳେ ଏଥିପାଇଁ ୧୫ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖିଛି । କିନ୍ତୁ କମ୍ପାନୀ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖିନ ହୋଇଛି । ଜମି ହରାଇଥିବା କେତେକ ଲୋକ ଏହି ଜମି ଅଧିଗ୍ରହଣକୁ ବେଆଇନ ଦର୍ଶାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ ।

“ଜମି ଅଧିଗ୍ରହଣ ବେଆଇନ ହୋଇଥିବାରୁ ଆରମ୍ଭରୁ ଆମେ ଏହାକୁ ବିରୋଧ କରିଆସୁଛୁ । ଏହା ହାଇକୋର୍ଟଙ୍କ ଐତିହାସିକ ରାୟ” ଜଣେ ଆବେଦନକାରୀ ଉମାବଲ୍ଲଭ ରଥ କହିଛନ୍ତି । ଏ ସଂପର୍କରେ ରାଜ୍ୟ ସରକାର କିମ୍ବା କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ମତାମତ ମିଳିପାରି ନାହିଁ ।

ଓଡ଼ିଶା ଡ଼ଟ୍ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆସ୍କା, କଟକ, ପୁରୀଢ ଅନୀଲ ଅଗ୍ରୱାଲ, ମୁଖ୍ୟ ଖବର, ହାଇକୋର୍ଟ

ବିଏସ୍ଏଫ୍ ସହ ରାଜ୍ୟ ପୋଲିସ ସମନ୍ୱୟ ରଖିବାକୁ ନିଦେ୍ର୍ଧଶ

November 16, 2010 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମାଓବାଦୀ ମନ କାର୍ଯ୍ୟରେ ନିୟୋଜିତ ଥିବା ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ସହ ରାଜ୍ୟ ପୋଲିସର ତାଳମେଳ ରହୁନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ତେଣୁ ବିଏସ୍ଏଫ୍ ସହ ରାଜ୍ୟ ପୋଲିସର ସମନ୍ୱୟ ରଖିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୋଲିସ, ବିଏସ୍ଏଫ୍, ମାଓବାଦୀ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

  • « Go to Previous Page
  • Page 1
  • Interim pages omitted …
  • Page 264
  • Page 265
  • Page 266
  • Page 267
  • Page 268
  • Page 269
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ