• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଶା

ରେଳ ବଜେଟ ହ୍ରାସ ଓଡିଶାପାଇଁ ଉପହାସ- ବିଜେପି

October 12, 2012 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର,ଅକ୍ଟୋବର ୧୨ (ଓଡିଶା ଡଟ୍ କମ୍)-୨୦୧୨-୧୩ ଆର୍ଥିକ ବର୍ଷରେ ଦୁଇଥର ରେଳ ବଜେଟ ହ୍ରାସ କରାଯିବା ଓଡିଶାପାଇଁ ଉପହାସ ଓ ଓଡିଶା ପ୍ରକଳ୍ପ ପାଇଁ ଯେତିକି ଅର୍ଥ ଦେବା କଥା ରେଳ ମନ୍ତ୍ରଣାଳୟ ପକ୍ଷରୁ ତାହା ଦିଆ ଯାଉନାହିଁ ବୋଲି ବିଜେପି ଶୁକ୍ରବାର ଅଭିଯୋଗ କରିଛି ।

ବିଜେପିର ଜଣେ ବରିଷ୍ଠ ନେତା ଓଡିଶା ଡଟ୍ କମ୍ କୁ କହିଛନ୍ତି ଯେ, ୨୦୧୨-୧୩ ରେଳ ବଜେଟରେ ଓଡିଶାକୁ କେନ୍ଦ୍ର ସରକାର ଯେଉଁ ଅର୍ଥ ଦେଇଥିଲେ,ସେଥିରୁ ପୁଣି ୩୫କୋଟି ଟଙ୍କା କାଟି ଦେଇଛନ୍ତି ।

ପୂର୍ବରୁ ୨୧୧ କୋଟି ଟଙ୍କା କାଟିଦେଇଥିଲେ । ପୂର୍ବତଟ ରେଳବାଇ ପକ୍ଷରୁ କରା ଯାଉଥିବା ବିଭିନ୍ନ ପ୍ରକଳ୍ପ କାଯ୍ୟ ଏହା ଫଳରେ ବାଧାପ୍ରାପ୍ତ ହେବ ।

ସୂଚନାଯୋଗ୍ୟ ରେଲ ମନ୍ତ୍ରଣାଳୟ ଦ୍ୱାରାଗତ ସେପ୍ଟେମ୍ବର ମାସର ବଜେଟ ସଂଶୋଧନ ପ୍ରକିୟାରେ ଓଡିଶାକୁ ଦିଆ ଯାଇଥିବା ଅର୍ଥରୁ ଏହି ୩୫ କୋଟି ଟଙ୍କା କାଟି ଦିଆ ଯାଇଛି ।

ଏହା ମଧ୍ୟରେ ରହିଛି ନୂଆ ପ୍ରକଳ୍ପ ନିମନ୍ତେ ୬ କୋଟି ଟଙ୍କା, ରକ୍ଷାଣାବେକ୍ଷଣ ବାବଦରେ ୨୩ କୋଟି ଟଙ୍କା ଓ ଯାତ୍ରୀ ସୁବିଧା ପାଇଁ ୧କୋଟି ଟଙ୍କା ।

ମିଳିଥିବା ସୂଚନା ଅନଯାୟୀ ନୂଆ ରେଲପଥ ନିର୍ମାଣ କ୍ଷେତ୍ରରେ ବଜେଟରେ ଦିଆ ଯାଇଥିବା ୮୩ କୋଟି ଟଙ୍କା ଜୁଲାଇ ମାସର ସଂଶୋଧନରେ ଅପରିବର୍ତିତ ରଖା ଯାଇଥିଲେ ହେଁ ପୂର୍ବରୁ ଏଥିରୁ ୭୭କୋଟି ଟଙ୍କା କଟା ଯାଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓଡିଶା, ବିଜେପି, ରେଳ ବଜେଟ ହ୍ରାସ

ଡ଼କାୟତ ଦଳର ସର୍ଦ୍ଧାର ଗିରଫ, ଅଲଙ୍କାର ସହ ମାରଣାସ୍ତ୍ର ଜବତ

August 26, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍) ବିଗତ ଏକ ଦଶନ୍ଧୀ ଧରି ମହାରାଷ୍ଟ୍ର, ଛତିଶଗଡ଼ ଏବଂ ଓଡ଼ିଶାର ବରଗଡ଼, ବଲାଙ୍ଗିର, ସୋନପୁର, ନୂଆପଡ଼ା ଆଦି ଜିଲ୍ଳାରେ ଆତଙ୍କ ସୃଷ୍ଟି କରିଆସୁଥିବା ଆନ୍ତଃ ପ୍ରାଦେଶିକ ଡ଼କାୟତ ଗ୍ୟାଙ୍ଗର ମୁଖ୍ୟ ଅମିତ ଦାସ ଶେଷରେ ବରଗଡ଼ ପୁଲିସ ହାତରେ ଧରାପଡ଼ିଛି ।

ଗତକାଲି ବିଧିବଦ୍ଧ ରୂପେ ତାକୁ ବଲାଙ୍ଗିର ଜିଲ୍ଳାର କଣ୍ଟାବାଞ୍ଜିରୁ ଗିରଫ କରାଯାଇଛି ବୋଲି ଆଇ.ଜି ସଞ୍ଜୟ କୁମାର ବରଗଡ଼ ଟାଉନଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବରଗଡ଼ର ନୂତନ ଏସ.ପି ଅନୁପ କ୍ରିଷ୍ଣା ମଧ୍ୟ ଉପସ୍ଥିତ ଥିଲେ ।ଏହି ଅବସରରେ ପୁଲିସ ଆଇଜି ସୂଚନା ଦେଇ କହିଥିଲେ ଯେ ଅମିତ ଦାସ ଦୀର୍ଘ ବର୍ଷ ହେଲା ପୁଲିସ ଆଖିରେ ଧୂଳି ଦେଇ ଲୁଚି ବୁଲିବା ସହ ଓଡ଼ିଶା ସମେତ ଛତିଶଗଡ଼ ମହାରାଷ୍ଟ୍ର ଆଦି ରାଜ୍ୟରେ ମଧ୍ୟ ଅପରାଧ ଘଟାଇଥିବା ଜଣାପଡ଼ିଛି ।

ତା ନିକଟରୁ୪.୨ କେଜି ଓଜନର ସୁନା ଅଳଙ୍କାର,୫.୭ କେଜି ଓଜନର ରୂପା ଅଳଙ୍କାର,୪୩୨ ଗ୍ରାମର ମୂଲ୍ୟବାନ ରତ୍ନ ପଥର,୨ଲକ୍ଷ ୫୫ ହଜାର ଟଙ୍କାର ନଗଦ ଅର୍ଥ, ଚାରେଟି ପିସ୍ତଲ,୨୦ ରାଉଣ୍ଡ ଜୀବନ୍ତ ଗୁଲି, ଗୋଟିଏ ଓପେଲ କୋର୍ସା କାର, ଦୁଇଟି ବାଇକ, ୯ଟି ମୋବାଇଲ ପ୍ରାୟ ୫୦ଟି ସିମ କାର୍ଡ଼, ଆଦି ଜବତ କରାଯିବା ସହ ଅନୁନ୍ୟ ୮୨ ଲକ୍ଷ ଟଙ୍କାର ନାମି ଓ ବେନାମୀ ବ୍ୟାଙ୍କ ଏକାଉଂଟ ସିଲ କରିଦିଆଯାଇଛି ବୋଲି ପୁଲିସ ଆଇଜି ସଞ୍ଜୟ କୁମାର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।

ଆନ୍ତଃ ପ୍ରାଦେଶିକ ଡ଼କାୟତ ଗ୍ୟାଙ୍ଗର ସର୍ଦ୍ଧାର ଅମିତ ଦାସ ବିରୁଦ୍ଧରେ ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟରେ ଅନୁନ୍ୟ ୨୦ଟି ମାମଲା ବିଚାରାଧିନ ରହିଛି । ଦାସର ଅପରାଧ ଫର୍ଦ୍ଦ ଲମ୍ବା ବୋଲି ଆଇ.ଜି ସଞ୍ଜୟ କୁମାର ସୂଚନା ଦେଇଛନ୍ତି ।

ବରଗଡ଼ର ନୂତନ ଏସ.ପି ରୂପେ ଯୁବ ଆଇ.ପି.ଏସ ଅଫିସର ଅନୁପ କ୍ରିଷ୍ଣା ଯୋଗ ଦେବା ପରେ ତାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ତାକୁ ଗିରଫ କରିବା ସମ୍ଭବ ହୋଇଥିଲା ।

ଅନୁପ କ୍ରିଷ୍ଣା ବରଗଡ଼ ଜିଲ୍ଳା ଦାୟିତ୍ୱ ନେବା ପରେ ଜିଲ୍ଳାର ଦକ୍ଷ ପୁଲିସ ଅଧିକାରୀଙ୍କୁ ନେଇ ଏକ ସ୍କାର୍ଡ଼ ଗଠନ କରିଥିଲେ ପୁଲିସ ବିଭାଗର ସମ୍ବିଳିତ ପ୍ରୟାସ ଯୋଗୁଁ ଅପରାଧିଙ୍କୁ ଧରିବା ସମ୍ଭବ ପର ହୋଇଥିଲା ।

ଏହି ଗିରଫାରୀରେ ମୁଖ୍ୟ ଭୂମିକା ନେଇଥିବା ଗାଇସିଲେଟ ଥାନା ଅଧିକାରୀଙ୍କ ସମେତ ଟିମର ସମସ୍ତ ପୁଲିସ କର୍ମଚାରୀଙ୍କୁ ପୁଲିସ ବିଭାଗ ପକ୍ଷରୁ ପୁରସ୍କୃତ କରିବା ପାଇଁ ସେ ପୁଲିସ ମହାନିର୍ଦ୍ଦେଶକଙ୍କୁ ସୁପାରିସ କରିଛନ୍ତି ବୋଲି ଆଇ.ଜି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଓଡିଶା, ଛତିଶଗଡ଼, ଡ଼କାୟତ ଦଳ

ବ୍ୟବସାୟିକ ଅନୁଷ୍ଠାନ ଓ ଶିଳ୍ପ ସଂସ୍ଥାର ଜଳକର ବୃଦ୍ଧି

April 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶା ଜଳକର ଆଇନର ସଂଶୋଧନ କରାଯାଇ ଦେୟ ପରିମାଣ ବୃଦ୍ଧି କରାଯାଇଛି ।

ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ସରକାରଙ୍କ ବିଭିନ୍ନ ଜଳ ଉତ୍ସ ବା ଜଳସେଚନ କ୍ଷେତ୍ରରୁ ଶିଳ୍ପ ସଂସ୍ଥା ବା ବ୍ୟବସାୟିକ ସଂସ୍ଥାମାନେ ଜଳ ନେଲେ ୯ ମାସର ବ୍ୟାଙ୍କ ଗ୍ୟାରେନ୍ଟି ସହ ୩ ମାସର ଟିକସ ଆଗୁଆ ପୈଠ କରିବାକୁ ପଡିବ ।

ଏକ ହଜାର ଇଟା ବା ଟାଇଲ ପାଇଁ ବର୍ତମାନ ୟୁନିଟ ପିଛା ୫ ଟଙ୍କା ଟିକସ ଓ ୬ ଟଙ୍କା ଜଳକର
ଦେବାକୁ ପଡୁଥିବା ବେଳେ ଏହାକୁ ୨୫ ଟଙ୍କା ଓ ୩୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଶିଳ୍ପ ସଂସ୍ଥା ତଥା ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଜଳ କର ବର୍ତମାନ ୟୁନିଟ ପିଛା ୨୦୦ ଟଙ୍କା ଓ ୨୫୦ଟଙ୍କା ଦେବାକୁ ପଡୁଥିବା ବେଳେ ଆଗାମୀଦିନରେ ୧୫୫୦ରୁ୨୦୫୦ ଟଙ୍କା ଏବଂ ୧୯୦୦ରୁ ୨୫୫୦ ଟଙ୍କାଦେବାକୁ ପଡିବ ।

ପୌରାଂଚଳରେ ଅଧିକ ଜଳଯୋଗାଣ ପାଇଁ ୧୦ ହଜାର ଘନଫୁଟକୁ ୨୫ ଟଙ୍କା ଓ ୩୦ ଟଙ୍କା ଦେବାକୁ ପଡୁଥିବା ବେଳେ ତାହାକୁ ଲିଟର ପିଛା ୨୦ ପଇସା ଓ ୧୨୫ ପଇସାକୁ ବୃଦ୍ଧି କରାଯାଇଛି ।

ବ୍ୟବସାୟିକ ଘର ନିର୍ମାଣ ପାଇଁ ବ୍ୟବହୃତ ଜଳ ୧୦୦ ଘନଫୁଟକୁ ୧୫ ଟଙ୍କା ଓ ୨୦ ଟଙ୍କା ଥିବା
ବେଳେ ତାହାକୁ ଏକ ହଜାର ଲିଟର ପିଛା ୫ ଟଙ୍କା ୩୦ ଓ ୭ ଟଙ୍କା ୧୦ ପଇସା କରାଯାଇଛି ।

ଏହାବ୍ୟତୀତ ବୈଠକରେ ଓଡ଼ିଶା ରାଜ୍ୟ ପଶୁସେବାରଦ୍ୱିତୀୟ ଶ୍ରେଣୀ ପାହ୍ୟାର ଚାକିରୀ ନିୟମାବଳୀ ସଂଶୋଧନ କରାଯାଇ ଅଧିକାରୀମାନେ ଗ୍ରେଡ-୩ ସେବାରେ କାମ କରିବେ ବୋଲି ନିଷ୍ପତି ହୋଇଛି ।

ମାଓବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସହୀଙ୍କ ପରିବାର ବର୍ଗଙ୍କୁ ଥଇଥାନ କରିବା ଏବଂ
ପରିବାରରୁ ଜଣକୁ ଚାକିରୀ ଦେବାକୁ ନିୟମ କରାଯାଇଥିବା ବେଳେ ବେଆଇନ କାମ କରୁଥିବା
ସ୍ୱେଛାସେବୀ ସଂସ୍ଥାର ଟିକସ ବୃଦ୍ଧି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଓଡିଶା, ରାଜ୍ୟ କ୍ୟାବିନେଟ୍

ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି

March 23, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୪(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି) ଚଳିତ ଆର୍ଥିକ ବର୍ଷ ପାଇଁ ଉପଭୋକ୍ତାଙ୍କ ନିମନ୍ତେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିଛନ୍ତି ।

ବର୍ଦ୍ଧିତ ମୂଲ୍ୟ ଆସନ୍ତା ଅପ୍ରେଲ ୧ରୁ ଲାଗୁ ହେବ ବୋଲି ଶୁକ୍ରବାର ଆୟୋଗ ପକ୍ଷରୁ କୁହାଯାଇଛି । ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବର୍ତମାନ ଦେଉଥିବା ଶୁଳ୍ପ ଠାରୁ ୟୁନିଟ୍ ପିଛା ୮୦ ପଇସା ଅଧିକ ଦେବାକୁ ପଡ଼ିବ ।

ପୂର୍ବରୁ ଗତ ୨୦୧୧-୧୨ରେ ଆୟୋଗ ପକ୍ଷରୁ ୟୁନିଟ୍ ପିଛା ୨୦ରୁ ୨୫ ପଇସା ବୃଦ୍ଧି କରାଯାଇଥିବା ବେଳେ ହାଇକୋର୍ଟ ଏଥିରେ ରହିତାଶେ ଜାରି କରିଥିଲେ ।

ଘରୋଇ ଉପଭୋକ୍ତାମାନେ ପ୍ରଥମ ୫୦ ୟୁନିଟ୍ ପାଇଁ ୧ଟଙ୍କା ୪୦ ପଇସା ଦେଉଥିବା ବେଳେବର୍ତମାନ ସେମାନଙ୍କୁ ୨ଟଙ୍କା ୨୦ ପଇସା ଦେବାକୁ ପଡ଼ିବ । ୫୧ ୟୁନିଟ୍ରୁ ୨୦୦ ୟୁନିଟ୍ ଯାଏଁ ୩ଟଙ୍କା ୫୦ ପଇସା ଥିବା ବେଳେ ଏହା ବର୍ତମାନ ୩ଟଙ୍କା ୯୦ ପଇସାକୁ ବୃଦ୍ଧି କରାଯାଇଛି ।

ପୂର୍ବରୁ ୨୦୧ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ୪ଟଙ୍କା ୩୦ ପଇସା ଥିବା ବେଳେ ବର୍ତମାନ ଏହା ୪ଟଙ୍କା
୯୦ ପଇସା ଏବଂ ୪୦୦ରୁ ଅଧିକ ୟୁନିଟ୍ ପାଇଁ ୪ଟଙ୍କା ୮୦ ପଇସା ଥିବା ବେଳେ ଏହା ୫ଟଙ୍କା
୩୦କୁ ବୃଦ୍ଧି କରାଯାଇଛି ।

ଫ୍ଲାଟ, ଆପାର୍ଟମେଂଟ ଓ ବିଭିନ୍ନ କଲୋନୀରେ ରହୁଥିବା ବ୍ୟବହାରକାରୀମାନେ ପୂର୍ବରୁ ୟୁନିଟ୍ ପିଛା ୪ଟଙ୍କା ୨୦ ପଇସା େଉଥିବା ବେଳେ ବର୍ତମାନ ଏହା ୪ଟଙ୍କାକୁ ହ୍ରାସ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଓଡିଶା, ବିଦ୍ୟୁତ

୨୪ରୁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ

March 22, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୨(ଓଡ଼ିଶା ଡ଼ଟ୍ କମ୍) ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ତାରିଖ ଶନିବାର ଠାରୁ ରାଜ୍ୟରେ ସକାଳୁଆ ସ୍କୁଲ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସରକାରୀ ଓ
ବେସରକାରୀ ସ୍କୁଲ ଗୁଡ଼ିକ ସକାଳୁଆ ଖୋଲାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକର ନିଷ୍ପତି ସଂପର୍କରେ ସମସ୍ତ ଆରଡିସି, ଜିଲ୍ଲାପାଳ ଓ ସିଡିଏମ୍ଓ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଆଲୋଚନା କରିବା ସହ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ୟାଳୟ ପରିସରରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ସହ ଗ୍ରାମ ଓ ସହରର ସବୁ ସ୍ଥାନରେ
ନିୟମିତ ପାନୀୟ ଜଳ ଯୋଗାଣ କରିବାକୁ ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ଏଥି ସହିତ ଅଚଳ ନଳକୂପ ଗୁଡ଼ିକୁ ଯଥାଶୀଘ୍ର ମରାମତି କରିବା, ପାଇପ ଜଳ ଯୋଗାଣର
ସୁପରିଚାଳନା, ଜଳାଭାବ ଥିବା ସ୍ଥାନରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ସପ୍ତାହକ ମଧ୍ୟରେ ଶେଷ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗୁରୁବାର ଭୁବନେଶ୍ୱରର ତାପମାତ୍ରା ୪୦.୭ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ମାଲକାନାଗିରି ଓ ଟିଟିଲାଗଡ଼ର ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଭ୍ୟନ୍ତରୀଣ, ଓଡିଶା

ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ୧୨ ବର୍ଷ

March 5, 2012 by admin

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୫ (ଓଡିଶା ଡଟ୍ କମ୍) ରାଜ୍ୟରେ ବିଜୁ ଜନତା ଦଳ(ବିଜେଡି)ଏକ ଦଶନ୍ଧୀ ଧରି ଶାସନ କରିଆସିଥିବା ବେଳେ ସୋମବାର ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ବାର ବର୍ଷ ପୂରଣ କରିଛନ୍ତି ।

୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣକରିଥିଲେ । ତା’ପରେ ୨୦୦୪ ଓ ୨୦୦୯ ନିର୍ବାଚନରେ ମଧ୍ୟ ସେ ପଦବୀ ଅଳଙ୍କୃତ କଲେ ।

ଗତ ବାର ବର୍ଷ ମଧ୍ୟରେ ସେ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହାକୁ ଏଡାଇଯାଇଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ଓଡିଆ ଭାଷା ଉପରେ ତାଙ୍କର କମ୍ ଜ୍ଞାନ ଯୋଗୁଁ ବହୁ ଲୋକ, ନେତା ଭାବେ ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ତିନି ତିନି ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ଗତ ବାର ବର୍ଷ ମଧ୍ୟରେ ଗରିବଙ୍କ ପାଇଁ ଦୁଇ ଟଙ୍କିଆ ଚାଉଳ, ବିଜୁ କେବିକେ, ବିଜୁ କନ୍ଧମାଳ-ଗଜପତି ଯୋଜନା, ମଧୁବାବୁ ପେନ୍ସନ ଯୋଜନା, ମୋ କୁଡ଼ିଆ, ମମତା ଭଳି ବହୁ ଜନହିତକାରୀ ଯୋଜନା ଆରମ୍ଭ କରିଥିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି ।

ଏହା ମଧ୍ୟରେ ରହିଛି କଳିଙ୍ଗନଗର ଗୁଳିକାଣ୍ଡ, କନ୍ଧମାଳ ଦଙ୍ଗା, ବିଜେପି ସହିତ କରିଥିବା ମେଣ୍ଟ ଭାଙ୍ଗିବା ଆଦି ଘଟଣା । ସରକାର ଶିଳ୍ପାୟନକୁ ଅଗ୍ରାଧିକାର ଦେଇ ବିଭିନ୍ନ ଦେଶୀ ବିଦେଶୀ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି ।

ଏହି ବାର ବର୍ଷ ମଧ୍ୟରେ ସରକାର ଶିଳ୍ୱ ସଂସ୍ଥା ଏବଂ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପାଇଁ ପ୍ରାୟ ଶହେଟି ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ବେଳେ ଛଅ ହଜାର ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହୋଇପାରିଛି । କିନ୍ତୁ ବିଭିନ୍ନ କାରଣରୁ ଅଧିକାଂଶ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ।

ରାଜ୍ୟବାସୀଙ୍କୁ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଦେବାକୁ କହୁଥିବା ନବୀନ ସରକାରଙ୍କ ନାଁରେ ଖଣି ଦୁର୍ନୀତି, ଡ଼ାଲି ଦୁର୍ନୀତି ଭଳି ମହା ଅଭିଯୋଗ ଆସିଛି । ଶାସନ କାଳରେ ନବୀନ ନିଜର ୨୭ ଜଣ ସହଯୋଗୀଙ୍କୁ ବିଦା କରିସାରିଛନ୍ତି ।

ଏହି ଶାସନ କାଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ପୂର୍ବରୁ ଦୁଇ ତିନୋଟି ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ଜଣାପଡ଼ୁଥିବା ବେଳେ ବର୍ତମାନ ୨୦ରୁ ଉର୍ଦ୍ଧ୍ଵ ଜିଲ୍ଲାରେ ସେମାନେ କାୟାବିସ୍ତାର କରିସାରିଲେଣି ।

ଦୁର୍ନୀତି ଓ ଅଭିଯୋଗ ସରକାରଙ୍କ ପିଛା ଛାଡ଼ୁନଥିବା ବେଳେ ଓଡିଶାର ଜନସାଧାରଣ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରି ତିନି ତିନି ଥର ରାଜ୍ୟର ଶାସନ ଭାର ଦେଇଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦଳ ବିପୁଳ ସଂଖ୍ୟାରେ ବିଜୟୀ ହୋଇଛି ।

ଓଡିଶା ଡଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଓଡିଶା, ନବୀନ, ବିଜେଡ଼ି, ମୁଖ୍ୟମନ୍ତ୍ରୀ

ଓଡ଼ିଶାର ଦୁଇ ସହରର ନାମ ସଂଶୋଧନ

February 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ଫେବୃୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ସମେତ ଦେଶର ୨୫ଟି ସହରର ନାମ
ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ମଂଜୁରୀ ପ୍ରଦାନ କରିଛନ୍ତି ।

ଏଥିରେ ରାଜ୍ୟରଦୁଇଟି ସହର ରହିଥିବା ବେଳେ ଏଣିକି ଫୁଲବାଣୀ ସହରର ନାମ ବୌଦ୍ଧ କନ୍ଧମାଳ
ଏବଂ ସୋନପୁରର ନାମ ସୁବର୍ଣ୍ଣପୁର ହେବ । ଲୋକଙ୍କ ଭାବପ୍ରବଣତାକୁ ଦୃଷ୍ଟିରେ ରଖି ଏଭଳି
ସଂଶୋଧନ କରାଯାଇଛି ।

ସେହିପରି କେରଳର ସର୍ବାଧିକ ୧୭ଟି, ପଞ୍ଜାବର ୪ଟି ଏବଂ ମଧ୍ୟପ୍ରଦେଶର ୨ଟି ସହରର ନାମ
ସଂଶୋଧନ ପ୍ରସ୍ତାବ ମଂଜୁରୀ ଲାଭ କରିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଓଡିଶା, ସ୍ୱରାଷ୍ଟ୍ର ମନ୍ତ୍ରାଳୟ

ଓଡ଼ିଶାର ଜନସାଧାରଣ ବିଜେଡ଼ିର ଶକ୍ତି: ନବୀନ

January 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ସ୍ୱତନ୍ତ୍ର ରାଜ୍ୟାପାହ୍ୟ ପାଇଁ ଦୀର୍ଘଦିନରୁ ଦାବୀକରାଯାଉଥିଲେ ମଧ୍ୟ କେନ୍ଦ୍ର ଏଥିପ୍ରତି କର୍ଣ୍ଣପାତ କରିନାହିଁ, ମାତ୍ର ଓଡ଼ିଶାର ଚାରି କୋଟି ଜନସାଧାରଣ ବିଜେଡ଼ିର ଶକ୍ତି ବୋଲି ଶୁକ୍ରବାର ଭଦ୍ରକ ଠାରେ ଏକ ନିର୍ବାଚନୀ ସଭାରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି କ୍ରମାଗତ ଭାବରେ ବୈମାତୃକ ମନୋଭାବ ପୋଷଣ କରିଚାଲିଛି । ଏହା ସତ୍ୱେ ଆମ ରାଜ୍ୟର ପ୍ରଗତିରେ ଏହା ଅନ୍ତରାୟ ହେଇପାରି ନାହିଁ, କେଶପୁର ଠାରେ ଆୟୋଜିତ ସଭାରେ ସେ କହିଛନ୍ତି ।

ବିଜୁବାବୁ ଗ୍ରାମାଂଚଳର ଉନ୍ନତି ପାଇଁ ସ୍ୱପ୍ନ ଖେିଥିଲେ । ତାହା ଆଜି ସାକାର ହୋଇଛି । ବିରୋଧିଦଳ ଗୁଡ଼ିକ ରାଜ୍ୟର ସ୍ୱାର୍ଥ କଥା ଚିନ୍ତା ନକରି ନିଜ ପରିବାରର ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦେଇ ଚାଲିଛନ୍ତି ।

କେନ୍ଦ୍ରର ଅବହେଳା ବିରୁଦ୍ଧରେ ପଂଚାୟତ ନିର୍ବାଚନରେ ଲୋକମାନେ ଉପଯୁକ୍ତ ଜବାବ୍ ଦେବେ ବୋଲି କର୍ମୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ^aú^, aòùRWÿò, ଓଡିଶା, ସ୍ୱତନ୍ତ୍ର ରାଜ୍ୟାପାହ୍ୟ

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସ୍ତାବ ନାହିଁ: ମଂଟେକ୍

January 6, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ବର୍ତମାନ କୌଣସି ପ୍ରସ୍ତାବ ନାହିଁ ବୋଲି ଶୁକ୍ରବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଯୋଜନା କମିଶନ ଉପାଧ୍ୟକ୍ଷ ମଂଟେକ ସିଂ ଆହ୍ଲୁୱାଲିଆ କହିଛନ୍ତି ।

“”ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଯୋଜନା କମିଶନଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ” ସେ ସାମ୍ବାଦିକଙ୍କୁ କହିଛନ୍ତି ।

ଗତ ୩ ତାରିଖରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଓଡ଼ିଶା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଦ।ବି କରିବାର ତିନିଦିନ ପରେ କମିଶନ ଉପାଧ୍ୟକ୍ଷ ଏହି ମନ୍ତବ୍ୟ ଦେଇଛନ୍ତି ।

“”ଆମେ ବିଭିନ୍ନ ରାଜ୍ୟରୁ ଏଭଳି ଅନୁରୋଧ ପାଇଛୁ । ପ୍ରତି ରାଜ୍ୟରୁ ଆସୁଥିବା ଏଭଳି ଅନୁରୋଧ ବିଷୟରେ ମୁଁ କହିପାରିବି ନାହିଁ” ମଂଟେକ୍ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡିଶା, ଭୁବନେଶ୍ୱର, ସ୍ୱତନ୍ତ୍ର ରାଜ୍ୟ

ଓଡ଼ିଶାକୁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଦେବାକୁ ଦାବି

December 13, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାକୁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଦେବାକୁ ବିଜେପି ସାଂସଦ ର୍ରୁ ନାରାୟଣ ପାଣି ରାଜ୍ୟସଭାରେ ଦାବି କରିଛନ୍ତି ।

ମଙ୍ଗଳବାର ରାଜ୍ୟସଭାରେ ଅତିରିକ୍ତ ବ୍ୟୟ ଦାବି ଉପରେ ଆଲୋଚନା ଚାଲିଥିବା ବେଳେ ସେ କେନ୍ଦ୍ର
ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ଅନୁରୋଧ କରିଛନ୍ତି ।

ସେହିପରି କର୍ମଚାରୀ ଭବିଷ୍ୟନିଧି ବା ଇପିଏଫ୍ ସୁଧହାର ନକମାଇବାକୁ ସେ ଅନୁରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡିଶା, ସାଂସଦ

  • « Go to Previous Page
  • Page 1
  • Interim pages omitted …
  • Page 6
  • Page 7
  • Page 8
  • Page 9
  • Page 10
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ