• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କଂଗ୍ରେସ

କଟକ ଜିଲ୍ଲାରେ ୫୦୦ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଗିରଫ

September 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-କଟକ ସହର ଓ ଜିଲ୍ଲାରେ ପ୍ରଶେ କଂଗ୍ରେସ କମିଟି ପକ୍ଷରୁ ଡାକରା ଦିଆଯାଇଥିବା ବନ୍ଦ ମୋଟ ସଫଳ ହୋଇଛି । କାଁ ଭାଁ କେତକ ଘଟଣାକୁ ବାଦ୍ ଦେଲେ ବନ୍ଦ ଶାନ୍ତିପୂର୍ଣ ଭାବେ ଶେଷ ହୋଇଛି ।

ବନ୍ଦ ପାଳନବେଳେ ରାସ୍ତା ଅବରୋଧ ଓ ଅନ୍ୟାନ୍ୟ କାରଣ ପାଇଁ କଟକ ସହରରୁ ପ୍ରାୟ ୩୦୦ ଓ ସମଗ୍ର ଜିଲ୍ଲାରୁ ୫୦୦ ଉର୍ଦ୍ଧ କଂଗ୍ରେସ କର୍ମୀ ଗିରଫ ହୋଇଛନ୍ତି ।

ଆଜି ସକାଳୁ କଂଗ୍ରେସ କର୍ମୀମାନେ ବେଶ୍ ଉତ୍ସାହିତ ହୋଇ କଟକ ସହରର ମଧୁପାଟଣା ଜାତୀୟ ରାଜପଥ, ବାଦାମବାଡି, କଲେଜଛକ, ରେଳଷ୍ଟେସନ, କଲେକ୍ଟରେଟ୍ ଆଦି ସ୍ଥାନରେ କଂଗ୍ରେସ ନେତା ଓ କର୍ମିମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସାଙ୍ଗକୁ ରେଳରୋକ ଆଦି କରିଥିଲେ ।

ମଧୁପାଟଣା ଛକ ନିକଟରେ ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ କର୍ମୀ ରାସ୍ତାରୋକ କରି ଗିରଫ ହୋଇଥିଲେ । ପ୍ରଦେଶ କଂଗ୍ରେସ ସଂପାଦକ ସୁରେଶ ମହାପାତ୍ର ଓ ରମଜାନ ଖାଁଙ୍କ ସହିତ ୨୦ରୁ ଉର୍ଦ୍ଧ କର୍ମୀ କଲେଜଛକ ଠାରେ ଗିରଫ ହୋଇଥିଲେ ।

ସେହିପରି ଜିଲ୍ଲାର ବାଂକି, ଆଠଗଡ, ବଡମ୍ବା, ନରସିଂହପୁର, ଚୌଦୱାର,ସାଲେପୁର, ମାହାଂଗା, ନିଆଳି ଆଦି ଅଂଚଳରୁ ଶତାଧିକ କର୍ମୀ ପୋଲିସ ଦ୍ୱାରାଗିରଫ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, କଟକ ଜିଲ୍ଲା

କଂଗ୍ରେସର ଅଖବନ୍ଦ ଚକବନ୍ଦ ଓଡିଶା ଠପ୍ ସଫଳ

September 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-ରାଜ୍ୟବ୍ୟାପି କଂଗ୍ରେସର ବନ୍ଦପାଳନ ପ୍ରାୟତଃ ଶାନ୍ତିପୂର୍ଣ୍ଣଭାବେ ଅନୁଷ୍ଠିତ ହୋଇ ଯାଇଛି । କାଁଭାଁ ସ୍ଥାନରେ ଗାଡି ମଟର ଭଙ୍ଗାରୁଜା ସହ ଛୋଟଛୋଟ ଗଣ୍ଡଗୋଳ ହୋଇଛି ।

ରେଳ ଯାତ୍ରୀ ପ୍ରଭାବିତ ହୋଇଥିବା ବେଳେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । କଂଗ୍ରେସର ଏହି ବନ୍ଦ ପାଳନର ପ୍ରଭାବ ସାରା ରାଜ୍ୟରେ ପଡିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା । ସାରା ରାଜ୍ୟରେ ଅଖବନ୍ଦ ଚକବନ୍ଦ ଯୋଗୁଁ ଓଡିଶା ଠପ୍ ଯାଇଛି ।

କଟକରେ ଜଣେ କଲେଜ ବିଦ୍ୟାର୍ଥିକୁ ଅସାଦାଚାରଣ, ଭୁବନେଶ୍ୱର ରାମମନ୍ଦିର ଛକରେ ଏକ ଘରୋଇ ବିଦ୍ୟାଳୟର ବସରେ ନିଆଁ ଲଗାଇବା,ମାଷ୍ଟରକ୍ୟାଣ୍ଟିନ ଛକରେ ଦୁଇଟି କାର ଭଙ୍ଗାରୁଜା, କଂଗ୍ରେସ ଭବନ ଆଗରେ ପୋଲିସ ଉପରକୁ ଟେକାମାଡ ଆଦି ଅଘଟଣା ଘଟିଛି । ଏଜିଛକରେ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ଏଥିିରେ ସଫଳ ହୋଇ ନଥିଲେ ।

ବନ୍ଦ ପାଳନ ସମୟରେ ରାସ୍ତାରେ ପିକେଟିଂ କରି ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ଭୂପିନ୍ଦର ସିଂ, ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, କିଶୋର ଚନ୍ଦ୍ର ପଟେଲ, ପିସିସି ଉପସଭାପତି ଶିବାନନ୍ଦ ରାୟ ପ୍ରମୁଖ ରାଜଧୀନୀ ଭୁବନେଶ୍ୱରରେ ଗିରଫ ହୋଇଥିବା ବେଳେ କଂଗ୍ରେସର ଅନ୍ୟ ନେତୃବୃନ୍ଦ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୫ ହଜାର କର୍ମୀ ଗିରଫ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଦିନପରି ଆଜି ମଧ୍ୟ ସଚିବାଳୟକୁ ଆସିଥିବା ବେଳେ ୮ଜଣ ମନ୍ତ୍ରୀ ସଚିବାଳୟକୁ ଆସି କାର୍ଯ୍ୟ କରିଥିଲେ । ମନ୍ତ୍ରୀମାନେ ସଚିବାଳୟର ପଛପଟ ଫାଟକ ଦେଇ ଆସିଥିବା ବେଳେ ପଞ୍ଚାୟତରାଜ ମନ୍ତ୍ରୀ କଳ୍ପତରୁ ଦାସ ଏକ ମୋଟର ସାଇକେଲରେ ଏବଂ ଅନ୍ୟକେତେକ ମନ୍ତ୍ରୀ ବିନା ନାଲିବତୀ ଗାଡିରେ ସଚିବାଳୟ ଆସିଥିଲେ ।

ବନ୍ଦ ଯୋଗୁଁ ସଚିବାଳୟ କାର୍ଯ୍ୟ ପ୍ରଭାବିତ ହୋଇଥିଲା । ଉପସ୍ଥିତି କମ୍ ଥିଲା ।

ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳଷ୍ଟେସନ ଭୁବନନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ଝାରସୁଗଡା, ବାଲେଶ୍ୱର, ଭଦ୍ରକ, ବ୍ରହ୍ମପୁର, ଖୋର୍ଦ୍ଧା ଆଦି ସ୍ଥାନରେ କଂଗ୍ରେସ କର୍ମୀଙ୍କ ଅବରୋଧ ଯୋଗୁଁ ରେଳ ଯାତ୍ରା ପ୍ରଭାବିତ ହୋଇଛି ।

କଟକ ବାଦାମବାଡି ବସଷ୍ଟାଣ୍ଡ ଓ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ଆଦି ରାଜ୍ୟର ବିଭିନ୍ନ ବସଷ୍ଟାଣ୍ଡ ଶୁନଶାନ ଥିବା ବେଳେ ବସଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା । ରାଜ୍ୟର ବିଭିନ୍ନ ସହରରେ ଅଟୋଚଳାଚଳ ମଧ୍ୟ ବନ୍ଦ ରହିଥିଲା ।

ବିଭିନ୍ନ ସହରରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ଆଗରୁ ଛୁଟି ଘୋଷଣା କରାଯାଇଥିବାରୁ ବନ୍ଦ ଥିବା ବେଳେ କେତେକ ସରକାରୀ ସ୍କୁଲମାନଙ୍କରେ ଉପସ୍ଥାନ କମ୍ ଥିଲା ।

କଂଗ୍ରେସ ପକ୍ଷରୁ ଆହୁତ ଓଡ଼ିଶା ବନ୍ଦ ଡ଼ାକରା ପରିପ୍ରେକ୍ଷୀରେ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହେବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।କଂଗ୍ରେସର ଓଡ଼ିଶା ବନ୍ଦ ଡ଼ାକରା ପରିପ୍ରେକ୍ଷୀରେ କେତେକ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ଆଗରୁ ଅଫିସରେ ଉପସ୍ଥିତ ରହିବାର ଦେଖା ଯାଇଥିଲା ।

କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଏବଂ ବ୍ୟାଙ୍କ କାର୍ଯ୍ୟ ଯେପରି ଅଚଳ ନହୁଏ ସେଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆନ୍ଦୋଳନକାରୀମାନେ ଯାନବାହାନ, ଟ୍ରେନ ଚଳାଚଳ ବନ୍ଦ ରଖିବା ସହ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିଥିଲେ ।

ଅଳ୍ପକେତେକ ସ୍ଥାନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଓ ବ୍ୟାଙ୍କ କାମ କରିଥିଲା । ବନ୍ଦ ପାଳନ ବେଳେ ଅପ୍ରିତିକର ପରିସ୍ଥିତି ଏଡ଼ାଇବା ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

ସଂଧ୍ୟାରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ବନ୍ଦ ଶାନ୍ତିପୂଣ୍ଣ ଭାବେ ସଫଳ ହୋଇଛି ବୋଲି କଂଗ୍ରେସ ଦାବି କରିଛି ।

ଠିକ୍ ସେହିପରି ବିଜେଡି ତରଫରୁ ସେହି ସମୟରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇନି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ବିଜେଡିର ଉପସଭାପତି ଦାମୋଦର ରାଉତ ଏହି ସାମ୍ବାଦିକ ସମ୍ମିଳନୀରେ କହିଲେ ରାଜ୍ୟର କୌଣସି ସ୍ଥାନରେ ସାଧାରଣ ଲୋକ ଏହି ବନ୍ଦକୁ ସମର୍ଥନ କରିନାହାଁନ୍ତି ଓ କଂଗ୍ରେସର ଗୁଣ୍ଡାରାଜ ଭୟରରେ ବସ, ଅଟୋ ଚଳାଚଳ ବନ୍ଦ ସାଙ୍ଗକୁ କିଛିକାଂଶରେ ଦୋକାନ ବଜାର ବନ୍ଦ ରହିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ବନ୍ଦ: ଭଦ୍ରକରେ ତିନୋଟି ଅଫିସ ଭଙ୍ଗାରୁଜା, ୯୭ ଗିରଫ

September 10, 2012 by admin

ଓଡ଼ିଶା ଡ଼ଟ୍ କମ୍: ସ୍ନିଗଧା ରାୟ

ଭଦ୍ରକ,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)- ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡ଼ାକରା ଭଦ୍ରକରେ ଯଦିଓ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଛି, ତେବେ ଜିଲା ଶିକ୍ଷାମଣ୍ଡାଳାଧିଶ, ଉଠା ଜଳସେଚନ ବିଭାଗ ଏବଂ ଜିଲା ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟ ଖୋଲାଯିବାକୁ ନେଇ କେତେକ କଂଗ୍ରେସ କର୍ମୀ ଆସବାବପତ୍ର ଭଂଗାରୁଜା କରିଥିବାର ଜଣାପଡ଼ିଛି ।

ଏହି ବନ୍ଦ ପାଳନ ବେଳେ ଭଦ୍ରକ ରେଳବାଇ ପୁଲିସ ପକ୍ଷରୁ ୨୫ଜଣ ଓ ଟାଉନଥାନା ପକ୍ଷରୁ ୭୨ଜଣ ନେତା ଓ କର୍ମୀଙ୍କୁଦିନ ପ୍ରାୟ ୧ଟା ସମୟରେ ଗିରଫ କରାଯାଇ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିିଆଯାଇଛି ।

ଯଦିଓ ଏହି ବନ୍ଦ ପାଳନ ଜିଲା କଂଗ୍ରେସ କମିଟି ପକ୍ଷରୁ କରାଯାଉଥିବା ବିଷୟ ପ୍ରଚାର ହେଉଥିଲା, କିନ୍ତୁ ବାସ୍ତବରେ ସହର ତମାମ ବିଭିନ୍ନ ପ୍ରତିବାଦ ସଭା ଓ ଶୋଭାଯାତ୍ରାକୁ ଲକ୍ଷ୍ୟ କଲେ ପୂର୍ବରୁ ଜିଲା କଂଗ୍ରେସରେ ଥିବା ଅନନ୍ତ ଓ ନରେନ ଗୋଷ୍ଠୀଙ୍କ ଅନ୍ତ୍ୱର୍ନ୍ଦ୍ୱ ସ୍ପଷ୍ଟ ବାରିହୋଇ ପଡ଼ିଥିଲା ।

ଏହି ବନ୍ଦ ସମୟରେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀଙ୍କ ଅନୁଗାମୀ ମାନେ ଚରମ୍ପା ରେଳ ଷ୍ଟେସନଠାରୁ ଆରମ୍ଭ କରି ଭଦ୍ରକ ସହରର ବନ୍ତ ଛକ, କଚେରୀ ବଜାର ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରି ଗିରଫ ହୋଇଥିଲେ ।

ଅନୁରୁପ ଅନନ୍ତ ସେଠୀଙ୍କ ପ୍ରତିପକ୍ଷ ଗୋଷ୍ଠୀ ଭାବେ ପରିଚିତ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ ଶତାଧିକ ନେତା ଓ କର୍ମୀ ଉପରୋକ୍ତ ସ୍ଥାନ ମାନଙ୍କରେ ବିକ୍ଷୋଭ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭାମାନ କରିଥିଲେ ।

ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ବର୍ଣ୍ଣାର୍ଢ଼୍ୟ ମୋଟର ସାଇକେଲ ଶୋଭାଯାତ୍ରାମାନ ପୃଥକ ପୃଥକ ଭାବେ ବାହାରି ବନ୍ତ ଛକ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇଥିଲେ ।

ଏହି ବନ୍ଦ ବେଳେ ଚରମ୍ପା ରେଳ ଷ୍ଟେସନଠାରେ ସିକନ୍ଦରାବା-ଗୌହାଟି, ଡ଼ିଏମୟୁ ସମେତ ଗୋଟିଏ ମାଲବାହୀ ଟ୍ରେନ ଅଟକି ରହିଥିଲା । ଜାତୀୟ ରାଜପଥରେ ସମସ୍ତ ଯାନବାହନ ସମେତ ଘରୋଇ ବସ ଓ ଟ୍ରେକର ଚଳାଚଳ ବନ୍ଦ ରହିଥିବାବେଳେ ଜିଲାର ସଦର ମହକୁମାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ପ୍ତର, କୋର୍ଟ-କଚେରୀ, ସ୍କୁଲ, କଲେଜ, ବ୍ୟବସାୟ ପ୍ରତିଷ୍ଠାନ ଓ ରାଷ୍ଟ୍ରାୟତ୍ତବ୍ୟାଙ୍କଗୁଡ଼ିକ ସ୍ୱତଃ ବନ୍ଦ ରହିଥିଲା ।

ମାତ୍ର ଜିଲା ଶିକ୍ଷାମଣ୍ଡାଳାଧିଶଙ୍କ କାର୍ଯ୍ୟାଳୟ, ଉଠା ଜଳସେଚନ ବିଭାଗ ଓ ଜିଲା ଜଳ ଓ ପରିମଳ ବିଭାଗ ତିନୋଟି ଖୋଲାଥିବାରୁ କେତେକ କଂଗ୍ରେସ କର୍ମୀ ଉତକ୍ଷିପ୍ତ ହୋଇ ସେଠାରେ ଟେବୁଲ ଚେୟାର ଭଳି ଆସବାବପତ୍ରମାନ ଭଂଗାରୁଜା କରିଥିବାର ଜଣାପଡ଼ିଛି ।

ଯଦିଓ ଏହି ବନ୍ଦ ପାଳନ ବେଳେ କଂଗ୍ରେସର ଦୁଇ ଗୋଷ୍ଠୀଙ୍କର ପ୍ରଭେଦ ଆଖିୃଦୃର୍ଶିଆ ହୋଇଥିଲା, ତେବେ ଉଭୟ ଗୋଷ୍ଠୀର ନେତା ପରସ୍ପର ପ୍ରତି କୌଣସି ଆକ୍ଷେପମୂଳକ ମନ୍ତବ୍ୟ ନଦେଇ ଏହା ଶାସକଦଳ ବିରୁଦ୍ଧରେ ତାଙ୍କ ଦଳର ପୁଞ୍ଜିଭୁତ ବେନାର ପ୍ରତିଫଳନ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କଂଗ୍ରେସ, ବନ୍ଦ ପାଳନ, ଭଦ୍ରକ, ରେଳବାଇ ପୁଲିସ, ଶୋଭାଯାତ୍ରା

ପଦ୍ମପୁରରେ ବନ୍ଦ ଶାନ୍ତିପୂର୍ଣ୍ଣ

September 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବରଗଡ,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-ବରଗଡ ଜିଲ୍ଲା ପଦ୍ମପୁର ଠାରେ ପଦ୍ମପୁର ଟାଉନ କଂଗ୍ରେସ କମିଟ ପକ୍ଷରୁ ବନ୍ଦ ଡାକରା ଦିଆଯାଇ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଇଛି ।

ପଦ୍ମପୁର ଭେଉଁରିଆ ଛକଠାରେ ପୂବତନ କଂଗ୍ରେସ ବିଧାୟକ ସତ୍ୟଭୂଷଣ ସାହୁଙ୍କ ନେତୃତ୍ୱରେ ରାସ୍ତାରୋକ କରାଯାଇଥିବାବେଳେ ସମସ୍ତ ଯାନବାହନ ବନ୍ଦ କରାଯାଇଥିଲା । ସ୍କୁଲ, କଲେଜ, ଦୋକାନ ବଜାର, ଅଫିସ,ବ୍ୟାଙ୍କ ସମେତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଦି ବନ୍ଦ କରାଯାଇଛି ।

ପଦ୍ମପୁର କୋର୍ଟ ଆଗରେ ପିକେଟିଂ କରାଯାଇ କୋର୍ଟ ବନ୍ଦ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ପଦ୍ମପୁର ଟାଉନ, ବରଗଡ ଜିଲ୍ଲା

ବନ୍ଦ ଡାକରାକୁ ଭୁବନେଶ୍ୱର ଅଟୋଚାଳକ ସଂଘର ସମର୍ଥନ

September 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୯(ଓଡ଼ିଶା ଡ଼ଟ୍ କମ୍)- ୧୦ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ସରକାରଙ୍କର ଚିନ୍ତାକୁ ଦ୍ବୁଗୁଣିତ ବଢାଇ ଦେଇଛି । ଏହି ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ସମ୍ଭାବନା ରହିଛି । କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରାକୁ ଭୁବନେଶ୍ୱର ଅଟୋଚାଳକ ସଂଘ, ଭୁବନେଶ୍ୱର ଓ କଟକ ବାର ଆସୋସିଏସନ ସମର୍ଥନ ଜଣାଇଛନ୍ତି ।

ବନ୍ଦ ବେଳେ ସିଟି ବସ ସେବା ବନ୍ଦ ରହିବ ବୋଲି ଜଣେ ଅଧିକାରୀ ଓଡିଶା ଡଟ୍ କମ୍ କୁ କହିଛନ୍ତି । ବନ୍ଦବେଳେ କୌଣସି ଅତ୍ୟାବଶ୍ୟକ ସେବା ବନ୍ଦ ହେବ ନାହିଁ । ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟ ୧୦ ତାରିଖକୁ ଛୁଟି ଘୋଷଣା କରିଛନ୍ତି ।

କଂଗ୍ରେସ ସମାବେଶକୁ ପ୍ରତିହିତ କରିବାପାଇଁ ସରକାର ଯେଭଳି ପୁଲିସ ବଳପ୍ରୟୋଗ କଲେ ତାହାର ପ୍ରତି ଯବାବ କଂଗ୍ରେସ ଦେବାପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପ୍ରତ୍ୟେକ ଜିଲା କମିଟିକୁ ଓଡ଼ିଶା ବନ୍ଦ ଡାକରା ସଫଳ କରିବାକୁ ଦଳ ନିର୍ଦ୍ଦେଶ ଦେଇଛି ।

ଏଥିପାଇଁ ସବୁଜିଲ୍ଲା ଓ ବ୍ଲକ ଗୁଡିକରେ ବ୍ୟାପକ ପ୍ରସ୍ତୁତି ସରିଛି ।

କଂଗ୍ରେସ କର୍ମୀଙ୍କ ଉପରେ ହୋଇଥିବା ପୁଲିସର ଆକ୍ରମଣକୁ ଓଡ଼ିଆ ଏକତା ମଞ୍ଚ ନିନ୍ଦା କରିବା ସହ ଯେଉଁ ପୁଲିସମାନେ ମାଡ ଖାଇଛନ୍ତି ତାହା ପୁଲିସର ଭୁଲ ପାଇଁ ହୋଇଛି ବୋଲି ଦର୍ଶାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅଟୋଚାଳକ ସଂଘ, ଓଡ଼ିଶା ବନ୍ଦ ଡାକରା, କଂଗ୍ରେସ, ରାଜ୍ୟ ସରକାର

କଂଗ୍ରେସ ଏଫ୍ଆଇର ରଖିଲାନି ପୋଲିସ

September 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)- ଆଜି କଂଗ୍ରେସ ଭବନରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଘରୋଇ ବିଭାଗର ଅଧିନରେ ଥିବା ଥାନା ଗୁଡିକ ପକ୍ଷପାତି କରୁଛନ୍ତି ପ୍ରକାଶ କରିଛନ୍ତି ।

୬ ତାରିଖ ସମାବେଶକୁ ନେଇ ଉପୁଜିଛି ବିବାଦ । ବିଜେଡି ଓ କଂଗ୍ରେସ ଉଭୟ ଦଳ ଆରୋପ ଓ ପ୍ରତ୍ୟାରୋପରେ ବ୍ୟସ୍ତ ଅଛନ୍ତି ।

ବିଜେଡି କଂଗ୍ରେସ ବିରୋଧରେ ଦେଇଥିବା ଏଫେଆଇଆରକୁ କ୍ୟାପିଟାଲ ଥାନା ଗ୍ରହଣ କରିଥିବା ବେଳେ କଂଗ୍ରେସ ତରଫରୁ ଆଣିଥିବା ଅଭିଯୋଗକୁ ଏଫ୍ଆଇଆର ଭାବେ କ୍ୟାପିଟାଲ ଥାନା ଆଇଆଇସି ଗ୍ରହଣ କରିବାକୁ ଅନିଛା ପ୍ରକାଶ କରିବା ଅଗଣତାନ୍ତ୍ରିକ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଥାନା ଏବେ କାହାର ବ୍ୟକ୍ତିଗତ ସମ୍ପତି ହୋଇ ଯାଇଛି ।

ଆମର ଅଭିଯୋଗକୁ ଗ୍ରହଣ କରାଯାଇ ନାହିଁ । ଏହା କେତେଦୂର ଯୁକ୍ତିଯୁକ୍ତ ଓଡିଶାର ଜନସାଧାରଣ ବିଚାର କରନ୍ତୁ ବୋଲି ମିଶ୍ର ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଆଯ୍ୟକୁମାର ଜ୍ଞାନେନ୍ଦ୍ର ଉପସ୍ଥିତ ଥିଲେ । କଂଗ୍ରସ ପକ୍ଷରୁ କୁହାଯାଇଛି ଯେ ମହିଳା କନେଷ୍ଟବଳକୁ ଆମ କର୍ମୀ ମାରିନାହିାଁନ୍ତି ବିଜେଡି ଲୋକମାନେ ହିଁ ମାରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଏଫ୍ଆଇର, କଂଗ୍ରେସ, ଗଣତାନ୍ତ୍ରିକ, ବିଜେଡ଼ି, ମହିଳା କନେଷ୍ଟବଳ, ରାଜ୍ୟ ସରକାର, ସାମ୍ବାଦିକ ସମ୍ମିଳନୀ

ସମାବେଶ ରାଜନୀତି : କଂଗ୍ରେସର ଦୁଇଟି ପାଲଟା ମାମଲା

September 8, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୮(ଓଡ଼ିଶା ଡ଼ଟ୍ କମ୍)- କଂଗ୍ରେସର ସମାବେଶ ପରେ ଆକ୍ରମଣ ପ୍ରତିଆକ୍ରମଣ, ଆରୋପ ପ୍ରତ୍ୟାରୋପ ପରେ କେସ ଓ ପରେ ପାଲଟା କେସ୍ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି ।

କଂଗ୍ରେସ ପକ୍ଷରୁ ସମାବେଶରେ ପୋଲିସର ଆକ୍ରମଣ ଓ କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣା ଆଦି ଅଭିଯୋଗନେଇ କ୍ୟାପିଟାଲ ଥାନାରେ ୨ଟି ମାମଲା ରୁଜୁ ହୋଇଛି ।

ଏହାପୂର୍ବରୁ କଂଗ୍ରେସ ସମାବେଶରେ ଉତ୍ତେଜନାମୂଳକ ଭାଷଣ, ମହିଳା ପୋଲିସଙ୍କୁ ବର୍ବରୋଚିତ ଆକ୍ରମଣ, ଗଣମାଧ୍ୟମପ୍ରତିନିଧିଙ୍କୁ ମାଡ ଓ ଭଙ୍ଗାରୁଜାକୁ ନେଇ କଂଗ୍ରେସ ବିରୋଧରେ ୮ଟି ମାମଲା ରୁଜୁ ହୋଇଥିବା ବେଳେ ୩୮ଜଣଙ୍କୁ ଗିରଫ କରାଯାଇଛି ।

କଂଗ୍ରେସ ପ୍ରଭାର ଜଗୀଶ ଟାଇଟଲର, ପିସିସି ସଭାପତି ନିରଜଂନ ପଟ୍ଟନାୟକ, ନବରଂଗପୁର ସାଂସଦ ପ୍ରଦୀପ ମାଝୀ ଓ ସଭାରେ ମଂଚାସୀନ କଂଗ୍ରେସ ନେତାଙ୍କ ନାମରେ ମାମଲା ଦାୟର ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ରାଜନୀତି

ପୋଲିସ-କଂଗ୍ରେସ କର୍ମୀ ସଂଘର୍ଷ: ବିଜେଡିର ପାଲଟା ସମାବେଶ

September 8, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୮(ଓଡ଼ିଶା ଡ଼ଟ୍ କମ୍)-କଂଗ୍ରେସ ସମାବେଶରେ ହୋଇଥିବା ପୋଲିସ ଓ କଂଗ୍ରେସ କର୍ମୀ ସଂଘର୍ଷ ଘଟଣାକୁ ନେଇ ବିଜେଡିର ଛାମୁଆ ସଂଗଠନ ବିଜୁ ଯୁବ ଜନତାଳ, ବିଜୁ ଛାତ୍ର ସଂଗଠନ, ବିଜୁ ମହିଳା ଜନତାଳ ତରଫରୁ ସ୍ଥାନୀୟ ପଦର୍ଶନୀ ପଡିଆଠାରେ ଶନିବାରଦିନ ଏକ ପ୍ରତିବାଦ ଧାରଣା ଅନୁଷ୍ଠିତ ହୋଇ ଯାଇଛି ।

ଏଥିରେ ଦଳର ଅଧିକାଂଶ ବିଧାୟକ ଓ ଯୁବ-ଛାତ୍ର ନେତୃବୃନ୍ଦ ଯୋଗେଇ କଂଗ୍ରେସ ବିରୋଧରେ ବିଷୋଦଗାର କରିଥିଲେ ।କଂଗ୍ରେସ ଗୁଣ୍ଡା ରାଜ କରୁଛି ଓ ହିଂସା ସୃଷ୍ଟି କରିବାକୁ ସବୁଠି ଉଦ୍ୟମ କରୁଛି ବୋଲି ବିଜେଡି ନେତୃବୃନ୍ଦ ଅଭିଯୋଗକରି ବିଜେଡି ନେତୃବୃନ୍ଦ ଏହାର ଜବାବ ଦେବାକୁ ଯୁବ ଛାତ୍ରବାହିନୀକୁ କହିଛନ୍ତି ।

ବନ୍ଦ ନାଁରେ କଂଗ୍ରେସବାଲା କିଛି ଅରାଜକତା କରିବେ । ଏଥିପାଇଁ ସତର୍କ ହେବାକୁ ପଡିବ ବୋଲି ସମସ୍ତଙ୍କୁ ବିଜେଡି ନେତୃବୃନ୍ଦ କହିଛନ୍ତି । ବିଜେଡି ବିଧାୟକ ଚନ୍ଦ୍ର ସାରଥୀ ବେହେରା କହିଥିଲେ ଯେ ଜଗୀଶ ଟାଇଟଲର ଓଡିଶା ଆସିଲେ ଯୁବକ ଓ ଛାତ୍ରମାନେ ତାଙ୍କୁ ଛାଡିବେ ନାହିଁ ।

ମହିଳାମାନେ ମଧ୍ୟ ତାଙ୍କୁ ଝାଡୁପାହାର ବୋକୁ ପ୍ରସ୍ତୁତ ହେବା ରକାର । ଏଭଳି ଭାବେ ଜଣେ ମହିଳା କନେଷ୍ଟବଳଙ୍କୁ ଆକ୍ରମଣ କରାଗଲା ତାକୁ ସମଗ୍ର ବିଶ୍ୱ ଆଜି ନିନ୍ଦା କରୁଛି ।

ସରକାରୀ ଉପମୁଖ୍ୟ ସଚେତକ ତଥା ଯୁବ ବିଜେଡି ସଭାପତି ସଂଜୟ ଦାସବର୍ମା, ମହିଳା ସଭାନେତ୍ରୀ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିବାଦ ଧାରଣାରେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଅମର ପ୍ରସା ଶତପଥି, ପ୍ରଫୁଲ ସାମଲ, ଅନନ୍ତ ଦାସ, ଅଶୋକ ପଣ୍ଡା, ବିଜୟ ମହାନ୍ତି, ଭାଗିରଥୀ ବଡଜେନା, ଅରବିନ୍ଦ ଢାଲି ପ୍ରମୁଖ କଂଗ୍ରେସକୁ ତୀବ୍ର ସମାଲୋଚନା କରି ଓଡିଶାରେ ହିଂସାର ସ୍ଥାନନାହିଁ ବୋଲି କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ପୋଲିସ

କାର୍ଯ୍ୟାନୁଷ୍ଠାନ ଦାବିକରି ରାଜ୍ୟପାଳଙ୍କୁ ସାକ୍ଷାତକଲେ କଂଗ୍ରେସ ନେତୃବୃନ୍ଦ

September 7, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୭(ଓଡ଼ିଶା ଡ଼ଟ୍ କମ୍)-ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କୁ କଂଗ୍ରେସ ନେତୃବୃନ୍ଦ ସାକ୍ଷାତକରି ଗତକାଲିର ଘଟଣା ସଂପର୍କରେ ଅବଗତ କରିଛନ୍ତି ।

ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ପୋଲିସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ସମାବେଶ କରୁଥିବା କଂଗ୍ରେସକର୍ମୀଙ୍କ ଉପରେ ଆକ୍ରମଣ କରାଯିବା ଘଟଣାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ରଖିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ

ପୋଲିସ ଜୁଲୁମ ବିରୋଧରେ ସୋମବାର କଂଗ୍ରେସର ଓଡିଶା ବନ୍ଦ

September 7, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୭ (ଓଡ଼ିଶା ଡ଼ଟ୍ କମ୍)–ଆସନ୍ତା ସୋମବାର ପୋଲିସର ଗୁଣ୍ଡାଗିରି, ବର୍ବର ଆକ୍ରମଣ ବିରୋଧରେ କଂଗ୍ରେସ ଓଡିଶା ବନ୍ଦର ଡାକରା ଦେଇଛି ।

ଉକ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଳ ମୁରଲିଧର ଚନ୍ଦ୍ରକାନ୍ତ ଭଣ୍ଡାରେକୁଂ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟଯେ, ଗୁରୁବାର ବିଧାନସଭା ସାମ୍ନାରେ କଂଗ୍ରେସ ଏକ ମହା ସମାବେଶ ଆୟୋଜନ କରିଥିଲା । ଏହି ସମାବେଶରେ ପୋଲିସ ଏବଂ କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ହୋଇଥିବା ଧସ୍ତାଧସ୍ତିରେ ଶତାଧିକ ଲୋକ ଆହତ ହୋଇଥିଲେ ।

ଓଡିଶା ଡଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ପୋଲିସ

  • « Go to Previous Page
  • Page 1
  • Interim pages omitted …
  • Page 3
  • Page 4
  • Page 5
  • Page 6
  • Page 7
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ